ଆର୍ଥିକସ୍ତରରେ ଦୁର୍ବଳ ଥିବା ସର୍ବଣ୍ଣଙ୍କୁ ସରକାରୀ ଚାକିରିରେ ୧୦ ପ୍ରତିଶତର ସଂରକ୍ଷଣ ଦେବା ନେଇ ମମତା ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବର୍ଣ୍ଣଙ୍କୁ ସଂରକ୍ଷଣ ଦେବା ନେଇ ଏକ ବଡ଼ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ତେବେ ଏହି ସଂରକ୍ଷଣ ପୂର୍ବରୁ ରହିଥିବା ଏସ୍ସି, ଏସ୍ଟି ଓ ଓବିସି କୋଟାଧାରୀଙ୍କୁ ଏହି ସୁବିଧା ମିଳିବ ନାହିଁ । ତେବେ ମମତା ଏହାକୁ ଔପଚାରିକ ରୂପେ ଘୋଷଣା କରିଥିବାବେଳେ ଏହି ସମ୍ବନ୍ଧୀୟ ବିଲ୍ ଆସିବା ଏବେ ବାକି ଅଛି । ତେବେ ଏହି ବିଲ୍କୁ ଆଣିବା ନେଇ ମମତା ସରକାର କହିଛନ୍ତି ଯେ, ଏହାଦ୍ବାରା ସମସ୍ତଙ୍କୁ ସମାନ ତଥା ଏକାସାଙ୍ଗରେ ଆଗକୁ ବଢିବାର ସୁଯୋଗ ମିଳିବ ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଗତକାଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ମୋଦୀ ଦ୍ବିତୀୟ ପାଳି ଶାସନ ଭାର ନେବା ପରେ ବିଶ୍ବଭୂଷଣ ଏହି ସାକ୍ଷାତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାକ୍ଷାତ ଅବସରରେ ବିଶ୍ବଭୂଷଣ ତାଙ୍କ ରଚିତ ଆତ୍ମଜୀବନୀ ‘ ସଂଗ୍ରାମ ସରିନାହିଁ ‘ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ।ଏହି ସାକ୍ଷାତକାରରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କୁହାଯାଇଛି। ତଥାପି ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରାୟ ୨୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ। ହେଲେ ସେମାନେ କଣ କଥାବାର୍ତ୍ତା ହେଲେ ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଓଡିଶାର ବର୍ତ୍ତମାନର ରାଜନୈତିକ ସ୍ଥିତି ଏବଂ ଓଡିଶାର ବିଭିନ୍ନ ଉନ୍ନୟନ କାମ ଉପରେ ଆଲୋଚନା ହୋଇଛି ବୋଲି କୁହାଯାଇଛି। ବିଶ୍ବଭୂଷଣ ୨୦୧୪ ମସିହାରୁ କୌଣସି ନିର୍ବାଚନରେ ଲଢେଇ କରିନାହାଁନ୍ତି। ତେବେ ତାଙ୍କର ପୁତ୍ର ପୃଥୀରାଜ…
ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣିତି ଚୋପ୍ରାଙ୍କ ଫିଲ୍ମ “ଜବରିୟା ଜୋଡି”ର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଜରିଆରେ ପୁଣି ଥରେ ସିଦ୍ଧାର୍ଥ ଏବଂ ପରିଣିତିଙ୍କ ଯୋଡି ରୂପେଲି ପରଦାରେ ନଜର ଆସିବ । ପୂର୍ବରୁ ‘ହସୀ ତୋ ଫସୀ’ ରେ ଦୁହେଁ ନଜର ଆସିଥିଲେ । କମେଡ଼ିଭିତ୍ତିକ ଏହି ଫିଲ୍ମରେ ସିଦ୍ଧାର୍ଥ ଓ ପରୀଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଜାବେଦ ଜାଫରୀ, ସଞ୍ଜୟ ମିଶ୍ରା, ନୀରଜ ସୂଦ ପ୍ରମୁଖ ନଜର ଆସିବେ । ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବାଲାଜୀ ବ୍ୟାନର୍ରେ ନିର୍ମିତ ହୋଇଛି। ତିନି ମିନିଟ୍ରେ ଏହି ଟ୍ରେଲର୍ରେ ସିଦ୍ଧାର୍ଥ ଅଭୟ ସିଂହ ଭୂମିକାରେ ନଜର ଆସୁଥିବାବେଳେ ପରିଣୀତି ବବ୍ଲି ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରରେ ପ୍ରାରମ୍ଭରେ ସିଦ୍ଧାର୍ଥ ବିବାହକୁ ନେଇ ଏକ ଡାଇଲଗ୍ କହିଛନ୍ତି । ସେହିପରି ପରୀଙ୍କର ବିନ୍ଦାସ୍ ଅଭିନୟ ବେଶ୍ ଆକୃଷ୍ଟ ହୋଇଛି । ଫିଲ୍ମଟି ଜୁଲାଇ ୧୨ରେ ପରଦା…
ଚଳିତ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ ଓପ୍ନର ରୋହିତ ଶର୍ମା ନିଜର ଚତୁର୍ଥ ଶତକ ହାସଲ କରିଛନ୍ତି । ରୋହିତଙ୍କ ଶତକ ସହାୟତାରେ ଭାରତ 195/2ର ସ୍କୋର ହାସିଲ କରିଛି । ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଦୁଇ ଓପ୍ନର ପ୍ରଥମ ଥର ପାଇଁ ଶତକୀୟ ଭାଗିଦାରୀ କରିଥିଲେ । ଦୁଇ ଓପ୍ନରଙ୍କ ଶତକୀୟ ଭାଗିଦାରୀ ଫଳରେ ଭାରତ 30 ଓଭର ଶେଷସୁଦ୍ଧା 180 ରନ୍ ସଂଗ୍ରହ କରିଛି । ରୋହିତ ଶର୍ମା 92ଟି ବଲ୍ରୁ 104 ରନ୍ ସଂଗ୍ରହ କରି ସୌମ୍ୟ ସରକାରଙ୍କ ବଲ୍ରେ ଲିଟନ୍ ଦାସଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲା । ରାହୁଲ ରୁବେଲ ହୁସେନ୍ଙ୍କ ବଲ୍ରେ ମୁସଫିକର ରହିମ୍ଙ୍କୁ କ୍ୟାଚ୍ ଦେଇଥିଲେ । ରାହୁଲ୍ 91 ଟି ବଲ୍ରୁ 77 ରନ୍ ସଂଗ୍ରହ କରିଛନ୍ତି । ରୋହିତଙ୍କ ଇନିଂସରେ 7 ଚୌକା ଏବଂ 5 ଛକ୍କା ରହିଥିବା ବେଳେ…
ଯୋଗୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଉତ୍ତରପ୍ରଦେଶର ଯୋଗୀ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ ନ କରି ୧୭ଟି ପଛୁଆ ଜାତିକୁ ଅନୁସୂଚିତ ଜାତିରେ ସାମିଲ୍ କରିବାକୁ ନେଇ ଯୋଗୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ସରକାର । ସାମାଜିକ ନ୍ୟାୟ ଏବଂ ଅଧିକାରୀ ମନ୍ତ୍ରୀ ଥାଓ୍ବର ଚନ୍ଦ୍ର ଗେହଲଟ୍ ରାଜ୍ୟସଭାର ଶୂନ୍ୟକାଳରେ ‘ଯୋଗୀ ସରକାରଙ୍କ ୧୭ଟି ପଛୁଆ ଜାତିକୁ ଅନୁସୂଚିତ ବର୍ଗରେ ସାମିଲ୍ କରିବା ଉଚିତ୍ ହୋଇନାହିଁ ବୋଲି କହିଛନ୍ତି । ଶୂନ୍ୟକାଳରେ ବିଏସ୍ପିର ସତୀଶ ଚନ୍ଦ୍ର ମିଶ୍ର ଏହି ବିଷୟକୁ ଉଠାଇଥିଲେ । ଯୋଗୀ ସରକାରଙ୍କ ୧୭ଟି ପଛୁଆ ବର୍ଗଙ୍କୁ ଅନୁସୂଚିତ ବର୍ଗରେ ସାମିଲ୍ କରିବା ଅସାମ୍ବିଧାନିକ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସୂଚୀରେ ପରିବର୍ତ୍ତନ କରିବାର ଅଧିକାର ସଂସଦର ରହିଛି । ସେହିପରି ଗେହଲଟ୍ ମଧ୍ୟ କହିଛନ୍ତି ଯେ, କୌଣସି…
