Author: Samikhsya Bureau

ବିଜେଡିରେ ମିଶିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ସେ ଦୁଇ ଥର ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି। ୨୦୦୦ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ୨୦୦୪ରେ ସେ ବିଜେଡିରୁ ଲଢ଼ି ବିଧାନସଭାକୁ ଯାଇଥିଲେ। ୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ। ଏହି ଆସନରେ ରାଜେନ୍ଦ୍ର କୁମାର ସାହୁ ବିଜେଡି ଟିକେଟ୍‌ରେ ଲଢ଼ି ଜିତିଥିଲେ।

Read More

ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ୍। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ। ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ। ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନୀ ତାରିଖ ଘୋଷଣା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିବା ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନବୀନ। ଏଥିସହିତ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନରେ ବିଜେଡ଼ି…

Read More

ଲୋକସଭା ନିର୍ବାଚନ ଓ ଦେଶର ୪ଟି ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜି ଗଲାଣି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ ୫୪୩ ଲୋକସଭାରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଲୋକସଭା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ହେବ। ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ ଏବଂ ମେ ୨୩ରେ ଫଳାଫଳ ଘୋଷଣା ହେବ।  ତେବେ ରାଜ୍ୟ ନିର୍ବାଚନୀ ନେଇ ବିସ୍ତୃତ ନିର୍ବାଚନୀ ସୂଚୀ ପ୍ରକାଶ ପାଇଛି। ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ସୂଚୀ ପ୍ରକାଶ ପାଇଛି।  ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍‌ ୧୧ରେ ହେବାକୁ ଥିବା ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ମଣ୍ଡଳୀରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର,…

Read More

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏପ୍ରିଲ୍‌ ୧୧ ଠାରୁ ମେ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ସାରା ଭାରତ ବର୍ଷରେ ଭୋଟିଂ ଅନୁଷ୍ଠିତ ହେବ। ଜୁନ୍‌ ୩ରେ ଲୋକସଭାର କାର୍ଯ୍ୟକାଳ ସରିବାକୁ ରହିଛି। ଏହି ସମୟରେ ଲୋକସଭା ନିର୍ବାଚନ ତାରିଖକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମୁସଲିମ୍‌ ଧର୍ମଗୁରୁ ଓ ମୁସଲିମ୍‌ ନେତାମାନେ ଏହି ତାରିଖକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ରାମଜାନ ମାସରେ ଏହି ନିର୍ବାଚନୀ ତାରିଖକୁ ନେଇ ସେମାନେ ବିରୋଧ କରିଛନ୍ତି। ମୁସଲିମ୍‌ ଧର୍ମଗୁରୁ ଓ କିଛି ଦଳର ମୁସଲିମ୍‌ ନେତାମାନେ ରାମଜାନ ମାସରେ ମତଦାନକୁ ମନା କରିଛନ୍ତି। ଲକ୍ଷ୍ନୌର ମୁସଲିମ୍‌ ଧର୍ମଗୁରୁ ଖାଲିଦ୍‌ ରଶୀଦ୍‌ ଫିରଗୀ, ବଙ୍ଗଳାର ମମତା ସରକାରଙ୍କ ମନ୍ତ୍ରୀ ଫିରହାଦ କରୀମ୍‌ ଓ ଦିଲ୍ଲୀର ଆପ୍‌ ବିଧାୟକ ଅମାନତୁଲ୍ଲା ରାମଜାନ ସମୟରେ ନିର୍ବାଚନ ହେବାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ମାସ ସାରା ମୁସଲିମ୍‌ଧର୍ମାବଲମ୍ବୀ ରୋଜା କରିବା ସମୟରେ ନିର୍ବାଚନରେ…

Read More

ଏନ୍‌କାଉଣ୍ଟରରେ ନିହତ ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍‌ ଓ ସଜ୍ଜାଦ । ଏହି ଦୁହିଁଙ୍କ ସହିତ ଜୈଶ୍‌-ଇ-ମହମ୍ମଦର ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ମୁଦାସୀର ଓ ସଜ୍ଜାଦ ନିହତ  ହୋଇଥିବା କୁହାଯାଉଛି। ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।  ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍‌ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିବାେବେଳେ ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର କରାଯାଇଥିବା କାର୍‌ର ମାଲିକ ଥିଲେ ସଜ୍ଜାଦ । ୨୩ ବର୍ଷୀୟ ମୁଦାସୀର ଜଣେ ଇଲେକ୍ଟ୍ରିସିଆନ୍‌। ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍‌ରେ ଆଇଟିଆଇ କରିଥିଲା ବୋଲି ସୂଚନା ମିଳିଛି । ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ…

