Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି
ଆଜିର ଖବର

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋରାପୁଟର କଫି ବଗିଚାରୁ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଛି ଓଡ଼ିଶାର ସ୍ୱାଦ। କୋରାପୁଟର ପୂର୍ବଘାଟ ପର୍ବତମାଳାରେ ଆଦିବାସୀ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରିମିୟମ ଆରବିକା କଫି ‘ଟାଇଗର ବ୍ରାଇଟ୍‌’, ବ୍ରିକ୍ସ ସମ୍ମିଳନୀରେ ଅଭ୍ୟାଗତମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। ଏହା ବିଶ୍ୱବାସୀଙ୍କୁ ଓଡ଼ିଶାର ସ୍ୱାଦ ସହ ପରିଚିତ କରାଇବା ସହ ଆଦିବାସୀ ଉଦ୍ୟୋଗ, ମୂଲ୍ୟ ବୃଦ୍ଧି ଏବଂ ସ୍ଥାୟୀ ଜୀବିକାରେ ଅପାର ସମ୍ଭାବନାକୁ ପ୍ରଦର୍ଶିତ କରୁଛି। ‘ଭୋକାଲ୍ ଫର୍ ଲୋକାଲ୍‌’ର ନାରାକୁ ପ୍ରତିଫଳିତ କରି କୋରାପୁଟ କଫି ଏବେ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ଖ୍ୟାତି ଆଣି ଦେଇଛି। କୋରାପୁଟର ଆଦିବାସୀ ସମ୍ପ୍ରଦାୟ ପାଇଁ ‘ଟାଇଗର ବ୍ରାଇଟ୍‌’ର ଏହି ସଫଳତା କେବଳ ଏକ କଫି ବ୍ରାଣ୍ଡର କାହାଣୀ ନୁହେଁ ବରଂ ଏହା ସେମାନଙ୍କ ପାଇଁ ନୂତନ ସୁଯୋଗ ଆଣି ଦେଇଛି। ଆଞ୍ଚଳିକ ବ୍ରାଣ୍ଡକୁ ଅନ୍ତର୍ଜାତୀୟ ବଜାର ମିଳିଛି। ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଶହ ଶହ ଆଦିବାସୀ ଚାଷୀ ପରିବାରର ପରିଶ୍ରମକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରାଯାଇଛି । ଗ୍ରାମୀଣ ଆଦିବାସୀ ଅଞ୍ଚଳରୁ ସୃଷ୍ଟ ଉତ୍ପାଦଗୁଡ଼ିକ କିପରି ଆଧୁନିକ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିବେ, ତାହା ନେଇ ପ୍ରୟାସ ଆରମ୍ଭ ହୋଇଛି। କୋରାପୁଟର କଫି ବିଶେଷ କରି ନନ୍ଦପୁର ଏବଂ ମାଛକୁଣ୍ଡ ଅଞ୍ଚଳରେ ଚାଷ କରାଯାଇଥାଏ। ସମୁଦ୍ର ପତ୍ତନରୁ ପ୍ରାୟ ୯୨୦ ରୁ ୯୫୦ ମିଟର ଉଚ୍ଚତାରେ ୧୦୦ ପ୍ରତିଶତ ଆରବିକା କଫି ଚାଷ କରାଯାଇଥାଏ। ଆମ୍ବ, ପଣସ ଏବଂ କମଳା ଜାତୀୟ ଗଛର ପ୍ରାକୃତିକ ଛାଇ ତଳେ କଫି ବଗିଚା ସୃଷ୍ଟି କରାଯାଏ। ଓଡ଼ିଶା ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସିଓଏଲ)ର ସମ୍ପୂର୍ଣ୍ଣ ସହଯୋଗରେ କିଣିବା, ଶୁଖାଇବା, ଗ୍ରେଡିଂ, ପ୍ରକ୍ରିୟାକରଣ ଏବଂ ବିପଣନ ପ୍ରକ୍ରିୟା ଶେଷ ହେବା ପରେ ଏହା ଗ୍ରାହକଙ୍କ ପାଖରେ ପହଞ୍ଚିଥାଏ। ୧୧ ସେପ୍େଟମ୍ବର ୨୦୧୯ ରେ ‘କୋରାପୁଟ କଫି’ ବ୍ରାଣ୍ଡର ଶୁଭାରମ୍ଭ ହୋଇଥିଲା । ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କଫି ପାଇଁ ଏକ ସୁବ୍ୟବସ୍ଥିତ ବଜାର ସୃଷ୍ଟି କରିବା ଏବଂ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯାହାଦ୍ୱାରା ଆର୍ôଥକ ଲାଭର ଏକ ବଡ଼ ଅଂଶ ଚାଷୀଙ୍କ ପାଖରେ ପହଞ୍ଚିପାରିବ। ବିଗତ ବର୍ଷଗୁଡ଼ିକରେ, ଉତ୍ପାଦନ, କ୍ରୟ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ଖୁଚୁରା ବିକ୍ରିର ସମ୍ପ୍ରସାରଣ ସହିତ ଏହା ଏକ ବିଶାଳ କଫି ଇକୋସିଷ୍ଟମ୍‌ରେ ପରିଣତ ହୋଇଛି । ଏହି ପରିବର୍ତ୍ତନର ଆକାର କ୍ରୟ ପରିମାଣରୁ ସ୍ପଷ୍ଟ ଜଣାପଡ଼େ । ୨୦୨୫–୨୬, ଟିଡିସିସିଓଏଲ ରେକର୍ଡ ପରିମାଣର ୧୦୨.୫୪ ମେଟ୍ରିକ ଟନ୍ କଫି ଫଳ କ୍ରୟ କରିଛି, ଯାହା ୨୦୨୨-୨୩ ର ୩୪.୬୮ ମେଟ୍ରିକ ଟନ୍ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ। ୨୦୨୪-୨୫ ରେ ଏହି କ୍ରୟ ପରିମାଣ ୩୪.