ଫିଲ୍ମ ନିର୍ମାତା କରନ୍ ଜୋହର୍ଙ୍କ ମୋଷ୍ଟ ଓ୍ବାଣ୍ଟେଡ୍ ଫିଲ୍ମ ‘କଲଙ୍କ୍’ର ପ୍ରଥମ ଗୀତ ‘ଘର ମୋରେ ପରଦେସିଆ’ର ରିଲିଜ୍ ହୋଇଛି। ଏହି ଗୀତରେ ଆଲିଆ ଭଟ୍ଟ ଓ ମାଧୁରୀ ଦୀକ୍ଷିତଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଛି। ଏହି ଗୀତରେ ବରୁଣ ଧାଓ୍ବନ୍ ମଧ୍ୟ ନଜର ଆସିଛନ୍ତି। କଲଙ୍କର ଏହି ଗୀତଟି ରିଲିଜ୍ ହୋଇଯିବା ପରେ ସୋସିଆଲ୍ ମିଡ଼ିଆରେ ଜୋର୍ସୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଏହି ଗୀତରେ ଶ୍ରେୟା ଘୋଷାଲ୍ ଓ ବୈଶାଳୀ କଣ୍ଠଦାନ କରିଛନ୍ତି। ଏହି ଗୀତକୁ ଅମିତାଭ ଭଟ୍ଟାଚାର୍ଯ୍ୟ ରଚନା କରିଥିବାବେଳେ ପ୍ରୀତମ୍ ସଙ୍ଗୀତରେସ୍ବରବଦ୍ଧ କରିଛନ୍ତି। ଏହି ଗୀତରେ ନୃତ୍ୟକୁ ରେମେଡିସୁଜା କୋରିଓଗ୍ରାଫ୍ କରିଛନ୍ତି। ଏହି ଫିଲ୍ମକୁ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଉଥିବାବେଳେ ଏଥିରେ ଆଦିତ୍ୟ ରୟ କପୁର୍, ସଞ୍ଜୟ ଦତ୍ତ ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରୁଛନ୍ତି। ଫିଲ୍ମଟି ଏପ୍ରିଲ୍ ୧୯ରେ ରିଲିଜ୍ ହେବାକୁ ରହିଛି।
Author: Samikhsya Bureau
ବିଜେଡିରୁ ଇସ୍ତଫା ଦେଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଇସ୍ତଫା କାରଣ ଦର୍ଶାଇ ତ୍ରିନାଥ କହିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଗତ ୧୬ତାରିଖରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମିଶ୍ରଣ ପର୍ବରେ ତାଙ୍କ ସାମିଲ୍ କରାନଯିବା ନେଇ ମର୍ମାହତ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ୨୦୦୯ରେ ତ୍ରିନାଥ ଦଳରେ ସାମିଲ୍ ହୋଇଥିବାବେଳେ ୨୦୧୪ରେ ଗୁଣୁପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟ ହୋଇଥିଲେ । ତେବେ ଇସ୍ତଫା ଦେବେ ପରେ କେଉଁଦଳରେ ଯୋଗଦେବେ ସେନେଇ କିଛି ସ୍ଥିର କରିନାହାନ୍ତି ବୋଲି କହିଛନ୍ତି ତ୍ରିନାଥ ।
କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ସମ୍ମୁଖରେ ପୋଲିସ ଓ ଶ୍ରମିକ ମୁହାଁମୁହିଁ ବେଳେ ପୋଲିସର ଲାଠି ଚାର୍ଜରେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ୩୦ଜଣରୁ ଅଧିକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, କଳାହାଣ୍ଡି ଜିଲ୍ଳା ଭବାନୀପାଟଣାସ୍ଥିତ ବେଦାନ୍ତ ଆଲୁମିନିଅମ ବେଦାନ୍ତ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ। ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ବଳ ପ୍ରୟୋଗ କରି ହଟାଉଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଓ ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ପୋଲିସ ଲାଠି ଚାଳନା କରିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ସହ ପ୍ରାୟ ୩୦ଜଣରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଅସମ୍ଭାଳ ହେବାରୁ କମ୍ପାନୀ ଆଗରେ ପୋଲିସ ୧୪୪ ଧାରା ଜାରି କରିଛି।
ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେଭିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କୁ କହିଛି ଯେ, ସରକାର ଗଠନ ପାଇଁ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ବିଜେପି ସରକାର ସହ ମେଂଟରେ ଥିବା ବିଭିନ୍ନ ରାଜନୈତିକ ଦଳ ମନୋହର ପାରିକରଙ୍କ ନେତୃତ୍ୱ ସର୍ତ୍ତରେ ସାମିଲ ହୋଇଥିଲେ। ବର୍ତମାନ ବିଜେପି ସହ କୌଣସୀ ସହଯୋଗୀ ନାହାନ୍ତି। ବିରୋଧୀ ନେତା ଚନ୍ଦ୍ରକାନ୍ତ କାବଲେକର ଏବଂ ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋନ୍ଦାକର ରାଜ୍ୟରେ ତାଙ୍କ…
ଓଡ଼ିଶା ସ୍କିଲ୍ ଡେଭଲପ୍ମେଣ୍ଟ୍ ଅଥରିଟି (ଓଏସ୍ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ। ମଲ୍ଟିନ୍ୟାସନାଲ୍ ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ଦର୍ଶାଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସ୍ଡିଏର ଚେୟାରମ୍ୟାନ୍ ଦାୟିତ୍ୱ ପ୍ରଦାନ କରିଥିଲେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସେଥିପାଇଁ ଓଡ଼ିଶାର ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ସହିତ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୫। ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାବେଳେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ବିଜେଡ଼ି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ…
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ସୋମବାର ସନ୍ଧ୍ୟା ମିରାମର ଠାରେ ହେବ। ଗତକାଲି ସନ୍ଧ୍ୟା ୬ଟା ୪୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ କଳା ଏକାଡେମିରେ ପାରିକରଙ୍କ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ସାଧାରଣ ଲୋକ ଯାଇପାରିବେ। ପାରିକରଙ୍କ ଅନ୍ତିମ ଯାତ୍ରା ସନ୍ଧ୍ୟା ୪ଟା ପରେ ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୫ଟାରେ ମିରାମର ଠାରେ ଅନ୍ତିମ ସଂସ୍କାର କରାଯିବ। ଗୃହମନ୍ତ୍ରୀ ରାଜନାଥ ସିଂହ ମନୋହରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ। କେନ୍ଦ୍ର ସରକାର ପାରିକରଙ୍କ ପରଲୋକରେ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ, କେନ୍ଦ୍ର ଶାସିତ ରାଜ୍ୟ ଏବଂ ରାଜ୍ୟର ରାଜଧାନୀ ଗୁଡ଼ିକରେ ଜାତୀୟ ପତାକା ଗୁଡ଼ିକୁ ଅର୍ଦ୍ଧନମିତ କରାଯିବ। ପାରିକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଅନ୍ତିମ ସଂସ୍କାର କରାଯିବ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଚାରି ଥରର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର…
