Author: Samikhsya Bureau

ନବୀନଙ୍କଙ୍କ ପରି ନିରଞ୍ଜନ ମଧ୍ୟ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପିସିସି ମୁଖିଆ ନିରଂଜନ ପଟ୍ଟନାୟକ ମଧ୍ୟ ଘସିପୁରା ଏବଂ ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହେବାନେଇ ଖବର ମିଳିଛି। ଏନେଇ ସଙ୍କେତ ଦେଇଛନ୍ତି କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ପ୍ରଧାନ। କେନ୍ଦୁଝର ରାଜନୀତି ପାଇଁ ନିରଂଜନ ଏବଂ ବିଜେଡି ନେତା ବଦ୍ରି ପାତ୍ରଙ୍କ ମଧ୍ୟରେ ସବୁବେଳେ ଟକ୍କର ଲାଗି ରହିଥାଏ। କିଛିଦିନ ତଳେ ଆନନ୍ଦପୁର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ପରେ ଏହି ବିବାଦ ବେଶି ବଢିଯାଇଛି। ଏହି ହତ୍ୟାକାଣ୍ଡରେ ବଦ୍ରିଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଯାହାପରେ ବଦ୍ରି ଏହାର ପ୍ରତିକ୍ରିୟା ଦେବା ସହ ନିରଂଜନଙ୍କୁ ସମାଲୋଚନା କରିଥିଲେ। ଏପରିକି ତାଙ୍କ ବିରୋଧରେ ପ୍ରାର୍ଥୀ ହେବା ପାଇଁ ନିରଂଜନଙ୍କୁ ଆହ୍ୱାନ କରିଥିଲେ। ନିରଂଜନ ମଧ୍ୟ ଏହି ଆହ୍ୱାନକୁ ସ୍ୱୀକାର କରିଥିବା କହିଥିଲେ। ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ…

Read More

ଭାରତୀୟ ଟି ୨୦ ଲିଗ୍‌ ଆଇପିଏଲ୍‌ର ୧୦ଟି ମ୍ୟାଚ୍‌ ସରିଲାଣି । ଏହି ୧୦ ମ୍ୟାଚ୍‌ରେ ଅନେକ ଥର ବ୍ୟାଟ୍ସମ୍ୟାନ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି । ଉଦ୍‌ଘାଟନୀ ମ୍ୟାଚ୍‌ ଲୋ ସ୍କୋରିଂ ରହିବା ସହିତ ଆରସିବି ୧୦୦ ରନ୍‌ ଛୁଇଁ ପାରିନଥିବା ବେଳେ ୪ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ ସଂଗୃହୀତ ହୋଇ ସାରିଲାଣି । ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଛି ।  ଚଳିତ ଆଇପିଏଲ୍‌ର ସର୍ବାଧିକ ରନ୍‌ ହାସଲକାରୀ ଏବଂ ସର୍ବାଧିକ ଓ୍ବିକେଟ ହାସଲାକାରୀଙ୍କ ତାଲିକା : ସର୍ବାଧିକ ଓ୍ବିକେଟ୍‌    ପର୍ପଲ୍‌ କ୍ୟାପ୍‌ ସଂଖ୍ୟା          ନାମ             ଦଳ                              ମ୍ୟାଚ୍‌      ଇନିଂସ …

