ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଏସ୍ୟୁଭି କାର୍ କେନାଲ ମଧ୍ୟକୁ ଗଳି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଏକ ବାହାଘରରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତାରୁ କାର୍ଟି କେନାଲକୁ ଖସି ପଡିଥିଲା। ରାତି ତିନିଟା ସମୟରେ ନାଗରମ୍ର ଏକ କେନାଲ ମଧ୍ୟକୁ କାର୍ ଖସି ପଡିଥିବା ବେଳେ ୨୨ ଜଣ ବୟସ୍କଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମାତ୍ର ୭ ଜଣ ଶିଶୁଙ୍କର କୌଣସି ପତା ମିଳିନଥିଲା। ଘଟଣାସ୍ଥଳରେ ଏନ୍ଡିଆରଏଫ୍ ଟିମ୍ର ସଦସ୍ୟ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Author: Samikhsya Bureau
ଅଭିନେତ୍ରୀରୁ ସାଂସଦ ହୋଇଥିବା ନୁସରତ୍ ଜହାଁ ପରିଣୟ ସୂତ୍ରରେ ବାନ୍ଧି ହୋଇଛନ୍ତି। କଲିକତାର ବିଜିନେସ୍ମ୍ୟାନ୍ ନିଖିଲ୍ ଜୈନ୍ଙ୍କୁ ବିବାହ କରିଛନ୍ତି ଏହି ଟିଏମ୍ସି ସାଂସଦ। ତୁର୍କୀର ଓ୍ବଡରୁମ୍ଠାରେ ହିନ୍ଦୀ ରୀତିରେ ବାହାଘର ସମ୍ପୂର୍ଣ୍ଣ ହୋଇଛି। ବିବାହର ଫଟୋକୁ ନୁସରତ୍ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଏହି ବିବାହ ଉତ୍ସବରେ ପରିବାରର କିଛି ସଦସ୍ୟଙ୍କ ସହ ଅଳ୍ପ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ରହିଥିଲେ। ଏହି ବିବାହ ଉତ୍ସବରେ ଟିଏମ୍ସିର ଅନ୍ୟତମ ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ସାମିଲ୍ ହୋଇଥିଲେ। ନୁସରତ୍ ପଶ୍ଚିମବଙ୍ଗର ବସୀରହାଟରୁ ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି। ସେ ବିଜେପିର ସାୟନ୍ତନ ବସୁଙ୍କୁ ୩,୫୦,୩୬୯ ଭୋଟ୍ରେ ହରାଇଥିଲେ। ‘ଖୋଖା ୪୨୦’, ‘ଖିଲାଡି’, ‘ସୋନ୍ଧେ ନମାର ଆଗେୟ ପରି ଫିଲ୍ମରେ ଅଭିନୟ କରି ବେଶ୍ ଲୋକପ୍ରିୟତା ପାଇଥିଲେ ନୁସରତ୍। ଏହା ସହିତ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରହିଛନ୍ତି ଏହି ଅଭିନେତ୍ରୀ ତଥା ସାଂସଦ ଜଣକ।
ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି । ସକାଳ ୧୧ଟାରେ ସଂସଦର ସେଣ୍ଟ୍ରାଲ୍ ହଲ୍ରେ ରାଷ୍ଟ୍ରପତି ନିର୍ବାଚିତ ସରକାରଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି । ରାଷ୍ଟ୍ରପତି ଏହି ଅଭିଭାଷଣରେ ସରକାରଙ୍କ ଆଭିମୁଖ୍ୟ, ଏଜେଣ୍ଡା ଏବଂ ଆଗାମୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି । ପ୍ରଥମେ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ନିର୍ବାଚନ କମିଶନକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ଚଳିତ ବର୍ଷ ଅଧିକ ମହିଳା ଭୋଟ୍ ଦେଇଛନ୍ତି, ଏଥର ସର୍ବାଧିକ ୭୮ ମହିଳା ସାଂସଦ ବିଜୟୀ ହୋଇଛନ୍ତି । ନୂଆ ସରକାର ବିଷୟରେ ରାଷ୍ଟ୍ରପତି ସୂଚନା ଦେଇ କହିଥିଲେ, ଏବେ ସବ୍କା ସାଥ , ସବ୍କା ବିକାଶ ମନ୍ତ୍ରରେ ସରକାର ଆଗକୁ ବଢୁଛି। ବିନା ଭେଦଭାବରେ ବିକାଶ ପଥରେ ସରକାର ଅଗ୍ରସର ହେଉଛି। ସୁଦୃଢ଼ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଙ୍କଳ୍ପବଦ୍ଧ। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଆମର…
ଅସହ୍ୟ ତାତି ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାଛୁଟିକୁ ୨୫ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ମାତ୍ର ପାଗରେ ପରିବର୍ତ୍ତନ ଯୋଗୁଁ ସ୍କୁଲ ଛୁଟିକୁ ୨୫ ପରିବର୍ତ୍ତେ ୨୧ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଫଳରେ ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲା ରହିବା ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଫନି ଦ୍ବାରା ପ୍ରଭାବିତ ବିଦ୍ୟାଳୟ ମାନଙ୍କରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ସେହିସବୁ ବିଦ୍ୟାଳୟରେ ପାଠପଢାକୁ ନେଇ ସଂଶୟ ସୃଷ୍ଟି ହୋଇଛି ।
ତେଲୁଗୁ ଅଭିନେତ୍ରୀ ଆମଲା ପଲ ଦୀର୍ଘ ୧ ବର୍ଷର ବ୍ୟବଧାନ ପରେ ସିଲ୍ଭର ସ୍କ୍ରିନ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ରାତିରେ ଆମଲାଙ୍କ ଅଭିନୀତ ଆଡାଇର ଟିଜର ରିଲିଜ୍ ହେବା ପରେ ସାମନ୍ଥା ରଥ୍ ପ୍ରଭୁ ଏବଂ କରଣ ଜୋହର ଏହାକୁ ପ୍ରଶଂସା କରିଛନ୍ତି । ୧ ମିନିଟ୍ର ଏହି ଟିଜରଟି ଜିନ୍ ପଲ୍ ସାର୍ଟ୍ରେଙ୍କ ଏକ ପଙ୍କ୍ତିରୁ ଆରମ୍ଭ ହୋଇଛି । ଯାହା ତୁମ ସହିତ ଘଟିଛି ତୁମେ ତାକୁ କିପରି ଜୀବନରେ ଲଗାଉଛ ତାହା ହେଉଛି ସ୍ବାଧୀନତା । ଫିଲ୍ମର କାହାଣୀ ସମ୍ପର୍କରେ ଟିଜରରେ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ । ଜଣେ ଝିଅ ନିଖୋଜ ଥିବା ବେଳେ ଖୋଜିବା ପାଇଁ ପୋଲିସ୍ ନିକଟରେ ମାର ଅଭିଯୋଗ ଉପରେ କାହାଣୀ ରହିଛି । ଏହା ସହିତ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଟପ୍ଲେସ୍ ଅବତାରରେ ନଜର ଆସିଛନ୍ତି ଆମଲା ପଲ୍ । ତେଲୁଗୁ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଏବଂ ବଲିଉଡ୍…
ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଅସଦାଚରଣ ତଥା ଗାଳି ଗୁଲଜ ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକ ଆଜି ନ୍ୟାୟ ଦାବି କରି ନବୀନ ନିବାସ ସାମ୍ନାରେ ଧାରଣାରେ ବସିଛନ୍ତି । ମିଳିଥିବା ଖବର ଅନୁସାରେ, ଗତ କିଛି ଦିନ ତଳେ କଟକର ଜଣେ ମହିଳାଙ୍କୁ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଭାଇ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳାଜଣଙ୍କ ପୁରୀଘାଟ ଥାନାରେ ମାମଲା ରୁଜୁ କରିଥିଲା । କିନ୍ତୁ ଏଯାଏଁ ଅନୁଭବଙ୍କ ବିରୋଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ମହିଳା ଜଣଙ୍କ କହିଥିଲେ । ଏହି ଅଭିଯୋଗ ନେଇ ମହିଳା ଜଣକ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ । ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିବା ଜଣାପଡିଛି ।
ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି। ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୦ରେ ପହଞ୍ଚିଛି। ଏହା ସହିତ ନୂତନ ଭାବରେ ୨୦ ଜଣ ଶିଶୁ ମସ୍ତିଷ୍କ ଜ୍ବରରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ବ୍ୟାପିବା ପରେ ବୈଶାଳୀ ଏବଂ ହରିବଂଶପୁରରେ ଲୋକ ନିଜର ଘର ଖାଲି କରି ଅନ୍ୟ ସ୍ଥାନକୁ ପଳାଉଥିବା ଜଣା ପଡିଛି। ମସ୍ତିଷ୍କ ଜ୍ବର ବ୍ୟାପିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିହାର ଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯିବା ସହିତ ଇସ୍ତଫା ଦାବି କରାଯାଇଥିଲା। ପ୍ରତ୍ୟକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସ୍ଥାନୀୟ କୋର୍ଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, କେନ୍ଦ୍ର…
ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ଆଇଏସ୍ର ରାଡାରରେ ଭାରତ ଏବଂ ଶ୍ରୀଲଙ୍କା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଇରାକ ଏବଂ ସିରିଆରେ ଆଇଏସ୍ ଉପରେ ଆକ୍ରମଣ ହେବା ପରେ ଏହି ଆତଙ୍କୀ ସଙ୍ଗଠନ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ଭାରତ ମହାସାଗରୀୟ ଉପକୂଳ ରାଷ୍ଟ୍ରକୁ ଆକ୍ରମଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଇରାକ ଏବଂ ସିରିଆରେ ଏହି ସଙ୍ଗଠନର ନେଟଓ୍ବର୍କ ଶେଷ ହେବା ପରେ ବର୍ତ୍ତମାନ ଭାରତୀୟ ସହର କେରଳ ଏବଂ ଶ୍ରୀଲଙ୍କାର କଲମ୍ବୋକୁ ଟାର୍ଗେଟ୍ କରାଯାଇପାରେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁଇନ୍ଦା ସାଟେଲାଇଟ୍ ସୂଚନା ଅନୁଯାୟୀ ଏହି ଅଞ୍ଚଳ ମାନଙ୍କରେ ଜେହାଦୀ ଆକ୍ରମଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହା ସହିତ ଅନ୍ୟ ଭାରତୀୟ ସହର ଗୁଡିକ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କାଶ୍ମୀରରେ ମଧ୍ୟ ଆକ୍ରମଣର ପୂର୍ବାନୂମାନ ଲଗାଯାଇଛି।