ମଧ୍ୟପ୍ରଦେଶର ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ ସର୍ବସମ୍ମୁଖରେ କ୍ରିକେଟ୍ ବ୍ୟାଟ୍ରେ ପିଟିବା ମାମଲାରେ ଆକାଶ ବିଜୟବର୍ଗୀୟଙ୍କ ମୁସ୍କିଲ୍ ଆହୁରି ବଢିଯାଇଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ପ୍ରଦେଶ ବିଜେପି ଆକାଶ ବିଜୟବର୍ଗୀୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ମିଳିଥିବା ସୂଚନା ଅନୁସାରେ ଆକାଶ ନୋଟିସ୍ ପାଇବାର ୧୫ ଦିନ ଭିତରେ ଉତ୍ତର ରଖିବେ । ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଆକାଶ ବିଜୟବର୍ଗୀୟଙ୍କ କାଣ୍ଡକୁ ନେଇ ଅସନ୍ତୋଷ ଜାହରି୍ କରିବା ସହିତ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ସାଂସଦଙ୍କ ପୁଅ ହୁଅନ୍ତୁ ଅଥବା ସାଂସଦ ବା କୌଣସି ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ କଦାପି ଗ୍ରହଣ କରାଯିବ ନାହିଁ । ଦଳରେ ଅହଂକାର, ଦୁର୍ବ୍ୟବହାର ତଥା ଗର୍ବର କୌଣସି ସ୍ଥାନ ନାହିଁ । ଏହି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଏହି ଘଟଣାକୁ ରୋକିବା ନିତାନ୍ତ…
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ବିଶ୍ବକପ୍ର 40 ତମ ମ୍ୟାଚ୍ରେ ଦୁଇ ଓପ୍ନର ଭାରତକୁ ଏକ ବଢିଆ ପ୍ରାରମ୍ଭ ଦେଇଛନ୍ତି । ଦୁଇ ଓପ୍ନର ଅର୍ଦ୍ଧଶତକ ହାସଲ କରିବା ସହିତ ଚଳିତ ବିଶ୍ବକପ୍ରେ ପ୍ରଥମ ଥର ପାଇଁ ଏକ ଶତକୀୟ ଭାଗିଦାରୀ କରିଛନ୍ତି । ଦୁଇ ଓପ୍ନରଙ୍କ ଶତକୀୟ ଭାଗିଦାରୀ ଫଳରେ ଭାରତ 22 ଓଭର ଶେଷସୁଦ୍ଧା 139ରନ୍ ସଂଗ୍ରହ କରିଛି । ରୋହିତ ଶର୍ମା 66ଟି ବଲ୍ରୁ 75 ରନ୍ ସଂଗ୍ରହ କରିଥିବା ବେଳେ ରାହୁଲ୍ 66 ଟି ବଲ୍ରୁ 60 ରନ୍ ସଂଗ୍ରହ କରିଛନ୍ତି । ରୋହିତଙ୍କ ଇନିଂସରେ 5 ଚୌକା ଏବଂ 4ଛକ୍କା ରହିଥିବା ବେଳେ ରାହୁଲ୍ ସମାନ ସଂଖ୍ୟକ ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି ।
ନୟାଗଡ଼ର ନିହଲପ୍ରସାଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଖେଳୁଥିବା ବେଳେ କୂଅରେ ପଡ଼ି ଗୋଟିଏ ପରିବାର ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନିହଲପ୍ରସାଦ ଗାଁରେ କୂଅରେ ପଡ଼ି ଗୋଟିଏ ପରିବାରର ଦୁଇଟି ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଶିଶୁ ବାହାରେ ଖେଳୁଥିଲେ । ସେହିସମୟରେ ଅସାବଧାନତା ବଶତଃ କୂଅକୁ ଖସିପଡ଼ିଥିଲେ । ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି । ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଥିଲା । ମୃତ ଦୁଇ ଶିଶୁ ସର୍ମ୍ପକୀୟ ଭାଇ ହୋଇଥିବା ସୂଚନା ମିଳିଛି । ଉଭୟଙ୍କ ବୟସ 5 ବର୍ଷ ।
ସାରା ବିଶ୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିର ପ୍ରଚାର ଓ ପ୍ରସାର କରୁଥିବା ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା ଇସ୍କନ୍ ତରଫରୁ ପଶ୍ଚିମବଙ୍ଗର ଟିଏମସି ସାଂସଦ ନୁସରତ୍ ଜହାଁଙ୍କୁ ରଥଯାତ୍ରାରେ ମୁଖ୍ୟ ଅତିଥି ରୂପେ ଯୋଗେଦବାକୁ ନିମନ୍ତ୍ରଣ କରାଯାଇଛି । ନୁସରତ୍ ମଧ୍ୟ ଏହି ପ୍ରସ୍ତାବକୁ ସ୍ବୀକାର କରିଛନ୍ତି । ବସୀରହାଟର ସାଂସଦ ସଂସଦକୁ ସିନ୍ଦୂର ଓ ଚୁଡି ପିନ୍ଧି ଆସି ବେଶ୍ ଚର୍ଚ୍ଚାରେ ରହିଥିଲେ । ନୁସରତ୍ଙ୍କୁ ଅତିଥି କରିବା ବାବଦରେ ଇସ୍କନର ପ୍ରବକ୍ତା କହିଛନ୍ତି ଯେ, – ‘ଆମେ ସବୁ ଧର୍ମକୁ ସମ୍ମାନ ଦେଉ, ଆମ ଆଦର୍ଶ ସହିତ ନୁସରତ୍ଙ୍କ ବିଚାର ମଧ୍ୟ ମିଶୁଛି । ସେ ସବୁ ଧର୍ମକୁ ଆଦର କରନ୍ତି । ଏହା ସହିତ ସେ ଜଣେ ରାଜନେତ୍ରୀ । ତାଙ୍କର ଆଦର୍ଶ ଓ ବିଚାରାଧାରା ଆଜିକାଲିର ଯୁବସମାଜକୁ ନିଶ୍ଚୟ ଭାବରେ ପ୍ରଭାବିତ କରିବ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣ ଦିଆଯାଇଛି ବୋଲି କୁହାଯାଇଛି । ନୁସରତ୍ ମଧ୍ୟ କହିଛନ୍ତି…
ରାଜଧାନୀର ଆଦିବାସୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣାକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଉଦ୍ବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ୧୨ ତାରିଖ ଭିତରେ ଏହାର ତଦନ୍ତ କରାଯାଇ ଗୃହରେ ରିପୋର୍ଟ ପ୍ରଦାନ କରାଯାଉ ବୋଲି ନରସିଂହ ମିଶ୍ର କହିଛନ୍ତି । ଏହି ଲଜ୍ଜା ଘଟଣା ପ୍ରଘଟ ହୋଇଥିବାରୁ ଏହାକୁ ଚପାଇବାକୁ ଉଦ୍ୟମ କରାଯାଇ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ‘ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି। ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ପ୍ରଥମେ ୪ଟି ପଜିଟିଭ୍ ଥିଲା ପରେ ସେଥିରୁ ୩ଟି ନେଗେଟିଭ୍ ବାହାରିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା ଓ…
