Author: Samikhsya Bureau

ଉତ୍ତରପ୍ରଦେଶର ଯୋଗୀ ସରକାର ଭିଖାରୀମାନଙ୍କୁ ପୁନର୍ବାସ କରିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମ୍ବନ୍ଧୀୟ ଏକ ପାଇଲଟ ପ୍ରୋଜେକ୍ଟ ନଓ୍ବାବ୍‌ଙ୍କ ସହ  ଲକ୍ଷ୍ନୌରେ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ନଗର ନିଗମ (ଏଲ୍‌ଏମ୍‌ସି)କୁ ରାଜ୍ୟର ରାଜଧାନୀରେ ରହୁଥିବା ସମସ୍ତ ଭିଖାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଶ୍ରୟ ଗୃହରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶାରିରୀକ ରୂପରେ ଅକ୍ଷମ ଥିବା ଭିଖାରୀଙ୍କୁ ଆଶ୍ରୟ ଗୃହରେ ରଖାଯିବ। ସୁସ୍ଥ ଭିକାରୀ ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି ଲକ୍ଷ୍ନୌ ମ୍ୟୁନିସପାଲ କର୍ପୋରସେନ। ଶାରୀରିକ ଭାବେ ସୁସ୍ଥ ଭିକାରୀ ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ଦୈନିକ ସ୍ବଚ୍ଛତା କାର୍ଯ୍ୟ କରୁଥିବା ଭିଖାରୀଙ୍କୁ ଦିନକୁ ୩୦୦ ଟଙ୍କାର ମଜୁରୀ ଦିଆଯିବ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ୪୫ ଦିନ…

Read More

ଜମ୍ମୁ କଶ୍ମୀରର ବଡ଼ଗାମ ଜିଲ୍ଲାରେ ରବିବାର ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଜିଲ୍ଲାର ଚଦୋରା ଅଚଂଳରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି। ସୂଚନାଯୋଗ୍ୟ ବଡ଼ଗାମ ଜିଲ୍ଲାର କ୍ରାଲପୋରାରେ ଶୁକ୍ରବାର ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ସୁରକ୍ଷାବାହିନୀର ଯବାନମାନେ ଦୀର୍ଘ ସମୟର ଏନକାଉଣ୍ଟର ପରେ ଆତଙ୍କବାଦୀର ମୃତଦେହ ଠାବ କରିଥିଲେ। ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଓ ଜମ୍ମୁ କଶ୍ମୀରର ଏସଓଜି ମିଳିତ ଭାବେ ବଡ଼ଗାମ ଜିଲ୍ଲା କ୍ରାଲପୋରାରେ ଏନ୍‌କାଉଣ୍ଟ କରିଥିଲେ।

Read More

ବହୁ ପ୍ରତିକ୍ଷୀତ ଚଳିତ ବର୍ଷର ଅମରନାଥ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଯାଇଛି। ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା କେକେ ଶର୍ମା ପ୍ରଥମ ବ୍ୟାଚର ଶ୍ରଦ୍ଧାଳୁଙ୍କର ଯାତ୍ରାକୁ ସବୁଜ ସଂକେତ ଦେଇଛନ୍ତି। ଅନ୍ୟ ବର୍ଷ ଭଳି ଚଳିତ ଥର ମଧ୍ୟ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ପବିତ୍ର ପାହାଡିଆ ଯାତ୍ରା ପାଇଁ ବାଲଟାଲ ଓ ପହଳଗାମ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରି ଦିଆଯାଇଛି। ଦକ୍ଷିଣ କଶ୍ମୀରର ହିମାଳୟ ପାହାଡରେ ୩୮୮୦ ମିଟର ଉଚ୍ଚସ୍ଥାନରେ ବରଫ ଶିବ ଲିଙ୍ଗକୁ ଶ୍ରଦ୍ଧାଳୁମାନେ ୪୦ ଦିନ ଯାଏଁ ଦର୍ଶନ କରିବେ। ସୁରକ୍ଷାବାହିନୀମାନେ ଯାତ୍ରା ରାସ୍ତାକୁ ସଫା କରିଛନ୍ତି। କେନ୍ଦ୍ର ସରକାର ଅମରନାଥ ଯାତ୍ରା ପାଇଁ ବହୁ ସ୍ତରୀୟ ସୁରକ୍ଷା ଲାଗି ସିଆରପିଏଫର ୪୦,୦୦୦ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରିଛି। ଜମ୍ମୁ ଠାରୁ ଗୁମ୍ଫା ଯାଏଁ ପାଖାପାଖି ୬୦ ହଜାର ସୁରକ୍ଷାବଳ ମୁତୟନ ରହିବେ। ଜମ୍ମୁରୁ କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ରବିବାର ପଠାଯିବ ଏବଂ…

Read More

କେଦାର ମିଶ୍ର ଏମିତି ଦେଖିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର କୌଣସି ତୁଳନା ସମ୍ଭବ ନୁହେଁ। ସରକାର ଭିତରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଢେର ଉଚ୍ଚରେ। ମୋଦୀ ସରକାରରେ ମୂଳରୁ ପେଟ୍ରୋଲିୟମ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ଏକ ବିରଳ ରେକର୍ଡର ଅଧିକାରୀ। ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଗତ କିଛି ବର୍ଷ ଭିତରେ କେହି ବି ଏତେ ବର୍ଷ ନିରନ୍ତର କାମ କରିବାର ସୁଯୋଗ ପାଇନଥିଲେ। ପ୍ରଥମ ମୋଦୀ ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ସହିତ ଦକ୍ଷତା ବିକାଶ ଓ ଦ୍ଵିତୀୟ ପାଳିରେ ଇସ୍ପାତ ବିଭାଗର ଦାୟିତ୍ଵ ମଧ୍ୟ ପାଇଛନ୍ତି। ଓଡିଶାରୁ ବହୁ ବର୍ଷ ହେଲା ସେ ନିର୍ବାଚନ ଜିତିନାହାନ୍ତି କି ଲଢି ନାହାନ୍ତି, ତଥାପି ବିଜେପି ତାଙ୍କୁ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପଠେଇଛି। ଏଥିରୁ ଦଳ ଓ ସରକାରରେ ତାଙ୍କର ପତିଆରା ସ୍ପଷ୍ଟ ପ୍ରମାଣିତ। ହେଲେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ସବୁବେଳେ ପରାଜିତ…

Read More

ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ଅଦଲବଦଳ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାପାଳ ଥିବା ରଶ୍ମିତା ପଣ୍ଡାକୁ ସରକାର ବଦଳି କରି ଦେଇଛନ୍ତି। କାରଣ ରଶ୍ମିତା କ୍ବାଟର ମରାମତିରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିବାର ଘଟଣା ପଦାକୁ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ରଶ୍ମିତାଙ୍କୁ ସରକାର ନିଯୁକ୍ତି ଏବଂ ଦକ୍ଷତା ବିକାଶର ନିର୍ଦ୍ଦେଶିକା ତଥା ସିଇଓ ଭାବେ ଅବସ୍ଥାପିତ କରିଛନ୍ତି। ଅନ୍ୟାନ୍ୟ ଯେଉଁ ଅଧିକାରୀଙ୍କୁ ବଦଳି କରାଗଲା ସେମାନେ ହେଲେ… ପାଟିଲ ରାଜେଶ ପ୍ରଭାକର- ନିର୍ଦ୍ଦେଶକ , ସ୍ବତନ୍ତ୍ର ପ୍ରକଳ୍ପ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ରଶ୍ମିତା ପଣ୍ଡା- ନିଯୁକ୍ତି ଏବଂ ଦକ୍ଷତା ବିକାଶର ନିର୍ଦ୍ଦେଶିକା ତଥା ସିଇଓ ନିଖିଲ ପବନ କଲ୍ୟାଣ-ସୁନ୍ଦରଗଡ ଜିଲ୍ଲାପାଳ ମନୀଷା ବାନାର୍ଜି- ଜିଲ୍ଲାପାଳ ସୋନପୁର ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭୂମିଷ ଚନ୍ଦ୍ର ବେହେରା , ଓଏଏସ- ଜିଲ୍ଲାପାଳ ଢେଙ୍କାନାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ତ୍ତମାନ ରୂପା…

