କେଦାର ମିଶ୍ର ଆଜି ମାନ୍ୟବର ସୁପ୍ରିମକୋର୍ଟ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଯେତିକି ଅର୍ଥ ସଂଗ୍ରହ କରିଛନ୍ତି, ତାହାର ସବିଶେଷ ବିବରଣୀ ଜଉମୁଦ ଦିଆ ଲଫାପାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରନ୍ତୁ। ତେବେ ରାଜନୈତିକ ଦଳ ଗୁଡିକ ବୈଧାନିକ ଭାବରେ ଗ୍ରହଣ କରୁଥିବା ଚାନ୍ଦାକୁ ଗୋପନ ରଖିବାର ଅର୍ଥ କଣ? ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣୀ ଜେନେରାଲ କେ.କେ.ବେଣୁଗୋପାଳ ଯାହା କହିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ରାଜନୈତିକ ଦଳଙ୍କର ଅର୍ଥ ଓ ଚାନ୍ଦା ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। ଦେଶର ସର୍ବବୃହତ ଗଣତନ୍ତ୍ରର ସବୁଠୁ ବଡ ସରକାରୀ ଓକିଲ ଯେତେବେଳେ ଏ ପ୍ରକାର ଯୁକ୍ତି ରଖନ୍ତି, ସେଠି ଆମକୁ ଭାବି ନେବାକୁ ପଡିବ ଯେ ଦେଶର ଗଣତନ୍ତ୍ର ଏବେ ବିପନ୍ନ। ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ କର୍ପୋରେଟ…
Author: Samikhsya Bureau
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଗୋପବନ୍ଧୁନଗରରେ ଜଣେ ନାବାଳିକା(୬)ଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପରେ ଗାଁ ଲୋକେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ଅନୁପ୍ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଡିସିପି କହିଛନ୍ତି ଯେ,ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଉକ୍ତ ଘଟଣାର ତଦନ୍ତ କରାଯିବ। ପୀଡ଼ିତାଙ୍କ ବାପାଙ୍କୁ ଥାନା ଭିତରେ ମାଡ଼ମରା ଘଟଣାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା ବେଳେ କୁଆଡ଼େ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ପରେ ପରିବାର ଲୋକେ…
କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ନାମାଙ୍କନକୁ ନେଇ ପୁଣି ବିବାଦ ଦେଖାଯାଇଛି । ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତ ଗୁରୁବାର ସ୍ମୃତିଙ୍କ ନାମାଙ୍କନ ପତ୍ର ଦାଖଲରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିରୋଧୀମାନଙ୍କ ମଧ୍ୟରେ ଅନେକ ସମୟରେ ବିତର୍କ ଦେଖିବାକୁ ମିଳେ । ଚଳିତ ନିର୍ବାଚନରେ ସେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ସେ ସ୍ନାତକ ଶେଷ କରିନାହାନ୍ତି । ସେ ଦର୍ଶାଇଛନ୍ତି,୧୯୯୧ରେ ସେ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ପାସ୍ କରିଥିଲାବେଳେ ୧୯୯୩ରେ ଉଚ୍ଚ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୪ ନିର୍ବାଚନ ସମୟରେ ଦେଇଥିବା ସତ୍ୟପାଠରେ ସ୍ମୃତି ଇରାନୀ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ୧୯୯୪ରେ ସ୍ନାତକ ପାସ୍ କରିଥିବା…
