ବିଜେଡ଼ି ନେତା ବାବୁ ସିଂହ ଦଳ ଛାଡ଼ି ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ସେ ଆଜି ତାଙ୍କ ପଦବୀ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ଦଳ ତାଙ୍କ ପ୍ରତି ଗୁରୁତ୍ବ ନ ଦେବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ବାବୁ ଏବେ କେଉଁ ଦଳରେ ଯୋଗଦେବେ, ଏନେଇ କିଛି ସୂଚନା ମିଳିପାରିନାହିଁ ।
Author: Samikhsya Bureau
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି। ତିନିଦିନ ଧରି ସେ ଦିଲ୍ଲୀରେ ଡେରାପକାଇଛନ୍ତି। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ, ଦାମ ରାଉତ କୁଆଡେ ବିଜେପିରେ ମିଶିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିମଧ୍ୟରେ ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିବାର ଜଣାପଡିଛି। ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ ସହିତ ମଧ୍ୟ ଦାମ ଦୀର୍ଘ ସମୟ ଧରି ସାକ୍ଷାତ କରିଛନ୍ତି। ତାଙ୍କ ପାଇଁ କନକ ବର୍ଦ୍ଦନ ସିଂଦେଓ ମଧ୍ୟ ଦିଲ୍ଲୀରେ ଲବି କରୁଛନ୍ତି ବୋଲି ଜଣାପଡିଛି। ଯାହା ଜଣାପଡୁଛି ଯଦି ବିଜେପି ରାଷ୍ଟ୍ରୀୟ ନେତାମାନେ ରାଜି ହୁଅନ୍ତ ତେବେ ଦୁଇ ଦିନ ମଧ୍ୟରେ ଦାମ ବିଜେପିରେ ମିଶିବେ। ଅନ୍ୟ ଏକ ସୁତ୍ର ଅନୁସାରେ ଜଣାପଡିଛି ଯେ, ଯଦି ବିଜେପିରେ ମିଶିବା ସମ୍ଭବ ହୋଇପାରିବ ନାହିଁ ତେବେ ସେ ବିଜେପି ସମର୍ଥନରେ ବିଜେଡି କିପରି ହାରିବ ତାହାର ରଣନୀତି ତିଆରି କରିବେ। ବହୁ ବର୍ଷ…
ବଲିଉଡ୍ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର୍ ଖାନ୍ ଏବେ ସୁପରହିଟ୍ ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ୍’ର ହିନ୍ଦୀ ରିମେକ୍ରେ ନଜର ଆସିବେ । ୨୦୧୮ରେ ଫିଲ୍ମ ‘ ଦ ଠଗସ୍ ଅଫ୍ ହିନ୍ଦୁସ୍ତାନ’ ପରଦାକୁ ଆସିଥିଲା । ବିଗ୍ ବଜେଟ୍ର ଏହି ଫିଲ୍ମର ବହୁ ନାମୀଦାମୀ କଳାକାର ଥିବା ସତ୍ତ୍ବେ ଫିଲ୍ମଟି ବକ୍ସ ଅଫିସ୍ରେ ମାତ ଖାଇଯାଇଥିଲା । ଏହି ଫିଲ୍ମରେ ବିଗ୍ବି ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ୍, ଫତିମା ସାନା ଶେଖ୍ ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମଟି ଫ୍ଲପ୍ ହେବା ପରେ ଆମୀର୍ ଏବେ ନିଜ ଫିଲ୍ମ କ୍ୟାରିଅର୍କୁ ନେଇ ବେଶ୍ ଯତ୍ନବାନ ହୋଇପଡିଛନ୍ତି । ତେବେ ‘ମହାଭାରତ’ ଭଳି ଏକ ବିଗ୍ ବଜେଟ୍ର ଫିଲ୍ମ ପ୍ରସ୍ତୁତି କରିବା ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆମୀର୍ ଖାନ୍ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ମହାଭାରତ’କୁ କିଛି ସମୟ ପାଇଁ ବନ୍ଦରଖିଛନ୍ତି । ଏହା…
