ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ନିମନ୍ତେ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ଅଧିନାୟକ ରହିଥିବା ବେଳେ ଦିନିକିଆ ଏବଂ ଟି-୨୦ରୁ ଯଶ୍ପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ଏବଂ ଟି-୨୦ ଦଳରେ ଖଲିଲ ଅହମ୍ମଦଙ୍କୁ ସାମିଲ କରାଯାଇଛି। ଋଷଭ ପନ୍ତଙ୍କୁ ଓ୍ବିକେଟ ରକ୍ଷକ ଭାବରେ ତିନି ଫର୍ମାଟରେ ଦଳରେ ସାମିଲ କରାଯାଇଛି। ଟେଷ୍ଟ ଦଳ : ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, କେ ଏଲ୍ ରାହୁଲ୍, ଚେତେଶ୍ବର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର ଅଶ୍ବିନ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମ୍ରା ଏବଂ ଉମେଶ ଯାଦବ। ଦିନିକିଆ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ),ଶିଖର ଧଓ୍ବନ୍, କେ ଏଲ୍ ରାହୁଲ୍, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ରବୀନ୍ଦ୍ର…
Author: Samikhsya Bureau
ବିହାରର ସମସ୍ତୀପୁରର ସାଂସଦ ତଥା ଲୋକଜନଶକ୍ତି ପାର୍ଟି (ଏଲ୍ଜେପି)ର ବରିଷ୍ଠ ନେତା ରାମଚନ୍ଦ୍ର ପାଶଓ୍ବନ୍ଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି । ଜୁଲାଇ ୧୨ ତାରିଖରେ ସେ ହୃଦ୍ଘାତରେ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କୁ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ କିଛିଦିନ ହେବ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଆଜି ଦ୍ବିପ୍ରହରରେ ସେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । କେନ୍ଦ୍ରୀୟ ମନ୍ତ୍ରୀ ରାମବିଲାସ୍ ପାଶଓ୍ବନଙ୍କ ଭାଇ ହେଉଛନ୍ତି ରାମଚନ୍ଦ୍ର ପାଶଓ୍ବାନ । ସୂଚନାଯୋଗ୍ୟ ଯେ, ଲୋକଜନଶକ୍ତି ପାର୍ଟିର ନେତା ରାମଚନ୍ଦ୍ର ପାଶଓ୍ବାନ୍ ହାଇପ୍ରୋଫାଇଲ୍ ସମସ୍ତୀପୁର ଲୋକସଭା ଆସନରୁ ଦ୍ବିତୀୟ ଥର ନିର୍ବାଚିତ ହୋଇ ସାଂସଦ ହୋଇଥିଲେ । ଚଳିତ ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାରଙ୍କୁ ହରାଇଥିଲେ ରାମଚନ୍ଦ୍ର ।
ଭାରତୀୟ ମଧ୍ୟମ ଦୂରଗାମୀ ଧାବିକା ହିମା ଦାସ ଚଳିତ ମାସରେ ନିଜର ପଞ୍ଚମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଚେକ୍ ରିପବ୍ଲିକ୍ର ପ୍ରାଗ୍ରେ ଅନୁଷ୍ଠିତ ଆଥ୍ଲେଟିକ୍ସ ମିଟ୍ରେ ହିମା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଦୌଡରେ ହିମା 52.09 ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ହିମା ନିଜର ଶ୍ରେଷ୍ଠ ଟାଇମିଂକୁ ଅତିକ୍ରମ କରିବାରେ ସଫଳ ହୋଇ ନାହାନ୍ତି । ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ 50.79 ସେକେଣ୍ଡ ହିମା ଏସିଆନ୍ ଗେମ୍ସରେ ହାସଲ କରିଥିଲା । ହିମାଙ୍କ 5 ପଦକ ମଧ୍ୟରୁ 3ଟି 200 ମି.ରେ ଏବଂ ଅନ୍ୟ ଦୁଇ ପଦକ 400 ମି. ବର୍ଗରୁ ଆସିଛି ।
ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ୍ଙ୍କ ପରଲୋକ ହୋଇଯାଇଛି । ଗତକାଲି ୮୧ ବର୍ଷରେ ଏହି ବରିଷ୍ଠ ରାଜନେତ୍ରୀଙ୍କର ପରଲୋକରେ ରାଜନୈତିକ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ଅପରାହ୍ନ ୨.୩୦ ଘଟିକା ସମୟରେ ନିଗମ ବୋଧ ଘାଟଠାରେ ଶୀଲା ଦୀକ୍ଷିତ୍ଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ଦ୍ବିପ୍ରହର ୧୨ ଘଟିକା ସମୟରେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏଠାରେ ବହୁ ବରିଷ୍ଠ ନେତା ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ୟୁପିଏ ମୁଖ୍ୟ ସୋନିଆ ଗାନ୍ଧିଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ଓ ତୁଙ୍ଗ ନେତାମାନେ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ବିଜେପିର ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀ, ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା,ବିଜେପିର ବରିଷ୍ଠ ରାଜନେତ୍ରୀ ତଥା ପୂର୍ବତନ ବୈଦେଶିକ…
ପାଟକୁରା ନିର୍ବାଚନ ନେଇ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି । ସବୁ ବୁଥ୍ରେ ହେରଫେର ହୋଇଛି ଏବଂ ଏଥିରେ ପ୍ରିଜାଇଡିଂ ଅଫିସର ସମ୍ପୃକ୍ତ ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡ଼ିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ପାଟକୁରାରେ ବିଜେପି ହାରି ସାରିଛି । ହାରିବା ପରେ ଏପରି ପ୍ରତିକ୍ରିୟା ସ୍ବାଭାବିକ ହୋଇଗଲାଣି । ନିର୍ବାଚନରେ ଅନୈତିକ କାର୍ଯ୍ୟ ହେଲା, ଟଙ୍କା ବଣ୍ଟା ହେଲା ପରି ଅଭିଯୋଗ ହୋଇଥାଏ । ନିର୍ବାଚନ ଫଳ ଆସିବା ପୂର୍ବରୁ ଏପରି ଆଶଙ୍କା କରିବା ମାନେ ସେମାନେ ହାରିବାକୁ ମନ ସ୍ଥିର କଲେଣି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ।
ଆସାମରେ ଜାପାନିଜ୍ ଏନ୍ସେଫାଲାଇଟ୍ସର ଆତଙ୍କ ଦେଖିବାକୁ ମିଳିଛି । ବିଗତ ତିନି ଦିନ ମଧ୍ୟରେ ଆସାମରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୧୦୧ରେ ପହଞ୍ଚିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ରୋଗରେ ପୀଡିତଙ୍କ ସଂଖ୍ୟା ୪୩୯ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟ ତ୍ବରିତ ଗତିରେ ବଢି ଚାଲିଛି । ରବିବାର ମିଳିଥିବା ସୂଚନା ଅନୁଯାୟୀ ଉଦାଲଗିରି, ବକ୍ସାଳ ଗୋଲଘାଟ ଏବଂ କୋବୋଇ ଜିଲ୍ଲାରେ ଏହି ରୋଗ ଭୟଙ୍କର ଭାବରେ ବ୍ୟାପୁଛି । ବିଭିନ୍ନ ଡାକ୍ତରଖାନା ଏବଂ କ୍ୟାମ୍ପରେ ଚିକିତ୍ସା ଚାଲିଥିବା ନେଇ ଆସାମ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ପରଠାରୁ ଆସାମରେ ଏନସେଫାଲାଇଟ୍ସ ମୃତ୍ୟୁ ସଂଖ୍ୟା ୨୨୨ରେ ପହଞ୍ଚିଛି ।
