Author: Samikhsya Bureau

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରାୟ ସମସ୍ତ ରାଜନୈତିକ ଦଳମାନଙ୍କର ମାରାଥନ୍‌ ପ୍ରଚାର ଚାଲିଛି। ଏହି କ୍ରମରେ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବାନୀପାଟଣା ଗସ୍ତ ପରେ ଆଜି ତିର୍ତ୍ତୋଲର ରେଢୁଆ ହାଟ ପଡ଼ିଆ ଓ ରାହାମା ହାଟ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାର ଉପରେ ହମଲା କରିଛନ୍ତି। ପରିବର୍ତ୍ତନ ଆଣିବାର ସମୟ ଆସିଛି। ବିଜେପିକୁ ସୁଯୋଗ ଦେବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି। ଶିବରାଜ କହିଛନ୍ତି ଯେ, ବିଜେଡି ଶାସନରେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପରିପୂର୍ଣ୍ଣ ହୋଇଛି। ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ତେଣୁ ଏହି ବିଜେଡି ସରକାରକୁ ହଟାଇ ବିଜେପିକୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ସମୟ ଆସିଯାଇଛି। ଦୀର୍ଘ ବର୍ଷ ଶାସନରେ ରହିବା ପରେ ବି…

Read More

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି ବିଜେପିରେ ଯୋଗଦେଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଶ୍ୱଭୁଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଜି ରଘୁନାଥ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗତ ଦୁଇଦିନ ତଳେ ସେ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜୁ ଜନତା ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ ଦଳୀୟ ନେତୃତ୍ୱ ଉପରେ ବର୍ଷିଥିଲେ ।  ରଘୁନାଥ ବାଲେଶ୍ବର ଜିଲ୍ଲାର ଜଣେ ଟାଣୁଆ ନେତା ସହ ବସ୍ତା ବିଧାନସଭାର  ବିଧାୟକ ରହିଥିଲେ ।

Read More

ଭୁବନେଶ୍ବରରେ  ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ। ଏଠାରେ ଆୟୋଜିତ ନିର୍ବାଚନୀ ସଭାରେ ମାୟାବତୀ, ମୋଦୀଙ୍କ ଉପରେ ବର୍ଷିଛନ୍ତି। ମୋଦୀ ସରକାର ଦେଶର ଧନୀ ଓ ପୁଞ୍ଜିପତିମାନଙ୍କ ପାଇଁ ଚୌକିଦାରୀ କରିଛନ୍ତି। ଗତ ପାଞ୍ଚ ବର୍ଷ ଧରି କେନ୍ଦ୍ରର ମୋଦୀ ସରକାର କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି ବରଂ କୌଣସି ପ୍ରତିଶୃତି ପୂରଣ କରି ନାହାନ୍ତି ବୋଲି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ କହିଛନ୍ତି। କଳାଧନ ରୋକିବା ଠାରୁ ଆରମ୍ଭ କରି ଦେଶରେ ଦୁର୍ନୀତି ରୋକିବାରେ ମଧ୍ୟ ମୋଦୀ ସରକାର ବିଫଳ ହୋଇଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ମୋଦୀ ଲୋକଙ୍କୁ ଦେଇଥିବା ପ୍ରତିଶୃତିର ହିସାବ ଦେବା ବଦଳରେ ଗୁଳି-ଗୋଳା, ଚୀନ-ପାକିସ୍ତାନ କଥା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କହିଛନ୍ତି। ସେହିପରି ଓଡ଼ିଶାରେ ଦଳିତ, ପଛୁଆ ବର୍ଗର ଲୋକେ ଅବହେଳିତ ହୋଇ ରହିଛନ୍ତି ବୋଲି ମାୟାବତୀ କହିଛନ୍ତି। ତେଣୁ ଗରିବ, ଦଳିତ ଓ ପଛୁଆ ବର୍ଗର ବିକାଶ…