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଗତ ବୁଧବାର ମଧ୍ୟାହ୍ନରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଶିଶୁପୁତ୍ରକୁ ଚୋରି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜରେ ଜଣେ ମହିଳା ଓ ପୁରୁଷ ଏକ ବାଇକ୍ରେ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଜଣାପଡ଼ିଥିଲା। ବାଇକ୍ ନମ୍ବରକୁ ଆଧାର କରି ପୋଲିସ୍ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିବା ସହିତ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଗତ ବୁଧବାର ଦିନ ୧୧ରୁ ସାଢ଼େ ୧୧ଟା ସମୟ ମଧ୍ୟରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ୬୭ ନମ୍ବର କେବିନରେ ଭର୍ତ୍ତି ହୋଇଥିବା ପ୍ରସୂତି ଜୟନ୍ତୀ ତାଣ୍ଡିଙ୍କ ଶିଶୁ ପୁତ୍ରକୁ ଜଣେ ଅଚିହ୍ନା ମହିଳା ଧରିବା ବାହାନାରେ ଧରି…
ରାଫେଲ୍ ମାମଲାରେ ସରକାର ୟୁଟର୍ଣ୍ଣ ନେଇଛନ୍ତି । ଗତ ବୁଧବାର ଦିନ ସୁପ୍ରିମ୍କୋର୍ଟରେ ରାଫେଲ୍ ସମ୍ପର୍କିତ ଯାଚିକା ପୁନଃବିଚାର ଉପରେ ସରକାର କୋର୍ଟରେ ରାଫେଲ୍ ସମ୍ପର୍କିତ ଦସ୍ତାବିଜ୍ ଚୋରି ହୋଇଯାଇଛି ଓ ଏହାର ତଦନ୍ତ ଚାଲିଛି ବୋଲି କହିଥିଲେ । ଚୋରିକୁ ନେଇ ସରକାରଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସୁପ୍ରିମ୍କୋର୍ଟ । ରାଫେଲ୍ ଦସ୍ତାବିଜ୍ ଚୋରି ହେବା ଅଭିଯୋଗ ପରେ ବିରୋଧୀଙ୍କ କଡ଼ା ସମାଲୋଚନା ପରେ ଏହି ମାମଲାରେ ସରକାର ୟୁ ଟର୍ଣ୍ଣ ନେଇଛନ୍ତି । ରାଫେଲ୍ ସମ୍ପର୍କିତ ଦସ୍ତାବିଜ୍ ଚୋରି ହୋଇନି ବରଂ ଏହାର ଫଟୋକପି କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି । ଏହାପରେ ଆଟର୍ନି ଜେନେରାଲ କେ କେ ବେଣୁଗୋପାଳ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡକ୍ୟୁମେଂଟ ଚୋରି ହୋଇନଥିବାର ସ୍ପଷ୍ଟ କରିଥିଲେ । ଅଭିଯୋଗକାରୀ ଏହାର ଫଟୋ କପି ବ୍ୟବହାର କରିଛନ୍ତି । ବେଣୁଗୋପଳ କହିଛନ୍ତି, ସୁପ୍ରିମକୋର୍ଟଙ୍କୁ ସେ ଜଣାଇଥିଲେ ଯେ ସରକାରଙ୍କ…
ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରତିପାଦନ ପାଇଁ ନାରୀଙ୍କୁ ସମ୍ମାନ କରାଯାଇଥିଲା । ଏହି ନାରୀମାନଙ୍କ ମଧ୍ୟରେ ରହିଛନ୍ତି ବୈଜ୍ଞାନିକ, ସାମାଜିକ କର୍ମୀ, ଏସିଡ୍ ପୀଡ଼ିତା ଏବଂ ସଶସ୍ତ୍ର ବଳ । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ଦିଆଯାଉଛି। ବେସାମରିକ କ୍ଷେତ୍ରରେ ଦେଶରେ ମହିଳାଙ୍କ ପାଇଁ ଏହାକୁ ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ କରାଯାଇ ଆସୁଛି। ଚଳିତ ବର୍ଷ ଏହି ସମ୍ମାନ ପାଇଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା…