ପାଟକୁରା ନିର୍ବାଚନ ସରିଯାଇଥିବାବେଳେ ଏନେଇ ବିଜେପି ଏକ ପ୍ରେସ୍ମିଟ୍ କରି ବୁଥ୍ରେ ହେରଫେର ହୋଇଥିବାର ଅଭିଯୋଗ ଆଣିଛି । ବିଜେପିର ଲେଖାଶ୍ରୀ ସାମନ୍ତ ସିଂହାର ଏନେଇ ଶାସକ ଦଳ ଉପରେ ବର୍ଷିଛନ୍ତି । ସବୁ ବୁଥ୍ରେ ହେରଫେର ହୋଇଥିବାବେଳେ ଏଥିରେ ପ୍ରିଜାଇଡିଂ ଅଫିସର୍ ସମ୍ପୃକ୍ତ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରିଜାଇଡିଂ ଅଫିସରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ଲେଖାଶ୍ରୀ । ସେହିପରି ଏହି ଘଟଣାର ଇସିଆଇ ତଦନ୍ତ କରନ୍ତୁ । ଏଥିପାଇଁ ବିଜେପି ସିଇଓଙ୍କ ନିକଟରେ ଫେରାଦ ହେବ ବୋଲି ଲେଖାଶ୍ରୀ କହିଛନ୍ତି । ପାଟକୁରାରେ ବିଜୟ ମହାପାତ୍ରଙ୍କର ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଲେଖାଶ୍ରୀ ।
ପୂର୍ବତନ ଦିଲ୍ଳୀ ବିଜେପି ଅଧ୍ୟକ୍ଷ ମଙ୍ଗେରାମ ଗର୍ଗଙ୍କ ପରଲୋକ ହୋଇଛି । ଗର୍ଗଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ଗର୍ଗଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଶୋକପ୍ରକାଶ କରିଛନ୍ତି । ଦିଲ୍ଲୀ ବିଜେପିର ବିକାଶରେ ଗର୍ଗଙ୍କ ଅବଦାନ ଅତୁଳନୀୟ ବୋଲି ଟ୍ବିଟ୍ କରିଛନ୍ତି ମୋଦି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଗର୍ଗଙ୍କ ନିମନ୍ତେ ଏକ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଗର୍ଗଙ୍କ ପରି ନେତା ବିଜେପି ନିମନ୍ତେ ମୂଲ୍ୟବାନ ସମ୍ପଦ । ଏପରି ଜଣେ ନେତାଙ୍କୁ ହରାଇଥିବାରୁ ବିଜେପି ପରିବାର ଦୁଃଖ ପ୍ରକାଶ କରୁଛି ବୋଲି ରାଜନାଥ ଟ୍ବିଟ୍ କରିଛନ୍ତି । ଗର୍ଗଙ୍କ ମୃତ ଶରୀରକୁ ବିଜେପି ମୁଖ୍ୟାଳୟରେ ରଖି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଦେବରଞ୍ଜନ ଏହା ଜଣକର ବଞ୍ଚିବାର ଅଧିକାରର କଥା। ଏହା ପ୍ରତି ଜଣେ ମାନବାଧିକାର କର୍ମୀ ଭାବରେ ଆମେ ସମସ୍ତେ ଚିନ୍ତିତ ହେବା ସ୍ଵାଭାବିକ। ଏ ଭିତରେ ମୁଁ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତଙ୍କ ପୁରା ରିପୋର୍ଟ, ଭିଏନା କନଭେନସନ ଅନ କନସୁଲାର ରିଲେସନ ସମ୍ପର୍କରେ ତଥ୍ୟ, ଏ ସମ୍ପର୍କରେ ଅନ୍ୟ ବିଶେଷଜ୍ଞଙ୍କ ରିପୋର୍ଟ ତଥା ପାକିସ୍ତାନ ମିଡିଆରେ ଆନ୍ତର୍ଜାତିକ କୋର୍ଟର ରାୟକୁ ନେଇ ହୋଇଥିବା ଚର୍ଚ୍ଚାକୁ ପଢୁଥିଲି। ଏଥିରେ ଏକ ସୁଖଦ ବିଷୟଟି ହେଲା ଯେ କୁଳଭୂଶଣଙ୍କ ଫାଶୀ ପ୍ରସଙ୍ଗ ଏବେ ଆନ୍ତର୍ଜାତିକ ଆଇନର ପ୍ରସଙ୍ଗ ହୋଇପାରିଲା। ଏହା କେବଳ ଭାରତ ଓ ପାକିସ୍ତାନ ନୁହେଁ ଅନ୍ୟ ଦେଶର ଖବରକାଗଜରେ ମଧ୍ୟ ଚର୍ଚିତ ହୋଇପାରିଛି। ହେଲେ ଭାରତ ସରକାରଙ୍କର ଯେଉଁ ନିବେଦନ ଥିଲା ଯେ କୁଳଭୂଷଣଙ୍କୁ ମୁକ୍ତ କରି ଭାରତକୁ ଫେରାଇ ଦିଆଯାଉ ତାହା କିନ୍ତୁ ଅନ୍ତର୍ଜାତୀୟ କୋର୍ଟ ଗ୍ରହଣ କରିନାହାନ୍ତି। ଏହାକୁ ପାକିସ୍ତାନର ଖବରକାଗଜମାନେ ପାକିସ୍ତାନର ବିଜୟ ବୋଲି କହୁଛନ୍ତି। ପାକିସ୍ତାନ…