Read More

ସମୀକ୍ଷା ବ୍ୟୁରୋ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର। ଉଭୟ ନିର୍ବାଚିତ ହୋଇଥିବାର ପ୍ରମାଣପତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ଖାଲିପଡିଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ତରଫରୁ ରାଜ୍ୟସଭା ପାଇଁ ଦୁଇଜଣଙ୍କୁ ପ୍ରାର୍ଥୀ ଦିଆଯାଇଥିଲା। ଆଉ ଏକ ଆସନରେ ବିଜେପି ଦେଇଥିବା ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ଏହି ତିନୋଟି ଆସନରେ ବିଜେଡିରୁ ଦୁଇ ଏବଂ ବିଜେପିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପାଇଁ ନିର୍ବାଚିତ ହୋଇଛନ୍ତି। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଥିବା ବେଳେ ସସ୍ମିତ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ପ୍ରମାଣ ପତ୍ର ପାଇବା ପରେ ଉଭୟ ନୂଆଦିଲ୍ଲୀ ଗସ୍ତ କରି ସେଠାରେ ରାଜ୍ୟସଭାରେ ସେମାନେ ସଦସ୍ୟ ଭାବେ ଶପଥ ନେବେ।

Read More

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନଠାରେ ଅନୁଷ୍ଠିତ ତ୍ରିଦିବସୀୟ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଜାପାନର ଅଶୋକା ସହରରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ଶିଖର ବାର୍ତ୍ତାରେ ଦ୍ବିପାକ୍ଷିକ ଓ ବହୁ ପାକ୍ଷିକ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥିଲେ ମୋଦି। ଏହି ସମ୍ମିଳନୀରେ ସବୁଠୁ ଚର୍ଚ୍ଚାର ବିଷୟ ରହିଥିଲା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କର ସେଲ୍‌ଫି। ଏହାରି ମଧ୍ୟରେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସ୍‌ନ୍‌ ଭାରତର ମୋଦୀଙ୍କ ସହିତ ସେଲ୍‌ ଫି ନେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମୋରିସନ୍‌ ମୋଦୀଙ୍କ ସହିତ ସେଲ୍‌ଫି ନେଇ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଫଟୋରେ ଲେଖିଛନ୍ତି ‘‘କିତ୍‌ନା ଅଚ୍ଛା ହୈ ମୋଦୀ!’’

Read More

ରାଜସ୍ଥାନ ପୁଲିସ ଦ୍ୱାରା ମବ ଲିଚିଙ୍ଗରେ ଶିକାର ହୋଇଥିବା ମୃତକ ପହଲୁ ଖାନଙ୍କ ବିରୋଧରେ ଗୋ ତସ୍କରୀ ମାମଲାରେ ଚାର୍ଜସିଟ୍ ଦାୟର କରିବା ପରେ ଏହା ଏବେ ରାଜନୈତିକ ମାହୋଲକୁ ସରଗରମ କରିଛି। ପେହଲୁ ଖାନ୍‌ଙ୍କ ନାଁରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଛି ବେଆଇନ ଗୋଚାଲାଣ ମାମଲା। ୨୦୧୭ ମସିହାରେ ପେହଲୁ ‘ଗୋ ରକ୍ଷକ’ଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଥିଲା। କିନ୍ତୁ ପେହଲୁ ଖାନ୍‌ ଏବଂ ତାଙ୍କ ଦୁଇ ପୁଅ ନାମରେ ପୁଲିସ୍‌ ଏବେ ବେଆଇନ ଗୋଚାଲାଣ ମାମଲା ରୁଜୁ କରିଛି। ପୁଲିସ୍‌ ଚାର୍ଜଶିଟ୍‌ରେ ପେହଲୁ ଖାନ୍‌ର ପୁଅ ଇର୍ସାଦ୍‌ ଏବଂ ଆରିଫ୍‌ଙ୍କ ନାମରେ ଗୋସୁରକ୍ଷା ସମ୍ବନ୍ଧୀୟ ଆଇନ (ରାଜସ୍ଥାନ ବୋଭାଇନ୍‌ ଆନିମଲ)ର ଧାରା ୫,୮ ଏବଂ୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ମୃତ ପେହଲୁ ଖାନ୍‌ଙ୍କ ନାମରେ ଏହି ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଖବର ପ୍ରସାରଣ ହେବା ପରେ ଓ୍ବଓ୍ବୈସୀ…

Read More

ଆସନ୍ତା କାଲି ଅର୍ଥାତ୍‌ ଜୁନ୍‌ ୩୦ରୁ ପୁଣି ଥରେ ଶୁଣିବାକୁ ମିଳିବ ମୋଦିଙ୍କ ‘ମନ କି ବାତ୍‌’ । ନରେନ୍ଦ୍ର ମୋଦି ପ୍ରଥମଥର ଶାସନ କ୍ଷମତାକୁ ଆସିବା ପରେ ୨୦୧୪ ଅକ୍ଟୋବର ୩ରୁ  ଏହି ଅଭିନବ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ମୋଦିଙ୍କ ପ୍ରଥମ ଇନିଂସ୍‌ରେ ଶେଷ ‘ମନ କି ବାତ୍‌’ର କାର୍ଯ୍ୟକ୍ରମ ଫେବୃଆରୀ ୨୪ରେ  ପ୍ରସାରିତ ହୋଇଥିଲା । ତା’ପରେ ଦେଶରେ ନିର୍ବାଚନ ପାଇଁ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗୁ ହୋଇଯାଇଥିଲା । ତେବେ ପୁଣି ଥିରେ ଦ୍ବିତୀୟବାର ବହୁମତ ନେଇ ଶାସନ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିବା ମୋଦିଜୀ ପୁଣି ଥରେ ‘ମନ କି ବାତ୍‌’ ଆରମ୍ଭ କରିବାକୁ ଯାଉଛନ୍ତି ।

Read More

କଙ୍ଗନା ରଣାଓ୍ବତ୍‌ ଏବଂ ରାଜକୁମାର ରାଓ ଅଭିନୀତ ମେଣ୍ଟାଲ ହେ କ୍ୟାର ନାମ ପରିବର୍ତ୍ତନ ନେଇ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ସେନ୍ସର ବୋର୍ଡ । ଗତକାଲି ଫିଲ୍ମର ପ୍ରଯୋଜକ ଶୈଲେଶ ସିଂ ଏବଂ ମୁଖ୍ୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସିବିଏଫ୍‌ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଫିଲ୍ମଟିକୁ ସିବିଏଫ୍‌ସି ପକ୍ଷରୁ ଦେଖାଯିବା ପରେ ନାମ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଥିଲା । ମେଣ୍ଟାଲ ଶବ୍ଦର ବ୍ୟବହାର ନେଇ ସିବିଏଫ୍‌ସି ପକ୍ଷରୁ ଆପତ୍ତି ଉଠାଯିବା ସହିତ ଏହା ବଦଳରେ ଜଜ୍‌ମେଣ୍ଟାଲ କିମ୍ବା ସେଣ୍ଟିମେଣ୍ଟାଲ ରଖିବାର ପ୍ରସ୍ତାବ ଦିଆଯାଇଛି । ଏହି ଫିଲ୍ମରେ ଅଭିନୟ କରିବା ସହିତ ପ୍ରଥମ ଥର ପାଇଁ କଙ୍ଗନା ଫିଲ୍ମର ଚିତ୍ରନାଟ୍ୟ ଏବଂ କାହାଣୀ ଲେଖିଛନ୍ତି ।

Read More

ଅଧ୍ୟାପକମାନେ କଲେଜରେ ମାତ୍ର 5 ଘଣ୍ଟାରୁ କମ ସମୟ ରହୁଛନ୍ତି। ହେଲେ ନିୟମ ଅନୁସାରେ 7 ଘଣ୍ଟା କାମ କରିବା କଥା। ଏହିକାୁ କଡାକଡି କରିବା ପାଇଁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ କଲେଜରେ ବାୟୋମେଟ୍ରିକ୍‌ ମେସିନ୍‌ ଲଗାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅଧ୍ୟାପକମାନେ ପାଠପଢା ଅଧାରୁ ଛାଡି ଯିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବରର ପାନ୍ଥନିବାସଠାରେ ଆୟୋଜିତ ଏହି ଅଧ୍ୟକ୍ଷ ସମ୍ମିଳନୀରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଏଥିସହିତ ଉଚ୍ଚଶିକ୍ଷାର ମାନବୃଦ୍ଧି ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି। ବିଭିନ୍ନ କଲେଜରେ ଖାଲିପଡିଥିବା ଅଧ୍ୟାପକ ଏବଂ ଅଣଶିକ୍ଷା କର୍ମଚାରୀଙ୍କ ପଦବୀ ପୁରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଯୁକ୍ତ ୩ରେ ଏକକ ସିଲାବସ୍ ପ୍ରଚଳନ ଉପରେ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି…