Read More

ଏକ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହୋଟେଲ ହଲିଡେ ଇନ୍‌କୁ ବାଜ୍ୟାପ୍ତ କରିନେଇଛି। ଦୀପକ ତଲଓ୍ବାରଙ୍କ ମାଲିକାନାରେ ରହିଥିବା ଏହି ହୋଟେଲକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦାୟର କରାଯାଇଥିବା ମାମଲା ଆଧାରରେ ବାଜ୍ୟାପ୍ତ କରାଯାଇଛି। ବିଭିନ୍ନ ନେତା, ମନ୍ତ୍ରୀ ଏବଂ ବିମାନ କମ୍ପାନୀ ମଧ୍ୟରେ ଦଲାଲ ଭାବରେ କାମ କରୁଥିବା ଦୀପକ ତଲଓ୍ବାର ଦୁଇଟି ଏୟାରଲାଇନ୍ସକୁ ଅଧିକ ଉଡାଣର ଅନୁମତି ଦେଇ ୨୭୨ କୋଟିର ଅର୍ଥରାଶି ହାସଲ କରିଥିଲେ। ‘ଏୟାର ଆରବିଆ’ ଏବଂ ‘କାତାର ଏୟାରଓ୍ବେଜ୍‌’ କୁ ୨୦୦୮-୦୯ରେ ଏହି ଅନୁମତି ମିଳିଥିଲା। ଏହି ଅର୍ଥରାଶି ବ୍ୟାଙ୍କ ଅଫ୍‌ ସିଙ୍ଗାପୁରରେ ଜମା କରାଯାଇଥିଲା ଏସିଆଫିଲ୍ଡ ଲିମିଟେଡ୍‌ ନାମରେ ଯାହାକି ଶ୍ରୀ ତଲଓ୍ବାରଙ୍କର ଅଟେ ବୋଲି ଇଡି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ପୋଲିସ ନିକଟରେ ରହିଥିବା ତଲଓ୍ବାରଙ୍କୁ ଜାନୁୟାରୀ ୩୧ରେ ଦୁବାଇରୁ ଗିରଫ କରାଯାଇଥିବା ବେଳେ ପ୍ରତ୍ୟର୍ପଣ ଜରିଆରେ ଭାରତ ଆଣିଥିଲା ଇଡି।

Read More

ଆଫଗାନିସ୍ତାନରେ ଏକ ଚେକ୍‌ ପଏଣ୍ଟରେ ବିସ୍ଫୋରଣ ଘଟି ଅନ୍ୟୁନ ୨୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ତାଲିବାନ ଆତଙ୍କୀ ମାନେ ୨ଟି ସ୍ଥାନରୁ ଆକ୍ରମଣ କରିବା ପରେ ଏହି କ୍ଷୟକ୍ଷତି ଘଟିଥିବା କୁହାଯାଇଛି। ଘଜନୀ ସହରେ ହୋଇଥିବା ଆମକ୍ରମଣରେ ୯ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇବା ସହିତ ୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଜଣେ ପୋଲିସ୍‌ ମୁଖ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ଏକ ଆକ୍ରମଣରେ ୫ଜଣ ପୋଲିସ୍‌, ୨ଜଣ ସାଧାରଣ ଲୋକଙ୍କ ସହିତ ୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଫୈଜାବାଦର ବଡକ୍ଷଣରେ ହୋଇଥିବା ଏହି ଆକ୍ରମଣରେ ଆତଙ୍କୀ ମାନେ  ରକେଟ ଲଞ୍ଚର ବ୍ୟବହାର କରିଥିଲେ।

