Author: Samikhsya Bureau

ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨୯ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର୍‌ ମୁଜାଫର୍‌ପୁର ଗସ୍ତ କରିଛନ୍ତି। ତେବେ ତାଙ୍କ ଗସ୍ତକୁ ନେଇ ଶିଶୁଙ୍କ ସମ୍ପର୍କୀୟମାନେ ଆକ୍ରୋଶ ପ୍ରକଟ କରିବା ପୂର୍ବକ ତାଙ୍କୁ ବିରୋଧ କରିଛନ୍ତି। ଏହି ଶିଶୁ ମୃତ୍ୟୁକୁ ନେଇ ରାବ୍ରୀ ଦେବୀ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି  ପ୍ରତିବର୍ଷ ହଜାର ହଜାର ଶିଶୁ ମୃତ୍ୟୁବରଣ କରୁଥିବାବେଳେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଔଷଧ ଓ ଚିକିତ୍ସା ଅଭାବରୁ ଗରିବ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ପିକ୍‌ନିକ୍‌ କରୁଛନ୍ତି, ସରକାରଙ୍କ ସମ୍ବେଦନା ନାହିଁ। ଶିଶୁ ମୃତ୍ୟୁକୁ ନେଇ ଏନଡିଏ୍‌କୁ କଟାକ୍ଷ କରି ଏହା ଏନ୍‌ଡିଏର ଦାୟିତ୍ବହୀନତା ବୋଲି କହିଛନ୍ତି ରାବ୍ରୀ ଦେବୀ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବେପୁରଆ ମନେଭାବ ଓ ଦାୟିତ୍ବହୀନତା ପାଇଁ ୧୦୦ରୁ ଅଧିକ ନିଷ୍ପାପ ଶିଶୁଙ୍କ ମସ୍ତିଷ୍କ ଜ୍ବର ବାହାନାରେ ହତ୍ୟା କରାଯାଉଛି।…

Read More

ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ଶକ୍ତିଶାଳୀ  ଝଟ୍‌କା ଲାଗିଛି। ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି। ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍‌ସି ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରହିଥିଲେ।  ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ମଙ୍ଗଳବାର ସକାଳୁ ଦ୍ବିତୀୟଥର ପାଇଁ ୫.୩ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସିଚୁଆନ୍‌ ପ୍ରାନ୍ତରେ ଦମକଳ ବିଭାଗ ତରଫରୁ ୬୩ଟି ଗାଡ଼ି ଓ ୩୦୨ଜଣ କର୍ମୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Read More

ପୁଣି ଅଶାନ୍ତ ହୋଇଛି ସୀମା। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମେଜର୍‌ଙ୍କ ସମେତ ଚାରିଜଣ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ସୁରକ୍ଷାବଳଙ୍କ ଦ୍ବାରା  ଆତଙ୍କୀ ସଂଗଠନ  ଜୈଶ୍‌-ମହମ୍ମଦର କମାଣ୍ଡର ସଜ୍ଜାଦ୍‌ ଭଟ୍ଟଙ୍କ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଅନନ୍ତନାଗରେ ଆଜି ସକାଳୁ ମଧ୍ୟ ଗୁଳିବିନିମୟ ଜାରି ରହିଛି। ସେହିପରି ଜମ୍ମୁକାଶ୍ମୀରରେ ଫୁଲଓ୍ବାମାର ଈଦଗାହ ଅରିହଲ ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଗାଡି ଉପରେ ଆଇଡି ବ୍ଲାଷ୍ଟ କରିଛନ୍ତି। ଏହି ଆକ୍ରମଣରେ କେସ୍ପର ଗାଡି କ୍ଷତିଗ୍ରସ୍ତ ହୋଇଛି।  ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଶହୀଦ୍‌ ଯବାନ୍‌ଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍‌ ରହିଛନ୍ତି। ଯବାନ୍‌ ଜଣକ କାମାକ୍ଷନଗରର ବଡଶୁଂଆଳ ଗ୍ରାମର ଅଜିତ୍‌ ସାହୁ। ସେ ୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।