Read More

ଜୁଲାଇ ମାସ ସୁଦ୍ଧା ୫/୧୦ଟି ଖଣି ନିଲାମ ହେବ ବୋଲି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।  ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।  ଶିଳ୍ପ ସଂସ୍ଥାକୁ ଯେମିତି କଞ୍ଚାମାଲ ଅଭାବ ନପଡ଼ିବ ତାପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିବେ। ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ଜୁଲାଇ ସୁଦ୍ଧା ୩୬ ଭିତରୁ ୫/୧୦ଟିକୁ ନିଲାମ କରାଯିବ ବୋଲି ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି।

Read More

ନିକଟରେ ବିବାହ କରିଥିବା ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗଳା ଫିଲ୍ମ ଅଭିନେତ୍ରୀ ନୁସରତ ଜହାଁଙ୍କ ବିରୋଧରେ ବୁର୍ଖା ନ ପିନ୍ଧିବା ନେଇ ତଥା ଅନ୍ୟ ଧର୍ମରେ ବିବାହ କରିଥିବା ନେଇ ଫତ୍‌ଓ୍ବା ଜାରି କରାଯାଇଛି । ଦେଓବନ୍ଦର ଏକ ମୁସ୍‌ଲିମ୍‌ ସମ୍ପ୍ରଦାୟ ପକ୍ଷରୁ ଏହି ଫତ୍‌ଓ୍ବା ଜାରି କରାଯାଇଛି । ମାତ୍ର ଏହି ମାମଲାରେ ନୁସରତ୍‌ଙ୍କ ସପକ୍ଷରେ ବାହାରିଛନ୍ତି ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା । ମୁଫ୍‌ତି ଅସଦ ଓ୍ବାସ୍‌ମୀ ଅନ୍ୟଧର୍ମରେ ବିବାହ କରିଥିବା ନେଇ ଏହି ଫତ୍‌ଓ୍ବା ଜାରି କରିଥିଲେ । ନୁସରତ୍‌ ସିନ୍ଦୁର ଏବଂ ମଙ୍ଗଳସୂତ୍ର ପିନ୍ଧି ଆସିଥିବାରୁ ଏହାକୁ ସମାଲୋଚନା କରିଛନ୍ତି ଓ୍ବାସ୍‌ମୀ । ଭୋପାଳରୁ ବିଜେପି ସାଂସଦ ରହିଥିବା ପ୍ରଜ୍ଞା ସିଂ ଠାକୁର ନୁସରତଙ୍କ ସମର୍ଥନରେ ବାହାରିଛନ୍ତି । ଯଦି ମୁସ୍‌ଲିମ୍‌ ଯୁବକଙ୍କୁ ବିବାହ କଲେ ହିନ୍ଦୁ ଯୁବତୀ ବୁର୍ଖା ପିନ୍ଧି ପାରିବେ ତେବେ ସମାନ ନିୟମରେ ନୁୁସରତ୍‌ କିଛି ବି ଭୁଲ କରି…

