Author: Samikhsya Bureau

କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବା ପରେ ଜନତା ଦଳ ସେକୁଲାର (ଜେଡିଏସ୍‌) ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜେଡିଏସ୍‌ର ପ୍ରମୁଖ ଏଚ୍‌ଡି ଦେବେଗୌଡା ଦଳର ୩ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ରାଜ୍ୟରେ ଏଚ୍‌ଡି କୁମାରସ୍ବାମୀଙ୍କ ସରକାରକୁ ଭାଙ୍ଗିବାରେ ଏହି ତିନି ବିଧାୟକଙ୍କ ମୁଖ୍ୟ ଭୂମିକା ରହିଥିଲା । ଏହି କାରଣରୁ ଏହି ତିନି ବିଦ୍ରୋହୀ ବିଧାୟକଙ୍କୁ ଦଳର ନିଲମ୍ବନ କରାଯାଇଛି । ଏହି ବିଦ୍ରୋହୀ ବିଧାୟକମାନେ ହେଲେ ଏଏଚ୍‌ ବିଶ୍ବନାଥ, କେ ଗୋପାଲରୈୟା, ଓ କେସି ନାରାୟଣଗୌଡ଼ା । ଜେଡିଏସ୍‌ର ଏହି ତିନି ବିଧାୟକଙ୍କ ସମେତ କଂଗ୍ରେସ ୧୪ ବିଦ୍ରୋହୀ ବିଧାୟକ କୁମାରସ୍ବାମୀଙ୍କ ଆସ୍ଥା ଭୋଟ୍‌ ସମୟରେ ବିଧାନସଭାରେ ଅନୁପସ୍ଥିତ ଥିଲେ । ଆସ୍ଥା ଭୋଟରେ କୁମାରସ୍ବାମୀ ବିଫଳ ହେବା ପରେ ତାଙ୍କ ସରକାରର ପତନ ହେଲା । ଏହା ପୂର୍ବରୁ ପୂର୍ବ ବିଧାନସଭା ବାଚସ୍ପତି କେଆର ରମେଶ୍‌ ଦଳବଦଳ ବିରୋଧୀ କାନୁନ୍‌…

Read More

ମୋଟର ଯାନ ସଂଶୋଧନ ବିଲ୍‌ ରାଜ୍ୟସଭାରେ ଆଗତ କରାଯାଇଛି । କେନ୍ଦ୍ର ପରିବହନ ଓ ସଡକ ମନ୍ତ୍ରୀ ନିତୀନ୍‌ ଗଡକରୀ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିଛନ୍ତି । ଦେଶରେ ପ୍ରତି ବର୍ଷ ପାଖାପାଖି ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ ଶିକାର ହେଉଛନ୍ତି । ଟ୍ରାଫିକ୍‌ ନିୟମ ଥିବା ସତ୍ତ୍ବେ ଅଧିକାଂଶ ଲୋକେ ଏହାକୁ ଠିକ୍‌ ରୂପେ ପାଳନ କରୁନାହାନ୍ତି । ଯାହାର ଫଳସ୍ବରୂପ ମୃତ୍ୟୁ ତଥା ଶାରିରୀକ ବିକଳାଙ୍ଗର ଶିକାର ହେଉଛନ୍ତି । ଟ୍ରାଫିକ୍‌ ନିୟମ ପାଳନକୁ ସଶକ୍ତ କରିବା ପାଇଁ ମୋଟର ଯାନ ଆକ୍ଟ ୧୯୮୮ରେ ଏବେ ପରିବର୍ତ୍ତନ କରାଯାଇ ମୋଟର ଯାନ (ସଂଶୋଧନ) ବିଲ୍‌ ୨୦୧୯ ଆଗତ କରାଯାଇଛି । ଏହି ବିଲ୍‌ ଲୋକସଭାରେ ପାରିତ କରାଯିବା ପରେ ଏବେ ରାଜ୍ୟସଭାରେ ଆଗତ କରାଯାଇଛି ।  ଗଡ୍‌କରୀ କହିଛନ୍ତି ଯେ, ଯାନବାହନ ଜନିତ ଦୁର୍ଘଟଣାର ଯାଞ୍ଚ ପାଇଁ ଏହି ବିଲ୍‌ରେ ଶକ୍ତ ପ୍ରାବଧାନ ରହିଛି ।…

