Author: Samikhsya Bureau

ଆମ୍ରପଲ୍ଲୀ ଗ୍ରୁପ୍‌ ମାମଲାରେ ସୁପ୍ରିମ୍‌କୋର୍ଟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୀର୍ଷ ଅଦାଲତଙ୍କ ଆଦେଶ ଅନୁସାରେ ଆମ୍ରପଲ୍ଲୀ ପ୍ରୋଜେକ୍ଟସରେ ଘର କିଣିଥିବା କ୍ରେତାଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏନବିବିସିକୁ ଅଧା ରହିଥିବା ଫ୍ଲାଟ ନିର୍ମାଣ କରିବା ପାଇଁ କହିଛନ୍ତି। ଏହାସହ ଆମ୍ରପଲ୍ଲୀ ମାଲିକଙ୍କ ବିରୋଧରେ ଇଡିକୁ ମନି ଲଣ୍ଡରିଂ ମାମଲାରେ ଯାଂଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମେ ୧୦ରେ କୋର୍ଟ ଏହି ମାମଲାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। କୋର୍ଟଙ୍କ ନିଷ୍ପତ୍ତି ଉପରେ ଆମ୍ରପଲ୍ଲୀର ହଜାରରୁ ଅଧିକ କ୍ରେତାଙ୍କ ନଜର ରହିଥିଲା। ଏହି କ୍ରେତାମାନେ ଟଙ୍କା ଦେବା ପରେ ମଧ୍ୟ ଫ୍ଲାଟ ପାଇନଥିଲେ। ବର୍ଷବର୍ଷ ଧରି ଟଙ୍କା ଦେଇଥିବା ବ୍ୟକ୍ତିମାନେ ହଇରାଣ ହେଉଥିଲେ। ଏହାପରେ ସୁପ୍ରିମକୋର୍ଟ କଠୋର ହେବା ସହ ଏହାର ଡାଇରେକ୍ଟରଙ୍କ ସମ୍ପତି ଜବତ କରିବାକୁ କହିଥିଲେ। ବର୍ତ୍ତମାନ ଏହାର ସିଏମଡି ସମେତ ଅନେକ ବ୍ୟକ୍ତି ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ଏହି ମାମଲରେ ସୁପ୍ରିମକୋର୍ଟ ସରକାରୀ କମ୍ପାନୀ…

Read More

ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭାରେ ହଙ୍ଗମା ହେଉଥିବା ବେଳେ ପୁଣି ଏଭଳି ଲଜ୍ଜା ଜନକ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହାରପାଲି ବସ୍ତିରେ ଗତ ୮ ତାରିଖରେ ନାବାଳିକା ନିକଟସ୍ଥ ଏକ ଜଙ୍ଗଲରେ ଗଣ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ପରିବାର ଲୋକ ଏ ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରେ ୮ ରୁ ୧୦ ଜଣ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି । ବୀରମିତ୍ରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ମାମଲରେ ପୋଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁଚରା କରୁଛି ।

Read More

ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଯାଏଁ ଉତ୍ତମ ମୋବାଇଲ ସେବା ହୋଇପାରିନାହିଁ । ଫଳରେ କାହା ସହ ଯୋଗାଯୋଗ କରିବାରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦାବି କରି ଆଜି ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରାଯାଉଛି । ଚିତ୍ରକୋଣ୍ଡା ଭଳି ଉପାନ୍ତ ଅଂଚଳରେ ବାସ କରୁଥିବା ହେତୁ ସେମାନେ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଦୀର୍ଘ ଦିନରୁ ଉତ୍ତମ ମୋବାଇଲ ସେବା ଯୋଗାଇବା ନେଇ ଦାବି ଜଣାଇଥିଲେ ମଧ୍ୟ ସେହି ଅଞ୍ଚଳରେ କୌଣସି ଫଳ ମିଳିନଥିଲା । ତେଣୁ ଆଜି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରାଯାଉଛି ।

Read More

ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଛନ୍ତି। ସରକାର ଏ ପ୍ରସଙ୍ଗରେ ବିବୃତ୍ତି ରଖିବା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି। ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ନାବାଳିକାଙ୍କ ପ୍ରତି ବଢ଼ୁଥିବା ଅପରାଧ ଭଳି ସଙ୍ଗୀନ ପ୍ରସଙ୍ଗ ପୁଣି ଥରେ ଦୋହରାଇ ଥିଲେ। ନାବାଳିକା ଦୁଷ୍କର୍ମ, ନିଖୋଜ, ହତ୍ୟା, ଅନୁଗୁଳ ଓ ଭବାନୀପାଟଣା ଘଟଣାରେ ଆଲୋଚନା ପାଇଁ ଦାବି କରିଥିଲେ। ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି ମଧ୍ୟ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ଏନେଇ ମୁଖ୍ୟମନ୍ତ୍ରୀ ନିଜ ପଦବୀରେ ରହିବାର ନୈତିକ ଅଧିକାର ହରାଇଛନ୍ତି ଓ ସେ ତାଙ୍କ ପଦରୁ…

Read More

ଅନୁଗୁଳ ମେଡ଼ିକାଲରୁ ପୁଣି ଶବରୁ ଆଖି ଗାଏବ ହେବାର ଅଭିଯୋଗ ଆସିଛି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ଗତକାଲି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ତାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ମର୍ଗରେ ରଖାଯାଇଥିଲା । ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି ଗାଏବ ଥିବା ଦେଖିବାକୁ ମିଳିଥିଲା । କାଲି ରାତିରେ ମୃତଦେହରୁ ଆଖି ତାଡିନେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ନେଇ ଏଯାଏଁ ଅନୁଗୁଳ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।  ଜୁଲାଇ ୧୯ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୪ବର୍ଷର ମୃତ ଶିଶୁକନ୍ୟାର ଆଖି ନଥିବା ଅଭିଯୋଗ ହୋଇଥିଲା ।

Read More

କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥି ଦାବିକୁ  ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ଖାରଜ କରିଛି । ବିଦେଶ ମନ୍ତ୍ରାଳୟ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛି, ସେଭଳି କିଛି ଅନୁରୋଧ କରାଯାଇ ନଥିଲା । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଆମେ ଆମେରିକା ରାଷ୍ଟ୍ରପତିଙ୍କର ପ୍ରେସରେ ଦିଆଯାଇଥିବା ବୟାନ ଦେଖିଛୁ, ଯେଉଁଥିରେ ସେ କହିଥିଲେ ଯେ, ଯଦି ଭାରତ ଓ ପାକିସ୍ତାନ ଦ୍ୱାରା ଅନୁରୋଧ କରାଯାଏ, ସେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଏଭଳି ଅନୁରୋଧ କରି ନଥିଲେ । ସେ କହିଥିଲେ, ଭାରତ ଚାହୁଁଛି ପାକିସ୍ତାନ ସହିତ ସବୁ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେଉ । ପାକିସ୍ତାନ ସର୍ବପ୍ରଥମେ ସୀମାରେ ଆତଙ୍କବାଦ ଶେଷ କରୁ । କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ୍‌ ମଧ୍ୟସ୍ଥତାକୁ ନେଇ ଆମେରିକାର ବିଦେଶ ମନ୍ତ୍ରାଳୟ ମଧ୍ୟ ଏକ…

Read More

କେନ୍ଦ୍ର ସରକାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କଠାରୁ ଜେଡ୍ ପ୍ଲସ ସୁରକ୍ଷା ପେରସ୍ତ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହ ଆହୁରି ୨୪ରୁ ଅଧିକ ଭିଭିଆଇପିଙ୍କଠାରୁ ମଧ୍ୟ ଏହି ସୁରକ୍ଷା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ଅଖିଲେଶଙ୍କୁ ଭିଭିଆଇପି ସୁରକ୍ଷା ୨୦୧୨ରେ ୟୁପିଏ ସରକାର ସମୟରେ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଅଖିଲେଶଙ୍କ ସୁରକ୍ଷାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ୨୨ଜଣ ଏନଏସଜି କମାଣ୍ଡୋ ରହିଛନ୍ତି। ଏହାପୂର୍ବରୁ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପରିବାର ସଦସ୍ୟଙ୍କଠାରୁ ମଧ୍ୟ ଏହି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି। ଜେଡ୍‌ପ୍ଲସ୍‌ ସୁରକ୍ଷା ଦେଶର ଭିଆଇପି ବ୍ୟକ୍ତିଙ୍କୁ ମିଳୁଥିବା ସର୍ବୋଚ୍ଚ ସୁରକ୍ଷା ଅଟେ।

