ପାକିସ୍ତାନର ଲାହୋର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି। ଏହି ଗୁଳିକାଣ୍ଡ ଯୋଗୁ ଏୟାରପୋର୍ଟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ରନ୍ୱେରୁ ଏୟାରପୋର୍ଟକୁ ଆସୁଥିବା ବେଳେ ପୂର୍ବରୁ ଏଠାରେ ରହିଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଗୁଳିମାଡ଼ କରିଥିବା ଦୁଇ ବ୍ୟକ୍ତି ଅଶ୍ରଦ ଓ ଶାହାନଙ୍କୁ ଏୟାରପୋର୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ଏଭଳି କରିଥିବା କହିଛନ୍ତି।।
Author: Samikhsya Bureau
ଲୋକସଭା ନିର୍ବାଚନର ପରିଣାମ ଆସିବା ପ୍ରାୟ ଏକମାସରୁ ଅଧିକ ହୋଇଗଲାଣି । ଏବେବି କଂଗ୍ରେସରେ ସଂକଟ ଟଳିନି । ପାର୍ଟିର ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଇସ୍ତଫା ଦେବା ପାଇଁ ଜିଦ୍ ଧରିଛନ୍ତି । ଏବଂ କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ଦାବି କରୁଛନ୍ତି । ବୁଧବାର ଦିନ ରାହୁଲ୍ କହିଛନ୍ତି ଯେ, ସେ ପାର୍ଟିର ଅଧ୍ୟକ୍ଷ ହେବାକୁ ଚାହୁଁନାହାନ୍ତି, ତେଣୁ ଦଳ ଯେତେଶୀଘ୍ର ସମ୍ଭବ ଦଳର ନୂତନ ଅଧ୍ୟକ୍ଷଙ୍କୁ ଚୟନ କରିବା ଉଚିତ୍ । କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର ବୋଲି ରାହୁଲ୍ କହିଛନ୍ତି । ଯେକୌଣସି ପରିସ୍ଥିତିରେ ବି ରାହୁଲ୍ ଆଉ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି । ଦଳର ଅଧ୍ୟକ୍ଷ ଚୟନ କରିବା ବହୁତ ବିଳମ୍ବ ହେଲାଣି । ତେଣୁ ଦଳ ଖୁବ ଶୀଘ୍ର ଓ୍ବାର୍କିଂ କମିଟି ଡକାଇ ଏନେଇ ନିଷ୍ପତ୍ତି ନେଇ ଦଳର ନୂତନ ଅଧ୍ୟକ୍ଷକୁ ନିଯୁକ୍ତି କରିବାର ଆବଶ୍ୟକ…
କେନ୍ଦ୍ରରେ ମୋଦି ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ନାମ ବଦଳାଇ କେବଳ ବଙ୍ଗଳା କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଗୃହ ମନ୍ତ୍ରାଳୟ ଅସ୍ବୀକାର କରିଛି। ଗୃହମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରାଯିବନି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ନାମ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଥାଏ ବୋଲି ନିତ୍ୟାନନ୍ଦ କହିଛନ୍ତି। ପୂର୍ବରୁ ୨୦୧୧ରେ ମଧ୍ୟ ମମତା ବାନାର୍ଜୀ ସରକାର ରାଜ୍ୟର ନାମ ବଦଳାଇ ’ପଶ୍ଚିମ ବଙ୍ଗ’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ସେହିସମୟରେ ମଧ୍ୟ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ତରଫରୁ ଖାରଜ ହୋଇଥିଲା। ରାଜ୍ୟର ନାମ ପରିବର୍ତ୍ତନ ପ୍ରକିୟା ୨୦୧୬ରେ ଆରମ୍ଭ ହୋଇଥିଲା ବୋଲି ପଶ୍ଚିମବଙ୍ଗ ସହରୀ ବିକାଶ ମନ୍ତ୍ରୀ ଫିର୍ହାଦ୍ ହକିମ୍ କହିଛନ୍ତି।
ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଶ୍ରୀଜୀଉଙ୍କର ନବଦିନାତ୍ମକ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ। ଆଜି ମହାପଭ୍ରୁଙ୍କ ପାଇଁ ପ୍ରସ୍ତୁତ ତିନି ରଥ ସିଂହଦ୍ବାର ଅଭିମୁଖେ କରାଯାଇଛି। ଆଜି ମହାପ୍ରଭୁଙ୍କର ଉଭା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପବିତ୍ର ତିଥିରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ ୧୧ଟାରେ ରଥଖଳାରେ ଥିବା ତିନିରଥରେ ତିନିବାଡ଼ରୁ ଆସିଥିବା ଆଜ୍ଞାମାଳ ଲାଗି କରାଯାଇଥିଲା। ତିନିଜଣ ପୂଜା ପଣ୍ଡା ଏହି ଆଜ୍ଞାମାଳ ଆଣି ଲାଗି କରିଥିଲେ। ଏହାପରେ ତିନିରଥକୁ ସିଂହଦ୍ୱାର ସମ୍ମୁଖୁ ଟାଣି ନେଇଥିଲେ ପୋଲିସ ଓ ଭକ୍ତ। ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶେଷରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାରକୁ ନିଆଯାଇଥିଲା। ରଥଗୁଡିକୁ ସଜାଯାଇ ରଖାଯାଇଛି। ଗୁରୁବାରଦିନ ଏହି ରଥରେ ବସି ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରକୁ ଯିବେ।
ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟସ୍ମ୍ୟାନ ଅମ୍ବାତି ରାୟୁଡ଼ୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଚଳିତ ବିଶ୍ୱ କପ୍ରେ ତାଙ୍କୁ ଚୟନ ନ କରାଯିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବିଶ୍ୱ କପ୍ ପାଇଁ ଚୟନ ବେଳେ ଅମ୍ବାତିଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ବିବାଦୀୟ ଟ୍ୱିଟ୍କୁ ନେଇ ବେଶ୍ ଚର୍ଚ୍ଚାରେ ଥିବା ଅମ୍ବାତିଙ୍କୁ ରିଜର୍ଭ ତାଲିକାରେ ରଖାଯାଇଥିଲା। ଆହତ କାରଣରୁ ଶିଖର ଧାୱନ ଓ ବିଜୟ ଶଙ୍କରଦଳରୁ ବିଦା ହେବା ପରେ ମଧ୍ୟ ବିସିସିଆଇ ଅମ୍ବାତିଙ୍କୁ ସୁଯୋଗ ନ ଦେଇ ମୟଙ୍କ ଅଗ୍ରଓ୍ବାଲଙ୍କୁ ସୁଯୋଗ ମିଳିଛି। ଯେଉଁଥିପାଇଁ ସେ ସନ୍ନ୍ୟାସ ନେବାକୁ ଘୋଷଣା କରିଥିବା ଆଲୋଚନା ହେଉଛି। ଅମ୍ବାତି ଦିନିକିଆରେ ୧୬୯୪ ରନ୍ କରିଛନ୍ତି। ତାଙ୍କର ସର୍ବୋଚ୍ଚ ରନ୍ ସ୍କୋର ରହିଛି ୧୨୪। ସେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ କରିଛନ୍ତି।
ବିଜେଡ଼ି ବିଧାୟକମାନଙ୍କୁ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି । କିପରି ଭାବେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ନେଇ ଆଲୋଚନା କରିଛନ୍ତି । ନବୀନ ଏହି ବୈଠକରେ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ପ୍ରାତଃଭୋଜନ ଦେଇ ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିଥିଲେ ନବୀନ । ଏହି ଅବସରରେ ସରଳ ଓ ନମ୍ର ହେବାକୁ ପରାମର୍ଶ ଦେଇଛନ୍ତି ନବୀନ। ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ। ଅର୍ଥଲୋଭ ଛାଡ଼ି ଲୋକଙ୍କ ସେବା କରିବାକୁ ଉପଦେଶ ଦେଇଛନ୍ତି ନବୀନ। ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବିଜେଡ଼ି ମୁଖିଆ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ ନେଇ ବୈଠକ ବସିଥିଲା।
ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନିଯୁକ୍ତ ହେଉଥିବା ବିଚାରପତିଙ୍କୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ବିଚାରପତି ରଙ୍ଗନାଥ ପାଣ୍ଡେ। ବିଚାରପତି ନିଯୁକ୍ତିରେ ପରିବାରବାଦ ଓ ଜାତିବାଦ କରାଯାଉଥିବା ନେଇ ସେ ସଙ୍ଗୀନ ଅଭିଯୋଗ କରିଛନ୍ତି। ସେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ। ଏହି ସମୟରେ କେବଳ ପରିବାରବାଦ ଓ ଜାତିବାଦ ଚାଲିଛି। ବିଚାରପତି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଗୃହରେ ଚା’ ଓ ଦାଓ୍ବତରେ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହାଦ୍ବାରା ନ୍ୟାୟପାଳିକାର ଗରିମା କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ଜଷ୍ଟିସ୍ ରଙ୍ଗନାଥ ପାଣ୍ଡେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚିଠି ଲେଖି ରଙ୍ଗନାଥ କହିଛନ୍ତି ଯେ, ‘ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶର ଚୟନ ପ୍ରକ୍ରିୟା ବନ୍ଦ ଗୃହରୁ ବାହାରି ସାର୍ବଜନୀନ ହେଉ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିବିଶେଷ ପ୍ରତିଯୋଗିତା ପରୀକ୍ଷାରେ ଯୋଗ୍ୟତା ସିଦ୍ଧ କରି ବିଚାରପତି…
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଛତିଶଗଡ ଆଡେ ମୁହାଁଇଛି। ଫଳରେ ଆଗାମୀ ୨ଦିନ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ୩ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହେଉଥିଲା। ଆସନ୍ତା ଦୁଇ ଦିନ ପାଗ ଶୁଖିଲା ରହିବ। ଫଳରେ ରଥଯାତ୍ରାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ଅନୁମାନ କରାଯାଉଛି। କିନ୍ତୁ ଉପକୂଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବ। ଆହୁରି ମଧ୍ୟ ବର୍ଷା ପାଇଁ କୌଣସି ୱର୍ଣ୍ଣିଂ ଜାରି ହୋଇ ନଥିବା ସହ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯାଇପାରିବେ ବୋଲି ବିଭାଗ କହିଛି। ଏତତ ବ୍ୟତୀତ ଆସନ୍ତା ୫ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ଜୁନରେ ମୌସୁମୀ ସକ୍ରିୟ ନଥିଲା ତେବେ ଆଗକୁ ମୌସୁମୀ ବର୍ଷା…
ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କର ଆଡ଼୍ମିଶନ୍ ହେବ। ଏହା ଆସନ୍ତା ୬ ତାରିଖ ଯାଏ ଚାଲିବ। ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଗତକାଲି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ଜୁଲାଇ ୧୨ ରେ ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ। ସିଟ୍ ବଳକା ପଡ଼ିଲେ ସ୍ପଟ୍ ଆଡମିଶନ୍ କରାଯିବ। ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେବ। ତେବେ ଆଡମିଶନ୍ରେ କିଛି ବ୍ୟତିକ୍ରମ ଦେଖାଦେଇଛି। ଇଣ୍ଟିମସନ୍ ଲେଟର୍ ଠିକ୍ ରୂପେ ଡାଉନ୍ଲୋଡ୍ ହୋଇପାରିନଥିବାରୁ ପିଲାମାନେ ଆଡମିସନ୍ କରିପାରୁନାହାନ୍ତି। ସେହିପରି ମାଇଗ୍ରେସନ୍ ସାର୍ଟିଫିକେଟ୍କୁ ନେଇ ମଧ୍ୟ କିଛି ଅସୁବିଧା ଦେଖାେଦଇଛି। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ…
ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ। shreejagannath.inର ପୋର୍ଟାଲ୍କୁ ଉଦ୍ଘାଟନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ। ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ। ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଏଡିଜି ସଂଜୀବ ପଣ୍ଡା, IG ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସେବାୟତମାନେ ଉପସ୍ଥିତଥିଲେ।
ଆଜି ନବୀନ ନିବାସରେ ବିଜେଡି ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଆଗାମୀ ଉପ ନିର୍ବାଚନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଲଗାତାର ପଞ୍ଚମ ଥର ପାଇଁ ବିଜୁ ଜନତା ଦଳ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ଏହାସହ ଅନେକ ନୂଆ ମୁହଁ ବିଧାୟକ ହୋଇଛନ୍ତି। ଆଜି ଦିନ ୧୦ଟା ୩୦ରୁ ଦଳର ସମସ୍ତ ପୁରୁଣା ଏବଂ ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ। ପ୍ରଥମେ ସେ ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିବେ। ଏହାପରେ ସେ ପୁରୁଣା ବିଧାୟକଙ୍କ ସହ ଆଲୋଚନା କରିବା ନେଇ ଜଣାପଡିଛି। ଦଳର ସାଙ୍ଗଠନିକ ସ୍ଥିତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ନେଇ ସମ୍ଭାବନା ରହିଛି। ଏହାସହ ଆଗାମୀ ଦିନରେ ପାଟକୁରା ନିର୍ବାଚନ ଏବଂ ବିଜେପୁରରେ ଉପ ନିର୍ବାଚନ ରହିଛି। ଏପରିକି ପୌର ନିର୍ବାଚନ…
କେଦାର ମିଶ୍ର ଦେଶର ଗୃହମନ୍ତ୍ରୀ ୨, ଜୁଲାଇ, ୨୦୧୯ରେ କାଶ୍ମୀର ପ୍ରସଙ୍ଗରେ ଜବାବ ଦେବାକୁ ଯାଇ କହୁଛନ୍ତି, ୧,ଜାନୁଆରୀ,୧୯୪୯ରେ କରିଥିବା ଭୁଲ ପାଇଁ ନେହେରୁ ସରକାରକୁ ଜବାବ ଦେବାକୁ ପଡିବ। ପାଞ୍ଚବର୍ଷ କ୍ଷମତାରେ ରହିସାରିବା ପରେ ଆଜି ମଧ୍ୟ ମୋଦୀ ସରକାର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନୁହେଁ! ଦେଶର ସବୁ ସମସ୍ୟା ଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କୁ ଦାୟୀ କରିବା ବିଜେପିର ଅଭ୍ୟାସ ପାଲଟି ଯାଇଛି। ସତୁରୀ ବର୍ଷର କଂଗ୍ରେସ ଶାସନ ବୋଲି କହି କହି ନିଜେ ମୋଦୀ-ଶାହ ଯୋଡି ପାଞ୍ଚ ବର୍ଷ ଶାସନ କରିସାରି ଏବେ ଆଉ ପାଞ୍ଚ ବର୍ଷ ଲାଗି ନିର୍ବାଚନ ଜିଣି ସାରିଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ କାଶ୍ମୀର ସମସ୍ୟା ଅଧିକରୁ ଅଧିକ ଖରାପ ହୋଇ ଚାଲିଛି। ଗତ ପାଞ୍ଚ ବର୍ଷର ହିସାବ ମାଗିଲେ ୭୦ ବର୍ଷ ତଳର ଗପ କୁହା ଯାଉଛି। ୧, ଜାନୁଆରୀ ୧୯୪୯ ରେ କଣ…
ଲିବିୟାର ରାଜଧାନୀରେ ଏକ ପ୍ରବାସୀ କେନ୍ଦ୍ରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଟ୍ରାଇପୋଲିର ତାଜୌରାସ୍ଥିତ ପ୍ରବାସୀ କେନ୍ଦ୍ର ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲ ନିଆଯାଇଛି। ଖଲିଫା ହଫତରଙ୍କ ନେତୃତ୍ୱରେ ଲିବିଆ ନ୍ୟାସନାଲ ଆର୍ମି ଦ୍ୱାରା ଏହି ବିସ୍ଫୋରଣ କରାଯାଇଛି ବୋଲି ସୂଚନା ରହିଛି।