Read More

ଆମେରିକୀୟ ବୈଷୟିକ କମ୍ପାନୀ ଆପଲ୍‌ ଏହାର ଓ୍ବାୟାରଲେସ୍‌ ଚାର୍ଜିଂ ପ୍ରକଳ୍ପକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଓ୍ବାୟାରଲେସ୍‌ ଚାର୍ଜିଂ ମ୍ୟାଟ୍‌ ପ୍ରୋଜେକ୍ଟ ନାମକ ଏହି ପ୍ରକଳ୍ପ କମ୍ପାନୀ ଦ୍ବାରା ଧାର୍ଯ୍ୟ ମାନଦଣ୍ଡକୁ ଛୁଇଁବାରେ ସକ୍ଷମ ହୋଇନଥିବାରୁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏହା ସହିତ ଏହି ଚାର୍ଜରକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ଗ୍ରାହକଙ୍କ ନିକଟରୁ କ୍ଷମା ପ୍ରାର୍ଥନା କରିଛି ଆପଲ୍‌। ଚାର୍ଜିଂ ଭବିଷ୍ୟତ ଓ୍ବାୟାରଲେସ୍‌ ହୋଇଥିବା ବେଳେ କମ୍ପାନୀ ଭବିଷ୍ୟତରେ ଏହି ପ୍ରକଳ୍ପ ଉପରେ କାମ କରିବାକୁ ଚାହିଁବ ବୋଲି କମ୍ପାନୀ ପକ୍ଷରୁ ବରିଷ୍ଠ ଉପସଭାପତି ଡାନ୍‌ ରିକାର୍ଡୋ କହିଛନ୍ତି। ବୈଷୟିକ ତ୍ରୁଟି ଯୋଗୁଁ ଏଥିରେ ଚାର୍ଜ କରିବା ଦ୍ବାରା ଫୋନ୍‌ ଅଧିକ ଗରମ ହେଉଥିବାରୁ ୨୦୧୭ ସେପ୍ଟେମ୍ବରରେ ଘୋଷଣା କରାଯାଇଥିବା ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା। ନିକଟରେ ଆପଲ ଏହାର ଓ୍ବାୟାରଲେସ୍‌ ଇଅରପଡ୍‌କୁ ଲୋକେ ବହୁତ ପସନ୍ଦ କରିଥିବା ବେଳେ ଓ୍ବାୟାରଲେସ୍‌…

Read More

ମହାନଦୀ ଜଳବିବାଦର ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ହୋଇଛି । ପୁଣି ଥରେ ଆପୋସ ଆଲୋଚନାରେ ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୧୧ରେ ହେବ ।  ଏହା ପୂର୍ବରୁ ମଧ୍ୟ ଓଡିଶା ଏବଂ ଛତିଶଗଡ ମଧ୍ୟରେ ଆପୋସ ସମାଧାନ ପାଇଁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ  । ଉଭୟ ପକ୍ଷର ଆଡଭୋକେଟ୍ ଜେନେରାଲ ବୈଠକରେ ଆଲୋଚନା କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ଏହି ବୈଠକରେ କଣ ସମାଧାନର ରାସ୍ତା ବାହାରିଛି ଏନେଇ ଟ୍ରିବ୍ୟୁନାଲକୁ ଆଜି ଉଭୟ ପକ୍ଷ କୋର୍ଟକୁ ଜଣାଇଥିଲେ ଏହା ପରେ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି  ।  ପ୍ରଥମ ଏବଂ ଦ୍ୱିତୀୟ ବୈଠକ ବିଫଳ ହୋଇଥିଲା । ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରି ନଥିଲା । ଗତ ବୈଠକରେ ଅଣମୌସୁମୀ ସମୟରେ ଓଡିଶାକୁ କେତେ କ୍ୟୁସେକ ଜଳ ଛଡାଯିବ ତାକୁ ନେଇ ଆଲୋଚନା କରାଯାଇଥିଲା ।…

Read More

ସରକାରକୁ ଆସିଲେ ନିତି ଆୟୋଗକୁ ଉଚ୍ଛେଦ କରିବେ ବୋଲି ରାହୁଲ୍‌ ଗାନ୍ଧି କହିଛନ୍ତି । ସେ କହିଛନ୍ତି ଯେ, ନିତି ଆୟୋଗ କୌଣସି ଉଦ୍ଦେଶ୍ୟ ସାଧନ କରୁନାହିଁ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଚାର କାର୍ଯ୍ୟ କରୁଛି ଏବଂ ଭୁଲ ତଥ୍ୟ ପ୍ରଦାନ କରୁଛି। କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇ ଯୋଜନା ଆୟୋଗରେ ବଦଳାଇବ । ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ସଦସ୍ୟ ଭାବେ ରଖାଯିବ। ସଦସ୍ୟ ସଂଖ୍ୟା ୧୦୦ରୁ କମ୍‌ ରହିବ। ସୂଚନାଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଜନା ‘ନ୍ୟାୟ’ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଏହା କାର୍ଯ୍ୟକାରୀ ହେଲେ ରାଜକୋଷ ୩.୫ ପ୍ରତିଶତରୁ ବଢି ୬ ପ୍ରତିଶତ ହୋଇଯିବ । ଏହି ଯୋଜନା ଆକାଶ କଇଁଆ ଭଳି, ଯାହାକୁ ପୂରା କରିବା ଅସମ୍ଭବ । ତେବେ ରାଜୀବ କୁମାରଙ୍କ ଏପରି ବୟାନକୁ ନିର୍ବାଚନ ଆୟୋଗ ନୋଟିସ୍‌…