ବୁଧବାର ବିଳମ୍ବିତ ରାତ୍ରରେ ପୁରୀ-ଭୁବନେଶ୍ୱର ରାସ୍ତାରେ ମାଳତିପାଟପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ୨ଟାରେ ଦୁଇଟି ବାଇକରେ ୬ ଜଣ ଯୁବକ ପୁରୀ ଅଭିମୁଖେ ଯାଉଥିଲେ। ସେହି ସମୟରେ ମାଳତିପାଟପୁର ଠାରେ ଗୋଟିଏ ଗାଡି ଅନ୍ଧାରରେ ହମ୍ପସକୁ ଦେଖି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାସହ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି। ଆହତ ଯୁବକ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯୁବକ ଭଦ୍ରକ ଜିଲ୍ଲାର ଏବଂ ସେମାନେ ପୁରୀ ଭ୍ରମଣ ପାଇଁ ଯାଉଥିଲେ ବୋଲି ଜଣାପଡିଛି।
କେଦାର ମିଶ୍ର ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି। “ଜୟ ଶ୍ରୀରାମ”…
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ବୈଠକରେ ଏକକ ନିର୍ବାଚନ ନେଇ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କ ଏହି ପ୍ରସ୍ତାବକୁ ବିଜେଡି ସମର୍ଥନ କରୁଛି ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି । ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶର ଗତିରୋଧ ହୋଇଥାଏ । ତେଣୁ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ନବୀନ । ସେହିପରି ଏହି ବୈଠକରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପରେ ଆଲୋଚନା କରାଯାଇଛି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବାକୁ ଦାବି, ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହା କରିବାକୁ ନବୀନ ପରାମର୍ଶ ଦେବା ସହିତ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣକୁ ସମର୍ଥନ ଦେଇଛନ୍ତି ନବୀନ । ଏ ନେଇ ସବୁ…
ପଶ୍ଚିମ ଓଡିଶାରେ ଏକ ଭୂକମ୍ପ ଝଟ୍କା ଅନୂଭୂତ ହୋଇଛି । ପଶ୍ଚିମ ଓଡିଶାର କୁଚିଣ୍ଡା, ସମ୍ବଲପୁର, ବଣାଇ ଏବଂ ଝାରସୁଗୁଡାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ମାତ୍ର ଅଳ୍ପ କିଛି ସେକେଣ୍ଡ ପାଇଁ ଏହି ଭୂକମ୍ପର ପ୍ରଭାବ ରହିଥିଲା । ଭୂକମ୍ପ ଝଟ୍କା ପରେ ସ୍ଥାନୀୟ ଅଞ୍ଚଳର ଲୋକ ଭୟରେ ଘର ବାହାରକୁ ପଳାଇଥିଲେ । ବିଭିନ୍ନ ଉଚ୍ଚ କୋଠାଘରରୁ ଲୋକମାନେ ବାହାରକୁ ଖାଲିସ୍ଥାନକୁ ପଳାଇ ଆସିଥିଲେ ।
