ରାଜ୍ୟରେ ୮ଟି ଜିଲ୍ଲାରେ ଝଡ଼ ବର୍ଷା ସହିତ ବଜ୍ରପାତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ବଜ୍ରପାତ ହେବାର ଆଶଙ୍କା ରହିଛି। ଦିନ ୪ ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହି ସମୟରେ ଘରୁ ବାହାରକୁ ନ ବାହରିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଲଘୁଚାପ ପ୍ରଭାବରେ ବର୍ଷାର ସମ୍ଭାବନା ମଧ୍ୟ ରହିଛି।
Author: Samikhsya Bureau
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍ର ୩୮ ତମ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଇଂଲଣ୍ଡ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଜାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଏଜ୍ବାଷ୍ଟନ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଦଳ ୩୦୦ ରନ୍ ହାସଲ କରିବାର ଲକ୍ଷ୍ୟ ରଖିବ ବୋଲି ମୋର୍ଗାନ କହିଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ବିଜୟ ଶଙ୍କରଙ୍କ ସ୍ଥାନରେ ଋଷଭ ପନ୍ତ ସ୍ଥାନ ପାଇଥିବା ବେଳେ ଇଂଲଣ୍ଡ ମଧ୍ୟ ଗୋଟିଏ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଉଛି । ମୋଇନ୍ ଅଲୀଙ୍କ ସ୍ଥାନରେ ଲିଆମ୍ ପ୍ଲଙ୍କେଟ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଭାରତକୁ ମୌସୁମୀ ଆସିସାରିଥିଲେ ମଧ୍ୟ ଗ୍ରୀଷ୍ମର ପ୍ରକୋପ କମିନାହିଁ । ଦେଶର ରାଜଧାନୀ ଦିଲ୍ଳୀରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି । ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ସେଠାରେ ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମକାଳୀନ ଛୁଟିକୁ ଆଉ ଗୋଟିଏ ସପ୍ତାହ ପାଇଁ ବଢାଇଦିଆଯାଇଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ ଟୁଥଟ୍ କରି ରବିବାର ଦିନ ଏହି ସମ୍ବନ୍ଧୀୟ ଘୋଷଣା କରିଛନ୍ତି । ଦିଲ୍ଲୀର ଭୀଷଣ ଖରାକୁ ଦେଖି ବିଦ୍ୟାଳୟଗୁଡ଼ିକରେ ୮ମ ଶ୍ରେଣୀପର୍ଯ୍ୟନ୍ତ ପିଲାଙ୍କୁ ଆଉ ଗୋଟିଏ ସପ୍ତାହର ଛୁଟି ଦେଇଛନ୍ତି । ୮ମ ପର୍ଯ୍ୟନ୍ତ ପିଲାମାନଙ୍କର ସ୍କୁଲ ଜୁଲାଇ ୮ ତାରିଖରେ ଖୋଲା ହେବ । ତେବେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି । ଏହି ନିୟମ ଦିଲ୍ଲୀର ପ୍ରାଇଭେଟ୍ ସ୍କୁଲରେ ମଧ୍ୟ ଲାଗୁ ହେବ ବୋଲି ମନୀଷ କହିଛନ୍ତି । ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି ଯେ, ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଏହିପରି…