ସେନାର ରାଜନୀତିକରଣ ହେଉଥିବା ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ସେନାର ବରିଷ୍ଠ ଏବଂ ଅବସରପ୍ରାପ୍ତ କର୍ମଚାରୀ। ରାମନାଥ କୋବିନ୍ଦଙ୍କୁ ଲେଖାଯାଇଥିବା ଏହି ପତ୍ରରେ ୮ ଜଣ ପୂର୍ବତନ ସେନାମୁଖ୍ୟଙ୍କ ଦସ୍ତଖତ ମଧ୍ୟ ରହିଛି। ଚଳିତ ଲୋକସଭା ନିର୍ବାଚନରେ ସେନାକୁ ରାଜନୈତିକ ଦଳମାନେ କରୁଥିବା ରାଜନୀତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ଚିଠିରେ କୁହାଯାଇଛି। ସେନାର ଏହି ଅଧିକାରୀ ମାନେ କୌଣସି ରାଜନୈତିକ ଦଳର ନାମ ନେଇ ନଥିଲେ ମଧ୍ୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ମୋଦିଜୀଙ୍କ ସେନା’କୁ ଦୃଷ୍ଟିରେ ରଖିଥିବା ଅନୁମାନ ଲଗାଯାଉଛି। ଏହି ପତ୍ରରେ ୮ ଜଣ ପୂର୍ବତନ ସେନାମୁଖ୍ୟ ରହିଛନ୍ତି। ଜେନେରାଲ୍ ସୁନିଥ୍ ଫ୍ରାନ୍ସିସ୍ ରଡ୍ରିଗ୍ଜ, ଜେନରାଲ୍ ଶଙ୍କର ରାୟ ଚୌଧୁରୀ, ଜେନରାଲ୍ ଦୀପକ କପୁର, ପୂର୍ବତନ ନୌସେନା ମୁ୍ଖ୍ୟ ଏଲ୍ ରାମଦୋସ, ଆଡମିରାଲ୍ ବିଷ୍ଣୁ ଭାଗବତ, ଆଡମିରାଲ ଅରୁଣ ପ୍ରକାଶ, ଆଡମିରାଲ ସୁରେଶ ମେହେଟ୍ଟା ଏବଂ ବିମାନ ବାହିନୀ ମୁଖ୍ୟ ଏନ୍ସି ସୁରୀ ପ୍ରମୁଖ ଏହି ପତ୍ରରେ…
ଚତୁର୍ଥ ରାଷ୍ଟ୍ର ଭାବରେ ଚନ୍ଦ୍ରରେ ନିଜର ମହାକାଶ ଯାନ ପହଞ୍ଚାଇବାର ପ୍ରୟାସ କରୁଥିବା ଇସ୍ରାଏଲ୍କୁ ବିଫଳତାର ସମ୍ନା କରିବାକୁ ପଡିଛି। ଏହାର ମହାକାଶ ଯାନ ବିଅର୍ସିଟ୍ ଚନ୍ଦ୍ରରେ ଧ୍ବଂସ ହୋଇଯାଇଛି। ମୁଖ୍ୟ ଇଞ୍ଜିନ୍ର ବିଫଳତା ଯୋଗୁଁ ଏହି ମହାକାଶ ଯାନଟି ଧ୍ବଂସ ହୋଇଥିବା ଜଣାପଡିଛି। ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ର ଏହି ଯାନଟିର ପ୍ରେରଣ ପରେ ଏହାର ଇଞ୍ଜିନ୍ରେ ସମସ୍ୟା ରହିଥିବା ବିଷୟରେ ଜଣାପଡିଥିଲା। ଏହି ମିଶନ୍ର ମୁଖ୍ୟ ଲକ୍ଷ୍ୟ ଥିଲା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇବା ଏବଂ କିଛି ପରୀକ୍ଷଣ କରିବା। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏହି ମିଶନ୍କୁ କଣ୍ଟ୍ରୋଲ ରୁମ୍ରୁ ଦେଖୁଥିଲେ। ମିଶନର ବିଫଳତା ପରେ ନେତନ୍ୟାହୁ କହିଛନ୍ତି, ଇସ୍ରାଏଲ୍ ଚନ୍ଦ୍ରରେ ନିଜର ମିଶନ ଆଗକୁ ଜାରି ରଖିବ ଏବଂ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ସଫଳତା ହାସଲ କରିବ। ଏହି ମିଶନରେ ଇସ୍ରାଏଲ୍ ୧୦୦ ମିଲିୟନ୍ ଆମେରିକୀୟ ଡଲାର ନିବେଶ କରିଥିଲା। ପୂର୍ବରୁ ସୋଭିଏତ୍ ୟୁନିୟନ୍, ଆମେରିକା…