Read More

ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଲାଣି। ଏହି ମାମଲାରେ ରାଷ୍ଟ୍ରୀୟ ମାନବାଧିକାରୀ ଆୟୋଗ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବିହାର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମସ୍ତିଷ୍କ ଜ୍ବର ବ୍ୟାପୁଥିବାବେଳେ ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଆଜି ବିହାର ମୁଖ୍ୟମନ୍ତ୍ରୀ ନିତିଶୀ କୁମାର ମୁଜାଫରପୁର ଗସ୍ତ କରିଛନ୍ତି, ତାଙ୍କ ସହିତ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର। ବିହାରରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଉଛନ୍ତି। ସେହିପରି ବିହାରର ବିପକ୍ଷୀ ସରକାରଙ୍କୁ ଏହି ମାମଲାରେ କଡ଼ା ନିନ୍ଦା କରିବା ସହ ଆସନ୍ତା ୨୪ ତାରିଖରେ ବିହାର ବନ୍ଦ କରିବାକୁ ଧମକ ଦେଇଛନ୍ତି। ଶିଶୁ ମୃତ୍ୟୁ ତଥା ମସ୍ତିଷ୍କ ଜ୍ବର ନିଦାନ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦେବାକୁ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୪୦୦ଜଣ…

Read More

ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ। ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବାଲାଟ୍‌ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି। ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ।

Read More

ଏନ୍‌ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ଦେବ ସମର୍ଥନ। ଲୋକସଭାର ଆଗାମୀ ବାଚସ୍ପତି ପ୍ରାର୍ଥୀ ନେଇ ଏନଡିଏ୍‌ ବିଜେପି ସାଂସଦ ଓମ୍‌ ବିର୍ଲାଙ୍କୁ ଚୟନ କରିଛି।ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି ସୂଚନା ରହିଛି। ଏହା ପୂର୍ବରୁ ବିଜେପି ତରଫରୁ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ବିଜେଡ଼ିକୁ ଅନୁରୋଧ କରାଯାଇଥିଲା। ତେଣୁ ବିଜେଡ଼ିର ସଂସଦୀୟ ଦଳର ବୈଠକରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଖବର ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସୁମିତ୍ରା ମହାଜନଙ୍କ ସ୍ଥାନ ଗ୍ରହଣ କରିବେ ଏହି ୫୭ ବର୍ଷୀୟ ରାଜସ୍ଥାନ କୋଟାର ସାଂସଦ ଓମ୍‌ ବିର୍ଲା।  ସେ ରାଜସ୍ଥାନ ବିଧାନସଭାକୁ ୩ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଦୁଇ ଦୁଇ ଥର ସାଂସଦ ରୂପେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସାଂସଦ ବିର୍ଲା ଦିନ ୧୨ଟା ସମୟରେ ବାଚସ୍ପତି ପଦବୀ…

Read More

ଏଣିକି ବିନା ହେଲ୍‌ମେଟ୍‌ରେ ଫ୍ଲାଇଓଭର୍‌ରେ ଯାଇପାରିବେ ନାହିଁ। ଏନେଇ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ବିନା ହେଲମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି ବାଇକ ଚାଳକ। ଫ୍ଲାଇଓଭରରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହି କଟକଣା ଆଜିଠାରୁ ଆସନ୍ତା ଏକମାସ ପର୍ଯ୍ୟନ୍ତ ଜାରି ରହିବ। ବିନା ହେଲମେଟରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି। ନିକଟରେ ନୟାପଲ୍ଲୀ ଓଭରବ୍ରିଜ୍‌ ଓ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରେ ଦୁର୍ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

Read More

ରାଜସ୍ଥାନ କୋଟାରୁ ଜିତିଥିବା ବରିଷ୍ଠ ବିଜେପି ନେତା ଓମ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି। ଆଜି ଏ ନେଇ ବିଜେପି ତରଫରୁ ସ୍ପଷ୍ଟ କରାଯାଇଛି। ୫୭ବର୍ଷ ବୟସ୍କ ବିର୍ଲା ପ୍ରଥମ ଥର ପାଇଁ ୨୦୧୪ ମସିହାରେ ରାଜସ୍ଥାନରୁ ସାଂସଦ ଭାବେ ଜିତି ଆସିଥିଲେ। ଏହାପରେ ୨୦୧୯ରେ ପୁଣି ଥରେ ଜିତି ସାଂସଦ ହୋଇପାରିଛନ୍ତି।ଏହାପୂର୍ବରୁ ଓମ ବିର୍ଲା ରାଜସ୍ଥାନ ବିଧାନସଭାକୁ ତିନିଥର ବିଜୟ ଲାଭ କରି ବିଧାୟକ ହୋଇଥିଲେ। ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ ଶାସନ କ୍ଷମତାରେ ଥିଲେ ମଧ୍ୟ ସେଠାରେ ବିଜେପି ଚଳିତ ନିର୍ବାଚନରେ ବେଶ ଭଲ ପ୍ରଦର୍ଶନ କରିପାରିଛି। ତାହାରି ଫଳ ସ୍ବରୂପ ବିଜେପି ତରଫରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଚର୍ଚ୍ଚା ଚାଲିଛି।