Read More

କେଦାର ମିଶ୍ର ଓଡିଶାରେ ଯେଉଁ ସଂବାଦପତ୍ର ବା ଟେଲିଭିଜନ ଚାନେଲର ମାଲିକଙ୍କ ନାଁ ନେବେ, ସେ କୌଣସି ନା କୌଣସି ରାଜନୈତିକ ଦଳ ସହ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ। କେବଳ ସଂପୃକ୍ତି ନୁହେଁ, ଏମାନେ ସିଧାସଳଖ ରାଜନୈତିକ କ୍ଷମତା କେନ୍ଦ୍ରର ଜଣେ ଜଣେ ଚତୁର ଅଂଶୀଦାର। କ୍ଷମତା ଦଖଲ ପାଇଁ ଗଣମାଧ୍ୟମ ଏମାନଙ୍କ ଲାଗି ସିଡି ଭାବରେ କାମ କରିଥାଏ। ଦେଖେଇକି ହେଉ ବା ଲୁଚେଇକି, ଗଣମାଧ୍ୟମ ସଂସ୍ଥାର ମାଲିକ ଯେଉଁ ଦଳରେ ଥାନ୍ତି ସେଇ ରାସ୍ତାରେ ଆମର ସାମ୍ବାଦିକତା ନିଲାମ ହୁଏ। କହିବାରେ ବିଲକୁଲ ଦ୍ଵିଧା ନାହିଁ ଯେ, ମାତ୍ର ହାତ ଗଣତି କିଛି ସାମ୍ବାଦିକଙ୍କୁ ବାଦ ଦେଲେ ବାକି ସବୁ ଏଠି ମାଲିକଙ୍କ କଥାକୁହା ଶୁଆପକ୍ଷୀ। ମାଲିକ ଯାହା କହିଲେ ଆମେ ତାକୁ ରଟିଲୁ। ଛାଡନ୍ତୁ, ସାମ୍ବାଦିକ ଯେହେତୁ ଚାକିରିଆ ସେ ମାଲିକ ତିଆରି କରିଥିବା ନିୟମ ମାନିବାକୁ ବାଧ୍ୟ। ହେଲେ, ଏଠି କ୍ଷମତା କେନ୍ଦ୍ରର ଅଂଶୀଦାର ହୋଇ…

Read More

ପ୍ରେସ ଇନଫରମେସନ ବ୍ୟୁରୋ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳକୁ ଆଉ 6 ମାସ ପାଇଁ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଭାରତୀୟ ସୂଚନା ସେବାର ଏହି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ଚଳିତ ମାର୍ଚ୍ଚ 31 ତାରିଖରେ ଶେଷ ହେଉଥିଲା। ବର୍ତ୍ତମାନ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାରୁ ପିଆଇବିର ଦାୟିତ୍ବ ବଢିଯାଇଛି। ବିଭିନ୍ନ ସମୟରେ ଗଣମାଧ୍ୟମକୁ ନିର୍ବାଚନ ସଂପର୍କିତ ଖବର ପ୍ରଦାନ କରିବାର ଆବଶ୍ୟକତା ରହିଛି। ଯେହେତୁ ସାଂତାଶୁଙ୍କ ଏ କ୍ଷେତ୍ରରେ ପ୍ରାୟ 35 ବର୍ଷର ଅଭିଜ୍ଞତା ରହିଛି ସେଥିପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ପ୍ରଥମେ ସୀତାଂଶୁ ଅଲ ଇଣ୍ଡିଆ ରେଡିଓ ନ୍ୟୁଜ ବିଭାଗରେ କାମ ଆରମ୍ଭ କରିଥିଲେ। ଏହାପରେ ଦୂରଦର୍ଶନରେ ସେ ପ୍ରାୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ପିଆଇବିର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକାଳ ବୃଦ୍ଧିକୁ ଓଡିଶାର ବିଭିନ୍ନ ମହଲରେ…