ଚଳିତ କ୍ରିକେଟ ବିଶ୍ବକପ୍ରେ ଭାରତକୁ ବଡ ଝଟ୍କା । ଭାରତୀୟ ଓପ୍ନର ବାମହାତୀ ଶିଖର ଧଓ୍ବନ୍ ବିଶ୍ବକପ୍ରୁ ବାଦ ପଡିଛନ୍ତି । ଆଙ୍ଗୁଠିରେ ଆଘାତ ଯୋଗୁଁ ଧଓ୍ବନ୍ ବାଦ ପଡିଥିବା ବେଳେ ଧଓ୍ବନ୍ଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଯୋଗ ଦେଇଥିବା ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି । ପନ୍ତଙ୍କ ସ୍ଥାନରେ ଧଓ୍ବନଙ୍କୁ ସାମିଲ କରାଇବା ନେଇ ଆଇସିସି ନିକଟରେ ଆବେଦନ କରାଯାଇଛି ବୋଲି ଭାରତୀୟ ଦଳର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ ପ୍ରକାଶ କରିଛନ୍ତି । ଧଓ୍ବନ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଆହତ ହୋଇଥିବା ବେଳେ ଦୁଇ ସପ୍ତାହ ମଧ୍ୟରେ ଠିକ୍ ହେବା ନେଇ ଆଶାପ୍ରକାଶ କରାଯାଉଥିଲା ମାତ୍ର ଧଓ୍ବନ୍ ଜୁଲାଇ ପର୍ଯ୍ୟନ୍ତ ଠିକ୍ ହେବାର ସମ୍ଭାବନା କ୍ଷୀଣ ଥିବାରୁ ତାଙ୍କ ସ୍ଥାନରେ ପନ୍ତଙ୍କୁ ସାମିଲ କରାଯାଇଛି । ଧଓ୍ବନଙ୍କ ଅନୁପସ୍ଥିତିରେ ରାହୁଲ୍ ଓପନ୍ କରିବେ ତେଣୁ ଚାରି ନମ୍ବର ସ୍ଥାନ ପାଇଁ ବିଜୟ ଶଙ୍କର, ଦୀନେଶ କାର୍ତ୍ତିକ ଏବଂ…
ସମୀକ୍ଷା ବ୍ୟୁରୋ ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଉଦବେଗ ଜନକ ଭାବେ ବଢିବାରେ ଲାଗିଛି। ଜାପାନୀ ଜ୍ଵର ଦ୍ବାରା ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଶିଶୁ ମୃତ୍ୟୁବରଣ କରିସାରିଲେଣି। ଆହୁରି ଶହ ଶହ ଶିଶୁ ଏହି ରୋଗରେ ପିଡିତ ହୋଇ ଚିକିତ୍ସା ହେଉଛନ୍ତି। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହିପରି ଏକ ଘଡିସନ୍ଧି ସମୟରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୁଛନ୍ତି ସଚେତନତା। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବାଲୁକା କଳା କରି ଏହି ରୋଗରୁ ଦୂରେଇ ରହିବା ପାଇଁ ଆହ୍ବାନ ଦେଇଛନ୍ତି। ସେ ଏହି କଳା ମାଧ୍ୟମରେ ସରକାରଙ୍କୁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସୁଦର୍ଶନ ଏବଂ ତାଙ୍କର ଛାତ୍ରଛାତ୍ରୀ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ଏକ ମୃତ ଶିଶୁର ସ୍ଥାପତ୍ୟ କରିବା ସହିତ ମୋତେ ଜାପାନୀ ଜ୍ଵରରୁ ରକ୍ଷାକର ବୋଲି ସ୍ଲୋଗାନ ଲେଖିଛନ୍ତି।
ଓଡିଶାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଲିଚୁର ତୁରନ୍ତ ସାମ୍ପୁଲ ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ। ଆଜି ସଚିବାଳୟରେ ବସିଥିବା ସିଡିଏମଓ ବୈଠକରେ ସେ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମୀମାନେ ବଜାରରେ ବୁଲି ଲିଚୁ ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ପରୀକ୍ଷାରେ ଯଦି ମାନବ ଶରୀରକୁ କ୍ଷତି କରୁଥିବା କିଛି କଣିକା ପରିଲକ୍ଷିତ ହେବ ତେବେ ସେସବୁର ବିକ୍ରି ବନ୍ଦ କରାଯିବ। ବିହାର ମୁଜାଫରପୁର ଜିଲ୍ଲାରେ ମସ୍ତିଷ୍କ ଜ୍ୱରରେ ଏ ପର୍ଯ୍ୟନ୍ତ 110 ଜଣ ଶିଶୁ ମୃତ୍ୟୁ ମୁଖରେ ପଡିସାରିଲେଣି। ମୁଖ୍ୟତଃ ଲିଚୁ ଖାଇଲେ ଏହି ରୋଗ ଦେଖାଦିଏ ବୋଲି କୁହାଯାଉଛି। ସେଥିପାଇଁ ବିହାରରେ ବର୍ତ୍ତମାନ ଲିଚୁ ବିକ୍ରିକୁ ବନ୍ଦ କରିଦିଆଯାଇଛି। ଲିଚୁରେ ଏହି ରୋଗ ସୃଷ୍ଟିକାରୀ ଉପାଦାନ ରହିଛି ବୋଲି ପରୀକ୍ଷାରୁ ଜଣାପଡିଛି। ଏହି ଖବର ଜଣାପଡିବା ପରେ ଓଡିଶା…