Read More

ବିଜେଡ଼ିର ଆଉ ୩ଟି ଲୋକସଭା ଆସନ ଓ ୩୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ବାକି ଥିବାବେଳେ ଏବେବି ଚାଲିଛି ଦଳ ବଦଳ ପ୍ରକ୍ରିୟା । ଟିକେଟ ନପାଇବାକୁ ନେଇ ଗୋଟିଏ ପରେ ଗୋଟିଏ ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ଆଜି ଭଦ୍ରକ ସାଂସଦ ଅର୍ଜୁନ୍‌ ସେଠୀ ଦଳ ଛାଡ଼ି ଦଳ ବିରୋଧରେ ବିଷୋଦଗାର କରି ଇସ୍ତଫା ପତ୍ର ଦେଇଛନ୍ତି ।  ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।  ପ୍ରାର୍ଥୀ ଚୟନରେ ଅନିୟମିତାତାକୁ ନେଇ ଅସନ୍ତୁଷ୍ଟ ହୋଇଥିବା ସାଂସଦ ଅର୍ଜୁନ୍‌ ୮ଥର ସାଂସଦ ରହିଛନ୍ତି ।  ଏଥର ତାଙ୍କୁ ଟିକେଟ୍‌ ଦିଆଯାଇନାହିଁ । ଅର୍ଜୁନ୍‌ ସେଠୀ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ ବିଜେଡ଼ି ଛାଡ଼ିଛନ୍ତି । ତେବେ ଦଳ ଛାଡ଼ିବା ପରେ ସେ ତାଙ୍କ…

Read More

ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ତେଜ ବାହାଦୂର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା।ତେଜବାହାଦୂର କହିଛନ୍ତି, “ ମୋତେ ନିଜ ସହ ସାମିଲ କରିବା ପାଇଁ ଏକାଧିକ ରାଜନୈତିକ ଦଳ ମୋ ନିକଟକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ଜିତିବା କିମ୍ବା ହାରିବା ନେଇ କୌଣସି ଫରକ ପଡିବ ନାହିଁ । ଅର୍ଦ୍ଧସାମରିକ…

Read More

ଏକ କନ୍ନଡ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫାେରଣରେ 2 ଜଣ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଜଣେ 28 ବର୍ଷୀୟ ମହିଳା ଏବଂ ତାଙ୍କର 8 ବର୍ଷର ଝିଅ ପ୍ରାଣ ହରାଇଛନ୍ତି। କନ୍ନଡ ଫିଲ୍ମ ରଣମ୍‌ର ଏକ ବିସ୍ଫୋରଣ ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ମୃତା ମହିଳାଙ୍କ ନାମ ସୁମେରା ବାନୁ ଏବଂ ଝିଅର ନାମ ଆୟେରା ବାନୁ। ଏହି ବିସ୍ଫୋରଣରେ ସୁମେରାଙ୍କ 7 ବର୍ଷର ଝିଅ ଜୈନାବ୍‌ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ କିଛି ଦୂରରେ ଥିବା କେଆଇଏଡିବି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଏହି ଦୁର୍ଘଟଣା ପରେ ସୁଟିଂ ସେଟ୍‌ର ସଦସ୍ୟ ମାନେ ସେଟ୍‌ ଛାଡି ପଳାୟନ କରିଥିଲେ। ସୁଟିଂ ପାଇଁ ପେଲିସ୍‌ ଏବଂ ଅଗ୍ନିଶମ ବିଭାଗ ନିକଟରୁ ଅନୁମତି ନିବଯାଇନଥିଲା ବୋଲି ଉତ୍ତର ପୂର୍ବ ଡିଭିଜନ୍‌ର ଡିସିିପି କାଲା କ୍ରିଷ୍ଣସ୍ବାମୀ…

