ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶକୀଲାଙ୍କ ବାୟୋପିକ୍ ଆସନ୍ତା ଅଗଷ୍ଟ 2019ରେ ରିଲିଜ୍ ହେବାକୁ ଯାଉଛି । ଫେବୃୟାରୀ 2019ରୁ ଫିଲ୍ମର ସୁଟିଂ ଶେଷ ହୋଇଥିଲେ ମଧ୍ୟ ଏଡିଟିଂ ଏବଂ ଅନ୍ୟାନ୍ୟ ପୋଷ୍ଟ ପ୍ରଡକ୍ସନ୍ କାମ ପାଇଁ ଫିଲ୍ମଟିର ରିଲିଜ୍ ବିଳମ୍ବିତ ହୋଇଛି । ପୂର୍ବରୁ ଜୁନ୍ 2019ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମଟି ଶଷରେ ଅଗଷ୍ଟରେ ରିଲିଜ୍ ହେବା ନେଇ ସୂଚନା ମିଳିଛି । ଖୁବ୍ ଶୀଘ୍ର ଏହାର ରିଲିଜ୍ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି । ଏହି ଫିଲ୍ମରେ ରିଚା ଚଢ୍ଢା ଦକ୍ଷିଣ ଭାରତୀୟ ସୁପରଷ୍ଟାର ଶକୀଲାଙ୍କ ଭୂମିକାରେ ଦେଖାଦେବେ । ଏହି ଫିଲ୍ମ ପାଇଁ ରିଚା ଚଢ୍ଢା ବେଲୀ ଡ୍ୟନ୍ସ ଶିଖିଛନ୍ତି । ଏହି ଫିଲ୍ମ ବ୍ୟତିତ ସୁଧୀର ମିଶ୍ରାଙ୍କ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ରିଚା ।
Author: Samikhsya Bureau
ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନକୁ ନେଇ ନରସିଂହ ମିଶ୍ରଙ୍କ ଉଭୟ ଦଳକୁ ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଦାମ ରାଉତ । ଅଶ୍ୱିନୀ ଜଣେ ଖଣି କମ୍ପାନୀର ଡାଇରେକ୍ଟର ଅଛନ୍ତି । ନରସିଂହ ଏହା କଣ ଜାଣିନାହାନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି । ଅଶ୍ବିନୀଙ୍କୁ ପ୍ରାର୍ଥୀତ୍ବକୁ ନେଇ ଦାମ କହିଛନ୍ତି ଯେ, ଏହା ଦ୍ୱାରା ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ଅଶ୍ୱିନୀ ଜଣେ ଦକ୍ଷ ପ୍ରଶାସକ । ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ମୋଦୀ ଏବଂ ଶାହାଙ୍କ ସହ ସେ ନବୀନଙ୍କୁ ସାକ୍ଷାତ କରାଉଥିଲେ । ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ସମ୍ପର୍କରେ ଶାଳୀନତା ଆସିଛି । ଏବଂ ଉଭୟଙ୍କ ମଧ୍ୟରେ ସହଯୋଗ ରହିଲେ ବିକାଶ ତ୍ବରାନ୍ବିତ ହେବ ବୋଲି ଦାମ କହିଛନ୍ତି । ଗଣତନ୍ତ୍ରରେ ଲୋକପ୍ରତିନିଧିଙ୍କ ଭୂମିକା ଗୌଣ ହେଉଥିବାବେଳେ ଅବସରପ୍ରାପ୍ତ ଅମଲାମାନଙ୍କର ଭୂମିକା ବଢୁଛି…
ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ପ୍ରସଙ୍ଗରେ ବିଜେଡି, ବିଜେପିକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଟାର୍ଗେଟ କରିବା ସହ ଅଶ୍ବିନୀ ଖଣି ମାଲିକ ନା ନୁହନ୍ତି ଏହାର ଉତ୍ତର ଦେବା ପାଇଁ ନବୀନ ଓ ବିଜେପିକୁ କହିଛନ୍ତି। ତେବେ ନରସିଂହଙ୍କ ସମାଲୋଚନା ପରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଶଶିଭୂଷଣ ବେହେରା। ନରସିଂହ ବାବୁ ସମ୍ବିଧାନ ଜାଣିଥିବା ଜଣେ ଅଭିଜ୍ଞ ନେତା ତେଣୁ ସାମ୍ବିଧାନିକ ପଦପଦବୀକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଶଶି। ଯଦି ବିରୋଧୀ ନାହାନ୍ତି, ସରକାର ବି ନାହିଁ, ୟାର କିଛି ଅର୍ଥ ନାହିଁ। ଏସବୁ ରାଜନୀତିକରଣ ପାଇଁ କୁହାଯାଉଛି। ସେହିପରି ବିଧାନସଭାରେ ବିଜେଡ଼ିର ଆଭିମୁଖ୍ୟ ପ୍ରସଙ୍ଗରେ ଶଶି କହିଛନ୍ତି ଯେ, ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରାଯିବ। ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ଅବହେଳା ସହ ସାଲିସ୍ କରାଯିବନି। ତେବେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରିବା…
ଧାର୍ମିକ ସ୍ବତନ୍ତ୍ରତାକୁ ନେଇ ଆମେରିକୀୟ ବୈଦେଶିକ ବିଭାଗ ଦ୍ବାର ଜାରି କରାଯାଇଥିବା ରିପୋର୍ଟକୁ ଖାରଜ କରିଛି ଭାରତ। ୨୦୦୮ରେ ହିନ୍ଦୁ କଠୋରପନ୍ଥୀ ସମୂହ ଅଳ୍ପସଂଖ୍ୟକ ଉପରେ ଆକ୍ରମଣ କରିଥିବାର ରିପୋର୍ଟର ଜବାବ ଦେଇଛି ବିଦେଶ ମନ୍ତ୍ରାଳୟ। ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ୍ କୁମାର କହିଛନ୍ତି ଯେ, ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଭାରତର ନାଗରିକ ସାମ୍ବିଧାନିକ ଅଧିକାରରେ ସୁରକ୍ଷିତ ରହିଛନ୍ତି। ’ଆମେରିକାର ବୈଦେଶିକ ବିଭାଗଦ୍ବାରା ’ଇଣ୍ଟରନ୍ୟାସନାଲ୍ ରିଲିଜିୟମ୍ ଫ୍ରିଡମ୍’ ଉପରେ ଏକ ରିପୋର୍ଟ ଜାରି କରାଯାଇଛି, ଯେଉଁଥିରେ ଭାରତରେ ଗୋରକ୍ଷା ନାମରେ ହିଂସା ତଥା ଏଭଳି ହିଂସା କରୁଥିବାଙ୍କ ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଶାସନ ମାମଲା ଅଥବା ଅଭିଯୋଗ ଲଗାଉନାହିଁ। ଏହି ରିପୋର୍ଟର ଜବାବ ଦେଇ ରବୀଶ୍ କୁମାର କହିଛନ୍ତି ଯେ, ଭାରତକୁ ନିଜ ଧର୍ମନିରପେକ୍ଷତା ଉପରେ ଗର୍ବ ରହିଛି। ଭାରତ ହେଉଛି ଦୁନିଆର ସବୁଠୁ ବଡ଼ ଲୋକତାନ୍ତ୍ରିକ ଓ ବହୁଳତାବାଦୀ ସମାଜ ଦେଶ। ଯେଉଁଠାରେ ଦୀର୍ଘ ସମୟ ଧରି ସହିଷ୍ଣୁତା…
ଭୁବନେଶ୍ବରରେ ହାଇଦ୍ରାବାଦ-ଗୌହାଟୀ ବିମାନର ଜରୁରୀ ଅବତରଣ କରାଯାଇଛି। ଜଣେ ମାନସିକ ବିକୃତ ଯାତ୍ରୀ ଉତ୍ପାତ କରିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ସମ୍ପୃକ୍ତ ଯାତ୍ରୀଜଣଙ୍କ ନାମ ଇସାଦ୍ ଅଲ୍ଲୀ। ସାଢେ ତିନିଘଣ୍ଟାର ଉତ୍ପାତ ପରେ ଏୟାରପୋର୍ଟ ପୋଲିସ ଜିମା ଦେଇଥିଲେ ବିମାନ କର୍ତ୍ତୃପକ୍ଷ। ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ୍। ଭୁବନେଶ୍ୱର ବିମାନବନ୍ଦରରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ବିମାନ ଜରୁରୀ ଅବତରଣ କରିଥିଲା।