ଇଣ୍ଡୋନେସିଆ ଓପନ୍ ଫାଇନାଲ୍ରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପି ଭି ସିନ୍ଧୁ । 2019ରେ ନିଜର ପ୍ରଥମ ଫାଇନାଲ୍ରେ ପହଞ୍ଚିଥିବା ବେଳେ ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମୁକାବିଲାରେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ । ସେମିଫାଇନାଲ ମୁକାବିଲାରେ ଚୀନ୍ର ଚେନ୍ ୟୁ ଫେଇଙ୍କୁ ପରାସ୍ତ କରିଥିଲେ ପି ଭି ସିନ୍ଧୁ । ସିନ୍ଧୁ 21-19 ଏବଂ 21-10 ସେଟ୍ରେ ବିଜୟୀ ହୋଇଥିଲେ । ପ୍ରଥମ ସେଟ୍ରେ ଏକଦା ୟୁ ଫେଇ 18-14ରେ ଅଗ୍ରଣୀ ହାସଲ କରିଥିଲେ । ମାତ୍ର ଲଗାତାର 4 ବ୍ରେକ୍ ପଏଣ୍ଟ ସହିତ ମ୍ୟାଚ୍କୁ ସମାନ ସ୍ତରକୁ ଆଣିଥିଲେ । ଶେଷରେ 21-19ରେ ବିଜୟୀ ହେବା ପରେ ଦ୍ବିତୀୟ ସେଟ୍କୁ ଅନାୟାସରେ 21-10ରେ ଜିତି ଫାଇନାଲ୍ରେ ପହଞ୍ଚିଥିଲେ ସିନ୍ଧୁ ।
ଜମ୍ମୁ କାଶ୍ମୀରରୁ ଧାରା 370 ଏବଂ 35-ଏ ର ଉଚ୍ଛେଦ ଭାରତୀୟ ସମ୍ବିଧାନ ପ୍ରତି ଅପମାନ ବୋଲି ଫାରୁକ୍ ଅବଦୁଲ୍ଳା ପ୍ରକାଶ କରିଛନ୍ତି। ଜମ୍ମୁ କାଶ୍ମୀରର ହଣ୍ଡଓ୍ବାରାରେ ଏକ ସଭାକୁ ଉଦ୍ବୋଧନ ଦେବା ଅବସରରେ ନିଜ ଭାଷଣରେ କହିଛନ୍ତି ଅବଦୁଲ୍ଲା। ଭାରତର ଏହି ଉତ୍ତର ପ୍ରାନ୍ତରେ ରାଜନୈତିକ ସମସ୍ୟା ଯୋଗୁଁ ହିଁ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଜମ୍ମୁ କାଶ୍ମୀରର ରାଜନୈତିକ ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ଏହାକୁ ହଟାଇବା ଅସମ୍ଭବ। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଲୋକସଭା ପୂର୍ବରୁ ବିଜେପି ଜମ୍ମୁ କାଶ୍ମୀରରୁ ଧାରା 370 ଏବଂ 35- ଏ ଉଚ୍ଛେଦର ପ୍ରତିଶ୍ରୁତି ଦେଇଥିଲା। ବାସ୍ତବରେ ବିଜେପି ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥାଏ ତେବେ ସାଧାରଣ ଲୋକଙ୍କୁ ସଚେତନ କରାଇବା ବିଜେପିର ଲକ୍ଷ୍ୟ ହେବା ଉଚିତ୍ ବୋଲି ଅବଦୁଲ୍ଲା କହିଛନ୍ତି।
ବ୍ରିଟେନ୍ର ଏକ ତୈଳବାହୀ ଜାହାଜକୁ ଇରାନ ଜବତ କରିବା ଘଟଣା ନେଇ ବ୍ରିଟେନ ବିଦେଶ ମନ୍ତ୍ରୀ ଜେରେମି ହଣ୍ଟ କହିଛନ୍ତି ଇରାନର ଏହି କାର୍ଯ୍ୟ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମରେ ବାଧା ସୃଷ୍ଟି କରିବ। ତୁରନ୍ତ ସେହି ତୈଳ ଟ୍ୟାଙ୍କର ଓ ଏହାର କର୍ମଚାରୀମାନଙ୍କୁ ଖଲାସ କରିବା ପାଇଁ ସେ ଇରାନକୁ କହିଛନ୍ତି। ଉପସାଗରୀୟ ଅଞ୍ଚଳରେ ନୌଚଳାଚଳ ସ୍ୱାଧୀନତାକୁ ସମ୍ମାନ ଦେବାକୁ ସେ ଇରାନକୁ ପରାମର୍ଶ ଦେଇଛନ୍ତି। ଏହି ତୈଳ ଟ୍ୟାଙ୍କରରେ ଥିବା ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ବ୍ରିଟେନ୍ର ଏକ ତୈଳବାହୀ ଜାହାଜକୁ ଇରାନ ଶୁକ୍ରବାର ଜବତ କରିଛି। ହର୍ମୌଜ ଉପସାଗରରେ ଏକ ମାଛଧରା ନୌକାକୁ ଧକ୍କା ଦେବା ଅଭିଯୋଗରେ ଏଭଳି ପଦକ୍ଷେପ ନେଇଥିବା ଇରାନ ଦର୍ଶାଇଛି। ‘ଷ୍ଟେନା ଇମ୍ଫରୋ’ ନାମକ ଏହି ଜାହାଜ(ତୈଳ ଟ୍ୟାଙ୍କର)ରେ ୧୮ଜଣ ଭାରତୀୟ ରହିଥିବା ଜଣାପଡ଼ିବା ପରେ ସେମାନଙ୍କ ମୁକ୍ତି ପାଇଁ ଭାରତ…
ରାୟଗଡା ରେଳ ଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଏବଂ ଜିଆରପି ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୨୭ଜଣ ଶ୍ରମିକଙ୍କୁ କାମ ଯୋଗାଇବାର ପ୍ରଲୋଭନ ଦେଖାଇ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିଲା । ସେହି ସମୟରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ଏହାସହ ସେମାନଙ୍କୁ ନେଉଥିବା ୫ଜଣ ଦଲାଲଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ପୋଲିସର କହିବାନୁସାରେ, ଦାଦନ ଶ୍ରମିକମାନେ ରାୟଗଡା ଜିଲ୍ଲାର ମୁନିଗୁଡା ଏବଂ ଚନ୍ଦ୍ରପୁର ଅଂଚଳର ଅଟନ୍ତି । ସେମାନଙ୍କୁ ଇଟାଭାଟି ଏବଂ ଚିଙ୍ଗୁଡି ଫାର୍ମରେ କାମ କରାଇବାକୁ କହି ବିଳାସପୁର-ତିରୁପତି ଏକ୍ସପ୍ରେସରେ ଚାଲାଣ କରାଯାଉଥିଲା । ଉଦ୍ଧାର ହୋଇଥିବା ୨୭ଜଣ ଶ୍ରମିକଙ୍କ ମଧ୍ୟରେ ୧୮ଜଣ ମହିଳା, ୨ଜଣ ପୁରୁଷ ଓ ୭ଜଣ ନାବାଳିକା ରହିଛନ୍ତି । ସମସ୍ତଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି ।
କେଦାର ମିଶ୍ର ବିଜୁ ଜନତା ଗଠନ ହେବା ଦିନଠୁ ଏହା କ୍ଷମତାରେ ରହି ଆସିଛି। ୧୯୯୮ ରୁ ଆଜି ପର୍ଯ୍ୟନ୍ତ ଦଳର ଶୀର୍ଷ କ୍ଷମତା ନବୀନ ପଟ୍ଟନାୟକଙ୍କ ହାତରେ ରହି ଆସିଛି। ତେବେ ବିଜେଡି ଭିତରେ ନବୀନଙ୍କ ନେତୃତ୍ଵ ଅନେକ ସମୟରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଛି। ବନ୍ଧୁତା ଓ ବିଶ୍ଵାସଘାତକତାର ଦୀର୍ଘ ଅନୁଭୂତି ନବୀନ ବାବୁଙ୍କର ରହିଛି। ପାଞ୍ଚଥର ସରକାର ଗଢିବା ଭିତରେ ବିଭିନ୍ନ ପର୍ଯ୍ୟାୟରେ ବିଜେଡି ଭିତରେ କିଛି ନେତା ଅସନ୍ତୁଷ୍ଟ ଓ ରୁଷ୍ଟ ହୋଇଛନ୍ତି। ଗୋଟେ ପୁରୁଣା ସିନେମାର ନାଁ ଅନୁସାରେ ଆମେ ଏମାନଙ୍କୁ ଅଶାନ୍ତ ଗ୍ରହ ବୋଲି କହିପାରିବା। ନବୀନଙ୍କୁ ବିରୋଧ କରିବାକୁ ଯାଇ ଏଇ ନେତାମାନେ ନିଜେ ସମାପ୍ତ ହୋଇ ଯାଇଛନ୍ତି। ବିଜେଡ଼ିରୁ ନବୀନଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇ ଏମିତି ଜଣେ ବି ନେତା ନାହାନ୍ତି ଯିଏ ଅନ୍ୟ କେଉଁଠି ଉଧେଇ ପାରିଛନ୍ତି। ପ୍ରଥମ ପର୍ଯ୍ୟାୟର ସରକାର ଗଠନ ବେଳେ ଏଇ ଧାରା ବିଜୟ…
