ଜର୍ମାନୀ କାର ନିର୍ମାତା କମ୍ପାନୀ ଭକସୱାଗନକୁ ୫୦୦ କୋଟି ଟଙ୍କା ଜୋରିମନା ଦେବାକୁ ପଡ଼ିବ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଏହି ଉଲ୍ଲଂଘନ କରୁଥିବାର ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହି ଜୋରିମନା ଲଗାଇଛନ୍ତି । ୨ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ ଜର୍ମାନୀର ଏହି କାର କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭକସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ ଠକେଇ ଯନ୍ତ୍ରାଂଶ ଲଗାଇଥିଲା। ପରିଣାମ ସ୍ଵରୂପ ପ୍ରଦୂଷଣ ପରୀକ୍ଷାରେ ଭକସୱାଗନର କାରଗୁଡ଼ିକ ମୁକ୍ତି ପାଇଯାଉଥିଲେ। ଏହି ଠକେଇ ଧରାପଡ଼ିବା ପରେ ଏନଜିଟି ଭକସୱାଗନ କମ୍ପାନୀକୁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାୟୁ ପ୍ରଦୂଷଣ ବଢାଇବା ମାମଲାରେ ଭକସଙଓ୍ବାଗନ୍ଙ୍କୁ ୧୦୦ କୋଟି ଟଙ୍କା ଜୋରିମାନା ଭରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନଜିଟିଙ୍କ ନିର୍ଦ୍ଦେଶକୁ ଖାତିର ନକରି କମ୍ପାନୀ କେବଳ ନିଜର ଏକ ବିଜ୍ଞପ୍ତି ପ୍ରକାଶ…
Author: Samikhsya Bureau
ଫୁଲ୍ଓ୍ବାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦିନକୁ ଦିନ ବହୁତ ଖରାପ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ସ୍ବାଭାବିକ ସମ୍ପର୍କକୁ ଫେରାଇ ଆଣିବା ଦିଗରେ ଚୀନ୍ ଲାଗିପଡିଛି । ଏପରିକି ସେ ଭାରତ ସହ ଏହି ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ହୋଇଥିବା ଜଣାଯାଇଛି । ପାକିସ୍ତାନରେ ଦ୍ବିଦିବସୀୟ ଗସ୍ତ କରି ଚୀନ୍ର ଉପ ବିଦେଶ ମନ୍ତ୍ରୀ କୋଙ୍ଗ୍ ଶୁ ଆନ୍ୟୁ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ପୁର୍ବାବସ୍ଥାକୁ ଫେରାଇ ଆଣିବାକୁ ଚୀନ୍ ଚେଷ୍ଟିତ ରହିଛି । ସବୁ ଦେଶର ପ୍ରଭୁତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରାଯିବା ସହିତ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧର ମାନକକୁ ମଧ୍ୟ ପାଳନ କରିବା ଆବଶ୍ୟକ । ଏହି ଅବସରରେ ଚୀନ୍ର ଉପ ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ,…
ପୁଲ୍ଓ୍ବାମା ଆକ୍ରମଣ ପରଠାରୁ କାଶ୍ମୀର ନାଗରିକଙ୍କ ଉପରେ ବିଭିନ୍ନ ରାଜ୍ୟରେ ଆକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଜଣେ କାଶ୍ମୀରୀ ବ୍ୟବସାୟୀଙ୍କ ଉପରା ଆକ୍ରମଣ କରାଯାଇଛି । ପୀଡ଼ିତ ଜଣକ ହେଲେ ମହମ୍ମଦ ଅଫଜଲ । ଜମ୍ମୁ କାଶ୍ମୀରର କୁଲଗାମର ଚିଲର ନୁରାବାଗ ଅଞ୍ଚଳର ହୋଇଥିବାବେଳେ ଲକ୍ଷ୍ନୌର ହସନଗଞ୍ଜ ଅନ୍ତର୍ଗତ ଡାଲିଗଞ୍ଜ ପୋଲି ଉପରେ ସେ ଡ୍ରାଏ ଫ୍ରୁଟ୍ସ ବିକ୍ରି କରନ୍ତି । ସେ ବ୍ୟବସାୟ କରୁଥିବାବେଳେ ସ୍ଥାନୀୟ ୩/୪ ଯୁବକ ତାଙ୍କୁ କ’ଣ ପାଇଁ ଏଠି କାମ କରୁଛୁ କହି ମାରପିଟ୍ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଅଫଜଲ୍ ଉଦ୍ଧାର ହୋଇଥିଲେ । ଏନେଇ ଅଫଜଲ୍ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାଶ୍ମୀର ନାଗରିକଙ୍କ ଉପରେ ଆକ୍ରମଣ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାରେ ସମ୍ପୃକ୍ତ ଥିବା ବାବୁ ବଜରଙ୍ଗୀଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଜାମିନ ମଞ୍ଜୁର କରାଯାଇଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବାରୁ ତାଙ୍କୁ ଏହି ଜାମିନ ମିଳିଛି। ନରୋଦା ପଟିୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଯୋଗ୍ୟ, ବାବୁ ବଜରଙ୍ଗୀଙ୍କ ପ୍ରକୃତ ନାଁ ହେଲା ବାବୁଭାଇ ପଟେଲ । ଗୁଜରାଟରେ ୨୦୦୨ରେ ସାବରମତି ଏକ୍ସପ୍ରେସ୍ କାଣ୍ଡ ପରେ ହୋଇଥିବା ଦଙ୍ଗାକୁ ନେଇ ସବୁବେଳେ ବାବୁ ବଜରଙ୍ଗୀ ଚର୍ଚ୍ଚାରେ ରହି ଆସୁଥିଲେ। ୨୦୦୭ରେ ହୋଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ସେ ନରୋଦା ପଟିୟା ନରସଂହାରରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଥିଲା ।
ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍ ଗୋଟାଏ ବିବାଦୀୟ ଆଇନ୍ ପାସ୍ କରିଛି। ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନ୍ଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ ଏହି ଆଇନ୍ ବଳରେ ଜରିମାନା ଓ ଜେଲ୍ ଦଣ୍ଡ ଦିଆଯାଇ ପାରିବ। ଅନ୍ଲାଇନ୍ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬ଲକ୍ଷ ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏ ଭଳି ପୋଷ୍ଟ୍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ। ଏବଂ ୧୫ ଦିନ ପାଇଁ ଜେଲ୍ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି କୌଣସି ମିଥ୍ୟା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଓ୍ବେବସାଇଟ୍କୁ ମଧ୍ୟ ଏହି ଆଇନ୍ ବଳରେ ଋଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍ କରିବାର ବ୍ୟବସ୍ଥା ରହିଛି ।
ଗୁଜୁରାଟର ପାଟିଦାର୍ ନେତା ହାର୍ଦ୍ଦିକ ପଟେଲ୍ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍ ମାଦମ୍। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।