କଂଗ୍ରେସର ବିପର୍ଯ୍ୟୟ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ରିପୋର୍ଟ ପ୍ରସଙ୍ଗ ଉପରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତ । କଂଗ୍ରେସର ଅନୁସନ୍ଧାନ ସରିନି ବୋଲି କହିଛନ୍ତି ନରସିଂହ । ବିଧାନସଭା ଆରମ୍ଭ ହୋଇଥିବାରୁ ତଥ୍ୟ ଅନୁସନ୍ଧାନ ସରିପାରିନାହିଁ । ୨ଟି କମିଟିର କାର୍ଯ୍ୟ ସରିଛି, ୪ର୍ଥ କମିଟିର କାର୍ଯ୍ୟ ଜାରି ରହିଛି । ବିଧାୟକମାନେ କମିଟିର ଆବାହକ ଥିବାରୁ ତଥ୍ୟ ସଂଗ୍ରହ ସରିପାରିନି ବୋଲି କହିଛନ୍ତି ନରସିଂହ । ବିଧାନସଭା ଅଧିବେଶନ ଶେଷ ହେବା ପରେ ରିପୋର୍ଟ ଆସିବ ବୋଲି କହିଛନ୍ତି ନରସିଂହ ମିଶ୍ର ।
ଜାତୀୟ ପୁରସ୍କାର ପ୍ରାପ୍ତ ଦଙ୍ଗଲ ଗାର୍ଲ ଜାଇରା ଓ୍ବାସିମ୍ ବଲିଉଡ୍ ଛାଡିବା ନେଇ ସୂଚନା ଦେଇଛନ୍ତି। ବଲିଉଡ୍ରେ କାମ କରିବା ତାଙ୍କର ଧର୍ମୀୟ ଭାବନାରେ ରହିଥିବା ବିଶ୍ବାସ ଏବଂ ଭରସାକୁ ଆଘାତ ପହଞ୍ଚାଉଥିବାରୁ ବଲିଉଡ ଛାଡିବା ନେଇ ନିଷ୍ପତ୍ତି ନେଇଛନ୍ତି ଜାଇରା। ନିଜର ସୋସିଆଲ ମିଡିଆ ପେଜ୍ରେ ଏକ ଚିଠି ଲେଖି ବଲିଉଡ୍କୁ ବିଦାୟ ଜଣାଇବାର ନିଷ୍ପତ୍ତି ନେଇଛନ୍ତି। ୫ ବର୍ଷ ପୂର୍ବରୁ ବଲିଉଡ୍ରେ ପ୍ରବେଶ କରିବାର ନିଷ୍ପତ୍ତି ମୋତେ ପ୍ରସିଦ୍ଧି ଆଣି ଦେଇଥିଲା। ଏହା ସହିତ ବଲିଉଡ୍ ମୋତେ ଯୁବ ସମାଜର ଆଦର୍ଶ ଭାବରେ ମଧ୍ୟ ପ୍ରତିଷ୍ଠିତ କରାଇଥିଲା। ମାତ୍ର ସଫଳତା ଏବଂ ବିଫଳତାକୁ ବର୍ତ୍ତମାନ ମୁଁ ବୁଝିବାରେ ଲାଗିଛି ଏବଂ ବଲିଉଡ୍ରେ ମୋ ସ୍ଥାନକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ ବୋଲି ଜାଇରା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ନିଜର ପାଞ୍ଚ ବର୍ଷର ବଲିଉଡ୍ ଯାତ୍ରାରେ ତିନୋଟି ଫିଲ୍ମରେ ଅଭିନୟ କରିଥିବା ବେଳେ ଦୁଇଟି ଜାତୀୟ ପୁରସ୍କାର ଏବଂ…
ସିନେଟର କମଳା ହ୍ୟାରିସ୍ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣର ଅଭିଯୋଗ ଆସିଛି। ରାଷ୍ଟ୍ରପତି ଦୌଡରେ ରହିଥିବା ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିବା ଦୁଇ କୃଷ୍ଣକାୟ ପ୍ରାର୍ଥୀଙ୍କ ମଧ୍ୟରେ କମଳା ହ୍ୟାରିସ୍ ଅନ୍ୟତମ। ଗୁରୁବାର ରାତିରେ ପୂର୍ବତନ ଉପ ରାଷ୍ଟ୍ରପତି ଜୋ ବିଡେନ୍ଙ୍କ ସହିତ ଏକ ବିତର୍କରେ ଭାଗ ନେବା ପରେ କମଳାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ବର୍ଣ୍ଣବୈଷମ୍ୟବାଦକୁ ନେଇ ବିଡେନ୍ଙ୍କ ସହିତ ଆଲୋଚନା ପରେ ବିଭିନ୍ନ ସୋସିଆଲ ମିଡିଆ ସାଇଟ୍ରେ ଏହି କାଲିଫର୍ଣ୍ଣିଆ ସିନେଟରଙ୍କୁ ଆକ୍ରମଣ କରାଯାଇଛି। କମଳା ସମ୍ପୂର୍ଣ୍ଣ ଭାବରେ କୃଷ୍ଣକାୟ ନୁହନ୍ତି ବୋଲି କିଛି ଲୋକ ଅଭିଯୋଗ କରିଥିବା ବେଳେ କିଛି ଲୋକ ସେ ଆମେରିକୀୟ ନୁହଁନ୍ତି ବୋଲି ସମାଲୋଚନା କରିଥିଲେ। ଏପରି ବର୍ଣ୍ଣବୈଷମ୍ୟବଦ ବିରୋଧରେ ସାଧାରଣ ଜନତା ମତ ପ୍ରଦାନ କରିବା ଉଚିତ୍ ବୋଲି ହ୍ୟାରିସ୍ଙ୍କ ମୁଖପାତ୍ର ଲିଲି ଆଡାମ୍ସ ଟ୍ବିଟ୍ଟର ଜରିଆରେ କହିଛନ୍ତି।
