ବାଲେଶ୍ୱର ବାଲିଆପାଳ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ 13 ଜଣଙ୍କୁ ଗିରଫ କରିଛି ପୋଲିସ । ଅଟକଙ୍କ ମଧ୍ୟରେ ମହିଳାମାନେ ରହିଥିବା ଜଣାପଡ଼ିଛି । ସେମାନଙ୍କୁ ବସ୍ତା ପୋଲିସ ଷ୍ଟେସନରେ ରଖି ପଚରାଉଚରା କରାଯାଉଛି । ଲୋକଙ୍କୁ ଅଟକ ରଖାଯାଇଥିବାରୁ ପୁଣି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେଥିପାଇଁ ବାଲିଆପାଳରେ 7 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଏକ ଢାବାରେ ଜଣେ ନାବାଳକଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିଲେ ଲୋକ । ଫଳରେ ଅଧିକାରୀ ଜଣକ ଆହତ ହୋଇଥିଲେ । ମାନାବାଧିକାର କମିଶନ ଏହି ମାମଲାର ତଦନ୍ତ କରୁଛନ୍ତି ।
Author: Samikhsya Bureau
ସିଟି ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଆଣ୍ଡି ମୁରେ ଏବଂ ଜେମି ମୁରେ । ସ୍କଟଲ୍ୟାଣ୍ଡର ମୁରେ ବ୍ରଦର୍ସ ନିକୋଲାସ ମାହୁତ ଏବଂ ଏଡୌରାଡ ରୋଜର ଭାସେଲିନ୍ଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । 2016 ପରେ ପ୍ରଥମ ଥର ପାଇଁ ଏକତ୍ର ଖେଳୁଥିବା ଏହି ପୂର୍ବତନ ଏକ ନମ୍ବର ଯୋଡି 6-4,6-7 ଏବଂ 10-5 ସେଟରେ ମାହୁତ-ଭାସେଲିନ୍ ଯୋଡିକୁ ପରାସ୍ତ କରି କ୍ବାର୍ଟର ପ୍ରବେଶ କରିଛନ୍ତି । ବିଶ୍ବର ଶ୍ରେଷ୍ଠ 10 ମାନ୍ୟତାରେ ରହିଥିବା ଯୋଡିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମିଳିଥାଏ । ସେହିପରି ଏକକ ବର୍ଗରେ ଜନ୍ ଇସ୍ନର ହବେର୍ଟ ହୁର୍କାଜ୍ଙ୍କୁ 6-4, 6-4 ସେଟ୍ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି ।
ଝାରଖଣ୍ଡରେ ଜଣେ ତିନି ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ବୁଧବାର ଦୁଇ ଜଣ ଅଭିଯୁକ୍ତ ବାଳିକାକୁ ରେଲଓ୍ବେ ପ୍ଲାଟଫର୍ମରୁ ଅପହରଣ କରି ନେଇଥିଲେ । ଟେଲକୋ ପୋଲିସ ଷ୍ଟେସନ୍ ନିକଟବର୍ତ୍ତୀ ଅଞ୍ଚଳରୁ ବାଳିକାଙ୍କ ମୁଣ୍ଡ ବୀହିନ ଶରୀର ମିଳିଥିଲା । ଦୁଇ ଅପହରଣକାରୀଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ପୋଲିସ୍ କୁକୁର ସହାୟତାରେ ଝିଅଟିର କଟା ମୁଣ୍ଡ ଜବତ କରାଯାଇଥିବା ନେଇ ରେଳବାଇ ପୋଲିସ୍ ମୁଖ୍ୟ ଏହେତ୍ସାମ୍ ଓ୍ବାକ୍ବାରିବ୍ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଓସାମା ବିନ ଲାଦେନର ପୁଅ ହମଜା ଲାଦେନର ମୃତ୍ୟୁ ହୋଇଥିବା ନେଇ ଆମେରିକା ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏବେ ହମ୍ଜାର ମୃତ୍ୟୁର କାରଣ ଏବଂ ସ୍ଥାନ ସ୍ପଷ୍ଟ ହୋଇନାହିଁ । ଏପରିକି ଆମେରିକା ଗୁଇନ୍ଦା ଅଧିକାରୀମାନେ ଏବିଷୟରେ କିଛି ନୀରବତା ଅବଲମ୍ବନ କରିଛନ୍ତି । ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବୁଧବାର ଏହି ଖବର ଉପରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି । ପୂର୍ବରୁ ଆମେରିକା ହମଜାର ଠିକଣା କହିବା ଉପରେ 10 ଲକ୍ଷ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଥିଲା । ଆମେରିକା କହିଥିଲା ଯେ, ହମଜା ନିଜର ପିତାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରୁଛି । ଏହାକୁ ଦୃଷ୍ଟିରେ ରଖି ପୁରସ୍କାର ଘୋଷଣା କରାଯାଇଥିଲା । ଆମେରିକା ଓସାମାଙ୍କ ପୁଅ ହମଜା ବିନ ଲାଦେନଙ୍କୁ ଆତଙ୍କବାଦ…
ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ବିଶ୍ବବିଦ୍ୟାଳୟ ଉପରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୨୫୦୦ ପୁରାତନ ଏବଂ ବିରଳ ପୁସ୍ତକ ଜବତ କରାଯାଇଛି। ରାମପୁରରେ ଅବସ୍ଥାପିତ ଆଜମ୍ ଖାନ୍ଙ୍କ ମହମ୍ମଦ ଅଲ୍ଲୀ ଜୌହର ବିଶ୍ବବିଦ୍ୟାଳୟରେ ମଙ୍ଗଳବାରରୁ ଚଢାଉ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଚାଲିଥିବା ଚଢାଉରେ ବହୁ ବିରଳ ପୁସ୍ତକ ଜବତ କରାଯାଇଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଚଢାଉକୁ ବିରୋଧ କରି ଆନ୍ଦୋଳନ କରିଥିବା ଆଜମ୍ ଖାନ୍ଙ୍କ ପୁଅ ଏବଂ ସମାଜବାଦୀ କର୍ମୀଙ୍କୁ ପୋଲିସ୍ ଗିରଫ କରିବା ପରେ ଚଢାଉ ଜାରି ରଖିଥିବା ନେଇ ରାମପୁର ଏସ୍ପି ଅଜୟ ପେଏ ଶର୍ମା ପ୍ରକାଶ କରିଛନ୍ତି। ଜୁନ୍ ୧୬ ତାରିଖରେ ଓରିଏଣ୍ଟାଲ କଲେଜ୍ ପ୍ରିନ୍ସିପାଲ୍ ଜୁବେର ଖାନ୍ ୯ ହଜାର ବିରଳ ପୁସ୍ତକ ଜୌହର ବିଶ୍ବ ବିଦ୍ୟାଳୟରେ ଥିବା ନେଇ ଅଭିଯୋଗ କରିଥିଲେ।
କେଦାର ମିଶ୍ର ୧୬, ଡିସେମ୍ବର, ୨୦୧୨, ଏ ତାରିଖ ଟା ମନେ ଅଛି ? ନା, ଆମ ଭାରତୀୟ ମାନଙ୍କର ସ୍ମୃତିଶକ୍ତି ବଡ ଦୁର୍ବଳ। ଆମେ ବଡ ସହଜରେ ବଡ ବଡ କଥା ଭୁଲିଯାଉ। ଆପଣଙ୍କୁ ମନେ ପକେଇଦେଉଛି, ସେଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରାଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ।ଏହି ଆନ୍ଦୋଳନର ମୁଖିଆ ବୋଲାଉଥିବା ପୂର୍ବତନ ଭାରତୀୟ ସେନାବାହିନୀର ମୁଖ୍ୟ ଜେନେରାଲ ଭି.କେ.ସିଂ ଓ ବାବା ରାମଦେବ ସରକାରକୁ ସେତେବେଳେ ହଲାପଟା କରି ପକାଇଥିଲେ। ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ…