ଲୋକପାଳ ସଦସ୍ୟ ନିଯୁକ୍ତି ନିମନ୍ତେ ଚୟନ କମିଟିର ବୈଠକ ତାରିଖ ଜଣାଇବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍କୋର୍ଟର ଖଣ୍ଡପୀO ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ଏହି ତିନି ପାନେଲ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ଚୟନ କମିଟିକୁ ପଠାଇ ଦିଆଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ୍ କହିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଲୋକପାଳ ଏବଂ ବାକି ଦୁଇଟି ବିଚାର ବିଭାଗୀୟ ଓ ଅଣବିଚାର ବିଭାଗୀୟ ଲୋକପାଳ ସଦସ୍ୟଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଆଟର୍ଣ୍ଣି ଜେନେରାଲ୍ ବେଣୁଗୋପାଳ କହିଛନ୍ତି। ଲୋକପାଳର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି।
ଜମ୍ମୁରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଭୟାନକ ବୋମା ବିସ୍ଫୋରଣ ହୋଇଛି । ସୂତ୍ରାନୁସାରେ ଏହା ଏକ ଗ୍ରେନେଡ୍ ଆକ୍ରମଣ ବୋଲି କୁହାଯାଉଛି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୫ଜଣଙ୍କର ସ୍ବାସ୍ଥ୍ୟବସ୍ଥା ବେଶ୍ ଗମ୍ଭୀର ରହିଛି । ପାଖାପାଖି ୩୦ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଆଖପାଖରେ ଥିବା ପ୍ରାୟ ୧୦ଟି ବସ୍ କ୍ଷତିଗ୍ରସ୍ତ ହୋଇଛି । ବର୍ତମାନ ପୋଲିସ ସେଠାରେ ପହଁଚି ଯାଂଚ ଆରମ୍ଭ କରିଦେଇଛି । ଏହାସହ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି । ପୋଲିସ୍ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ସୂଚନା ରହିଛି ।
ରାଫେଲ୍ ଡିଲ୍ର ଦସ୍ତାବିଜ୍ ଚୋରି ହେବାର ଅଭିଯୋଗ ପରେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି । ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ପରେ ଯାଞ୍ଚ କରିବାକୁ ଦାବି କରିଥିବାବେଳେ ଏହି କ୍ରମରେ ଏବେ ଯୋଗ ଦେଇଛନ୍ତି ବିହାରର ପୂର୍ବତନ ଡେପୁଟି ସିଏମ୍ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ । ସେ ରାଫେଲ୍ ବିବାଦକୁ ନେଇ ସିଧା ନିଶାନା ମୋଦିଙ୍କୁ କରିଛନ୍ତି । ତେଜସ୍ବୀ ଏକ ଟ୍ବିଟ୍ରେ କହିଛନ୍ତି -–‘ସୁରକ୍ଷାର ଅନ୍ତିମ ଗ୍ୟାରେଣ୍ଟି ଚୌକିଦାର ନୁହେଁ ଥାନେଦାର ନିଅନ୍ତି । ଓ ଥାନେଦାର ହେଉଛନ୍ତି ଜନତା । ଚୌକିଦାରର ଚୋରି ଧରାପଡ଼ିଯାଇଛି ଏବେ ଥାନେଦାର ସଜ୍ଜା ଦେବେ । ରାଫେଲ୍କୁ ତ ଉଡାଇ ପାରିଲେନି ସେଥିପାଇଁ ଷ୍ଟଣ୍ଟ ମ୍ୟାନ୍ ରାଫେଲ୍ର ଫାଇଲ୍କୁ ଉଡାଇଦେଲେ । ସୁପ୍ରିମ୍କୋର୍ଟ ରାଫେଲ୍ ବିବାଦର ପୁର୍ନବିଚାର କରିବା ପରେ ରାଫେଲ୍ ସମ୍ପର୍କିତ ଦସ୍ତାବିଜ୍ ଚୋରି ହୋଇଛି ବୋଲି ସରକାର ସୁପ୍ରିମ୍କୋର୍ଟଙ୍କ…
ଫିଲ୍ମ ‘ଭାରତ’ର ଶୁଟିଂ ସମାପ୍ତ ପରେ ବଲିଉଡ୍ ଭାଇଜାନ୍ ସଲମନ୍ ଖାନ୍ କ୍ୟାଟ୍ରିନାଙ୍କ ସହ ତାଙ୍କର ଏକ ଫଟୋକୁ ସେୟାର କରି ‘ଭାରତ ଫିଲ୍ମର ଶୁଟିଂ ସରିଲା’ ବୋଲି ଘୋଷଣା କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହିତ ଭାଇଜାନ୍ଙ୍କୁ କ୍ୟାଟ୍ରିନାଙ୍କୁ ବିବାହ କରିବା ପାଇଁ କହିଛନ୍ତି । ଏହି ଫଟୋରେ ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଭାଇ ଭାରତ ହୀ ନହୀଁ ଜିନ୍ଦଗୀ କେ ଲିୟେ ପରଫେକ୍ଟ ଯୋଡ଼ି ହେ । ଆଉ ଜଣେ ଫ୍ୟାନ୍ ସଲ୍ମନ୍ ଭାଇ ୟେ ଦୁନିଆ କି ସବ୍ସେ ବେଷ୍ଟ କପ୍ଲ ହୈ ବୋଲି ଲେଖିବା ସହିତ ଆଉ ଜଣେ ପ୍ରଶଂସକ ଭାଇ ଜଲ୍ଦି ବାହା ହୋଇଯାଅ କ୍ୟାଟ୍ରିନାକୁ ଆଉ କେହି ନେଇଯିବ ନହେଲେ । ସଲମନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଶୁଟିଂ ପୂରା ୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଛି । ଏହି…
ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ରେ ନୂଆ ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି। ଏହି ପଦବୀ ଗତ ଛଅ ମାସ ହେଲା ଖାଲି ପଡିଥିଲା । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟିର ନିଷ୍ପତ୍ତି କ୍ରମେ ଡକ୍ଟର ମହାନ୍ତିଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ମୁମ୍ବାଇ ସ୍ଥିତ ଦେଶର ଏହି ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ସେ ତିନି ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ବେସିକ୍ ଫିଜିକ୍ସରେ ବିଶେଷ ପାରଦର୍ଶିତା ହାସଲ କରିଥିବା ଏହି ୫୯ ବର୍ଷୀୟ ଓଡ଼ିଆ ବୈଜ୍ଞାନିକ ‘ଡାର୍କ ମ୍ୟାଟର୍’ର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ବି କାର୍ଯ୍ୟ କରୁଛନ୍ତି। ଅଜିତ ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଫିଜିକ୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି। ସେ କୋଲକାତା ସ୍ଥିତ ସାହା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ। ଯଦୁଗୋଡ଼ାରେ ୟୁରାନିୟମ୍ ଖଣିରେ ଭାରତର ଗଭୀରତମ ଅଣ୍ଡରଗ୍ରାଉଣ୍ଡ ଲାବୋରଟୋରୀ ପ୍ରତିଷ୍ଠା କରିବାରେ ସେ…
ଅଭିଶେକ ବର୍ମନ୍ଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍ ଡ୍ରାମା ‘କଲଙ୍କ୍’ ପରଦା ଉପରକୁ ଆସିବାର ରହିଛି । ଏହି ଫିଲ୍ମରେ ବରୁଣ ଧାଓ୍ବନ୍, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର୍ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍ ଜୋହର । କରନ୍ ଜୋହର୍ ଏହି ଫିଲ୍ମର ଫାଷ୍ଟ ଲୁକ୍କୁ ସେୟାର କରି ଏକ ଇମୋସନାଲ୍ ବାର୍ତ୍ତା ଲେଖିଛନ୍ତି । ‘୧୫ ବର୍ଷ ପୂର୍ବେ ଏହି ଫିଲ୍ମର ପରିକଳ୍ପନା ପ୍ରଥମେ ମୋ’ ହୃଦୟ ଓ ମସ୍ତିଷ୍କକୁ ଆସିଥିଲା । …. ଏଇଟା ଏମିତି ଏକ ଫିଲ୍ମ ଯାହାକୁ ମୁଁ ପୂରା ଜୋଶ୍ ସହ ବିଶ୍ବାସ କରେ…. ଏହି ଫିଲ୍ମ ପାଇଁ ମୋ’ ପିତା ଯିବା ପୂର୍ବରୁ ପ୍ରଥମେ କାମ କରିଥିଲେ…… ଏହି ଫିଲ୍ମକୁ ଦେଖିବା ମୋ’ ବାପାଙ୍କର ସ୍ବପ୍ନ ଥିଲା…. ମୁଁ ତାଙ୍କ ସ୍ବପ୍ନକୁ ପୂରା କରିପାରିଲି ନାହିଁ….ମୋ’…
ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଆ ପରୀକ୍ଷା ଦେଉଛନ୍ତି । ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ମୋଟ ୧୫୫୬ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ଫୋନ୍, ସ୍ମାର୍ଟ ଓ୍ବାଚ୍, କାଲକୁଲେଟର ଆଣିବା ଉପରେ ନିଷେଧ ଲଗାଯାଇଛି । ମାଟ୍ରିକ୍ ପ୍ରଶ୍ନପତ୍ର ପରି ଯେଭଳି ଏହି ପରୀକ୍ଷାରେ କୌଣସି ପ୍ରକାରର ବିଭ୍ରାଟ ନ ହୁଏ, ସେଥିନିମେନ୍ତ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯିବା ସହ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ଅନିୟନିମତା ଦେଖାଦେଇଥିବା ନେଇ ଶିକ୍ଷାବ୍ୟବସ୍ଥା…
ରାଫେଲ୍ ଡିଲ୍କୁ ନେଇ ପୁଣି ଥରେ ବିପଦରେ ମୋଦି ସରକାର । ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ । ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ଗତକାଲି କଂଗ୍ରେସର ରଣଦୀପ୍ ସୁରେଜଓ୍ବାଲ୍ ମୋଦିଙ୍କୁ ଘେରିଥିବାବେଳେ ଆଜି ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ ରାଫେଲ୍ ଦୁର୍ନୀତି ଅଭିଯୋଗରେ ସତ୍ୟତା ରହିଛି । ଫାଇଲ୍ ହଜିଗଲା ଅର୍ଥ ରାଫେଲ୍ର ପ୍ରକୃତ ଦାମ ହଜିଗଲା । ଯଦି ଏଥିରେ କୌଣସି ଘୋଟାଲା ହୋଇନାହିଁ ତେବେ ପ୍ରଧାନମନ୍ତ୍ରୀ କାହିଁକି ଯାଂଚ ନିର୍ଦ୍ଦେଶ ଦେଉନାହାନ୍ତି । ରାଫେଲ ଡିଲ୍ ସମ୍ପର୍କୀତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ସେ ନିଜକୁ ନିର୍ଦ୍ଦୋଷ…
କେଦାର ମିଶ୍ର ରାଫାଲେ କିଣା ମାମଲାରେ ଦିନକୁ ଦିନ ନରେନ୍ଦ୍ର ମୋଦୀ ସରକାରଙ୍କ ବିଚିତ୍ର ସ୍ଵରୂପ ଲୋକଲୋଚନକୁ ଆସୁଛି। ଦେଶପ୍ରେମ ଓ ପାକିସ୍ତାନ ବିରୋଧୀ ହାୱା ସୃଷ୍ଟି କରି ରାଫାଲେ ଦୁର୍ନୀତି ମାମଲାରୁ ଲୋକଙ୍କ ନଜର ହଟାଇବାକୁ ମୋଦୀ ସରକାର ବହୁ ଉଦ୍ୟମ କରୁଛନ୍ତି। ହେଲେ ରାଫାଲେ ଭୁତ ସରକାର ର ପିଛା ଛାଡୁନାହିଁ। ଗତ ଡିସେମ୍ବର ୧୪ ତାରିଖରେ ଯେତେବେଳେ ସୁପ୍ରିମକୋର୍ଟ ରାଫାଲେ ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଳିନ ଚିଟ ଦେଲେ ତାକୁ ନେଇ ବିଜେପି ବେଶ ଆଶ୍ଵସ୍ତ ଥିଲା। ତେବେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରେ ଏମିତି କିଛି ଗୁରୁତର ତ୍ରୁଟି ରହିଗଲା ଯାହାକି ଏ ମାମଲାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଲା। ସୁପ୍ରିମ କୋର୍ଟ ତାଙ୍କ ରାୟରେ ରାଫାଲେ କିଣା ବିଷୟରେ ସିଏଜି ଓ ପିଏସି ସବୁକଥା ଜାଣନ୍ତି ବୋଲି କହିଥିଲେ, ଯାହାକି ଅସତ୍ୟ ଥିଲା। ସେହିପରି ପ୍ରତିରକ୍ଷା ବିଭାଗ ରାଫାଲେ କିଣା ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ଅନାବଶ୍ୟକ…