Read More

୫୦ ବର୍ଷ ବୟସରେ ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଅଜୟ ଦେବଗନ। ଏପ୍ରିଲ୍‌ ୨ ୧୯୬୯ରେ ସେ ଜନ୍ମ ହୋଇଥିଲେ। ବଲିଉଡ୍‌ରେ ଅଭିନୟ କରିବା ତାଙ୍କର ୨୮ ବର୍ଷ ହୋଇଗଲାଣି। ୧୯୯୧ରେ ଅଜୟ ତାଙ୍କର କ୍ୟାରିୟର ‘ଫୁଲ୍‌ ଔର୍‌ କାଣ୍ଟେ’ ଜରିଆରେ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ହିଁ ସୁପରହିଟ୍‌ ହୋଇଥିଲା। ଆଜି ବି ଦର୍ଶକ ଅଜୟଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରୁଛନ୍ତି। ଅଜୟଙ୍କ ପିତା ବଲିଉଡ୍‌ର ଷ୍ଟଣ୍ଟ କୋରିଓଗ୍ରାଫର ଥିଲେ। ମାତା ବୀଣା ପ୍ରଡ୍ୟୁସର ଥିଲେ। ୧୯୯୯ରେ କାଜଲଙ୍କୁ ବିବାହ କରିଥିଲେ ଅଜୟ।   କାଜଲ ଏବଂ ଅଜୟଙ୍କ ବାହାଘରକୁ ୨୦ ବର୍ଷ ପୂରିଗଲାଣି। ଅଜୟଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଜିଗର’, ‘ଦିଲ୍‌ ହେ ବେତାବ୍‌’, ‘ଦିବ୍ୟ ଶକ୍ତି, ‘ସଂଗମ୍‌’, ‘ଏକ୍‌ ହି ରିସ୍ତା’, ‘ସୁହାଗ୍‌’, ‘କାନୁନ୍‌’, ‘ବିଜୟ ପଥ’, ‘ଦିଲ୍‌ଓ୍ବାଲେ’‘, ‘ଜଙ୍ଗ୍‌’, ‘ଦିଲ୍‌ଜଲେ’, ‘ଇତିହାସ’, ‘ଇଶ୍କ’, ‘ଜଖମ୍‌’, ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’, ‘ମେଜର ସାହେବ’, ‘ପ୍ୟାର…

Read More

କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ପରେ ଏହାକୁ ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ। ମଙ୍ଗଳବାର କଂଗ୍ରେସର ଇସ୍ତାହାର ପ୍ରକାଶ ପାଇବା ପରେ ଜେଟ୍‌ଲୀ କହିଛନ୍ତି, ରାହୁଲ୍‌ ଗାନ୍ଧୀ ନିଜ ଟୁକୁଡା ଗ୍ୟାଙ୍ଗର କିଛି ବନ୍ଧୁଙ୍କ ମତକୁ ଏହି ଇସ୍ତାହାରରେ ସାମିଲ କରିଛନ୍ତି। କଂଗ୍ରେସ ଇସ୍ତାହାରରେ ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି  ସହିତ ଜମ୍ମୁ କଶ୍ମୀରରେ ସେନାର ସ୍ବତନ୍ତ୍ର ବଳ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ସମାଲୋଚନା କରି ଜେଟ୍‌ଲୀ କହିଥିଲେ, କଂଗ୍ରେସର ଇସ୍ତାହାର ପ୍ରସ୍ତୁତି ନିମନ୍ତେ ଏକ ପ୍ରସ୍ତାବକ ଦଳ ରହିଛି ମାତ୍ର ଦେଶର ସୁରକ୍ଷା ସମ୍ବନ୍ଧିତ ନିଷ୍ପତ୍ତି ନିମନ୍ତେ ରାହୁଲ୍‌ ନିଜ ଟୁକୁଡା ଗ୍ୟାଙ୍ଗରୁ ମତାମତ ନେଇଛନ୍ତି। ଜେଟ୍‌ଲୀ କହିଛନ୍ତି, ଆତଙ୍କବାଦ ପାଇଁ ଦୀର୍ଘ ୭୦ ବର୍ଷ ମଧ୍ୟରେ ବହୁତ କିଛି ହରାଇଛି ତେଣୁ କଂଗ୍ରେସର ଏପରି ନିଷ୍ପତ୍ତି କେତେ ଦୂର ଯଥାର୍ଥ ତାହା ଜନସାଧାରଣ…

