ଉରି ପରେ ବଡ଼ ପରଦାରେ ‘ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌’, ସଞ୍ଜୟ କରିବେ ପ୍ରଯୋଜନା

Published: Dec 13, 2019, 2:18 pm IST

 

ସଞ୍ଜୟ ଲୀଲା ଭନ୍‌ସାଲୀ, ଭୂଷଣ କୁମାର, ମହାବୀର ଜୈନ୍‌ ଓ ପ୍ରଜ୍ଞା କପୁର୍‌ ମିଳିତ ସହଯୋଗରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅଭିଷେକ କପୁର୍‌ କରିବେ । ଏହି ଫିଲ୍ମଟି ଭାରତୀୟ ଯବାନଙ୍କୁ ଉତ୍ସର୍ଗ କରାଯିବ ବୋଲି ସୂଚନା ରହିଛି । ଏହି ଏୟାର୍‌ଷ୍ଟ୍ରାଇକ୍‌କୁ ନେଇ ଦୁଇଟି ଫିଲ୍ମ ନିର୍ମାଣ ହେବାକୁ ରହିଛି ।  ୨୬ଫେବୃଆରୀ, ୨୦୧୯ରେ ହୋଇଥିବା ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌କୁ ବଡ଼ ପରଦାରେ ଦେଖାଇବାକୁ ରେଡ୍ଡି ହେଉଛନ୍ତି ସଞ୍ଜୟ ଲୀଲା ଭନ୍‌ସାଲୀ, ଭୂଷଣ କୁମାର, ମହାବୀର ଜୈନ ଓ ପ୍ରଜ୍ଞା କପୁର୍‌ ।  ତେବେ ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ ଉପରେ ଦୁଇଟି ଫିଲ୍ମ ନିର୍ମାଣ ହେବ । ସେହିପରି ଅନ୍ୟ ଫିଲ୍ମଟିରେ ଅଭିନେତା ବିବେକ୍‌ ଓବରୟେ ରହିଛନ୍ତି । ଏହି ଫିଲ୍ମର ଶୁଟିଂ ଜମ୍ମୁ, କାଶ୍ମୀର, ଦିଲ୍ଲୀ ଓ ଆଗ୍ରା ଆଦି ଲୋକେସନ୍‌ରେ ଶୁଟିଂ ହେବ ବୋଲି ସୂଚନା ରହିଛି ।

ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ସକାଳ ୩.୩୦ରେ ହୋଇଥିବା ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରେ ଫେବୃଆରୀ ୧୪ ହୋଇଥିବା ଫୁଲ୍‌ଓ୍ବାମା ଆକ୍ରମଣରେ ପ୍ରତିଶୋଧ ନେଇଥିଲା । ଏହି ଏୟାରଷ୍ଟ୍ରାଇକ୍‌ରେ ୨୦୦ରୁ ୩୦୦ ଆତଙ୍କୀଙ୍କର ମୃତ୍ୟୁ ହୋଇଥିବାର ଖବର ରହିଛି । ପୂର୍ବରୁ ଉରି ଆକ୍ରମଣକୁ ନେଇ ନିର୍ମିତ ଫିଲ୍ମ ‘ଉରି’ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଛି । ଏହି ଫିଲ୍ମରେ ବିକି କୌଶଲ୍‌ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ୨୦୨୦ରେ ବଡ଼ ପରଦାରେ ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌କୁ   ଦେଖିବା ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିବେ ନିଶ୍ଚୟ ।

Related posts