ଚୀନ୍ରେ ୫.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ୧୯ ଜଣ ଆହତ ହୋଇଛନ୍ତି। ରବିବାର ଦକ୍ଷିଣ ପୂର୍ବ ଚୀନ୍ର ସିଚୁଆନ୍ ପ୍ରଦେଶରେ ଏହି ପ୍ରାକୃତ୍ରିକ ତାଣ୍ଡବ ଦେଖିବାକୁ ମିଳିଛି। ଶନିବାର ରାତିରେ ଘଟିଥିବା ଏହି ଘଟଣାଟି ସିଚୁଆନ୍ ପ୍ରଦେଶର ଗୋଙ୍ଗକ୍ସିଆନ୍ରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଗୋଙ୍ଗକ୍ସିଆନ୍ ନିକଟରୁ ୧୦ କିମି ଦୂରରେ ଭୂକମ୍ପର କେନ୍ଦ୍ର ରହିଥିଲା। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସୋମବାର ଏକ ସମାନ ଘଟଣାରେ ୟିବିନ୍ ପ୍ରଦେଶରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ।
ବାଲେଶ୍ୱର ଜିଲ୍ଲା ସୋର ବାହାନଗା ରେଲେୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ମାଲଗାଡ଼ିଟି କୋଇଲା ବୋଝେଇ କରି ପାରଦ୍ୱୀପରୁ ହଳଦିଆ ଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି କରିଛି। ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ବାହିନୀ ନିୟୋଜିତ ହୋଇଛି। ଫଳରେ ପଛରେ ଆସୁଥିବା କିଛି ଟ୍ରେନର ଯାତାୟତରେ ବାଧା ସୃଷ୍ଟି ହେଉଛି। ତେବେ ନିଆଁ ଲାଗିଥିବା କାରଣ ଅସ୍ପଷ୍ଟ ରହିଛି।
ଦିଲ୍ଲୀ ସରକାର ଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂଆ ସ୍କିମ୍ ଆଣିବାକୁ ଯାଉଛନ୍ତି । ଏହି ସ୍କିମ୍ ଦ୍ବାରା ସରକାର ପିଲାଙ୍କ ଫି’ ବହନ କରିବେ । ଆସନ୍ତା ବର୍ଷଠାରୁ ସିବିଏସ୍ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ଦ୍ୱାଦଶ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିବା ସମୟରେ ସେ ଏହି ଘୋଷଣା କରିଛନ୍ତି। ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ । ଉଚ୍ଚଶିକ୍ଷା ସବୁ ପିଲାଙ୍କର ଅଧିକାର । ତେଣୁ ସରକାର ଏମାନଙ୍କୁ ସହାୟତା ଯୋଗାଇ ଦେବା ସହିତ ଖୁବ୍ଶୀଘ୍ର ନିଟ୍ ଓ ଜେଇଇ ଛାତ୍ରଛାତ୍ରୀଙ୍କ ପାଇଁ ସରକାର କୋଚିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଏହାପରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପିଲାମାନଙ୍କର ସ୍କଲାରସିପ୍ ବୃଦ୍ଧି କରାଯାଇ ୨୫୦୦ଟଙ୍କା କରାଯିବା ସହ ପରିବାର ଆୟର ନିୟମକୁ…
