ଅଶ୍ବିନୀ ବୈଷ୍ଣ୍ବବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ଓ ତାଙ୍କୁ ବିଜେଡ଼ି ସମର୍ଥନ କରିବା ନେଇ ଓଡ଼ିଶା ରାଜନୀତି ବେଶ୍ ସରଗରମ ରହିଥିବାବେଳେ ଏହି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଏକ ଗୁପ୍ତ ବୁଝାମଣା ନୁହେଁ, ବରଂ ଖୋଲା ବୁଝାମଣା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ। ଅଶ୍ବିନୀଙ୍କ ଭୂମିକା ରାଜ୍ୟ ଓ ଦଳକୁ ସହାୟକ ହେବ, ବିକାଶ ପାଇଁ ବୁଝାମଣାର ଆବଶ୍ୟକତା ଥାଏ, ଏହି ଘଟଣା ଏକ ଭଲ ପରମ୍ପରା ସୃଷ୍ଟି କରିଛି। ବିଜେଡିର ସମର୍ଥନରେ କୌଣସି ଗୁପ୍ତ ବୁଝାମଣା ନାହିଁ, ଓଡ଼ିଶାର ବିକାଶ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଛି, କାହାର ଲାଭ ଓ କ୍ଷତି ହେବ ତାହା ସମୟ କହିବ ବୋଲି ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Author: Samikhsya Bureau
ମଧ୍ୟପ୍ରଦେଶର ଏକ ଜେଲରୁ ରବିବାର ଭୋର ସକାଳୁ ୪ ଜଣ କଏଦୀ ଫେରାର ହୋଇଯାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି। ନିମୁଜ ଜିଲ୍ଲାରେ ଥିବା ଜେଲରୁ କଏଦୀମାନେ ଅଚାନକ ଫେରାର ହୋଇଯିବାର କିଛି ସମୟ ପରେ ପୋଲିସକୁ ସୂଚନା ମିଳିଥିଲା। କଏଦୀମାନେ ଜେଲରୁ ଫେରାର ହେବା ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ସୁଯୋଗର ଅପେକ୍ଷାରେ ଥିଲେ। ଆଜି ସକାଳୁ ଏହି ସୁଯୋଗ ମିଳିବାରୁ ସେମାନେ କାଳ ବିଳମ୍ବ ନକରି ଫେରାର ହେବାରେ ସକ୍ଷମ ହୋଇଥିଲେ। କଏଦୀମାନେ ଫେରାର ହୋଇଯିବାର ମୂଳ କାରଣ ହେଉଛି ଜେଲର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଲା। କଏଦୀମାନେ ଜେଲରୁ କେମିତି ଫେରାର ହେଲେ, ସେ ବାବଦରେ ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ କେନ୍ଦ୍ରୀୟ କାରାଗାରରୁ ୨୦୧୬ ମସିହାରେ ୮ ଜଣ ସିମି ଆତଙ୍କବାଦୀ ଫେରାର ହୋଇଯାଇଥିଲେ।
ବରିଷ୍ଠ କଂଗ୍ରେସ ନେତା ବୀରାପ୍ପା ମୋଇଲି କଂଗ୍ରେସ ଜେଡିଏସ୍ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି। ଜେଡିଏସ୍ ସହିତ ମେଣ୍ଟ କରି ନଥିଲେ ଦଳକୁ ୧୦ରୁ ୧୫ ଲୋକସଭା ଆସନ ମିଳିଥାନ୍ତା ବୋଲି ଶନିବାର ମତ ଦେଇଛନ୍ତି ମୋଇଲୀ। ବୀରାପ୍ପା ଚିକ୍କାବାଲ୍ଳାପୁରରୁ ପରାସ୍ତ ହୋଇଥିବା ବେଳେ ମେଣ୍ଟ ନଥିଲେ ଶତ ପ୍ରତିଶତ ବିଜୟୀ ହେବାର ସମ୍ଭାବନା ଥିଲା ବୋଲି କହିଛନ୍ତି। ମେଣ୍ଟକୁ ସାଧାରଣ ଲୋକ ଆଦୌ ଭରସା କରୁନଥିଲେ ଏପରିକି ଏହି ମେଣ୍ଟ ପାଇଁ କଂଗ୍ରେସ କର୍ମୀ ମଧ୍ୟ ମୋତେ ବିରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ଜେଡିଏସ୍କୁ ଗୋଟିଏ ଲେଖାଏଁ ଆସନ ମିଳିଥିବା ବେଳେ ବିଜେପିକୁ ୨୫ ଟି ଆସନ ମିଳିଥିଲା। ମୋଇଲୀ ବିଜେପିର ବି ଏନ୍ ନାଚେ ଗୌଡାଙ୍କ ନିକଟରୁ ୧ ଲକ୍ଷ ୮୨ ହଜାର ୧୧୦ ଭୋଟରେ ପରାସ୍ତ ହୋଇଥିଲେ।
ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଜେପି ନଡ୍ଡା। ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ ନିକଟରେ ରହିଥିବା ଶହିଦ ପାର୍କ ନିକଟରେ ପୁଷ୍ପ ଅର୍ପଣ କରିଛନ୍ତି ବିଜେପିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ନଡ୍ଡା। ‘ଭାରତୀୟ ଜନସଂଘର ପ୍ରତିଷ୍ଠାତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭାବରେ ଦେଶର ଏକତା ଏବଂ ସ୍ବତନ୍ତ୍ରତାରେ ଅବଦାନ ରଖିଥିବା ଜନନାୟକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ହନ୍ଦିରେ ଟ୍ବିଟ୍ କରିଥିଲେ ନଡ୍ଡା।
ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିରୋଧୀ ଦଳ ନେତା କିଏ ହେବ ସେନେଇ ସ୍ଥିର କରାଯିବ। ରାଜ୍ୟ ବିଧାନସଭାରେ ଗତ ନିର୍ବାଚନରେ ବିଜେପି ୨୩ଟି ଆସନ ହାତେଇଥିଲା। ଦଳ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେପିର ଜଣେ ବିଧାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବେ। ଏନେଇ ଆଜି ଦଳର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେ ଯୋଗ ଦେବେ । ବୈଠକରେ ଆହୁରି ମଧ୍ୟ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗରେ ଦଳ ରାଜ୍ୟ ସରକାରଙ୍କୁ ଘେରିବ ସେନେଇ ଆଲୋଚନ। ହେବାର ସମ୍ଭାବନା ରହିଛି।
କେଦାର ମିଶ୍ର ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଓଡିଶାର ବିରୋଧୀ ରାଜନୀତି ଏକ ପ୍ରକାର ଶୂନ୍ୟସ୍ଥାନ ପାଲଟି ଯାଇଛି। ନିର୍ବାଚନ ପରବର୍ତ୍ତୀ ବିଜେଡି-ବିଜେପି ମଧୁଚନ୍ଦ୍ରିକା ଏବେ ସବୁଠୁ ଚିନ୍ତାର ବିଷୟ। ଦୀର୍ଘ ବର୍ଷର ବ୍ୟବଧାନ ପରେ କଂଗ୍ରେସ ବିଧାନସଭାରେ ମାତ୍ର ୯ ଟି ଆସନ ପାଇଛି। ତେବେ ମୁଖ୍ୟ ବିରୋଧୀ ଦଳ ଭୂମିକା ପାଇଥିବା ବିଜେପିର ୨୩ ଜଣ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ଗତ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ପ୍ରଚଣ୍ଡ ବିରୋଧ ରହିଥିଲା, ସେଥିରୁ ଗୋଟେ କଥା ଲୋକ ଆଶା କରୁଥିଲେ ଯେ, ଏଥର ବିଧାନସଭାରେ ବିଜେପିର ଆକ୍ରାମକ ଭୂମିକା ରହିବ। ନୂଆ କରି ନିର୍ବାଚିତ ହୋଇଥିବା ବିଜେପିର ବଡ ଭାଗ ବିଧାୟକ ବିଧାନସଭାରେ ନିଜର ବିରୋଧୀ ଭୂମିକା ତୁଲାଇବାରେ ହୁଏତ ସଫଳ ହେବେ! ହେଲେ ନିର୍ବାଚନ ପରେ ପରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଭିତରେ…
