Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»୩୬ ବର୍ଷ ବୟସରେ ପାଦ ଦେଲେ ମିସ୍‌ କ୍ୟାଟ୍‌
ସିନେମା

୩୬ ବର୍ଷ ବୟସରେ ପାଦ ଦେଲେ ମିସ୍‌ କ୍ୟାଟ୍‌

July 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍‌ ।  ଆଜି ତାଙ୍କର ୩୬ତମ ଜନ୍ମଦିବସ । ହଙ୍ଗ୍‌କଙ୍ଗ୍‌ରେ ଜନ୍ମିତା ଏହି ଅଭିନେତ୍ରୀ ଜଣକ ଇଂଲଣ୍ଡରେ ବଡ଼ ହୋଇଥିବାବେଳେ ଲଣ୍ଡନଠାରେ ମଡେଲିଂ ଆରମ୍ଭ କରିଥିଲେ । ଭାରତରେ ଏହି ଅଭିନେତ୍ରୀଜଣକ ବେଶ୍‌ ଲୋକପ୍ରିୟ । ସବୁଠୁ ଅଧିକ ଫିସ୍‌ ନେବାରେ ମଧ୍ୟ କ୍ୟାଟ୍ରିନା ଆଗରେ । ୧୯୮୩ ମସିହା ହଙ୍ଗକଙ୍ଗ୍‌ରେ ଜନ୍ମିତା ଏହି ଅଭିନେତ୍ରୀଙ୍କ ପୂରା ନାମ ହେଉଛି କ୍ୟାଟ୍ରିନା ଟର୍‌କ୍ୟୁଟେ । କ୍ୟାଟ୍‌ ସ୍କୁଲ ଯାଇନଥିବାବେଳେ ଘରେ ହିଁ ପାଠ ପଢିଛନ୍ତି । କ୍ୟାଟ୍ରିନାଙ୍କର ୬ ଭଉଣୀ ଓ ଗୋଟିଏ ଭାଇ । କ୍ୟାଟ୍ରିନାଙ୍କ ପିତା ମୂଳତଃ କାଶ୍ମୀରର ହୋଇଥିବାବେଳେ ତାଙ୍କ ମାତା ବ୍ରିଟେନ୍ର। ୨୦୦୩ ମସିହାରେ ’ବୁମ୍‌’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ ଏହି ଲଳନା ଜଣକ । ସେହିପରି ୨୦୦୪ ମସିହାରେ ତେଲୁଗୁ ଫିଲ୍ମ ‘ମଲ୍ଲୀସ୍ବରୀ’ରେ ମଧ୍ୟ ଅଭିନୟ କରିଥିଲେ କ୍ୟାଟ୍ରିନା । କ୍ୟାରିଅରର ପ୍ରାରମ୍ଭରେ ଏକ ବିଗ୍ରେଡ୍‌ ଫିଲ୍ମ କରି ମଧ୍ୟ ବଲିଉଡ୍‌ରେ ଆଶାତୀତ ସଫଳତା ପାଇଛନ୍ତି ଏହି ଅଭିନେତ୍ରୀଜଣକ । ମୁଖ୍ୟତଃ ହିନ୍ଦୀ ଭାଷା ତାଙ୍କ ପାଇଁ ଏତେ ସହଜସାଧ୍ୟ ହୋଇନଥିଲେ ମଧ୍ୟ କ୍ୟାଟ୍ରିନା କିନ୍ତୁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କ୍ୟାଟ୍ରିନା ପାଖାପାଖି ୨୫ଟି ଆଓ୍ବାର୍ଡ ଜିତିଥିବାବେଳେ ବଲିଉଡ୍‌ର ଆଗଧାଡ଼ିର ଅଭିନେତାଙ୍କ ସହ ଅନେକଗୁଡ଼ିଏ ଫିଲ୍ମ କରିଛନ୍ତି । ଆମୀର୍‌ ଖାନ୍‌, ଶାହାରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌ ଓ ଅକ୍ଷୟ କୁମାରଙ୍କ ପରି ଅଭିନେତାମାନଙ୍କ ସହ ଫିଲ୍ମ କରି ବେଶ୍‌ ସଫଳତା ସାଉଁଟିଛନ୍ତି ଏହି ଅଭିନେତ୍ରୀଜଣକ ।

