ଶିଶୁ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପ ‘ପରୀ’ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ରାଜ୍ୟ କ୍ରାଇମବ୍ରାଞ୍ଚର ଏହି ଅଭିଯାନର ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ବିଭିନ୍ନ ଅବହେଳିତ ଶିଶୁଙ୍କୁ ଉଦ୍ଧାର କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଅପରେସନ ସମାନ୍ତରାଳ ଭାବେ ଆରମ୍ଭ ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ‘ମୁସ୍କାନ’ ଓ ‘ସ୍ମାଇଲ’ ଯୋଜନା ପରେ ଏବେ ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଅପରେସନ୍ ‘ପରୀ’ ଅଭିଯାନ ଚାଲିଛି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଦୁଇ ଥର ସଫଳତାର ସହ ସମାପନ ହୋଇଥିବା ବେଳେ ଚଳିତ ବର୍ଷ ଏହା ତୃତୀୟ ଥର ପାଇଁ ଅନୁଷ୍ଠିତ ହେବ।
Author: Samikhsya Bureau
ପୂର୍ବତନ ଅଲରାଉଣ୍ଡର ରବିନ ସିଂ ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ଆବେଦନ କରିଛନ୍ତି । ରବିନ ସିଂହ ଦୀର୍ଘ 15 ବର୍ଷ ହେଲା ବିଭିନ୍ନ ଟିମ୍ର କୋଚିଂ ଦାୟିତ୍ୱ ସମ୍ଭାଳି ସାରିଛନ୍ତି । ତେଣୁ କୋଚ ହେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି । 2007ରୁ 2009 ପର୍ଯ୍ୟନ୍ତ ରବିନ ସିଂହ ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ ଭାବେ କାର୍ଯ୍ୟ କରି ସାରିଛନ୍ତି । 19 ବର୍ଷରୁ କମ୍ ଦଳ ଓ ଭାରତ ଏ’ ସହ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ରବିନ୍ । ଏହାବାଦ୍ ଆଇପିଏଲ୍ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ ଭାବେ ସେ ମଧ୍ୟ ବେଶ ସଫଳତା ସାଉଁଟିଛନ୍ତି । ବର୍ତ୍ତମାନ କୋଚ୍ଙ୍କ ଅଧୀନରେ ଦଳ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାରିଛି । ତେଣୁ ଏବେଠାରୁ 2023 ବିଶ୍ୱକପ୍ ପାଇଁ ଯୋଜନା କରିବାକୁ ପଡ଼ିବ ଏବଂ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପରିବର୍ତ୍ତନ…
ଭାରତୀୟ ବାୟୁସେନାରେ ୪ଟି ନୂତନ ଆପାଚେ ଆଟାକ୍ ହେଲିକପ୍ଟର ସାମିଲ ହେବାକୁ ଯାଉଛି। ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ୪ଟି ହେଲିକପ୍ଟର ଆସନ୍ତା ସପ୍ତାହରେ ବାୟୁସେନାରେ ସାମିଲ ହେବ। ଭାରତ ପକ୍ଷରୁ ଆମେରିକା ନିକଟରୁ ୨୨ଟି ଆପାଚେ ଆଟାକ୍ ହେଲିକପ୍ଟର ଅର୍ଡର ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୪ଟି ହେଲିକପ୍ଟର ଆସନ୍ତା ସପ୍ତାହରେ ପହଞ୍ଚିବ ବୋଲି ଜଣାପଡିଛି। ୨୦୧୫ରେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିଲା। ୨୦୨୦ ସୁଦ୍ଧା ସମସ୍ତ ହେଲିକପ୍ଟର ଭାରତକୁ ରପ୍ତାନୀ କରାଯିବ ବୋଲି ପେଣ୍ଟାଗନ୍ ପକ୍ଷରୁ ପ୍ରକାଶ କରାଯାଇଛି। ସେପ୍ଟେମ୍ବର ମାସରେ ଏହି ହେଲିକପ୍ଟର ଗୁଡିକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡିଛି।
ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲ କାଶ୍ମୀର ଗସ୍ତରୁ ଫେରିବା ପରେ ଅତିରିକ୍ତ ୧୦ ହଜାର ସୁରକ୍ଷା କର୍ମୀଙ୍କୁ ପଠାଇବା ପାଇଁ ନିଷ୍ପତି ନିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କହୁଯାଇଛି ଯେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ଅଧିକ ମୁତୟନ ଫଳରେ ଆତଙ୍କବାଦୀ ନେଟୱର୍କକୁ ଧ୍ୱଂସ କରିବା ନେଇ ଚାଲିଥିବା ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ। ଏହାସହ ରାଜ୍ୟରେ ଆଇନ ବ୍ୟବସ୍ଥାକୁ ସୁଦୃଢ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅନ୍ୟପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ କେନ୍ଦ୍ରର ଏହି ନିଷ୍ପତିକୁ ନେଇ ବିରୋଧ କରିଛନ୍ତି। ମୁଫତୀ ଟ୍ୱିଟ କରି କହିଛନ୍ତି ଯେ କେନ୍ଦ୍ରର ନିଷ୍ପତି ପରେ ଘାଟିରେ ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି। ସେ ଲେଖିଛନ୍ତି ଯେ ଘାଟିରେ ଅତିରିକ୍ତ ୧୦ ହଜାର ଯବାନ ମୁତୟନ କରିବା ନିଷ୍ପତି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅଭାବ ନାହିଁ। ଜମ୍ମୁ-କାଶ୍ମୀରର ସମସ୍ୟା ରାଜନୈତିକ…
ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢୁଥିବା ବେଳେ ଆଜି ପୁନର୍ବାର ଆଉ ଏକ ଦୁଷ୍କର୍ମ ମାମଲା ସମ୍ମୁଖକୁ ଆସିଛି। ଜନୈକା ୪ ବର୍ଷୀୟା ବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ଅତାବିରାରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାରେ ନାବାଳିକାଙ୍କ ସମ୍ପର୍କୀୟ ଭାଇ ସମ୍ପୃକ୍ତ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଜଣା ପଡିବା ପରେ ପୋଲିସ୍ ଯୁବକଙ୍କୁ ଅଟକ ରଖିଛି। ପୋଲିସ୍ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି। ନିକଟରେ ଅନୁଗୁଳ ବସ୍ଷ୍ଟାଣ୍ଡରେ ମଧ୍ୟ ଜଣେ ୧୨ ବର୍ଷୀୟ ବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରାଯାଇଥିଲା।
ତେଲୁଗୁ ବ୍ଲକ୍ବଷ୍ଟର ଅର୍ଜୁନ ରେଡ୍ଡୀର ବଲିଉଡ୍ ରିମେକ୍ କବୀର ସିଂରେ ଚମତ୍କାର ପ୍ରଦର୍ଶନ ପରେ ଶାହିଦ୍ କପୁରଙ୍କୁ ଆଉ ଏକ ତେଲୁଗୁ ଫିଲ୍ମର ହିନ୍ଦି ରିମେକ୍ର ଅଫର ମିଳିଛି । ନିକଟରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ଜର୍ସିର ହିନ୍ଦି ରିମେକ୍ ନିମନ୍ତେ ଶାହିଦ୍ଙ୍କୁ ଅଫର ମିଳିଛି । କବୀର ସିଂ ବକ୍ସ ଅଫିସ୍ରେ 250 କୋଟି ଅତିକ୍ରମ କରିଥିବା ବେଳେ ଶାହିଦଙ୍କୁ ଏହି ଅଫର ପ୍ରଦାନ କରାଯାଇଥିବା ନେଇ ଫିଲ୍ମର ପ୍ରଯୋଜକ ଦିଲ୍ ରାଜୁ ସୂଚନା ଦେଇଛନ୍ତି । ଏହି ଫିଲ୍ମ ଜରିଆରେ ପ୍ରଯୋଜକ ଜରିଆରେ ବଲିଉଡ୍ ପଦାର୍ପଣ କରିବାକୁ ଯାଉଛନ୍ତି ଦିଲ୍ ରାଜୁ । ଜର୍ସି ଜଣେ ଅବସରପ୍ରାପ୍ତ ଖେଳାଳିର ଯାତ୍ରାକୁ ଦେଖାଇଛି । ଫିଲ୍ମରେ ନାନିଙ୍କ ବ୍ୟତିତ ଶ୍ରଦ୍ଧା ଶ୍ରୀନାଥ ନଜର ଆସିଥିଲେ ।
କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ହଟଚମଟ ଥମିବାର ନାମ ନେଉ ନାହିଁ । ଗତକାଲି ବିଜେପି ନେତା ବିଏସ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମଧ୍ୟ ରାଜ୍ୟରେ ରାଜନୈତିକ ଡ୍ରାମା ଜାରି ରହିଛି । କଂଗ୍ରେସ ଏବଂ ଜେଡିଏସ ନେତା କୁମାରସ୍ୱାମୀ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଉପରେ ଦୋଷାରୋପ କରୁଥିଲେ ମଧ୍ୟ ଜେଡିଏସ ବିଧାୟକ କୁମାରସ୍ୱାମୀଙ୍କୁ ବିଜେପିକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି । ଜେଡିଏସ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଜିଟି ଦେବଗୌଡା ବିଜେପିକୁ ବାହ୍ୟ ସମର୍ଥନ ସମ୍ପର୍କରେ ଘୋଷଣା କରିଛନ୍ତି । ଏ ସମ୍ପର୍କରେ କୁମାରସ୍ବାମୀ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜିଟି ଦେବଗୌଡା ପ୍ରକାଶ କରିଛନ୍ତି । ଜେଡିଏସ୍ର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚନା ପରେ ସମସ୍ତଙ୍କୁ ସମ୍ମାନ ଦେଇ ନିର୍ଣ୍ଣୟ ନିଆଯିବ ବୋଲି କୁମାରସ୍ୱାମୀ କହିଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣର ଅନୁମତି ମିଳିଛି । ଆମେରିକାର ସୁପ୍ରିମ୍କୋର୍ଟ ପକ୍ଷରୁ ଟ୍ରମ୍ପ ସରକାରଙ୍କୁ ପ୍ରାଚୀର ନିର୍ମାଣର ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଫେଡେରାଲ କୋର୍ଟ ପ୍ରାଚୀର ନିର୍ମାଣ ଉପରେ ରୋକ୍ ଲଗାଇଥିଲେ । ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଟ୍ରମ୍ପ ଟ୍ବିଟ୍ କରି ନିଷ୍ପତ୍ତିରେ ଖୁସି ଜାହିର କରିବା ସହିତ ଖୁବ୍ ଶୀଘ୍ର ପ୍ରାଚୀର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ମେକ୍ସିକୋ ସୀମାରେ ଅନୁପ୍ରବେଶ ରୋକିବା ନିମନ୍ତେ ଟ୍ରମ୍ପ ପ୍ରାଚୀର ନିର୍ମାଣର ନିଷ୍ପତ୍ତି ନେଇଥିଲେ । ମାତ୍ର ପ୍ରତିରକ୍ଷା ବଜେଟ୍କୁ ଟ୍ରମ୍ପ ପ୍ରାଚୀର ନିର୍ମାଣରେ ବ୍ୟବହାର କରିବାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଏହା ବିପକ୍ଷରେ ଫେଡେରାଲ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଥିଲେ ।
ଆଜି ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ବ୍ୟାଟେରୀ ଚାଳିତ କାର ଏବଂ ସ୍କୁଟରରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି । ବିଦ୍ୟୁତ୍ ଚାଳିତ ଯାନବାହନ ଉପରେ ଜିଏସଟି 12 ପ୍ରତିଶତ ରହିଥିବା ବେଳେ ଏହାକୁ 5 ପ୍ରତିଶତକୁ ହ୍ରାସ କରାଯାଇଛି । ଏହି ଦର ଆସନ୍ତା ଅଗଷ୍ଟ 1 ତାରିଖରୁ ଲାଗୁ ହେବ । ଗତ ଜିଏସଟି କାଉନସିଲିଂରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଚାର୍ଜର ଉପରେ ଲାଗୁଥିବା 18 ପ୍ରତିଶତ ଜିଏସଟିକୁ 12 ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ବ୍ୟତୀତ 12ରୁ ଅଧିକ ଯାତ୍ରୀବାହୀ କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ ବସ କିଣିବାପାଇଁ କୌଣସି ଜିଏସ୍ଟି ଶୁଳ୍କ ଲାଗୁ କରାଯିବ ନାହିଁ ବୋଲି ଜଣା ପଡିଛି ।