ଚିଟଫଣ୍ଡ ଠକେଇ ମାମଲାରେ ଲିପ୍ତ ଥିବା କମ୍ପାନୀ ମାନଙ୍କୁ ଜଷ୍ଟିସ ଏମଏମ ଦାଶ କମିଶନ ପବ୍ଲିକ ନୋଟିସ ପଠାଇଛନ୍ତି । ଖବରକାଗଜ ମାଧ୍ୟମରେ ୫୭୬ଟି କଂପାନୀଙ୍କୁ ଏହି ନୋଟିସ ଜାରି କରାଯାଇଛି। ୨ଟି କାଟେଗୋରୀର କମ୍ପାନୀଙ୍କୁ ଏହି ନୋଟିସ ପଠାଯାଇଛି । ଠିକଣା ଥାଇ ମଧ୍ୟ ହାଜର ହେଉନଥିବା ୧୯୯ କଂପାନୀ ଏବଂ ଠିକଣା ନଥାଇ ହାଜର ହେଉନଥିବା ୩୭୭ କମ୍ପାନୀଙ୍କୁ ନୋଟିସ ଜାରି କରାଯାଇଛି । ଏହାସହ ସେମାନଙ୍କୁ ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ସୁଦ୍ଧା ହାଜର ହେବା ପାଇଁ କୁହାଯାଇଛି । ଯହି ଏହି ସମୟସୀମା ମଧ୍ୟରେ କମ୍ପାନୀମାନେ ହାଜର ନ ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ କହିଛନ୍ତି ।
ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ରାୟ ଶୁଣାଇବା ଲାଗି ସ୍ଥିର କରିଥିବା ବେଳେ ଏହାକୁ ସ୍ଥଗିତ ରଖିଛନ୍ତି। ଏହି ରାୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଦିନ ପ୍ରକାଶ ପାଇବ ବୋଲି ଟ୍ରିବ୍ୟୁନାଲ୍ କହିଛନ୍ତି। ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍.ଖାନ୍ଓ୍ଵିଲକର, ଜଷ୍ଟିସ୍ ରବିରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ୍ କୌରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବିବାଦର ସମାଧାନ ଆପୋଷ ଆଲୋଚନା ଜରିଆରେ କରିବାକୁ ଆଉଥରେ ସୁଯୋଗ ଦିଆଯାଇଛି ବୋଲି କହିଛନ୍ତି । ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ଓ ଛତିଶଗଡ଼ ଜଳବିବାଦ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଆବେଦନର ଚୂଡ଼ାନ୍ତ ରାୟ ମାର୍ଚ୍ଚ ୩୦ ଯାଏଁ ସ୍ଥଗିତ କରାଯାଇଛି । ଉଭୟଙ୍କ ମଧ୍ୟରେ ପୁଣି ଆଲୋଚନା କରିବା ପାଇଁ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩୦ ପୂର୍ବରୁ ବୈଠକ ପାଇଁ ଉଭୟ ରାଜ୍ୟ ପକ୍ଷରୁ ଟ୍ରିବ୍ୟୁନାଲକୁ ପ୍ରସ୍ତାବ…
କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍ ଉଦ୍ଧାର କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ସେଖ୍ ରହେମାନ୍ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ଚୋରି କରିବା ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ରହେମାନ୍ଙ୍କ ପୁଅ ଅଭିଯୋଗ କରିଥିଲେ।ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସ୍ପଷ୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ରହେମାନ୍ଙ୍କ ପୁଅଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଘଟଣାସ୍ଥଳରୁ ଏକ ରକ୍ତଲଗା ଟାଙ୍ଗିଆ ଜବତ କରାଯାଇଛି। ଏହି ଟାଙ୍ଗିଆରେ ହିଁ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ନିର୍ବାଚନୀ ଟିକଟେକୁ ନେଇ କଂଗ୍ରେସ ପୁଣି ଥରେ ଟୁଇଷ୍ଟ୍ କରିଛି । ଏଥରର ପରିବାରବାଦକୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହାଯାଇଥିଲା । ଗତକାଲି ପର୍ଯ୍ୟନ୍ତ ଗୋଟିଏ ପରିବାରର ଜଣକୁ ଟିକେଟ୍ ଦେବାକୁ କହୁଥିବା ରାଜ୍ୟ କଂଗ୍ରେସ ଆଜି କଥାରେ ୟୁ ଟର୍ଣ୍ଣ ନେଇଛି । ଆଜି କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ପରିବାରର ଏକାଧିକ ଲୋକ ରାଜନୀତିରେ ସକ୍ରିୟ ଥିଲେ, ଟିକଟ ମିଳିବ ବୋଲି କହିଛନ୍ତି । ତେବେ ହଠାତ୍ ଆସି ଦଳରେ ମିଶିଲେ ଟିକେଟ ମିଳିବନି ସେ ସୂଚନା ଦେଇଛନ୍ତି । ପରିବାରବାଦକୁ ଗୁରୁତ୍ବ ଦେଉଥିବା କଂଗ୍ରେସ ପୁଣି ଥରେ ପରିବାରକୁ ଫେରିଯାଇଛି । କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପ୍ରତିହତ କରିବା ତଥା ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ବାଚନୀ ପୂର୍ବରୁ ନିଜ କଥାକୁ ଫେରାଇଛି ଓଡ଼ିଶା ରାଜ୍ୟ କଂଗ୍ରେସ । ତେବେ କଂଗ୍ରେସ ମୁଖ୍ୟଙ୍କ ପରିବାରରେ ମା’ ଓ ପୁଅ ଦୁହେଁ…
ସମୀକ୍ଷା ବ୍ୟୁରୋ ବୈଜୟନ୍ତ ପଣ୍ଡା ବିଜେପିର ଜାତୀୟ ଉପସଭାପତି ଓ ମୁଖପାତ୍ର ଭାବେ ନିୟୁକ୍ତି ପାଇବା ପରେ ଓଡିଶାରେ ବିଜେପିର ସମୀକରଣ ବଦଳିବାକୁ ଯାଉଛି । କେନ୍ଦ୍ରୀୟ ନେତୃତ୍ବ ବୈଜୟନ୍ତଙ୍କୁ ଯେ ଅଧିକ ଗୁରୁତ୍ବ ଦେଉଛି, ତାହା ଆଉ ଅଛପା ହୋଇ ରହିନାହିଁ । ଆବଶ୍ୟକତା ଠାରୁ ବୈଜୟନ୍ତଙ୍କୁ ଅଧିକ ଗୁରୁତ୍ଭ ହିଁ ତାଙ୍କୁ ଚର୍ଚ୍ଚାର ପରିସର ଭିତରକୁ ଟାଣିନେଇଛି। ବୈଜୟନ୍ତ ଏବେ ରାଜ୍ୟରେ ବିଜେପିର ନୂଆ ମୁହଁ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି । ଅର୍ଥାତ ବୈଜୟନ୍ତ ବିଜେପିର ମୁଖ୍ୟମନ୍ତ୍ରୀ ପଦ ରେସରେ ସାମିଲ ହୋଇଛନ୍ତି । ୬ ମାସ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦଳ ଭିତରେ ଓ ବାହାରେ ଏକ ଧାରଣା ସୃଷ୍ଟି ହୋଇଥିଲା। ତେବେ ଆଇଏଏସ ଚାକିରି ଛାଡି ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବାପରେ ସେ ମୁଖ୍ୟମନ୍ତ୍ରୀ ହେବା ଆଶାରେ ଦଳରେ ଯୋଗ ଦେଇଛନ୍ତି ବୋଲି ଆଲୋଚନା ହେଲା।…
ପଞ୍ଜାବ ନ୍ୟାସନଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଥିବା ପଳାତକ ନିରବ ମୋଦି ଲଣ୍ଡନରେ ରହୁଛନ୍ତି । ତେବେ ନିରବ ମୋଦିଙ୍କୁ ଲଣ୍ଡନରେ ଠାବ କରାଯିବା ପରେ ଏହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଟ୍ବିଟ୍ କରି କହିଛନ୍ତି ଯେ – ଦେଶର ୨୩,୦୦୦ କରୋଡ଼ ନେଇ ଆରାମରେ ଦେଶରୁ ଭାଗି ଯାଇ ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଅ ଓ ଲଣ୍ଡନରେ ଆରାମରେ ଜୀବନ ବିତାଅ, ମୁଁ ଛୋଟ ମୋଦି, ଆରେ କିଏ ? ସେ ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ଡର କଣ ପାଇଁ ଯେତେବେଳେ ଦେଶର ଚୌକିଦାର ମୋଦି ଭାଇ, ମୋଦି ଅଛନ୍ତି ତ ସମ୍ଭବ ଅଛି । ସେହିପରି ନିରବ ମୋଦିଙ୍କର ଏକ ଭିଡ଼ିଓକୁ ସେୟାର୍ କରି ସେଥିରେ ମଧ୍ୟ ବିରୋଧୀଙ୍କୁ କଡା ଟିପ୍ପଣୀ ଦେଇଛନ୍ତି…
