ଆଜି ଷୋଡଶ ବିଧାନସଭାର ଦ୍ୱିତୀୟ ଦିନରେ ହଟହଟା ହୋଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଅଧିବେଶନର ପ୍ରଥମ ପ୍ରଶ୍ନକାଳରେ କୃଷି ଓ କୃଷକଙ୍କ ଉପରେ ପ୍ରଶ୍ନ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ତଥ୍ୟ ରଖିପାରିନାହାଁନ୍ତି। ବିଧାନସଭାରେ କୃଷି ଓ କୃଷକ ପ୍ରସଙ୍ଗକୁ ନେଇ ଆଲୋଚନା ସରଗରମ ହୋଇଛି। ସଦସ୍ୟଙ୍କ କୃଷି ଓ କୃଷକଙ୍କ ଉପରେ ପ୍ରଶ୍ନ ନେଇ ସବିଶେଷ ଉତ୍ତର ତଥ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ତଥ୍ୟ ରଖିପାରିନାହାଁନ୍ତି। ୨୦୧୦ ଓ ୨୦୧୯ ରେ ଚାଷ ଉପରେ କେତେଜଣ ନିର୍ଭର କରୁଛନ୍ତି ବୋଲି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ପ୍ରଶ୍ନ ରଖିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏହାର ପ୍ରତିଉତ୍ତରରେ କହିଛନ୍ତି , ୨୦୧୧ ଜନଗଣନା ନେଇ ୫୭ ଲକ୍ଷ କୃଷି ଉପରେ ନିର୍ଭର କରୁଛନ୍ତି ସେଥିରୁ ୩୨.୮୦ ଲକ୍ଷ କୃଷକ ଓ ୨୪.୨୦ ଲକ୍ଷ କୃଷି ଶ୍ରମିକ ଥିଲେ। କିନ୍ତୁ ୨୦୧୯ରେ କେତେଜଣ କୃଷି ଉପରେ ନିର୍ଭର…
Author: Samikhsya Bureau
ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୱରରେ ପୀଡ଼ିତ ଅଛନ୍ତି। ତେଣୁ ଅଣସର ଘରେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଚାଲିଛି। ଆଜି ଭକ୍ତ ମାନଙ୍କ ପକ୍ଷରୁ ଶ୍ରୀଜୀଉଙ୍କ ପାଇଁ ଫଳଭାର ପଠାଯାଇଛି। ଶ୍ରୀମନ୍ଦିରରେ ଅଣସର ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଗୁପ୍ତସେବା ଚାଲିଛି। ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରାର ସୁବାଷିତ ଜଳରେ ଦିବ୍ୟସ୍ନାନ କରି ଜ୍ୱର ହୋଇଥାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଷମ ମିଳିଛି। ତେଣୁ ଆଜି ଭକ୍ତଙ୍କ ଦ୍ୱାରା ଫଳଭାର ଶ୍ରୀଜୀଉଙ୍କ ପାଇଁ ପଠାଯାଇଛି। ମହାପ୍ରଭୂ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କ ପାଇଁ ପ୍ରାଚୀ ନଦୀ ତଟରେ ଅବସ୍ଥିତ କାକଟପୁର ଅଂଚଳରୁ ଫଳଭାର ଆସିଛି। ଭକ୍ତ ପଠାଇଥିବା ଫଳ ମଧ୍ୟରେ ରହିଛି ଆମ୍ବ, ପଣସ, ଡ଼ାଳିମ୍ବ, ଖଜୁରୀ, ପିଜୁଳି, ପଇଡ଼।
ପ୍ରଥମ ଆମେରିକୀୟ ସହର ଭାବରେ ସାନ୍ଫ୍ରାନ୍ସସିସ୍କୋ ଇ ସିଗାରେଟ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛି। ମଙ୍ଗଳବାର ସାନ୍ଫ୍ରାନସିସ୍କୋର ପର୍ଯ୍ୟବେକ୍ଷକ ଦଳ ଏହି ନିଷ୍ପତ୍ତି ନେଇଛନ୍ତି। ବିଧାୟକ ଦଳର ସମସ୍ତ ସଦସ୍ୟ ଇ ବସିଗାରେଟ୍ର ବ୍ୟବହାର ବିପକ୍ଷରେ ଭୋଟ ପ୍ରଦାନ କରିଥିଲେ। ସାନ୍ଫ୍ରାନସିସ୍କୋର ମେୟର ଲଣ୍ଡନ ବ୍ରିଡ୍ ଆସନ୍ତା ୧୦ ଦିନ ମଧ୍ୟରେ ଏହି ନିୟମକୁ ପ୍ରଣୟନ କରିବା ନେଇ ସୂଚନା ଦେଇଛନ୍ତି। ୧୦ ଦିନ ମଧ୍ୟରେ ଅଧ୍ୟାଦେଶ ଏବଂ ୬ ମାସ ମଧ୍ୟରେ ଏହା ନେଇ ବିଲ୍ ପ୍ରଣୟନ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର ଲଣ୍ଡନ ବ୍ରିଡ୍। ଇ ସିଗାରେଟ୍ ଏବଂ ନିକୋଟିନ୍ ପ୍ରଭାବରୁ ସହରର ଆଗାମୀ ପିଢିକୁ ରକ୍ଷା କରିବାର ସର୍ବଶ୍ରେଷ୍ଠ ଉପାୟ ବୋଲି ସହରର ଆଟର୍ଣ୍ଣି ଡେନିସ୍ ହେରେରା ପ୍ରକାଶ କରିଛନ୍ତି।
୨୦୧୩ରେ ମୁଜାଫରନଗର ଦଙ୍ଗାର ଜଣେ ସାକ୍ଷୀଙ୍କ ହତ୍ୟା ମାମଲାରେ ଫେରାର ଥିବା ଜଣ ଆରୋପୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅସ୍ଫାକ୍ ନାମକ ଜଣେ ସାକ୍ଷୀଙ୍କ ହତ୍ୟା ମାମଲାରେ କୋର୍ଟ ଏହିତ ନିଷ୍ପତ୍ତି ନେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଉତ୍ତର ପ୍ରଦେଶ ପୋଲିସ୍ ସହଦେବ ନାମକ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଛି। ମାଜିଷ୍ଟ୍ରେଟ୍ ରାକେଶ ଗୌତମ ଏହି ମାମଲାର ବିଚାର କରି ଖତୌଲୀ ଥାନାଧିକାରୀଙ୍କୁ ସହଦେବଙ୍କ ସମ୍ପତ୍ତି ବାଜ୍ୟାପ୍ତିର ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ନିହତ ଅସ୍ଫାକ୍ଙ୍କ ସମ୍ମୁଖରେ ୨୦୧୩ ଦଙ୍ଗା ସମୟରେ ତାଙ୍କର ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୭ ଜଣ ଏହି ମାମଲାରେ ସମ୍ପୃକ୍ତ ରହିଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ସାମ୍ପ୍ରଦାୟିକ ଦଙ୍ଗାରେ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦ ହଜାର ଲୋକ ବାସହୀନ ହୋଇଥିଲେ।
ଭାରତ ଫେରିଲେ ସାଉଦି ଆରବରେ ଫସିଥିବା ଓଡିଆ ଶ୍ରମିକ। ସାଉଦି ଆରବରେ ଫସିଥିବା ୯ଜଣ ଓଡିଆ ଶ୍ରମିକ ଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ଭାରତ ଫେରିଛନ୍ତି ଏହି ସବୁ ଶ୍ରମିକ। ପୁଣିଥରେ ଭାରତୀୟ କୂଟନୈତିକ ନୀତି ଏବଂ ବୈଦେଶିକ ମନ୍ତ୍ରାଳୟର କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି। ମୋଦି ସରକାର ଆସିବା ପରଠାରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିଜ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛି। ବିଦେଶରେ ଫସି ରହିଥିବା ଅନେକ ଭାରତୀୟକୁ ଆଣିବାରେ ସଫଳ ହୋଇଛି ବୈଦେଶିକ ମନ୍ତ୍ରାଳୟ। ଏବେ ପୁଣି ଥିରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ୯ଜଣ ଓଡିଆଙ୍କୁ ଭାରତ ଫେରାଇ ଆଣିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ ଯେ ସାଉଦି ଆରବରେ ୯ ଜଣ ଓଡିଆ ଫସି ରହିଥିଲେ। ସାଉଦି ଆରବରେ ଏହି ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଏମାନେ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ…