କେଦାର ମିଶ୍ର ଆପାତତଃ ୨୦୧୯ ନିର୍ବାଚନର ସବୁଠୁ ଆଶ୍ଚର୍ୟଜନକ ଖବର ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର କୌଣସି ଏକ ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ସଙ୍କେତ ଦେବା। ଗତକାଲି ପଶ୍ଚିମ ଓଡିଶାର ବହୁ ବିଜେଡି ନେତା ଓ ବିଶିଷ୍ଟ ନାଗରିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ପଶ୍ଚିମ ଓଡିଶାରୁ ବିଧାନସଭା ନିର୍ବାଚନ ଳଢନ୍ତୁ ବୋଲି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଗମ୍ଭୀରତାର ସହ ବିଚାର କରିବେ ବୋଲି ମଧ୍ୟ କହିଛନ୍ତି। ତେବେ ହଠାତ ବିଜେଡି ଶିବିରରୁ ଆସିଥିବା ଏ ନିଷ୍ପତ୍ତି ଓଡିଶାର ରାଜନୈତିକ ସମୀକରଣରେ ଅନେକ ନୂଆ ଅଙ୍କ ଯୋଡିଛି। ନବୀନ ପଶ୍ଚିମ ଓଡିଶାରୁ କେବଳ ଲଢିବେ ନା ନିଜର ପାରମ୍ପରିକ ହିଂଜିଳି ଆସନ ସହିତ ପଶ୍ଚିମ ଓଡିଶାର ଆଉ ଏକ ଆସନରେ ଠିଆ ହେବେ, ତାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ତେବେ ଆମର ସୂତ୍ର କହୁଛି, ନବୀନ ହିଂଜିଳି ସହିତ ଆଉ ଏକ ଆସନରୁ ଠିଆ…
ଆସନ୍ତାକାଲି ବିଜେଡ଼ି ତରଫରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି ହେବ ବୋଲି ସୂଚନା ରହିଛି। ଏହି ସମୟରେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ଦେଖିବାକୁ ମିଳିଛି। ଏହା ରାଜ୍ୟର ରାଜନୈତିକ ପାଣିପାଗକୁ ସରଗରମ କରିଛି। ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବିଜେଡ଼ିରେ ଟିକେଟ ବଣ୍ଟନରେ ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିପାରେ ବୋଲି ଅନୁମାନ କରାଯାଉଛି। ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଗୀତା ମେହେଟ୍ଟା ଏହି ପୁରସ୍କାର ଗ୍ରହଣ କରିବାକୁ ପ୍ରତ୍ୟାଖାନ କରିଥିଲେ। ନିର୍ବାଚନ ପୂର୍ବରୁ ଏପରି ସମ୍ମାନ ଗ୍ରହଣ କରିବାକୁ ସେ ମନା କରିଥିଲେ। ତେବେ ନବୀନ ନିବାସରେ ଗୀତାଙ୍କୁ ନେଇ ବହୁ ଚର୍ଚ୍ଚା ଚାଲିଛି। ସେହିପରି ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା ପଦ୍ମଶ୍ରୀ ହଳଧର ନାଗ ଓ ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ପ୍ରମୁଖଙ୍କୁ।
