ଚଳିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ସଫଳତା ପାଇଁ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ଏକ ସପ୍ତାହ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇବା ସହିତ ଜଗନ କହିଛନ୍ତି ଆପଣ ମାନଙ୍କ ସହାୟତା ଦଳକୁ ବିଜୟୀ କରାଇଥିବା ବେଳେ ଆପଣ ମାନଙ୍କ ନିୟମିତ ସହାୟତା ଆବଶ୍ୟକ। ଜଗନଙ୍କ ଏହି ଟ୍ବିଟ୍ ଏକ ଘଣ୍ଟା ମଧ୍ୟରେ ୭ହଜାର ଥର ରିଟ୍ବିଟ୍ ହୋଇଥିଲା।
Author: Samikhsya Bureau
ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା ଖଣି ମାଫିଆ ଗଲ୍ଲି ଜନାର୍ଦ୍ଦନ ରେଡ୍ଡୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଶ୍ବଶୁରଙ୍କୁ ହୃଦ୍ଘାତ ଆସିଥିବାରୁ ସେ ବଲାରୀ ପ୍ରତ୍ୟାବର୍ତ୍ତନ କରିବାକୁ ଅନୁମତି ମାଗିଥିବା କହିଛନ୍ତି ଜନାର୍ଦ୍ଦନ ରେଡ୍ଡୀ। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏହି ମାମଲାକୁ ଗ୍ରହଣ କରିବା ସହିତ ଶୁକ୍ରବାର ମାମଲାର ବିଚାର କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଜନାର୍ଦ୍ଦନ ରେଡ୍ଡୀ କୋର୍ଟଙ୍କ ବିନା ଅନୁମତିରେ ବଲାରୀରେ ପ୍ରବେଶ କରି ପାରିବେ ନାହିଁ। ୨୦୧୫ରେ ଏକ ଖଣି ଦୁର୍ନୀତି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଁ ବଲାରୀରେ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସର୍ବୋଚ୍ଚ କୋର୍ଟ। ସୂଚନାଯୋଗ୍ୟ ଯେ, ଜି ଜନାର୍ଦ୍ଦନ ରେଡ୍ଡୀ ଏବଂ ତାଙ୍କ ଶଳା ବି ଭି ଶ୍ରୀନିବାସ ରେଡ୍ଡୀଙ୍କୁ ୨୦୧୧ ମସିହାରେ ସିବିଆଇ ଦ୍ବାରା ଗିରଫ କରାଯାଇଥିଲା।
ଚଳିତ ଲୋକସଭାରେ କଂଗ୍ରେସର ବିପର୍ଯ୍ୟସ୍ତ ପରେ ରାଜସ୍ଥାନ କଂଗ୍ରେସରେ ମତଭେଦ ଏବେ ଚର୍ଚ୍ଚାକୁ ଆସିଛି। ରାଜ୍ୟରେ ଶାସନ କ୍ଷମତାରେ ଥିବା କଂଗ୍ରେସର ଜଣେ ବିଧାୟକ ଚଳିତ ନିର୍ବାଚନରେ ହାର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଦାୟୀ କରିଛନ୍ତି। ଦଳର ବିଧାୟକ ପୃଥ୍ବୀରାଜ ମିଣା ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦାବି କରିଛନ୍ତି। ନିକଟରେ ଅଶୋକ ଗେହଲେଟ୍ ଯୋଧପୁର ଆସନରେ କଂଗ୍ରେସର ହାର ପାଇଁ ସଚିନ ପାଇଲଟ୍ ଦାୟୀ ରହିବା ଉଚିତ୍ ବୋଲି କହିବା ପରେ ଏହାକୁ ନେଇ ଦଳ ଭିତରେ ଭିନ୍ନ ଭିନ୍ନ ମନ୍ତବ୍ୟ ଆସୁଛି। ଚଳିତ ଲୋକସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସକୁ ସମସ୍ତ ୨୫ଟି ଆସନରେ ହାରିବାକୁ ପଡିଛି। ଏହା ପରେ ଦଳରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଯାଇଛି।