ରାଜ୍ୟରେ ଦିନକୁକ ଦିନ ଧର୍ଷଣ ବୃଦ୍ଧି ପାଉଛି । ଆଜି ଅନୁଗୁଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଅନୁଗୁଳରେ ଜନୈକା 8 ବର୍ଷୀୟ ବାଳିକାକୁ ଦୁଷ୍କର୍ମ କରାଯାଇଛି । ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ପୀଡିତାଙ୍କୁ ଅନୁଗୁଳ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନୁଗୁଳ ବସ୍ଷ୍ଟାଣ୍ଡର ଆହାର କେନ୍ଦ୍ର ନିକଟରେ ରହିଥିବା ଅଳିଆ ଗଦାରୁ ପୀଡିତାଙ୍କୁ ଉଦ୍ଧାର କରାଯାଇଛି । ବାଳିକା ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବାର ଆଶଙ୍କା କରାଯାଉଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଏହା ସହ କାଳବୈଶାଖୀ ପ୍ରଭାବରେ ରବିବାର ସନ୍ଧ୍ୟା 5 ଟା 45 ପର୍ଯ୍ୟନ୍ତ 14ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ମାଲକାନଗିରି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି । ତେଣୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ୧୪ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।
ସମୀକ୍ଷା ବ୍ୟୁରୋ ମାତ୍ର ଅଳ୍ପ ଦିନରେ ସାରା ବିଶ୍ବରେ ଯଦି କୌଣସି ମୋବାଇଲ ଆପ୍ ଲୋକପ୍ରିୟତା ହାସଲ କରିଥାଏ ତେବେ ସେ ହେଉଛି “ଫେସ ଆପ”। ଏହି ଆପ୍ କୁ ଆପଣ ମୋବାଇଲରେ ଡାଉନଲୋଡ କରି ଆପଣଙ୍କ କେଉଁ ବୟସରେ ଆପଣଙ୍କ ମୁହଁ କିପରି ଦେଖାଯିବ ତାହା ଜାଣିପାରିବେ ଏବଂ ସେହି ଫଟୋ ମଧ୍ୟ ଦେଖିପାରିବେ। ବର୍ତ୍ତମାନ ସାରା ବିଶ୍ବରେ ଏହାକୁ ପ୍ରାୟ 10 କୋଟି ଲୋକ ଡାଉନଲୋଡ କରିସାରିଲେଣି। ଏପରି ଲୋକପ୍ରିୟତା ଦେଖି ବର୍ତ୍ତମାନ ବିଶ୍ବର ସମସ୍ତ ଆଇଟି ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କଲେଣି। ଏପରିକି ଆମେରିକା ମଧ୍ୟ ଏହି ଆପକୁ ବନ୍ଦ କରିବା ପାଇଁ ନିଷ୍ପତି କରିଛି। ଏହି ଆପକୁ ନେଇ ଯେଉଁ ସନ୍ଦେହ ହେଉଛି ତାହା ହେଲା 1-ଏହି ଆପ ଦ୍ବାରା ଫଟୋ ଡାଉନଲୋଡ କରିବା ପରେ ତାହା ସେହି କଂପାନୀର ସରଭରରେ ସେଭ ହୋଇଯାଉଛି। ବର୍ତ୍ତମାନ ସାରା ବିଶ୍ବରେ କୋଟିକୋଟି ଲୋକ ଫଟୋ ଡାଉନଲୋଡ କରିବାରେ…
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ଙ୍କ ଆଜି ପରଲୋକ ହୋଇଛି । ୮୧ ବର୍ଷ ବୟସରେ କଂଗ୍ରେସର ବରିଷ୍ଠ ରାଜନେତ୍ରୀଙ୍କର ମୃତ୍ୟୁ ରାଜନୈତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଶିଲା ଦୀକ୍ଷିତ୍ଙ୍କ ମୃତ୍ୟୁ ପାଇଁ ଦିଲ୍ଲୀର କେଜ୍ରୀଓ୍ବାଲ ସରକାରଙ୍କ ଦ୍ବାରା ଦୁଇ ଦିନିଆ ଶୋକଦିବସ ଘୋଷଣା କରାଯାଇଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ ଶୀଲା ଦୀକ୍ଷିତ୍ଙ୍କ ପରଲୋକରେ ଶୋକପ୍ରକଟ କରିବା ସହିତ ଦୁଇ ଦୁନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଦିଲ୍ଲୀରେ ତିନି ତିନିଥର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତ୍ ଦିଲ୍ଲୀର ବିକାଶ ପାଇଁ ଅନେକଗୁଡ଼ିଏ କାର୍ଯ୍ୟ କରିଛନ୍ତି ।