ନିର୍ବାଚନ ପୂର୍ବରୁ ଦଳ ବଦଳ ରାଜନୀତି ଏକ ସ୍ବାଭାବିକ ପ୍ରକ୍ରିୟା । ନିକଟରେ କଂଗ୍ରେସ ଟିକଟ ବଣ୍ଟନରେ ପରିବାରବାଦକୁ ଆପଣାଇବ ନାହିଁ ବୋଲି ସ୍ପଷ୍ଟ କରିଛି । ଏପରିକି ଗୋଟିଏ ପରିବାରର ଜଣକୁ ଟିକଟ ଦିଆଯିବା ପରେ କଂଗ୍ରେସ ଭିତରେ ଅନ୍ତଃକନ୍ଦଳ ଚାଲିଥିବା ଅନୁଭୂତ ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ଆଜି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ସୁନୀତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତାଙ୍କୁ ସ୍ୱାଗତ କରିଛନ୍ତି । ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବାବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଥିବା ସୁନିତା ବିଜେଡ଼ିରେ ପ୍ରବେଶ କରିଛନ୍ତି । କଂଗ୍ରେସ ନେତାଙ୍କ ବିଜେଡିରେ ମିଶିବାକୁ ନେଇ…
ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ଓ ଓଏମ୍ଆର୍ ସିଟ୍ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଚଳିତ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷା ଗତକାଲି ସରିଛି। ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି। ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏପ୍ରିଲ୍ ୫ ତାରିଖରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ୍ ୬୦ଟି କେନ୍ଦ୍ର ଖୋଲାଯାଇଛି। ଏଥିରୁ ୫୦ଟିରେ ମ୍ୟାଟ୍ରିକ୍ ପରୀକ୍ଷା ଓ ୧୦ଟିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ତେବେ ବାତିଲ୍ ହୋଇଥିବା ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ପୁନର୍ବାର ହେବ କି ନାହିଁ ତାହା ଆସନ୍ତା ୧୨ ତାରିଖରେ ଜଣାପଡ଼ିବ । ଅନେକ ଆଶା ଓ ଆଶଙ୍କା ଭିତରେ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିବାବେଳେ ଖାତା ମୂଲ୍ୟାୟନରେ…
ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ୬ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତକୁ ସଂଘବଦ୍ଧ ଭାବେ ଏମାନେ ଆକ୍ରମଣ କରିଥିଲେ । ପ୍ରତିରୋଧ କରିବାରୁ ପୋଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା । ସହିଦନଗର ଥାନା କର୍ମଚାରୀମାନେ ଏହି ଘଟଣାରେ ଆହତ ହୋଇଥିଲେ । ଆକ୍ରମଣ କରିଥିବା ଯୁବକମାନେ ଶାସକ ଦଳର ସମର୍ଥକ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ଆକ୍ରମଣ କରିଥିବା ଯୁବକମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।
କେଦାର ମିଶ୍ର ୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ ଥିଲେ ଏବଂ ୨୦୦୪ ପର୍ୟନ୍ତ ବିଜେଡି ଏନଡିଏ ସରକାରର ଅଂଶୀଦାର ଥିଲା) ଓ ରାଜ୍ୟରେ କ୍ଷମତା ଭୋଗ କରିଥିବା ବିଜେଡି ରେ ସ୍ଵାଭାବିକ ଭାବରେ ପୁରୁଣା ତଥା ଅଭିଜ୍ଞ ନେତାଙ୍କ ଭିଡ ରହିବା ଉଚିତ ହୁଅନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଉଛି, ବିଜେଡିରେ ଏବେ ପୁରୁଣାଙ୍କର ଆଉ କୌଣସି ଭୂମିକା ରହୁନାହିଁ। ଏବେ ବିଜେଡ଼ିର ଅଳ୍ପ କେତେଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଏହା ମୁଖ୍ୟତଃ ତରୁଣ ଓ ମଧ୍ୟବୟସ୍କଙ୍କର ଏକ ଦଳ। ଅପର ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଏବେ ମଧ୍ୟ ପୁରୁଣା ନେତାଙ୍କର ରାଜୁତି ଚାଲିଛି। କ୍ଷମତାରେ ନଥିବା ଦଳକୁ ଶକ୍ତିଶାଳୀ…
ମୁକେଶ ଆମ୍ବାନୀଙ୍କ ପୁଅ ଆକାଶ ଆମ୍ବାନୀଙ୍କ ବାହାଘର ପୂର୍ବରୁ ମୁମ୍ବାଇ ସହରର 50 ହଜାର ପୋଲିସ ଅଫିସରଙ୍କ ପାଖକୁ ପଠାଯାଇଛି ସର୍ପାଇଜ ମିଠା ପ୍ୟାକେଟ ସହ ନିମନ୍ତ୍ରଣ କାର୍ଡ। ମୁମ୍ବାଇର ସମସ୍ତ ଥାନାକୁ ଏହି ପ୍ୟାକେଟ ପଠାଯାଇଥିବା ଜଣାଯାଇଛି। ଜଣେ ପୋଲିସ ଅଧିକାର କହିଛନ୍ତି ଯେ, ମିଠା ପ୍ୟାକେଟରେ ଯେଉଁ ନିମନ୍ତ୍ରଣ କାର୍ଡ ରହିଛି ସେଥିରେ ବରକନ୍ୟାଙ୍କୁ ଆର୍ଶିବାଦ ଦେବାକୁ ଅନୁରୋଧ କରାଯାଇଛି। ଏହି କାର୍ଡରେ ନୀତା ଓ ମୁକେଶ ଆମ୍ବାନୀଙ୍କ ସହିତ ପୁଅ ଆକାଶ ଆମ୍ବାନୀ ଏବଂ କନ୍ୟା ଶ୍ଲୋକା ମେହେଟାଙ୍କ ନାମ ରହିଛି। ଆକାଶ ଆମ୍ବାନୀ ମାର୍ଚ୍ଚ 9 ତାରିଖ ଦିନ ବିବାହ କରିବେ। ତିନିଦିନ ଧରି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଏହି ବିହାବ ଉତ୍ସବ ଆୟୋଜିତ ହେବ। 11 ତାରିଖ ଦିନ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଏକ ଆଡମ୍ବର ପୂର୍ଣ୍ଣ ରିସେପ୍ସନର ଆୟୋଜନ କରାଯାଇଛି।
ନୂଆପଡା ଜିଲା ଖଡିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଗ୍ରାମର ମୋତିଲାଲ ଛତ୍ରିଆ ପତ୍ନୀ ବାସନ୍ତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୋତିଲାଲ ୪ ବର୍ଷ ତଳେ ଛତ୍ରିଆ ବହଲପଦର ଗ୍ରାମର ବାସନ୍ତୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଦେଢ ବର୍ଷର ଶିଶୁପୁତ୍ର ବି ରହିଛି। ହେଲେ କିଛି ଦିନ ତଳେ କୌଣସି ଏକ ଘଟଣାକୁ ନେଈ ମୋତିଲାଲଲ୍ ବାସନ୍ତିଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଶେଷରେ ରାଗିଯାଇ ଏକ ଟାଙ୍ଗୀଆରେ ମୋତିଲାଲ ପତ୍ନୀ ବାସନ୍ତୀଙ୍କୂ ହାଣି ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍ ତନାଘନା ଆରମ୍ଭ କରିଥିଲା । ଶେଷରେ ଲେସୁନପାଲିଠାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ୍।