୪୧ ମେଟ୍ରିକ ଟନ୍ ଥିଲା । ଏହି ଅଭିବୃଦ୍ଧି ଦ୍ୱାରା ପ୍ରାୟ ୩୬୦ ଆଦିବାସୀ ପରିବାର ଲାଭାନ୍ୱିତ ହୋଇଛନ୍ତି। ଏହାଦ୍ୱାରା କୋରାପୁଟ ଅଞ୍ଚଳରେ କଫି ଚାଷ ଏକ ଗୁରୁତ୍ୱପୂର୍ଣ୍ଣ ଜୀବିକାର ମାଧ୍ୟମ ପାଲଟିଛି। କ୍ରୟ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ଚାଷୀ-ଅନୁକୂଳ କରିବା ପାଇଁ ପ୍ରୟାସ କରାଯାଇଛି । ନଗଦ କାରବାର ବଦଳରେ ସିଧାସଳଖ ଡିଜିଟାଲ୍ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଆଦିବାସୀ କଫି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୦୭ କୋଟି ଟଙ୍କା ଟିଡିସିସିଓଏଲ୍ ଦ୍ୱାରା ପ୍ରଦାନ କରାଯାଇଛି । ଏଥିରେ ୭୧ ଜଣ ଆଦିବାସୀ ମହିଳା ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ୪୫.୭ ପ୍ରତିଶତ କଫି ଚାଷୀ ସ୍ମାର୍ଟ କାର୍ଡ ଆପଣେଇଛନ୍ତି, ଯାହା ଚାଷୀଙ୍କ ପରିଚୟ ଏବଂ ଡିଜିଟାଲ୍ ଟ୍ରାକିଂକୁ ସହଜ କରିଛି। ‘ଟାଇଗର ବ୍ରାଇଟ୍‌’, କଫିପ୍ରେମୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ପ୍ରିମିୟମ ଆରବିକା ବ୍ଲେଣ୍ଡରେ ଅରେଞ୍ଜ୍‌, ଲେମନ୍ ଏବଂ ସ୍ୱିଟ୍ ଲାଇମ୍ ଫ୍ଲେଭର୍ ସହ କାରାମେଲ, ଚୋକୋଲେଟ୍ ଏବଂ କୋକୋଆ ସ୍ୱାଦ ଭରି ରହିଛି । ଏହି କଫିର ପ୍ରସିଦ୍ଧି ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ପାଇଛି। କୋରାପୁଟ କଫି ଦୁଇ ଥର ‘ଫାଇନ୍ କପ୍ ଆୱାର୍ଡ’ ଜିତିବା ସହ କଫି ବୋର୍ଡର “ଫ୍ଲେଭର ଅଫ୍ ଇଣ୍ଡିଆ ଫାଇନ୍ କପ୍ ୨୦୨୪’ ରେ ଚତୁର୍ଥ ସ୍ଥାନ ହାସଲ କରିଛି ।
ବ୍ରିକ୍ସ ସମ୍ମିଳନୀରେ ‘ଟାଇଗର ବ୍ରାଇଟ୍‌’ର ଉପସ୍ଥିତି ଏକ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ସମ୍ମିଳନୀରେ ଉଦୀୟମାନ ଅର୍ଥବ୍ୟବସ୍ଥାର ନେତା, ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇଛନ୍ତି, ଯାହା ବିଶ୍ୱ ଦରବାରରେ ଭାରତର ବିବିଧ ଅର୍ଥନୈତିକ ଓ ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରିବା ପାଇଁ ଏକ ବଡ଼ ମଞ୍ଚ ପ୍ରଦାନ କରିଛି। ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ କୋରାପୁଟର ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କଫିର ଅନ୍ତର୍ଭୁକ୍ତି କେବଳ ଆଞ୍ଚଳିକ ଉତ୍ପାଦକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ନୁହେଁ, ବରଂ ଆଦିବାସୀ ଚାଷୀଙ୍କ ପରିଶ୍ରମ, ସ୍ଥାନୀୟ ଉତ୍ପାଦନ, ମୂଲ୍ୟବୃଦ୍ଧି ଏବଂ ଜୀବିକା ସଶକ୍ତିକରଣର ଏକ ସଫଳ କାହାଣୀକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବାର ଏକ ଅବସର ସୃଷ୍ଟି କରିଛି। କୋରାପୁଟର ମାଟିରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଏହି କଫି ଏବେ ଓଡ଼ିଶାର ସୀମା ଅତିକ୍ରମ କରି ଭାରତର ବିବିଧତା ଓ ସ୍ଥାନୀୟ ଉଦ୍ୟମର ଏକ ସୁଗନ୍ଧିତ ପ୍ରତୀକ ଭାବେ ବିଶ୍ୱ ମଞ୍ଚରେ ନିଜର ଉପସ୍ଥିତି ଦେଇଛି ।

କୋରାପୁଟ କଫି ଟାଇଗର ବ୍ରାଇଟ୍ ବ୍ରିକ୍ସ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 12, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026

ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 12, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.