ରାଜ୍ୟରେ ଭିକାରୀ ସଂଖ୍ୟା ନେଇ ବିଧାନସଭାରେ ଉତ୍ତର ରଖାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖି ରାଜ୍ୟର ସମୁଦାୟ ଭିକାରୀ ସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ ସମୁଦାୟ 6390 ଭିକାରୀ ରହିଥିବା ବେଳେ କଟକ ଜିଲ୍ଲାରେ ସର୍ବାଧିକ 1060 ଭିକାରୀ ରହିଥିବା ସୂଚନା ମିଳିଛି । ସେହିପରି ଦେବଗଡରେ ସର୍ବନିମ୍ନ 16 ଜଣ ଭିକାରୀ ରହିଥିବା ଜଣାପଡିଛି । ବୌଦ୍ଧରେ 19 ଏବଂ ମାଲକାନଗିରିରେ 21 ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । କଟକ ପରେ ଦ୍ବିତୀୟ ସର୍ବାଧିକ ଭିକାରୀ ବଲାଙ୍ଗୀର ଜିଲ୍ଲାରେ ରହିଛନ୍ତି । ବଲାଙ୍ଗୀରରେ 708 ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୟୁରଭଞ୍ଜରେ 485, ଗଞ୍ଜାମରେ 458 ଏବଂ ପୁରୀରେ 120 ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି ।
ଜମ୍ମୁ କାଶ୍ମୀରର ସୋପିଆଁରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଶନିବାର ସକାଳୁ ଏହି ସଂଘର୍ଷ ସଙ୍ଗଠିତ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ରହିଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ନାଗରିକ ରହିଛନ୍ତି । ମୁନ୍ନା ଲାହୋରୀ ନାମକ ଉକ୍ତ ଆତଙ୍କୀ ଜଣକ ଏକାଧିକ ହତ୍ୟା ମାମଲା ରହିଛି । ମୁନ୍ନା ଲାହୋରୀ ଜୈସ୍ ଏ ମୁଜାହିଦ୍ଦିନିର ସଦସ୍ୟ ଅଟନ୍ତି । ଉଭୟଙ୍କ ନିକଟକରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ଦକ୍ଷିଣ କାଶ୍ମୀରର ବୋନ୍ ବଜାର ଅଞ୍ଚଳରେ ଶନିବାର ସକାଳୁ ସର୍ଚ୍ଚ ଅପରେସନ୍ କରାଯାଉଥିବା ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ବୋନ୍ ବଜାରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ।
ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ନିକଟବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ବିଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରାୟ 180 ମିଲିମିଟର ବର୍ଷା ହୋଇଛି । ମୁମ୍ବାଇର ବଦଲାପୁର ନିକଟରେ ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଟ୍ରେନ ଜଳବନ୍ଦୀ ହୋଇ ଫସି ରହିଛି । ଏହି ଟ୍ରେନରେ ପାଖାପାଖି 700 ଯାତ୍ରୀ ଉପସ୍ଥିତ ଅଛନ୍ତି । ସେମାନେ ଏବେ ଜଳବନ୍ଦୀ ହୋଇ ରହିଛନ୍ତି । ଏନଡିଆରଏଫ ଟିମ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଁଚିଛି । ରେଲୱେ ସୁରକ୍ଷାବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଁଚିଛନ୍ତି । ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ 3 ଟି ନୌକା ପଠାଯାଇଛି । ଏହା ସହ ଟ୍ରେନରୁ ନଓହ୍ଲାଇବା ପାଇଁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି । ଏନେଇ ରେଳବାଇ ପକ୍ଷରୁ ଏକ ଟ୍ବିଟ୍ କରାଯାଇଛି ।