ମହାରାଷ୍ଟ୍ରରେ ମୂଷଳଧାରରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ପ୍ରବଳ ବର୍ଷା ରେ ରତ୍ନଗିରି ସ୍ଥିତ ତବରେ ଡ୍ୟାମ ଭାଙ୍ଗି ଯାଇଛି। ଏହି ଡ୍ୟାମସ୍ଥିତ ତଳୁଆ ଅଞ୍ଚଳର ୭ଟି ଗାଁ ବନ୍ୟାଘେରରେ ଆସିଛି। ଏଇ ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହିତ ପ୍ରାୟ ୧୭ଜଣ ଲୋକ ନିଖୋଜ ହୋଇଥିବାର ସୂଚନା ମିଳିଛି। ଡ୍ୟାମ ଭାଙ୍ଗିଯିବା ପରେ ପ୍ରବଳ ଜଳ ସ୍ରୋତରେ ଗାଁରେ ୧୨ଟି ଘର ଭାସିଯାଇଛି। ଏହି ଘଟଣାରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୁଲିସ, ଏନଡ଼ିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ରାସ୍ତାଘାଟ ଜଳମଗ୍ନ ହେବ ସହିତ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ଅନେକ ସ୍ଥାନରେ ବର୍ଷା ଜନିତ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷାରେ ମୁମ୍ବାଇରେ ପାଖାପାଖି ୩୦ ଜଣ ମୃତ୍ୟୁବରଣ କରିଛନ୍ତି।
ବର୍ମିଂହାମ୍ର ଏଜ୍ବାଷ୍ଟନରେ ଖେଳାଯାଇଥିବା ଭାରତ ବାଂଲାଦେଶ ମୁକାବିଲାରେ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ୨୦୧୯ ବିଶ୍ଵକପରେ ଦ୍ଵିତୀୟ ଦଳ ରୂପେ ସେମିଫାଇନାଲକୁ ଉନ୍ନୀତ ହୋଇଛି। ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୩୧୪ ରନ କରିଥିଲା। ଭାରତର ପ୍ରାରମ୍ଭିକ ଯୋଡି ରୂପେ ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ପଡ଼ିଆ ମଧ୍ୟକୁ ଆସିଥିଲେ। ଉଭୟ ଖେଳାଳି ଅତ୍ୟନ୍ତ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଏହି ପ୍ରାରମ୍ଭିକ ଯୋଡି ନିଜ ନିଜର ଦକ୍ଷ ଖେଳ ମାଧ୍ୟମରେ ପ୍ରଥମ ଥର ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଦୁଇ ଓପ୍ନରଙ୍କ ଶତକୀୟ ଭାଗିଦାରୀ ଫଳରେ ଭାରତ ୨୯.୨ ଓଭର ସୁଦ୍ଧା ୧୮୦ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଚଳିତ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ ଓପ୍ନର ରୋହିତ ଶର୍ମା ନିଜର ଚତୁର୍ଥ ଶତକ ହାସଲ କରିଥିଲେ। ବିଶ୍ଵକପରେ ବ୍ୟକ୍ତିଗତ ସର୍ବାଧିକ…
ସମୀକ୍ଷା ବ୍ୟୁରୋ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ। ସାରା ଦୁନିଆରେ ଏହାକୁ ନେଇ ବେଶ୍ ଆଶ୍ଚର୍ଯ୍ୟ ଓ ଆଗ୍ରହ ମଧ୍ୟ। ରଥଯାତ୍ରାର ପବିତ୍ର ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି। ରଥାଯାତ୍ରା ପାଇଁ ମାନସ ବାଲିରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷର ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏହି ବାଲୁକାକଳା ସାହାଯ୍ୟରେ ମାନସ ବିଶ୍ବ ଶାନ୍ତିରା ବାର୍ତ୍ତା ପ୍ରେରଣ କରିଛନ୍ତି। ଏଥିରେ ସେ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛାର ବାର୍ତ୍ତା ମଧ୍ୟ ଇଂରାଜୀରେ ଲେଖିଛନ୍ତି। ଯେଉଁ ଲୋକ ଭିଡ଼ ଭିତରେ ରଥ ଉପରେ ଭଗବାନଙ୍କୁ ଦେଖିପାରିବେ ନାହିଁ, ସେମାନେ ପୁରୀର ସ୍ବର୍ଣ୍ଣିମ ବାଲୁକାରେ ନିର୍ମିତ ଭଗବାନଙ୍କୁ ଦେଖି ଆତ୍ମସନ୍ତୋଷ ଲାଭ କରିପାରିବେ। ୧୫ ଫୁଟ ଚଉଡ଼ାର ଏହି ବାଲୁକା କୃତିକୁ କରିବା ପାଇଁ ମାନସଙ୍କୁ ପାଖାପାଖି ୮ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀ ବେଳାଭୂମିରେ ଯାତ୍ରୀଙ୍କ…
ସମୀକ୍ଷା ବ୍ୟୁରୋ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି ଉତ୍ତର ପଶ୍ଚିମ ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଫଳରେ ଆସନ୍ତାକାଲିଠାରୁ ବର୍ଷା କମିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବର୍ତ୍ତମାନ ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରିଛି। ପଶ୍ଚିମ ଓଡିଶା ସମେତ ଉପକୂଳ ବର୍ତ୍ତି ଜିଲ୍ଲା ବରଗଡ, ବଲାଙ୍ଗିର,ସୁନ୍ଦରଗଡ, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କେଉଁଝର, ମୟୂରଭଂଜ, ଦେଓଗଡ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ଥିବାରୁ ଆସନ୍ତା ୨୪ ଘଣ୍ଟା ଧରି ଧୀବର ମାନଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ମୟୂରଭଂଜ ବେତନଟୀରେ ସର୍ବାଧିକ ୧୫୮ ମିଲିମିଟର ହୋଇଛି। ସେହିପରି କେନ୍ଦ୍ରାପଡା ରାଜକନିକାରେ ୧୪୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ…
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୧୨ଟି ରାଜ୍ୟରେ ପାଖାପାଖି ୫୦ଟି ସ୍ଥାନରେ ଚଢଉ କରିଛି। ସିବିଆଇ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ ବ୍ୟାଙ୍କ ଠକେଇ ମାମଲାରେ ଏହି ଚଢଉ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ୧୨ଟି ରାଜ୍ୟର ୧୮ଟି ସହରରେ ଏକ ସଙ୍ଗେ ଚଢଉ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ଲୁଧିଆନା, ଥାନେ, ବଲସାଡ୍, ପୁଣେ, ପଲାନୀ, ଗୟା, ଗୁରୁଗ୍ରାମ, ଚଣ୍ଡିଗଡ଼, ଭୋପାଳ, କଲୋର ଆଦି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଚଢଉରେ ସିବିଆଇର ୫୦ଟି ଦଳ ସାମିଲ ହୋଇଥିଲେ। ଚଢଉ ପରେ ବିଭିନ୍ନ କମ୍ପାନୀ, ଫାର୍ମ, ସେମାନଙ୍କ ପ୍ରମୋଟର, ନିର୍ଦେଶକ ଏବଂ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ୧୪ଟି ମାମଲା ରୁଜୁ କରାଯାଇଛି। ବ୍ୟାଙ୍କ ଠକେଇ ନେଇ ଅନେକ ଅଭିଯୋଗ ଆସିବା ପରେ ସିବିଆଇ ମଙ୍ଗଳବାରଠାରୁ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ କମ୍ପାନୀ ଠିକଣା ଉପରେ ଚଢଉ କରିଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ଟି ସ୍ଥାନରେ ଏକସଙ୍ଗେ ଚଢଉ…