Read More

ବିଜେଡ଼ି ଆଜି ତା’ର ୨ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଭୁବନେଶ୍ବର (ମଧ୍ୟ) ପାଇଁ ମେୟର୍‌ ଅନନ୍ତନାରାୟଣ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ପୂର୍ବରୁ ବିଜୟ ମହାନ୍ତି ରହିଥିଲେ। ସେହିପରି  ଉତ୍ତର ଭୁବେନଶ୍ବରର ଟିକେଟରେ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ କାଟି ନୂତନ ଭାବେ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରାଯାଇଛି। ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଜାଗାରେ ରାଜ୍ୟସଭାସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ। ତେବେ ଖଣ୍ଡପଡ଼ାରେ ସୌମ୍ୟଙ୍କ ପ୍ରାର୍ଥୀତ୍ବକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଏପରିକି ଟିକେଟ ନ ମିଳିଲେ ଅନୁଭବ ସ୍ବାଧୀନ ଭାବରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଗତ ନିର୍ବାଚନରେ ଏହି ଆସନରେ ବିଜେଡ଼ିର ଅନୁଭବ ପଟ୍ଟନାୟକ  ଓ ଆମ ଓଡ଼ିଶା ଦଳର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ  ମଧ୍ୟରେ  ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ମାତ୍ର ବହୁତ କମ ବ୍ୟବଧାନରେ ସୌମ୍ୟରଞ୍ଜନ ହାରିଥିଲେ।…

Read More

ଗୁଗୁଲ୍‌ ଇଣ୍ଡିଆ ସିଇଓ ତଥା ଦକ୍ଷିଣ ପୂର୍ବ ଏସିଆର ଉପ ସଭାପତି ରାଜନ ଆନନ୍ଦନଙ୍କ ଇସ୍ତଫା। ଭାରତୀୟ ବଜାରରେ ପୂର୍ଣ୍ଣକାଳୀନ ନିବେଶ ଏବଂ ଷ୍ଟାର୍ଟଅପ୍‌ ଯୋଜନା ଉପରେ କାର୍ଯ୍ୟ କରିବା ପାଇଁ ସେ ଅବସର ଗ୍ରହଣ କରିଛନ୍ତି ବାେଲି ଜଣାପଡିଛି। ୨୦୧୧ରେ ଗୁଗୁଲ୍‌ରେ ଯୋଗ ଦେଇଥିଲେ ରାଜନ୍‌। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରୁ ନିଜର ଡିଗ୍ରୀ ହାସଲ କରିଥିବା ରାଜନଙ୍କ ସ୍ଥାନରେ ନିର୍ଦ୍ଦେଶକ ବିକାଶ ଅଗ୍ନିହୋତ୍ରୀ ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡିଛି। ଚଳିତ ଏପ୍ରିଲ୍‌ ମାସର ଶେଷ ଭାଗରେ ରାଜନ୍‌ କମ୍ପାନୀ ଛାଡିବେ ବୋଲି ଗୁଗୁଲ୍‌ ଏସିଆ ପାସିଫିକ୍‌ ସଭାପତି ସ୍କଟ୍‌ ବିଉମୋଣ୍ଟ ପ୍ରକାଶ କରିଛନ୍ତି।