ନିର୍ବାଚନୀ ତାରିଖ ଯେତିକି ପାଖକୁ ଆସୁଥିବାବେଳେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳରେ ନେତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରବିବାର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି କିନ୍ନର ଆଖଡା ପରିଷଦର ସଭାପତି ମୀରା ପରିଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ବେଗୁନିଆ ବିଧାନସଭା ଆସନରୁ ମୀରା ଲଢ଼ିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଏଣୁ ବିଜେଡି ତାଙ୍କୁ ସେଠାରୁ ପ୍ରାର୍ଥୀ କରିପାରେ ବୋଲି ଆଶା କରାଯାଉଛି। ବହୁଜନ ସମାଜ ପାର୍ଟି ତରଫରୁ କାଜଲ ନାୟକ ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରରୁ ଲଢିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି।
ଉତ୍ତରପ୍ରଦେଶରେ କଂଗ୍ରେସ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଓ ଆରଏଲ୍ଡି ପାଇଁ ୭ଟି ସିଟ୍ ଛାଡ଼ିବା ନେଇ ଘୋଷଣା କରିଛି। ପୂର୍ବରୁ ସପା-ବିଏସ୍ପି ମେଣ୍ଟ ଉତ୍ତରପ୍ରଦେଶରେ ଦୁଇଟି ଆସନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲା। ୭ଟି ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ପ୍ରଦାନ କରିବ ନାହିଁ ବୋଲି ପ୍ରଦେଶ ଅଧ୍ୟକ୍ଷ ରାଜ ବବର୍ ସୂଚନା ଦେଇଛନ୍ତି। ଏହି ୭ଟି ଆସନ ମଧ୍ୟରେ ମୌନପୁରୀ, କନୌଜ ଓ ଫିରୋଜବାଦ ଆସନ ଆଦି ରହିଛି, ଯାହା ସମାଜବାଦୀ ପାର୍ଟିର ଗଡ଼। ଏହା ବ୍ୟତୀତ ମାୟାବତୀ, ଅଜିତ୍ ସିଂହ ଓ ଜୟନ୍ତ ଚୌଧୁରୀଙ୍କ ବିପକ୍ଷରେ ମଧ୍ୟ ପ୍ରାର୍ଥୀ ଦିଆଯିବ ନାହିଁ ସୂଚନା ରହିଛି। ଉତ୍ତରପ୍ରଦେଶରେ କଂଗ୍ରେସ ଜନ ଅଧିକାର ପାର୍ଟି ସହ ୭ଟି ଆସନକୁ ନେଇ ବୁଝାମଣା କରିଛି ବୋଲି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି। ଏହି ୭ଟି ଆସନରେ ୫ଟି ଆସନରୁ ଜନ ଅଧିକାର ପାର୍ଟିର ପ୍ରାର୍ଥୀ ଦେବାକୁ ଥିବାବେଳେ ଦୁଇଟି ସିଟ୍ରେ…
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ହୋଇପଡିବା କାରଣରୁ ବିରୋଧି କଂଗ୍ରେସ ଗୋଆରେ ସରକାର ଗଠନ କରିବାକୁ ଅଡ଼ି ବସିଛି। ତେବେ ବିଜେପି ଗୋଆ ମନ୍ତ୍ରିମଣ୍ଡଳକୁ ଭାଙ୍ଗିବାକୁ ସୁଯୋଗ ଦେଉନି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କମାତ ଭାଜପାରେ ଯୋଗ ଦେଇ ପାରନ୍ତି। ଆଉ ତାଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି। କମାତ ୨୦୦୫ରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ୍ ହୋଇଥିଲେ। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ଦିଗମ୍ବର।
କିଙ୍ଗ୍ ଖାନ୍ ଶାହରୁଖ୍ ଏବେ ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିବାକୁ ମିଳିବେ। ତାଙ୍କ ପ୍ରଡକ୍ସନ ହାଉସ୍ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଅଧୀନରେ ଏକ ଥ୍ରିଲର୍ ଓ୍ବେବସିରିଜ୍ର ନିର୍ମାଣ ହେବାକୁ ଯାଉଛି। ଏହି ସିରିଜ୍ରେ ଶାହରୁଖ୍ ଅଭିନୟ କରିବେ ବୋଲି ସୂଚନା ରହିଛି। ଏହାବ୍ୟତୀତ ପ୍ରଯୋଜକ ଭାବେ ଶାହରୁଖ୍ ମଧ୍ୟ ଏକ ଓ୍ବେବ୍ ସିରିଜ୍ ନିର୍ମାଣ କରୁଛନ୍ତି। ଏହି ଓ୍ବେବସିରିଜ୍ରା ନାମ ରହିଛି ‘ବାର୍ଡ ଅଫ୍ ବ୍ଲଡ୍’ ଏଥିରେ ଇମ୍ରାନ୍ ହାସ୍ମୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଲୋକପ୍ରିୟ ଲେଖ ବିଲାଲ ସିଦ୍ଧିକୀଙ୍କ ପୁସ୍ତକ ଉପରେ ଏକ ରାଜନୀତି ଭିତ୍ତିକ ଥ୍ରିଲର୍ ଫିଲ୍ମ। ୨୦୧୮ରେ ମୁକ୍ତିଲାଭ କରିଥିବା ‘ଜିରୋ’ର ଅସଫଳତାକୁ ନେଇ ଶାହରୁଖ ବେଶ୍ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ଶାହରୁଖ୍ଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍, ଅନୁଷ୍କା ଶର୍ମା ପ୍ରମୁଖ ଅଭିନୟ କରିଥିଲେ। ଏବେ ଫିଲ୍ମ ଚୟନକୁ ନେଇ ବେଶ୍ ପରୀକ୍ଷାନିରୀକ୍ଷା କରୁଛନ୍ତି ଏହି ସୁପରଷ୍ଟାର୍ ଜଣକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକପାଳ ଚୟନ କମିଟି ନିକଟରେ ପୂର୍ବତନ ସୁପ୍ରିମ୍କୋର୍ଟ ଜଜ୍ ପିନାକି ଚନ୍ଦ୍ର ଘୋଷଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ସୂଚନା ରହିଛି। ସୋମବାର ଦିନ ଏହା ଔପଚାରିକ ଭାବେ ଘୋଷଣା ହେବ ବୋଲି ଜଣାପଡିଛି। ୨୦୧୭ ମସିହା ମେ ମାସରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ୍ ଘୋଷ ବର୍ତ୍ତମାନ ନେସ୍ନାଲ୍ ହ୍ୟୁମାନ ରାଇଟ୍ସ କମିସନ(ଏନ୍ଏଚ୍ଆର୍ସି)ର ସଦସ୍ୟ ଅଛନ୍ତି। ମାର୍ଚ ୭ ତାରିଖରେ ସୁପ୍ରିମ୍କୋର୍ଟ ମୋଦି ସରକାରଙ୍କୁ ୧୦ ଦିନ ଭିତରେ ଲୋକପାଳ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଲୋକପାଳ ନିଯୁକ୍ତି ବୈଠକକୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ବର୍ଜନ କରିଥିଲେ। ସେ ଚୟନ କମିଟିର ଜଣେ ସଦସ୍ୟ ଥିବା ସତ୍ୱେ ବୈଠକରେ ଅନୁପସ୍ଥିତ ରହିଥିଲେ। ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଘୋଷଙ୍କୁ ନିଯୁକ୍ତି ମିଳିବା ସହ ଲୋକପାଳ ନିଯକ୍ତିରେ ଅନ୍ୟ ୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ନୁହେଁ ବରଂ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର କୌଣସି ଆସନରୁ ଠିଆ ହୋଇ ପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ବରଗଡ଼ର ବିଜେପୁର କିମ୍ବା ଭଟଲି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ରହିଛି। ତେବେ କେଉଁ ବିଧାନସଭା ଆସନରୁ ନବୀନ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ନବୀନଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳି ହେଉଛି ହିଞ୍ଜିଳି। ଏଠାରୁ ସେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ।
ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଦୁଇଦିନିଆ ମାଳଦୀପ ଗସ୍ତରେ ଯାଇଛନ୍ତି। ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୁଷମାଙ୍କ ସହ ବିଦେଶ ସଚିବ ବିଜୟ ଗୋଖେଲଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ମଧ୍ୟ ମାଳଦୀପ ଯାଇଛନ୍ତି। ଏହି ଗସ୍ତରେ ଦୁଇ ଦେଶ ଭିତରେ ସମ୍ପର୍କ ମଜବୁତ୍ କରିବା ନେଇ ବିଭିନ୍ନ ରାଜନୈତିକ ଓ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା ହେବ। ଏହି ଗସ୍ତ ଅବସରରେ ସୁଷମା ସ୍ବରାଜ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସାଲେହ, ଗୃହ ମନ୍ତ୍ରୀ ଶେଖ ଇମ୍ରାନ୍ ଅବଦୁଲ୍ଲା ପ୍ରମୁଖଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି।
ବିହାରରେ ଏନଡିଏ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଆସନ ଗୁଡିକର ଭାଗବଣ୍ଟା ହୋଇଛି। ବିଜେପି, ଜେଡିୟୁ, ଏଲଜେପି ମିଳିତ ଭାବେ ଲଢିବେ ବୋଲି ଏକ ସମ୍ୱାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ଏଥିରେ ବିଜେପି-ଜେଡିୟୁକୁ ୧୭-୧୭ ଆସନ ମିଳିଥିବା ବେଳେ ଏଲଜେପିରୁ ୬ଦିଆଯାଇଛି। କଟିହାର, ପୂର୍ଣ୍ଣିୟା, ଗୋପାଳଗଞ୍ଜ, ସୀବାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଲନ୍ଦା,କାରାକାଟ, ଗୟା, ଜାହାନବାଦ, ସୁପେଲ, କିଷାନଗଞ୍ଜ, ମଧେପୁରା, ବାଲ୍ମୀକି ନଗର, ସୀତାମଡୀ, ଝାଞ୍ଜରପୁର ଆଦି ଜେଡ଼ିୟୁ ଭାଗରେ ରହିଥିବାବେଳେ ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ମହାରାଜଗଞ୍ଜ, ମଧୁବନୀ, ଅରରିଆ, ଦରଭଙ୍ଗା ,ମୁଜଫରପୁର, ସାରଣ, ଉଜିଆରପୁର,ବେଗୁସରାୟ, ପାଟନା ସାହିବ. ପଟାଳିପୁତ୍ର, ଆରା, ଶିବହର, ବସ୍କର ସାସାରମ, ଔରଙ୍ଗାବାଦ ଆଦି ବିଜେପି ହାତରେ ରହିଛି। ଏଲ୍ଜେପି ହାତରେ ରହିଛି ବୈଶାଲୀ, ସମସ୍ତୀପୁର,ହାଜିପୁର, ଖଗଡିଆ, ଜମୁଇ,ନବାଦା ଆସନ।
ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କର ସୋସିଆଲ୍ ମିଡ଼ିଆରେ କ୍ୟାମ୍ପେନ୍ ଏବେ ଜୋର୍ସୋର୍ରେ ଚାଲିଛି। ଆଜି ବିଜେପି ତରଫରୁ ‘ମୁଁ ବି ଚୌକିଦାର’ର ଟ୍ବିଟ୍ରରେ ନାମ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଟୁଇଟର୍ ଆକାଉଣ୍ଟରେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି। ଏହି କ୍ରମରେ ବିଜେପିର ନେତା ଏମ୍ଜେ ଆକବର୍ ମଧ୍ୟ ଏହି କ୍ୟାମ୍ପେନ୍ରେ ସାମିଲ୍ ହୋଇ ଟୁଇଟ୍ କରିଛନ୍ତି। ତାଙ୍କର ଏହି ଟୁଇଟ୍କୁ ଜବାବ୍ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ରେଣୁକା ସାହାଣେ। ଏମ୍ଜି ଅକବର୍ ଚୌକିଦାର ଟ୍ୟାଗ୍ ଲଗାଇ ଟୁଇଟ୍ କହିଛନ୍ତି, ‘ମୁଁ ବି ଚୌକିଦାର’ କ୍ୟାମ୍ପେନ୍ରେ ଯୋଗ ଦେଇ ଗର୍ବ ଅନୁଭବ କରୁଛି। ଭାରତର ଜଣେ ନାଗରିକ ହୋଇଥିବାରୁ ଭାରତକୁ ପ୍ରେମ କରେ, ମୁଁ ଭ୍ରଷ୍ଟାଚାର, ଗରିବ ଓ ଆତଙ୍କବାଦକୁ ହଟାଇବା ଦିଗରେ ପୂରା ଜୋର୍ ଲଗାଇବି ଓ ଏକ ନୂଆ ଭାରତ ନିର୍ମାଣରେ ସାହାଯ୍ୟ କରିବ, ଯାହା ସୁରକ୍ଷିତ,…