ଇସ୍ଲାମିକ୍ ଷ୍ଟେଟ୍ର ୧୨ ଜଣ ଆତଙ୍କୀଙ୍କୁ ନିପାତ କରିଛି ଇରାକୀ ସେନା। ଇରାକ୍ର ହିମ୍ରିନ୍ ପାର୍ବତ୍ୟାଞ୍ଚଳରେ ଇରାକୀ ସେନା ଦ୍ବାରା ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଇରାକର ସଲାହୁଦ୍ଦିନ୍ ଏବଂ ଦିୟାଲା ଅଞ୍ଚଳରେ କିଛି ଗ୍ରାମକୁ ମଧ୍ୟ ଏହି ଆକ୍ରମଣ ପାଇଁ ଖାଲି କରାଯାଇଥିଲା। ଗୁରୁବାର ରାତିରେ ଇରାକୀ ସେନାର କାଉଣ୍ଟର ଟେରରିଜିମଖ ସର୍ଭିସ୍ (ସିଟିଏସ୍) ପକ୍ଷରୁ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ବିମାନ ଆକ୍ରମଣ ପାଇଁ ୪ଟି ଗ୍ରାମକୁ ଖାଲି କରାଯାଇଥିଲା। ବିଳମ୍ବିତ ରାତ୍ରରେ ଆକ୍ରମଣ କରାଯାଇ ୧୨ ଆଇଏସ୍ ଆତଙ୍କୀଙ୍କୁ ନିପାତ କରାଯିବା ସହିତ ଆଇଏସ୍ର ମୁଖ୍ୟାଳୟକୁ ନଷ୍ଟ କରାଯାଇଥିଲା। ଏହା ସହିତ ଆଇଏସ୍ର ଅନ୍ୟ ୧୧ଟି ବଙ୍କରକୁ ମଧ୍ୟ ନଷ୍ଟ କରିବାରେ ସକ୍ଷମ ହୋଇଛି। ଏହି ଆକ୍ରମଣରେ ସେନା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହିତ ଅର୍ଥରାଶି ଜବତ କରିବାରେ ସକ୍ଷମ ହୋଇଛି।
ଭୋଟର ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ କିଛି ବିଜେପି ସମର୍ଥକ ବଲିଉଡ୍ର ସେଲିବ୍ରିଟି ଯୋଡି ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଏକ ଫଟୋକୁୁ ଫଟୋଶ୍ପ୍ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛନ୍ତି। ପ୍ରକାଶିତ ଫଟୋରେ ଉଭୟ ‘ବିଜେପିକୁ ଭୋଟ ଦିଅନ୍ତୁ’ ସ୍ଲୋଗାନ ଥିବା ଗାମୁଛା ବେକରେ ପକାଇଥିବାର ଦେଖାଯାଉଛି। ମାତ୍ର ବାସ୍ତବରେ ଉଭୟ କେବଳ କମଳା ରଙ୍ଗର ଗାମୁଛା ବେକରେ ପକାଇଛନ୍ତି। ନିଜ ବିବାହର କିଛି ଦିନ ପରେ ନଭେମ୍ବର ୩୦ରେ ଉଭୟ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରକୁ ଯାଇଥିବା ବେଳେ ଏହି ଫଟୋ ନିଆଯାଇଥିଲା। ‘ଏକ୍ ବିହାରୀ ଶୌ ପେ ଭାରୀ’ ନାମକ ଏକ ଗ୍ରୁପ୍ରେ ସେୟାର କରାଯାଇଥିବା ଏହି ଫଟୋରେ ଲେଖା ଯାଇଛି ‘ପଦ୍ମର ସ୍ବିଚ୍ ଦବାଇ ଦେଶର ବିକାଶରେ ସାମିଲ ହୁଅନ୍ତୁ’। ଅନ୍ୟୁନ ୩୬ ହଜାର ଥର ଏହି ଲାଇକ୍ କରାଯିବା ସହିତ ୪ ହଜାର ଥର ସେୟାର କରାଯାଇଛି। ମେ ଭି ଚୌକିଦାର ନାମକ ଏକ…
ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସିଦ୍ଧୁ କହିଛନ୍ତି ମୋଦି ଦ୍ବିତୀୟ ଥର କ୍ଷମତାକୁ ଆସିଲେ ଦେଶ ଧ୍ବଂସ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ଚୀନ୍ ସମୁଦ୍ର ତଳେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ରାସ୍ତା ନିର୍ମାଣ କରୁଛି, ଆମେରିକା ମଙ୍ଗଳରେ ଜୀବନର ସନ୍ଧାନ କରୁଛି, ଋଷ ରୋବୋଟିକ୍ ସେନାବାହିନୀ ନିର୍ମାଣ ପାଇଁ ପ୍ରଚେଷ୍ଟା ଚଳାଇଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ଚୌକିଦାରୀ କରୁଛନ୍ତି ଏବଂ ଯିଏକି ବାସ୍ତବରେ ଜଣେ ଲୁଟେରା’। ଛତିଶଗଡର ରାୟପୁରରେ ଏକ ରାଲିରେ ସେ କହିଛନ୍ତି, କଂଗ୍ରେସ ଏପରି ଏକ ଦଳ ଯାହାର କହିବା ଏବଂ କାର୍ଯ୍ୟ କରିବା ଶୈଳୀରେ କୌଣସି ପ୍ରଭେଦ ନଥାଏ। ପଞ୍ଜାବରେ ସରକାର ପ୍ରତିଜ୍ଞା ମୁତାବକ ୧୧-୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କରିଥିଲେ। ତେଣୁ ଦେଶର ନାଗରିକ ମାନେ ସଚେତନ ହୋଇ ଭୋଟ ପ୍ରଦାନ କରିବା ଉଚିତ ବୋଲାି ସିଦ୍ଧୁ କହିଛନ୍ତି।
ଶୁକ୍ରବାର ସୁପ୍ରିମ୍କୋର୍ଟ ଏକ ଏତିହାସିକ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି ରାଜନୈତିକ ଦଳ ମାନେ କଉଁଠାରୁ ନିଜର ଚାନ୍ଦା ସଂଗ୍ରହ କରୁଛନ୍ତି ଏହା ଜାଣିବାର ଅଧିକାର ସାଧାରଣ ଭୋଟରଙ୍କ ରହିଛି। ତେଣୁ ପ୍ରତ୍ୟେକ ରାଜନୈତିକ ଦଳ ନିଜର ଚାନ୍ଦା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ଆବଶ୍ୟକ ବୋଲି ଏକ ଅନ୍ତରୀଣ ଆଦେଶ ଶୁଣାଇଛନ୍ତି। ପୂର୍ବରୁ ରାଜନୈତିକ ଦଳ ଗୁଡିକ କେବଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ସଂଗ୍ରହ କରିପାରିବେ ବୋଲି ଆଦେଶ ଦେଇଥିଲେ କୋର୍ଟ। କୋର୍ଟ କହିଛନ୍ତି ଏହି ଚାନ୍ଦା କିଏ ଦେଉଛି ଯଦି ନ ଜାଣିହେବ ତେବେ ନିର୍ବାଚନରେ କଳାଟଙ୍କାର ପ୍ରଭାବକୁ ଚାହିଁ ମଧ୍ୟ ରୋକି ହେବ ନାହିଁ। ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ସମସ୍ତ ରାଜନୈତିକ ଦଳ ନିଜର ଚାନ୍ଦା ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ମେ ୩୦ ସୁଦ୍ଧା ସମସ୍ତ ରାଜନୈତିକ ଦଳ ନିଜର ଚାନ୍ଦା ସମ୍ପର୍କିତ ସୂଚନା…
ପାକିସ୍ତାନରେ ଏକ ଶକ୍ତିଶାଳୀ ବୋମା ବିସ୍ଫାେରଣରେ ୧୬ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନୀ ସହର କ୍ବେଟାର ଦକ୍ଷିଣ ପଶ୍ଚିମ ଇଲାକାରେ ଏହି ବିସ୍ଫୋରଣ ଘଟିଛି। ସିଆ ସମ୍ପ୍ରଦାୟର ଲୋକ ମାନେ ରହୁଥିବା ଏହି ଅଞ୍ଚଳରେ ବିସ୍ଫୋରଣରେ ଅନ୍ୟୁନ ୧୬ ଜଣ ନିହତ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସ ମୁଖ୍ୟ ଅବ୍ଦୁର ରଜାକ୍ ଶୁକ୍ରବାର ସକାଳୁ ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି। କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୁନ୍ନି ଜିହାଦୀ ମାନେ ଅତୀତରେ ଏଭଳି କାଣ୍ଡ ଘଟାଇଥିବାରୁ ଏହି ଘଟଣାରେ ମଧ୍ୟ ସୁନ୍ନି ସଙ୍ଗଠନର ହାତ ରହିଥିବା ନେଇ ରଜାକ ସନ୍ଦେହ ପ୍ରକଟ କରିଛନ୍ତି। ବେଲୁଚିସ୍ତାନର ରାଜଧାନୀ କ୍ବେଟା ପ୍ରାକୃତିକ ଗ୍ୟାସ୍ ଏବଂ ତୈଳରେ ଭରପୁର ରହିଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଏହାକୁ ଅକ୍ତିଆର କରିବା ନେଇ ପ୍ରତିଦ୍ବନ୍ଦିତା ଚଳାଇଛନ୍ତି।