ବଲିଉଡର ଅପକମିଂ ଫିଲ୍ମ ‘ମର୍ଦ କୋ ଦର୍ଦ ନେହିଁ ହୋତା’ର ଟ୍ରେଲର ରିଲିଜ୍ ହୋଇଛି। ‘ମେନେପ୍ୟାର କିୟା’ ଫେମ୍ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦାସାନୀ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଟ୍ରେଲର ୨ ମିନିଟ ୪୦ ସେକେଣ୍ଡର ରହିଛି। ଏଥିରେ ଅଭିମନ୍ୟୁଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିଥିବା ବେଳେ ଟ୍ରେଲରର ଆରମ୍ଭରୁ ଶେଷ ଯାଏଁ ପୁରା ମନରୋଞ୍ଜନ ଭରି ରହିଛି। ଅଭିମନ୍ୟୁଙ୍କ ବିପକ୍ଷରେ ନଜର ଆସିବେ ରାଧୀକା ମଦନ। ରୋନି ସ୍କ୍ରିଓଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଭାସନ୍ ବଲ୍ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମଟି ମାର୍ଚ୍ଚ ୨୧ରେ ପରଦାକୁ ଆସିବ। ଏହି ଫିଲ୍ମରେ ମହେଶ ମଞ୍ଜେରକର୍, ଗୁଲସନ୍ ଦେଭୈୟ ପ୍ରମୁଖ ଅଭିନୟ କରୁଛନ୍ତି ।
ଗୁଜରାଟର କଂଗ୍ରେସ ବିଧାୟକ ଜୱାହର ଚଭଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। । ବିଜେପି ସରକାରରେ ମନ୍ତ୍ରୀ ପଦ ପାଇବା ଲୋଭରେ ଜୱାହର କଂଗ୍ରେସର ଛାଡିଥିବା ଚର୍ଚ୍ଚା ହେଉଛି । ଜୱାହର ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ । ଗୁଜରାଟ କଂଗ୍ରେସର ବରିଷ୍ଠ ନେତା ପିଠାଲଜି ଚଭଡାଙ୍କ ପୁଅ ଜଓ୍ବାହର ଲଗାତର ୪ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେଥିପାଇଁ ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଏକ ଦୁର୍ଗ ବୋଲି କୁହାଯାଇଥାଏ । ବିଜେପି ୨୦୧୪ ନିର୍ବାଚନର ଫଳାଫଳ ଦୋହରାଇପାରିବ ନାହିଁ । ତେଣୁ କଂଗ୍ରେସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ କହିଛି । ସୂଚନାଯୋଗ୍ୟ, ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ୨୬ରୁ୨୬ଟି ଲୋକସଭା ଆସନ ଜିତିଥିଲା । ଫୁଲଓ୍ବାମା ଆତଙ୍କୀ ଆକ୍ରମଣପରେ ପାକିସ୍ତାନ ଉପରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍କୁ ସମର୍ଥନ କରି ସେ…
ମହିଳା ଦିବସ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ଚାମ୍ପିୟନ’। ଡଙ୍ଗ୍ୟୁ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା ସାହୁ। ଏହି ଫିଲ୍ମରେ ସେ ବେଶ୍ କେତୋଟି ଷ୍ଟଣ୍ଟ ଶଟ୍ ମଧ୍ୟ ଦେଇଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ଏନ୍. ଗଙ୍ଗାଧର ଏବଂ ଦୀପ୍ତି ସମ୍ଭାଳିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା। ରଜନୀ ରଞ୍ଜନ ଏହି ଫିଲ୍ମରେ ସଂଳାପ ଲେଖିଥିବାବେଳେ ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ। ଏହି ଫିଲ୍ମରେ ଜଣେ ନିପଟ ମଫସଲ ଝିଅକୁ ନେଇ ଚିତ୍ରାୟନ ହୋଇଥିବା ଫିଲ୍ମରେ ସେଇ ଝିଅଟିର ସଂର୍ଘଷ ଓ ସଫଳତାର କାହାଣୀକୁ ବର୍ଣ୍ଣନା କରାଯାଇଛି । ଏହି ଫିଲ୍ମରେ ‘ଲାଲ୍ପାନ୍ବିବି’ ନାମରେ ଏକ ଆଇଟମ୍ ସଙ୍ଗ ରହିଛି । ଏଥିରେ ଅସୀମା ପଣ୍ଡା କଣ୍ଠଦାନ କରିଥିବାବେଳେ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଆଇଟମ୍ ଡ୍ୟାନ୍ସ ମଧ୍ୟ ରହିଛି । ଏହି ଫିଲ୍ମରେ…