ଅଶ୍ବିନୀ ବୈଷ୍ଣ୍ବବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ଓ ତାଙ୍କୁ ବିଜେଡ଼ି ସମର୍ଥନ କରିବା ନେଇ ଓଡ଼ିଶା ରାଜନୀତି ବେଶ୍ ସରଗରମ ରହିଥିବାବେଳେ ଏହି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଏକ ଗୁପ୍ତ ବୁଝାମଣା ନୁହେଁ, ବରଂ ଖୋଲା ବୁଝାମଣା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ। ଅଶ୍ବିନୀଙ୍କ ଭୂମିକା ରାଜ୍ୟ ଓ ଦଳକୁ ସହାୟକ ହେବ, ବିକାଶ ପାଇଁ ବୁଝାମଣାର ଆବଶ୍ୟକତା ଥାଏ, ଏହି ଘଟଣା ଏକ ଭଲ ପରମ୍ପରା ସୃଷ୍ଟି କରିଛି। ବିଜେଡିର ସମର୍ଥନରେ କୌଣସି ଗୁପ୍ତ ବୁଝାମଣା ନାହିଁ, ଓଡ଼ିଶାର ବିକାଶ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଛି, କାହାର ଲାଭ ଓ କ୍ଷତି ହେବ ତାହା ସମୟ କହିବ ବୋଲି ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମଧ୍ୟପ୍ରଦେଶର ଏକ ଜେଲରୁ ରବିବାର ଭୋର ସକାଳୁ ୪ ଜଣ କଏଦୀ ଫେରାର ହୋଇଯାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି। ନିମୁଜ ଜିଲ୍ଲାରେ ଥିବା ଜେଲରୁ କଏଦୀମାନେ ଅଚାନକ ଫେରାର ହୋଇଯିବାର କିଛି ସମୟ ପରେ ପୋଲିସକୁ ସୂଚନା ମିଳିଥିଲା। କଏଦୀମାନେ ଜେଲରୁ ଫେରାର ହେବା ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ସୁଯୋଗର ଅପେକ୍ଷାରେ ଥିଲେ। ଆଜି ସକାଳୁ ଏହି ସୁଯୋଗ ମିଳିବାରୁ ସେମାନେ କାଳ ବିଳମ୍ବ ନକରି ଫେରାର ହେବାରେ ସକ୍ଷମ ହୋଇଥିଲେ। କଏଦୀମାନେ ଫେରାର ହୋଇଯିବାର ମୂଳ କାରଣ ହେଉଛି ଜେଲର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଲା। କଏଦୀମାନେ ଜେଲରୁ କେମିତି ଫେରାର ହେଲେ, ସେ ବାବଦରେ ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ କେନ୍ଦ୍ରୀୟ କାରାଗାରରୁ ୨୦୧୬ ମସିହାରେ ୮ ଜଣ ସିମି ଆତଙ୍କବାଦୀ ଫେରାର ହୋଇଯାଇଥିଲେ।
ବରିଷ୍ଠ କଂଗ୍ରେସ ନେତା ବୀରାପ୍ପା ମୋଇଲି କଂଗ୍ରେସ ଜେଡିଏସ୍ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି। ଜେଡିଏସ୍ ସହିତ ମେଣ୍ଟ କରି ନଥିଲେ ଦଳକୁ ୧୦ରୁ ୧୫ ଲୋକସଭା ଆସନ ମିଳିଥାନ୍ତା ବୋଲି ଶନିବାର ମତ ଦେଇଛନ୍ତି ମୋଇଲୀ। ବୀରାପ୍ପା ଚିକ୍କାବାଲ୍ଳାପୁରରୁ ପରାସ୍ତ ହୋଇଥିବା ବେଳେ ମେଣ୍ଟ ନଥିଲେ ଶତ ପ୍ରତିଶତ ବିଜୟୀ ହେବାର ସମ୍ଭାବନା ଥିଲା ବୋଲି