Read More

ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ବସ୍ତା ବିଧାୟକ ଓ ମନ୍ତ୍ରୀ ରଘୁନାଥ ମହାନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସରେ ନବୀନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଟିକେଟ ମିଳିବା ପ୍ରସଙ୍ଗ ଉପରେ ମତ ଦେଇ ରଘୁ ମହାନ୍ତି କହିଛନ୍ତି ଯେ, ଏହା ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ତେବେ ସେ ବିଜେଡ଼ିରେ ରହିଛନ୍ତି ଓ ଦଳ ପାଇଁ କାମ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Read More

ଆଇପିଏ୍‌ଲ୍‌ରେ ଚଳିତ ସିଜିନ୍‌ର ପ୍ରଥମ ଶତକ ଫିକା ପଡିଛି। ରାଜସ୍ଥାନ ରୟାଲ୍‌ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍‌ଠିତ ଏହି ମୁକାବିଲାରେ ସନ୍‌ରାଇଜର୍ସ ରୟାଲ୍ସକୁ 5 ଓ୍ବିକେଟ୍‌ରେ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମ୍‌ସନ୍‌ (102, 55 ବଲ୍‌) ଚଳିତ ଆଇପିଏଲ୍‌ର ପ୍ରଥମ ଶତକ ହାସଲ କରିଥିଲେ ମଧ୍ୟ ଓ୍ବାର୍ଣ୍ଣରଙ୍କ ଅର୍ଦ୍ଧଶତକ ସାମ୍ନାରେ ଫିକା ପଡିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଏହାର ସଫଳତମ ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କୁ ମାତ୍ର 15 ରନ୍‌ରେ ହରାଇଥିଲା। ବଟ୍‌ଲର ମାତ୍ର 5 ରନ୍‌ କରି ରସିିଦ୍‌ ଖାନ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍‌ଡ ହୋଇଥିଲେ। ଏହାପରେ ଅଧିନାୟକ ରାହଣେଙ୍କ ସହିତ ଯୋଗ ଦେଇଥିଲେ ସଞ୍ଜୁ ସାମ୍‌ସନ୍‌ । ଉଭୟ ପ୍ରାରମ୍ଭରୁ ଓ୍ବିକେଟ୍‌ ବଞ୍ଚାଇ ଖେଳିଥିଲେ ଏବଂ ପରେ ଆକ୍ରମଣ କରିଥିଲେ। ରାହାଣେ- ସାମସନ୍‌ 75 ବଲ୍‌ରୁ 119 ରନ୍‌ର ଭାଗିଦାରୀ କରିଥିଲେ। ରାହାଣେ 49 ବଲ୍‌ରୁ 4ଟି ଚୌକା ଏବଂ…

Read More

ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା। ପୀତାମ୍ବର ଆଚାର୍ଯ୍ୟ କାର୍ଯ୍ୟରତ ପୁଲିସ ଅଧିକାରୀ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ଆସିକା ଥାନାରେ ଏହି ମାମଲା ଦାଏର ହୋଇଛି। ଶୁକ୍ରବାର ଦିନ ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ଯାଞ୍ଚ ପାଇଁ ରାସ୍ତାରେ ତାଙ୍କ ଗାଡିକୁ ପୁଲିସ ଅଟକାଇଥିଲା। ସେ ଯାଞ୍ଚରେ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରେ ଉପସ୍ଥିତ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ସମେତ ପୁଲିସଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।

Read More

ଏକ ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ବ୍ଲକର ତଦସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୁରେଶ ନନ୍ଦ ବୋଲି ଜଣାପଡିଛି। ସେ ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ମୁତାବକ, କୋମନା ତହସିଲଦାର ସୁରେଶ ନନ୍ଦ ଆଜି ନିର୍ବାଚନ କାମରେ ନୂଆପଡାରୁ ଭୁବନେଶ୍ୱର ଆସୁଥିଲେ। ତେବେ ନୟାଗଡର ନୂଆଗାଁ-ଦଶପଲ୍ଲାର ରାସ୍ତାରେ ଥିବା ସୋରଡା ନିକଟରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଡିର ଡ୍ରାଇଭର ସନତ ପଟେଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Read More