Read More

ଭାରତୀୟ ସେନାର ପୂର୍ବତନ କ୍ୟାପ୍‌ଟେନ୍‌ ଶାଳିନୀ ସିଂ ଆପ୍‌ରେ ଯୋଗ ଦେଇଛନ୍ତି । ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଉପସ୍ଥିତିରେ ଶ୍ରୀମତୀ ସିଂ ଦଳରେ ଯୋଗଦାନ କରିଛନ୍ତି । ମଙ୍ଗଳବାର ଶ୍ରୀମତି ସିଂ ଯାେଗଦେବା ପରେ ଆପ୍‌ ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି, ଭାରତୀୟ ସେନାର ଭେଟେରାନ୍‌ ଶାଳିନୀ ସିଂ ଦଳରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ସ୍ବାଗତ କରାଯାଉଛି । ତାଙ୍କୁ ଦଳରେ ପାଇ ଆପ୍‌ ଗର୍ବିତ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି । ଯୋଗଦାନ ପରେ ଶାଳିନୀ ସିଂ କହିଛନ୍ତି, ମୁଁ ଏପରି ଏକ ପରିବେଶରୁ ଆସିଛି ଯେଉଁଠି ନିଜଠୁ ଆଗରେ ଆମେ ଦେଶକୁ ରଖିଥାଉ । ବିଗତ ୪ ବର୍ଷ ମଧ୍ୟରେ ଦିଲ୍ଲୀର ବିକାଶ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପ୍ରଦର୍ଶନ ମୋତେ ଆପ୍‌ରେ ଯୋଗ ଦେବା ପାଇଁ ପ୍ରେରଣା ଦେଇଛି ।

Read More

ଟୋଟାଲ ଧମାଲ ପରେ ଅଜୟ ଦେବଗନଙ୍କ ‘ଦେଦେ ପ୍ୟାର୍‌ ଦେ’ ଆସିବାକୁ ରହିଛି ।  ଏହି ଫିଲ୍ମରେ ଅଜୟ ନିଜ ବୟସ ଠାରୁ ଅଧା ବୟସର ନାୟିକାଙ୍କୁ ନିଜର ଗର୍ଲଫ୍ରେଣ୍ଡ କରିଛନ୍ତି । ଅଜୟ ଦେବଗନଙ୍କ ୫୦ ତମ ଜନ୍ମ ଦିବସରେ ତାଙ୍କ ଅଭିନୀତ ଫିଲ୍ମ ଦେ ଦେ ପ୍ୟାର ଦେ ଟ୍ରେଲର ରିଲିଜ ହୋଇଛି । ଫ୍ୟାମିଲି କମେଡି ଡ୍ରାମା ଫିଲ୍ମରେ ଅଜୟ ଦେବଗନଙ୍କୁ ଏପରି ଚରିତ୍ରରେ ଦେଖିବାକୁ ମିଳିବ।  ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ ତବୁ, ରାକୁଲ୍‌ ପ୍ରୀତ୍‌ ସିଂହ, ଆଲୋକନାଥ, ଜାଭେଦ ଜାଫ୍‌ରୀ ପ୍ରମୁଖ ଅଭିନୟ କରିଛନ୍ତି । ୩ ମିନିଟ୍‌ ୧୭ ସେକେଣ୍ଡର ଏହି ଟ୍ରେଲର୍‌କୁ ଦେଖିଲେ  ଫିଲ୍ମଟି କମେଡ଼ି ଓ ରୋମାନ୍ସରେ ଭରପୂର ବୋଲି ଜଣାପଡୁଛି । ମେ ୧୭ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଅକିଭ୍‌ ଅଲ୍ଲୀ ଦେଇଥିବାବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଲଭ୍‌ ରଂଜନ ।…

