ପୂର୍ବ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ହେଲେ ଗୌତମ ଗମ୍ଭୀର, ନୂଆଦିଲ୍ଲୀରୁ ମୀନାକ୍ଷୀ ଲେଖି

Published: Apr 23, 2019, 11:18 am IST
gambhir fielded from east delhi

କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଆଜି ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ସେ ବିଜେପି ଟିକେଟ୍‌ରେ ପୂର୍ବ ଦିଲ୍ଲୀରୁ ଲଢ଼ିବେ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦଳ ଏଥର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି । ଗମ୍ଭୀର ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ‘କାର୍ଯ୍ୟଶୈଳୀରେ ଅନୁପ୍ରାଣିତ’ ହୋଇ ବିଜେପିରେ ଯୋଗଦେଇଥିଲେ। 2014ରେ ବିଜେପି ଏଠାରେ ମହେଶ ଗିରିଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦଳ ଏଥର ଗୌତମଙ୍କ ଉପରେ ଭରସା କରିଛି। ଏହି ଆସନରେ ଗମ୍ଭୀର କଂଗ୍ରେସର ଅରବିନ୍ଦ ସିଂହ ଲଭଲୀ ଓ ଆପ୍‌ର ଅତୀଶଙ୍କ ସହ ନିର୍ବାଚନ ଲଢେଇରେ ଉତ୍ତୀର୍ଣ୍ଣ ହେବେ । ସେହିପରି ଲେଖିଙ୍କ ଟକ୍କର କଂଗ୍ରେସର ଅଜୟ ମାକେନ ଓ ଆପ୍‌ର ବ୍ରଜେଶ ଗୋଏଲଙ୍କ ସହ ହେବ । ରବିବାର ବିଜେପି ଦିଲ୍ଲୀର 7ଟି ଲୋକସଭା ଆସନରୁ 5 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ପୂର୍ବ ଲୋକସଭା ନିର୍ବାଚନର 4 ଜଣ ସାଂସଦଙ୍କୁ ଦଳ ପୁନର୍ବାର ନିର୍ବାଚନୀ ମଇଦାନକୁ ବେଳେ ଦଳର ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀଙ୍କୁ ଉତ୍ତର ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଥିଲା ।

Related posts