କହିଛନ୍ତି। ମେଣ୍ଟକୁ ସାଧାରଣ ଲୋକ ଆଦୌ ଭରସା କରୁନଥିଲେ ଏପରିକି ଏହି ମେଣ୍ଟ ପାଇଁ କଂଗ୍ରେସ କର୍ମୀ ମଧ୍ୟ ମୋତେ ବିରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ଜେଡିଏସ୍କୁ ଗୋଟିଏ ଲେଖାଏଁ ଆସନ ମିଳିଥିବା ବେଳେ ବିଜେପିକୁ ୨୫ ଟି ଆସନ ମିଳିଥିଲା। ମୋଇଲୀ ବିଜେପିର ବି ଏନ୍ ନାଚେ ଗୌଡାଙ୍କ ନିକଟରୁ ୧ ଲକ୍ଷ ୮୨ ହଜାର ୧୧୦ ଭୋଟରେ ପରାସ୍ତ ହୋଇଥିଲେ।
ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଜେପି ନଡ୍ଡା। ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ ନିକଟରେ ରହିଥିବା ଶହିଦ ପାର୍କ ନିକଟରେ ପୁଷ୍ପ ଅର୍ପଣ କରିଛନ୍ତି ବିଜେପିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ନଡ୍ଡା। ‘ଭାରତୀୟ ଜନସଂଘର ପ୍ରତିଷ୍ଠାତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭାବରେ ଦେଶର ଏକତା ଏବଂ ସ୍ବତନ୍ତ୍ରତାରେ ଅବଦାନ ରଖିଥିବା ଜନନାୟକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ହନ୍ଦିରେ ଟ୍ବିଟ୍ କରିଥିଲେ ନଡ୍ଡା।
ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିରୋଧୀ ଦଳ ନେତା କିଏ ହେବ ସେନେଇ ସ୍ଥିର କରାଯିବ। ରାଜ୍ୟ ବିଧାନସଭାରେ ଗତ ନିର୍ବାଚନରେ ବିଜେପି ୨୩ଟି ଆସନ ହାତେଇଥିଲା। ଦଳ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେପିର ଜଣେ ବିଧାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବେ। ଏନେଇ ଆଜି ଦଳର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେ ଯୋଗ ଦେବେ । ବୈଠକରେ ଆହୁରି ମଧ୍ୟ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗରେ ଦଳ ରାଜ୍ୟ ସରକାରଙ୍କୁ ଘେରିବ ସେନେଇ ଆଲୋଚନ। ହେବାର ସମ୍ଭାବନା ରହିଛି।
କେଦାର ମିଶ୍ର ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଓଡିଶାର ବିରୋଧୀ ରାଜନୀତି ଏକ ପ୍ରକାର ଶୂନ୍ୟସ୍ଥାନ ପାଲଟି ଯାଇଛି। ନିର୍ବାଚନ ପରବର୍ତ୍ତୀ ବିଜେଡି-ବିଜେପି ମଧୁଚନ୍ଦ୍ରିକା ଏବେ ସବୁଠୁ ଚିନ୍ତାର ବିଷୟ। ଦୀର୍ଘ ବର୍ଷର ବ୍ୟବଧାନ ପରେ କଂଗ୍ରେସ ବିଧାନସଭାରେ ମାତ୍ର ୯ ଟି ଆସନ ପାଇଛି। ତେବେ ମୁଖ୍ୟ ବିରୋଧୀ ଦଳ ଭୂମିକା ପାଇଥିବା ବିଜେପିର ୨୩ ଜଣ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ଗତ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ପ୍ରଚଣ୍ଡ ବିରୋଧ ରହିଥିଲା, ସେଥିରୁ ଗୋଟେ କଥା ଲୋକ ଆଶା କରୁଥିଲେ ଯେ, ଏଥର ବିଧାନସଭାରେ ବିଜେପିର ଆକ୍ରାମକ ଭୂମିକା ରହିବ। ନୂଆ କରି ନିର୍ବାଚିତ ହୋଇଥିବା ବିଜେପିର ବଡ ଭାଗ ବିଧାୟକ ବିଧାନସଭାରେ ନିଜର ବିରୋଧୀ ଭୂମିକା ତୁଲାଇବାରେ ହୁଏତ ସଫଳ ହେବେ! ହେଲେ ନିର୍ବାଚନ ପରେ ପରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଭିତରେ…
କାମ୍ବୋଡିଆରେ ନିର୍ମାଣାଧୀନ କୋଠା ଭୁଶୁଡି ପଡିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଏହା ସହିତ ଏହି ପ୍ରକଳ୍ପ କାମ କରୁଥିବା ୪ ଜଣ ଚୀନ୍ ଅଧିକାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଉଛି। ଶନିବାର ଭୋର ୪ଟା ସମୟରେ ଏହି କୋଠା ଭୁଷୁଡିଥିଲା। ମୃତ ଏବଂ ଆହତଙ୍କ ମଧ୍ୟରେ ସମସ୍ତେ ଶ୍ରମିକ ରହିଥିବା ଜଣାପଡିଛି। କାମ୍ବୋଡିଆର ଶ୍ରମ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଉକ୍ତ କୋଠାରେ ୩୦ ଜଣ ଶ୍ରମିକଙ୍କୁ କାର୍ଯ୍ୟ କରିବାର ଅନୁମତି ନିଆଯାଉଥିବା ବେଳେ ୫୦ରୁ ୬୦ ଜଣଙ୍କୁ କାମ କରାଉଥିଲେ ଅଧିକାରୀ। କୋଠା ଭୁଶଉଡିବାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା ପ୍ରକାଶ।
ସାଉଥମ୍ପଟନ ଠାରେ ଶନିବାର ଆଫଗାନିସ୍ତାନକୁ ଏକ କଡ଼ା ମୁକାବିଲାରେ ୧୧ ରନରେ ପରାସ୍ତ କରିଛି ଭାରତ। ମହମ୍ମଦ ସାମି ଦ୍ବିତୀୟ ଭାରତୀୟ ଭାବରେ ବିଶ୍ବକପ୍ ହ୍ୟାଟ୍ରିକ୍ ଅର୍ଜନ କରିବା ସହିତ ଏହି ମ୍ୟାଚ୍ର ହିରୋ ଭାବରେ ଉଭା ହୋଇଛନ୍ତି। ଏହା ପୂର୍ବରୁ ଚେତନ ଶର୍ମା ପ୍ରଥମ ଭାରତୀୟ ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ସାମିଙ୍କୁ ହ୍ୟାଟ୍ରିକ ସମେତ ୪ଟି ୱିକେଟ ମିଳିଛି। ଦ୍ୱୀତିୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ଗୋଟିଏ ବଲ୍ ପୂର୍ବରୁ ସମସ୍ତ ୱିକେଟ ହରାଇ ୨୧୩ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ମହମ୍ମଦ ସାମି ଇନିଂସର ଶେଷ ଓଭରରେ ହ୍ୟାଟ୍ରିକ୍ ସହିତ ତିନୋଟି ୱିକେଟ ନେଇ ବିଜୟର ମୁଣ୍ଡି ମାରିଥିଲେ। ଏହା ପୂର୍ବରୁ ଯଶପ୍ରୀତ ବୁମରା କ୍ରମାଗତ ୨ଟି ୱିକେଟ ନେଇ ଆଫଗାନିସ୍ତାନର ରନ ହାରକୁ ହ୍ରାସ କରିଥିଲେ। ଏହି ବିଜୟ ସହିତ ଭାରତ ଏବେ ୯…