Read More

ସମୀକ୍ଷା ବ୍ୟୁରୋ ଏପ୍ରିଲ 11 ତାରିଖରେ ହେବ କଳାହାଣ୍ଡି  ଓ ବ୍ରହ୍ମପୁର ସମେତ 4ଟି ଲୋକସଭା ଆସନରେ ନିର୍ବାଚନ। ସେହିପରି ଏପ୍ରିଲ 18 ତାରିଖରେ ହେବ ବରଗଡ ଓ ସୁନ୍ଦରଗଡ ସମେତ ଆଉ ଦୁଇଟି ଲୋକସଭା ଆସନରେ ଭୋଟ ଗ୍ରହଣ। ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଥିବା ଭୋଟ ଗ୍ରହଣ ତାରିଖ ଅନୁସାରେ ଓଡିଶାରେ ଏପ୍ରିଲ 11 ତାରିଖ, ଏପ୍ରିଲ 18 ତାରିଖ,ଏପ୍ରିଲ 23 ତାରିଖ ଏବଂ ଏପ୍ରିଲ 29 ତାରିଖରେ ହେବ ଭୋଟ ଗ୍ରହଣ। ଭୋଟ ଗ୍ରହଣ ପାଇଁ ଘୋଷଣା ହୋଇଥିବା ଓଡିଶାର 21ଟି ଲୋକସଭା ନିର୍ବାଚନ ମଣ୍ଡଳୀର ତାରିଖ ହେଲା.. ଏପ୍ରିଲ 11 ତାରିଖ 1-କଳାହାଣ୍ଡି 2-ନବରଂଗପୁର 3-ବ୍ରହ୍ମପୁର 4-କୋରାପୁଟ ଏପ୍ରିଲ 18 ତାରିଖ 1-ବରଗଡ 2-ସୁନ୍ଦରଗଡ 3-ବଲାଙ୍ଗିର 4-କନ୍ଧମାଳ 5-ଆସିକା ଏପ୍ରିଲ 23 ତାରିଖରେ 1-ସମ୍ବଲପୁର 2-କେଉଁଝର 3-ଢେଙ୍କାନାଳ 4-କଟକ 5-ପୁରୀ 6-ଭୁବନେଶ୍ବର ଏପ୍ରିଲ 29 ତାରିଖ 1-ମୟୁରଭଂଜ 2-ବାଲେଶ୍ବର 3-ଭଦ୍ରକ 4-ଯାଜପୁର 5-କେନ୍ଦ୍ରାପଡା 6-ଜଗତସିଂହପୁର ଏହି…

Read More

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ଓଡିଶାରେ  ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟର ଅର୍ଥାତ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ  ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ଓଡିଶାର ୪ଟି ଲୋକସଭା ଆସନ, ଏପ୍ରିଲ ୧୮ରେ ୫ଟି ଆସନ, ଏପ୍ରିଲ ୨୩ରେ ୬ଟି ଆସନ ଓ ଏପ୍ରିଲ ୨୯ରେ…

Read More

ଦେଶରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।  ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ଓଡିଶାରେ  ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟର ଅର୍ଥାତ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ  ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ଓଡିଶାର ୪ଟି ଲୋକସଭା ଆସନ,…

Read More

ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଜଣେ ୨୩ ବର୍ଷୀୟ ଇଲେକ୍ଟ୍ରିସିଆନ ମୁଦାସିର ଅହମଦ ଖାନ ଓରଫ ମହମ୍ମଦ ଭାଇ । ସେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ । ଗତ ମାସ ୧୪ ତାରିଖରେ  ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଦାସିର ବିସ୍ଫୋରଣରେ ବ୍ୟବହୃତ ଗାଡି ଓ ବିସ୍ଫୋରକ ମୁଦାସିର ହିଁ ଜବତ କରିଥିଲା । ମହଲାର ଟ୍ରାଲ ଅଞ୍ଚଳର ବାସିନ୍ଦା ମୁଦାସିର ୨୦୧୭ ମସିହାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ଆତଙ୍କବାଦୀ ନୁର ଅହମ୍ମଦ ତାନ୍ତ୍ରୀ ଦ୍ବାରା ସେ ଏହି ଆତଙ୍କବାଦୀ  ସଂଗଠନରେ ଯୋଗ ଦେଇଥିଲା । ମୁଦାସିର ସ୍ନାତକ ପରେ ଇଲେକେଟ୍ରିକାଲରେ ଆଇଟିଆଇ କରିଛି । ତାର ବାପା ଜଣେ ଦିନ ମଜୁରିଆ। ଏବେ ମୁଦାସିର ଫେରାର ଅଛି। ପୋଲିସ ତାକୁ ଖୋଜୁଛି ।