Read More

କେଦାର ମିଶ୍ର  ଏ ଘଟଣା ମମତା ବାନାର୍ଜୀଙ୍କ ପଶ୍ଚିମ ବଙ୍ଗ ବା ଦ୍ରାବିଡ ରାଜ୍ୟ ତାମିଲନାଡୁରେ ଘଟିନାହିଁ। ସେଠାରେ ହୁଏତ ଘଟିଥିଲେ, ଏ ଘଟଣାକୁ ନେଇ କିଛି ବଡ ପ୍ରତିକ୍ରିୟା ଆସିଥାନ୍ତା। ଏହା ଘଟିଛି ଭାରତର ତଥାକଥିତ ବିକାଶ ପୁରୁଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ରାଜ୍ୟ ଗୁଜରାଟରେ। ପାଇଖାନା  ଟାଙ୍କି ସଫା କରିବାକୁ ଯାଇ ଗୁଜରାଟର ଚାରିଜଣ ସଫେଇ କର୍ମଚାରୀ ଓ ତିନିଜଣ ହୋଟେଲ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଯେଉଁ ଖବର ବାହାରିଛି ତାକୁ ନେଇ କାହା ମନରେ କିଛି କ୍ରୋଧ ବା ସଂବେଦନା ଆସିବାର କୌଣସି ସମ୍ଭାବନା ନାହିଁ। ପାଇଖାନା  ଟାଙ୍କି ସଫା କରୁଥିବା ଲୋକଟି ପ୍ରତି ଆମ ସମାଜର ସେମିତି ବିଶେଷ ସମ୍ମାନ କେବେ ନାହିଁ ବା ନଥିଲା। ଯେଉଁମାନେ ଏ କାମ କରନ୍ତି ସେମାନେ ଆମ ଈଶ୍ବରଙ୍କ ପାଦରୁ ଜନ୍ମ ହୋଇଥିବା ଲୋକ ଓ ଆମେ ଯେଉଁମାନେ ଈଶ୍ବରଙ୍କ ମୁଣ୍ଡରୁ ଜନ୍ମ ହୋଇଛୁ,…

Read More

ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ଜେପି ନଡ୍ଡା। ଦିଲ୍ଲୀରେ ସୋମବାର ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପିର ସଂସଦୀୟ ବୋର୍ଡ  ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନଡ୍ଡାଙ୍କ ନାମରେ ସହମତି ପ୍ରକାଶ ପାଇଥିଲା। ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଜେପି ନଡ୍ଡା ସ୍ଵାସ୍ଥ୍ୟ ମନ୍ତ୍ରୀ ରହିଥିଲେ। ଆସନ୍ତା ବୁଧବାର 19ତାରିଖରେ ଜେପି ନଡ୍ଡା କାର୍ଯ୍ୟକାରୀ ଅଧ୍ୟକ୍ଷର ପଦଭାର ସମ୍ଭାଳିବେ।ତେବେ ଅମିତ୍ ଶାହା ଆଗାମୀ ୬ ମାସ ପର୍ଯ୍ୟନ୍ତ  ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ। ତାଙ୍କର ମାର୍ଗଦର୍ଶନରେ ଜେପି ନଡ୍ଡା ଏହି ଦ୍ବାୟିତ୍ଵ କାମ ସମ୍ଭାଳିବେ। ଦଳର ସଦ୍ୟସତା ଅଭିଯାନ ଓ ସଙ୍ଗଠନାତ୍ମକ ନିର୍ବାଚନ ଶେଷ ହେବ ପର୍ଯନ୍ତ ଅମିତ ଶାହାଙ୍କୁ ଅଧ୍ୟକ୍ଷ ପଦରେ ରହିବାକୁ ଅନୁରୋଧ କରାଯାଇଛି। ଏହି ସମ୍ପର୍କିତ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ କହିଛନ୍ତି ଯେ, ଅମିତ୍ ଶାହା ପାଞ୍ଚ ବର୍ଷ…