କାମ୍ବୋଡିଆରେ ନିର୍ମାଣାଧୀନ କୋଠା ଭୁଶୁଡି ପଡିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଏହା ସହିତ ଏହି ପ୍ରକଳ୍ପ କାମ କରୁଥିବା ୪ ଜଣ ଚୀନ୍ ଅଧିକାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଉଛି। ଶନିବାର ଭୋର ୪ଟା ସମୟରେ ଏହି କୋଠା ଭୁଷୁଡିଥିଲା। ମୃତ ଏବଂ ଆହତଙ୍କ ମଧ୍ୟରେ ସମସ୍ତେ ଶ୍ରମିକ ରହିଥିବା ଜଣାପଡିଛି। କାମ୍ବୋଡିଆର ଶ୍ରମ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଉକ୍ତ କୋଠାରେ ୩୦ ଜଣ ଶ୍ରମିକଙ୍କୁ କାର୍ଯ୍ୟ କରିବାର ଅନୁମତି ନିଆଯାଉଥିବା ବେଳେ ୫୦ରୁ ୬୦ ଜଣଙ୍କୁ କାମ କରାଉଥିଲେ ଅଧିକାରୀ। କୋଠା ଭୁଶଉଡିବାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା ପ୍ରକାଶ।
ସାଉଥମ୍ପଟନ ଠାରେ ଶନିବାର ଆଫଗାନିସ୍ତାନକୁ ଏକ କଡ଼ା ମୁକାବିଲାରେ ୧୧ ରନରେ ପରାସ୍ତ କରିଛି ଭାରତ। ମହମ୍ମଦ ସାମି ଦ୍ବିତୀୟ ଭାରତୀୟ ଭାବରେ ବିଶ୍ବକପ୍ ହ୍ୟାଟ୍ରିକ୍ ଅର୍ଜନ କରିବା ସହିତ ଏହି ମ୍ୟାଚ୍ର ହିରୋ ଭାବରେ ଉଭା ହୋଇଛନ୍ତି। ଏହା ପୂର୍ବରୁ ଚେତନ ଶର୍ମା ପ୍ରଥମ ଭାରତୀୟ ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ସାମିଙ୍କୁ ହ୍ୟାଟ୍ରିକ ସମେତ ୪ଟି ୱିକେଟ ମିଳିଛି। ଦ୍ୱୀତିୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ଗୋଟିଏ ବଲ୍ ପୂର୍ବରୁ ସମସ୍ତ ୱିକେଟ ହରାଇ ୨୧୩ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ମହମ୍ମଦ ସାମି ଇନିଂସର ଶେଷ ଓଭରରେ ହ୍ୟାଟ୍ରିକ୍ ସହିତ ତିନୋଟି ୱିକେଟ ନେଇ ବିଜୟର ମୁଣ୍ଡି ମାରିଥିଲେ। ଏହା ପୂର୍ବରୁ ଯଶପ୍ରୀତ ବୁମରା କ୍ରମାଗତ ୨ଟି ୱିକେଟ ନେଇ ଆଫଗାନିସ୍ତାନର ରନ ହାରକୁ ହ୍ରାସ କରିଥିଲେ। ଏହି ବିଜୟ ସହିତ ଭାରତ ଏବେ ୯…
ଜମ୍ମୁ କାଶ୍ମୀରର ସୋପିଆଁରେ ସୁରକ୍ଷାବଳଙ୍କୁ ସଫଳତା ମିଳିଛି। ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍କାଉଣ୍ଟରରେ ୪ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବଳ। ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କ ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କୀମାନେ ପ୍ରଥମେ ସୁରକ୍ଷା ବଳଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେ ୪ ଆତଙ୍କୀ ନିପାତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଆଜି ସକାଳେ ୩୩ ରାଷ୍ଟ୍ରୀୟ ରାଇଫଲ୍ସ, ଏସ୍ଓଜି ଯବାନ ଏବଂ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସୋପିଆଁରେ ଉଭୟ ପକ୍ଷଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ଗୁଳିକାଣ୍ଡ ଜାରି ରହିଛି। ପ୍ରାରମ୍ଭରୁ ଦୁଇ ଆତଙ୍କୀ ନିହତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଥିଲା। ମୃତ ଆତଙ୍କୀଙ୍କୁ ଚିହ୍ନଟ କରିବାର ପ୍ରୟାସ ଚଳାଇଛି ସୁରକ୍ଷା ବଳ। ଉଲ୍ଲେଖଯୋଗ୍ୟ ଯେ, ଶନିବାର ମଧ୍ୟ ବୋନିୟାରରେ ଘଟିଥିବା ଏନ୍କାଉଣ୍ଟରରେ ଜଣେ ଆତଙ୍କୀ ପ୍ରାଣ ହରାଇଥିଲେ।
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚଳିତ ବିଶ୍ବକପ୍ର 28 ତମ ମ୍ୟାଚ୍ ଖେଳାଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ 8 ଓ୍ବିକେଟ୍ ହରାଇ 224 ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ 67 ରନ୍ ସଂଗ୍ରହ କରିଥିଲେ । ପିଚ୍ରେ ବଲ୍ ତଳୁଆ ଏବଂ ଅସମାନ ବାଉନ୍ସ ରହିଥିବାରୁ ବ୍ୟାଟିଂ ସହଜ ନଥିଲା । ଅନ୍ୟମାନଙ୍କ ମଧ୍ୟରେ କେଦାର ଜାଦବ 52 ରନ୍ ସଂଗ୍ରହ କରିଥିଲେ । କୋହଲି 63 ବଲ୍ରୁ 5 ଚୌକା ଜରିଆରେ 67 ରନ୍ ସଂଗ୍ରହ କରିଥିବା ବେଳେ ଜାଦବ 68ଟି ବଲ୍ରୁ 3 ଚୌକା ଏବଂ 1 ଛକ୍କା ଜରିଆରେ 52 ରନ୍ ସଂଗ୍ରହ କରିଥିଲେ । ଗତ ମ୍ୟାଚ୍ର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ରୋହିତ ଶର୍ମା ମାତ୍ର 1 ରନ୍ କରି ଆଉଟ୍ ହୋଇଥିଲେ…
ବିହାରରେ ଦିନକୁ ଦିନ ମସ୍ତିଷ୍କ ଜ୍ମର ଗମ୍ଭୀର ରୂପ ଧାରଣ କରିଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୧୭୮ ଶିଶୁଙ୍କର ମୃତ୍ୟୁ ଘଟିଛି । ବିହାରରେ ଶିଶୁ ମୃତ୍ୟୁ ଉତ୍କଟ ରୂପ ନେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କ ଦେଖା ନମିଳିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୀଡିତ ଶିଶୁଙ୍କୁ ଦେଖିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ଦଳର ଅନେକ ନେତା ଆସିଥିଲେ ମଧ୍ୟ ପାଶ୍ବାନଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସୁଦ୍ଧା ଏକାକୀ ମୁଜାଫରପୁରରେ ୧୨୮ ଶିଶୁଙ୍କ ପ୍ରାଣହାନି ଘଟିଛି । ଅନ୍ୟ ସ୍ଥାନ ମଧ୍ୟରେ ବୈଶାଳୀରେ ୧୯ , ମୋତିହାରୀରେ ୧୨ , ବେଗୁସରାଇ ଏବଂ ସମସ୍ତିପୁରରେ ୮ ଜଣ ଲେଖାଏଁ ଏବଂ ଆରା,ଶିବହର ଓ ପୂର୍ଣ୍ଣିଆରେ ଜଣେ ଲେଖାଏଁ ଶିଶୁଙ୍କର ପ୍ରାଣହାନି ଘଟିଛି । ଏହା ସହିତ ବିହାରର କିଛି ସ୍ଥାନରେ ପ୍ରବଳ…
ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବାବେଳେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ପୂର୍ବରୁ କଂଗ୍ରେସର ସତ୍ୟ ନାୟକ ଏହି ଘଟଣାରେ ଉଭୟ ବିଜେପି ଓ ବିଜେଡ଼ିକୁ କଡା ସମାଲୋଚନା କରିସାରିଛନ୍ତି। ଅଶ୍ବିନୀଙ୍କ ଘଟଣାକୁ ନେଇ ବାହାରେ କଳି, ଭିତରେ କୋଳାକୋଳି ପ୍ରମାଣିତ ହେଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ମସ୍ତବଡ଼ ଅପମାନ ବୋଲି କହିଛନ୍ତି ନରସିଂହ ମିଶ୍ର। ନବୀନ ବାବୁ ବୋଧହୁଏ କେନ୍ଦ୍ରର ଆକ୍ରମଣକୁ ଡରି କେନ୍ଦ୍ର ସରକାରଙ୍କ ବୋଲକରା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନରସିଂହ ମିଶ୍ର। ତେବେ ଏପରି ଭାବିବା ନବୀନବାବୁଙ୍କ ଭୁଲ୍ ବୋଲି କହିଛନ୍ତି ନରସିଂହ ମିଶ୍ର।
ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିରେ ସମର୍ଥନ ନେଇ ଓଡ଼ିଶା ରାଜନୀତି ଏବେ ପୂରା ସରଗରମ। କଂଗ୍ରେସ ଉଭୟଙ୍କ ମିଲି ଭଗତ୍ କହିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ। ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ନେଇ ବରିଷ୍ଠ ରାଜନେତା ଦାମ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକ ନ ଚାହିଁଲେ ମଧ୍ୟ ଓଡ଼ିଶାରେ ଡବଲ୍ ଇଂଜିନ୍ ହୋଇଗଲା। ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଥିବାର କହିଛନ୍ତି ଦାମ। ଅଶ୍ବିନୀ ପାରିବାର ଲୋକ, ଦିଲ୍ଲୀରେ ତାଙ୍କର ଭଲ ଲବି ଥିବାବେଳେ ବିଜେଡ଼ି ସହ ଅଶ୍ବିନୀଙ୍କର ସମ୍ପର୍କ ମଧ୍ୟ ଖୁବ୍ ମଧୁର ବୋଲି କହିଛନ୍ତି ଦାମ। ତେବେ ନବୀନ ବାବୁ ଗଠନମୂଳକ ସହଯୋଗ ଘୋଷଣା କରି ସମଦ୍ବରତ୍ବ ଥିଓରୀକୁ ଭୁଲି ଏକାଠି ରହିବାର ଥିଓରୀକୁ ଆପଣାଇଛନ୍ତି ବୋଲି ଦାମ ପ୍ରକାଶ କରିଛନ୍ତି। ରାଜନୀତିରେ ଅମଲାତନ୍ତ୍ରକୁ ସଦାସର୍ବଦା ବିରୋଧ କରୁଥିବା ଦାମବାବୁ ଏବେ ମଧ୍ୟ ସମାନ କଥା କହିଛନ୍ତି।…
ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟକନାୟକ ରାଜ୍ୟସଭା ପାଇଁ ତିନି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ଏହି ଦୌଡରେ ଆଗୁଆ ରହିଥିବା ବିଜେଡିର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ଯିବା ନେଇ ଆଶା ରଖିଥିବା ପ୍ରକାଶ କରିଛନ୍ତି। ବ୍ରହ୍ମପୁରରୁ ଲଗାତାର ୫ ଥର ବିଧାୟକ ରହିଥିବା ଚ୍ୟାଉ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ରେସ୍ରେ ପ୍ରମୁଖ ଦାବିଦାର ରହିଥିଲେ। ମାତ୍ର ଆଶ୍ଚର୍ଯ୍ୟ ଜନକ ଭାବରେ ନବୀନ ଅଶ୍ବିନୀ ବୈଷ୍ଣବଙ୍କୁ ମନୋନୀତ କରିବା ସହିତ ଚ୍ୟାଉ ପଟ୍ଟନାୟକଙ୍କ ଟିକଟ କାଟି ଦେଇଥିଲେ। ଏହାପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଚ୍ୟାଉ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭା ଯିବାର ପ୍ରତିୁଶ୍ରୁତି ଦେଇଥିଲେ ଏବଂ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ। ଏହା ସହିତ ରାଜ୍ୟର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ମୁଁ ସ୍ବାଗତ କରୁଛି…
ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବନ୍ୟା ବିପତ୍ତି ଆଟଲାସ୍ ଉନ୍ମୋଚିତ କରିଛନ୍ତି। ଏହି ଆଟ୍ଲାସରେ ଚିହ୍ନଟ ହୋଇଛି ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ। ୨୦୦୦ରୁ ୨୦୧୮ ଯାଏ ସବୁ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଆଟ୍ଲାସ ପ୍ରସ୍ତୁତ କରାଯାଇଛି। ଆଟଲାସ୍ରେ ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ ଚିହ୍ନଟ କରାଯାଇଛି। ବର୍ଷକୁ ୧୪ ଲକ୍ଷ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହେଉଛି ବୋଲି ସୂଚନା ରହିଥିବାବେଳେ ବିଶେଷ କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତା ପ୍ରଦାନରେ ବେଶ୍ ସହାୟକ ହେବ ଏହି ଆଟଲାସ୍। ସେହିପରି ବାତ୍ୟା ଫୋନି ପରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଆଟାଲସ୍ ଜରିଆରେ ଓଡ଼ିଶାର ଅଧିକ ବିପତ୍ତି ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବା ସହିତ ସହାୟତା କରିବ ବୋଲି ସୂଚନା ରହିଛି।
ତାମିଲ୍ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନରେ ରିଲିଜ୍ ହୋଇଛି ବିଜୟଙ୍କ ୬୩ ତମ ଚଳଚିତ୍ର ବିଗିଲ୍ର ପୋଷ୍ଟର। ବିଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ଦ୍ଦେଶକ ଅଟ୍ଲୀ ଫିଲ୍ମର ପୋଷ୍ଟର ରିଲିଜ୍ କରାଇଛନ୍ତି। ଏହି ଫିଲ୍ମରେ ବିଜୟଙ୍କୁ ତିନୋଟି ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ପ୍ରଥମଟିରେ ଜଣେ ମାଞ୍ଚେଷ୍ଟର ୟୁନାଇଟେଡ ଫୁଟବଲର ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟଟିରେ କୋଟ ସୁ୍ଟ ପିନ୍ଧିଛନ୍ତି ଏବଂ ଅନ୍ୟ ଏକ ଭୂମିକାରେ ଲୁଙ୍ଗି ପିନ୍ଧିଥିବା ଜଣେ ବୟସ୍କ ଚରିତ୍ରରେ ନଜର ଆସିଛନ୍ତି। ଥେରୀ ଏବଂ ମର୍ଶାଲ୍ ପରେ ଏହା ଅଟ୍ଲୀଙ୍କ ସହିତ ବିଜୟଙ୍କ ତୃତୀୟ ଫିଲ୍ମ। ଏହି ଫିଲ୍ମର ପୋଷ୍ଟରକୁ ବିଜୟଙ୍କର ଜନ୍ମଦିନ ଭେଟି ବୋଲି କହିଛନ୍ତି ଅଟ୍ଲୀ।
