Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମୋଦର ରାଉତଙ୍କ ନୂଆ ଦଳ, ବିଜେଡି ଲାଗି ସମସ୍ୟା ସୃଷ୍ଟି କରିବ କି ?
ବିଶେଷ ଖବର

ଦାମୋଦର ରାଉତଙ୍କ ନୂଆ ଦଳ, ବିଜେଡି ଲାଗି ସମସ୍ୟା ସୃଷ୍ଟି କରିବ କି ?

November 8, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ –

୨୦୧୨ ରେ ଓଡିଶା ରାଜନୀତିର ସବୁଠୁ ଚର୍ଚ୍ଚିତ ଶବ୍ଦ ଥିଲା “ବ୍ରହ୍ମାସ୍ତ୍ର”। ସେହି ବର୍ଷ ୨୯, ମଇ ସନ୍ଧ୍ୟାରେ ତତ୍କାଳୀନ ବିଜେଡି ର ଦ୍ଵିତୀୟ କ୍ଷମତା କେନ୍ଦ୍ର ପ୍ୟାରୀ ମୋହନ ମହାପାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ପ୍ୟାରୀଙ୍କ ପ୍ରତିଷ୍ଠା ଓ ପତିଆରା ଥିଲା ଅଲଗା। ବିଜେଡ଼ିର ସଂଗଠନ କୁ ସେ ନିଜ ହାତ ମୁଠାରେ ରଖିଥିଲେ ଓ ସରକାର ଉପରେ ମଧ୍ୟ ତାଙ୍କର ପ୍ରଚଣ୍ଡ ପ୍ରଭାବ ଥିଲା। ପ୍ୟାରୀ ବାବୁଙ୍କ ଇଚ୍ଛା ରେ ଦଳ ଓ ସରକାର ଚାଲୁଥିଲା। ଏପରିକି ବିଜେଡି ବିଧାୟକ ଦଳରେ ତାଙ୍କର କେତେଜଣ ଅତ୍ୟନ୍ତ ଅନୁଗତ ବିଧାୟକ ରହିଥିଲେ, ଯେଉଁମାନେ ପ୍ୟାରୀଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ବିଜେଡ଼ିରୁ ତଡା ଖାଇଥିଲେ।  ଏତେ କ୍ଷମତା ଓ ପ୍ରଭାବ ସତ୍ତ୍ୱେ ପ୍ୟାରୀ ବାବୁ ବିଜେଡି ରୁ ବହିଷ୍କୃତ ହେବାର ଅଳ୍ପ କେତେ ମାସ ଭିତରେ ଓଡିଶା ରାଜନୀତିରେ ଅପ୍ରାସଙ୍ଗିକ ହୋଇପଡିଲେ। ତାଙ୍କ “ବ୍ରହ୍ମାସ୍ତ୍ର” କୌଣସି କାମରେ ଲାଗିଲା ନାହିଁ।

