Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»Uncategorized»ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ
Uncategorized

ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ

December 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟଠାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ବାରା ପ୍ରାୟୋଜିତ ‘ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ-୨୦୧୯’ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏହି ମହୋତ୍ସବ ପାଳନ ହୋଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ମହୋତ୍ସବରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ତଥା ଦଳଗତ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଭଦ୍ରକଠାରେ ଅନୁଷ୍ଠିତ ହେବା ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବାଦ୍ୟଯନ୍ତ୍ର ବାଦନ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଏକାଙ୍କିକା-ଏକକ ନାଟକ, ଲୋକ ସଙ୍ଗୀତ, ଲୋକନୃତ୍ୟ ଆଦି ବିଭାଗ ରହିଥିଲା। ଗତକାଲି ବାଦ୍ୟଯନ୍ତ୍ର ବିଭାଗରେ ବୀଣା, ତବଲା, ସିତାର ଓ ଗୀଟାର ବାଦନ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି ବାଦ୍ୟଯନ୍ତ୍ର ବିଭାଗରେ ବଂଶୀ, ହାରମୋନିୟମ୍‌, ମୃଦଙ୍ଗ ଆଦିରେ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ସେହିପରି ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ହିନ୍ଦୁସ୍ତାନୀ ଲୋକାଲ୍‌ ଓ କର୍ଣ୍ଣାଟକୀ ନୃତ୍ୟର ପ୍ରତିଯୋଗିତା କରାଯାଇଥିଲା। ଅନ୍ୟାନ୍ୟ ନୃତ୍ୟ ମଧ୍ୟରେ ଓଡ଼ିଶୀ, କୁଚୁପଡ଼ି, ଭାରତନାଟ୍ୟମ୍‌ ଆଦି ସାମିଲ୍‌ ରହିଥିଲା।

ଏହି ପ୍ରତିଯୋଗିତାରେ ୧୩ ବର୍ଷଠାରୁ ୩୫ ବର୍ଷ ବୟସ ମଧ୍ୟରେ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶିର ପୁରସ୍କାର ମଧ୍ୟ ଦିଆଯାଇଛି।

ଏହି ମହୋତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧା , ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)

ପ୍ରଶାନ୍ତ ଜଗଦେବ ବାଲୁଗାଁ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

June 4, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.