ଛତିଶଗଡ଼ ନାରାୟଣପୁର ଅର୍ଚ୍ଛା ଥାନା ଅଂଚଳରେ ମାଓବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଛି। ଏହା ପୂର୍ବରୁ ଆଇଟିବିପି ଓ ରାଜ୍ୟ ପୁଲିସର ଏକ ମିଳିତ ବାହିନୀ ଉପରେ ମଧ୍ୟ ନକ୍ସଲମାେନ ଆଇଇଡି ବିସ୍ଫୋରଣ କରିଥିଲେ। ତେବେ ସୁରକ୍ଷାବଳ ଏହି ବିସ୍ଫୋରଣରୁ ନିଜକୁ ରକ୍ଷା କରିବା ସହ ନକ୍ସଲଙ୍କ ଉପରକୁ ଗୁଳି ଚଳାଇଥିଲେ। ଗତ କାଲି ମଧ୍ୟ ଗଡଚିରୋଲୀ ଜିଲ୍ଲାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଗତ ମଙ୍ଗଳବାରଦିନ ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଆଇଡି ବିସ୍ଫୋରଣ କରିବା ଫଳରେ ବିଜେପି ବିଧାୟକ ଭୀମା ମଣ୍ଡାଭୀ ନିହତ ହୋଇଥିଲେ। ଏହା ସହିତ ତାଙ୍କ ସହିତ ଥିବା ୫ ଜଣ ଯବାନ ସହିଦ ହୋଇଥିଲେ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ନିର୍ବାଚନୀ ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନସଭାକୁ ଉଦ୍ବୋଧନ ଦେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ସହାୟତା ପାଇସାରିଲେଣି; କିନ୍ତୁ ଏହାକୁ ଭାଜପା ବିରୋଧ କରିଛି। ଏହି ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଚକ୍ରାନ୍ତ ଚଳାଇଛି। ସେ ରହିଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ ବନ୍ଦ କରିବାକୁ ଦିଆଯିବ ନାହିଁ, ଏହାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି ନବୀନ। ସମସ୍ତ ହିତାଧିକାରୀ ଏହି ଅର୍ଥ ନିଶ୍ଚିତ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାଙ୍କର ଚାଷୀଙ୍କ ପ୍ରତି ଦରଦ ନାହିଁ କହିବା ସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଷ୍ଟାଇପେଣ୍ଡ ଟଙ୍କାକୁ କେନ୍ଦ୍ର ସରକାର ବନ୍ଦ…
ରାଜ୍ୟରେ ଆଜି ୪ଟି ଲୋକସଭା ଓ ତତ୍ ସଲଗ୍ନ ୨୮ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ସାତଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଇଭିଏମ ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବାଧା ପ୍ରାପ୍ତ ହୋଇଥିବା ବେଳେ ଅନ୍ୟ କେଉଁଠି ପୋଲିଂ ବୁଥ ଶୂନ ରହିଛି। ଏପରିକି ରାସ୍ତା ନଥିବାରୁ ଲୋକେ ଭୋଟ୍ ବର୍ଜନ କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ୧୫ଟି ବୁଥରେ ପୋଲିଂ ଶୂନ ରହିଛି। ମାଓବାଦୀଙ୍କ ଭୟରେ କେହି ଭୋଟ୍ ଦେବାକୁ ଆସିନଥିବା କୁହାଯାଉଛି। ଫଳରେ ଜିଲ୍ଲାର ସ୍ଵାଭିମାନ ଅଞ୍ଚଳର କୁନ୍ତୁରପଦରର ୯ଟି ବୁଥ ଏବଂ ଚିତ୍ରକୋଣ୍ଡାର ଅନ୍ୟ ୬ଟି ବୁଥରେ ପୋଲିଂ ଶୂନ ରହିଛି।