୨୦୧୨ ରେ ସେ ଗଠିତ ହୋଇଥିବା ଓଡିଶା ଜନମୋର୍ଚ୍ଚା ୨୦୧୪ ନିର୍ବାଚନରେ ଭୟଙ୍କର ଭାବରେ ବିଫଳ ହେଲା। ଯେଉଁମାନେ ପ୍ୟାରୀ ବାବୁଙ୍କ ଜନମୋର୍ଚ୍ଚା ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ହେବ ବୋଲି ଭାବୁଥିଲେ, ସେମାନେ ଭୁଲ ପ୍ରମାଣିତ ହେଲେ। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ଦୁଇଟି ବଡ ଆହ୍ୱାନର ସାମ୍ନା କରୁଥିଲା। ପ୍ରଥମତଃ ଦଳ ଭିତରୁ ପ୍ୟାରୀ ବାବୁ ବିତାଡିତ ହେବା ପରେ ସଂଗଠନ ଅନେକାଂଶରେ ହୁଗୁଳା ହୋଇପଡିଥିଲା। ଦଳ ଭିତରେ ଗୋଟେ ପ୍ରଭାବଶାଳୀ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ, ଯେଉଁ ମାନଙ୍କୁ ମନାଇବା ବିଜେଡି ପାଇଁ ବଡ ଆବଶ୍ୟକତା ଥିଲା। ସେଇ ସମାନ ସମୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ସପକ୍ଷରେ ପ୍ରବଳ ହାୱା ସୃଷ୍ଟି ହେଉଥିଲା। ମୋଦୀ ହାୱା ସେତେବେଳେ ବିଜେଡି କୁ ଯେ ବିଚଳିତ କରିନଥିଲା, ତାହା ଭାବିବା ଭୁଲ ହେବ। ଏହା ସହିତ ଆଉ ଏକ ଛୋଟ ସମସ୍ୟା ମଧ୍ୟ ବିଜେଡି ପାଇଁ ସେତେବେଳେ ଆସିଥିଲା। ଓଡିଶା ଜନମୋର୍ଚ୍ଚା, ଆମ ଓଡିଶା, ସମତା କ୍ରାନ୍ତି ଦଳ, ସମୃଦ୍ଧ ଓଡିଶା ପରି କେତୋଟି ଛୋଟ ଛୋଟ ରାଜନୈତିକ ଦଳ ଏହି ସମୟରେ ଆଗକୁ ଆସିଥିଲେ।  କିନ୍ତୁ ନିଜର ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନ ପରିଚାଳନାରେ ସଫଳ ଗୋଟି ଚାଳନା ଯୋଗୁଁ ବିଜେଡି ୨୦୦୯ ନିର୍ବାଚନ ତୁଳନାରେ ଅଧିକ ଆସନ ପାଇଲା।

୨୦୧୨ ରୁ ୨୦୧୪ ଭିତରେ ଯେଉଁ ପ୍ରକାର ରାଜନୈତିକ ସମୀକରଣ ବଦଳିଥିଲା, ୨୦୧୮ ରେ ତାର ଏକ ଛୋଟିଆ ଚିତ୍ର ପୁଣିଥରେ ଦେଖିବାକୁ ମିଳୁଛି। ନବୀନ ପଟ୍ଟନାୟକଙ୍କ ବିରୋଧରେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଯେତିକି ଆକ୍ରମଣ କରୁଛନ୍ତି, ତାଠୁ ଅଧିକ ଆକ୍ରମଣ ଆସୁଛି, ନବୀନଙ୍କ ଦୁଇ ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ତରଫରୁ। ଚଳିତ ବର୍ଷ ଏଇ ଦୁହି ନେତା ବିଜେଡି ରୁ ବହିଷ୍କୃତ ହେଲାପରେ ନବୀନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଏଠି କହି ରଖିବା ଉଚିତ ହେବ ଯେ ଦଳ ଓ ସରକାର ଉପରେ ଏ ଦୁହି ନେତାଙ୍କର ସେତେ ପ୍ରଭାବ ନଥିଲା। ପ୍ୟାରୀଙ୍କ ତୁଳନାରେ ଦାମ ଓ ବୈଜୟନ୍ତ ଙ୍କ ପ୍ରଭାବ ଆପାତତଃ ନଗଣ୍ୟ। ବିଜୁ ଜନତା ଦଳ ଭିତରୁ ଏ ଦୁହିଙ୍କୁ ସମର୍ଥନ କରି ସାମାନ୍ୟ ସରପଞ୍ଚ ଟିଏ ମଧ୍ୟ ଖୋଲାଖୋଲି ବାହାରି ନାହାନ୍ତି। ତେଣୁ ଏମାନେ ଯେ ବିଜେଡି ର ସାଙ୍ଗଠନିକ ଦୁର୍ବଳତାର କାରଣ ହେବେ, ସେ କଥା କଲ୍ପନା ମଧ୍ୟ କରାଯାଇ ପାରିବ ନାହିଁ।