Read More

ପାଟକୁରା ନିର୍ବାଚନ କେବେ ହେବ ତାହାର ଘୋଷଣା କରାଯାଇ ନାହିଁ। ହେଲେ ତା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତ କରି ବଳଦେବ ଜୀଉ ମନ୍ଦିରର ପାରିପାର୍ଶିକ ଉନ୍ନତି ପାଇଁ 2 କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏଥିରେ ଝୁଲଣ ମଣ଼୍ଡପର ପୁନଃଉଦ୍ଦାର, ଶ୍ରୀବଳଦେବ ଜୀଉ କଲ୍ୟାଣ ମଣ୍ଡପ ନିର୍ମାଣ,ପାଚେରୀ ନିର୍ମାଣ ସହିତ 24 ଘଣ୍ଟିଆ ଜଳଯୋଗାଣ ରହିଛି। ଆଜି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି କରାଯଇାଥିଲା। ସ୍ନାନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ।

Read More

ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ଥମିବାର ନାଁ ଧରୁନାହିଁ । ନିର୍ବାଚନୀ ହିଂସା ସହିତ ଶ୍ରୀରାମ ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ୍‌ ସରଗରମ ରହିଥିବାବେଳେ ଦଳ ବଦଳ ରାଜନୀତି ମଧ୍ୟ ବେଶ୍‌ ଚର୍ଚ୍ଚା ଧରିଛି ।  ପଶ୍ଚିମବଙ୍ଗରେ ଚଳିତ ଲୋକସଭା ନିର୍ବାଚନ ସମୟରୁ ଭାଜପା ଓ ଟିଏମ୍‌ସି ମଧ୍ୟରେ ଲାଗି ରହିଛି ବିବାଦ ।  ଇତିମଧ୍ୟରେ ଟିଏମ୍‌ସିର ବହୁ କର୍ମୀ ବିଜେପିରେ ଯୋଗଦେଇଛନ୍ତି । ସୋମବାର ଦିନ ଟିଏମ୍‌ସିର ୧୨ ଜଣ କାଉନସିଲର ଓ ଜଣେ ବିଧାୟକ ପଦ୍ମ ଧରିଛନ୍ତି ।  ଏମାନଙ୍କ ମଧ୍ୟରେ ରହିଛନ୍ତି ନୌପଡା ବିଧାୟକ ସୁନିଲ ସିଂ ଓ ଅନ୍ୟମାନେ ।  ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ସେମାନେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍‌ ହୋଇଛନ୍ତି ।

Read More

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି । ଚଳିତଥର ରାହୁଲ୍‌ ଓ୍ବାୟନାଡରୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି  ମଧ୍ୟାହ୍ନ ବିରତି ପରେ ସଂସଦରେ ଉପସ୍ଥିତ ହୋଇଥିଲେ । ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଶପଥ ଦିଆଯାଉଛି । ରାହୁଲ୍‌ ତାଙ୍କର ଚିରପରିଚିତ ପରିଧାନ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ସଂସଦରେ ଉପସ୍ଥିତ ହୋଇଥିଲେ । ସଂସଦରେ ଇଂରାଜୀରେ ଶପଥ ନେବା ସହିତ ତାଙ୍କ ମାତା ତଥା ରାୟବରେଲୀରୁ ନିର୍ବାଚିତ ହୋଇଥିବା ସାଂସଦ ସୋନିଆ ଗାନ୍ଧିଙ୍କ ପାଖରେ ବସିଥିବାର ଦେଖାଯାଇଥିଲା । ତେବେ ଚଳିତ ସଂସଦର ପ୍ରଥମ ଅଧିବେଶନ  ଆରମ୍ଭ ହେବାର ପ୍ରଥମ ନିର୍ଘଣ୍ଟରେ ରାହୁଲ୍‌ଙ୍କ ଅନୁପସ୍ଥିତିକୁ ନେଇ ବିଜେପି ସମାଲୋଚନା କରିଥିଲା ।

Read More

ରବିବାର ଦିନ ୟୁକୋ ବ୍ୟାଙ୍କ୍‌ ବିର୍ଲା ସୂର୍ଯ୍ୟା ଲିମିଟେଡ୍‌ର ନିର୍ଦ୍ଦେଶକ ଯଶୋବର୍ଦ୍ଧନ ବିର୍ଲାଙ୍କୁ ଇଚ୍ଛାକୃତ ଋଣ ଖିଲାପକାରୀ ବା ଦେବାଳିଆ ଘୋଷିତ କରିଛି । କମ୍ପାନୀର ୬୭.୬୫ କୋଟିଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହେବାରୁ ତାଙ୍କୁ ଋଣ ଖିଲାପକାରୀ ଘୋଷଣା କରାଯାଇଛି । ଯଶୋବର୍ଦ୍ଧନ ବିର୍ଲା ୟଶ୍‌ ବିର୍ଲା ସମୂହର ଚେୟାରମ୍ୟାନ୍‌ ରହିଛନ୍ତି । ୟୁକୋ ବ୍ୟାଙ୍କ୍‌ ଦ୍ବାରା ଜାରି କରାଯାଇଥିବା ସାର୍ବଜନିକ ସୂଚନାରେ ଯଶୋବର୍ଦ୍ଧନ ବିର୍ଲାଙ୍କ ଫଟୋ ମଧ୍ୟ ପ୍ରକାଶିତ ହୋଇଛି ।  ୨୦୧୯ ଜୁନ୍‌ ୩ ତାରିଖରୁ ତାଙ୍କର ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି । ନୋଟିସ୍‌ରେ କୁହାଯାଇଛି ଯେ, ବିର୍ଲା ସୂର୍ଯ୍ୟା ଲିମିଟେଡ୍‌କୁ ମୁମ୍ବାଇର ନରିମନ୍‌ ପଏଣ୍ଟ କର୍ପୋରେଟ୍‌ ଶାଖା ବିର୍ଲା ସୂର୍ଯ୍ୟାକୁ ୧୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା । ମାତ୍ର କମ୍ପାନୀ ମୂଳଧନରୁ ୬୭କୋଟି ଟଙ୍କା ଏବଂ ସୁଧ ପରିଶୋଧ କରିନଥିଲା । ୟୁକୋ ବ୍ୟାଙ୍କ ୨୦୧୩ ଜୁନ ୩ରେ ବିର୍ଲା…

Read More

ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନର ସପ୍ତାହକ ପରେ ପରେ ମମତା ସରକାର ନରମିଛନ୍ତି । ମମତା ବାନାର୍ଜୀ ୨୮ ଜଣିଆ ଡାକ୍ତରୀ ଛାତ୍ର ଉପସ୍ଥିତ ରହିଛନ୍ତି । ଡାକ୍ତରଙ୍କ ସହ ମିଡିଆ ସାମ୍ନାରେ ଆଲୋଚନା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହମତି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ରବିବାର ଡାକ୍ତରମାନେ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ସହମତି ପ୍ରକାଶ କରିଥିଲେ, ମାତ୍ର  ସେମାନଙ୍କର କହିବା କଥା ଆଲୋଚନା ବନ୍ଦ କୋଠରୀରେ  ହେବ ନାହିଁ ବରଂ ମିଡିଆ କ୍ୟାମେରା ସାମ୍ନାରେ  ହେବ। ଏହି ମିଟିଂରେ  ପଶ୍ଚିମବଙ୍ଗର ପ୍ରତ୍ୟେକ ମେଡିକାଲ କଲେଜରୁ ୨ ଜଣ ପ୍ରତିନିଧି ସାମିଲ ହେବେ। ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ଶନିବାର ରାତିଠୁ ଡାକ୍ତରଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ  ଜାରି ରଖିଥିଲେ। ମାତ୍ର ଡାକ୍ତରଙ୍କ ମମତା ନିଜେ ଏନଆରଏସ ମେଡିକାଲ କଲେଜ୍ ଆସି ଆହତ ଡାକ୍ତରଙ୍କୁ ଦେଖିବା ସହିତ ସେମାନଙ୍କର ସମସ୍ୟା ବିଷୟରେ…