ଆଜି ସପ୍ତଦଶ ଲୋକସଭାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅବସରରେ ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି। ମାତ୍ର ପୋଲିଂ ପାର୍ଟି ଫେରିବା ପରେ ପ୍ରକୃତ ତଥ୍ୟ ମିଳି ପାରିବ ବୋଲି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଆସନ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସମ, ବିହାର, ଛତିଶଗଡ, ଜାମ୍ମୁ ଏବଂ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ମେଘାଲୟ, ମିଜୋରମ, ନାଗଲାଣ୍ଡ, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦୀପପୁଂଜ ଏବଂ ଲାକ୍ଷାଦୀପରେ ମତଦାନ…
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଗୁରୁବାର ଦେଶରେ ଆସନ୍ତା ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆସନ୍ତା ମେ ୧୮ରେ ହେବ ବୋଲି ସେ ଘୋଷଣା କରିଛନ୍ତି। ମୋରିସନଙ୍କ ପାଇଁ ନିର୍ବାଚନରେ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥବ୍ୟବସ୍ଥା ପ୍ରମୁଖ ପ୍ରସଙ୍ଗ ହେବ। ମୋରିସନ ନିର୍ବାଚନ ତାରିଖ ଘୋଷଣା କରି କହିଥିଲେ ଯେ ଏବେଠାରୁ ପ୍ରଚାର ଅଧିକାରୀଙ୍କ କାର୍ଯ୍ୟ ଆରମ୍ଭ ହେଲା। ଏହି ନିର୍ବାଚନରେ ଜିତିଲେ ସ୍କଟ୍ ମୋରିସନ୍ ତୃତୀୟ ଥର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିବେ। ଯଦି ମୋରିସନ୍ ନିର୍ବାଚିତ ହେବାରେ ବିଫଳ ହୁଅନ୍ତି ତେବେ ଶ୍ରମିକ ନେତା ବିଲ୍ ସର୍ଟେନ୍ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବେ। ୨୦୧୮ରେ ଅଷ୍ଟ୍ରେଲିଆର ଅର୍ଥ ମନ୍ତ୍ରୀ ଥିବା ସ୍କଟ୍ ମୋରିସନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ସେ ପଶ୍ଚିମ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେଇଥିଲେ। ଏହି ନିର୍ବାଚନ ଅଷ୍ଟ୍ରେଲିଆର ଅର୍ଥନୈତିକ ଅଭିବୃଦ୍ଧିକୁ ଆାଗାମୀ ତିନି…
ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିଜର ନାମାଙ୍କନ ଦାଖଲ କରିଥିବା ଶ୍ରୀମତି ଇରାନୀ ନାମାଙ୍କନ ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ। ସ୍ମୃତିଙ୍କ ସହିତ ନାମାଙ୍କନ ଦାଖଲ ସମୟରେ ତାଙ୍କ ପତି ଜୁବିନ୍ ଇରାନୀ ଉପସ୍ଥିତ ଥିଲେ। ଚଳିତ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ ୬ ତାରିଖରେ ଆମେଥିରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ଆସନରୁ ତିନିଥର ସାଂସଦ ରହିଛନ୍ତି। ଗତ ୨୦୧୪ ନିର୍ବାଚନରେ ସମାନ ଆସନରୁ ରାହୁଲ ସ୍ମୃତିଙ୍କୁ ୧ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଉତ୍ତର ପ୍ରଦେଶରେ ନିର୍ବାଚନ ମେ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିବା ବେଳେ ୨୩ରୁ ଭୋଟ ଗଣତି ହେବ।