Read More

ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବିଶାଖାପାଟଣା ଗସ୍ତ କରିଛନ୍ତି ରାଜନାଥ ସିଂ। ରାଜନାଥ ନିଜର ବିଶାଖାପାଟଣା ଗସ୍ତ ସମୟରେ ନୌସେନାର ପୂର୍ବୀୟ ଶାଖା ସହିତ ଏକ ବୈଠକରେ ଯୋଗ ଦେଇଛନ୍ତି। ଆଇଏନ୍‌ଏସ୍‌ ଡେଗା ବିମାନବନ୍ଦରରୁ ଓହ୍ଲାଇବା ପରେ ନୌସେନା ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ନୌସେନାର ପୂର୍ବତଟ କାର୍ଯ୍ୟାଳୟରେ ଆଡମିରାଲ କରମବୀର ସିଂ, ଭାଇସ୍‌ ଆଡମିରାଲ ଅତୁଲ କୁମାର ଜୈନ୍‌, ପର୍ଯ୍ୟଟନ ମନ୍ତ୍ରୀ ମୁତ୍ଥାମସେଟ୍ଟୀ ଶ୍ରୀନିବାସ ରାଓ, ଆନ୍ଧ୍ରପ୍ରଦେଶ କମିଶନର ରାଜୀବ କୁମାର ମୀନା, ଜିଲ୍ଲାପାଳ ଭି ବିନୟ ଚାନ୍ଦ ଏବଂ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ବିଶାଖାପାଟଣାରେ ଅବସ୍ଥାନ କରିବା ସହିତ ନୌସେନା ସମ୍ପର୍କରେ ଆଲୋଚନା କରି ଆସନ୍ତା କାଲି ପ୍ରତ୍ୟାବର୍ତ୍ତନ କରିବେ ରାଜନାଥ ସିଂ।

Read More

ଉତ୍ତରପ୍ରଦେଶରେ ଦଳିତଙ୍କ ସମାନ ପରି ସାମାଜିକ ସଂରଚନା ରଖୁଥିବା ୧୭ଟି ଅତି ପଛୁଆ ବର୍ଗଙ୍କୁ ଅନୁସୂଚିତ ଜାତିରେ ସାମିଲ୍‌ କରିବା ନେଇ ଦଶକ ଦଶକ ଧରି ଦାବି ରହିଥିଲା । ସମୟେ ସମୟେ ସରକାର ଏହା ଉପରେ କିଛି କରିବା ନେଇ ପ୍ରୟାସ କରୁଥିବାବେଳେ ମଉକା ଦେଖି ଯୋଗୀ ସରକାର ଏହି ପ୍ରୟାସକୁ ନିଜ ପକ୍ଷଭୁକ୍ତ କରିନେଇଛନ୍ତି ।  ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହି ବର୍ଗରେ ରହିଛନ୍ତି କହାର, କେବଟ, ମଲ୍ଲାହ, ନିଷାଦ, କୁମହାର, କଶ୍ୟପ, ବିନ୍ଦ, ପ୍ରଜାପତି, ଧୀବର, ଭର, ରାଜଭର, ଢୀମର, ଓ୍ବାଥମ୍‌, ତୁରହା, ମାଁଝୀ, ମଛୁଆ ଓ ଗୋଡ଼ିଆ ପ୍ରମୁଖ । ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମାଣପତ୍ର ହାସଲ କରିପାରିବେ। ଏହାପୂର୍ବରୁ ମୁଲାୟମ୍‌ ସିଂ ଯାଦବ, ମାୟାବତୀ ଏବଂ ଅଖିଳେଶ ଯାଦବ ଏସବୁ ପଛୁଆ ବର୍ଗଙ୍କୁ…

Read More

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ନୂଆଦିଲ୍ଲୀଠାରେ ୮ ସଫଦରଜଙ୍ଗସ୍ଥିତ ଥିବା ତାଙ୍କର ବାସଭବନକୁ ସେ ଖାଲି କରିଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହା ସହିତ ସେ ଟୁଇଟ୍‌ କରିଛନ୍ତି ଯେ, ତାଙ୍କର ପୁରୁଣା ଠିକଣାରେ ଏଣିକି କେହି ତାଙ୍କୁ ଯୋଗାଯୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟଗତ କାରଣରୁ ଚଳିତ ଥର ସୁଷମା ନିର୍ବାଚନ ନ ଲଢ଼ିବାକୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ନ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଚଳିତ ଥର ଏସ୍‌. ଜୟଶଙ୍କର ବୈଦେଶିକ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ସୁଷମା ବିଦେଶ ମନ୍ତ୍ରୀ ଥିବା ସମୟରେ ଟୁଇଟ୍‌ରେ ବହୁତ ସକ୍ରିୟ ରହିଥିଲେ । ବିଦେଶରେ ରହିଥିଲେ ବି ଟୁଇଟର୍‌ ଜରିଆରେ ଭାରତୀୟଙ୍କ ସମସ୍ୟାର ସମାଧାନ କରୁଥିଲେ । ତାଙ୍କର ନିଆରା କାର୍ଯ୍ୟଶୈଳୀ ଯୋଗୁଁ ପ୍ରବାସୀ ଭାରତୀୟଙ୍କ ଭିତରେ ବହୁ ଲୋକପ୍ରିୟ ଥିଲେ…