ଚଳିତ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୩୩ ତମ ଲିଗ୍ ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ଏହା ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍। ସେମିଫାଇନାଲ ଖେଳିବା ଆଶା ବଜାୟ ରଖିବା ପାଇଁ ପାକିସ୍ତାନକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ସେମିଫାଇନାଲରେ ପ୍ରାୟ ପହଞ୍ଚି ସାରିଥିବା ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ତା’ର ସ୍ଥିତିକୁ ଆହୁରି ମଜ୍ଭୁତ କରିବାକୁ ଚାହିଁବ। ଭାରତ ପରେ ନ୍ୟୁଜିଲାଣ୍ଡ ହେଉଛି ଏପରି ଦଳ ଯିଏକି ବର୍ତ୍ତମାନ ସୁଦ୍ଧା କୌଣସି ମ୍ୟାଚ୍ ହାରିନାହିଁ। ତେଣୁ ନ୍ୟୁଜିଲାଣ୍ଡ ତା’ର ଏହି ବିଜୟଧାରା ଅବ୍ୟାହତ ରଖିବା ସହ ପଏଣ୍ଟ ଟେବୁଲ୍ର ପ୍ରଥମ ଦୁଇ ସ୍ଥାନ ମଧ୍ୟରେ ରହିବାର ପ୍ରୟାସ କରିବ। ପାକିସ୍ତାନ ବର୍ତ୍ତମାନ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଗତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତକରି ଦଳର ମନୋବଳ ଦୃଢ ରହିଛି ଏବଂ ଦଳ ଏହାର ବିଜୟଧାରା ବଜାୟ ରଖିବାକୁ ଚାହିଁବ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ‘ପ୍ରଜା ବେଦିକା’ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ପ୍ରଜା ବେଦିକା ଭାଙ୍ଗିବାକୁ ଗତ ରବିବାର ଆଦେଶ ଦେଇଥିଲେ। ଏହା ପୂର୍ବରୁ ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ଚନ୍ଦ୍ରବାବୁଙ୍କ ପରିବାରର ସୁରକ୍ଷା ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଚନ୍ଦ୍ରବାବୁ ଜଗନ ମୋହନଙ୍କୁ ଚିଠି ଲେଖି ପ୍ରଜା ବେଦିକାକୁ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଭବନ ରୂପେ ଘୋଷଣା କରିବାକୁ ଆବେଦନ କରିଥିଲେ। ଏହା ପରେ ଶନିବାର ସରକାର ପ୍ରଜା ବେଦିକାକୁ ନିଜ କବ୍ଜାକୁ ନେଇଯାଇଥିଲେ। ଟିଡିପି ଏହାକୁ ରାଜ୍ୟ ସରକାରଙ୍କ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲା। ରାଜ୍ୟରେ ଟିଡିପି ସରକାର ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଲାଗି ପ୍ରଜା ବେଦିକା ନିର୍ମାଣ କରିଥିଲା। ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାକୁ ଚନ୍ଦ୍ରବାବୁ ସରକାରୀ କାର୍ଯ୍ୟ ସହିତ…
ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଚୀନ୍ ହଂକଂ ମଧ୍ୟରେ ରହିଥିବା ବିବାଦ ଉପରେ ଆଲୋଚନା ପାଇଁ ଦାବି ହୋଇଛି। ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ପ୍ରତ୍ୟର୍ପଣ ଆଇନ୍ରେ ପରିବର୍ତ୍ତନ ନେଇ ବିଗତ କିଛି ସପ୍ତାହ ହେବ ଆନ୍ଦୋଳନ ଚାଲିଛି। ବୁଧବାର ମଧ୍ୟ ଆମେରିକା ଏବଂ ୟୁରୋପୀୟ ସଂଘର ଦୂତାବାସ ସମ୍ମୁଖରେ ହଜାର ହଜାର ସାଧାରଣ ଜନତା ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ଉଭୟ ଆମେରିକା ଏବଂ ୟୁରୋପୀୟ ସଂଘ ପ୍ରତ୍ୟର୍ପଣ ଆଇନ୍ ନେଇ ଚୀନ୍ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି। ଜାପାନର ଓସାକାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ହଂକଂକୁ ନେଇ କୌଣସି ଆଲୋଚନା ହେବ ନାହିଁ ବୋଲି ଚୀନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ହ୍ବାଇଟ୍ ହାଉସ୍ ଗଣମାଧ୍ୟମ ସଚିବଙ୍କ ନାମ ଘୋଷଣା କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ଷ୍ଟିଫାନି ଗ୍ରୀସାମ୍ଙ୍କୁ ହ୍ବାଇଟ୍ ହାଉସ୍ର ନୂତନ ଗଣମାଧ୍ୟମ ସଚିବ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି। ସାରା ସାଣ୍ଡର୍ସ ନିଜ ପଦବୀରୁ ଅବ୍ୟାହତି ନେବା ପରେ ଗ୍ରୀସାମ୍ଙ୍କ ନିଯୁକ୍ତି ନେଇ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଟ୍ବିଟ୍ଟର ଜରିଆରେ ଘୋଷଣା କରିଛନ୍ତି। ଗଣମାଧ୍ୟମ ସହିତ ହ୍ବାଇଟ୍ ହାଉସ୍ର ସମ୍ପର୍କ ସୁଧାରିବା ଉପରେ ଷ୍ଟିଫାନି କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ମେଲାନିଆ। ଷ୍ଟିଫାନୀ ୨୦୧୫ରୁ ହ୍ବାଇଟ୍ ହାଉସ୍ରେ ମେଲୋନିଆଙ୍କ ସହଯୋଗୀ ଭାବରେ କାର୍ଯ୍ୟ କରି ଆସୁଥିବା ଷ୍ଟିଫାନୀ ଏହି ପଦ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ବ୍ୟକ୍ତି ବୋଲି ମେଲାନିଆ ଟ୍ବିଟ୍ କରିଛନ୍ତି ।
ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ତିନିଜଣ ଷ୍ଟେସନମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ସିଙ୍ଗାପୁର, କେଉଟଗୁଡା ଏବଂ ସିଙ୍ଗାପୁର ଏ ଷ୍ଟେସନ ମାଷ୍ଟରଙ୍କୁ ରେଳ ବିଭାଗ ନିଲମ୍ବିତ କରିଛି । ଏହା ସହ ସିଙ୍ଗାପୁର ରୋଡ଼ର ଜଣେ କ୍ୟାବିନମ୍ୟାନଙ୍କୁ ନିଲମ୍ବିତ କରାଯାଇଥିବା ରେଲୱେ ସୂତ୍ରରୁ ସୂଚନା ମିଳିଛି। ଏହି ଭୟାବହ ଅଗ୍ନିକାଣ୍ଡ ପରେ କୋରାପୁଟ-ରାୟଗଡ଼ା ରୁଟରେ ରେଳ ଚଳାଚଳ ସ୍ୱାଭାବିକ ହୋଇପାରିନି। ଏବେ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କାମ ଚାଲିଛି। ଗତକାଲି ଅପରାହ୍ଣ ସାଢ଼େ ୪ଟା ସମୟରେ ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସକୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେଇଥିଲା। ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ମେଣ୍ଟେନାନ୍ସ ଇଂଜିନ ଡ୍ରାଇଭର ଓ ଦୁଇ ଜଣ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା।