ବର୍ଷା ଅଭାବରୁ ଏବେ ଚାଷୀଙ୍କୁ ହାତ ବାନ୍ଧି ବସିବାକୁ ପଡ଼ିଛି । ଜୁଲାଇ ମାସରେ 17 ଜିଲ୍ଲାରେ ସ୍ଵାଭାବିକଠୁ 9 ପ୍ରତିଶତ କମ ବର୍ଷା ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ବର୍ଷା ହୋଇଛି । ଝାରସୁଗୁଡ଼ା, ନୟାଗଡ଼, ଢେଙ୍କାନାଳ, ନୂଆପଡ଼ା, ଯାଜପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସମ୍ଵଲପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଗଜପତି, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ କମ୍ ବର୍ଷା ହୋଇଛି । ଫଳରେ ଏହି ସବୁ ଜିଲ୍ଲାରେ ମରୁଡ଼ି ଆଶଙ୍କା ଦେଖା ଦେଇଛି ।
ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଲାଗି ଉଦ୍ଦିଷ୍ଟ ଆଇସିଟି ଆଧାରିତ ବହୁମୁଖୀ ମଂଚ-ପ୍ରଗତି ଜରିଆରେ ୩୦ତମ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂତନ କାର୍ଯ୍ୟକାଳର ଏହା ହେଉଛି ପ୍ରଥମ ପ୍ରଗତି ବୈଠକ।ପୂର୍ବ କାର୍ଯ୍ୟକାଳ ସମୟରେ ୨୯ଟି ପ୍ରଗତି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ୧୨ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ୨୫୭ଟି ପ୍ରକଳ୍ପର କ୍ରମବର୍ଦ୍ଧନଶୀଳ ସମୀକ୍ଷା କରାଯାଇଥିଲା। ୪୭ଟି କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ଅନୁଧ୍ୟାନ କରାଯାଇଥିଲା । ୧୭ଟି କ୍ଷେତ୍ର ତଥା ୨୧ଟି ବିଷୟବସ୍ତୁ ଉପରେ ସାଧାରଣ ଅଭିଯୋଗର ସମାଧାନ ମଧ୍ୟ ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ। ୨୦୨୨ ସୁଦ୍ଧା ଯେପରି କୌଣସି ଗୋଟିଏ ପରିବାର ବାସହୀନ ନରୁହନ୍ତି, କେନ୍ଦ୍ର ସରକାରଙ୍କ ଏହି ସଂକଳ୍ପକୁ…
ଗତକାଲି ରାଜ୍ୟସଭାରେ ଟ୍ରିପଲ୍ ତଲାକ୍ ବିଲ୍ ପାଶ୍ ହୋଇଛି । ବିଗତ ତିନି ଦିନ ମଧ୍ୟରେ ତିନୋଟି ବିଲ୍ ଆଗତ ହୋଇ ପାଶ୍ ହେବାକୁ ସମାଲୋଚନା କରିଛନ୍ତି ତୃଣମୂଳ ସାଂସଦ ଡେରେକ୍ ଓ ବ୍ରାଏନ୍ । ପିଜା ଡେଲିଭରୀ ହେବା ପରି ସରକାର ବିଲ୍ ଗୁଡିକ ପାଶ୍ କରାଉଛନ୍ତି । ବୁଧବାର ଟ୍ବିଟ୍ କରି ବ୍ରାଏନ୍ କହିଛନ୍ତି ‘ସରକାର ପିଜା ଡେଲିଭରୀ କରିବା ଭଳି ବିଲ୍ ପାଶ୍ କରିବା ଦ୍ବାରା କୌଣସି ବିଲ୍ ଉପରେ ଆଲୋଚନା ହୋଇପାରୁନାହିଁ ।’ ବିଲ୍ ଉପରେ ଆଲୋଚନା ହେଉନଥିବାରୁ ବିଲ୍ ପାଶ୍ ହୋଇଯାଉଛି ବୋଲି ବ୍ରାଏନ୍ ପ୍ରକାଶ କରିଛନ୍ତି । ପୂର୍ବରୁ 2004ରୁ 2009 ମଧ୍ୟରେ ଆଲୋଚନା ପରେ 60 ପ୍ରତିଶତ ବିଲ୍ ପାଶ୍ ହୋଇ ପାରିନଥିଲା । 2009-14 ମଧ୍ୟରେ 71 ପ୍ରତିଶତ ବିଲ୍ ପାଶ୍ ହୋଇ ପାରିନଥିଲା । 2014-19 ମଧ୍ୟରେ 26 ପ୍ରତିଶତ ବିଲ୍ ଉପରେ ଆଲୋଚନା ହେବା ପରେ ପାଶ୍…
କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବା ପରେ ଜନତା ଦଳ ସେକୁଲାର (ଜେଡିଏସ୍) ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜେଡିଏସ୍ର ପ୍ରମୁଖ ଏଚ୍ଡି ଦେବେଗୌଡା ଦଳର ୩ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ରାଜ୍ୟରେ ଏଚ୍ଡି କୁମାରସ୍ବାମୀଙ୍କ ସରକାରକୁ ଭାଙ୍ଗିବାରେ ଏହି ତିନି ବିଧାୟକଙ୍କ ମୁଖ୍ୟ ଭୂମିକା ରହିଥିଲା । ଏହି କାରଣରୁ ଏହି ତିନି ବିଦ୍ରୋହୀ ବିଧାୟକଙ୍କୁ ଦଳର ନିଲମ୍ବନ କରାଯାଇଛି । ଏହି ବିଦ୍ରୋହୀ ବିଧାୟକମାନେ ହେଲେ ଏଏଚ୍ ବିଶ୍ବନାଥ, କେ ଗୋପାଲରୈୟା, ଓ କେସି ନାରାୟଣଗୌଡ଼ା । ଜେଡିଏସ୍ର ଏହି ତିନି ବିଧାୟକଙ୍କ ସମେତ କଂଗ୍ରେସ ୧୪ ବିଦ୍ରୋହୀ ବିଧାୟକ କୁମାରସ୍ବାମୀଙ୍କ ଆସ୍ଥା ଭୋଟ୍ ସମୟରେ ବିଧାନସଭାରେ ଅନୁପସ୍ଥିତ ଥିଲେ । ଆସ୍ଥା ଭୋଟରେ କୁମାରସ୍ବାମୀ ବିଫଳ ହେବା ପରେ ତାଙ୍କ ସରକାରର ପତନ ହେଲା । ଏହା ପୂର୍ବରୁ ପୂର୍ବ ବିଧାନସଭା ବାଚସ୍ପତି କେଆର ରମେଶ୍ ଦଳବଦଳ ବିରୋଧୀ କାନୁନ୍…
ମୋଟର ଯାନ ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ କରାଯାଇଛି । କେନ୍ଦ୍ର ପରିବହନ ଓ ସଡକ ମନ୍ତ୍ରୀ ନିତୀନ୍ ଗଡକରୀ ଏହି ବିଲ୍କୁ ରାଜ୍ୟସଭାରେ ଆଗତ କରିଛନ୍ତି । ଦେଶରେ ପ୍ରତି ବର୍ଷ ପାଖାପାଖି ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ ଶିକାର ହେଉଛନ୍ତି । ଟ୍ରାଫିକ୍ ନିୟମ ଥିବା ସତ୍ତ୍ବେ ଅଧିକାଂଶ ଲୋକେ ଏହାକୁ ଠିକ୍ ରୂପେ ପାଳନ କରୁନାହାନ୍ତି । ଯାହାର ଫଳସ୍ବରୂପ ମୃତ୍ୟୁ ତଥା ଶାରିରୀକ ବିକଳାଙ୍ଗର ଶିକାର ହେଉଛନ୍ତି । ଟ୍ରାଫିକ୍ ନିୟମ ପାଳନକୁ ସଶକ୍ତ କରିବା ପାଇଁ ମୋଟର ଯାନ ଆକ୍ଟ ୧୯୮୮ରେ ଏବେ ପରିବର୍ତ୍ତନ କରାଯାଇ ମୋଟର ଯାନ (ସଂଶୋଧନ) ବିଲ୍ ୨୦୧୯ ଆଗତ କରାଯାଇଛି । ଏହି ବିଲ୍ ଲୋକସଭାରେ ପାରିତ କରାଯିବା ପରେ ଏବେ ରାଜ୍ୟସଭାରେ ଆଗତ କରାଯାଇଛି । ଗଡ୍କରୀ କହିଛନ୍ତି ଯେ, ଯାନବାହନ ଜନିତ ଦୁର୍ଘଟଣାର ଯାଞ୍ଚ ପାଇଁ ଏହି ବିଲ୍ରେ ଶକ୍ତ ପ୍ରାବଧାନ ରହିଛି ।…