‘ଲଭ୍ ୟାତ୍ରୀ’ ଜରିଆରେ ବଲିଉଡ୍ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ଏବେ ଆଗାମୀ ଫିଲ୍ମରେ ଜଣେ ସେନାଧିକାରୀ ରୂପେ ନଜର ଆସିବେ। ଭିଣୋଇ ଆୟୁଷ ଶର୍ମାଙ୍କୁ ସଲମାନ୍ ନିଜ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଲଭ୍ୟାତ୍ରୀ’ ଜରିଆରେ ବଲିଉଡ୍ରେ ପ୍ରବେଶ କରାଇଥିଲେ। ଯଦିଓ ଫିଲ୍ମଟି ବକ୍ସ ଅଫିସ୍ରେ ଅସଫଳ ରହିଥିଲା, ତେବେ ଆୟୁଷଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ଆୟୁଷ ଏବେ ଆଗାମୀ ଆକ୍ସନ-ଡ୍ରାମା ଫିଲ୍ମ ‘କ୍ବଥା’ରେ ସେନା ଅଧିକାରୀ ଭୂମିକାରେ ଆୟୁଷ ନଜର ଆସିବେ। ଏହି ଫିଲ୍ମଟି ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ କରାଯାଇଛି। ସୁନୀଲ ଜୈନ ଓ ଆଦିତ୍ୟ ଜୋଷୀ ପ୍ରଯୋଜିତ ଏହି ଫିଲ୍ମରେ କରନ୍ ଲଲିତ୍ ବୁଟାନି ନିର୍ଦ୍ଦେଶନା ଦେଉଛନ୍ତି। ୨୦୨୦ରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡ଼ିଛି।
ଲୋକସଭା ନିର୍ବାଚନ ସରିବା ପରେ ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଦ୍ବନ୍ଦ୍ବ ଦେଖାଦେଉଛି। ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନରେ ଦେଶରେ ଏନଡ଼ିଏ ବିପୁଳ ସମର୍ଥନ ପାଇଥିଲା। ଏନ୍ଡିଏର ଅଂଶୀଦାର ଦଳମାନେ ଏବେ ବିଜେପି ଉପରେ ଟିକେ ନାଖୁସ୍ ହୋଇଥିବାର ଜଣାପଡୁଛି। ମନ୍ତ୍ରିମଣ୍ଡଳକୁ ନେଇ ଜେଡିୟୁ ପୂର୍ବରୁ ବିଜେପି ଉପରେ ଅସନ୍ତୋଷ ଜାହିର୍ କରିଥିବାବେଳେ ଏବେ ଶିବସେନା ମଧ୍ୟ ଏହି କ୍ରମରେ ସାମିଲ୍ ହୋଇଛି। ଶିବସେନା ମୁଖପାତ୍ର ସଂଜୟ ରାଉତ ଟାର୍ଗେଟ କରି କହିଛନ୍ତି ଯେ, ଏନଡ଼ିଏରେ ଶିବସେନା ଦ୍ବିତୀୟ ବୃହତ୍ତମ ଅଂଶୀଦାର ଦଳ। ଓଡ଼ିଶାରେ ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢିଥିଲା। ଶିବସେନା କିମ୍ବା ଏନଡ଼ିଏର କୌଣସି ଅଂଶୀଦାରକୁ ଉପବାଚସ୍ପତି ପଦ ମିଳିବା ଉଚିତ ବୋଲି କହିଛନ୍ତି ସଞ୍ଜୟ।
ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ। ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏଥିପାଇଁ ଜିଏସଏଲଭି-ମାର୍କ-୩ କୁ ମନୋନୀତ କରାଯାଇଛି। ଏହା ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଅଭିଯାନରେ ମହାକାଶକୁ ଯାତ୍ରା କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି, ଚନ୍ଦ୍ରକୁ ଏହି ମିଶନରେ ତିନୋଟି ମଡ୍ୟୁଲ୍ ରହିଛି। ସେଗୁଡିକ ହେଉଛି – ଅର୍ବିଟର୍, ଲ୍ୟାଣ୍ଡର୍-ବିକ୍ରମ ଓ ରୋଭର୍-ପ୍ରଜ୍ଞାନ। ସେଗୁଡ଼ିକ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲ୍ ଗୁଡ଼ିକ ଇସ୍ରୋର ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇ ସାରିଛି। ଖୁବ୍ ଶୀଘ୍ର ସେଗୁଡ଼ିକୁ ବେଙ୍ଗାଲୁରୁରୁ ଶ୍ରୀହରିକୋଟାକୁ ସ୍ଥାନାନ୍ତରିତ କରାଯିବ। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।
କେଦାର ମିଶ୍ର ଏ ଭିତରେ ଭାରତର ରାଜରାସ୍ତାରେ କେଉଁଠି କେହି ମହମବତୀ ଜାଳୁଥିବାର ଦେଖିଛନ୍ତି କି? ଟୁଇଟର କିମ୍ବା ଫେସବୁକରେ ଗତ ତିନିଦିନ ହେଲା ହଜିଯାଇଥିବା ଭାରତୀୟ ବାୟୁସେନାର ୧୩ ଜଣ ସୈନିକ କୁଆଡେ ଗଲେ ଓ ସେମାନଙ୍କ ଅତାପତା ବିଷୟରେ ସରକାର କିଛି କହୁନଥିବାର କାରଣ ବିଷୟରେ କିଛି ପ୍ରଶ୍ନ ପଚରାଯାଉଛି କି? ବାୟୁସେନା ର ପରିବହନ ବିମାନ ଏନ-୩୨ ଗତ ତିନିଦିନ ହେଲା ନିଖୋଜ। ଆସାମରୁ ଅରୁଣାଚଳ ଭିତରେ ଆମ ରାଡାରରୁ ବିମାନ ଟି ଅଦୃଶ୍ୟ ହୋଇଯାଇଛି। ଏହା ପୂର୍ବରୁ ୨୦୧୬ ରେ ମଧ୍ୟ ଏମିତି ଏକ ବିମାନ ହଜି ଯାଇଥିଲା। ବଂଗୋପ ସାଗରରେ ହଜିଯାଇଥିବା ଏ ବିମାନରେ ବାୟୁସେନାର ୨୯ ଜଣ ସୈନିକ ରହିଥିଲେ। ସେମିତି ପୁଲବାମା ଘଟନା ପରେ ପରେ ୨୮ ଫେବୃୟାରୀରେ ବଡଗାମ ଅଞ୍ଚଳରେ ଭାରତୀୟ ବାୟୁସେନାର ମି-୧୭ ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି କୁହାଗଲା। ଏଥିରେ ୬ ଜଣ ସୈନିକ ଓ ଜଣେ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ,ଚୀନ ଓ ରୁଷକୁ ଦୂଷିତ ଜଳବାୟୁ ପାଇଁ ଦାୟୀ କରିଛନ୍ତି। ଏହି ତିନୋଟି ଦେଶରେ ପ୍ରଦୂଷଣ ଓ ସ୍ୱଚ୍ଛତା ପ୍ରତି ନିଜର କର୍ତ୍ତବ୍ୟ ଠିକ୍ ରୂପେ ସମ୍ପାଦନ କରିପାରୁନାହାଁନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆସିଥିବା ତଥ୍ୟ ଅନୁଯାୟୀ ଆମେରିକା ଅପେକ୍ଷା ଭାରତ, ଚୀନ ଓ ରୁଷରେ ଦୂଷିତ ଜଳବାୟୁ ପ୍ରବାହିତ ହେଉଛି। ତେଣୁ ଆମେରିକା ରାଷ୍ଟ୍ରପତିଙ୍କ କହିବାରେ ଏହି ତିନୋଟି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଛି। ଦେଖିବାକୁ ଗଲେ ଭାରତ ,ଚୀନ ଓ ରୁଷ ଭଳି କିଛି ଦେଶରେ ସ୍ୱଚ୍ଛ ବାୟୁ ଓ ବିଶୁଦ୍ଧ ଜଳ ନାହିଁ। ଏଭଳି ପରିସ୍ଥିତିରେ ରହି ମଧ୍ୟ ଏପ୍ରତି ସଚେତନ ହୋଇ କିଛି ପଦକ୍ଷେପ ନେବାର ସମୟ ଆସିଛି। ଆଗାମୀ ସମୟ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ତେଣୁ ଏସବୁ କ୍ଷେତ୍ରରେ ଆମେରିକାର ପାଣିପବନ ଅର୍ଥାତ ଜଳବାୟୁ ଏହି ସବୁ ଦେଶ…
ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ତାଇଓ୍ବାନ ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର ତାଇଓ୍ବାନ ପ୍ରତିରକ୍ଷା ବିଭାଗ ଏହି ଖବରକୁ ସ୍ବୀକାର କରିବା ସହିତ ଆମେରିକା ନିକଟରୁ ଟ୍ୟାଙ୍କ, ଏୟାର ଡିଫେନ୍ସ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ୍ ବ୍ୟବସ୍ଥା କିଣୁଥିବା କହିଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଓ୍ବାଶିଂଟନ୍ ଏବଂ ବେଜିଂ ମଧ୍ୟରେ ବ୍ୟବସାୟିକ ତିକ୍ତତା ବୃଦ୍ଧି ପାଇବ। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ତାଇଓ୍ବାନ ୧୦୮ଟି କଟିଙ୍ଗ ଏଜ୍ ଏମ୍ ୧ଏ୨ ଆବ୍ରାମ୍ସ ଟ୍ୟାଙ୍କ, ୧୨୪୦ଟି ଟୋ ଆଣ୍ଟି ଆର୍ମର ମିଶାଇଲ, ୪୦୯ଟି ଜାଭେଲିନ୍ ଆଣ୍ଟି ଟ୍ୟାଙ୍କ ମିଶାଇଲ ଏବଂ ୨୫୦ଟି ଷ୍ଟିଙ୍ଗର କିଣିବ। ଏହା ସହିତ ୬୬ଟି ଏଫ୍-୧୬ ଲଢୁଆ ଯୁଦ୍ଧ ବିମାନ କିଣିବାର ଯୋଜନା ମଧ୍ୟ ରହିଛି।
ଉତ୍ତର ଗୁଜରାଟର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଥିଲା। ଗାନ୍ଧୀନଗରରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୦.୩୧ ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବାନସକଣ୍ଠାର ପାଳନପୁର ରହିଛି। କେନ୍ଦ୍ରସ୍ଥଳରୁ ୩୧ କିମି ବ୍ୟାପୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବାନସକଣ୍ଠା, ମେହସାନା ସବରାକଣ୍ଠା ଅଞ୍ଚଳରେ ଏହି ଭୂକମ୍ପ ପ୍ରଭାବରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ। ସେହିପରି ଅହମ୍ମଦାବାଦର କିଛି ଅଞ୍ଚଳରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଘଟଣାରେ କେହିବି ଆହତ ହୋଇନଥିବା ପ୍ରକାଶ।
କ୍ରମାଗତ ତୃତୀୟ ଥର ପାଇଁ ରେପୋ ରେଟ୍ରେ ହ୍ରାସ ଘଟାଇଛି। ୬ଜଣିଆ ସଦସ୍ୟ ବିଶିଷ୍ଟ ଅର୍ଥନୈତିକ କମିଟି ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି। ରେପୋ ରେଟ୍ରେ ହ୍ରାସ ପରେ ସୁଧହାର ବର୍ତ୍ତମାନ ୫.୭୫ ପଏଣ୍ଟ ରହିଛି। ଅଭିବୃଦ୍ଧି ହାରରେ ବୃଦ୍ଧି ଘଟାଇବା ନିମନ୍ତେ କ୍ରମାଗତ ତୃତୀୟ ଥର ପାଇଁ ସୁଧହାରରେ ହ୍ରାସ ଘଟାଇଛି ଅର୍ଥନୈତିକ କମିଟି। ସୁଧହାର ହ୍ରାସ ନିଷ୍ପତ୍ତିକୁ କମିଟିର ସମସ୍ତ ୬ ଜଣ ସଦସ୍ୟ ସମର୍ଥନ କରିଥିଲେ। ଏହି ବୈଠକରେ ଘରୋଇ ଅଭିବୃଦ୍ଧି ହାର (ଜିଡିପି) ୭.୨ ପ୍ରତିଶତରୁ ୭ କୁ ହ୍ରାସର ଲକ୍ଷ୍ୟ ରଖାଯାଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩.୦ରୁ ୩.୧ ଏବଂ ୨୦୨୦-୨୧ ପାଇଁ ୩.୪-୩.