ଶ୍ରୀଲଙ୍କା ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା 310କୁ ବୃଦ୍ଧି, 40 ଗିରଫ

Published: Apr 23, 2019, 11:41 am IST
srilanka-attacks death toll rose to 310

ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା 310କୁ ବୃଦ୍ଧି ହୋଇଥିବା ବେଳେ 600 ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ଦେଶରେ ବର୍ତ୍ତମାନ ଜରୁରୀ କାଳୀନ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 40 ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଆତଙ୍କୀ ମାନଙ୍କୁ ଘର ଦେଇଥିବା ଘର ମାଲିକଙ୍କୁ ମଧ୍ୟ ଗିଗରଫ କରିଛି ଶ୍ରୀଲଙ୍କା ପୋଲିସ୍‌ । ସେହିପରି ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ଏକ କାର୍‌ର ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ମୈତ୍ରିପାଲା ସିରିଶେନା । ଏହି ଘଟଣାରେ ଏକ ମୁସଲିମ ସଂଗଠନକୁ ଦାୟୀ କରାଯାଇଛି । ଏହି ଆକ୍ରମଣ ନେଇ ଏକ ସପ୍ତାହ ପୂର୍ବରୁ ସୂଚନା ମିଳିଥିଲେ ମଧ୍ୟ ପୋଲିସ ଆକ୍ରମଣକୁ ପ୍ରତିହତ କରିବାରେ ବିଫଳ ହେଲା ବୋଲି କହିଛନ୍ତି ଶ୍ରୀଲଙ୍କଗା ପୋଲିସ ମୁଖ୍ୟ ରୁଆନ୍‌ ଗୁଣଶେକର । ମଙ୍ଗଳବାରକୁ ଶୋକ ପାଳନ ଦିବସ ରୂପେ ପାଳନ କରିବା ପାଇ: ଘୋଷଣା କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ।

Related posts