Read More

ଜୁଲାଇ 1 ତାରିଖରୁ ସୁପ୍ରିମ୍‌କୋର୍ଟ ଖୋଲିବାକୁ ଯାଉଛି । ସୁପ୍ରିମକୋର୍ଟ ଖୋଲିବା ପରେ ବିଭିନ୍ନ ସ୍ପର୍ଶକାତର ମାମଲା ଗୁଡିକର ବିଚାର କରାଯିବ ବୋଲି କୁହାଯାଇଛି । 6 ସପ୍ତାହର ଛୁଟି ପରେ ଖୋଲିବାକୁ ଯାଉଥିବା ସୁପ୍ରିମ୍‌କୋର୍ଟ ବର୍ତ୍ତମାନ ଏହାର ସମସ୍ତ 31 ବିଚାରପତିଙ୍କ ସହିତ ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ କାର୍ଯ୍ୟ କରିବ । ଜୁଲାଇ 1 ପରେ ସୁପ୍ରିମ୍‌କୋର୍ଟ ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ହେ ମନ୍ତବ୍ୟ, ଅଯୋଧ୍ୟା ମାମଲା ଏବଂ ରାଫାଲେ ମାମଲାର ବିଚାର କରାଯିବ ବୋଲି ସୂଚନା ମିଳିଛି । ୟଶଓ୍ବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ଦାୟର କରାଯାଇଥିବା ରାଫାଲେ ମାମଲାର ବିଚାର ଏକ ତିନି ଜଣିଆ ଖଣ୍ଡପୀଠ କରିବ । ମୀନାକ୍ଷୀ ଲେଖିଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମାମଲାର ବିଚାର କରିବେ ମୁଖ୍ୟ ବିଚାରପତି ରଞ୍‌ଜନ ଗୋଗୋଇ । ସେହିପରି ଅଗଷ୍ଟ 15 ପୂର୍ବରୁ ଅଯୋଧ୍ୟା ମାମଲାରବିଚାର କରାଯିବ ଏବଂ…

Read More

ଅଭୟ ସିଂ (କିଶନ ପଟ୍ଟନାୟକ, କେବଳ ରାଜନେତା ବା ରାଜନୈତିକ ଚିନ୍ତକ ନଥିଲେ, ସେ  ଥିଲେ ତାଙ୍କ ସମୟ ଓ ସମାଜର ଜାଗ୍ରତ ବିବେକ। ଓଡିଶାର ବୌଦ୍ଧିକ ଇତିହାସରେ କିଶନ ପଟ୍ଟନାୟକ ସବୁଦିନ ପ୍ରଚ୍ଛଦପଟର ନାୟକ ହୋଇ ରହିଗଲେ କାରଣ ସେ କ୍ଷମତା ରାଜନୀତି ତୁଳନାରେ ବୈଚାରିକ ରାଜନୀତିକୁ ସର୍ବାଧିକ ଗୁରୁତ୍ଵ ଦେଲେ। କିଶନ ବାବୁଙ୍କ ବିଚାର ଅନେକାଂଶରେ ଜଣେ “ପ୍ରଫେଟ” ର। ଭାରତର ରାଜନୈତିକ ଭବିଷ୍ୟତକୁ ନେଇ ସେ ଯେଉଁ ଟୀକା ଟିପ୍ପଣୀ କରିଥିଲେ, ଆଜି ତାହା ଅକ୍ଷରେ ଅକ୍ଷରେ ସତ ହେଉଛି। ଭାରତୀୟ ରାଜନୀତିକୁ ମୌଳିକ ଦୃଷ୍ଟିରେ ଦେଖିବାର ଓ ପରଖିବାର ବିରଳ ଦକ୍ଷତା ତାଙ୍କର ରହିଥିଲା। ଓଡିଶାର ଇତିହାସରେ କିଶନ ପଟ୍ଟନାୟକଙ୍କର ବିକଳ୍ପ ନାହିଁ। ଏହାହିଁ ଆମ ସମୟର ବିଡମ୍ବନା। “ଦୁନିଆ ବିକଳ୍ପହୀନ ନୁହେଁ” ବୋଲି ଦୃପ୍ତ ଭାବରେ ଘୋଷଣା କରିଥିବା କିଶନ ପଟ୍ଟନାୟକ ଆଜି ନିର୍ବିକଳ୍ପ। ତାଙ୍କର ବିଚାର, ବ୍ୟକ୍ତିତ୍ବ ଓ ଜୀବନ ପ୍ରତ୍ୟେକ ଓଡିଆ…