ଆଜି ସପ୍ତଦଶ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆଜି ମତଦାନ ଗ୍ରହଣ ହୋଇଛି । ୯୧ ଲୋକସଭା ଆସନ ପାଇଁ ମତଦାନ କରାଯାଉଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁ ନିର୍ବାଚନରେ ଅନିୟମିତତା ଦର୍ଶାଇ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରାଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୧୫୭ କେନ୍ଦ୍ରରେ ଇଭିଏମ୍ ଖରାପ ହୋଇଥିବାରୁ ଭୋଟର ନିରାଶ ହୋଇ ଫେରିଯାଇଥିଲେ ବୋଲି ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଦାବି କରିଛି। ତେଣୁ ଏହି ବୁଥ୍ଗୁଡିକରେ ପୁଣି ଭୋଟିଂ କରିବାକୁ ନିର୍ବାଚନ ଆୟୋଗ ଦାବି କରିଛି ଦଳ। ଆନ୍ଧ୍ରପ୍ରଦେଶରେ ୨୫ଟି ଲୋକ ସଭା ଓ ୧୭୫ ବିଧାନସଭା ଆସନ ପାଇଁ ନିର୍ବାଚନ ଜାରି ରହିଛି। ଇଭିଏମ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଥ୍ଗୁଡିକରେ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅମରାବତୀ ଉଡାବଲୀ ଗାଁ ନିକଟସ୍ଥ…
ଲଗାତାର ପଞ୍ଚମଥର ପାଇଁ ଆଜି ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରର୍ବଟ ଭଦ୍ରା ଓ ତାଙ୍କ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏକ ବିରାଟ ରୋଡ ଶୋ’ର କରି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ସୋନିଆ। ଏହାପୂର୍ବରୁ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି ଅବସରରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେଇ କହିଛନ୍ତି, ୨୦୦୪ ନିର୍ବାଚନକୁ ମୋଦି ଭୁଲିବା ଉଚିତ୍ ନୁହେଁ। ସେ ସମୟରେ ଅଟଳ ବିହାରୀ ବାଜପେୟୀ ଜଣେ ଅପରାଜୟ ନେତା ଥିଲେ କିନ୍ତୁ କଂଗ୍ରେସ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଜିତିଥିଲା। ତେଣୁ ମୋଦି ଅତୀତକୁ ପାଶୋରିବା ଉଚିତ୍ ନୁହେଁ। ୫ ବର୍ଷରେ ମୋଦି ସରକାର ଲୋକଙ୍କ ପାଇଁ କିଛି କରିନାହାନ୍ତି, ସମସ୍ତ ପ୍ରତିଶ୍ରୁତି ଏବେବି ଅସମ୍ପୂର୍ଣ୍ଣ। କଂଗ୍ରେସର ଗଡ଼ ଥିବା…