Read More

ଲୋକସଭାରେ ପାରିତ ହେଲା ଏକକ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ବିଲ୍‌ । ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ପାଇଁ ଏହି ଏକକ ଟ୍ରିବ୍ୟୁନାଲ୍‌ ବିଲ୍‌କୁ ପାରିତ କରାଯାଇଛି । ସବୁ ନଦୀ ଜଳ ବିବାଦ ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲ୍‌ ବ୍ୟବସ୍ଥା କରାଯାଇଛି । ଲୋକସଭାରେ ଏହି ବିଲ୍‌ ପାସ୍‌ ପରେ ଏବେ ଏହା ରାଜ୍ୟସଭାକୁ ଯିବ । ବିଲ୍‌ ପାସ୍‌ ହେବା ପରେ ଭିନ୍ନ ଭିନ୍ନ ନଦୀ ଜଳ ଟ୍ରିବ୍ୟୁନାଲ୍‌ ଉଚ୍ଛେଦ ହେବ । ସେହିପରି ଆଜି  ଚିଟଫଣ୍ଡ ବିଲ୍ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ବିଲ୍‌କୁ  ସଂସଦରେ ଉପସ୍ଥାପନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ବିଲରେ ଚିଟଫଣ୍ଡ ନିବେଶଙ୍କ ଅର୍ଥ ସୁରକ୍ଷା, ପଞ୍ଜୀକୃତ ଚିଟଫଣ୍ଡ ସଂସ୍ଥାଙ୍କ ବୋଝ ହ୍ରାସ କରିବା ପାଇଁ ବ୍ୟବସ୍ଥା ରହିଛି।

Read More

ଚାରିଥର ଆଇପିଏଲ୍‌ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଲେଗ୍ ସ୍ପିନର ମୟଙ୍କ ମର୍କଣ୍ଡେଙ୍କ ବଦଳରେ ଦିଲ୍ଲୀ କ୍ୟାପିଟାଲ୍‌ସର ସ୍ରିଫେନ୍‌ ରଦରଫୋର୍ଡଙ୍କୁ ଆଣିଛି । ଓ୍ବିଣ୍ଡିଜ୍‌ ଅଲ୍‌ରାଉଣ୍ଡର ରଦରଫୋର୍ଡ ଦଳକୁ ସଠିକ୍‌ ସନ୍ତୁଳନ ପ୍ରଦାନ କରିପାରିବେ ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି । ମର୍କଣ୍ଡେ ବିଗତ ଦୁଇ ସିଜିନ୍‌ ମୁମ୍ବାଇ ପକ୍ଷରୁ ଖେଳି ସର୍ବଦା ଓ୍ବିକେଟ୍‌ ହାସଲରେ ସଫଳ ହୋଇଛନ୍ତି ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବରେ ଦଳ ଜଣେ ଅଲରାଉଣ୍ଡର ଚାହୁଁଥିବାରୁ ଦଳ ରଦରଫୋର୍ଡଙ୍କୁ ବାଛିଛି ବୋଲି ଦଳର ମାଲିକ ଆକାଶ ଅମ୍ବାନୀ ସୂଚନା ଦେଇଛନ୍ତି । ମୟଙ୍କ ଭାରତୀୟ କ୍ରିକେଟର ଜଣେ ଷ୍ଟାର ଏବଂ ସର୍ବଦା ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ରହିଥିବେ ବୋଲି ଅମ୍ବାନୀ କହିଛନ୍ତି ।

Read More

ସିସିଡିର ଅନ୍ତରୀଣ ଚେୟାରମ୍ୟାନ୍‌ ଭାବର ଏସ୍‌ ଭି ରଙ୍ଗନାଥଙ୍କୁ ନିଯୁକ୍ତ କରାଯାଇଛି । କମ୍ପାନୀର ମୁଖ୍ୟ ତଥା ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନେଇଛି ସିସିଡି । ପୂର୍ବରୁ କମ୍ପାନୀର ସ୍ବାଧୀନ ନିର୍ଦ୍ଦେଶକ ରହିଥିବା ରଙ୍ଗନାଥଙ୍କୁ ବୁଧବାର ଅନ୍ତରୀଣ ଚେୟାରମ୍ୟାନ୍‌ ଭାବରେ ଘୋଷଣା କରାଯାଇଛି । ଏହା ସହିତ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବରେ ନୀତିନ ବାଗମାନେଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟ ଅର୍ଥନୈତିକ ଅଧିକାରୀ (ସିଏଫ୍‌ଓ) ଭାବରେ ରାମ ମୋହନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସିଦ୍ଧାର୍ଥଙ୍କ ପତ୍ନୀ ତଥା ନିର୍ଦ୍ଦେଶକ ମଣ୍ଡଳୀର ମୁଖ୍ୟ ମାଳବିକା ହେଗଡେଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଏହି ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଦୁଇ ଦିନ ଧରି ନିଖୋଜ ରହିବା ପରେ ଭି ଜି ସିଦ୍ଧାର୍ଥଙ୍କ ମୃତ ଶରୀର ଆଜି ସକାଳୁ ନେତ୍ରାବତୀ ନଦୀ କୂଳରୁ ମିଳିଥିଲା ।