ସମୀକ୍ଷା ବ୍ୟୁରୋ ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ କମିଟି ସୁପାରିଶ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ଭବନନରେ ବସିଥିବା ଚୟନ କମିଟ ବିଧାନସଭା ଆସନ ସହିତ 16ଟି ଲୋକସଭା ଆସନ ପାଇଁ ମଧ୍ୟ 32 ଜଣଙ୍କ ନାମ ସୁପାରିଶ କରିଛି। ତେବେ ବାମଦଳ ସହିତ ଆସନ ବୁଝାମଣା ହେଉଥିବାରୁ ଦଳ 5ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରି ନାହିଁ। ଆଉ 16ଟି ଆସନ ପାଇଁ ଯେଉଁ ନାମ ଯାଇଛି ତାହା ହେଲା.. ସୁନ୍ଦରଗଡ-ଜର୍ଜ ତିର୍କି/ପ୍ରଫୁଲ ମାଝୀ ସମ୍ବଲପୁର-ଶରତ ପଟ୍ଟନାୟକ/ଅମର ପ୍ରଧାନ ବରଗଡ- କେଉଁଝର-ହରମୋହନ ସୋରେନ/ବନିତା ମାଝି ମୟୁରଭଂଜ- ବାଲେଶ୍ବର-ନବଜ୍ୟୋତି ପଟ୍ଟନାୟକ/ସୁଦର୍ଶନ ଦାସ ଭଦ୍ରଖ-ଅନନ୍ତ ପ୍ରସାଦ ସେଠୀ/ପଞ୍ଚାନନ ମଣ୍ଡଳ ଯାଜପୁର-ମାନସ ଜେନା/ଅର୍ଜୁନ ଚରଣ ଦାସ…
ସମୀକ୍ଷା ବ୍ୟୁରୋ ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା କରୁଥିବାରୁ 8 ସ୍ଥାନରେ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇ ନାହିଁ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ ତରଫରୁ ସୁପାରିଶ କରିଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ହେଲେ.. ବଡମ୍ବା- ବିଭାସ ମହାନ୍ତି/ମନୋଜ ସାହୁ ବାଙ୍କୀ-ଦେବାଶିଷ ପଟ୍ଟନାୟକ/ ରବି ମଲ୍ଲିକ ଆଠଗଡ- ଉମାବଲ୍ଲଭ ରଥ/ବିଚିତ୍ରାନନ୍ଦ ମୁଦୁଲି ବାରବାଟୀକଟକ-ମହମ୍ମଦ ମୋକିମ/ସୁରେଶ ମହାପାତ୍ର ଚୈଦ୍ବାର କଟକ- ଜଗଦୀଶ ମହାନ୍ତି/ମାନସ ଚୈାଧୁରୀ କଟକ ସଦର – ବାଙ୍କନିଧି୍ ବେହେରା/ରତ୍ନାକର ବେହେରା ଖଣ୍ଡପଡ଼ା- ବିନୋଦିନି ମହାନ୍ତି ସାଲେପୁର- ପ୍ରକାଶ ଚନ୍ଦ୍ର ବେହେରା/ଗୁରୁପଦ ନନ୍ଦ ମାହାଙ୍ଗା-ଦେବେନ୍ଦ୍ର ସାହୁ/ପ୍ରଦୀପ୍ତ ଦାସ ପାଟକୁରା-ଜୟନ୍ତ ମହାନ୍ତି/ ଚିନ୍ମୟ ବେହୁରା କେନ୍ଦ୍ରାପଡା-ଗଣେଶ୍ବର ବେହେରା/ହଳଧର ସେଠୀ ଆଳି-ଦେବେନ୍ଦ୍ରନାଥ ଶର୍ମା/ ହଳଧର ସେଠୀ ରାଜନଗର-ଅଂଶୁମାନ ମହାନ୍ତି/ ମିଟୁ ଦାସ ମହାକାଳପଡା-ବିଭ୍ରାଂଶୁ ଲେଙ୍କା/ଲୋକନାଥ…
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ଗ୍ରାମର ରୁଦ୍ର ତାଣ୍ଡି (୩୫) ଏବଂ ସ୍ତ୍ରୀ ଜୟନ୍ତୀ ତାଣ୍ଡି(୩୦) । ଗତ ୩ ତାରିଖ ସନ୍ଧ୍ୟାରେ ପାଟଣାଗଡ଼ ସରକାରୀ ଡାକ୍ତରଖାନାରେ ଜୟନ୍ତୀଙ୍କ ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେ ଡାକ୍ତରଖାନା ଶିଶୁ ବିଭାଗର ୬୭ ନଂ ବେଡ୍ରେ ଶିଶୁ ପୁତ୍ରଙ୍କ ସହିତ ଶୋଇଥିଲେ। କୌଣସି କାମରେ ତାଙ୍କ ସ୍ବାମୀ ଓ ଶାଶୁ ଡାକ୍ତରଖାନା ବାହାରକୁ ଯାଇଥିବାବେଳେ ଜଣେ ଅଚିହ୍ନା ମହିଳା ତାଙ୍କ ନିକଟରେ ବସିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପରେ ଶିଶୁପୁତ୍ରଟିକୁ ଧରିବାକୁ ଇଚ୍ଛାକରି ଖେଳାଇବା ବାହାନାରେ ବାହାରକୁ ଚାଲି ଯାଇଥିବା ଜୟନ୍ତୀ ପ୍ରକାଶ କରିଛନ୍ତି। ମହିଳାଜଣଙ୍କ ଏକ ମୋଟରସାଇକେଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶିଶୁପୁତ୍ରକୁ ନେଇ…