ରାଜ୍ୟର ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏହା ସହିତ ମଇଦାନରେ ଥିବା ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ୩୦୯ଟି ବୁଥରେ ମତଦାନ କରାଯାଇଥିଲା। ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ମତଦାନ ଫଳାଫଳ ଜୁଲାଇ ୨୪ରେ ଆସିବ । ବିଜେଡି ତରଫରୁ ସାବିତ୍ରୀ ଅଗ୍ରଓ୍ବାଲ, ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସ ପକ୍ଷରୁ ଜୟନ୍ତ ଷଡ଼ଙ୍ଗୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ଵନ୍ଦ୍ବିତା ହେଉଛି। ବିଶେଷ କରି ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ହେଉଛି।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ରାଜନେତ୍ରୀ ଶୀଲା ଦୀକ୍ଷିତ୍ଙ୍କ ନିଧନରେ ଦୁଃଖ ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଟୁଇଟ କରି ଲେଖିଛନ୍ତି ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ୍ଙ୍କ ନିଧନ ଖବରରେ ମୁଁ ଦୁଃଖୀତ । ତାଙ୍କର କାର୍ଯ୍ୟକାଳରେ ଦିଲ୍ଲୀରେ ଅନେକ ପରିବର୍ତ୍ତନ ଆସିଛି । ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ମୋର ସମବେଦନା ।’ ସେହିପରି ଶୀଲା ଦୀକ୍ଷିତ୍ଙ୍କ ମୃତ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦୁଃଖ ପ୍ରକଟ କରିଛନ୍ତି । ଶୀଲା ଦୀକ୍ଷିତଙ୍କ ନିଧନରେ ସେ ବହୁତ ଦୁଃଖିତ ବୋଲି କହିବା ସହିତ ଦିଲ୍ଲୀର ବିକାଶ ପାଇଁ ତାଙ୍କର ଅବଦାନ ବହୁତ ରହିଛି । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ…
ବର୍ଷା ଅଭାବଜନିତ ଚାଷ ସ୍ଥିତି ନେଇ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବିବୃତ୍ତି ପ୍ରଦାନ କରିଛନ୍ତି । ରାଜ୍ୟର ୨୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି । ୨୦୬ଟି ବ୍ଲକ୍ରେ ସ୍ବାଭାବିକ୍ ଠାରୁ କମ୍ ବର୍ଷା ହୋଇଛି । ୨୪ଟି ବ୍ଲକ୍ରେ ୫୯% କମ୍ ବର୍ଷା ହୋଇଛି । ଜୁନ୍ରେ ୩୧.୫%, ଜୁଲାଇରେ ୨୦.୮% କମ୍ ବର୍ଷା ହୋଇଛି । ଜୁନ୍ରୁ ଆଜି ପର୍ଯ୍ୟନ୍ତ ୨୬.୩% କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜମିରେ ଧାନ ଗଜା ହୋଇ ମରିବାର ଆଶଙ୍କା ରହିଛି। ଚଳିତ ଥର ମୌସୁମୀର ଡେରିରେ ଓଡ଼ିଶା ଉପକୂଳରେ ପହଞ୍ଚିବା ସହିତ କମ୍ ବର୍ଷା ପାଇଁ ରାଜ୍ୟରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି ।