୭ର ମାନ୍ଦାବସ୍ଥାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଭାରତର ନୂତନ ବୈଦେଶିକ ସଚିବ ଏସ୍ ଜୟଶଙ୍କର ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି କରିବା ପାଇଁ ଜୟଶଙ୍କର ଏହି ଆଲୋଚନା କରିଛନ୍ତି। ଉଭୟ ନେତୃବୃନ୍ଦଙ୍କ ସହିତ ଫୋନ୍ରେ କଥା ହୋଇଥିଲେ ଏସ୍ ଜୟଶଙ୍କର। ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍ ୟେସ୍ ଲେ ଡ୍ରିଆନ୍ଙ୍କ ସହ ଫୋନ୍ରେ ବାର୍ତ୍ତାଳାପ ନେଇ ଟ୍ବିଟ୍ଟରରେ ସୂଚନା ଦେଇଛନ୍ତି ଜୟଶଙ୍କର। ଉଭୟ ରାଷ୍ଟ୍ର ମଧ୍ୟରେ ଦୃଢ ଏବଂ ସଫଳ କୂଟନୈତିକ ସମ୍ପର୍କ ନେଇ ଉଭୟ ଆଲୋଚନା କରିଥିବା ନେଇ ଜୟଶଙ୍କର ଟ୍ବିଟ୍ କରିଛନ୍ତି। ସେହିପରି ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍ଲଟ୍ କାଭୁସୋଗ୍ଲୁଙ୍କ ସହିତ ମଧ୍ୟ ଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ଉଭୟ ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିଗତ ଏବଂ ପେଶାଦାର ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ।
ଆତଙ୍କବାଦୀ ସଂଗଠନ ସହିତ କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଲିଙ୍କ୍ ନେଇ ଏନ୍ଆଇଏକୁ ପ୍ରମାଣ ମିଳିଛି। ଏନଆଇଏ ସମ୍ପୃକ୍ତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ପରେ ଏହା ସାମ୍ନାକୁ ଆସିଛି। ଏହି ମହିଳା ବିଚ୍ଛିନ୍ନତାବାଦୀ ନେତା ଏବଂ ତାଙ୍କ ସହଯୋଗୀମାନେ ପାକ୍ ସେନାର ଜଣେ ଅଧିକାରୀଙ୍କ ଜରିଆରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ଏବଂ ଜମାତ-ଉଦ-ଦାୱା ମୁଖ୍ୟ ହଫିଜ ସୟିଦଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରି କି ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସେମାନଙ୍କୁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ ପାଣ୍ଠି ଯୋଗାଉଥିଲା ବୋଲି ଆସିୟା ପଚରାଉଚରା ବେଳେ କହିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ, ଆସିୟା ଏବଂ ଶବିର ଶାହଙ୍କୁ ଗତ ମଙ୍ଗଳବାର ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ୧୦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଏବେ ଦିଲ୍ଲୀର ତିହାର ଜେଲ୍ରେ ରହିଛନ୍ତି।