Read More

ପାକିସ୍ତାନକୁ ବିଶ୍ଵବ୍ୟାଙ୍କ ଝଟ୍‌କା ଦେଇଛି। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହେବାକୁ ଥିବା ଏକ ଜଳ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୨୦ କୋଟି ଡଲାରର ଋଣକୁ ବିଶ୍ଵବ୍ୟାଙ୍କ ଅଟକାଇ ଦେଇଛି। ଦେଶର ପ୍ରଗତି ଏବଂ ନିୟନ୍ତ୍ରଣରେ ଅଭାବ ଯୋଗୁ ବିଶ୍ଵବ୍ୟାଙ୍କ ମୁଖ୍ୟ ଏହି ନିଷ୍ପତ୍ତି ନେଇଥିବା କାରଣରେ ଦର୍ଶାଯାଇଛି। ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ଉକ୍ତ ଜଳ ପ୍ରକଳ୍ପ ଉପରେ ରୋକ ଲଗାଯାଇଥିବା ବିଶ୍ଵବ୍ୟାଙ୍କ ପ୍ରବକ୍ତା ମରିୟମ ଅଲତାଫ କହିଛନ୍ତି। ସମନ୍ବିତ ଜଳ ସମ୍ପଦ ପରିଚାଳନା ଏବଂ ବିକାଶ ଯୋଜନାରେ ଏକ ବୃହତ ଜଳ ପ୍ରକଳ୍ପ ଲାଗି ବେଲୁଚିସ୍ତାନ ବିଶ୍ଵବ୍ୟାଙ୍କ ସହିତ ୩ବର୍ଷ ତଳେ ଏକ ଚୁକ୍ତି କରିଥିଲା। ପ୍ରକଳ୍ପରେ ୨୦ କୋଟି ୯୭ ଲକ୍ଷ ଡଲାର ଅର୍ଥରାଶି ଖର୍ଚ୍ଚ ହେବ ବୋଲି ବିଶ୍ଵବ୍ୟାଙ୍କ ଆକଳନ କରିବା ସହ ୨୦ କୋଟି ଡଲାର ଋଣ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦେଶରେ ପ୍ରଗତି, ପାଣ୍ଠି ବଣ୍ଟନ, ନାଗରିକମାନେ କାର୍ଯ୍ୟରେ ଆଗକୁ…

Read More

ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁହେବା ପରଠାରୁ ନିର୍ବାଚନ କମିଶନ ସାରା ଦେଶରୁ ୧୪୬୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି, ମଦ, ନିଶା ଔଷଧ, ସୁନା ଓ ଉପହାର ଆଦି ଜବତ କରିଛନ୍ତି । ଗୁଜରାଟରେ ସବୁଠାରୁ ଅଧିକ ୫୧୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି । ସେହିପରି ତାମିଲନାଡ଼ୁରୁ ୨୦୮ କୋଟି, ଆନ୍ଧ୍ରପ୍ରଦେଶରୁ ୧୫୮କୋଟି, ପଞ୍ଜାବରୁ ୧୪୪ କୋଟି ଏବଂ ଉତ୍ତର ପ୍ରଦେଶରୁ ୧୩୫ କୋଟି ଟଙ୍କା ମୂଲ୍ୟର ଏହିସବୁ ସାମଗ୍ରୀ ଜବତ କରାଯାଇଛି। କମିଶନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ସାରାଦେଶରୁ ୩୪୦ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୬୯୨ କୋଟି ଟଙ୍କାର ନିଶାଦ୍ରବ୍ୟ, ୨୫୬ କୋଟି ଟଙ୍କାର ମୂଲ୍ୟବାନ ପଥର, ୧୪୪ କୋଟି ଟଙ୍କାର ମଦ ଆଦି ଜବତ କରାଯାଇଛି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ତଥା କଳାଧନ କାରବାର ରୋକିବା ପାଇଁ କମିଶନଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ…

Read More

ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ କଡ଼ା ଟକ୍କର ଦେବା ଲାଗି କଂଗ୍ରେସ ତାଙ୍କ ବିରୋଧରେ ଜଣେ କ୍ରୀଡ଼ାବିତ୍‌ଙ୍କୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟିନୀ କ୍ରିଷ୍ଣା ପୁନିଆ ନିକଟରେ କଂଗ୍ରେସରୁ ଟିକେଟ ପାଇଛନ୍ତି। କଂଗ୍ରେସ ତାଙ୍କୁ ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ରାଠୋରଙ୍କ ବିରୋଧରେ ପ୍ରାର୍ଥୀ କରିଛି। କ୍ରିଷ୍ଣା ଡିସ୍‌କସ୍‌ ଥ୍ରୋରେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ।  ଅନ୍ୟପଟେ ରାଠୋର ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। କ୍ରିଷ୍ଣାଙ୍କ ସମେତ କଂଗ୍ରେସ ଗୁଜରାଟର ୬, ମହରାଷ୍ଟ୍ରର ୨ଟି ଏବଂ ଗୁଜରାଟର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଲୋକସଭା ନିର୍ବାଚନ ଲାଗି ବିଭିନ୍ନ ରାଜ୍ୟରେ ୩୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