Read More

ଦିଲ୍ଲୀରେ ଦୀର୍ଘ ସମୟ ଧରି ନେତୃତ୍ବ ସଂକଟ ଚାଲିଥିବାବେଳେ ଏଥିପାଇଁ କଂଗ୍ରେସ ଏକ ବଡ଼ ପଦକ୍ଷେପ ନେଇଛି । ଦଳ ନଭଜୋତ ସିଂଙ୍କୁ ଦିଲ୍ଲୀ ପ୍ରଦେଶ ସଙ୍ଗଠନର କମାଣ ଦେଇପାରେ ବୋଲି ସୂଚନା ରହିଛି । ସିଦ୍ଧୁଙ୍କୁ ଏପରି ଏକ ଦାୟିତ୍ବ ଦେବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିବାର ସୂଚନା ରହିଛି । ତେବେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । କିନ୍ତୁ କଂଗ୍ରେସର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଦୌଡ଼ରେ ନଭଜୋତ ସିଂ ସିଦ୍ଧୁ ଆଗରେ ରହିଛନ୍ତି । ପଞ୍ଜାବରେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର ଶୀତଳ ଯୁଦ୍ଧ ଚାଲିଛି । ସିଦ୍ଧୁ ମଧ୍ୟ ପଞ୍ଜାବ କ୍ୟାବିନେଟ୍‌ରୁ ଇସ୍ତଫା ଦେଇସାରିଛନ୍ତି । ଏପରି ସ୍ଥିତିରେ ସିଦ୍ଧୁଙ୍କୁ ପଞ୍ଜାବରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ଅନୁମାନ କରାଯାଉଛି ।

Read More

ତେଲେଙ୍ଗାନାରେ ପୋଲିସ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଛି । ଏହି ସଙ୍ଘର୍ଷରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ବେଳେ ଦୁଇ ଜଣଙ୍କୁ ସୁରକ୍ଷା ବଳ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଜୁଲାଇ 31 ତାରିଖ ବୁଧବାର ପୋଲିସ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଓ୍ବାରାଙ୍ଗଲ ଜିଲ୍ଳାର ଗୁଣ୍ଡଲା ମଣ୍ଡଳର ରୋଲାଗୋଡ୍ଡା ଜଙ୍ଗଲରେ ଏହି ସଂଘର୍ଷ ଘଟିଛି । ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳି ଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ କମିଶନର ସୁନୀଲ ଦତ୍ତ ପ୍ରକାଶ କରିଛନ୍ତି । ପୋଲିସ୍‌ ଘଟଣାସ୍ଥଳରୁ ତିନୋଟି ବନ୍ଧୁକ ଜବତ କରିଛି ।

Read More

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ୨୧/୦୬/୨୦୧୯ ନୋଟିସ୍ ଉପରେ କୋର୍ଟଙ୍କ ରହିତାଦେଶ ଲାଗିଛି । ଗତ ଜୁନ ୨୧ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର, ଆସୋସିଏଟ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଏହି ସମସ୍ତ ପଦବୀ ପାଇଁ କୌଣସୀ ସଂରକ୍ଷଣ ବ୍ୟବସ୍ଥା ନଥିଲା । ଯାହାକୁ ବିରୋଧ କରାଯାଇଥିଲା । ମାମଲା କୋର୍ଟକୁ ଯାଇଥିଲା। ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ମୂଳ ନୋଟିସ୍ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଏଥିପାଇଁ ପ୍ରଥମେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟାରେ ରୋକ ଲାଗିଥିଲା । ପରେ ଫକୀରେମାହନ ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ନିଯୁକ୍ତି ବିଜ୍ଞାପନ ନେଇ ମଧ୍ୟ ଅପିଲ ହୋଇଥିଲା ।