୭୦ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୀନତ୍ ଅମାନ୍ ଅପ୍କମିଙ୍ଗ ଫିଲ୍ମ ‘ପାନିପତ୍’ରେ ନଜର ଆସିବେ । ଏହି ଫିଲ୍ମଟିରେ ଜୀନତ୍ ସକିନା ବେଗମ୍ ଚରିତ୍ରରେ ନଜର ଆସିବେ । ଆଶୁତୋଷ ଗଓ୍ବାରିକରଙ୍କ ଏହି ପିରିୟିଡିକି ଫିଲ୍ମରେ ଅର୍ଜୁନ୍ କପୁର୍, ସଞ୍ଜୟ ଦତ୍ତ, କ୍ରିତି ସାନନ୍ ପ୍ରମୁଖ ନଜର ଆସିବେ । ୧୭୬୧ ମସିହା ଜାନୁଆରୀ ୧୪ ତାରିଖରେ ପାନିପଥଠାରେ ହୋଇଥିବା ତୃତୀୟ ପାନିପଥ ଯୁଦ୍ଧକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ । ଭାରତ ଇତିହାସରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ଲଢେଇ । ଏହି ଲଢେଇ ମରାଠା ଓ ଅଫଗାନ୍ଙ୍କ ମଧ୍ୟରେ ହୋଇଥିଲା । ପୂର୍ବରୁ ଆଶୁତୋଷଙ୍କ ଫିଲ୍ମ ’ଗବାହୀ’ରେ ଜୀନତ୍ ଅଭିନୟ କରିଥିଲେ । ପୁଣିଥରେ ଜୀନତ୍ଙ୍କ ସହ କାମ କରିବାକୁ ନେଇ ଆଶୁତୋଷ ବେଶ୍ ଖୁସି ଅଛନ୍ତି ।
ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସବୁଠାରୁ ଫିଟ୍ ମାତ୍ର ପେସ୍ ବୋଲର ମହମ୍ମଦ ସାମି ଆଘାତପ୍ରାପ୍ତ ନହେବା ମୋ ପାଇଁ ବଡ ଉପଲବ୍ଧି ବୋଲି କହିଛନ୍ତି ଭାରତୀୟ ଦଳର ଟ୍ରେନର ଶଙ୍କର ବାସୁ । 2015ରେ ଭାରତୀୟ ଦଳ ସହିତ ଯୋଗ ଦେଇଥିବା ବାସୁ କୁହନ୍ତି, ସାମି ନିଜ କ୍ୟାରିୟର ଆରମ୍ଭରେ ଅତ୍ୟନ୍ତ ଆଘାତ ପ୍ରବଣ ଥିଲେ । ମାତ୍ର 2015 ପରେ ସାମି ନିଜ ଫିଟ୍ନେସ୍କୁ ଗୁରୁତର ସହିତ ଗ୍ରହଣ କରିବା ସହିତ ବିଗତ ସିଜିନ୍ରେ ଗୋଟିଏ ବି ଟେଷ୍ଟରୁ ବାଦ ନପଡିବା ସଫଳତାର ନିଦର୍ଶନ ବୋଲି କହିଛନ୍ତି ବାସୁ । ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସବୁଠୁ ଫିଟ୍ ହୋଇଥିଲେ ମଧ୍ୟ ସାମି ଏବଂ କେଦାର ଯାଦବଙ୍କ ପରି ଖେଳାଳିଙ୍କୁ ଫିଟନେସ୍ ଫ୍ରିକ୍ ବନାଇବା ଏକ ଅଲଗା ଉପଲବ୍ଧି ବୋଲି କହିଛନ୍ତି ବାସୁ । ସାମିଙ୍କ ଫିଟ୍ନେସ୍ ଉପରେ ଲଗାତାର କାମ କରାଯାଉଛି ଏବଂ ତାଙ୍କ…
ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ସର୍ବଦଳୀୟ ବୈଠକ । ଏହି ସର୍ବଦଳୀୟ ବୈଠକରେ ମମତା ବାନର୍ଜୀ, ଉଦ୍ଧବ ଠାକରେ, ରାହୁଲ୍ ଗାନ୍ଧି, ଅରବିନ୍ଦ କେଜ୍ରିଓ୍ବାଲ, କେସିଆର୍, ଷ୍ଟାଲିନ୍, ମାୟାବତୀ, ଅଖିଳେଶ, ଏମ୍.ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ଯୋଗଦେଇ ନାହାଁନ୍ତି । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ସର୍ବଦଳୀୟ ବୈଠକରେ ‘ଓ୍ବାନ୍ ନେସନ୍, ଓ୍ବାନ୍ ଇଲେକସନ୍’ ନେଇ ଆଲୋଚନା ହେବ । ମୋଦି ସରକାର ‘ଏକକ ନିର୍ବାଚନ’କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଏହାକୁ ପ୍ରଣୟନ କରିବାକୁ ଲାଗିଥିବାବେଳେ ଏହାକୁ ବିରୋଧ କରିଛନ୍ତି କେତେକ ବିରୋଧୀ ଦଳ । ଚଳିତ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ବିଜେପି ’ଏକକ ନିର୍ବାଚନ’କୁ ସ୍ଥାନ ଦେଇଥିଲା । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏହି ବିଷୟକୁ ନେଇ ବେଶ୍ ତତ୍ପରତା ଦେଖାଇଛି ବିଜେପି । ତେବେ…
ଭାରତୀୟ ବଜାରରେ ପ୍ରବେଶ କରିଛି କେଟିଏମ୍ର ନୂତନ ମଡେଲ ଆର୍ସି 125 । ଭାରତୀୟ ବଜାରରେ ଏହି ଦୁଇ ଚକିଆ ଯାନର ମୂଲ୍ୟ 1.47 ଲକ୍ଷ ଟଙ୍କା ରହିଛି । ଏହା କେଟିଏମ୍ର ପୂର୍ବ ମଡେଲ କେଟିଏମ୍ ଆରସି 16 ଅପେକ୍ଷା ଉନ୍ନତ ମାନର ରହିଛି । ଏହି ବାଇକ୍ରେ 124 ସିସିର ଇଞ୍ଜିନ୍ ରହିଥିବା ବେଳେ ଏହା 12 ଏନ୍ଏମ୍ ଟର୍କ ଏବଂ 14.3 ବିଏଚ୍ପିର ଶକ୍ତି ପ୍ରଦାନ କରିଥାଏ । 6 ସ୍ପିଡ୍ର ଗିଅର ବକ୍ସ ରହିଥିବା ଏହି ବାଇକ୍ରେ 300 ଏମ୍ଏମ୍ ଏବଂ 230 ଏମ୍ଏମ୍ର ଡିସ୍କ ବ୍ରେକ୍ ରହିଛି ।
ସମାଜବାଦୀ ଦଳର ଜନୈକ ନେତାଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଛନ୍ତି । ସମାଜବାଦୀ ଦଳର ନେତା ପୁନେମ ସିଂଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମଙ୍ଗଳବାର ପୁନେମଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା । ଜଣେ ଠିକାଦାର ଭାବରେ କାର୍ଯ୍ୟ କରୁଥିବା ଏହି ନେତା ଜଣକ ମରିମାଲ୍ଲା ଗ୍ରାମରେ ଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଅପହରଣ କରିଥିଲେ । ପୋଲିସ୍ ଥାନା ନିକଟରୁ 16 କିମି ଭିତରକୁ ଜଙ୍ଗଲ ମଧ୍ୟରେ ପୁନେମଙ୍କୁ ହତ୍ୟା କରାଯାଇଥିଲା । ନିକଟରେ ରହିଥିବା ସମସ୍ତ ଗାଡି ଗୁଡିକରେ ମାଓବାଦୀ ମାନେ ନିଆଁ ଲଗାଇଥିବା ବେଳେ ଶବ ଫେରାଇବାକୁ ରାଜି ହେଉନଥିବା ପୋଲିସ୍ ପକ୍ଷରୁ କୁହାଯାଇଛି ।
ଗଞ୍ଜାମ ଜିଲ୍ଲା କୁଲଟା ଗାଁରେ ୨୦୦୭ରେ ହୋଇଥିବା ମହେଶ୍ୱର ସାସମଲ ହତ୍ୟା ମାମଲାରେ ଆଜି ଶୁଣାଣି ହୋଇଛି । ଏହି ଅଭିଯୋଗରେ ଅଭୁଯୁକ୍ତ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବ୍ରହ୍ମପୁର ଏଡିଜେ -୧ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ୧୯ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇସାରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମାରପିଟ ହୋଇ ମହେଶ୍ୱର ସାସମଲ ମୃତ୍ୟୁ ହୋଇଥିଲା । ୧୨ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି ।