ବହୁ ଚର୍ଚ୍ଚିତ ସାରଥି ବାବାଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଲାଗିଛି । ଏହାସହ ସାରଥିଙ୍କ ଗତିବିଧି ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ନଜର ରଖିବ । ଆଜି ଆତ୍ମଘୋଷିତ ବାବା ସାରଥିଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 4 ଜଣିଆ ଏକ ଟିମ ପହଂଚିଛି । ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଲାଗିଛି । କେବଳ ଇଡି ନୁହେଁ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାରେ ନଜର ରଖିଛି । ଯଦି ସେ ହାଇକୋର୍ଟରେ ରଖାଯାଇଥିବା କୋଣସି ସର୍ତ୍ତକୁ ଉଲଂଘନ କରନ୍ତି ତେବେ ଏହି ଦାୟିତ୍ୱରେ ଥିବା ଅଧିକାରୀ ବିଭାଗର ପରାମର୍ଶ ନେଇ ପଦକ୍ଷେପ ନେବେ । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଚାରି ବର୍ଷ ପରେ ସାରଥୀ ଜେଲ୍ରୁ ମୁକୁଳିଛନ୍ତି ।
ଜମ୍ମୁ କାଶ୍ମୀରର ସୋପିଆଁରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଶନିବାର ସକାଳୁ ଏହି ସଂଘର୍ଷ ସଙ୍ଗଠିତ ହୋଇଥିଲା । ଦକ୍ଷିଣ କାଶ୍ମୀରର ବୋନ୍ ବଜାର ଅଞ୍ଚଳରେ ଶନିବାର ସକାଳୁ ସର୍ଚ୍ଚ ଅପରେସନ୍ କରାଯାଉଥିବା ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଉଭୟ ପକ୍ଷ ପକ୍ଷରୁ ଗୁଳିଚାଳନା ଜାରି ରହିଥିବା ବେଳେ କୌଣସି ସୁରକ୍ଷା ବଳ ଅଧିକାରୀ କିମ୍ବା ଆତଙ୍କବାଦୀ ନିହତ ହୋଇନାହାନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଥିବା ବେଳେ ବୋନ୍ ବଜାରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ।
ରଙ୍ଗାଚରଣ ପ୍ରଧାନ ଆମ ଦେଶପ୍ରେମୀ ମନ ଆମକୁ ଯେତେ ବାଧ୍ୟ କରୁ ପଛେ, ଆମେ କେମିତ ସେହି ଜିଭକୁ ବିଶ୍ବାସ କରିବା କୁହନ୍ତୁ, ଯିଏ କହିପାରେ ଯେ ୬୦୦ କୋଟି ଲୋକ ତାକୁ ଭୋଟ ଦେଇ ଜିତାଇଛନ୍ତି। ଟ୍ରମ୍ପ ସଙ୍ଗେ କଥା ହେବା ବେଳେ ତା’ ତୁଣ୍ଡ ଯେ କାହିଁକି ଥରୁଟିଏ କୁତୁଣ୍ଡ ନ ହୋଇଥିବ ? ମୋଦୀଙ୍କ ଭାଷଣରେ ଓଲଟପାଲଟ ତଥ୍ୟ ସହିତ ଆମେ ଭାରତୀୟମାନେ ସିନା ଅଭ୍ୟସ୍ତ ହୋଇଗଲାଣୁ, କିନ୍ତୁ ଯଦି ମୋଦୀ ସତରେ ଟ୍ରମ୍ପଙ୍କୁ କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବାକୁ କହିଥିବେ, ଟ୍ରମ୍ପ କାହିଁକି ସେ ସୁଯୋଗକୁ ହାତଛଡା କରିବେ ? ସେ କ’ଣ ଭାରତୀୟ ମିଡିଆକୁ ଖାତିର କରନ୍ତି କି ? ଅବଶ୍ୟ ଦୈବାତ୍ କେତେବେଳେ କେମିତି ନିଜ ଦେଶ ଭିତର ଲୋକଙ୍କୁ ଭାଷଣ ଶୁଣାଇବା ବେଳେ ତୁଣ୍ଡ ଲେଉଟି ଯିବା ଏକ ଅଲଗା କଥା । କିନ୍ତୁ ଏକ ରାଷ୍ଟ୍ରମୁଖ୍ୟ ସହ , ସେ…
ଅର୍ଥ ହେରଫେର ମାମଲାରେ ବ୍ୟବସାୟୀ ସାନା ସତୀଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ସତୀଶ ବାବୁଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦିଲ୍ଳୀରୁ ଗିରଫ କରାଯାଇଛି । ବିବାଦୀୟ ମାଂସ ରପ୍ତାନୀକାରୀ ମୋଇନ୍ କ୍ୟୁରେଶୀ ଅର୍ଥ ହେରଫେର ମାମଲାରେ ଏହି ଗିରଫଦାରୀ କରାଯାଇଥିବା ନେଇ ପ୍ରବର୍ତ୍ତନ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି । ଏହି ମାମଲାର ସାକ୍ଷୀ ରହିଥିବା ସତୀଶଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବରେ ଗିରଫ କରାଯାଇଛି । ଗତକାଲି ସତୀଶ ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ସାକ୍ଷ୍ୟ ପ୍ରଦାନ ନିମନ୍ତେ ଯାଇଥିଲେ । ତଦନ୍ତରେ ଅସହଯୋଗ ନିମନ୍ତେ ବାବୁଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଆଜି ସତୀଶଙ୍କୁ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ଏବଂ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି । ଏକ ବର୍ଷ ପୂର୍ବରୁ ସିବିଆଇର ଉପ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ନାମରେ 2 କୋଟି…
କେଦାର ମିଶ୍ର ୨୨ ମାର୍ଚ୍ଚ, ୧୯୬୨ ମସିହା, କଟକର କ୍ୟାପିଟାଲ୍ ସିନେମା ରେ ରିଲିଜ୍ ହୁଏ ସିନେମା “ଲକ୍ଷ୍ମୀ” । ବାଳକୃଷ୍ଣ ଦାଶଂକ ସଂଗୀତ ନିର୍ଦ୍ଦେଶନା ରେ ସେଥିରେ ଥିଲା ଜଣେ ନୂଆ ଓ ତରୁଣ ଗାୟକଂକର ଦୁଇଟି ଗୀତ ।“ ଆରତ ସୁରେ ବାରେ କରେ ମିନତିରେ, ଚକା ନୟନ ଚାହାଁ ମାଗେ ମାଗୁଣୀ ରେ….” ଜଣେ ଅନ୍ଧ ଭିକାରୀ କଣ୍ଠରେ ଦରଦ ଭରା ଏକ ପ୍ରାର୍ଥନା ଓ ଆରଟି “ବାରିଦରେ ଯା’ ନା ତୁ… “ ଏକ ରୋମାଣ୍ଟିକ୍ ଭାବର ଗୀତ । ସେ ଗୀତ ଦୁଇଟି ଓଡିଶାର ଅଗଣିତ ଶ୍ରୋତା ଓ ଦର୍ଶକଂକୁ ସେତେବେଳେ ପାଗଳ କରିଥିଲା। ସେହି ଗୀତ ଦୁଇଟି ସହ ଓଡିଆ ସଂଗୀତ ଆକାଶରେ ଏକ ତାରକାର ଉଦୟ ହୋଇଥିଲା, ଯାହାର ବିଲୟ ଆଉ ହୋଇନାହିଁ। ନିଜ କଂଠର ମାଦକତା ଓ ମଧୁରତା ରେ ପଚାଶ ବର୍ଷ ଧରି ଓଡିଆ ଦର୍ଶକଂକ ମନକୁ ବାନ୍ଧିରଖିଥିବା…
ପୋଖରୀପୁଟ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ୍ରେ ବିଜୟ ଦିବସ ପାଳିତ ହୋଇଯାଇଛି। ୧୯୯୯ କାର୍ଗିଲ୍ ଯୁଦ୍ଧର ବୀର ଯବାନ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଜ୍ଜିବୀତ କରାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଏନ୍ସିସି, ସ୍କାଉଟ୍ ଏବଂ ଗାଇଡ୍ ପକ୍ଷରୁ ଅମର ଯବାନଙ୍କୁ ଗାର୍ଡ୍ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ନୀରିକ୍ଷକ ଶିତିକଣ୍ଠ ପତି ବିଦ୍ୟାର୍ଥୀ ମାନେ ସ୍ବାର୍ଥତ୍ୟାଗ ପୂର୍ବକ ଜାତି ପ୍ରୀତିଭାବ ସଞ୍ଚାର ନିମନ୍ତେ ଆହ୍ବାନ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୁଇ ମିନିଟ୍ ଧରି ନୀରବ ପ୍ରାର୍ଥନା କରାଯାଇଥିଲା। ଏନ୍ସିସିର ବିଭାଗୀୟ ଅଫିସର ପି ଏସ୍ ରାଓଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏହାପରେ ଏନ୍ସିସିର ସଙ୍ଗୀତ ହମ୍ ସବ୍ ଭାରତୀୟ ହୈ ଗାନ କରାଯାଇଥିଲା। ଅଷ୍ଟମ ଶ୍ରେଣୀର ଛାତ୍ର ଦୀପାନ୍ବିତା ମିଶ୍ର ବିଜୟ ଦିବସର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ନବମ ଶ୍ରେଣୀ ଛାତ୍ରୀ ସୁଦ୍ଧୃତି…