ଲୋକସଭାରେ ପାରିତ ହେଲା ଏକକ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ବିଲ୍ । ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ପାଇଁ ଏହି ଏକକ ଟ୍ରିବ୍ୟୁନାଲ୍ ବିଲ୍କୁ ପାରିତ କରାଯାଇଛି । ସବୁ ନଦୀ ଜଳ ବିବାଦ ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲ୍ ବ୍ୟବସ୍ଥା କରାଯାଇଛି । ଲୋକସଭାରେ ଏହି ବିଲ୍ ପାସ୍ ପରେ ଏବେ ଏହା ରାଜ୍ୟସଭାକୁ ଯିବ । ବିଲ୍ ପାସ୍ ହେବା ପରେ ଭିନ୍ନ ଭିନ୍ନ ନଦୀ ଜଳ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେବ । ସେହିପରି ଆଜି ଚିଟଫଣ୍ଡ ବିଲ୍ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ବିଲ୍କୁ ସଂସଦରେ ଉପସ୍ଥାପନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ବିଲରେ ଚିଟଫଣ୍ଡ ନିବେଶଙ୍କ ଅର୍ଥ ସୁରକ୍ଷା, ପଞ୍ଜୀକୃତ ଚିଟଫଣ୍ଡ ସଂସ୍ଥାଙ୍କ ବୋଝ ହ୍ରାସ କରିବା ପାଇଁ ବ୍ୟବସ୍ଥା ରହିଛି।
ଚାରିଥର ଆଇପିଏଲ୍ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଲେଗ୍ ସ୍ପିନର ମୟଙ୍କ ମର୍କଣ୍ଡେଙ୍କ ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ରିଫେନ୍ ରଦରଫୋର୍ଡଙ୍କୁ ଆଣିଛି । ଓ୍ବିଣ୍ଡିଜ୍ ଅଲ୍ରାଉଣ୍ଡର ରଦରଫୋର୍ଡ ଦଳକୁ ସଠିକ୍ ସନ୍ତୁଳନ ପ୍ରଦାନ କରିପାରିବେ ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି । ମର୍କଣ୍ଡେ ବିଗତ ଦୁଇ ସିଜିନ୍ ମୁମ୍ବାଇ ପକ୍ଷରୁ ଖେଳି ସର୍ବଦା ଓ୍ବିକେଟ୍ ହାସଲରେ ସଫଳ ହୋଇଛନ୍ତି ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବରେ ଦଳ ଜଣେ ଅଲରାଉଣ୍ଡର ଚାହୁଁଥିବାରୁ ଦଳ ରଦରଫୋର୍ଡଙ୍କୁ ବାଛିଛି ବୋଲି ଦଳର ମାଲିକ ଆକାଶ ଅମ୍ବାନୀ ସୂଚନା ଦେଇଛନ୍ତି । ମୟଙ୍କ ଭାରତୀୟ କ୍ରିକେଟର ଜଣେ ଷ୍ଟାର ଏବଂ ସର୍ବଦା ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ରହିଥିବେ ବୋଲି ଅମ୍ବାନୀ କହିଛନ୍ତି ।
ସିସିଡିର ଅନ୍ତରୀଣ ଚେୟାରମ୍ୟାନ୍ ଭାବର ଏସ୍ ଭି ରଙ୍ଗନାଥଙ୍କୁ ନିଯୁକ୍ତ କରାଯାଇଛି । କମ୍ପାନୀର ମୁଖ୍ୟ ତଥା ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନେଇଛି ସିସିଡି । ପୂର୍ବରୁ କମ୍ପାନୀର ସ୍ବାଧୀନ ନିର୍ଦ୍ଦେଶକ ରହିଥିବା ରଙ୍ଗନାଥଙ୍କୁ ବୁଧବାର ଅନ୍ତରୀଣ ଚେୟାରମ୍ୟାନ୍ ଭାବରେ ଘୋଷଣା କରାଯାଇଛି । ଏହା ସହିତ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବରେ ନୀତିନ ବାଗମାନେଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟ ଅର୍ଥନୈତିକ ଅଧିକାରୀ (ସିଏଫ୍ଓ) ଭାବରେ ରାମ ମୋହନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସିଦ୍ଧାର୍ଥଙ୍କ ପତ୍ନୀ ତଥା ନିର୍ଦ୍ଦେଶକ ମଣ୍ଡଳୀର ମୁଖ୍ୟ ମାଳବିକା ହେଗଡେଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଏହି ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଦୁଇ ଦିନ ଧରି ନିଖୋଜ ରହିବା ପରେ ଭି ଜି ସିଦ୍ଧାର୍ଥଙ୍କ ମୃତ ଶରୀର ଆଜି ସକାଳୁ ନେତ୍ରାବତୀ ନଦୀ କୂଳରୁ ମିଳିଥିଲା ।
ଦିଲ୍ଲୀରେ ଦୀର୍ଘ ସମୟ ଧରି ନେତୃତ୍ବ ସଂକଟ ଚାଲିଥିବାବେଳେ ଏଥିପାଇଁ କଂଗ୍ରେସ ଏକ ବଡ଼ ପଦକ୍ଷେପ ନେଇଛି । ଦଳ ନଭଜୋତ ସିଂଙ୍କୁ ଦିଲ୍ଲୀ ପ୍ରଦେଶ ସଙ୍ଗଠନର କମାଣ ଦେଇପାରେ ବୋଲି ସୂଚନା ରହିଛି । ସିଦ୍ଧୁଙ୍କୁ ଏପରି ଏକ ଦାୟିତ୍ବ ଦେବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିବାର ସୂଚନା ରହିଛି । ତେବେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । କିନ୍ତୁ କଂଗ୍ରେସର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଦୌଡ଼ରେ ନଭଜୋତ ସିଂ ସିଦ୍ଧୁ ଆଗରେ ରହିଛନ୍ତି । ପଞ୍ଜାବରେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର ଶୀତଳ ଯୁଦ୍ଧ ଚାଲିଛି । ସିଦ୍ଧୁ ମଧ୍ୟ ପଞ୍ଜାବ କ୍ୟାବିନେଟ୍ରୁ ଇସ୍ତଫା ଦେଇସାରିଛନ୍ତି । ଏପରି ସ୍ଥିତିରେ ସିଦ୍ଧୁଙ୍କୁ ପଞ୍ଜାବରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ଅନୁମାନ କରାଯାଉଛି ।
ତେଲେଙ୍ଗାନାରେ ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଛି । ଏହି ସଙ୍ଘର୍ଷରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ବେଳେ ଦୁଇ ଜଣଙ୍କୁ ସୁରକ୍ଷା ବଳ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଜୁଲାଇ 31 ତାରିଖ ବୁଧବାର ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଓ୍ବାରାଙ୍ଗଲ ଜିଲ୍ଳାର ଗୁଣ୍ଡଲା ମଣ୍ଡଳର ରୋଲାଗୋଡ୍ଡା ଜଙ୍ଗଲରେ ଏହି ସଂଘର୍ଷ ଘଟିଛି । ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଉଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳି ଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ କମିଶନର ସୁନୀଲ ଦତ୍ତ ପ୍ରକାଶ କରିଛନ୍ତି । ପୋଲିସ୍ ଘଟଣାସ୍ଥଳରୁ ତିନୋଟି ବନ୍ଧୁକ ଜବତ କରିଛି ।
ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ୨୧/୦୬/୨୦୧୯ ନୋଟିସ୍ ଉପରେ କୋର୍ଟଙ୍କ ରହିତାଦେଶ ଲାଗିଛି । ଗତ ଜୁନ ୨୧ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର, ଆସୋସିଏଟ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଏହି ସମସ୍ତ ପଦବୀ ପାଇଁ କୌଣସୀ ସଂରକ୍ଷଣ ବ୍ୟବସ୍ଥା ନଥିଲା । ଯାହାକୁ ବିରୋଧ କରାଯାଇଥିଲା । ମାମଲା କୋର୍ଟକୁ ଯାଇଥିଲା। ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ମୂଳ ନୋଟିସ୍ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଏଥିପାଇଁ ପ୍ରଥମେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟାରେ ରୋକ ଲାଗିଥିଲା । ପରେ ଫକୀରେମାହନ ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ନିଯୁକ୍ତି ବିଜ୍ଞାପନ ନେଇ ମଧ୍ୟ ଅପିଲ ହୋଇଥିଲା ।
ଗୋଟିଏ ପଟେ ରାଜ୍ୟ ସରକାର ମହିଳା ସୁରକ୍ଷା ପ୍ରସଙ୍ଗ କଥା କହୁଛନ୍ତି । ମାତ୍ର 441ଟି ସ୍କୁଲରେ ବାଳିକା ଶୌଚାଳୟ ନଥିବା ସୂଚନା ମିଳିଛି । ଆଜି ବିଧାନସଭା ପ୍ରଶ୍ନକାଳରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ବିଦ୍ୟାଳୟରେ ଶୌଚାଳୟ ବାବଦରେ ପ୍ରଶ୍ନ କରାଯାଇଥିଲା । ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ଥାନରେ ଉତର ରଖିଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଥିଲେ ଯେ ରାଜ୍ୟର 441ଟି ସ୍କୁଲରେ ବାଳିକା ଶୌଚାଳୟର କୌଣସୀ ସୁବିଧା ନାହିଁ । ସେହିପରି 1485ଟି ସ୍କୁଲରେ ବାଳକଙ୍କ ପାଇଁ ଶୌଚାଳୟର ଅଭାବ ରହିଛି । ବିଦ୍ୟାଳୟରେ ଶୌଚାଳୟ ପ୍ରତିଷ୍ଠା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭାବେ ଅଲଗା ରହିଛି ।
ସାଗରିକା ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ବିଭିନ୍ନତା ଭିତରେ ଭାରତର ଏକତା ଅଭିନ୍ନ । ଏଠାରେ ବିଭିନ୍ନ ଧର୍ମ, ଭାଷା, ଜାତି ଦେଖିବାକୁ ମିଳେ । କିନ୍ତୁ ଆଜିବି ଆମ ଭିତରେ ଜାତିକୁ ନେଇ ସଂକୀର୍ଣ୍ଣତା ଭରି ରହିଛି । ଜାତି, ଧର୍ମରୁ ଉର୍ଦ୍ଧ୍ବରେ ଆମେ ଭାରତୀୟ ବୋଲି କେବଳ କଥାରେ କହୁଛୁ, ବାସ୍ତବରେ ନୁହେଁ । ନିକଟରେ ଏପରି ଏକ ଘଟଣା ଆମ ନଜରକୁ ଆସିଛି । ଅନ୍ଲାଇନ୍ ଫୁଡ୍ ଡେଲଭରି ଓ୍ବେବସାଇଟ୍ ଜୋମାଟୋ ପୁଣି ଥରେ ଧର୍ମ ସମ୍ବନ୍ଧୀୟ ଏକ ମାମଲାକୁ ସାମ୍ନାକୁ ଆଣିଛି । ଜଣେ ଗ୍ରାହକ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । କିନ୍ତୁ ଗ୍ରାହକ ଜଣକ ଖାଦ୍ୟକୁ ଜୋମାଟୋରୁ ଗ୍ରହଣ କଲେ ନାହିଁ, କାରଣ ଜୋମୋଟା ତରଫରୁ ଜଣେ ମୁସଲମାନ ଯୁବକ ଡେଲିଭରି ବୟ ଭାବରେ ଏହି ଖାଦ୍ୟକୁ ଗ୍ରାହକକୁ ନିକଟକୁ ଆଣିଥିଲେ । ତେବେ ଜୋମାଟୋ ଉକ୍ତ ବ୍ୟକ୍ତିକୁ ମଧ୍ୟ କଡ଼ା…
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରାଯାଇଛି । ଜମ୍ମୁ କାଶ୍ମୀର କ୍ରିକେଟ ସଂଘରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଅବଦୁଲ୍ଲାଙ୍କୁ ଜେରା କରାଯାଇଛି । ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ଏହି ଜେରା କରାଯାଇଛି । ଇଡି ପକ୍ଷରୁ 2015ରେ ଦାୟର କରାଯାଇଥିବା ମାମଲାରେ 38 କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଉଲ୍ଲେଖ କରାଯାଇଛି । ସିବିଆଇ ପକ୍ଷରୁ ଅବଦୁଲ୍ଲା ଏବଂ ଅନ୍ୟ ତିନି ଜଣଙ୍କ ନାମରେ ମାମଲା ଦାୟର କରାଯାଇଥିବା ବେଳେ ବୁଧବାର ଦିନ ଇଡି ପକ୍ଷରୁ ଅବଦୁଲ୍ଲାଙ୍କ ବୟାନ ରେକର୍ଡ କରାଯାଇଛି । ଅବଦୁଲ୍ଲାଙ୍କ ବ୍ୟତୀତ ସଲିମ୍ ଖାନ୍, ଏହସାନ୍ ମିର୍ଜା ଏବଂ ବସିର ଅହମଦ୍ଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
କ୍ରିକେଟ୍ ଖେଳାଳି ପୃଥ୍ଵୀ ସ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିସିସିଆଇ ପକ୍ଷରୁ 8 ମାସ ପାଇଁ ତାଙ୍କୁ କ୍ରିକେଟରୁ ନିଲମ୍ବିତ କରିଛି । 8 ମାସର ଏହି ଅବଧି 2019 ମାର୍ଚ୍ଚରୁ ଆରମ୍ଭ ହୋଇଛି । ଓ୍ବେଷ୍ଟଇଣ୍ଡିଜ ବିରୋଧରେ 2018ରେ 2 ଟି ଟେଷ୍ଟ ଖେଳିଥିବା 19 ବର୍ଷୀୟ ସ ରିପୋର୍ଟ ଅନୁସାରେ ନିଜର ନିତମ୍ବରେ ଲାଗିଥିବା ଆଘାତର ଉପଚାର କରୁଛନ୍ତି । ଫେବୃଆରୀରେ ଅନୁଷ୍ଠିତ ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପୃଥ୍ବୀଙ୍କ ନମୁନାରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଥିଲା । ପୃଥ୍ବୀଙ୍କ ବ୍ୟତିତ ବିଦର୍ଭର ଅକ୍ଷୟ ଦୁଲାରବର ଓ ରାଜସ୍ଥାନର ଦିବ୍ୟ ଗଜରାଜଙ୍କୁ ମଧ୍ୟ କ୍ରିକେଟ୍ ବୋର୍ଡ 8 ମାସର ବାସନ୍ଦାଦେଶ ଶୁଣାଇଛି । ପୃଥ୍ବୀ ସ କଫ୍ ସିରପ୍ ସେବନ କରିଥିବା ବେଳେ ଏଥିରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଛି । ପୃଥ୍ବୀ ଆସନ୍ତା ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ…