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସଙ୍କ ଟିକଟକ ଭିଡିଓ ଭାଇରାଲ ହେବା ଘଟଣା ପରେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଣିକି ଡାକ୍ତରଖାନାର କିଛି ସ୍ଥାନକୁ ମୋବାଇଲ ବାରଣ କରାଯିବାକୁ ନିର୍ଦ୍ଦେଶ ହୋଇଛି। ଏଣିକି ଡାକ୍ତରଖାନାର କିଛି ସମ୍ବେଦନଶୀଳ ସ୍ଥାନକୁ ମୋବାଇଲ ନେବାକୁ ମନା କରାଯାଇଛି। ଯେପରିକି ଆଇସିୟୁ , ଏସଏନସିୟୁ ଓ ଲେବର ରୁମ ଭଳି ସ୍ଥାନକୁ ମୋବାଇଲ ବାରଣ ହୋଇଛି। ମାଲକାନଗିରି ଚିକିତ୍ସାଳୟ ପରିସର ମଧ୍ୟରେ ଏସଏନସିୟୁ ନର୍ସମାନେ ଟିକଟକ ଭିଡ଼ିଓ କରି ମଜା ନେଉଥିବା ଘଟଣା ଭାଇରାଲ ପରେ ସମ୍ପୃକ୍ତ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଥିଲା।
ବର୍ମିଂହାମ୍ର ଏଜ୍ବାଷ୍ଟନରେ ଖେଳାଯାଉଥିବା ଭାରତ ବାଂଲାଦେଶ ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଫର୍ମରେ ନଥିବା କେଦାର ଯାଦବଙ୍କ ସ୍ଥାନରେ ଦଳ ଦୀନେଶ କାର୍ତ୍ତିକଙ୍କୁ ଚୟନ କରାଯାଇଥିବା ବେଳେ ଚାଇନାମ୍ୟାନ୍ କୁଲଦୀପଙ୍କ ସ୍ଥାନରେ ଭୁବନେଶ୍ବର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଜ୍ବାଷ୍ଟନ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଉଥିବାରୁ ଭାରତୀୟ ଦଳରେ 4 ପେସର୍ ଖେଳାଇବାର ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି ।
ଯୁକ୍ତ ଦୁଇ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ କଲେଜ୍ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କଟକର ରେଭନ୍ସା ବିଜ୍ଞାନରେ 90 ପ୍ରତିଶତ ମାର୍କ ରଖିଥିବା ବେଳେ ବକ୍ସି ଜଗବନ୍ଧୁ ଜୁନିୟର କଲେଜ୍ 88.67 ପ୍ରତିଶତ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ବ୍ରହ୍ମପୁରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର 87.67 ପ୍ରତିଶତର କଟ୍ଅଫ୍ ମାର୍କ ସହିତ ତୃତୀୟ ସ୍ଥାନରେ ରହିଛି । ସେହିପରି ଯୁକ୍ତ ଦୁଇ କଳା ନିମନ୍ତୋ ବିଜେବି ଜୁନିୟର୍ କଲେଜ୍ 71.17 ପ୍ରତିଶତ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ରେଭେନ୍ସାର କଟ୍ଅଫ୍ ମାର୍କ 70.17 ପ୍ରତିଶତ ଏବଂ କେନ୍ଦୁଝରର ପତିତ ପାବନ କଲେଜ୍ 68.5 ପ୍ରତିଶତର କଟ୍ଅଫ୍ ମାର୍କ ସ୍ଥିର ହୋଇଛି । ସେହିପରି ବାଣିଜ୍ୟରେ ଗୋପାଳପୁର କଲେଜ 80.6 ପ୍ରତିଶତ କଟ୍ ଅଫ୍ ରଖିଥିବା ବେଳେ ଢେଙ୍କାନାଳ ଇଭନିଙ୍ଗ କଲେଜ୍ 76.17 ପ୍ରତିଶତ ଏବଂ ରେଭେନ୍ସା…