Read More

ଅଭିନେତ୍ରୀ କୋଏନା ମିତ୍ରଙ୍କୁ ଏକ ଚେକ୍‌ ବାଉନ୍ସ ମାମଲାରେ  ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଅନ୍ଧେରୀ ମେଟ୍ରୋପଲିଟାନ୍‌ କୋର୍ଟ ମାଜିଷ୍ଟ୍ରେଟ୍‌ କେତକୀ ଚଭନ୍‌ ରାୟରେ ମଡେଲ୍‌ ତଥା ଅଭିଯୋଗକାରିଣୀ ପୁନମ୍‌ ସେଠୀଙ୍କୁ ୪.୬୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ର ଏହି ମାମଲା ଅନୁଯାୟୀ କୋଏନା ୨୨ ଲକ୍ଷ ଟଙ୍କା ପୁନମ୍‌ଙ୍କଠାରୁ କରଜ ନେଇ ପୈଠ କରି ନ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୩ ଲକ୍ଷ ଟଙ୍କାର ଏକ ଚେକ୍‌ ଦେଇଥିଲେ। କିନ୍ତୁ ଏହାକୁ ବ୍ୟାଙ୍କ ଗ୍ରହଣ କରି ନ ଥିଲା। ମାମଲା କୋର୍ଟରେ ଗଡ଼ିବା ପରେ ଶେଷରେ କୋଏନାଙ୍କୁ ଜେଲ୍‌ଦଣ୍ଡାଦେଶ ମିଳିଛି। ମଡେଲ ତଥା ବଲିଉଡର ଏହି ଅଭିନେତ୍ରୀ ଜଣକ ମ୍ୟୁଜିକ ଭିଡିଓ ଓ ବଲିଉଡ ଫିଲ୍ମ ରେ କାମ କରିଛନ୍ତି। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ରୋଡ’ରେ ଅତିଥି କଳାକାର ରୂପେ…

Read More

କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା ଏ ପର୍ଯ୍ୟନ୍ତ ଶେଷ ହେବାର ନା ନେଉନାହିଁ। ଅନାସ୍ଥାପ୍ରସ୍ତାବ ଉପରେ ୩ ଦିନ ଚର୍ଚ୍ଚା ହେବା ପରେ ମଧ୍ୟ ସୋମବାର ବିଳମ୍ବିତ ରାତି ଯାଏଁ କୌଣସି ଫଳ ବାହାରି ପାରି ନାହିଁ। ଶେଷରେ ବାଚସ୍ପତି ବିଧାନସଭାର ଅଧିବେଶନକୁ ମଙ୍ଗଳବାର ଯାଏଁ ସ୍ଥଗିତ କରି ଦେଇଛନ୍ତି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟାରେ ଶକ୍ତି ପରୀକ୍ଷା ହେବ। ବିଜେପି ଓ ଜେଡିଏସ-କଂଗ୍ରେସ ବିଧାୟକଙ୍କର ହଙ୍ଗାମା ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ଗୃହରେ କହିଛନ୍ତି, ମଙ୍ଗଳବାର ଆମର କିଛି ସଦସ୍ୟଙ୍କ ସମ୍ବୋଧନ ପରେ ବହୁମତ ପରୀକ୍ଷଣ ପୂରା କରାଯିବ। ତେବେ ଆଜି କର୍ଣ୍ଣାଟକ ରାଜନୀତିରେ ସନ୍ଧ୍ୟା ସୁଦ୍ଧା କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି।

Read More

କେଦାର ମିଶ୍ର ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥି ହେବାକୁ ଅନୁରୋଧ କରିଥିଲେ। ଟ୍ରମ୍ଫ ଏକଥା କହିବାର ଅର୍ଥ ହେଉଛି, ଗତ ୫୦ ବର୍ଷ ଧରି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିବାର ସନ୍ଦେହ ଉପୁଜିବା। ୧୯୭୨ ଶିମଳା ରାଜିନାମା ପରେ ଭାରତ ଓ ପାକିସ୍ତାନ ନିଜ ଭିତରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବେ। ପୁନଶ୍ଚ କାଶ୍ମୀର ଭାରତର ନିଜସ୍ଵ ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ଦ୍ଵିତୀୟ ବା ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ ବାରମ୍ବାର କହିଆସିଛି। ତେବେ ହଠାତ ଆମେରିକା ରାଷ୍ଟ୍ରପତି ଏ…

Read More

ସମୀକ୍ଷା ବ୍ୟୁରୋ      ୨୦ ଘଣ୍ଟାର ଅବଗଣନା ପରେ ଅପରାହ୍ଣ ୨ଟା ୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି ଏସଏଚଏଆର)ରୁ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ଯାନକୁ ଉତକ୍ଷେପଣ କରାଯାଇଛି। ଦୁଇଟି ଏସ ୨୦୦ କଠିନ ଷ୍ଟ୍ରାପ-ଅନ ମୋଟର ଜରିଆରେ ଏହି ଉତକ୍ଷେପଣ କରାଯାଇଛି । ମହାକାଶ ଯାନ ଉତକ୍ଷେପଣର ସମସ୍ତ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେରେ ହୋଇଥିଲା । ଭୂପୃଷ୍ଠରୁ ଉତକ୍ଷେପଣ ହେବାର ୧୬ ମିନିଟ ୧୪ ସେକେଣ୍ଡ ପରେ ଉତକ୍ଷେପଣ ଯାନ ଚନ୍ଦ୍ରୟାନ-୨ ମହାକାଶ ଯାନକୁ ଅଣ୍ଡାକୃତି ପୃଥିବୀର କକ୍ଷପଥରେ ସଫଳତାପୂର୍ବକ ଅଲଗା କରି ଅବସ୍ଥାପିତ କରାଯାଇଛି । ଉତକ୍ଷେପଣ ଯାନ ଠାରୁ ମହାକାଶ ଯାନ ଅଲଗା ହେବା ସଙ୍ଗେ ସଙ୍ଗେ ମହାକାଶ ଯାନର ସୌର ଶୃଙ୍ଖଳା ସ୍ୱୟଂକ୍ରିୟ ଭାବେ କାର୍ଯ୍ୟକ୍ଷମ ହୋଇଯାଇଥିଲା । ଏଥିସହିତ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ତୁରନ୍ତ ମହାକାଶ ଯାନ ଉପରେ…

Read More

କୋଣାର୍କ ମନ୍ଦିର ନିମନ୍ତେ ଆମିକସକ୍ୟୁରୀ ନିଯୁକ୍ତ କରିଛନ୍ତି ଓଡିଶା ହାଇକୋର୍ଟ । ଏନ୍‌ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ନିମନ୍ତେ ଆମିକସକ୍ୟୁରୀ ଭାବରେ ନିଯୁକ୍ତ କରିଛନ୍ତି । ଦିଲ୍ଳୀପ ମହାପାତ୍ର ନାମକ ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଆମିକସକ୍ୟୁରୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ପରେ ହାଇକୋର୍ଟଙ୍କୁ ନିଜର ରିପୋର୍ଟ ପ୍ରଦାନ କରିବେ । ବାତ୍ୟାରେ କୋଣାର୍କ ସୂର୍ଯ୍ୟମନ୍ଦିର ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ଏହି ଯାଚିକା ଦାୟର କରାଯାଇଥିଲା ।

Read More

ଭୁବନେଶ୍ବର ଏବଂ ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବାକୁ ଯାଉଛି। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ଟର ଜରିଆରେ ସୂଚନା ଦେଇଛନ୍ତି। ଭୁବନେଶ୍ବରରୁ ସୁରଟ  ସିଧାସଳଖ ବିମାନ ନିମନ୍ତେ କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିବା ପରେ ଏହି ବିଷୟରେ ଘୋଷଣା କରିଛନ୍ତି ଅପରାଜିତା। ପ୍ରାରମ୍ଭିକ ଭାବରେ ସପ୍ତାହକୁ ଏହି ବିମାନଟି ଦୁଇ ଦିନ ଚଳାଚଳ କରିବ ବୋଲି ଜଣାପଡିଛି। ଟ୍ବିଟ୍ଟର ଜରିଆରେ ଏହି ସୂଚନା ପ୍ରଦାନ କରିବା ସହିତ ହରଦୀପ ପୁରୀଙ୍କୁ ଭେଟୁଥିବାର ଏକ ଫଟୋ ସେୟାର କରିଛନ୍ତି ସାଂସଦ।