ପ୍ରଯୋଜକ ବୋନି କପୁର ଏକ ବ୍ଲକ୍‌ବଷ୍ଟର ତେଲୁଗୁ ଫିଲ୍ମର ରିମେକ୍‌ କରିବାକୁ ଯାଉଛନ୍ତି। ‘ଏଫ୍-୨ ଫନ୍‌ ଆଣ୍ଡ ଫ୍ରଷ୍ଟ୍ରେସନ୍‌’ ଦୁଇ ମାସ ତଳେ ରିଲିଜ୍‌ ହୋଇଥିଲା ଏବଂ ଫିଲ୍ମଟି ୧୦୦ କୋଟିରୁ ଅଧିକ ବ୍ୟବସାୟ କରିବା ସହିତ ବ୍ଲକ୍‌ବଷ୍ଟର ମାନ୍ୟତା ହାସଲ କରିଥିଲେ। ଜାନୁୟାରୀ ୨୦୧୯ରେ ରିଲିଜ୍‌ ହୋଇଥିବା ଏହି ଚଳଚିତ୍ରରେ ଭେଙ୍କଟେଶ, ତମନ୍ନା ଭାଟିଆ, ବରୁଣ ତେଜ ଏବଂ ମେହରିନ୍‌ ପିରଜାଦା ନଜର ଆସିଥିଲେ। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଅନୀଲ ରବିପୁଡି ଦେଇଥିଲେ। ହିନ୍ଦୀ ରିମେକ୍‌ ନିମନ୍ତେ ବୋନି ଅନୀଶ ବାଜ୍‌ମୀଙ୍କୁ ଚୟନ କରିଥିବା ବେଳେ ଜନ୍‌ ଆବ୍ରାହାମ ପ୍ରମୁଖ ଭୂମିକାରେ ନଜର ଆସିବେ।ଏହି ଚଳଚିତ୍ର ପାଇଁ ବୋନି କପୁର ଏଫ୍‌-୨ର ପ୍ରଯୋଜକ ଦିଲ୍‌ ରାଜୁଙ୍କ ସହ ଆଲୋଚନାରତ ଅଛନ୍ତି। ପୂର୍ବରୁ ଶ୍ରୀଦେବୀ ହିନ୍ଦୀ ଫିଲ୍ମ ‘ପିଙ୍କ’ର ତାମିଲ ରିମେକ କରିବାକୁ ଚାହୁଁଥିଲା ବେଳେ ସେହି ପ୍ରକଳ୍ପ ଉପରେ କାମ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ବୋନି କପୁର।

Read More

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(ସପା)ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମହାମେଣ୍ଟରେ ଗୋଟିଏ ଦିନ ପୂର୍ବରୁ ସାମିଲ ହୋଇଥିବା ନିଶାଦ ପାର୍ଟି ଏବେ ୟୁ-ଟର୍ଣ୍ଣ ନେଇଛି। ନିଶାଦ ପାର୍ଟି କୌଣସି ପ୍ରକାରରେ ସପା-ବିଏସ୍‌ପି ମହାମେଣ୍ଟରେ ରହିବ ନାହିଁ ଏବଂ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁବାର ନିଶାଦ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପା- ବିଏସ୍‌ପି ମହାମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଥିଲା। ତେବେ ମେଣ୍ଟରେ ଯୋଗଦେବା ପରେ ଆସନ ଭାଗବଣ୍ଟାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ନିଶାଦ ପାର୍ଟି ମୁଖ୍ୟ ମହାରାଜଗଞ୍ଜ ଆସନରୁ ଦଳୀୟ ଚିହ୍ନରେ ଲଢ଼ିବାକୁ ମହାମେଣ୍ଟ ଆଗରେ ପ୍ରସ୍ତାବ ରଖିଥିଲେ। ହେଲେ ଏହି ଅଙ୍କ ଛିଡ଼ି ନଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନିଶାଦ ପାର୍ଟି ମହାମେଣ୍ଟକୁ ବାଏ ବାଏ କହିଛି। ମହାମେଣ୍ଟରୁ ଓହରିବା ପରେ ନିଶାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦ…