ଆର୍ଥିକସ୍ତରରେ ଦୁର୍ବଳ ଥିବା ସର୍ବଣ୍ଣଙ୍କୁ ସରକାରୀ ଚାକିରିରେ ୧୦ ପ୍ରତିଶତର ସଂରକ୍ଷଣ ଦେବା ନେଇ ମମତା ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବର୍ଣ୍ଣଙ୍କୁ ସଂରକ୍ଷଣ ଦେବା ନେଇ ଏକ ବଡ଼ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ତେବେ ଏହି ସଂରକ୍ଷଣ ପୂର୍ବରୁ ରହିଥିବା ଏସ୍ସି, ଏସ୍ଟି ଓ ଓବିସି କୋଟାଧାରୀଙ୍କୁ ଏହି ସୁବିଧା ମିଳିବ ନାହିଁ । ତେବେ ମମତା ଏହାକୁ ଔପଚାରିକ ରୂପେ ଘୋଷଣା କରିଥିବାବେଳେ ଏହି ସମ୍ବନ୍ଧୀୟ ବିଲ୍ ଆସିବା ଏବେ ବାକି ଅଛି । ତେବେ ଏହି ବିଲ୍କୁ ଆଣିବା ନେଇ ମମତା ସରକାର କହିଛନ୍ତି ଯେ, ଏହାଦ୍ବାରା ସମସ୍ତଙ୍କୁ ସମାନ ତଥା ଏକାସାଙ୍ଗରେ ଆଗକୁ ବଢିବାର ସୁଯୋଗ ମିଳିବ ।
ସମୀକ୍ଷା ବ୍ୟୁରୋ ଗତକାଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ମୋଦୀ ଦ୍ବିତୀୟ ପାଳି ଶାସନ ଭାର ନେବା ପରେ ବିଶ୍ବଭୂଷଣ ଏହି ସାକ୍ଷାତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାକ୍ଷାତ ଅବସରରେ ବିଶ୍ବଭୂଷଣ ତାଙ୍କ ରଚିତ ଆତ୍ମଜୀବନୀ ‘ ସଂଗ୍ରାମ ସରିନାହିଁ ‘ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ।ଏହି ସାକ୍ଷାତକାରରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କୁହାଯାଇଛି। ତଥାପି ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରାୟ ୨୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ। ହେଲେ ସେମାନେ କଣ କଥାବାର୍ତ୍ତା ହେଲେ ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଓଡିଶାର ବର୍ତ୍ତମାନର ରାଜନୈତିକ ସ୍ଥିତି ଏବଂ ଓଡିଶାର ବିଭିନ୍ନ ଉନ୍ନୟନ କାମ ଉପରେ ଆଲୋଚନା ହୋଇଛି ବୋଲି କୁହାଯାଇଛି। ବିଶ୍ବଭୂଷଣ ୨୦୧୪ ମସିହାରୁ କୌଣସି ନିର୍ବାଚନରେ ଲଢେଇ କରିନାହାଁନ୍ତି। ତେବେ ତାଙ୍କର ପୁତ୍ର ପୃଥୀରାଜ…
ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣିତି ଚୋପ୍ରାଙ୍କ ଫିଲ୍ମ “ଜବରିୟା ଜୋଡି”ର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଜରିଆରେ ପୁଣି ଥରେ ସିଦ୍ଧାର୍ଥ ଏବଂ ପରିଣିତିଙ୍କ ଯୋଡି ରୂପେଲି ପରଦାରେ ନଜର ଆସିବ । ପୂର୍ବରୁ ‘ହସୀ ତୋ ଫସୀ’ ରେ ଦୁହେଁ ନଜର ଆସିଥିଲେ । କମେଡ଼ିଭିତ୍ତିକ ଏହି ଫିଲ୍ମରେ ସିଦ୍ଧାର୍ଥ ଓ ପରୀଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଜାବେଦ ଜାଫରୀ, ସଞ୍ଜୟ ମିଶ୍ରା, ନୀରଜ ସୂଦ ପ୍ରମୁଖ ନଜର ଆସିବେ । ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବାଲାଜୀ ବ୍ୟାନର୍ରେ ନିର୍ମିତ ହୋଇଛି। ତିନି ମିନିଟ୍ରେ ଏହି ଟ୍ରେଲର୍ରେ ସିଦ୍ଧାର୍ଥ ଅଭୟ ସିଂହ ଭୂମିକାରେ ନଜର ଆସୁଥିବାବେଳେ ପରିଣୀତି ବବ୍ଲି ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରରେ ପ୍ରାରମ୍ଭରେ ସିଦ୍ଧାର୍ଥ ବିବାହକୁ ନେଇ ଏକ ଡାଇଲଗ୍ କହିଛନ୍ତି । ସେହିପରି ପରୀଙ୍କର ବିନ୍ଦାସ୍ ଅଭିନୟ ବେଶ୍ ଆକୃଷ୍ଟ ହୋଇଛି । ଫିଲ୍ମଟି ଜୁଲାଇ ୧୨ରେ ପରଦା…