Read More

ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି 2 ଛାତ୍ର ଆହତ ହୋଇଥିଲେ। ଏହି ମାମଲାରେ ପୋଲିସ ସୋମବାର 2 ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୂତିକୃଷ୍ଣ ପଣ୍ଡା ଏବଂ ଏସ୍‌. ପ୍ରତାପ ରେଡ୍ଡୀ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଡିଟୋନେଟର, ଜିଲୋପିନ ଏବଂ ୟୁରିଆ ସାର ଜବତ କରାଯାଇଛି ।  ସୋମବାର ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ସୁବାଷ ଚନ୍ଦ୍ର ସେଠୀଆ, ଅତିରିକ୍ତ ତହସିଲଦାର, ଆଶୁତୋଷ ଗୌରବ କର ଏବଂ ଆସିକା ଥାନା ଅଧିକାରୀ ପୀତବାସ ଧାରୁଆଙ୍କୁ ନେଇ ଏହି ଚଢାଉ କରାଯାଇଥିଲା । ଏହି ମାମଲାରେ ପୋଲିସ୍‌ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି ।

Read More

ରାଜ୍ୟର ୧୨ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତର ହେବାର ସମ୍ଭାବନା ରହିଛି । ଅପରାହ୍ନ 5.45 ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ବଲାଙ୍ଗିର, ଜଗତସିଂହପୁର, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ନୂଆପଡ଼ା । ଅନ୍ୟପକ୍ଷରେ ଆଗାମୀ 3ରୁ4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା 24 ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଯାଏ ସ୍ୱାଭାବିକଠାରୁ 29 ପ୍ରତିଶତ କମ୍ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି ।

Read More

କଟକରେ ଆୟୋଜିତ ହେଉଥିବା ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ତିନି ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରତିଯୋଗିତାର ଅନ୍ତିମ ଦିବସରେ ଭାରତୀୟ ମହିଳା ଖେଳାଳି ଆୟିକା ମୁଖାର୍ଜୀ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଦଳଗତ ଡବଲ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥାନ୍ତି । ପୂର୍ବରୁ ଭାରତୀୟ ମହିଳା ଦଳଗତ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏହା ଟୁର୍ଣ୍ଣାମେଣ୍ଟରେ ଭାରତର ଚତୁର୍ଥ ସ୍ବର୍ଣ୍ଣ ।

Read More

ଭାରତ ଏବଂ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ଚନ୍ଦ୍ର ଅଭିମୁଖେ ପ୍ରେରଣ କରିଛି ଚନ୍ଦ୍ରଯାନ-2 । ଏହା ସହିତ ଇତିହାସ ପୃଷ୍ଠାରେ ନିଜର ନାମ ଲିପିବଦ୍ଧ କରିବାରେ ସଫଳ ହୋଇଥିବା ଇସ୍ରୋର ବୈଜ୍ଞାନିକଙ୍କୁ ବଧାଇ ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-2 ଉତକ୍ଷେପଣ କରି ଭାରତ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛି ବୋଲି ଟ୍ବିଟ୍‌ କରି କହିଛନ୍ତି ମୋଦି । ଚନ୍ଦ୍ରଯାନ-2 ସର୍ବଦା ଭାରତୀୟ ମହାକାଶ ଅଭିଯାନକୁ ଏକ ନୂତନ ଦିଶା ପ୍ରଦାନ କରିବ । ସେହିପରି ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ସୌଭାଗ୍ୟ ହାସଲ କରିବ । ସୋମବାର ଅପରାହ୍ନ 2.43ରେ ମହାକାଶ ଯାନ ଜିଏସଏଲଭି ଏମକେ-3 ଚନ୍ଦ୍ରଯାନ-2କୁ ନେଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

Read More

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣାରେ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି। ସିଡବ୍ଲୁସିଙ୍କ ଏତଲା ଆଧାରରେ ତଦନ୍ତ କରି ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଭବାନୀପାଟଣା ପୋଲିସ ଗିରଫ କରିଛି। ସୂଚନାନୁସାରେ, ଆଜି ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସିଡବ୍ଲୁସିଙ୍କ ଏତଲା ଆଧାରରେ ତଦନ୍ତ କରିବା ପରେ ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଭବାନୀପାଟଣା ପୋଲିସ ଗିରଫ କରିଛି। ପୀଡ଼ିତାଙ୍କୁ ଯୌନ ନିର୍ଯାତନା ହୋଇଥିବା ପ୍ରମାଣ ମିଳିଥିବାରୁ ଆଜି ସିଡବ୍ଲୁସି ଭବାନୀପାଟଣା ଥାନାରେ ଏତଲା ଦେଇଥିଲେ। ଗତକାଲି ପୀଡିତା ଓ ତାଙ୍କ ମାଆଙ୍କୁ ପଚରାଉଚରା କରିବା ପରେ ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ମା ଓ ଝିଅକୁ ପଚରାଉଚରା କରିଥିଲେ।