Read More

ଶଶୀକଳାଙ୍କ ଜୀବନକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବିବାଦୀୟ ଫିଲ୍ମମେକର ରାମଗୋପାଳ ବର୍ମା । ନିଜର ଫିଲ୍ମ ଲକ୍ଷ୍ମୀ ଏନ୍‌ଟିଆରର ସଫଳତା ଅବସରରେ ଏହି ଘୋଷଣା କରିଛନ୍ତି ବର୍ମା । ଟ୍ବିଟ୍ଟରରେ ଏ ନେଇ ଏକ ଫଟୋ ସେୟାର କରିବା ସହିତ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଏହି ଫିଲ୍ମର ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡିଛି । ଫିଲ୍ମର ପୋଷ୍ଟରରେ ଶଶୀକଳା ନଟରାଜନ ଏବଂ ଭୂତପୂର୍ବ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଫଟୋ ରହିଛି । ଏହି ଫିଲ୍ମରେ ଶଶୀକଳା ଏବଂ ଜୟଲଳିତାଙ୍କ ବନ୍ଧୁତ୍ବକୁ ପ୍ରାଧାନ୍ୟ ଦିଆଯିବ । ଏହା ସହିତ ଶଶୀକଳାଙ୍କ ଜେଲ୍‌ ଜୀବନ ଏବଂ ମନାରଗୁଡି ଗ୍ୟାଙ୍ଗ ସମ୍ପର୍କରେ  ମଧ୍ୟ ଦେଖାଯିବ ବୋଲି ଜଣାପଡିଛି । ଫିଲ୍ମର କଳାକାରଙ୍କ ସମ୍ପର୍କରେ ବର୍ମା କୌଣସି ସୂଚନା ଦେଇନଥିବା ବେଳେ ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିବେ ବୋଲି କହିଛନ୍ତି । ନିକଟରେ ଅଭିନତ୍ରୀ କଙ୍ଗନା…

Read More

କାଲି ବିଜେଡ଼ିରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ମୟୁରଭଞ୍ଜ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଆଜି ବିଜେପିରେ ଯୋଗ ଦେଇଛନ୍ତି । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ତେବେ ସେ ଆଜି ନିଜର ସମର୍ଥକଙ୍କ ସହିତ ଦଳରେ ଯୋଗ ଦେଇଛନ୍ତି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ଭୁବନେଶ୍ୱର ଶୈଳେଶ୍ରୀ ବିହାରରେ ଅବସ୍ଥିତ ସିବିଏସଇ କାର୍ଯ୍ୟାଳୟରେ ତାଲା ପକାଯାଇଛି । ପରୀକ୍ଷାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଅଭିଭାବକ ମହାସଂଘ ଅଫିସରେ ତାଲା ପକାଇଛନ୍ତି ।  ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ପ୍ରଶ୍ନ ସିଲାବସ ବାହାରୁ ଆସିଥିବା ଅଭିଯୋଗ ହୋଇଥିଲା । ପରୀକ୍ଷାର ହିନ୍ଦୀ, ଗଣିତ, ବିଜ୍ଞାନ ବିଷୟର କିଛି ପ୍ରଶ୍ନପତ୍ର ପାଠ୍ୟକ୍ରମ ସହ ଜଡିତ ନଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଗ୍ରେସ ମାର୍କ ଦେବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ କର୍ତ୍ତୃପକ୍ଷ ଏନେଇ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଫଳରେ ଆଜି ଅଭିଭାବକ ମହାସଂଘ ଅଫିସରେ ତାଲା ପକାଇଛନ୍ତି ।