Read More

ଗୋଟିଏ ପଟେ ରାଜ୍ୟ ସରକାର ମହିଳା ସୁରକ୍ଷା ପ୍ରସଙ୍ଗ କଥା କହୁଛନ୍ତି । ମାତ୍ର 441ଟି ସ୍କୁଲରେ ବାଳିକା ଶୌଚାଳୟ ନଥିବା ସୂଚନା ମିଳିଛି । ଆଜି ବିଧାନସଭା ପ୍ରଶ୍ନକାଳରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ବିଦ୍ୟାଳୟରେ ଶୌଚାଳୟ ବାବଦରେ ପ୍ରଶ୍ନ କରାଯାଇଥିଲା । ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ଥାନରେ ଉତର ରଖିଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଥିଲେ ଯେ ରାଜ୍ୟର 441ଟି ସ୍କୁଲରେ ବାଳିକା ଶୌଚାଳୟର କୌଣସୀ ସୁବିଧା ନାହିଁ । ସେହିପରି 1485ଟି ସ୍କୁଲରେ ବାଳକଙ୍କ ପାଇଁ ଶୌଚାଳୟର ଅଭାବ ରହିଛି । ବିଦ୍ୟାଳୟରେ ଶୌଚାଳୟ ପ୍ରତିଷ୍ଠା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭାବେ ଅଲଗା ରହିଛି ।

Read More

ସାଗରିକା ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ବିଭିନ୍ନତା ଭିତରେ ଭାରତର ଏକତା ଅଭିନ୍ନ । ଏଠାରେ ବିଭିନ୍ନ ଧର୍ମ, ଭାଷା, ଜାତି ଦେଖିବାକୁ ମିଳେ । କିନ୍ତୁ ଆଜିବି ଆମ ଭିତରେ ଜାତିକୁ ନେଇ ସଂକୀର୍ଣ୍ଣତା ଭରି ରହିଛି । ଜାତି, ଧର୍ମରୁ ଉର୍ଦ୍ଧ୍ବରେ ଆମେ ଭାରତୀୟ ବୋଲି କେବଳ କଥାରେ କହୁଛୁ, ବାସ୍ତବରେ ନୁହେଁ । ନିକଟରେ ଏପରି ଏକ ଘଟଣା ଆମ ନଜରକୁ ଆସିଛି । ଅନ୍‌ଲାଇନ୍‌ ଫୁଡ୍‌ ଡେଲଭରି ଓ୍ବେବସାଇଟ୍‌ ଜୋମାଟୋ ପୁଣି ଥରେ ଧର୍ମ ସମ୍ବନ୍ଧୀୟ ଏକ ମାମଲାକୁ ସାମ୍ନାକୁ ଆଣିଛି । ଜଣେ ଗ୍ରାହକ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । କିନ୍ତୁ ଗ୍ରାହକ ଜଣକ ଖାଦ୍ୟକୁ ଜୋମାଟୋରୁ ଗ୍ରହଣ କଲେ ନାହିଁ, କାରଣ ଜୋମୋଟା ତରଫରୁ ଜଣେ ମୁସଲମାନ ଯୁବକ ଡେଲିଭରି ବୟ ଭାବରେ ଏହି ଖାଦ୍ୟକୁ ଗ୍ରାହକକୁ ନିକଟକୁ ଆଣିଥିଲେ । ତେବେ ଜୋମାଟୋ ଉକ୍ତ ବ୍ୟକ୍ତିକୁ ମଧ୍ୟ କଡ଼ା…

Read More

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରାଯାଇଛି । ଜମ୍ମୁ କାଶ୍ମୀର କ୍ରିକେଟ ସଂଘରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଅବଦୁଲ୍ଲାଙ୍କୁ ଜେରା କରାଯାଇଛି । ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ଏହି ଜେରା କରାଯାଇଛି । ଇଡି ପକ୍ଷରୁ 2015ରେ ଦାୟର କରାଯାଇଥିବା ମାମଲାରେ 38 କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଉଲ୍ଲେଖ କରାଯାଇଛି । ସିବିଆଇ ପକ୍ଷରୁ ଅବଦୁଲ୍ଲା ଏବଂ ଅନ୍ୟ ତିନି ଜଣଙ୍କ ନାମରେ ମାମଲା ଦାୟର କରାଯାଇଥିବା ବେଳେ ବୁଧବାର ଦିନ ଇଡି ପକ୍ଷରୁ ଅବଦୁଲ୍ଲାଙ୍କ ବୟାନ ରେକର୍ଡ କରାଯାଇଛି । ଅବଦୁଲ୍ଲାଙ୍କ ବ୍ୟତୀତ ସଲିମ୍‌ ଖାନ୍‌, ଏହସାନ୍‌ ମିର୍ଜା ଏବଂ ବସିର ଅହମଦ୍‌ଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