Read More

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ ତରଫରୁ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆମେରିକା ଏହି ପ୍ରବେଶ ପଥ ବନ୍ଦ କରିବ। ଆମେରିକାର ଦକ୍ଷିଣରେ ଅବସ୍ଥାପିତ ଏହି ସୀମାକୁ ବନ୍ଦ କରିବା ପାଇଁ ନିକଟରେ ପେଣ୍ଟାଗନ ଆମେରିକୀୟ କଂଗ୍ରେସକୁ ୧ ବିଲିୟନ୍‌ ଡଲାରର ଅର୍ଥରାଶି ପ୍ରଦାନ କରିଥିଲା। ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଏହି ସୀମାକୁ ଆମେରିକା ବନ୍ଦ କରିଦେବ ଏବଂ ଆବଶ୍ୟକ ପଡିଲେ ଦୀର୍ଘ ଦିନ ପାଇଁ ଏହି ସୀମାକୁ ବନ୍ଦ କରି ଦିଆଯିବ ଏବଂ ମେକ୍ସିକୋ ଆମେରିକା ସହିତ ଖେଳିବା ବନ୍ଦ କରୁ। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ନିଜର ମନୋଭାବ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଏହି ଧମକ ପରେ ମେକ୍ସିକୋ ପକ୍ଷରୁ ମଧ୍ୟ ସମାନ ଧମକ…

Read More

କେଦାର ମିଶ୍ର   ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ। ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ………. ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ। ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ ଓକିଲ ଥିଲି ବୋଲି ତମେ ଜାଣିନ କି? ମାଜିଷ୍ଟ୍ରେଟ? କି ଚାକିରି ଆପଣଙ୍କର? କଣ୍ଟାକ୍ଚୁଆଲ ପଦରେ ଅଛ କି? ମୁଁ କଟକ ଲୋକସଭା ଲାଗି ପ୍ରାର୍ଥୀ ଥିଲି, ଜିତି ବି ସାରିଥିଲି। ମୋତେ ହିଂଜିଳି ଖାସ କରି ପଠାଯାଇଛି। ତମ ନବୀନ ଗୋଟେ ଆଞ୍ଚଳିକ ଦଳର ପ୍ରାର୍ଥୀ, ମନେରଖ, ମୁଁ ଗୋଟେ ଜାତୀୟ ଦଳର ପ୍ରାର୍ଥୀ। , ନବୀନ ପଟ୍ଟନାୟକ ହାରିସାରିଲେଣି। ମୋତେ ଅଟକାଇବାର ସାହସ କଲ କେମିତି? ଏମିତି ଗୋଟେ ଲମ୍ବା ଉଚ୍ଚବାଚ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଉପରୋକ୍ତ ସଂଳାପ ସବୁ ଯେ କହିଛନ୍ତି ସେ ହେଉଛନ୍ତି ଓଡିଶା ବିଜେପିର ଜଣେ…

Read More

ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିବାର ଖବର ମିଳିଛି। ପ୍ରାୟ 10 ଜଣ ଲୋକ ଆସି ତାଙ୍କୁ ଅଫିସ ଭିତରୁ ଟେକି ନେଇଯାଇଥିଲେ। ତାଙ୍କୁ ଜବରଦସ୍ତ ଏକ ଗାଡିରେ ଦୁର୍ବତମାନେ ଅପହରଣ କରି ନେଉଥିବାର ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖିଥିଲେ। ଏହାର କିଛି ସମୟ ପରେ ଦୁର୍ବତମାନେ ଛାଡିଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅପହରଣ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଇଁତଳା ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଠିକା କାମକୁ ନେଇ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି।   ଏନେଇ ମାମଲା ରୁଜ୍ଜୁ ପରେ ପୁଇଁତଳା ପୋଲିସ ତନାଘନା ଅରମ୍ଭ କରିଛି। ଉଦ୍ଧାର ପରେ ସରୋଜଙ୍କୁ ଜିଲ୍ଲାପାଳ ଏବଂ ଏସପି ପଚାରାଉଚୁରା କରୁଛନ୍ତି।