ଜମ୍ମୁ କାଶ୍ମୀରର ସୋପିଆଁରେ ସୁରକ୍ଷାବଳଙ୍କୁ ସଫଳତା ମିଳିଛି। ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍କାଉଣ୍ଟରରେ ୪ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବଳ। ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କ ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କୀମାନେ ପ୍ରଥମେ ସୁରକ୍ଷା ବଳଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେ ୪ ଆତଙ୍କୀ ନିପାତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଆଜି ସକାଳେ ୩୩ ରାଷ୍ଟ୍ରୀୟ ରାଇଫଲ୍ସ, ଏସ୍ଓଜି ଯବାନ ଏବଂ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସୋପିଆଁରେ ଉଭୟ ପକ୍ଷଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ଗୁଳିକାଣ୍ଡ ଜାରି ରହିଛି। ପ୍ରାରମ୍ଭରୁ ଦୁଇ ଆତଙ୍କୀ ନିହତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଥିଲା। ମୃତ ଆତଙ୍କୀଙ୍କୁ ଚିହ୍ନଟ କରିବାର ପ୍ରୟାସ ଚଳାଇଛି ସୁରକ୍ଷା ବଳ। ଉଲ୍ଲେଖଯୋଗ୍ୟ ଯେ, ଶନିବାର ମଧ୍ୟ ବୋନିୟାରରେ ଘଟିଥିବା ଏନ୍କାଉଣ୍ଟରରେ ଜଣେ ଆତଙ୍କୀ ପ୍ରାଣ ହରାଇଥିଲେ।
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚଳିତ ବିଶ୍ବକପ୍ର 28 ତମ ମ୍ୟାଚ୍ ଖେଳାଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ 8 ଓ୍ବିକେଟ୍ ହରାଇ 224 ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ 67 ରନ୍ ସଂଗ୍ରହ କରିଥିଲେ । ପିଚ୍ରେ ବଲ୍ ତଳୁଆ ଏବଂ ଅସମାନ ବାଉନ୍ସ ରହିଥିବାରୁ ବ୍ୟାଟିଂ ସହଜ ନଥିଲା । ଅନ୍ୟମାନଙ୍କ ମଧ୍ୟରେ କେଦାର ଜାଦବ 52 ରନ୍ ସଂଗ୍ରହ କରିଥିଲେ । କୋହଲି 63 ବଲ୍ରୁ 5 ଚୌକା ଜରିଆରେ 67 ରନ୍ ସଂଗ୍ରହ କରିଥିବା ବେଳେ ଜାଦବ 68ଟି ବଲ୍ରୁ 3 ଚୌକା ଏବଂ 1 ଛକ୍କା ଜରିଆରେ 52 ରନ୍ ସଂଗ୍ରହ କରିଥିଲେ । ଗତ ମ୍ୟାଚ୍ର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ରୋହିତ ଶର୍ମା ମାତ୍ର 1 ରନ୍ କରି ଆଉଟ୍ ହୋଇଥିଲେ…
ବିହାରରେ ଦିନକୁ ଦିନ ମସ୍ତିଷ୍କ ଜ୍ମର ଗମ୍ଭୀର ରୂପ ଧାରଣ କରିଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୧୭୮ ଶିଶୁଙ୍କର ମୃତ୍ୟୁ ଘଟିଛି । ବିହାରରେ ଶିଶୁ ମୃତ୍ୟୁ ଉତ୍କଟ ରୂପ ନେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କ ଦେଖା ନମିଳିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୀଡିତ ଶିଶୁଙ୍କୁ ଦେଖିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ଦଳର