Read More

କ୍ରିକେଟ୍ ଖେଳାଳି ପୃଥ୍ଵୀ ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିସିସିଆଇ ପକ୍ଷରୁ 8 ମାସ ପାଇଁ ତାଙ୍କୁ କ୍ରିକେଟରୁ ନିଲମ୍ବିତ କରିଛି । 8 ମାସର ଏହି ଅବଧି 2019 ମାର୍ଚ୍ଚରୁ ଆରମ୍ଭ ହୋଇଛି । ଓ୍ବେଷ୍ଟଇଣ୍ଡିଜ ବିରୋଧରେ 2018ରେ 2 ଟି ଟେଷ୍ଟ ଖେଳିଥିବା 19 ବର୍ଷୀୟ ସ ରିପୋର୍ଟ ଅନୁସାରେ ନିଜର ନିତମ୍ବରେ ଲାଗିଥିବା ଆଘାତର ଉପଚାର କରୁଛନ୍ତି । ଫେବୃଆରୀରେ ଅନୁଷ୍ଠିତ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପୃଥ୍ବୀଙ୍କ ନମୁନାରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଥିଲା । ପୃଥ୍ବୀଙ୍କ ବ୍ୟତିତ ବିଦର୍ଭର ଅକ୍ଷୟ ଦୁଲାରବର ଓ ରାଜସ୍ଥାନର ଦିବ୍ୟ ଗଜରାଜଙ୍କୁ ମଧ୍ୟ କ୍ରିକେଟ୍ ବୋର୍ଡ 8 ମାସର ବାସନ୍ଦାଦେଶ ଶୁଣାଇଛି । ପୃଥ୍ବୀ ସ କଫ୍‌ ସିରପ୍‌ ସେବନ କରିଥିବା ବେଳେ ଏଥିରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଛି । ପୃଥ୍ବୀ ଆସନ୍ତା ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ…

Read More

ଅଗଷ୍ଟ ମାସରୁ ପ୍ରତି ପରିବାରକୁ ମିଳିବ ୨ ଲିଟର କିରୋସିନି । ପୂର୍ବରୁ ପ୍ରତି ପରିବାରକୁ ଅଢେଇ ଲିଟର କିରୋସିନି ମିଳୁଥିବାବେଳେ ଏବେ ପରିବାର ପିଛା ୨ ଲିଟର କିରୋସିନି ମିଳିବ ବୋଲି ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛି । କେନ୍ଦ୍ର କୋଟା ହ୍ରାସ କରିଥିବାରୁ ପରିବାର ପିଛା କିରୋସିନିକୁ ହ୍ରାସ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦, ୭୦୦ କିଲୋମିଟର କେନ୍ଦ୍ର ଦେଉଥିଲା । ଏବେ ବାର୍ଷିକ କୋଟା ହିସାବରେ ୧୬,୩୮୪ କିଲୋଲିଟରକୁ ହ୍ରାସ ପାଇଛି । ହିସାବକୁ ନେଲେ ୧.୮୯ ଲିଟର ପଡୁଛି । କିନ୍ତୁ ସରକାର ପରିବାର ପିଛା ୨ ଲିଟର କିରୋସିନି ଦେବେ । ଅଗଷ୍ଟ ମାସରୁ ଏହା ଲାଗୁ କରାଯିବ ବୋଲି ସୂଚନା ରହିଛି ।