ଉତ୍ତରପ୍ରଦେଶ କାନୁନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି। ଯୋଗୀ ଆଦିତ୍ୟନାଥ ପ୍ରିୟଙ୍କାଙ୍କୁ ଜବାବ ଦେଇ କଟାକ୍ଷ କରି କହିଛନ୍ତି ଯେ, ଏହା ଅଙ୍ଗୁର ଖଟା ପରି ଘଟଣା। କଂଗ୍ରେସର ପାର୍ଟି ଅଧ୍ୟକ୍ଷ ନିର୍ବାଚନ ହାରିଯାଇଛନ୍ତି, ଏବେ ଦିଲ୍ଲୀ-ଇଟଲୀ, ଇଂଲଣ୍ଡରେ ବସି କମେଣ୍ଟ କରିବାକୁ ପଡୁଛି, କାରଣ ଏମିତି କରିକି ଚର୍ଚ୍ଚାରେ ରହିହେବ। ଉତ୍ତରପ୍ରଦେଶରେ ବଢି ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ତଥା ଅପରାଧିକ ଘଟଣାକୁ ଦେଖି ପ୍ରିୟଙ୍କା ଗାନ୍ଧି ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଅପରାଧୀମାନେ ମୁକ୍ତ ଭାବେ ବିଚରଣ କରୁଥିବାବେଳେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣା ଘଟି ଚାଲିଛି। କିନ୍ତୁ ରାଜ୍ୟର ବିଜେପି ସରକାର ଉଁ କି ଚୁଁ କରୁନାହିଁ। ଉତ୍ତରପ୍ରଦେଶ ସରକାର ଅପରାଧୀଙ୍କ ନିକଟରେ ବୋଧେ ଆତ୍ମସମର୍ପଣ କରିଦେଇଛନ୍ତି ବୋଲି ପ୍ରିୟଙ୍କା ଟୁଇଟ୍ କରିଥିଲେ।
ଚଳିତ କ୍ରିକେଟ ବିଶ୍ବକପ୍ରେ ମୁକାବିଲା କରିବାକୁ ଯାଉଛନ୍ତି ଆୟୋଜକ ଇଂଲଣ୍ଡ ଏବଂ ବିରାଟ କୋହଲିଙ୍କ ଭାରତ। ଟୁର୍ଣ୍ଣାମେଣ୍ଟର ଏକମାତ୍ର ଅପରାଜେୟ ଦଳ ଭାରତ ୬ଟି ମ୍ୟାଚ୍ରୁ ୫ଟିରେ ବିଜୟ ହାସଲ କରିଥିବା ବେଳେ ସେମିରେ ପ୍ରବେଶ କରିବା ପାଇଁ ଭାରତକୁ ମାତ୍ର ଗୋଟିଏ ବିଜୟ ଆବଶ୍ୟକ। ଅପରପକ୍ଷରେ ସେମି ଫାଇନାଲ ଦୌଡରେ ରହିବାକୁ ହେଲେ ଇଂଲଣ୍ଡକୁ ମଧ୍ୟ ଏହି ମ୍ୟାଚ୍ରେ ବିଜୟୀ ହେବାକୁ ପଡିବ। ଭାରତ ପକ୍ଷରୁ ଦୁଇ ଓପ୍ନରଙ୍କ ସହିତ ଅଧିନାୟକ ବିରାଟ କୋହଲି ଭଲ ଫର୍ମରେ ରହିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ସାମି ଏବଂ ଜଶ୍ପ୍ରୀତ୍ ବୁମ୍ରା ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ, ରୁଟ୍, ବାୟେରେଷ୍ଟୋ ଏବଂ ଜାସନ୍ ରୟ ଭଲ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍ରେ ବିଜୟୀ ହେବା ପାଇଁ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଗତ ଦୁଇଟି ମ୍ୟାଚ୍ରୁ ୮ଟି ଓ୍ବିକେଟ୍ ଅକ୍ତିଆର କରିଥିବା ସାମି ପୁନର୍ବାର ଏହି ମ୍ୟାଚ୍ରେ ଖେଳିବାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମନ କୀ ବାତ୍ ଦେଶ ଓ ସମାଜ ପାଇଁ ଆଇନା ସଦୃଶ। ଦେଶବାସୀଙ୍କ ଚିଠି ତାଙ୍କୁ ପ୍ରେରଣା ଦେଉଛି। ଏହାଦ୍ୱାରା ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ମଧ୍ୟ ହେଉଛି। ଏହା ସହିତ ମୋଦି ୪୪ ବର୍ଷ ତଳେ ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା କେବଳ ରାଜନୀତି କ୍ଷେତ୍ରରେ ନୁହେଁ, କିମ୍ବା ରାଜନେତା, ଆନ୍ଦୋଳନ ପର୍ଯ୍ୟନ୍ତ ସୀମିତ ନଥିଲା। ଏହା ଜନ ସାଧାରଣଙ୍କ ମନରେ ଆକ୍ରୋଶ ଥିଲା। ଲୁଚି ଯାଇଥିବା ଲୋକତନ୍ତ୍ରର ଏକ ସ୍ୱର ଥିଲା। ଲୋକତନ୍ତ୍ର ଯେତେବେଳେ କେହି ଛିନ୍ନ କରେ ସେହି ସମୟରେ ଆଧିକାର କଣ ବୋଲି ପରିଲକ୍ଷିତ ହୋଇ ଥାଏ। ଭାରତବାସୀ ଗର୍ବରେ କହିପାରିବେ କି, ଲୋକତନ୍ତ୍ର ଆମର ସଂସ୍କାର, ଲୋକତନ୍ତ୍ର ଆମ ସଂସ୍କୃତି। ଏହି ଅବସରରେ ମୋଦି କହିଛନ୍ତି ଯେ,୨୦୧୯…
ମଧ୍ୟପ୍ରଦେଶ ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟ୍ରେ ପିଟିବା ଅଭିଯୋଗରେ ଜେଲରେ ଥିବା ବିଧାୟକ ତଥା କ୍ରିକେଟ୍ ବ୍ୟାଟ୍ସମ୍ୟାନ୍ ଆକାଶ ବିଜୟବର୍ଗୀୟଙ୍କ ଜାମିନ ମଞ୍ଜୁର ହୋଇଛି। ଭୋପାଳ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ସେ ଏବେ ଜେଲରୁ ମୁକୁଳିଛନ୍ତି। ଜେଲରେ ବହୁତ ଭଲ ସମୟ ସେ କଟାଇଛନ୍ତି ଏବଂ ଆଗାମୀ ଦିନରେ ଲୋକଙ୍କ ସେବା ଜାରି ରଖିବେ ବୋଲି ଆକାଶ ବିଜୟବର୍ଗୀୟ କହିଛନ୍ତି। ଆକାଶ ହେଉଛନ୍ତି ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ଓ ସେ ପ୍ରଥମ ଥର ଇନ୍ଦୋର-୩ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବୁଧବାର ଗିରଫ ପରେ ଅଦାଲତ ତାଙ୍କୁ ଆସନ୍ତା ୭ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଦୁଇ ଥର ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା। ଶନିବାର ଭୋପାଳ ଜିଲ୍ଲା ଫାଷ୍ଟ ଟ୍ରାକ୍ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଶନିବାର ଦିନ କିଛି କାଗଜପତ୍ର ଜନିତ…
ଉତ୍ତରପ୍ରଦେଶର ଯୋଗୀ ସରକାର ଭିଖାରୀମାନଙ୍କୁ ପୁନର୍ବାସ କରିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମ୍ବନ୍ଧୀୟ ଏକ ପାଇଲଟ ପ୍ରୋଜେକ୍ଟ ନଓ୍ବାବ୍ଙ୍କ ସହ ଲକ୍ଷ୍ନୌରେ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ନଗର ନିଗମ (ଏଲ୍ଏମ୍ସି)କୁ ରାଜ୍ୟର ରାଜଧାନୀରେ ରହୁଥିବା ସମସ୍ତ ଭିଖାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଶ୍ରୟ ଗୃହରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶାରିରୀକ ରୂପରେ ଅକ୍ଷମ ଥିବା ଭିଖାରୀଙ୍କୁ ଆଶ୍ରୟ ଗୃହରେ ରଖାଯିବ। ସୁସ୍ଥ ଭିକାରୀ ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି ଲକ୍ଷ୍ନୌ ମ୍ୟୁନିସପାଲ କର୍ପୋରସେନ। ଶାରୀରିକ ଭାବେ ସୁସ୍ଥ ଭିକାରୀ ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ଦୈନିକ ସ୍ବଚ୍ଛତା କାର୍ଯ୍ୟ କରୁଥିବା ଭିଖାରୀଙ୍କୁ ଦିନକୁ ୩୦୦ ଟଙ୍କାର ମଜୁରୀ ଦିଆଯିବ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ୪୫ ଦିନ…