Read More

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।   ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ୨ୟ ଥର ପାଇଁ ଶ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।  ଆହୁରି ମଧ୍ୟ ବିଜେପିକୁ ବହୁମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଚଡି ଦେବଗୌଡାଙ୍କ ପରେ ମୋଦି ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବରେ କଳାହାଣ୍ଡି ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଶାସକ ବିଜୁ ଜନତା ଦଳ ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି। ୧୯ ବର୍ଷର ଶାସନରେ ଥିବା ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କିଛି କରିନଥିବା ମୋଦି କହିଛନ୍ତି। ଭାଷଣ ଆରମ୍ଭରୁ ସେ ମାଣିକଶ୍ୱରୀ ଦେବୀଙ୍କୁ ସ୍ମରଣ କରିବା ସହିତ ମାଟିର ବରପୂତ୍ର ଚକରା ବିଶୋୟୀ, ମଧୁସୁଦନ ଦାସ, ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଗତ ପଂଚାୟତ ନିର୍ବାଚନରେ…

Read More

୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ’ଜନ ଆଓ୍ବାଜ’ ଘୋଷଣା କରାଯାଇଛି। ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଆଦି ୫ଟି ବିଷୟକୁ ଏଥିରେ ଗୁରୁତ୍ବ ପ୍ରଦାନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ଦଳର ଇସ୍ତାହାର ଘୋଷଣା କରିଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ  ’ନ୍ୟାୟ’ ଯୋଜନାରେ ଗରିବଙ୍କୁ ପ୍ରତିବର୍ଷ ୭୨ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଇସ୍ତାହାରରେ ଘୋଷଣା କରାଯାଇଛି। ବେକାରଙ୍କୁ ନିଯୁକ୍ତି ପ୍ରଦାନ ତଥା ଯୁବକଙ୍କୁ ରୋଜଗାର କାର୍ଯ୍ୟକ୍ରମ ଅଧୀନରେ ୨୦୨୨ ସୁଦ୍ଧା ୨୨ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦିଆଯାଇଛି। ସେହିପରି ମନରେଗା ଅଧିନରେ ବର୍ଷକୁ ୧୫୦ ଦିନର କର୍ମ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ଦ୍ୱାରା ଦେଶର ଅସଂଖ୍ୟ ଗରିବ, ଖଟିଖିଆ, ଚାଷୀ ମୁଲିଆ ଉପକୃତ ହୋଇପାରିବେ ବୋଲି କଂଗ୍ରେସ କହିଛି। ଏହି ଘୋଷଣା ଅବସରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ…

Read More

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ନେତାଙ୍କ ଟିପ୍ପଣୀ ଉପରେ କଡା ନଜର ରଖିଛି ନିର୍ବାଚନ କମିଶନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେମିତି ଆଚରଣ ସଂହିତା ଉଲ୍ଲଂଘନ ନ ହେବ। ରାଜସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖିଛି। କିଛି ଦିନ ତଳେ ଶ୍ରୀ ସିଂ ଆଲିଗଡରେ କହିଥିଲେ, ମୋଦିଙ୍କୁ ଦେଶ ଆବଶ୍ୟକ କରୁଛି ଏବଂ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଉଚିତ୍‌। ଏହି ବିବାଦ ନେଇ ପୂର୍ବରୁ ଶ୍ରୀ ସିଂଙ୍କୁ ନିର୍ବାଚନ କମିଶନ ସମାଲୋଚନା କରିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖିଛି। ଜଣେ ରାଜ୍ୟପାଳ ଏପରି ଟିପ୍ପଣୀ ଦେଇଥିବାରୁ ଏହାର ବିଚାର ରାଷ୍ଟ୍ରପତି କରିବା ଠିକ୍‌ ହେବ ବୋଲି ଭାବି ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏକ ସାକ୍ଷାତ୍‌କାରରେ ରାଜ୍ୟପାଳ କଲ୍ୟାଣ ସିଂ କହିଥିଲେ, ଆମେ ସମସ୍ତେ…