Read More

ଜୁନ୍‌ ୮ ତାରିଖରେ କେରଳ ଛୁଇଁଛି ମୌସୁମୀ । ତେବେ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିବାର ସୂଚନା ରହିଥିଲେ ବି ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି ।  ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।  ଆଉ ଚାରି /ପାଞ୍ଚ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାକୁ ଆସିପାରେ ।  ଆସନ୍ତା ୨୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।ଏହି ଲଘୁଚାପ ମୌସୁମୀକୁ ଆଣିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ଜନିତ ବର୍ଷା ମଧ୍ୟ ହେଉଛି । ରାଜ୍ୟର ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ । ତେବେ ପ୍ରାକ୍‌ ମୌସୁମୀ ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଅନୁଭୂତ ହେଉଛି ।

Read More

ରାଜ୍ୟରେ ସାଇବର ମାମଲା ଉଦବେଗଜନକ ଭାବରେ ବୃଦ୍ଧି ପାଇଛି । ୨୦୧୩ରେ ୧୨୦ଟି ମାମଲା ରୁଜୁ ହୋଇ ଥିବା ବେଳେ ୨୦୧୮ରେ ୮୬୮କୁ ବୃଦ୍ଧି ପାଇଥିଲା ।  ମାମଲା ଯେଉଁ ପରିମାଣରେ ବଢୁଛି ସେହି ପରିମାଣରେ ସାଇବର ଥାନା ନାହିଁ  । ଏଥିପାଇଁ ରାଜ୍ୟରେ ଆଉ ୩ଟି ସାଇବର ଥାନା ପ୍ରତିଷ୍ଠା ହେବ । ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବ । ସାଇବର ଥାନା ବଢିବା ସହ ତଦନ୍ତ ଅଧିକାରୀ ମଧ୍ୟ ବୃଦ୍ଧି କରାଯିବ । ଖୁବ୍‌ଶୀଘ୍ର ଗୋଟିଏ ପୂର୍ଣ୍ଣାଙ୍ଗ ତଦନ୍ତକାରୀ ଟିମ୍‌ ଗଠନ କରାଯିବ ବୋଲି ତିନ ଦିନିଆ ସାଇବର ଅଧିକାରୀ ତାଲିମ କାର୍ଯ୍ୟକ୍ରମରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

Read More

ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ହାଇକୋର୍ଟର ୩ ଜଣିଆ କଲେଜିୟମ ବିଚାରପତିଙ୍କୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ୍‌ । ଆସନ୍ତା ୨୬ ତାରିଖ ଯାଏଁ କଲେଜିୟମଙ୍କ କୋର୍ଟ ବର୍ଜନ କରିବାକୁ ଆଜି ବସିଥିବା ବାର ଆସୋସିଏସନ୍‌ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଜୁନ ୨୬ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ସ୍ଥିର କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ହାଇକୋର୍ଟରେ  ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି ବିଚାରପତି ପଦ ଖାଲି ପଡ଼ିଛି । ବିଚାରପତି ପଦ ପାଇଁ କଲେଜିୟମ ସେମାନଙ୍କ ନାଁ ସୁପାରିଶ ନ କରି ବାହାର ଅନ୍ୟ ରାଜ୍ୟର ବିଚାରପତିଙ୍କ ନାଁକୁ ସୁପାରିଶ କରିଥିବାବେଳେ, ଏହାକୁ ତୀବ୍ର ବିରୋଧ କରିଛି ବାର୍‌ ଆସୋସିଏସନ୍‌ । ସଂଘ ଏ ବାବଦରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ସ୍ଥିର ହେବ…