Read More

ସିହଂଳୀ କବୟିତ୍ରୀ ଜିନ୍‌ ଅରସନାୟାଗମ୍‌ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି । ଇଂରାଜୀରେ ଅନ୍ୟତମ ଶ୍ରେଷ୍ଠ ଲେଖକର ମାନ୍ୟତା ପାଇଥିବା ଜିନ୍‌ ଅରସନାୟାଗମ୍‌ଙ୍କ ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । କାଣ୍ଡିରେ ଜିନ୍‌ ଅରସନାୟାଗମ୍‌ଙ୍କ ପରଲୋକ ହୋଇଛି । ଡିସେମ୍ବର 2 1931ରେ ଜନ୍ମଗ୍ରହଣ କରିଥିବା ଜିନ୍‌ ଅରସନାୟାଗମ୍‌ ଗ୍ଲାସ୍‌ଗୋ ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ଶ୍ରୀଲଙ୍କାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଇଂରାଜୀ ଶିକ୍ଷା ପ୍ରଦାନ କରିଥିବା ଜିନ୍‌ ଅରସନାୟାଗମ୍‌ଙ୍କୁ 2014ରେ ଭାରତୀୟ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରେମଚାନ୍ଦ ଫେଲୋସିପ୍‌ ଏବଂ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ 2017ରେ ସାହିତ୍ୟରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Read More

ବିଜେପି ବିଧାୟକ ବିଶ୍ବେଶ୍ବର ହେଗେଡ୍‌ କାଗେରୀ ହେଲେ କର୍ଣ୍ଣାଟକ ବିଧାନସଭାର ନୂତନ ବାଚସ୍ପତି । ବିଧାନସଭା ବାଚସ୍ପତି ପଦରୁ କେଆର ରମେଶ ଇସ୍ତଫା ଦେବା ପରେ ମଙ୍ଗଳବାର ଦିନ ବିଶ୍ବେଶ୍ବର ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିନା ପ୍ରତିଦ୍ବନ୍ଦ୍ବୀରେ ବିଜୟୀ ହୋଇଛନ୍ତି କାଗେରୀ । କାଗେରୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ରହି ରାଜନୈତିକ ମଇଦାନରେ ଓହ୍ଲାଇଥିଲେ । କଗେରୀ ୧୯୯୪ରେ କର୍ଣ୍ଣାଟକର ଅଙ୍କୋଲା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ବିଶ୍ବେଶ୍ବର ହେଗେଡ୍‌ କାଗେରୀ ବିଜେପି ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି । ବିଜେପରି ବରିଷ୍ଠ ବିଧାୟକ କାଗେରୀ ନିଜ ରାଜନୈତିକ କ୍ୟାରିଅରରେ ୬ଥର ବିଧାୟକ ହୋଇଥିବାବେଳେ ସଦନର ସମସ୍ତ ଦଳ ନେତାଙ୍କ ସହ ତାଙ୍କ ଉତ୍ତମ ସମ୍ପର୍କ ରହିଛି ।  ବେଶ୍‌ କିଛି ଦିନ ଧରି କର୍ଣ୍ଣାଟକରେ ରାଜନୈତିକ ସଂକଟ ଚାଲିଥିଲା ।…

Read More

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖିଥିଲେ । ପୀଡିତାଙ୍କ ପରିବାରକୁ ବିଭିନ୍ନ ପ୍ରକାରର ଧମକ ଚମକ ଦିଆଯାଉଥିବା ନେଇ ଏହି ଚିଠିରେ ଉଲ୍ଲେଖ କରାଯାଇଥିଲା । ଜୁଲାଇ 12 ତାରିଖରେ ମୁଖ୍ୟ ବିଚାରପତିଙ୍କୁ ପୀଡିତାଙ୍କ ପରିବାର ପକ୍ଷରୁ ଚିଠି ଲେଖାଯାଇଥିଲା । ମାତ୍ର ଏହି ଚିଠି ସମ୍ପର୍କରେ ଜୁଲାଇ 30 ତାରିଖ ମଙ୍ଗଳବାର ଖବର ମିଳିଥିଲା । 12 ତାରିଖରୁ ଚିଠି ମିଳିଥିଲେ ମଧ୍ୟ ରେଜିଷ୍ଟ୍ରାର ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନଥିଲେ । ଏନେଇ 30 ତାରିଖରେ ସୂଚନା ମିଳିବା ପରେ ରେଜିଷ୍ଟ୍ରାରଙ୍କୁ ମୁଖ୍ୟ ବିଚାରପତି ଜବାବ ତଲବ କରିଛନ୍ତି । ଏହା ସହିତ ଦୁର୍ଘଟଣାରେ ଗୁରୁତର ଆହତ ପୀଡିତାଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ନିମନ୍ତେ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।