Read More

୨୦୧୯ ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଓଡ଼ିଶା ରାଜନୀତିରେ ଏପର୍ଯ୍ୟନ୍ତ ଚାଲିଛି ଦଳବଦଳ ରାଜନୀତି। ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଛି ଅଦଳବଦଳ ପ୍ରତିଯୋଗିତା। ଟିକେଟ ପାଇବାକୁ ନେଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଦଳ ବଦଳ କରୁଛନ୍ତି। ବିଜେପିଠାରେ ଏହାର ଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କାରଣ ବିଜେପିରେ ଟିକେଟ ପାଇ ନେତାମାନେ ନାମାଙ୍କନ ଭରିବା ପୂର୍ବରୁ ହିଁ ଦଳ ଛାଡି ଦେଇ ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି। ନିକଟରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ପରେ ଆଜି ବିଜେପିର ଆଉ ଜଣେ ଟାଣୁଆ ନେତା ଗେରୁଆ ଦଳ ସହ ସଂପର୍କ ଛିନ୍ନ କରି ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର କାକଟପୁରର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ…

Read More

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ହୋଇଥିବା ହାର୍ଦ୍ଦିକ୍‌ ପଟେଲଙ୍କ ଆବେଦନ ଉପରେ ତୁରନ୍ତ ବିଚାର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ଗତକାଲି ହାର୍ଦ୍ଦିକ ପଟେଲ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ  ହୋଇଥିଲେ ହାର୍ଦ୍ଦିକ୍‌। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍‌ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ମାମଲାର ତ୍ବରିତ ଶୁଣାଣି ହୋଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଗତକାଲି ହାର୍ଦ୍ଦିକଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଥିଲା। ଗୁଜରାତର ଜାମନଗର ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍‌ ୪ ତାରିଖ ଶେଷ ତାରିଖ ରହିଥିବାରୁ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ସମ୍ଭାବନା କ୍ଷୀଣ ରହିଛି। ଶ୍ରୀ ଗୋଗୋଇ କହିଛନ୍ତି, ନିୟମ ଅନୁଯାୟୀ ହାର୍ଦ୍ଦିକଙ୍କ ମାମଲାର ବିଚାର ଆସନ୍ତା ସପ୍ତାହ ସୁଦ୍ଧା ହେବ। ଏହି ମାମଲା…

Read More

ଆମେରିକା ସ୍ପେଶ୍ ଏଜେନ୍ସୀ ନାସା ମଙ୍ଗଳବାର ଚିନ୍ତା ଜାହିର କରି କହିଛି ଭାରତ ଦ୍ୱାରା କରାଯାଇଥିବା ଆଣ୍ଟି ସାଟେଲାଇଟ୍ ମିସାଇଲ୍ ପରୀକ୍ଷଣ କାରଣରୁ ଅନ୍ତରୀକ୍ଷରେ ୪୦୦ ଟୁକୁଡା ପଥର ଦେଖିବାକୁ ମିଳିଛି। ଯେଉଁ କାରଣରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନ୍‌ରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି। ନାସା ତରଫରୁ ଏହି କଥାକୁ ନାସା ମୁଖ୍ୟ ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି। ସେ କହିଛନ୍ତି ଯେ ଏହି ଟୁକୁଡା ଏତେ ବଡ ନୁହଁ ଯେ ତାକୁ ଟ୍ରେକ୍ କରାଯାଇପାରିବ। ସେ କହିଛନ୍ତି ଯେ ଏହି ପଥରଖଣ୍ଡ ଉପରେ ଆମର ନଜର ରହିଛି ବଡ ପଥରକୁ ଆମେ ଟ୍ରେକ୍ କରୁଛୁ। ଏହିଭଳି ୬୦ ଟି ଟୁକୁଡା ସାମ୍ନାକୁ ଆସିଛି। ସେ କହିଥିଲେ ଯେ ଏହିଭଳି ୨୪ ଟି ଟୁକୁଡା ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ ଉପରକୁ ଚାଲିଯାଇ ସ୍ପେଶ୍‌ ଷ୍ଟେସନ୍‌ ନିମନ୍ତେ ବିପଦ ସୃଷ୍ଟି କରିଛି। ବ୍ରିଡେନଷ୍ଟାଇନ୍ କହିଛନ୍ତି ଏହା ଅତ୍ୟନ୍ତ ଭୟାନକ। ଏହି କାରଣରୁ ପଥର…

Read More