Read More

ବୁର୍ଲାରେ ଜଣେ ସ୍ବାଇନ ଫ୍ଳୁ ରୋଗୀ ଆଜି ଚିହ୍ନଟ ହୋଇଛନ୍ତି । ସେ ଗତ ୩ ଦିନ ହେଲା ଅସୁସ୍ଥ ହୋଇ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ରକ୍ତ ନମୁନାରୁ ସେ ସ୍ବାଇନ ଫ୍ଳୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।  ସ୍ବାଇନ ଫ୍ଲୁ ଦେଖାଦେଇଥିବାରୁ ବଡମେଡିକାଲ କର୍ତ୍ତୃପକ୍ଷ ଏଥିପାଇଁ ଏକ ସ୍ବତନ୍ତ୍ର ୱାର୍ଡ ତିଆରି କରିଛନ୍ତି । ଏହି ୱାର୍ଡରେ କେବଳ ସ୍ବାଇନ ଫ୍ଲୁ ରୋଗୀମାନଙ୍କୁ ଚିକିତ୍ସା କରାଯିବ । ଦୀର୍ଘ ଦିନ ପରେ ପୁଣି ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ତେବେ ଠିକ ଭାବେ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ବଡମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

Read More

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଶିଖର ଧାୱନ ୯୭ ବଲରେ ଶତକ ହାସଲ କରିଛନ୍ତି । ଏହା ତାଙ୍କର ଷୋଡଶ ଶତକ । ୨୫.୨ ଓଭରରେ ଶିଖର ଧାୱନ ଓ ରୋହିତ ଶର୍ମା ଭାରତକୁ ୧୫୦ରନରେ ପହଞ୍ଚାଇଥିଲେ । ଏହି ମ୍ୟାଚରେ ରୋହିତ ତାଙ୍କର ୪୦ତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।

Read More

ଭୁବନେଶ୍ବର ବାଣୀବିହାର ହଷ୍ଚେଲରେ ଅଣଛାତ୍ରମାନେ ଥିବା ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚରେ ଧରାପଡିଥିବା ଅଣଛାତ୍ରମାନଙ୍କୁ ହଷ୍ଟେଲରୁ ବାହାର କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଇଛି । ଅଣଛାତ୍ରମାନଙ୍କ ଯୋଗୁ ବାଣୀବିହାରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଥିବାରୁ କର୍ତ୍ତୃପକ୍ଷ  ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଯାଞ୍ଚ ବେଳେ ବାଣୀବିହାର ପରିସରରେ  ୪ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ବାଣୀବିହାର ହଷ୍ଟେଲରେ ରହୁଥିବା କେତେଜଣ ଅଣଛାତ୍ର ସଂପୃକ୍ତ ଥିବା ଜଣାପଡିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଶତାଧିକ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି ।

Read More

ଇଥିଓପିଆ ଏୟାରଲାନ୍ସର ଏକ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଆଡିସ ଏବାବାରୁ ନାଇରୋବି ଯାଉଥିଲା। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆ ରାଜଧାନୀର ଦକ୍ଷିଣପୂର୍ବରେ ୬୨ କିଲୋମିଟର ଦୂରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରୁ୪ ଜଣ ଭାରତୀୟ ଅଛନ୍ତି।  ଆଜି ସକାଳେ ଏହି ଘଟଣା ଘଟିଛି । କୋଉ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ତାକୁନେଇ ସରକାରଙ୍କ ପକ୍ଷରୁ ତଦନ୍ତ ଜାରିରହିଛି । ଇଥିଓପିଆ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯାତ୍ରୀ ମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Read More