ଭାରତରୁ ପଳାୟନ କରିଥିବା ବ୍ୟବସାୟୀ ମେହୁଲ୍ ଚୋକ୍ସୀଙ୍କୁ ଭାରତ ଫେରାଇବାର ପ୍ରୟାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୧୩ ହଜାର କୋଟିର ଋଣ ନେଇ ପଳାୟନ କରିଥିବା ଚୋକ୍ସି ବର୍ତ୍ତମାନ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି। ମେହୁଲ୍ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଇଡି ପକ୍ଷରୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଆଣ୍ଟିଗୁଆ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ସଠିକ୍ ନଥିବାର କାରଣ ଦର୍ଶାଇ ଚୋକ୍ସି ଆଣ୍ଟିଗୁଆରେ ଅବସ୍ଥାନ କରିଥିବାରୁ ଚୋକ୍ସିଙ୍କୁ ଫେରାଇ ଆଣିବା ପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରୁଥିବା ଜଣାପଡିଛି। ଭାରତରେ ଚୋକ୍ସିଙ୍କ ସ୍ବାସ୍ଥ୍ୟାବସ୍ଥାର ସଠିକ୍ ପରୀକ୍ଷଣ ତଥା ଚିକିତ୍ସା କରାଯାଇପାରିବ ବୋଲି ଇଡି ପକ୍ଷରୁ କୁହାଯାଇଛି।
ସୋନାକ୍ଷୀ ସିହ୍ନାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଖାନ୍ଦାନୀ ସଫାଖାନ୍’ର ଟ୍ରେଲ୍ର ଆଜି ରିଲିଜ ହୋଇଛି। ଏହି ଫିଲ୍ମର ସୋନାକ୍ଷୀଙ୍କ ବ୍ୟତୀତ ବରୁଣ ଶର୍ମା, ଅନୁ କପୁର୍, ବାଦଶାହା ପ୍ରମୁଖ ଅଭିନୟ କରିଛନ୍ତି। ଲୋକପ୍ରିୟ ରାପର୍ ବାଦଶାହା ଏହି ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରୁଛନ୍ତି। ଗୌତମ ମେହେରଙ୍କ ରଚିତ ଏହି କାହାଣୀର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଶିଳ୍ପୀ ଦାସଗୁପ୍ତା। ଫିଲ୍ମଟି ଜୁଲାଇ ୨୬ ତାରିଖରେ ପରଦାକୁ ଆସିବ। ଏହି ଫିଲ୍ମରେ ସୋନାକ୍ଷୀଙ୍କୁ ସେକ୍ସ କ୍ଲିନିକ୍ ଚଲାଉଥିବାର ନଜର ଆସିବେ। ୨ମିନିଟ୍ ୪୨ ସେକେଣ୍ଡର ଏହି ଟ୍ରେଲର୍ରେ ଅନେକଗୁଡ଼ିଏ ଫନି ସିନ୍ ଦେଖିବାକୁ ମିଳିଛି। ତେବେ ଫିଲ୍ମଟି ଦର୍ଶକଙ୍କୁ ‘ଭିକି ଡୋନର୍’ର କିଛିଟା ସିନ୍ ମନେପକାଇଦେବ। କମେଡ଼ିଭିତ୍ତିକ ଏହି ଫିଲ୍ମଟିକୁ ଦର୍ଶକେ ଗ୍ରହଣ କରିବେ ବୋଲି ଆଶା କରାଯାଇଛି।
