Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି : ଜମ୍ମୁ କାଶ୍ମୀରରୁ ହଟିଲା ଧାରା ୩୭୦ ଏବଂ ୩୫ ଏ
ବିଶେଷ ଖବର

ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି : ଜମ୍ମୁ କାଶ୍ମୀରରୁ ହଟିଲା ଧାରା ୩୭୦ ଏବଂ ୩୫ ଏ

August 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ହଟାଇଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ପୂର୍ବାହ୍ନ ୧୧.୦୦ ସମୟରେ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ଏହି ଦୁଇ ଧାରା ଉଠାଯିବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ଅଧିକାର ମିଳିପାରିବ ନାହିଁ । ଜମ୍ମୁ କାଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ବେଳେ ଲଦାଖକୁ ମଧ୍ୟ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।

ରାଜ୍ୟସଭାରେ ଏହି ପ୍ରସ୍ତାବ ସମୟରେ ବିରୋଧୀ ଦଳ ସଦସ୍ୟ ମାନେ ହଙ୍ଗାମା କରିଥିଲେ । ପିଡିପି ସାଂସଦ ମାନେ ନିଜର କୁର୍ତ୍ତା ଫାଡିବା ସହିତ କଳାବ୍ୟାଜ୍‌ ପିନ୍ଧି ଏହାର ବିରୋଧ କରିଥିଲେ । ଉଲ୍ଳେଖଯୋଗ୍ୟ ବିଗତ ଦୁଇ ଦିନ ଧରି କାଶ୍ମୀରକୁ ସେନା ଛାଉଣୀରେ ପରିବର୍ତ୍ତନ କରିବା ପରେ ଗତକାଲି ରାତିରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ରଖାଯାଇଥିଲା । ଆଜି ସକାଳେ ମୋଦିଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଆଲୋଚନା ପରେ ଶାହା ରାଜ୍ୟସଭାରେ ନିଜର ବକ୍ତବ୍ୟ ରଖି ଧାରା ୩୭୦ ଏବଂ ୩୫ ଏ ସମ୍ପର୍କରେ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଏହି ଦୁଇ ଧାରାର ଉଚ୍ଛେଦ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଶେଷରେ ଆଜି ଧାରା ୩୭୦ ଏବଂ ୩୫ ଏର ଉଚ୍ଛେଦ କରିବାରେ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍‌ କନଫରେନ୍ସ ପ୍ରମୁଖ ବିରୋଧ କରିଥିବାବେଳେ ଓ୍ବାଇଏସ୍‌ଆର୍‌, ବିଏସ୍‌ପି, ଏଆଇଡିଏମ୍‌କେ ଓ ବିଜେଡ଼ି ସମର୍ଥନ କରିଛନ୍ତି । କିନ୍ତୁ ସହଯୋଗୀ ଦଳ ଜେଡିୟୁର ପ୍ରବକ୍ତା କେସି ତ୍ୟାଗି ସରକାରଙ୍କ ଏହି ନିଷ୍ପତ୍ତିରେ ଅସହମତି ଦର୍ଶାଇଛନ୍ତି ।  ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ବ୍ୟବସ୍ଥା ହଟାଯିବା ପରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୭ ତାରିଖରେ ସର୍ବଦଳୀୟ ବୈଠକ କରିବେ ବୋଲଇ ସୂଚନା ରହିଛି । ଏହି ଅବସରରେ ସେ ଦେଶବାସୀଙ୍କ ସମର୍ଥନ କରିବେ । ମିଳିଥିବା ସୂଚନା ଅନୁସାରେ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି  ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ ସମେତ ଅନ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜରୀଓ୍ବାଲ ସମର୍ଥନ କରିଥିବାବେଳେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ବିରୋଧ କରିଛନ୍ତି ।

ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କ’ଣ ସବୁ ହେବ ପରିବର୍ତ୍ତନ 

  • ଧାରା ୩୭୦ ହଟିବା ପରେ ଏବେ ସେଠାରେ ଦ୍ବୈତ ନାଗରିକତାର ନିୟମ ରଦ୍ଦ ହେବ ।
  • ଜମ୍ମୁ କାଶ୍ମୀର ପାଇଁ ଅଲଗା ସମ୍ବିଧାନ ର ସମାପ୍ତ ହେବ ।
  • ଏଣିକି ଜମ୍ମୁକାଶ୍ମୀରରେ ସଂରକ୍ଷଣ ନିୟମ ଓ କଳାଧନ ନିରୋଧୀ ନିୟମ ଲାଗୁ ହେବ ।
  • ଜମ୍ମୁ-କାଶ୍ମୀରରେ ଏବେ ସୂଚନା ଅଧିକାର କାନୁନ(ଆରଟିଆଇ) ଓ ସିଏଜି ପରି କାନୁନ ମଧ୍ୟ ଲାଗୁ ହେବ।
  • ବାହାର ରାଜ୍ୟର ଲୋକଙ୍କୁ ମଧ୍ୟ ଚାକିରି ମିଳିବ
  • ଜମ୍ମୁ-କାଶ୍ମୀରରେ ଦେଶର କୌଣସି ମଧ୍ୟ ନାଗରିକ ଚାକିରି ପାଇ ପାରିବେ।
  • ଆର୍ଥିକ ଜରୁରୀକାଳୀନ ମଧ୍ୟ ଲାଗୁ ହୋଇପାରେ
  • ଧାରା ୩୭୦ ହଟିବା ପରେ  ଏବେ ଦେଶର କୌଣସି ନାଗରିକ ମଧ୍ୟ ଜମ୍ମୁ-କାଶ୍ମୀରରେ ଜମି କିଣି ପାରିବେ।
  • ସେଠାରେ ଭାରତୀୟ ଧ୍ବଜ ବଦଳରେ ଅଲଗା ଧ୍ବଜ ରହିଥିଲା । କିନ୍ତୁ ସେଠାରେ ଏବେ ଗୋଟିଏ ରାଷ୍ଟ୍ରଧ୍ବଜ ରହିବ ।
  • ଅନ୍ୟ ରାଜ୍ୟ ପରି ଜମ୍ମୁ-କାଶ୍ମୀରରେ ଲାଗୁ ହେବ ପ୍ରତ୍ୟେକ କାନୁନ ।
  • ଜମ୍ମୁ-କାଶ୍ମୀର ରାଜ୍ୟରେ ସମ୍ବିଧାନର ଧାରା ୩୫୬ ଲାଗୁ ହେବ ।
  • ଏଠାରେ ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ପରିବର୍ତ୍ତେ ୫ ବର୍ଷ ହେବ।
  • ଯେକୌଣସି ଲୋକ ଏଠାରେ ଜାଗା କିଣିପାରିବେ ।
Share. Facebook Twitter LinkedIn Email WhatsApp Copy Link

Related Posts

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026
Latest News

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ମାଣ୍ଡ୍ୟାରେ ଶ୍ରୀକ୍ଷେତ୍ର ଆଦିଚୁଞ୍ଚନଗିରିରେ ଶ୍ରୀ ଭୈରବୈକ୍ୟ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

April 16, 2026

ଆଜି ୧୬ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 16, 2026

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.