Read More

ଭାରତ ଏବଂ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ଇତିହାସ ପୃଷ୍ଠାରେ ନିଜର ନାମ ଲିପିବଦ୍ଧ କରିଛି। ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-2। ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-2 ଉତକ୍ଷେପଣ କରି ନୂଆ ଇତିହାସ ସୃଷ୍ଟି କରିଛି। ନିର୍ଦ୍ଧାରିତ ସମୟ ସୋମବାର ଠିକ୍ ଅପରାହ୍ନ 2.43ରେ ମହାକାଶ ଯାନ ଜିଏସଏଲଭି ଏମକେ-3 ଚନ୍ଦ୍ରଯାନ-2କୁ ନେଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଚନ୍ଦ୍ରଯାନ-2 ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ଯାଉଛି, ଯେଉଁଠି ଆଜି ପର୍ଯ୍ୟନ୍ତି କେହି ପହଞ୍ଚିପାରି ନାହାନ୍ତି। ଆସନ୍ତା ସେପ୍ଟେମ୍ବର 7 ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଅବତରଣ ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ 4ର୍ଥ ଦେଶ ହେବ। ଚନ୍ଦ୍ରଯାନ-2ରେ 3ଟି ମଡ୍ୟୁଲ ଯଥା ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ…

Read More

ଫରଓ୍ବାର୍ଡ ଗେରାଥ ବାଲେ ରିଅଲ୍‌ ମାଦ୍ରିଦ୍‌ ଛାଡିବା ନେଇ ମ୍ୟାନେଜର ଜିନେଡାଇନ୍‌ ଜିଦାନ୍‌ ସୂଚନା ଦେଇଛନ୍ତି। 30 ବର୍ଷୀୟ ବାଲେ 2013ରେ ଟଟ୍ଟେନ୍‌ହାମ୍‌ ଛାଡି ଦଳରେ ଯୋଗ ଦେବା ପରଠାରୁ ଦଳକୁ 4ଟି ଚାମ୍ପିୟନ୍ସ ଲିଗ୍‌ରେ ଚାମ୍ପିୟନ୍‌ କରାଇଛନ୍ତି। 2013ରେ100 ମିଲିୟନ୍‌ ୟୁରୋ (112.20 ମିଲିୟନ୍‌ ଡଲାର) ର ଚୁକ୍ତି ସହିତ ଦଳରେ ଯୋଗ ଦେଇଥିଲେ ବାଲେ। ଶନିବାର ବାୟେର୍ନ ମ୍ୟୁନିକ୍‌ ବିପକ୍ଷର 3-1 ପରାଜୟ ପରେ ଜିଦାନ୍‌ ଏହି ସୂଚନା ଦେଇଛନ୍ତି। ଦଳର ପ୍ରମୁଖ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଦଳ ଛାଡିବା ପରଠାରୁ ବାଲେ ନିଜ ଖ୍ୟାତି ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ନିକଟରେ ସମାପିତ ସିଜିନ୍‌ରେ ବାଲେ ମାତ୍ର 19ଟି ଗୋଲ୍‌ ସ୍କୋର କରିଥିବା ବେଳେ ଦଳ ଲିଡର ବୋର୍ଡରେ ତୃତୀୟ ସ୍ଥାନ ହାସଲ କରିଥିଲା ।

Read More

ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ତାଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ? ଏ ନେଇ ଦୁଇ ଦଳର ସଦସ୍ୟ ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଏହା ପରେ ଏହି ପ୍ରସଙ୍ଗରେ ଉତ୍ତର ରଖିବାକୁ ରୁଲିଂ ଦେଇଥିଲେ । କିନ୍ତୁ ଗୃହରେ ଆଲୋଚନା ଦାବିରେ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଫଳରେ ପ୍ରଥମେ ବାଚସ୍ପତି ଗୃହକୁ ସାଢ଼େ 12ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଥିବା କହୁଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରି ହୋହାଲ୍ଲା କରିଥିଲା । ଫଳରେ ପୁଣି ଥରେ ଅପରାହ୍ନ 3ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି…

Read More