ଜାତୀୟ ଚଳଚିତ୍ର ପୁରସ୍କାର ଜିତିଥିବା ଅଭିନେତ୍ରୀ ବିଦ୍ୟା ବାଲାନ ଭୁଲଭୁଲେୟା ପାଇଁ କୌଣସି ପୁରସ୍କାର ପାଇବାକୁ ମନୋନୀତ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। କ୍ରିଟିକ୍ସ ଚଏସ୍ ଫିଲ୍ମ ଆଓ୍ବାର୍ଡର ଜୁରୀ ସଦସ୍ୟ ଭାବରେ ଯୋଗ ଦେଇଥିବା ବେଳେ ଏହି ମତ ରଖିଛନ୍ତି ବିଦ୍ୟା ବାଲାନ। ଚଳଚିତ୍ରଟି ବକ୍ସ ଅଫିସ୍ରେ ସଫଳତା ହାସଲ କରିବା ସହିତ ୮୪ କୋଟିର ବ୍ୟବସାୟ କରିଥିଲା। ମାତ୍ର ଫିଲ୍ମର ଜଣେ ବି କଳାକାର କୌଣସି ଆଓ୍ବାର୍ଡ ଶୋରେ ପୁରସ୍କାର ଜିତିନଥିଲେ। ଫିଲ୍ମରେ ବିଦ୍ୟାଙ୍କର ଅବନୀ ଏବଂ ମଞ୍ଜୁଳିକା ଚରିତ୍ରକୁ ଉଭୟ ଦର୍ଶକ ଏବଂ ସମାଲୋଚକ ପସନ୍ଦ କରିଥିଲେ। ତଥାପି ଏହି ଚଳଚିତ୍ର ପାଇଁ କୌଣସି ପୁରସ୍କାର ନମିଳିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ବିଦ୍ୟା କହିଥିଲେ। ନିଜର ୧୪ ବର୍ଷର କ୍ୟାରିୟର ମଧ୍ୟରେ ବିଦ୍ୟା ଜାତୀୟ ପୁରସ୍କାର ସହିତ ଅନେକ ପୁରସ୍କାର ଇତି ମଧ୍ୟରେ ହାସଲ କରି ସାରିଲେଣି। କ୍ରିଟିକ୍ସ ଚଏସ୍ ଫିଲ୍ମ ଆଓ୍ବାର୍ଡସ୍ ଆସନ୍ତା ୨୧…
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି। ପୂର୍ବାହ୍ନ ୩ଟା ସୁଦ୍ଧା ୩୦ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୭ ପ୍ରତିଶତ ମତଦାନ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଆଜି ୪ଟି ଲୋକସଭାରେ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୨୮ ଟି ବିଧାନସଭା ଆସନରେ ୧୭୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ୨୪ ପୁରୁଷ ଓ ୨ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ବିଧାନସଭା ଆସନରେ ୧୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୫ ପୁରୁଷ ଓ ୧୬ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୯ ଲକ୍ଷ ୭୨ ହଜାର ୯୨୫ ଏବଂ ମହିଳା ଭୋଟର ସଂଖ୍ୟା ୩୦ ଲକ୍ଷ ୩୦ ହଜାର ୨୨୨…
ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ତେବେ କେତେକ ସ୍ଥାନରେ ଭିଭିପାଟ୍ ଖରାପ ହେବା ଯୋଗୁ ମତଦାନ ହୋଇପାରୁନଥିବାବେଳେ କେତେକ ସ୍ଥାନରେ ଜନତା ସାଧାରଣ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କରିଛନ୍ତି ଓ ଆଉ କେତେକ ଜାଗାରେ ମାଓବାଦୀଙ୍କ ଧମକକୁ ନେଇ ଭୋଟ୍ ଗ୍ରହଣ କରାଯାଇପାରିନାହିଁ। ତେବେ ଭୋଟ୍ ସମୟରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି। ଚିକିଟି ବିଧାନସଭା ଆସନରେ ଲଢୁଥିବା ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୪୨ ନମ୍ବର ବୁଥରେ ତାଙ୍କୁ ମାଡ଼ ମରାଯାଇଛି ବୋଲି ପ୍ରେସମିଟରେ ବିଜେପି ଉପ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେହିପରି ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥରେ ରାଗିଂ ହୋଇଛି। ଏଠାରେ ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନଥିବା ବେଳେ କୋରାପୁଟ ୧୫୯ନଂ ବୁଥରେ ବିଜେପି…