କେରଳରେ ଆତଙ୍କ ଖେଳାଇଛି ନିପା ଭାଇରସ୍। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୩୧୪ ଜଣ ନିପା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ୩୧୪ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇଛି। ପ୍ରଥମେ ସଂକ୍ରମିତ ହୋଇଥିବା ୨୩ ବର୍ଷୀୟ ଯୁବକଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖା ଯାଇଥିବା ବେଳେ ଉତ୍ତର ଏର୍ଣ୍ଣାକୁଲମ୍ରେ ବଡାକ୍କେକାରାର ପାରାବୁର ଅଞ୍ଚଳ ଉପରେ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ନଜର ରଖିଛି। ଏହା ସହିତ ଯୁବକ ଜଣକ ଭ୍ରମଣ କରିଥିବା ଥ୍ରିସୁର୍ ଅଞ୍ଚଳ ଉପରେ ମଧ୍ୟ ନଜର ରଖାଯାଇଛି। ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ୪ ଜଣ ନୂତନ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ରୋଗୀଙ୍କର ରକ୍ତ ନମୁନା ପୁନେ ଏବଂ ଆଲାପୁଝାରେ ରହିଥିବା ପରୀକ୍ଷାଗାରକୁ ପଠାଯାଇଛି। ଗତ ବର୍ଷ କେରଳରେ ନିପା ଭାଇରସ୍ ପ୍ରଭାବରେ ୧୨ ଜଣଙ୍କ ପ୍ରାଣହାନି ଘଟିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରକାର ପରିଚାଳନା କରିବା ପାଇଁ ବିଭିନ୍ନ କ୍ୟାବିନେଟ କମିଟି ଗଠନ କରିଛନ୍ତି। ୭ଟି କ୍ୟାବିନେଟ୍ କମିଟିରେ ଅମିତ ଶାହାଙ୍କ ଉପସ୍ଥିତି ତାଙ୍କୁ ବିଜେପିର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବରେ ଉପସ୍ଥିତ କରିଛି। ଏହା ସହିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ଦୁଇଟି ନୂତନ କ୍ୟାବିନେଟ କମିଟି ମଧ୍ୟ ଗଠନ କରାଯାଇଛି। ପ୍ରତିରକ୍ଷା ପାଇଁ ଗଠିତ କ୍ୟାବିନେଟ୍ କମିଟିରେ ଅମିତ ଶାହ, ରାଜନାଥ ସିଂ, ଏସ୍ ଜୟଶଙ୍କର ଏବଂ ନିର୍ମଳା ସୀତାରମଣ ଏହି କମିଟିରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଅମିତ ଶାହାଙ୍କ ବ୍ୟତିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସମସ୍ତ ୭ଟି ଯାକ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି।
ଗୁରୁବାରର ଦିନର ପ୍ରାରମ୍ଭିକ ଟ୍ରେଡ୍ ରିପୋର୍ଟ ଅନୁଯାୟୀ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଆରବିଆଇର ଅର୍ଥନୈତିକ ରିପୋର୍ଟ ଆସିବାର ଠିକ୍ ପୂର୍ବରୁ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି। ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୯ ପଇସା ହ୍ରାସ ପାଇ ୬୯.୪୫ ପଇସାରେ ପହଞ୍ଚିଛି। ସପ୍ତାହ ଆରମ୍ଭରୁ ଲଗାତାର ତିନିଦିନ ଧରି ଟଙ୍କାର ମୂଲ୍ୟ ବଢି ଚାଲିଥିଲା। ମଙ୍ଗଳବାର ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୯.୨୬ ପଇସା ରହିଛି। ଆଜି ଆରବିଆାଇର ଦ୍ବିମାସିକ ରିପୋର୍ଟ ଆସୁଥିବାରୁ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ୦.୨୫ ପ୍ରତିଶତ ବୃଦ୍ଧି ପାଇ ୬୦.୭୮ ଡଲାରରେ ପହଞ୍ଚିବା ଟଙ୍କା ଦୁର୍ବଳ ହେବାର କାରଣ ବୋଲି ଜଣା ପଡିଛି।