Read More

କଂଗ୍ରେସ ବିଧାୟକ ତାରା ବାହିନୀପତି ବିଜେପି-ବିଜେଡ଼ିର ମିଳିତ ସରକାରର ଅଭିଯୋଗ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ଦଳର ସଚେତକ ପ୍ରମିଳା ମଲ୍ଲିକ । ନବୀନ ବାବୁ ଉଭୟ ବିଜେପି ଓ କଂଗ୍ରେସ ପ୍ରତି ସମଦୂରତା ରଖିଛନ୍ତି । ଆମର କାହାକୁ ଡର ନାହିଁ ବୋଲି କହିଛନ୍ତି ପ୍ରମିଳା । ସେହିପରି ନିକଟରେ ସମାପ୍ତ ହୋଇଥିବା ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ତାରା ବାହିନୀପତିଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରମିଳା। ନିର୍ବାଚନରେ କଂଗ୍ରେସ ଦଳର ଭୋଟ୍‌ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ପାଟକୁରାରେ ଲୋକେ କଂଗ୍ରେସକୁ ଛାଡ଼ି ବିଜେପିକୁ ଭୋଟ୍‌ ଦେଇଛନ୍ତି । ତ୍ରିପଲ୍‌ ତଲାଲ୍‌ ଇସ୍ୟୁ ବେଶ୍‌ ସପୋର୍ଟ ବୋଲି ଅମର ଶତପଥୀ କହିଥିଲେ । ତ୍ରିପଲ୍‌ ତଲାଲ୍‌ ବିଲ୍‌କୁ ବିଜେଡ଼ିର ସମର୍ଥନ ନେଇ ତାରା ବାହିନୀପତି ବିଜେଡ଼ିକୁ ଟାର୍ଗେଟ୍‌ କରିଥିଲେ ।

Read More

ମୂଳ ରଚନା – ହାରୁନ୍ ଖାଲିଦ୍ ଅନୁବାଦ – ରଙ୍ଗାଚରଣ ପ୍ରଧାନ  ଏମିତି ହଠାତ୍ ଜବାହାରଲାଲ ନେହେରୁଙ୍କ ଦ୍ବାରା ଲିଖିତ ‘ଗ୍ଲିମ୍ପସେସ୍ ଅଫ୍ ଓ୍ବାର୍ଲଡ୍ ହିଷ୍ଟ୍ରି ମୋ ଦୄଷ୍ଟିକୁ ଆସିଥିଲା । ସେତେବେଳକୁ ତିନି ବର୍ଷ ଧରି ମୁଁ ନିୟମିତ କ୍ଲାସକୁ ଯାଉ ନଥିଲି କି ପଢାପଢି ଉପରେ ବିଲକୁଲ ଧ୍ୟାନ ଦେଉ ନଥିଲି । ଲଗାତର ତୄତୀୟ ଥର ପାଇଁ ମୁଁ ପ୍ରୋବେସନରେ ଥିଲି । ଏଥର ବି ଦେଶର ଭଲ ଭଲ ବିଶ୍ବବିଦ୍ୟାଳୟରୁ ପୁଣି ଥରେ ତଡା ଖାଇବାର ପୁରା ସମ୍ଭାବନା ଥାଏ । ଠିକ୍ ସେତିକି ବେଳକୁ ମୋ ଜୀବନରେ ଗୋଟିଏ ବହୁତ ବଡ ମୋଡ ଆସିଥିଲା । ପୁଣି ଥରେ ତଡା ଖାଇବି ବୋଲି ଭାବିନେଇ ସେଥିପାଇଁ ମୁଁ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିସାରିବା ପରେ, ସବୁପ୍ରକାର ଭୟ ତ୍ୟାଗ କରିଦେଇଥିଲି ଓ ନୂଆ ଉତ୍ସାହର ସହ କଠିନ ପରିଶ୍ରମ ଆରମ୍ଭ କରିଦେଇଥିଲି ।…