ସାଇନା ନେହ୍ବାଲଙ୍କ ବାୟୋପିକ୍ରେ ସାଇନାଙ୍କ କୋଚ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ତୁହ୍ମାରୀ ସୁଲୁ ଫେମ୍ ମାନବ କୌଲ୍। ସାଇନା ନେହ୍ବାଲଙ୍କ ପିଲା ଦିନର କୋଚ୍ ଇଶାନ୍ ନକ୍ଭୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି କୌଲ୍। ସାଇନାଙ୍କ ଅଦ୍ଭୂତପୂର୍ବ କ୍ୟାରିୟରରେ ନକ୍ଭୀଙ୍କ ଅବଦାନକୁ ଫିଲ୍ମରେ ଦେଖିବାକୁ ମିଳିବ। ସାଇନାଙ୍କ କୋଚ୍ ହିସାବରେ ବିମଳ କୁମାର ଏବଂ ପୁଲେଲେ ଗୋପୀଚାନ୍ଦଙ୍କୁ ସମସ୍ତେ ଜାଣିଥିଲେ ମଧ୍ୟ ନକ୍ଭୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ନକ୍ଭୀଙ୍କୁ ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବରେ ଦେଖାଇବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ ଆମୋଲ ଗୁପ୍ତେ। ପରିଣୀତି ଚୋପ୍ରା ସାଇନାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ପୂର୍ବରୁ ଶ୍ରଦ୍ଧା କପୁରଙ୍କୁ ନେଇ ଚର୍ଚ୍ଚା ରହିଥିଲେ ମଧ୍ୟ ଶେଷରେ ବାଜି ମାରି ନେଇଛନ୍ତି ପରୀ।
କେଦାର ମିଶ୍ର ଅଶ୍ବିନୀ କୁମାର ବୈଷ୍ଣବ, ଏ ନାଁଟି ସହିତ ଓଡିଶା ରାଜନୀତିର କିଛି ବିଶେଷ ସମ୍ପର୍କ ରହିଛି କି? ହଠାତ ୨୧, ଜୁନ ସନ୍ଧ୍ୟା ୬.୧୫ ସମୟରେ ଭାରତୀୟ ଜନତା ପାର୍ଟିର ବୈଧାନିକ ଟୁଇଟରରେ ଘୋଷଣା କରାଗଲା ଯେ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ଦଳ ଓଡିଶାର ରାଜ୍ୟସଭା ଉପ ନିର୍ବାଚନରେ ପ୍ରାର୍ଥୀ ଭାବରେ ମନୋନୀତ କରୁଛି। ତାର ଠିକ ୧୫ ମିନିଟ ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ତିନିଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ, ଯେଉଁଥିରେ ଶ୍ରୀ ବୈଷ୍ଣବଙ୍କ ନାମ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ତାର ଅଳ୍ପ ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ସ୍ପଷ୍ଟୀକରଣ ଦେଲେ ଯେ ଶ୍ରୀ ବୈଷ୍ଣବ ବିଜେପିର ପ୍ରାର୍ଥୀ ଓ ତାଙ୍କୁ ବିଜେଡି ସମର୍ଥନ କରିବ। ଏହି ଘୋଷଣା ଓଡିଶା ରାଜନୀତିରେ ଅନେକ ସମୀକରଣକୁ ହଠାତ ଓଲଟ ପାଲଟ କରିଦେଲା। ବିଜେଡି ଓ ବିଜେପି ପରଷ୍ପରର ଶତ୍ରୁ ତାଲିକାରୁ ଉତ୍ତୁରି…
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚଳିତ କ୍ରିକେଟ ବିଶ୍ବକପ୍ର ୨୮ ତମ ମ୍ୟାଚ୍ ଅନୁଷ୍ଠିତ ହେଉଛି। ସାଉଥାମ୍ପଟନ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଚଳିତ ବିଶ୍ବକପ୍ରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ମହମ୍ମଦ ସାମି। ଭାରତ ପକ୍ଷରୁ ପୂର୍ବ ମ୍ୟାଚ୍ର ସମସ୍ତ ଖେଳାଳି ଟିମ୍ରେ ରହିଛନ୍ତି।