Read More

ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଓ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଅପକମିଙ୍ଗ ଫିଲ୍ମ ’ଜଓ୍ବାନୀ ଜାନେମାନ୍‌’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି । ରବିବାର ଦିନ ଅନୁଷ୍ଠିତ ଆଇସିସି ଓ୍ବାଲ୍ଡ କପ୍‌ ୨୦୧୯ର ଭାରତ – ପାକିସ୍ତାନ ମ୍ୟାଚ୍‌ ଦେଖିବା ଅବସରରେ ଏକ ଫଟୋ ସେୟାର କରି ଟୁଇଟ୍‌ କରିଛନ୍ତି । ’ଲଣ୍ଡନ୍‌ଠାରେ ଓ୍ବାଲ୍ଡ କପ୍‌ ମ୍ୟାଚ୍‌ରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ମୋ ଝିଅ ଆଲିଆ । ତାଙ୍କ ଡେବ୍ୟୁ ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ର ଶୁଟିଂ ଆରମ୍ଭ । ତାଙ୍କ ପିତା ଭୂମିକାରେ ମୁଁ ଓ ଆଜି ଫାଦର୍ସ ଡେ’ ଅବସରରେ ଏହି ଶୁଟିଂ ଆରମ୍ଭ ପାଇଁ ଶୁଭକାମନା’ ବୋଲି ଟୁଇଟ୍‌ କରିଛନ୍ତି । ନିତିନ୍‌ କକ୍କଡ୍‌ଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍‌ ଫିଲ୍ମ ଜରିଆରେ ଆଲିଆ ବଲିଉଡ୍‌ ଡେବ୍ୟୁ କରୁଥିବାବେଳେ ଏହି ଫିଲ୍ମରେ ତବୁ ମଧ୍ୟ ନଜର ଆସିବେ । ଫିଲ୍ମଟି ନଭେମ୍ବର ୨୯ ତାରିଖରେ ରିଲିଜ୍‌…

Read More

ବିହାରରେ ଲୁ ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଲାଣି । ବିହାରର ଗୟାଠାରେ ଜିଲ୍ଲାଧିକାରୀ ଭୀଷଣ ଗରମରୁ ସାଧାରଣ ଜନତାଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ ଭିନ୍ନ ପଦକ୍ଷେପ ଆପଣାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଦେଇଛନ୍ତି । ଜିଲ୍ଲାଧିକାରୀ ଅଭିଷେକ ସିଂହ ରବିବାର ଦିନ ଜାରି କରିଥିବା ଏହି ଆଦେଶରେ କହିଛନ୍ତି ଲୁର ପ୍ରକୋପ ପୂର୍ବାହ୍ନ ୧୧ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବେଶ୍‌ ପରିଲକ୍ଷିତ ହେଉଛି । ଏହି ସମୟରେ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ଜାରି କରିବା ଦ୍ବାରା ଲୋକମାନେ ବାହାରକୁ ବାହାରିବେ ନାହିଁ । ଏହା ଦ୍ବାରା ଜିଲ୍ଲାରେ ହେଉଥିବା ନିର୍ମାଣ କାର୍ଯ୍ୟ ଦିନ ୧୧ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିଛି । ଏହା ସହିତ ଶ୍ରମିକ ତଥା ଏହି ସମ୍ବନ୍ଧିତ କର୍ମୀମାନେ ମଧ୍ୟ ଲୁ ପ୍ରକୋପରୁ ବର୍ତ୍ତିପାରିବେ । ଏହା ସହିତ ମନରେଗା ଯୋଜନାରେ କରାଯାଉଥିବା କାର୍ଯ୍ୟ…

Read More

ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଆଜି ଜୟ-ବିଜୟ ମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରଳୟଙ୍କାରୀ ଫୋନି ପ୍ରଭାବରେସିଂହଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା ଶ୍ରୀମନ୍ଦିର ସିଂହଦ୍ୱାରରେ ଭାଙ୍ଗିଯାଇଥିବା ଜୟ ବିଜୟ ମୂର୍ତ୍ତି ଆଜି ଏଏସଆଇ ପକ୍ଷରୁ ଲଗାଯାଇଛି ।  ଏଏସ୍‌ଆଇ ପକ୍ଷରୁ ଖଣ୍ଡଲାଇଟ୍‌ ପଥରରେ ଏହା ନିର୍ମିତ କରାଯାଇଛି । ମୂର୍ତ୍ତିର ଉଚ୍ଚତା ୫ଫୁଟ ୧୦ଇଞ୍ଚ ଥିବା ବେଳେ ଓସାର ତିନି ଫୁଟ ରହିଛି । ଜୟବିଜୟଙ୍କୁ ମହାପ୍ରଭୁଙ୍କ ଦ୍ୱାରପାଳ ବୋଲି କୁହାଯାଏ।

Read More