ଜମ୍ମୁ କଶ୍ମୀରର ବଡ଼ଗାମ ଜିଲ୍ଲାରେ ରବିବାର ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଜିଲ୍ଲାର ଚଦୋରା ଅଚଂଳରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି। ସୂଚନାଯୋଗ୍ୟ ବଡ଼ଗାମ ଜିଲ୍ଲାର କ୍ରାଲପୋରାରେ ଶୁକ୍ରବାର ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ସୁରକ୍ଷାବାହିନୀର ଯବାନମାନେ ଦୀର୍ଘ ସମୟର ଏନକାଉଣ୍ଟର ପରେ ଆତଙ୍କବାଦୀର ମୃତଦେହ ଠାବ କରିଥିଲେ। ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଓ ଜମ୍ମୁ କଶ୍ମୀରର ଏସଓଜି ମିଳିତ ଭାବେ ବଡ଼ଗାମ ଜିଲ୍ଲା କ୍ରାଲପୋରାରେ ଏନ୍କାଉଣ୍ଟ କରିଥିଲେ।
ବହୁ ପ୍ରତିକ୍ଷୀତ ଚଳିତ ବର୍ଷର ଅମରନାଥ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଯାଇଛି। ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା କେକେ ଶର୍ମା ପ୍ରଥମ ବ୍ୟାଚର ଶ୍ରଦ୍ଧାଳୁଙ୍କର ଯାତ୍ରାକୁ ସବୁଜ ସଂକେତ ଦେଇଛନ୍ତି। ଅନ୍ୟ ବର୍ଷ ଭଳି ଚଳିତ ଥର ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ପବିତ୍ର ପାହାଡିଆ ଯାତ୍ରା ପାଇଁ ବାଲଟାଲ ଓ ପହଳଗାମ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରି ଦିଆଯାଇଛି। ଦକ୍ଷିଣ କଶ୍ମୀରର ହିମାଳୟ ପାହାଡରେ ୩୮୮୦ ମିଟର ଉଚ୍ଚସ୍ଥାନରେ ବରଫ ଶିବ ଲିଙ୍ଗକୁ ଶ୍ରଦ୍ଧାଳୁମାନେ ୪୦ ଦିନ ଯାଏଁ ଦର୍ଶନ କରିବେ। ସୁରକ୍ଷାବାହିନୀମାନେ ଯାତ୍ରା ରାସ୍ତାକୁ ସଫା କରିଛନ୍ତି। କେନ୍ଦ୍ର ସରକାର ଅମରନାଥ ଯାତ୍ରା ପାଇଁ ବହୁ ସ୍ତରୀୟ ସୁରକ୍ଷା ଲାଗି ସିଆରପିଏଫର ୪୦,୦୦୦ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରିଛି। ଜମ୍ମୁ ଠାରୁ ଗୁମ୍ଫା ଯାଏଁ ପାଖାପାଖି ୬୦ ହଜାର ସୁରକ୍ଷାବଳ ମୁତୟନ ରହିବେ। ଜମ୍ମୁରୁ କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ରବିବାର ପଠାଯିବ ଏବଂ…
କେଦାର ମିଶ୍ର ଏମିତି ଦେଖିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର କୌଣସି ତୁଳନା ସମ୍ଭବ ନୁହେଁ। ସରକାର ଭିତରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଢେର ଉଚ୍ଚରେ। ମୋଦୀ ସରକାରରେ ମୂଳରୁ ପେଟ୍ରୋଲିୟମ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ଏକ ବିରଳ ରେକର୍ଡର ଅଧିକାରୀ। ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଗତ କିଛି ବର୍ଷ ଭିତରେ କେହି ବି ଏତେ ବର୍ଷ ନିରନ୍ତର କାମ କରିବାର ସୁଯୋଗ ପାଇନଥିଲେ। ପ୍ରଥମ ମୋଦୀ ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ସହିତ ଦକ୍ଷତା ବିକାଶ ଓ ଦ୍ଵିତୀୟ ପାଳିରେ ଇସ୍ପାତ ବିଭାଗର ଦାୟିତ୍ଵ ମଧ୍ୟ ପାଇଛନ୍ତି। ଓଡିଶାରୁ ବହୁ ବର୍ଷ ହେଲା ସେ ନିର୍ବାଚନ ଜିତିନାହାନ୍ତି କି ଲଢି ନାହାନ୍ତି, ତଥାପି ବିଜେପି ତାଙ୍କୁ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପଠେଇଛି। ଏଥିରୁ ଦଳ ଓ ସରକାରରେ ତାଙ୍କର ପତିଆରା ସ୍ପଷ୍ଟ ପ୍ରମାଣିତ। ହେଲେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ସବୁବେଳେ ପରାଜିତ…
ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ଅଦଲବଦଳ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାପାଳ ଥିବା ରଶ୍ମିତା ପଣ୍ଡାକୁ ସରକାର ବଦଳି କରି ଦେଇଛନ୍ତି। କାରଣ ରଶ୍ମିତା କ୍ବାଟର ମରାମତିରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିବାର ଘଟଣା ପଦାକୁ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ରଶ୍ମିତାଙ୍କୁ ସରକାର ନିଯୁକ୍ତି ଏବଂ ଦକ୍ଷତା ବିକାଶର ନିର୍ଦ୍ଦେଶିକା ତଥା ସିଇଓ ଭାବେ ଅବସ୍ଥାପିତ କରିଛନ୍ତି। ଅନ୍ୟାନ୍ୟ ଯେଉଁ ଅଧିକାରୀଙ୍କୁ ବଦଳି କରାଗଲା ସେମାନେ ହେଲେ… ପାଟିଲ ରାଜେଶ ପ୍ରଭାକର- ନିର୍ଦ୍ଦେଶକ , ସ୍ବତନ୍ତ୍ର ପ୍ରକଳ୍ପ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ରଶ୍ମିତା ପଣ୍ଡା- ନିଯୁକ୍ତି ଏବଂ ଦକ୍ଷତା ବିକାଶର ନିର୍ଦ୍ଦେଶିକା ତଥା ସିଇଓ ନିଖିଲ ପବନ କଲ୍ୟାଣ-ସୁନ୍ଦରଗଡ ଜିଲ୍ଲାପାଳ ମନୀଷା ବାନାର୍ଜି- ଜିଲ୍ଲାପାଳ ସୋନପୁର ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭୂମିଷ ଚନ୍ଦ୍ର ବେହେରା , ଓଏଏସ- ଜିଲ୍ଲାପାଳ ଢେଙ୍କାନାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ତ୍ତମାନ ରୂପା…
ସମୀକ୍ଷା ବ୍ୟୁରୋ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର। ଉଭୟ ନିର୍ବାଚିତ ହୋଇଥିବାର ପ୍ରମାଣପତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ଖାଲିପଡିଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ତରଫରୁ ରାଜ୍ୟସଭା ପାଇଁ ଦୁଇଜଣଙ୍କୁ ପ୍ରାର୍ଥୀ ଦିଆଯାଇଥିଲା। ଆଉ ଏକ ଆସନରେ ବିଜେପି ଦେଇଥିବା ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ଏହି ତିନୋଟି ଆସନରେ ବିଜେଡିରୁ ଦୁଇ ଏବଂ ବିଜେପିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପାଇଁ ନିର୍ବାଚିତ ହୋଇଛନ୍ତି। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଥିବା ବେଳେ ସସ୍ମିତ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ପ୍ରମାଣ ପତ୍ର ପାଇବା ପରେ ଉଭୟ ନୂଆଦିଲ୍ଲୀ ଗସ୍ତ କରି ସେଠାରେ ରାଜ୍ୟସଭାରେ ସେମାନେ ସଦସ୍ୟ ଭାବେ ଶପଥ ନେବେ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନଠାରେ ଅନୁଷ୍ଠିତ ତ୍ରିଦିବସୀୟ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଜାପାନର ଅଶୋକା ସହରରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ଶିଖର ବାର୍ତ୍ତାରେ ଦ୍ବିପାକ୍ଷିକ ଓ ବହୁ ପାକ୍ଷିକ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥିଲେ ମୋଦି। ଏହି ସମ୍ମିଳନୀରେ ସବୁଠୁ ଚର୍ଚ୍ଚାର ବିଷୟ ରହିଥିଲା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କର ସେଲ୍ଫି। ଏହାରି ମଧ୍ୟରେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସ୍ନ୍ ଭାରତର ମୋଦୀଙ୍କ ସହିତ ସେଲ୍ ଫି ନେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମୋରିସନ୍ ମୋଦୀଙ୍କ ସହିତ ସେଲ୍ଫି ନେଇ ନିଜ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଫଟୋରେ ଲେଖିଛନ୍ତି ‘‘କିତ୍ନା ଅଚ୍ଛା ହୈ ମୋଦୀ!’’
ରାଜସ୍ଥାନ ପୁଲିସ ଦ୍ୱାରା ମବ ଲିଚିଙ୍ଗରେ ଶିକାର ହୋଇଥିବା ମୃତକ ପହଲୁ ଖାନଙ୍କ ବିରୋଧରେ ଗୋ ତସ୍କରୀ ମାମଲାରେ ଚାର୍ଜସିଟ୍ ଦାୟର କରିବା ପରେ ଏହା ଏବେ ରାଜନୈତିକ ମାହୋଲକୁ ସରଗରମ କରିଛି। ପେହଲୁ ଖାନ୍ଙ୍କ ନାଁରେ ରାଜସ୍ଥାନ ପୁଲିସ୍ ରୁଜୁ କରିଛି ବେଆଇନ ଗୋଚାଲାଣ ମାମଲା। ୨୦୧୭ ମସିହାରେ ପେହଲୁ ‘ଗୋ ରକ୍ଷକ’ଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଥିଲା। କିନ୍ତୁ ପେହଲୁ ଖାନ୍ ଏବଂ ତାଙ୍କ ଦୁଇ ପୁଅ ନାମରେ ପୁଲିସ୍ ଏବେ ବେଆଇନ ଗୋଚାଲାଣ ମାମଲା ରୁଜୁ କରିଛି। ପୁଲିସ୍ ଚାର୍ଜଶିଟ୍ରେ ପେହଲୁ ଖାନ୍ର ପୁଅ ଇର୍ସାଦ୍ ଏବଂ ଆରିଫ୍ଙ୍କ ନାମରେ ଗୋସୁରକ୍ଷା ସମ୍ବନ୍ଧୀୟ ଆଇନ (ରାଜସ୍ଥାନ ବୋଭାଇନ୍ ଆନିମଲ)ର ଧାରା ୫,୮ ଏବଂ୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ମୃତ ପେହଲୁ ଖାନ୍ଙ୍କ ନାମରେ ଏହି ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଖବର ପ୍ରସାରଣ ହେବା ପରେ ଓ୍ବଓ୍ବୈସୀ…