ଅମରନାଥ ଯାତ୍ରା ପାଇଁ ତୃତୀୟ ପର୍ଯ୍ୟାୟରେ 4823 ତୀର୍ଥଯାତ୍ରୀଙ୍କ ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଦକ୍ଷିଣ କାଶ୍ମୀରର 4823 ପର୍ଯ୍ୟଟକଙ୍କୁ ମିଶାଇ ସମୁଦାୟ ପର୍ଯ୍ୟଟକଙ୍କ ସଂଖ୍ୟା 8403ରେ ପହଞ୍ଚିଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ 1.5 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ଯାତ୍ରା ନିମନ୍ତେ ନିଜର ନାମ ପଞ୍ଜୀକରଣ କରିଛନ୍ତି । ଏହି 4823 ଜଣଙ୍କ ମଧ୍ୟରେ 3759 ଜଣ ପୁରୁଷ, 936 ଜଣ ମହିଳା ଏବଂ 128 ଜଣ ସାଧୁ ଏବଂ ସାଧ୍ବୀ ରହିଛନ୍ତି । 223ଟି ଗାଡି ଜରିଆରେ ଭଗବତୀ ବେସ୍ କ୍ୟାମ୍ପରୁ ଫାଲଗାମ ଏବଂ ବାଲଟାଲ ଅଭିମୁଖେ ଯାତ୍ରା କରିଥିଲା । ଅଗଷ୍ଟ 15ରେ ଶେଷ ହେବାକୁ ଥିବା ଏହି ଯାତ୍ରା ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଆପଣା ଯାଇଛି । 2015ରେ 3.52 ଲକ୍ଷ ତୀର୍ଥଯାତ୍ରୀ ଯାତ୍ରା କରିଥିବା ବେଳେ 2016ରେ 3.20 ଲକ୍ଷ, 2017ରେ 2.60…
ସାଗରିକା ଦଙ୍ଗଲ୍ ଗାର୍ଲ ଜାଇରା ଓ୍ବାସିମ୍ ବଲିଉଡ୍ରୁ ବିଦାୟ ନେଇଛନ୍ତି । ନିକଟରେ ଜାଇରା ଟୁଇଟର୍ରେ ଏକ ବାର୍ତ୍ତା ଦେଇ ବଲିଉଡ୍ରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଥିବାର ଜଣାଇଛନ୍ତି । ସେ ଧର୍ମ ପାଇଁ ବଲିଉଡ୍ରୁ ଦୂରେଇ ଯାଉଥିବାର କହିଛନ୍ତି । ୧୮ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ’ଦଙ୍ଗଲ୍’ ‘ସିକ୍ରେଟ୍ ସୁପରଷ୍ଟାର୍’ରେ ନିଜର ବଳିଷ୍ଠ ଅଭିନୟ ଜରିଆରେ ରାତାରାତି ସୁପରଷ୍ଟାର୍ ହୋଇଥିଲେ । ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇବା ସହିତ ଫିଲ୍ମଫେୟାର୍ ପୁରସ୍କାର ପାଇଛନ୍ତି । ଏହା ସହିତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତରଫରୁ ଶିଶୁ କଳାକାର ଭାବେ ଏକ ସ୍ଵତନ୍ତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ନିକଟରେ ସେ ତାଙ୍କ ଅଭିନୀତ ‘ସ୍କାଏ ଇଜ୍ ପିଙ୍କ୍’ର ଫିଲ୍ମର ଶୁଟିଂ ସାରିଛନ୍ତି । ଏହି ଫିଲ୍ମର ଶୁଟିଂ ସାରିବା ପରେ ଫିଲ୍ମ ଦୁନିଆରୁ ବିଦାୟ ନେଇଛନ୍ତି। ଏହାକୁ ନେଇ ଏବେ ଚାରିଆଡେ ବୟାନବାଜି । ତେବେ…
ସାଗରିକା ଭାରତରେ ଏବେ ମୁଖ୍ୟ ସମସ୍ୟା ଭାବରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଚେନ୍ନାଇ ଓ ବେଙ୍ଗାଲୁରୁରେ ପାଣି ପାଇଁ ଦୟନୀୟ ଅବସ୍ଥାରୁ ଏହି ସଙ୍କଟର ଗାମ୍ଭୀର୍ୟ ସହଜରେ ଅନୁମେୟ । ଯେଉଁଠି ପାଣି ପାଇଁ ଲୋକେ ଘଣ୍ଟା ଘଣ୍ଟା ଧାଡି ରେ ଛିଡା ହେଉଛନ୍ତି । ଗତ ରବିବାର ଦିନ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଥମ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ ମୋଦି ଜଳ ସଂରକ୍ଷଣ ଉପରେ ଜୋର୍ ଦେଇଛନ୍ତି । ଚଳିତ ଥର ସରକାର ମଧ୍ୟ ଜଳ ମନ୍ତ୍ରାଳୟ ଗଠନ କରିଛନ୍ତି । ପ୍ରତ୍ୟେକ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଏହି ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି । ନିର୍ବାଚନୀ ଇସ୍ତାହାରରେ ମଧ୍ୟ ବିଜେପି ପାନୀୟ ଜଳକୁ ପ୍ରମୁଖ ଭାବରେ ସ୍ଥାନିତ କରିଥିଲା । ଭାରତରେ ଉତ୍କଟ ଜଳ ସମସ୍ୟାକୁ ନେଇ ଗତବର୍ଷ ନୀତି ଆୟୋଗ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟ…
ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ବିରାଟ ପରାଜୟ ପରେ ଏହାର ସମସ୍ତ ଦୋଷକୁ ନିଜ ମୁଣ୍ଡ ଉପରକୁ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଉତ୍ତରଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଇଥିଲେ। କିନ୍ତୁ କଂଗ୍ରେସର କାର୍ଯ୍ୟକାରିଣୀ ସମିତି ଏହାକୁ ଗ୍ରହଣ କରିନଥିଲା। ଏହା ପରେ ବି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ନିଜ ଜିଦ୍ରୁ ଅଟଳ ରହିଛନ୍ତି। ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ କଂଗ୍ରେସ ଅଧ୍ୟକ୍ଷ କରିବା ଉପରେ ଜୋର୍ ଦେଇଛନ୍ତି ରାହୁଲ୍। ତେବେ ମିଳିଥିବା ସୂଚନା ଅନୁସାରେ କଂଗ୍ରେସର ଅଧ୍ୟକ୍ଷ ପାଇଁ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ସୁଶୀଲ୍ ସିନ୍ଧେ ଓ ଲୋକସଭାର ପୂର୍ବତନ ବିରୋଧୀ ନେତା ମଲ୍ଲିକାର୍ଜୁନ୍ ଖଡ୍ଗେ ପ୍ରମୁଖ ଏନେଇ ଦାବିଦାର ରହିଛନ୍ତି। ତେବେ…
କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୋଟିସ୍ ମିଳିଛି। ନିର୍ବାଚନ ପୂର୍ବରୁ ଏପରି ଯୋଜନା ଲାଗୁ କରାଯିବାକୁ ସୁପ୍ରିମ୍କୋର୍ଟ ସମାଲୋଚନା କରିଛନ୍ତି। ଏହିପରି ଯୋଜନା ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏହା ସହିତ ଏହିପରି ଯୋଜନା ଲାଗୁ କରିଥିବାରୁ ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସରକାରଙ୍କ ସମେତ ନିର୍ବାଚନ କମିଶନଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ଏହି ଯୋଜନା ବିପକ୍ଷରେ କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହିତ ନୋଟିସ୍ ଜାରି କରିଛନ୍ତି। କେବଳ କାଳିଆ ଯୋଜନା ନୁହେଁ ବରଂ ରୟତ ବନ୍ଧୁ, ପିଏମ୍ କିଷାନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଯୋଜନାକଳୁ ବିରୋଧ କରିଛନ୍ତି ସୁପ୍ରିମ୍କୋର୍ଟ। ନିର୍ବାଚନର ଅନ୍ୟୁନ ୬ ମାସ ପୂର୍ବରୁ ଏହି ଯୋଜନା ଲାଗୁ କରାଯିବା ଉଚିତ୍ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବିଜେପିର ସଂସଦୀୟ ଦଳ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ ନେତା ଯୋଗ ଦେଇଥିଲେ। ଏହା ସହିତ ନିକଟରେ ବିଜେପିରେ ଯୋଗ ଦେଇଥିବା ୪ ଟିଡିପି ରାଜ୍ୟସଭା ସାଂସଦ ମଧ୍ୟ ଯୋଗ ଦେଇଥିଲେ। କ୍ଷମତାକୁ ଆସିବା ପରେ ଏହା ବିଜେପିର ପ୍ରଥମ ବୈଠକ। ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଯୋଗୁଁ ବିଜେପିର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଦଳୀୟ ସାଂସଦ ଏବଂ ବିଧାୟକଙ୍କୁ ଶାଳୀନତା ପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ମୋଦି। ଏହି ବୈଠକ ପୂର୍ବରୁ ଜୁନ୍ ୨୫ରେ ଅନୁଷ୍ଠିତ ହେବାର ଥିଲା ମାତ୍ର ବିଜେପି ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।
ଉତ୍ତର ପୂର୍ବୀୟ ରାଜ୍ୟ ନାଗାଲାଣ୍ଡରେ ଆହୁରି ୬ ମାସ ପର୍ଯ୍ୟନ୍ତ ଆଫପ୍ସା ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ପ୍ରଦାନ କରାଯାଇଛି। ୩୦ ଜୁନ୍ ୨୦୧୯ରୁ ଏହି ନିୟମ ଲାଗୁ କରାଯିବା ସହିତ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗୃହ ମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି। ବିଗତ ଏକ ଦଶନ୍ଧି ଧରି ଆଫପ୍ସା ଲାଗି ରହିଥିବା ବେଳେ ଚଳିତ ସରକାର ଏହା ଉଠାଇବା ନେଇ ଆଶା କରାଯାଉଥିଲା। ମାତ୍ର ୧ ତାରିଖର ବିଜ୍ଞପ୍ତି ଅନୁଯାୟୀ ନାଗାଲାଣ୍ଡ ଅଶାନ୍ତ ରହୁଥିବାରୁ ଏହି ଧାରା ଆହୁରି ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସୋମବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ୫୪ଟି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି। ଏହା ସହିତ ୫୨ଟି ବିମାନର ଚଳାଚଳ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଦେଶର ଦ୍ବିତୀୟ ବୃହତମ ବିମାନବନ୍ଦରରେ ଏତେ ସଂଖ୍ୟକ ବିମାନ ବାତିଲ ତଥା ରୁଟ୍ ପରିବର୍ତ୍ତନ ସାଧାରଣ ଲୋକଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିଛି। ମଙ୍ଗଳବାର ସ୍ପାଇସ୍ ଜେଟ୍ର ଏକ ବିମାନ ରନ୍ଓ୍ବେ ନମ୍ବର ୨ରୁ ଉଡାଣ ଭରୁଥିବା ସମୟରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଏହାପରେ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନ ଚଳାଚଳ ବାତିଲ କରିବାର ନିଷ୍ପତ୍ତି ନେଇଥିଲେ। ଦୁଇରୁ ତିନି ଦିନ ମଧ୍ୟରେ ବିମାନ ଚଳାଚଳ ସ୍ବଭାବିକ ହେବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