Read More

ଭାରତୀୟ ଜନତା ପାର୍ଟିର ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ମୁଖ୍ୟ ସଚେତକ ଭାବରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ।  ଚଳିତ ଥର ଓଡ଼ିଶାରେ ୨୩ଟି ବିଧାନସଭା ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଛି ବିଜେପି ।

Read More

ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ଆଇପିଏସ ଜଳଦ କର ତ୍ରିପାଠୀ। ଜୁଲାଇ ଆରମ୍ଭରୁ ସେ କାର୍ଯ୍ୟଭାର ସମ୍ଭାଳିବେ। ଜେଏନ୍‌ୟୁରେ ଜଳଦ ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଫିସର  । ତାମିଲନାଡୁ କ୍ୟାଡରର ଏହି ଆଇପିଏସ ଅଫିସରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ ରହିଛି। ଏବେ ଏହି ଓଡ଼ିଆ ପୁଅ ତାମିଲନାଡୁ ୟୁନିଫର୍ମ ସର୍ଭିସ ନିଯୁକ୍ତି ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ। ୟୁପିଏସସି ଏହି ନିଯୁକ୍ତି ଦେଇଛି। ୨୦୧୨ରେ ଜଲଦ କେ ତ୍ରିପାଠୀ ଚେନ୍ନାଇ ପୁଲିସ କମିଶନର ଥିବା ବେଳେ ଏକ ବ୍ୟାଙ୍କ ଡକାୟତିକୁ ପଣ୍ଡ କରିଥିଲେ। ଘଟଣାସ୍ଥଳରେ ୫ ଡକାୟତକୁ ଏନକାଉଣ୍ଟର କରି ନିଜ ଦକ୍ଷତାର ପ୍ରତିପାଦନ କରିଥିଲେ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ରାଜ୍ୟର ଡିଜିପି ରହିଛନ୍ତି ଟି.କେ ରାଜେନ୍ଦ୍ରନ। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ପୂର୍ବରୁ ଶେଷ ହୋଇଥିଲା କିନ୍ତୁ ରାଜ୍ୟ ସରକାର ଆଉ ଦୁଇ ବର୍ଷ ବଢ଼ାଇଥିଲେ। ଆସନ୍ତାକାଲି ତାଙ୍କ କାର୍ଯ୍ୟକାଳ ଶେଷ…

Read More

ରାଜ୍ୟରେ ଖାଲି ପଡିଥିବା ଇଂଜିନିୟରିଂ ସିଟ୍ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଜୁନ ୩୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏବେ ଓଜେଇଇ ପାଇଁ ନାମଲେଖା ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। କେତେକ କଲେଜରେ ସ୍ପଟ ଆଡମିସନ ମଧ୍ୟ ଜାରି ରହିଛି। ତେବେ ବିଭିନ୍ନ କଲେଜରେ ଅନେକ ପାଠ୍ୟକ୍ରମ ପାଇଁ ଶତାଧିକ ସିଟ୍ ଖାଲି ରହିଛି। ଯାହା କଲେଜ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି। ଯାହାକୁ ନଜରରେ ରଖି ସ୍ୱତନ୍ତ୍ର ଓଜେଇଇ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ କୌଣସି କାରଣରୁ ପ୍ରଥମ ଓଜେଇଇରେ ଭାଗ ନେଇ ନାହାନ୍ତି କିମ୍ବା କାଉନସେଲିଂରେ ସାମିଲ ହୋଇପାରି ନାହାନ୍ତି ସେମାନେ ଏହି ସ୍ୱତନ୍ତ୍ର ଓଜେଇଇ ଦେଇପାରିବେ। ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ତାରିଖ ଜୁନ ୩୦ରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ଜୁଲାଇ ୭ରେ ସରିବ। ଜୁଲାଇ ୧୫ରେ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…

Read More