ଆସନ୍ତା କାଲି ଅର୍ଥାତ୍ ଜୁନ୍ ୩୦ରୁ ପୁଣି ଥରେ ଶୁଣିବାକୁ ମିଳିବ ମୋଦିଙ୍କ ‘ମନ କି ବାତ୍’ । ନରେନ୍ଦ୍ର ମୋଦି ପ୍ରଥମଥର ଶାସନ କ୍ଷମତାକୁ ଆସିବା ପରେ ୨୦୧୪ ଅକ୍ଟୋବର ୩ରୁ ଏହି ଅଭିନବ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ମୋଦିଙ୍କ ପ୍ରଥମ ଇନିଂସ୍ରେ ଶେଷ ‘ମନ କି ବାତ୍’ର କାର୍ଯ୍ୟକ୍ରମ ଫେବୃଆରୀ ୨୪ରେ ପ୍ରସାରିତ ହୋଇଥିଲା । ତା’ପରେ ଦେଶରେ ନିର୍ବାଚନ ପାଇଁ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇଯାଇଥିଲା । ତେବେ ପୁଣି ଥିରେ ଦ୍ବିତୀୟବାର ବହୁମତ ନେଇ ଶାସନ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିବା ମୋଦିଜୀ ପୁଣି ଥରେ ‘ମନ କି ବାତ୍’ ଆରମ୍ଭ କରିବାକୁ ଯାଉଛନ୍ତି ।
କଙ୍ଗନା ରଣାଓ୍ବତ୍ ଏବଂ ରାଜକୁମାର ରାଓ ଅଭିନୀତ ମେଣ୍ଟାଲ ହେ କ୍ୟାର ନାମ ପରିବର୍ତ୍ତନ ନେଇ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ସେନ୍ସର ବୋର୍ଡ । ଗତକାଲି ଫିଲ୍ମର ପ୍ରଯୋଜକ ଶୈଲେଶ ସିଂ ଏବଂ ମୁଖ୍ୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସିବିଏଫ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଫିଲ୍ମଟିକୁ ସିବିଏଫ୍ସି ପକ୍ଷରୁ ଦେଖାଯିବା ପରେ ନାମ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଥିଲା । ମେଣ୍ଟାଲ ଶବ୍ଦର ବ୍ୟବହାର ନେଇ ସିବିଏଫ୍ସି ପକ୍ଷରୁ ଆପତ୍ତି ଉଠାଯିବା ସହିତ ଏହା ବଦଳରେ ଜଜ୍ମେଣ୍ଟାଲ କିମ୍ବା ସେଣ୍ଟିମେଣ୍ଟାଲ ରଖିବାର ପ୍ରସ୍ତାବ ଦିଆଯାଇଛି । ଏହି ଫିଲ୍ମରେ ଅଭିନୟ କରିବା ସହିତ ପ୍ରଥମ ଥର ପାଇଁ କଙ୍ଗନା ଫିଲ୍ମର ଚିତ୍ରନାଟ୍ୟ ଏବଂ କାହାଣୀ ଲେଖିଛନ୍ତି ।
ଅଧ୍ୟାପକମାନେ କଲେଜରେ ମାତ୍ର 5 ଘଣ୍ଟାରୁ କମ ସମୟ ରହୁଛନ୍ତି। ହେଲେ ନିୟମ ଅନୁସାରେ 7 ଘଣ୍ଟା କାମ କରିବା କଥା। ଏହିକାୁ କଡାକଡି କରିବା ପାଇଁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ କଲେଜରେ ବାୟୋମେଟ୍ରିକ୍ ମେସିନ୍ ଲଗାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅଧ୍ୟାପକମାନେ ପାଠପଢା ଅଧାରୁ ଛାଡି ଯିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବରର ପାନ୍ଥନିବାସଠାରେ ଆୟୋଜିତ ଏହି ଅଧ୍ୟକ୍ଷ ସମ୍ମିଳନୀରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଏଥିସହିତ ଉଚ୍ଚଶିକ୍ଷାର ମାନବୃଦ୍ଧି ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି। ବିଭିନ୍ନ କଲେଜରେ ଖାଲିପଡିଥିବା ଅଧ୍ୟାପକ ଏବଂ ଅଣଶିକ୍ଷା କର୍ମଚାରୀଙ୍କ ପଦବୀ ପୁରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଯୁକ୍ତ ୩ରେ ଏକକ ସିଲାବସ୍ ପ୍ରଚଳନ ଉପରେ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି…