ବଲାଙ୍ଗୀର ଜିଲ୍ଲା ପଥରଚେପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିରେ ସଶକ୍ତ ହୋଇଥିବା ମହିଳାମାନଙ୍କୁ ସେମାନଙ୍କୁ ସଫଳତା ସକାଶେ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଅଗଣିତ ମହିଳାଙ୍କୁ ଧନ୍ୟବାଦ ଜଣାଇଥିଲେ ସେ। ୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛାଡ଼ି ହେବା ଶିଖାଇଛି। ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ୭୦ ଲକ୍ଷ ମହିଳା ସଶକ୍ତ। ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି।
ଗରିବ ଲୋକର ଖୁସି ମୋର ସବୁଠାରୁ ବଡ଼ ସନ୍ତୋଷ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭୁବନେଶ୍ବରର ଜନତା ମଇଦାନଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ କଲ୍ୟାଣକୁ ତାଙ୍କ ସରକାର ପ୍ରାଥମିକତା ଦେଇ ଆସିଛି । ସେ ସବୁବେଳେ ଗରିବଙ୍କ ସାଥୀରେ ରହିଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ୍ ଶକ୍ତିର ମା’ମାନଙ୍କୁ ସମ୍ବୋଧିତ କରି ତାଙ୍କୁ ବିକାଶର ସାରଥୀ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ସରକାର ମିଶନ ଶକ୍ତିର ମା’ମାନଙ୍କୁ ଜିରୋ ପ୍ରତିଶତ ସୁଧରେ ଋଣ ଦେଉଛି । ସେହିପରି ସହରରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ତାଙ୍କ ସରକାର ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଇଛି । ମହାନଗର ନିଗମ ଅଂଚଳରେ ୧୦,୦୦ ବସ୍ତି ବାସିନ୍ଦାଙ୍କୁ ଆବାସ୍ ମିଶନ୍ ଯୋଜନାରେ ବାସଗୃହ ଆବଣ୍ଟନର ଶୁଭାରମ୍ଭ କରିଥିଲେ ।…
ବିଦ୍ୟୁତ୍ ଜାମଓ୍ବାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗ୍ଲୀର’ ଟ୍ରେଲର୍’ ଆଜି ରିଲିଜ୍ ହୋଇଛି । ପୂର୍ବରୁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଥିଲା । ହଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍ ରସେଲ୍ ଏହାର ନିର୍ଦ୍ଦେଶନା ଭାର ବହନ କରୁଥିବାବେଳେ ଭିନୀତ୍ ଜୈନ୍ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ବିଦ୍ୟୁତ୍ଙ୍କ ବ୍ୟତୀତ ପୂଜା ସାଓ୍ବନ୍ତ ଓ ଆଶା ଭଟ୍ଟ, ଅତୁଲ୍ କୁଲ୍କର୍ଣ୍ଣୀ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଏପ୍ରିଲ୍ ୫ରେ ମୁକ୍ତିଲାଭ କରିବ । ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ସହ ଜଙ୍ଗଲୀ ଜନ୍ତୁଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ ମଧ୍ୟ ଦେଖାଯାଇଛି । ଏହି ଟ୍ରେଲର୍ରେ ବିଦ୍ୟୁତ୍ଙ୍କ ଏକ ଡାଇଲଗ୍ ‘ହମାରୀ ଦୋସ୍ତି ମେ କୋଇ ରୁଲ୍ ନହିଁ, ଔର ଏସି ଦୋସ୍ତି ଶିଖାନେ ବାଲେ କୋଇ ସ୍କୁଲ୍ ନହିଁ’ ବହୁତ ପ୍ରଭାବଶାଳୀ ରହିଛି । ଫିଲ୍ମର ଟ୍ରେଲର୍ରେ ପ୍ରାକୃତିକ ଦୃଶ୍ୟରାଜିର ଅନନ୍ୟ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି ।…