ଲୋକସଭାରେ ମହିଳା ସାଂସଦ ତଥା ଅଧ୍ୟକ୍ଷ ରମା ଦେବୀଙ୍କ ବିପକ୍ଷରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ସୁଷମା ସ୍ବରାଜ । ଆଜମ୍ ଖାନ୍ଙ୍କ ମାନସିକ ବିକୃତି ଘଟିଛି ଯାହା ଫଳରେ ଏପରି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି ବୋଲି ସ୍ବରାଜ କହିଛନ୍ତି । ଏହା ସହିତ ଆଜମ୍ ଖାନ୍ଙ୍କ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୁଷମା । ସୂଚନାଯୋଗ୍ୟ ଯେ, ଗୁରୁବାର ଲୋକସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳ ସମୟରେ ବିହାର ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ ଆଜମ୍ ଖାନ୍ । ଆଜମ୍ଙ୍କ ମନ୍ତବ୍ୟ ପରେ ଶୁକ୍ରବାର ମହିଳା ସାଂସଦ ମାନେ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଏବଂ ନିଲମ୍ବନ ଦାବି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସ୍ମୃତି ଇରାନୀ ଏବଂ ନିର୍ମଳା ସୀତାରମଣ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ସଂସଦରୁ ନିଲମ୍ବନ ଦାବି କରିଛନ୍ତି…
ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନବଗଠିତ କର୍ଣ୍ଣାଟକ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବି ଏସ୍ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହା । ୟେଦ୍ୟୁରପ୍ପାଙ୍କ ନେତୃତ୍ବ ଏବଂ ମୋଦିଙ୍କ ତତ୍ତ୍ବାବଧାନରେ ବିଜେପି କର୍ଣ୍ଣାଟକରେ ଏକ ସଶକ୍ତ ଏବଂ ବିକାଶମୂଳକ ସରକାର ପ୍ରଦାନ କରିବ ବୋଲି ଶାହା ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ଲୋକଙ୍କ ଆଶା ପୂରଣ କରିବାର ସମସ୍ତ ଉଦ୍ୟମ ସରକାରଙ୍କ ପକ୍ଷରୁ କରାଯିବ ବୋଲି ଶାହା କହିଛନ୍ତି । କର୍ଣ୍ଣାଟକର ଚାଷୀ ମାନଙ୍କ ସମସ୍ୟା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଶାହା ପ୍ରକାଶ କରିଛନ୍ତି । ଅନ୍ୟତମ ବିଜେପି ନେତା ତଥା ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ସରକାର ଅନ୍ତରୀଣ ବିବାଦ ଯୋଗୁଁ ଭୁଷୁଡିଲା ଏବଂ ବିଜେପି ଏକ ସ୍ଥିର ସରକାର ପ୍ରଦାନ…
ଭୂକମ୍ପପ୍ରବଣ ଫିଲିପାଇନ୍ସରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସଙ୍ଗଠିତ ହୋଇଛି । ଏହି ଭୂମିକମ୍ପରେ ଅନ୍ୟୁନ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ଜଣ ଆହତ ହୋଇଛନ୍ତି । ଶନିବାର ଅନୁଷ୍ଠିତ ଭୂମିକମ୍ପଟି ଫିଲିପାଇନ୍ସର ଉତ୍ତର ଭାଗ ଲୁଜୋନ୍ ଷ୍ଟ୍ରେଟ୍ରେ ଅନୁଭୂତ ହୋଇଥିଲା । ପ୍ରଥମ ଥର ହୋଇଥିବା ଭୂକମ୍ପରେ 5 ଜଣ ନିହତ ହୋଇଥିବା ବେଳେ ଦ୍ବିତୀୟ ଥର ଅନୁଭୂତ ଭୂକମ୍ପରେ 2 ଜଣ ନିହତ ହୋଇଥିଲେ । ପୁରାତନ କୋଠା ଗୁଡିକ ଏହି ଭୂକମ୍ପରେ ଭୁଷୁଡି ପଡିଥିବା ବେଳେ ଏହା ତଳେ ଅନେକ ଲୋକ ଫସି ରହିଛନ୍ତି । ପ୍ରଥମ ଭୂକମ୍ପର ତୀବ୍ରତା 5.9 ରହିଥିବା ବେଳେ ଦ୍ବିତୀୟ ଭୂକମ୍ପର ତୀବ୍ରତା 6.4 ରହିଥିଲା । ଫିଲିପାଇନ୍ସ ସରକାରଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 2800 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