ଉତ୍ତରାଖଣ୍ଡର ବାଗେଶ୍ବରଠାରେ ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଠାରେ ଗରୁଡ୍ ବ୍ଲକ୍ର ମେଟନାର ବିଜେପି ନେତା ନିଜ ପୁଅର ବାହାଘର କାର୍ଡରେ ମୋଦିଙ୍କୁ ଭୋଟ୍ ଦେବାର ଅପିଲ୍ କରାଯାଇଥିଲା। ଏହି ମାମଲାରେ ଜିଲ୍ଲା ନିର୍ବାଚନ କମିଶନର ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜେପି ନେତା ଜଗଦୀଶ ଯୋଶୀ ଏପ୍ରିଲ୍ ୧୧ରେ ହେବାକୁ ଥିବା ନିର୍ବାଚନରେ ପିଏମ୍ ମୋଦିଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ନିର୍ମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି। ଏହି କାର୍ଡଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହା ସାମ୍ନାକୁ ଆସୁଛି। ବିଜେପି ନେତା ଜଗଦୀଶଙ୍କ ପୁଅଙ୍କ ବାହାଘର ଏପ୍ରିଲ୍ ୨୨କୁ କିରଣଙ୍କ ସହିତ ହେବାକୁ ରହିଛି। ଏହି କାର୍ଡରେ ବାରାତ୍ରେ ସାମିଲ୍ ହେବା ସହିତ ନିର୍ବାଚନ ସମ୍ବନ୍ଧୀୟ ଅପିଲ୍ କରାଯାଇଛି। ଏହି କାର୍ଡରେ ପଦ୍ମଫୁଲର ଚିତ୍ର ମଧ୍ୟ ରହିଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସାରା ଦେଶରେ ଆଦର୍ଶ…
କଂଗ୍ରେସ ଛାଡ଼ିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପିରେ ସାମିଲ୍ ହେବା ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ବକୁ ଭରସା କରି ବିଜେପିରେ ଯୋଗ ଦେଇଛନ୍ତି। ମୋଦିଙ୍କ ସବ୍କା ସାଥ୍ ବିକାଶ ଧାରାକୁ ଆଗେଇ ନେବାକୁ ମନପ୍ରାଣ ଦେଇ କାମ କରିବେ ବୋଲି କହିଛନ୍ତି। ୨୦ ବର୍ଷର ସମ୍ପର୍କ ଛିନ୍ନ କରି ପ୍ରକାଶ ବେହେରା ଶନିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ସେ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗିରହିଥିଲା।
ବରିଷ୍ଠ ନେତା ଦିଲୀପ ରାୟ ଶନିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ଦିଲୀପ ଖୁବ୍ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିଲୀପ ତାଙ୍କ ସମର୍ଥକଙ୍କ ସହ ସୋମବାର ବିଜେଡିରେ ଯୋଗଦାନ କରିବେ। ହେଲେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ବିଜେଡିରେ ମିଶିବା ପୂର୍ବରୁ ଦିଲୀପ କିଛି ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ରବିବାର ଦଳର ଏକ ବୈଠକ ବସିବ। ଦିଲୀପଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କିଛି ସର୍ତ୍ତକୁ ନେଇ ଆଲୋଚନା କରାଯିବ। ସେ ବିଜେଡିକୁ ଫେରିଲେ, ତାଙ୍କୁ କେନ୍ଦ୍ରାପଡା କିମ୍ବା ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ସେହିପରି ଦିଲୀପଙ୍କ ଯୋଗଦାନ ପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରମୁଖ ରାଜନୈତିକ ସହଯୋଗୀ ଭାବେ ଦିଲୀପ ଜଣାଶୁଣା।…