ସଲମାନ୍‌ଙ୍କ ସହ ଅଭିନୀତ ‘ମୈନେ ପ୍ୟାର୍‌ କ୍ୟୁ କିୟା’ରେ କ୍ୟାଟ୍ରିନା ଅଭିନୟ କରି ବେଶ୍‌ ସଫଳତା ପାଇଥିଲେ । ତା’ପରକୁ ଆଉ ପଛକୁ ଫେରିନାହାନ୍ତି କ୍ୟାଟ୍‌ ।  ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ସରକାର୍‌, ହମ୍‌କୋ ଦିଓ୍ବାନା କର୍‌ ଗୟେ, ନମେସ୍ତ ଲଣ୍ଡନ୍‌, ପାର୍ଟନର୍‌, ଓ୍ବେଲକମ୍‌, ରେସ୍‌, ସିଂ ଇଜ୍‌ କିଙ୍ଗ୍‌, ୟୁବରାଜ୍‌, ନ୍ୟୁୟର୍କ, ଅଜବ୍‌ ପ୍ରେମ୍‌ କୀ ଗଜବ୍‌ କାହାନୀ, ରାଜନୀତି, ତିସ୍‌ ମାର ଖାନ୍‌, ଜିନ୍ଦଗୀ ନା ମିଲେଗୀ ଦୋବାରା, ମେରେ ବ୍ରଦର୍ କୀ ଦୁଲହନ୍‌, ଏକ୍‌ ଥା ଟାଇଗର୍‌, ଜବ ତକ୍‌ ହୈ ଜାନ୍‌, ’ଅପ୍‌ନେ’, ‘ଦେ ଦନା ଦନ୍‌’, ‘ବାର୍‌ ବାର୍‌ ଦେଖୋ’,  ଧୁମ୍‌ ୩, ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌, ଫାଣ୍ଟମ୍‌, ଫିତୁର୍‌, ଜଗା ଜାସୁସ୍‌, ଟାଇଗର୍‌ ଜିନ୍ଦା ହୈ, ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ୍‌’, ‘ଜିରୋ’, ‘ଭାରତ’ ପରି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି । ନିକଟରେ ଅକ୍ଷୟଙ୍କ ସହ  ‘ସୂର୍ଯ୍ୟବଂଶୀ’ ଫିଲ୍ମରେ କାମ କରୁଛନ୍ତି ।

ଅଭିନୟ ନୁହେଁ ନୃତ୍ୟରେ ମଧ୍ୟ ବେଶ୍‌ ଲୋକପ୍ରିୟ ଏହି ଅଭିନେତ୍ରୀଜଣକ । ଫିଲ୍ମଗୁଡ଼ିକରେ ତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ବେଶ୍‌ ଆକୃଷ୍ଟ କରିଥାଏ । ‘ଶିଲା କି ଜଓ୍ବାନୀ’ ହେଉ ଅବା ‘ଚିକିନି ଚମେଲି’, ଅଥବା ‘କମଲି’ ସବୁଥିରେ କ୍ୟାଟ୍ରିନାଙ୍କ ସିଜିଲିଂ ବେଶ୍‌ ଆକର୍ଷଣୀୟା ।

ଫିଲ୍ମ ସହ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ବେଶ୍‌ ଚର୍ଚ୍ଚିତା ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ । ବଲିଉଡ୍‌ ସୁଲତାନ୍‌ ସଲମାନ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବିଟାଉନ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥାଏ । ଅଭିନେତା ରଣବୀର୍‌ କପୁର୍‌ଙ୍କ ସହ ମଧ୍ୟ ଏହି ଅଭିନେତ୍ରୀଙ୍କର ସମ୍ପର୍କ ବେଶ୍‌ ଘନିଷ୍ଠ ରହିଥିଲା । ତେବେ ଅଭିନୟକୁ ନେଇ ବେଶ୍‌ ସମ୍ବେଦନଶୀଳ ଏହି ଅଭିନେତ୍ରୀଜଣକ । ଭାରତରେ ରହି ଅନେକଗୁଡ଼ିଏ ବଲିଉଡ୍‌ ଫିଲ୍ମରେ କାମ କରୁଥିବା କ୍ୟାଟ୍ରିନାଙ୍କ ପାଖରେ କିନ୍ତୁ ଭାରତୀୟ ନାଗରିକତ୍ବ ନାହିଁ ।  ତାଙ୍କର ୩୬ତମ ଜନ୍ମଦିବସ ଅବସରରେ ତାଙ୍କୁ ଅଶେଷ ଅଶେଷ ଶୁଭକାମନା ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.