ସ୍ବୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ମିଶନ ଶକ୍ତି ମହିଳା ସମାବେଶରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏସଏଚଜି ଗୁଡିକୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ନୂଆ ଏସଏଚଜିଗୁଡିକୁ  ୧୫ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବାବେଳେ ମଣ୍ଡଳସ୍ତରୀୟ ଏସଏଚଜି ମହାସଂଘ ଗୁଡିକୁ ୨୫ଲକ୍ଷ ଟଙ୍କା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି  । କେନ୍ଦ୍ରାପଡାରେ ଏକ କୋଟି ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ  ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ  ମହିଳାମାନଙ୍କ ବିକାଶ ପାଇଁ ତାଙ୍କ ସରକାର ବଦ୍ଧପରିକର ଥିବା କଥା ଦୋହରାଇଥିଲେ । ବିଜୁ ବାବୁ ମହିଳା ସଶକ୍ତିକରଣ ସାରା ଦେଶରେ  ପାଇଁ ପ୍ରଥମେ ପଦକ୍ଷେପ ନେଇଥିଲେ ।  ତେଣୁ ବିଜୁ ବାବୁଙ୍କ କର୍ମଭୂମିରେ  ଏହି ଭବନ…

Read More

ସମୀକ୍ଷା ବ୍ୟୁରୋ “କେନ୍ଦ୍ରାପଡା ମାଟି ବିଜୁ ବାବୁଙ୍କର ମାଟି। ବିଜୁ ବାବୁଙ୍କ କର୍ମଭୂମି ଐତିହାସିକ କେନ୍ଦ୍ରାପଡା ମାଟିରୁ ମୁଁ ଘୋଷଣା କରୁଛି, ଆଗାମୀ ନିର୍ବାଚନରେ ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ। ଓଡ଼ିଶାର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ସାରା ଭାରତକୁ ବାଟ ଦେଖେଇବେ। ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କୁ ୩୩% ସ୍ଥାନ ସଂରକ୍ଷଣ ଦେବାକୁ ଆମେ ଦେଶରେ ପ୍ରଥମ ଥର ପାଇଁ ବିଧାନସଭାରେ ଏହି ପ୍ରସ୍ତାବ ପାରିତ କରିଲୁ। ଏନେଇ ଆମେ ଅନ୍ୟ ରାଜ୍ୟମାନଙ୍କ ସମର୍ଥନ ମଧ୍ୟ ନେଇଛୁ। ଜାତୀୟ ଦଳମାନେ ନାରୀ ସଶକ୍ତିକରଣ ନେଇ ଯାହା କହୁଛନ୍ତି ତାହା ପାଳନ କରନ୍ତୁ।ଯଦି ଭାରତକୁ ବିଶ୍ଵରେ ଅଗ୍ରଣୀ କରିବାର ଅଛି, ଭାରତ ଯଦି ଆମେରିକା, ଚାଇନା ଭଳି ସମୃଦ୍ଧ ରାଷ୍ଟ୍ର ହେବାକୁ ଚାହୁଁଛି ତେବେ ନାରୀ ସଶକ୍ତିକରଣ ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ। କେନ୍ଦ୍ରପଡା ମାଟିରୁ ହୋଇଥିବା ଏହି ଘୋଷଣା ସାରା ଦେଶରେ ଇତିହାସ ରଚିବ।” ନିର୍ବାଚନ ଘୋଷଣା…

Read More

ସମୀକ୍ଷା ବ୍ୟୁରୋ ୨୦୧୮ ଅକ୍ଟୋବର ବେଳକୁ ଶୁଣା ଯାଉଥିଲା ଯେ ଦେଶରେ ଆଗୁଆ ଲୋକସଭା ନିର୍ବାଚନ ଘୋଷଣା ହୋଇଯାଇପାରେ। ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ ହୋଇଯାଇପାରେ ବୋଲି ସେତେବେଳେ କଲ୍ପନା ଜଳ୍ପନା ପ୍ରକାଶ ପାଇଥିଲା। “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ”  କଥା ମଧ୍ୟ ସେତେବେଳେ ଉଠିଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ବିଜେପି ସଭାପତି ଅମିତ ଶାହା ମଧ୍ୟ ସେ ପ୍ରସଙ୍ଗ ଉଠାଇଥିଲେ। ତେବେ ଉପରୋକ୍ତ ତିନୋଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ବାହାରିଲା ପରେ ବିଜେପି ଆଉ ସେ ପ୍ରସଙ୍ଗ ଉଠାଇନଥିଲା। ଇତି ମଧ୍ୟରେ ସରକାର ବିରୋଧୀ ହାୱା ପ୍ରବଳ ହେବା ପରେ ଅକସ୍ମାତ ପୁଲବାମାରେ ଆତଙ୍କବାଦୀ ଆକ୍ରମଣ ଘଟି ୪୦ ଜଣ ଜବାନ ପ୍ରାଣ ହରାଇଲେ। ତାକୁ ପ୍ରସଙ୍ଗ କରି ସାରା ଦେଶରେ ଏକ ଜାତୀୟ ଉନ୍ମାଦ ସୃଷ୍ଟି କରିବାକୁ ବିଜେପି ତରଫରୁ ଉଦ୍ୟମ କରାଗଲା। ଆଶ୍ଚର୍ୟଜନକ ଭାବରେ ଫେବୃଆରୀ ଶେଷ…