Read More

ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ ଶାସକ ବିଜେଡିର ମିଳିତ ସରକାର ଚାଲିଛି ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଅଭିଯୋଗ କରିଛନ୍ତି । ଉଭୟ ବିଜେପି ଏବଂ ବିଜେଡି ନାମକୁ ମାତ୍ର ରାଜ୍ୟରେ ପରସ୍ପରକୁ ବିରୋଧ କରୁଛନ୍ତି ମାତ୍ର ପରୋକ୍ଷରେ ଉଭୟ ମିଳିତ ଭାବରେ ସରକାର ପରିଚାଳନା କରୁଛନ୍ତି ବୋଲି ତାରା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସମଦୂରତ୍ବ ବିଷୟରେ କହୁଥିଲେ ମଧ୍ୟ ଭିତରେ ବିଜେପିକୁ ସମର୍ଥନ କରୁଛନ୍ତି । ଏପରିକି ନବୀନ ଟ୍ରିପଲ୍‌ ତଲାକ ଏବଂ ଆରଟିଆଇ ବିଲ୍‌ରେ ସମର୍ଥନ ନିମନ୍ତେ ଦଳୀୟ ହ୍ବିପ୍‌ ମଧ୍ୟ ଜାରି କରିଛନ୍ତି । ନିର୍ବାଚନ ସମୟରେ ସାଧାରଣ ଜନତାଙ୍କୁ ଭକୁଆ ବନାଇ ଏହି ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି ମାତ୍ର ପରଦା ପଛରେ ଉଭୟ ଦଳ କୁତ୍ସିତ ରାଜନୀତି କରୁଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି ।

Read More

ପ୍ରଥମ ଥର ପାଇଁ ଦେଶରେ ହାଇକୋର୍ଟର ସିଟିଙ୍ଗ୍ ଜଜ (ଅବସ୍ଥାପିତ ବିଚାରପତି)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭାରତ ଇତିହାସରେ ପ୍ରଥମଥର ପାଇଁ ଏପରି ଏକ ମାମଲା ହୋଇଛି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏଥିପାଇଁ ଅନୁମତି ଦେଇଛନ୍ତି । ଆଲ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରୀ ନିରୋଧୀ କାନୁନ ଆଧାରରେ ସିବିଆଇକୁ ମକଦ୍ଦମା ରୁଜୁ ପାଇଁ ମୁଖ୍ୟ ନ୍ୟାୟାଧୀଶ ଅନୁମତି ଦେଇଛନ୍ତି। ତେବେ ହାଇକୋର୍ଟର କୌଣସୀ ସିଟିଙ୍ଗ୍ ଜଜଙ୍କ ବିରୋଧରେ ଏଭଳି ପ୍ରଥମ ଥର ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହାଇକୋର୍ଟ ଜଷ୍ଟିସ୍ ଏସଏନ.ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଗମ୍ଭୀର ଅଭିଯୋଗ ହୋଇଛି । ୟୁପିର ମେଡିକାଲ କଲେଜରେ ଏମବିବିଏସ୍ ପ୍ରବେଶ ପାଇଁ ସେ ନିଜର କ୍ଷମତାର ଦୂରୁପଯୋଗ କରି ହେରଫେର କରିଥିବା ଅଭିଯୋଗ ହୋଇଥିଲା ।  ଏହି କାରଣରୁ ତାଙ୍କ ଉପରେ ୨୦୧୮ରେ ସେ କୌଣସୀ ନ୍ୟାୟିକ ନିଷ୍ପତ୍ତି ନେଇ ପାରିବେ…

Read More

ଆସନ୍ତା 4 ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ସୂଚନାନୁସାରେ, ରାଜ୍ୟରେ ମୌସୁମୀ ଏକ ପ୍ରକାର ଉଭାନ ହୋଇଯାଇଥିଲା । କିନ୍ତୁ ଓଡିଶା-ଆନ୍ଧ୍ର ସୀମାରେ ସୃଷ୍ଟ ଲଘୁଚାପ ହେତୁ ମୌସୁମୀ ପୁଣି ସକ୍ରିୟ ହେବା ସହ ସାରା ଓଡିଶାକୁ ଭିଜାଇଥିଲା । ଫଳରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଏପରିକି ଦକ୍ଷିଣ ଓଡିଶାର କିଛି ଜିଲ୍ଲାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲଗାତାର ଭାବେ 5 ଦିନ ବର୍ଷିବା ପରେ ଏବେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷାର ପରିମାଣ କମିଛି । କିଛି ସ୍ଥାନରେ 2 ଦିନ ହେଲା ଆଦୌ ବର୍ଷା ହୋଇନାହିଁ । ଆଉ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଛି । ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା 48 ଘଂଟା ମଧ୍ୟରେ ସ୍ପଳ୍ପ ବୃଷ୍ଟିପାତ ହେବ । ଅଗଷ୍ଟ 2 ରେ…

Read More