କେଦାର ମିଶ୍ର ଗତକାଲି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପାରମ୍ପାରିକ ଭାବରେ ରାଜ୍ୟପାଳ ଗୃହକୁ ନିଜ ସରକାରର ଆଭିମୁଖ୍ୟ ବିଷୟରେ ସମ୍ବୋଧିତ କରିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଭାବରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ ତାଙ୍କର କାର୍ୟ ଆରମ୍ଭ କରିଛନ୍ତି। ତେବେ ବୈଧାନିକ ଭାବରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନିର୍ବାଚନ ପ୍ରସଙ୍ଗ ଗୃହରେ ଘୋଷଣା କାରିବା କଥା। ତାହା କରିନଥିବାରୁ ଏହାକୁ ନେଇ କଂଗ୍ରେସର ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳର ସଂଖ୍ୟା କମ ଥିଲେ ମଧ୍ୟ, ବିରୋଧୀ ଭାବରେ କଂଗ୍ରେସର ସ୍ଵର ହିଁ ଆଜି ବିଧାନସଭାରେ ପ୍ରମୁଖ ଥିଲା। ରାଜ୍ୟସଭା ନିର୍ବାଚନରେ ବିଜେଡି ଠାରୁ ସମର୍ଥନ ନେଇ ବିଜେପି ନୈତିକ ଭାବରେ ବିରୋଧୀ ହେବାର ମର୍ୟାଦା ହରାଇ ଦେଇଛି। ବିଧାନସଭା ଭିତରେ ବିଜେପି ବିଧାୟକମାନେ ଏକ ପ୍ରକାର ନୀରବ ଓ ଶାସକ ଦଳର ସମର୍ଥକ…
ସମୀକ୍ଷା ବ୍ୟୁରୋ ଲୋକସଭାରେ ବକ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ସାରା ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଚର୍ଚ୍ଚା ଲାଗି ରହିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଏହି ଚର୍ଚ୍ଚା ଉପରେ ତାଙ୍କର ମତ ରଖିଛନ୍ତି। ଏହି ଅବସରରେ ମୋଦି ୨.୦ ସରକାରର ଏଜେଣ୍ଡା ଉପରେ ଆଲୋକପାତ କରିଛନ୍ତି। ସାଧାରଣ ଜନତା ପ୍ରଚଣ୍ଡ ବହୁମତ ଦେଇ ପୁଣିଥରେ ତାଙ୍କୁ ସରକାରକୁ ଆଣିଥିବାରୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନେକ ବର୍ଷ ପରେ ଦେଶ ଏକ ମଜବୁତ୍ ଜନାଦେଶ ଦେଇଛି ବୋଲି କହିଛନ୍ତି। ସେହିପରି ୫ ବର୍ଷର କଠିନ ପରିଶ୍ରମକୁ ଲୋକେ ଅନୁମୋଦନ କରିଛନ୍ତି। ବହୁ ପରୀକ୍ଷା ନିରୀକ୍ଷା ପରେ ଜନାଦେଶ ଆସିଛି। ଯାହାର କେହି ନାହିଁ, ତାଙ୍କ ପାଇଁ ସରକାର ବୋଲି ମୋଦି କହିଛନ୍ତି। ଏହି ଅବସରରେ ପ୍ରତାପଙ୍କ ସମେତ ଅନ୍ୟ ନେତାମାନଙ୍କର ଭାଷଣକୁ ପ୍ରଶଂସା କରିଛନ୍ତି।…
ରାଜ୍ୟରେ ଆଉ ୧୦୦ ମେଡିକାଲ ସିଟ୍ ବଢିଛି। ୩ଟି ମେଡିକାଲ କଲେଜରେ ସିଟ୍ ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ପ୍ରକାଶ କରିଛି। ବୁର୍ଲାରେ ୫୦ ଏବଂ କୋରାପୁଟ ଓ ମୟୂରଭଞ୍ଜରେ ୨୫-୨୫ ସିଟ୍ ବୃଦ୍ଧି କରାଯାଇଛି। ବୁର୍ଲା ଭିମ୍ସାରରେ ମେଡିକାଲ ସିଟ୍ ସଂଖ୍ୟା ୧୫୦ରୁ ୨୦୦କୁ ବୃଦ୍ଧି କରାଯାଇଛି। ବାରିପଦା ମେଡିକାଲ କଲେଜରେ ସିଟ୍ ସଂଖ୍ୟା ୧୦୦ରୁ ୧୨୫ ଓ କୋରାପୁଟ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ୧୦୦ରୁ ୧୨୫କୁ ବୃଦ୍ଧି କରାଯାଇଛି। ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବାବଦରେ ସିଟ୍ ବୃଦ୍ଧି କରାଯାଇଛି।
ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଜେଡ଼ିକୁ ଘେରିଛି। ବିନା ଘୋଷଣାର ବିରୋଧୀ ଦଳ ନେତା ପ୍ରସଙ୍ଗରେ ବାଚସ୍ପତିଙ୍କୁ ପ୍ରଶ୍ନ କରିବା ସହିତ ବିଜେଡ଼ି ଉପରେ ମଧ୍ୟ ଆକ୍ଷେପ କରିଛି କଂଗ୍ରେସ। ମେଣ୍ଟ ଘୋଷଣା ନ କଲେ ବି ଉଭୟ ଦଳ ଏକାଠି ରହିଛନ୍ତି କହିବା ସହିତ ବିଜେଡିକୁ ବିଜେପିର ଅଂଶୀଦାର ଦଳ ବୋଲି କହିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତେବେ ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏହି ପ୍ରସଙ୍ଗରେ ମଲ୍ଲିକ କହିଛନ୍ତି ଯେ, ବିରୋଧୀ ଦଳ ନେତାଙ୍କ ନାଁ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଆସିସାରିଥିଲା। ତେଣୁ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନାଁ ସମ୍ବୋଧନ କରିଥିଲେ। ରାଜ୍ୟର ଉନ୍ନତି ପାଇଁ ବିଜେଡି ରାଜ୍ୟସଭା ଆସନରେ ବିଜେପିକୁ ସମର୍ଥନ କରିଛି। କୌଣସି ଦଳର ଅଂଶୀଦାର ବିଜେଡ଼ି ନୁହେଁ ବୋଲି ପ୍ରମିଳା କହିଛନ୍ତି।
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ଦଳ କମିଶନଙ୍କୁ ଭେଟି ଭଦ୍ରକ ମଦମୃତ୍ୟୁ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହି ମଦମୃତ୍ୟୁ ଘଟଣାରେ ବିଧାୟକ ବ୍ୟୋମକେଶ ରାୟଙ୍କ ସମ୍ପୃକ୍ତି ଥିବା ଶ୍ରୀ ସାମଲ୍ କମିଶନଙ୍କୁ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛୁ। ସେହିପରି ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ପାଇଁ ଦାବି ରହିଥିଲା । ମାତ୍ର ରାଜ୍ୟ ସରକାର କିଛି ପରିବାରକୁ କ୍ଷତିପୂରଣ ବାବଦକୁ ୫୦,୦୦୦ଟଙ୍କା ଦେଇଥିବାବେଳେ ଅନ୍ୟମାନେ ଏପର୍ଯ୍ୟନ୍ତ ଏହି କ୍ଷତିପୂରଣ ପାଇନାହାନ୍ତି । ଏହି ବିଷୟରେ ମଧ୍ୟ କମିଶନଙ୍କୁ ବିଜେପି ଅବଗତ କରାଇଛି ।
ଓଡ଼ିଶାର ଯାଜପୁର ଜିଲ୍ଲାରେ ବ୍ରଜପାତ ଜନିତ ମୃତ୍ୟ ସଂଖ୍ୟା ବଢିବାରେ ଲାଗିଛି। ଗତ ୪ ବର୍ଷ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି। ପ୍ରତ୍ୟେକ ବର୍ଷ ପାଖାପାଖି ୧୮ଜଣ ଲୋକ ବଜ୍ରପାତରେ ମୃତ୍ୟୁବରଣ କରୁଛନ୍ତି। ୨୦୧୫ରେ ୧୬ ଜଣ, ୨୦୧୬ରେ ୮ଜଣ, ୨୦୧୭ରେ ୨୬ ଜଣ ଓ ୨୦୧୮ରେ ୧୮ଜଣ ଲୋକ ବ୍ରଜପାତରେ ମୃତ୍ୟୁବରଣ କରିଛନ୍ତି। ଚଳିତ ବର୍ଷ ଜୁନ୍ ମାସ ସରିନଥିବାବେଳେ ଯାଜପୁର ଜିଲ୍ଲାରେ ବଜ୍ରପାତରେ ୧୧ଜଣ ଲୋକଙ୍କ ମୃତ୍ୟୁଘଟିଛି ବୋଲି ସୂଚନା ରହିଛି। ସୁକିନ୍ଦା, ଧାନଗଦି, କୋରେଇ ବରି ସମେତ ଅଞ୍ଚଳରେ ବଜ୍ରପାତ ଜନିତ ମୃତ୍ୟସଂଖ୍ୟା ଅଧିକ ରହିଛି। ଭାରତୀୟ ପାଣିପାଗ ବିଭାଗ ତରଫରୁ ପୂର୍ବରୁ ବଜ୍ରପାତ ନେଇ ସୂଚନା ଦିଆଯାଉଥିଲେ ହେଁ ସଚେତନତା ଅଭାବରୁ ଏହା ଘଟୁଛି। ଲୋକମାନେ ସତର୍କ ନ ରହିବା ଯୋଗୁଁ ପ୍ରାଣହାନି ଘଟୁଛି। ବିଶେଷକରି ଚାଷୀ ଓ ମୂଲିଆମାନେ ଏହି ବଜ୍ରପାତର ଶିକାର ହେଉଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ତରଫରୁ…
ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ଆପ୍ ବିଧାୟକ ମନୋଜ କୁମାରଙ୍କୁ ୩ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ନିର୍ବାଚନୀ ପ୍ରକ୍ରିୟାରେ ବାଧା ଦେବା ମାମଲାରେ ରାଉଜ ଏଭିନ୍ୟୁ କୋର୍ଟ କୋଣ୍ଡଲୀ ବିଧାୟକ ମନୋଜଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ କଲ୍ୟାଣପୁରୀ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ବିଚାରପତି ସମର ବିଶାଲ ବିଧାୟକ ମନୋଜ କୁମାରଙ୍କୁ ସରକାରୀ କାର୍ଯ୍ୟରେ ବାଧା ଦେବା, ମତଦାନ କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଆଦି ଧାରାରେ ଗତ ୪ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୩ ନିର୍ବାଚନ ସମୟରେ ମନୋଜ କୁମାରଙ୍କ ନେତୃତ୍ଵରେ ୫୦ରୁ ଅଧିକ ଆପ୍ କର୍ମକର୍ତ୍ତା ଏମସିଡି ସ୍କୁଲ ଫାଟକ ସମ୍ମୁଖରେ ହଙ୍ଗାମା କରିଥିଲେ। ଫଳରେ ମତଦାନ ପ୍ରକ୍ରିୟାରେ ବାଧା ଉପୁଜିଥିଲା। ତେବେ ମନୋଜଙ୍କୁ ସଜ୍ଜା ମିଳିବା ପରେ ଏନେଇ ଆପ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
୪୪ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର୍ । ୯୦ଦଶକର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର୍ ଜୁନ୍ ୨୫, ୧୯୭୪ରେ ଜନ୍ମଗ୍ରହଣ କରିଥିଲେ । କପୁର୍ ପରିବାରର ପ୍ରଥମ ଝିଅ ଭାବେ କରିସ୍ମା ବଲିଉଡ୍ରେ ପ୍ରବେଶ କରିଥିଲେ । ୧୯୯୧ରେ ମାତ୍ର ୧୫ ବର୍ଷ ବୟସରେ ‘ପ୍ରେମ କଏଦୀ’ ଜରିଆରେ ବଲିଉଡ୍ ପାଦ ଥାପି ଥିବା କରିସ୍ମା ଅନେକଗୁଡ଼ିଏ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କ ହିଟ୍ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ଜିଗର୍’, ‘ଅନାରି’, ‘ସାଜନ୍ ଚାଲେ ସସୁରାଲ୍’, ’ରାଜା ହିନ୍ଦୁସ୍ତାନୀ’, ‘ଦିଲ୍ ତୋ ପାଗଲ୍ ହୈ,’, ‘ହିରୋ ନଂ ଓ୍ବାନ୍’, ’ ବିଓ୍ବି ନଂ ଓ୍ବାନ୍’, ’ଜୁଡ୍ଓ୍ବା’, ‘ଦୁଲ୍ହନ୍ ହମ୍ ଲେ ଜାଏେଙ୍ଗ’, ‘ହମ୍ ସାଥ୍ ସାଥ୍ ହୈ’, ‘ଫିଜା’, ‘ଜୁବୈଦା’ ପ୍ରମୁଖ । ଅଭିନେତା ରଣଧୀର୍ କପୁର୍ ଓ ମାତା ବିବତାଙ୍କ ବଡ଼ ଝିଅ ହେଉଛନ୍ତି କରିସ୍ମା । ଫିଲ୍ମ ପରିବାରର ହୋଇଥିଲେ ମଧ୍ୟ…
ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଘେରିଛି । ଚଳିତଥର ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳର ଭୂମିକା ନିଭାଉଛି । ବିଜେପି ତରଫରୁ ବିରୋଧୀ ଦଳର ନେତା ଭାବେ ପ୍ରଦୀପ୍ତ ନାଏକ ରହିଥିବାବେଳେ ତାଙ୍କ ନାମ ଗୃହରେ ଘୋଷଣା କରାଯାଇ ନଥିଲା । ବିନା ବୈଧାନିକ ଘୋଷଣାରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କୁ ସମ୍ବୋଧନ କରିଥିବା ହେତୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଧାନସଭା ଇତିହାସରେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ନରସିଂହ ମିଶ୍ର । ବିରୋଧୀ ଦଳ ନେତା କିଏ, ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି । ଘୋଷଣା ନ କରି କିଭଳି ତାଙ୍କୁ ଭାଷଣ ଦେବାକୁ ଡାକିଲେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ ବି ତାଙ୍କୁ…
ଆଜି ବିଧାନସଭାର ଷୋଡଶ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଅଧିବେଶନ ଆରମ୍ଭ ହୋଇଥିଲା । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୭ ଜଣିଆ ବିଧାନସଭା ଅଧିଷ୍ଠାତା ମଣ୍ଡଳୀ ଘୋଷଣା କରିଛନ୍ତି । ଏହି ଅଧିଷ୍ଠାତା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲୀ, ସୁବାସ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ସଦସ୍ୟ ରହିଛନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ଏହି ଅଧିଷ୍ଠାତା ମଣ୍ଡଳୀର ସଦସ୍ୟମାନେ ଗୃହକାର୍ଯ୍ୟ ତୁଲାଇବେ । ଅଧିବେଶନର ପ୍ରଥମ ପର୍ଯ୍ୟା଼ୟ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳର ଭୂମିକା ଗ୍ରହଣ କରିିଛି ।
ଲୋକତନ୍ତ୍ରର ଏକ କଳାଅଧ୍ୟାୟ ହେଉଛି ଇମରଜେନ୍ସି। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ପରିସ୍ଥିତି (ଇମରଜେନ୍ସି) ଘୋଷଣା କରିଥିଲେ। ଇମରଜେନ୍ସିକୁ ୪୪ ବର୍ଷ ପୂରିଥିବାବେଳେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ଭିଡ଼ିଓ ଜାରି କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଇଟ ଜରିଆରେ ରାଜନୈତିକ ହିତ ପାଇଁ ଦେଶର ଲୋକତନ୍ତ୍ରକୁ ହତ୍ୟା କରାଯାଇଥିଲା ବୋଲି କହିଛନ୍ତି। ତେବେ ଇମରଜେନ୍ସିକୁ ନେଇ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ , ୧୯୭୫ରେ ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତର ଆଜି ୪୪ତମ ବର୍ଷ। ମୋଦୀଙ୍କୁ ଆକ୍ଷେପ କରି ମମତା କହିଛନ୍ତି , ଗତ ପାଞ୍ଚ ବର୍ଷରେ ଦେଶରେ “ସୁପର ଏମରଜେନ୍ସି” ଚାଲିଛି। ଦେଶକୁ ଲୋକତାନ୍ତ୍ରିକ ସୁରକ୍ଷା ପାଇଁ ଲଢିବାକୁ ପଡ଼ିବ। ତେବେ ଏହାକୁ ନେଇ…