Read More

ସୁଲତାନ ଆଜଲାନ ଶାହ କପ୍‌ ହକିରେ ନିଜର ଶେଷ ମ୍ୟାଚ୍‌ରେ ଭାରତ ୧୦-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି। ଏହିତ ମ୍ୟାଚ୍‌ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ୍‌ ପାଇଁ ଦୁଇ ପରିବର୍ତ୍ତନ କରିଥିଲା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା।  ସୁରେନ୍ଦ୍ର କୁମାର ଦଳର ନେତୃତ୍ବ ନେଇଥିଲେ। ଭାରତ ପକ୍ଷରୁ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଫିଲ୍‌ଡ ଗୋଲ୍‌ ଜରିଆରେ ଦେଇଥିଲେ ବିବେକ ପ୍ରସାଦ। ଭାରତ ଆଜିର ମ୍ୟାଚ୍‌ରେ ତିନୋଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲା। ଭାରତ ପକ୍ଷରୁ ସୁମିତ କୁମାର(୭), ବରୁଣ କୁମାର (୧୮,୨୫), ସୁରେନ୍ଦ୍ର କୁମାର (୧୯), ସିମରନ୍‌ଜିତ୍‌  ସିଂ(୨୯), ନୀଳକଣ୍ଠ (୩୬), ମନ୍‌ଦୀପ୍‌(୫୦,୫୧) ଏବଂ ଅମିତ ରୋହିଦାସ (୫୫) ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ଫାଇନାଲ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି। ମନ୍‌ଦୀପ୍‌ ସିଂ ବର୍ତ୍ତମାନ ସୁଦ୍ଧା ୭ଟି ଗୋଲ୍‌ ସ୍କୋର…

Read More

ବିଜେଡ଼ି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘାେଷଣା କରିଛି । ସେମାନେ ହେଲେ.. ୧. ପାରାଦୀପ – ସମ୍ବିତ ରାଉତରାୟ ୨. ବଡ଼ଚଣା  – ଅମର ଶତପଥୀ ୩. ପୁରୀ  – ମହେଶ୍ବର ମହାନ୍ତି ୪. ତିର୍ତ୍ତୋଲ୍‌ – ବିଷ୍ଣୁଦାସ ୫. ସୋର – ପର୍ଶୁରାମ ଧଡ଼ା ୬. ଜଟଣୀ – ବିଭୂତି ବଳବନ୍ତରାୟ ୭. ବାରବାଟୀ କଟକ – ଦେବାଶିଷ ସାମନ୍ତରାୟ ୮. କଟକ ସଦର – ଚନ୍ଦ୍ରସାରଥୀ ବେହେରା ୯.  ଜଳେଶ୍ବର – ଅଶ୍ବିନୀ କୁମାର ପାତ୍ର ୧୦. ଯଶୀପୁର –  ଗୋଲକ ନାଏକ ୧୧. ରେଙ୍ଗାଲୀ – ରୀନା ତନ୍ତୀ ୧୨. ବାଙ୍ଗିରିପୋଷି – ସୁଦାମା ମାରାଣ୍ଡି ୧୩. ବାଲେଶ୍ବର – ଜୀବନ ପ୍ରଦୀପ ଦାସ ୧୪. ଭଦ୍ରକ – ସଂଜୀବ ମଲ୍ଲିକ ୧୫. ରାଜନଗର – ଧ୍ରୁବ ଚରଣ ସାହୁ ୧୬. ସାରସକଣା – ଅମର ସିଂହ ଟୁଡୁ ୧୭. ଉଦଳା…

Read More