ଗତ ଦୀପାବଳି ଦିନ ଦାମୋଦର ରାଉତ ନିଜର ଏକ ନୂଆ ଦଳ ଗଢିବେ ବୋଲି ଘୋଷଣା କରିଛନ୍ତି। ଏହି ଦଳରେ ବୈଜୟନ୍ତ ଯୋଗ ଦେବେ ବୋଲି ସେ ଆଶା କରୁଛନ୍ତି। ହେଲେ ଗତ କେତୋଟି ରାଜନୈତିକ ଘଟଣାକ୍ରମକୁ ଅନୁଧ୍ୟାନ କାଲେ ଏକଥା ସ୍ପଷ୍ଟ ହୋଇଯିବ ଯେ ବୈଜୟନ୍ତ ଦାମଙ୍କ ଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛନ୍ତି। ଗତ ମାସ ବିଭିନ୍ନ ସ୍ଥାନରେ ଦାମ ଯେଉଁ ସାଧାରଣ ସଭା ଆୟୋଜନ କରିଥିଲେ, କୌଣସି ସଭାରେ ବୈଜୟନ୍ତ ଯୋଗ ଦେଇନଥିଲେ। ବାରିପଦା ସଭାକୁ ସେ ଯିବାକୁ ବାହାରିଥିଲେ ମଧ୍ୟ ଅଧା ବାଟରୁ ଫେରି ଆସିଥିଲେ। ସେହିପରି କଂଗ୍ରେସ ଦ୍ଵାରା ଆୟୋଜିତ ସମ୍ବିଧାନ ବଞ୍ଚାଅ ସଭାରେ ଦାମ ଯୋଗ ଦେଇଥିବାବେଳେ ବୈଜୟନ୍ତ, ସେଠିକି ଯାଇନଥିଲେ। ନୀତିଗତ ଭାବରେ ବୈଜୟନ୍ତ ବିଜେପି ସହିତ ଘନିଷ୍ଠ ଓ ସେ ଖୁବ ଶୀଘ୍ର ବିଜେପି ରେ ଯୋଗଦେବେ ବୋଲି ସ୍ପଷ୍ଟ ସୂଚନା ମିଳୁଛି। ତେଣୁ ନୂଆ ଦଳରେ ଦାମ-ବୈଜୟନ୍ତ ଯୋଡି ଏକାଠି ହେବାର ସମ୍ଭାବନା ଯଥେଷ୍ଟ କମ।

ଦାମୋଦର ରାଉତ ବିଜେଡ଼ିର ଯେଉଁ ପୁରୁଣା ମୁହଁ ମାନଙ୍କୁ ନେଇ ନିଜର ପ୍ରତିଷ୍ଠା କରିବାକୁ ଚାହୁଁଥିଲେ, ସେମାନେ କେହି ତାଙ୍କୁ ଧରାଛୁଆଁ ଦେଉନାହାନ୍ତି। ବିଜୟ ମହାପାତ୍ର ମୂଳରୁ ଦାମଙ୍କ ପ୍ରସ୍ତାବକୁ ଖାରଜ କରିଥିବା ବେଳେ ପଂଚାନନ କାନୁନଗୋ, ସୁରେନ୍ଦ୍ର ନାୟକଙ୍କ ଭଳି ବରିଷ୍ଠ ନେତା ତାଙ୍କଠୁ ଦୂରେଇ ରହୁଛନ୍ତି। ଏମିତିରେ କାହାକୁ ନେଇ ଦାମ ନିଜର ଦଳ ଗଢୁଛନ୍ତି, ତାହା ସମୟକ୍ରମେ ସ୍ପଷ୍ଟ ହେବ।

୨୦୧୯ ନିର୍ବାଚନକୁ ଏବେ ମାତ୍ର ୨ ମାସ ବାକି। ସେଥିରେ ଗୋଟେ ନୂଆ ଦଳ ଗଢି କିଛି ଗୋଟାଏ ରାଜନୈତିକ ପରିବର୍ତ୍ତନର ବାହାସ୍ଫୋଟ କେବଳ ପିଲାଳିଆମୀ। ଅତି ବେଶୀରେ ଦାମଙ୍କ ନୂଆ ଦଳ ବିଜେପି କିମ୍ବା କଂଗ୍ରେସର ଅନାବଶ୍ୟକ ଲାଞ୍ଜ ହେବା ଛଡା ଅଧିକ କିଛି ପ୍ରଭାବ ପକାଇ ପାରିବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.