ନିଟ ପରୀକ୍ଷାରେ ଓଡିଶାର ସଂଗୀତା ଅଗ୍ରୱାଲା ରାଜ୍ୟ ଟପର ହୋଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ସଂଗୀତା ଦେଶର ମହିଳା ଟପ 20ରେ 17 ତମ ସ୍ଥାନରେ ଅଛନ୍ତି। ସର୍ବ ଭାରତୀୟ ସ୍ତରରେ ତାଙ୍କର ସ୍ଥାନ 91 ରେ ରହିଛି। ଓଡିଶାରୁ ଏହି ପରୀକ୍ଷା ଦେବା ପାଇଁ ମୋଟ 35 ହଜାର 93 ଜଣ ପଂଜିକୃତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ମୋଟ ପରୀକ୍ଷା ଦେଇଥିଲେ 32 ହଜାର 3ଶହ 38 ଜଣ। ଏହି ପରୀକ୍ଷାରେ ମୋଟ 2 ହଜାର 7ଶହ 15 ଜଣ ଅନୁପସ୍ଥିତ ଥିଲେ। ସେହିପରି ସାରା ଦେଶରୁ ଏହି ପରୀକ୍ଷା 15 ଲକ୍ଷ 19 ହଜାର 3ଶହ 75 ଜଣ ପରୀକ୍ଷା ଦେବା ପାଇଁ ପଂଜୀକୃତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ 15 ଲକ୍ଷ 10 ହଜାର 7ଶହ 55 ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାଶ କରିଥିଲେ ମାତ୍ର 7 ଲକ୍ଷ 97 ହଜାର…
୨୦୧୯ରେ ପ୍ରଚଣ୍ଡ ବହୁମତ ପାଇ ପୁଣି ଥରେ ସତ୍ତାକୁ ଆସିଛି ବିଜେପି। ଏହା ସହିତ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ନିଜର ପାଦ ବଢାଇଛନ୍ତି। ସବୁରି ଘରେ ବିଜୁଳି ପହଞ୍ଚିବା ପରେ ଏବେ ମୋଦି ସରକାର ସବୁରି ଘରେ ଶୁଦ୍ଧ ଜଳର ବ୍ୟବସ୍ଥା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜଳ ଶକ୍ତି ମନ୍ତ୍ରାଳୟ’ର ଗଠନ କରିଛନ୍ତି। ଏହି ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହି ମନ୍ତ୍ରାଳୟ ଜଳା ସଂସାଧନ, ନଦୀର ବିକାଶ, ଗଂଗାର ପୁନର୍ଜୀବନ ମନ୍ତ୍ରାଳୟର ସ୍ଥାନ ନେବ। ଏହି ମନ୍ତ୍ରାଳୟ ଜରିଆରେ ନଦୀର ସଂଯୋଗୀକରଣ ତଥା ବିଶୁଦ୍ଧ ପାନୀୟ ଜଳ ଓ ଉନ୍ନତ ଜଳସେଚନ ବ୍ୟବସ୍ଥାର ମଧ୍ୟ କାର୍ଯ୍ୟ କରିବ। ଗଜେନ୍ଦ୍ର ସିଂହ ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ରହିଥିଲେ। ରାଜସ୍ଥାନର ଯୋଧପୁର ନିର୍ବାଚନ କ୍ଷେତ୍ରରୁ ଦୁଇ ଦୁଇଥର ଲୋକସଭା ସାଂସଦ ରହିଛନ୍ତି ଗଜେନ୍ଦ୍ର ସିଂହ।
ରୋଜଗାର ବିଷୟକୁ ନେଇ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ରୋଜଗାର ସ୍ତରକୁ ଦେଖି ଏକ କ୍ୟାବିନେଟ୍ କମିଟି ଗଠନ କରିଛନ୍ତି। ଏହା ସହିତ ପ୍ରଥମଥର ପାଇଁ ବିକାଶ, ନିବେଶ ଓ ସ୍କିଲ୍ ଡେଭଲପ୍ମେଣ୍ଟକୁ ନେଇ ମଧ୍ୟ ଏକ କମିଟି ଗଠନ କରାଯାଇଛି। ରୋଜଗାର ଓ କୌଶଲ ବିକାଶ କ୍ୟାବିନେଟ୍ କମିଟିରେ ପିଏମ୍ ମୋଦିଙ୍କ ବ୍ୟତୀତ ଅମିତ୍ ଶାହା, ପୀୟୁଷ ଗୋଏଲ୍, ନରେନ୍ଦ୍ର ସିଂ ତୋମାର, ମହେନ୍ଦ୍ର ପାଣ୍ଡେ, ସନ୍ତୋଷ ଗଙ୍ଗଓ୍ବାର, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ ସାମିଲ୍ ରହିଛନ୍ତି। ସେହିପରି ନିବେଶ ଓ ବିକାଶକୁ ନେଇ ଗଠିତ କ୍ୟାବିନେଟ୍ କମିଟିରେ ପିଏମ୍ ମୋଦିଙ୍କ ବ୍ୟତୀତ ନୀତିନ୍ ଗଡକାରୀ, ପୀୟୂଷ ଗୋଏଲ୍, ଅମିତ୍ ଶାହା ଓ ନିର୍ମଳା ସୀତାରମଣ ରହିଛନ୍ତି। ସେହିପରି ସରକାର ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ଅର୍ଥାତ ସିସିଏସର ନୂତନ ଭାବେ ଗଠନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଗୃହ ମନ୍ତ୍ରୀ ଅମିତ୍…
ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ବିଶ୍ଵରେ ଜୁନ ୫ରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି। ୧୯୭୨ରେ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୧୯୭୪ ଜୁନ ୫ରୁ ପ୍ରତିବର୍ଷ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଆସୁଛି। ଏହି ଦିବସରେ ବିଶ୍ଵରେ ସବୁଠାରୁ ଅଧିକ ଚାରାରୋପଣ କରାଯାଇଥାଏ। ବର୍ତ୍ତମାନ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଔଦ୍ୟୋଗିକ ପ୍ରଦୂଷଣ, ବିକିରଣ, ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂର ବିପଦ ବଢ଼ିବାରେ ଲାଗିଛି। ୧୯୮୬ରେ ପରିବେଶ ସମ୍ବନ୍ଧୀୟ ଅଧିନିୟମ ଲାଗୁ କରାଯାଇଥିଲା। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି ଚାଲେ ତେବେ ଋତୁଚକ୍ରରେ ପରିବର୍ତ୍ତନ ଆସିବା ସ୍ବାଭାବିକ। ପ୍ରତିବର୍ଷ ନୂଆ ଥିମ୍ ସହ ଏହି ଦିବସକୁ ପାଳନ କରାଯାଇଥାଏ। ଚଳିତବର୍ଷର ଥିମ ରହିଛି ‘ବିଟ୍ ଏୟାର୍ ପଲ୍ୟୁସନ୍’। ପ୍ଲାଷ୍ଟିକର ବ୍ୟବହାର କମ୍…
ବୁଧବାର ଋଷ ଗସ୍ତରେ ଯାଇଛନ୍ତି ଚୀନ୍ ରାଷ୍ଟ୍ରପତି ଜି ଜି୍ନ୍ପିଙ୍ଗ। ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ଗସ୍ତ ରହିଛି ବୋଲି ଚୀନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୁରୁବାର ଜିନ୍ ପିଙ୍ଗଙ୍କୁ ଋଷରେ ରାଷ୍ଟ୍ରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପରେ କ୍ରେମ୍ଲିନ୍ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଆଲୋଚନା କରିବେ। ଏହାପରେ ଗତକାଲି ସନ୍ଧ୍ୟାରେ ଜିନ୍ ପିଙ୍ଗଙ୍କୁ ଋଷର ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଜି ଜିନ୍ପିଙ୍ଗ ସେଣ୍ଟ ପିଟସବର୍ଗରେ ଅର୍ଥନୈତିକ ଫୋରମ୍ରେ ଶୁକ୍ରବାର ଯୋଗ ଦେବେ।