Read More

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସନ୍ଧ୍ୟାରେ ଭାରତର ଜାତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଇଶନା କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଆଜି ସନ୍ଧ୍ୟା ପାଞ୍ଚଟାରେ ନିର୍ବାଚନ କମିଶନ ଏହା ଘୋଷଣା କରିବେ । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ୧୬ଶ ଲୋକସଭା ର କାର୍ୟକାଳ ପୂରିବାକୁ ଯାଉଛି। ତାହାପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଏପ୍ରିଲ ଦ୍ଵିତୀୟ ସପ୍ତାହରୁ ଲୋକସଭା ସମେତ ଓଡିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ।

Read More

ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ୩୩% ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। କେନ୍ଦ୍ରାପଡା ଠାରେ ଆୟୋଜିତ ମିଶନ ଶକ୍ତିର ଏକ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ ବିଜୁ ବାବୁ ପଞ୍ଚାୟତ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ଵ ଲାଗି ପ୍ରଥମ ସୁଯୋଗ ସୃଷ୍ଟି କରିଥିଲେ। ଲୋକସଭା ରେ ମହିଳାଙ୍କ ଯଥୋଚିତ ପ୍ରତିନିଧିତ୍ଵ ପାଇଁ ଜାତୀୟ ଦଳମାନେ ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ଠିକ ନିର୍ବାଚନ ଘୋଷଣା ହେବାଦିନ ନବୀନଙ୍କ ଏହି ଘୋଷଣା ଏକ ରାଜନୈତିକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଇପାରେ।

Read More

କ୍ରିକେଟ ଖେଳର ସବୁଠାରୁ ବଡ ଫର୍ମାଟ ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ଆଉ ଅଳ୍ପ କିଛିଦିନ ବାକି ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଭାଗ ନେଉଥିବାରୁ ଦୁଇଦଳ ପାଇଁ ଚଳିତ ଶୃଙ୍ଖଳା ମହତ୍ବପୂର୍ଣ୍ଣ ହୋଇପଡିଛି। ଚଳିତ ପେଟିଏମ ଶୃଙ୍ଖଳାର ପ୍ରଥମ ତିନୋଟି ମ୍ୟାଚ ଶେଷ ହୋଇଥିବା ବେଳେ ଘରୋଇ ଭାରତୀୟ ଦଳ ଦୁଇଟି ମ୍ୟାଚ ଏବଂ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଏହି ୫୦ଓଭର ବିଶିଷ୍ଠ ଶୃଙ୍ଖଳାରେ ୫ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୨-୧ ରେ ଆଗୁଆ ରହିଛି। ବିଶ୍ଵକପ ପାଇଁ ପ୍ରସ୍ତୁତ ହେବାକୁ ଉଭୟଦଳ ପାଇଁ ଏହା ହେଉଛି ଶେଷ ସୁଯୋଗ। ତେଣୁ ବାକି ରହିଥିବା ଆଉ ଦୁଇଟି ମ୍ୟାଚ ପାଇଁ ଉଭୟ ଦଳର ନଜର ରହିଛି। ଭାରତ ଆଜିର ମ୍ୟାଚରେ ବିଜୟ ହୋଇ ଶୃଙ୍ଖଳା ହାତେଇବାକୁ ଅଶା ରିଖିଥିବାବେଳେ, ସେପଟେ ଅଷ୍ଟ୍ରେଲିଆ ଦଳ ନିଜର ସମ୍ପୁର୍ଣ୍ଣ କୌଶଳ ଲଗାଇ ଶୃଙ୍ଖଳାକୁ…

Read More