ଅନେକ ନେତା ଆସିଥିଲେ ମଧ୍ୟ ପାଶ୍ବାନଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସୁଦ୍ଧା ଏକାକୀ ମୁଜାଫରପୁରରେ ୧୨୮ ଶିଶୁଙ୍କ ପ୍ରାଣହାନି ଘଟିଛି । ଅନ୍ୟ ସ୍ଥାନ ମଧ୍ୟରେ ବୈଶାଳୀରେ ୧୯ , ମୋତିହାରୀରେ ୧୨ , ବେଗୁସରାଇ ଏବଂ ସମସ୍ତିପୁରରେ ୮ ଜଣ ଲେଖାଏଁ ଏବଂ ଆରା,ଶିବହର ଓ ପୂର୍ଣ୍ଣିଆରେ ଜଣେ ଲେଖାଏଁ ଶିଶୁଙ୍କର ପ୍ରାଣହାନି ଘଟିଛି । ଏହା ସହିତ ବିହାରର କିଛି ସ୍ଥାନରେ ପ୍ରବଳ…
ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବାବେଳେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ପୂର୍ବରୁ କଂଗ୍ରେସର ସତ୍ୟ ନାୟକ ଏହି ଘଟଣାରେ ଉଭୟ ବିଜେପି ଓ ବିଜେଡ଼ିକୁ କଡା ସମାଲୋଚନା କରିସାରିଛନ୍ତି। ଅଶ୍ବିନୀଙ୍କ ଘଟଣାକୁ ନେଇ ବାହାରେ କଳି, ଭିତରେ କୋଳାକୋଳି ପ୍ରମାଣିତ ହେଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ମସ୍ତବଡ଼ ଅପମାନ ବୋଲି କହିଛନ୍ତି ନରସିଂହ ମିଶ୍ର। ନବୀନ ବାବୁ ବୋଧହୁଏ କେନ୍ଦ୍ରର ଆକ୍ରମଣକୁ ଡରି କେନ୍ଦ୍ର ସରକାରଙ୍କ ବୋଲକରା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନରସିଂହ ମିଶ୍ର। ତେବେ ଏପରି ଭାବିବା ନବୀନବାବୁଙ୍କ ଭୁଲ୍ ବୋଲି କହିଛନ୍ତି ନରସିଂହ ମିଶ୍ର।
ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିରେ ସମର୍ଥନ ନେଇ ଓଡ଼ିଶା ରାଜନୀତି ଏବେ ପୂରା ସରଗରମ। କଂଗ୍ରେସ ଉଭୟଙ୍କ ମିଲି ଭଗତ୍ କହିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ। ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ନେଇ ବରିଷ୍ଠ ରାଜନେତା ଦାମ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକ ନ ଚାହିଁଲେ ମଧ୍ୟ ଓଡ଼ିଶାରେ ଡବଲ୍ ଇଂଜିନ୍ ହୋଇଗଲା। ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଥିବାର କହିଛନ୍ତି ଦାମ। ଅଶ୍ବିନୀ ପାରିବାର ଲୋକ, ଦିଲ୍ଲୀରେ ତାଙ୍କର ଭଲ ଲବି ଥିବାବେଳେ ବିଜେଡ଼ି ସହ ଅଶ୍ବିନୀଙ୍କର ସମ୍ପର୍କ ମଧ୍ୟ ଖୁବ୍ ମଧୁର ବୋଲି କହିଛନ୍ତି ଦାମ। ତେବେ ନବୀନ ବାବୁ ଗଠନମୂଳକ ସହଯୋଗ ଘୋଷଣା କରି ସମଦ୍ବରତ୍ବ ଥିଓରୀକୁ ଭୁଲି ଏକାଠି ରହିବାର ଥିଓରୀକୁ ଆପଣାଇଛନ୍ତି ବୋଲି ଦାମ ପ୍ରକାଶ କରିଛନ୍ତି। ରାଜନୀତିରେ ଅମଲାତନ୍ତ୍ରକୁ ସଦାସର୍ବଦା ବିରୋଧ କରୁଥିବା ଦାମବାବୁ ଏବେ ମଧ୍ୟ ସମାନ କଥା କହିଛନ୍ତି।…

