Author: Samikhsya Bureau

ଉତ୍ତରପ୍ରଦେଶରୁ ଦୁଇ ସାଂସଦ ପ୍ରାର୍ଥୀ ମାନେକା ଗାନ୍ଧୀ ଏବଂ ସାକ୍ଷୀ ମହାରାଜ ଭୋଟରଙ୍କୁ ଧମକପୂର୍ଣ୍ଣ ନିବେଦନ କରିଛନ୍ତି । ମାନେକା ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବେଳେ ସାକ୍ଷୀ ମହାରାଜ ଉନ୍ନାଓରୁ ନିର୍ବାଚନ ଲଢୁଛନ୍ତି ।  ସୁଲତାନପୁରଠାରେ ଆୟୋଜିତ ଏକ ର୍ନିବାଚନୀ ସଭାରେ ମେନକା କହିଛନ୍ତି ଯେ ମୁଁ ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁଛି। ମୋତେ ଭୋଟ ନଦେଲେ ମୁଁ ସେମାନଙ୍କ ସହାୟତା କରିପାରିବି ନାହିଁ। ସୂଚନା ଅନୁସାରେ ବିଜେପି ସଂଖ୍ୟା ଲଘୁ ସେଲ୍‍ ଅଧ୍ୟକ୍ଷ ଅଜହର ହୁସେନଙ୍କ ଗ୍ରାମରେ ଏହି ସଭା ଆୟୋଜିତ ହୋଇଥିଲା। ନିର୍ବାଚନ ତ ମୁଁ ଜିତିଯାଇଛି ମାତ୍ର ଆପଣଙ୍କମ ସହାୟତା ନମିଳିଲେ ଭବିଷ୍ୟତରେ ଆପଣ ମାନଙ୍କ କାମ କରିବା ପାଇଁ ମୋତେ ମଧ୍ୟ କଷ୍ଟ ଲାଗିବ । ସେହିପରି ଅନ୍ୟତମ ବିଜେପି ନେତା ତଥା ଉନ୍ନାଓର ସାଂସଦ ଥିବା ସାକ୍ଷୀ ମହାରାଜ । ସେ କହିଛନ୍ତି ସନ୍ନ୍ୟାସୀ ଆପଣଙ୍କ ଦ୍ବାରକୁ ଆସିଲେ ଆପଣ…

Read More

ଫିଲ୍ମ ଫ୍ରାଇଡେ’ର ଆଜି ରିଲିଜ୍‌ ହୋଇଛି ପାଞ୍ଚୋଟି ଫିଲ୍ମ । ସୌମିତ୍ର ରାଣାଡ଼େଙ୍କ ନିର୍ଦ୍ଦେଶିତ ତଥା ନନ୍ଦିତା ଦାସ, ମାନବ କୌଲ୍‌ ଓ ସୌରଭ ଶୁକ୍ଳାଙ୍କ ଅଭିନୀତ ‘ଆଲବର୍ଟ ପିଣ୍ଟୋ କୋ ଗୁସା କ୍ୟୁ ଆତି ହୈ’, ବ୍ରିଜେଶ୍‌ ଜୟରଂଜନ, ଲରେନ୍‌ ଫ୍ରାଙ୍କୋ, ରାଜିଭ୍‌ ଗୌରସିଂ, କରନ୍‌ ସୋନୀଙ୍କ ଅଭିନୀତ ତଥା ରାକେଶ ରଂଜନ କୁମାରଙ୍କ ନିର୍ଦ୍ଦେଶିତ ‘ ପ୍ରହାରଗଂଜ’,  ବିଶାଲ୍‌ ମିଶ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ’ମାରୁଧର ଏକ୍ସପ୍ରେସ୍‌’ ଆଜି ରିଲିଜ୍‌ ହୋଇଛି । ଏହି ଫିଲ୍ମରେ କୁନାଲ ରାୟ କପୁର୍‌, ତାରା ଆଲିଶା ବେରି, ରାଜେଶ ଶର୍ମା ପ୍ରମୁଖ ଅଭିନୟ କରୁଛନ୍ତି ସେହିପରି ଆଜି ରିଲିଜ୍‌ ହେଉଛି ତରୁଣ ଓ ବିଷ୍ଟଙ୍କ ନିର୍ଦ୍ଦେଶିତ ତଥା ରଘୁବୀର ଯାଦବ, ଅଶୋକ ସମ୍ରାଟ୍‌, ଅଖିଳେନ୍ଦ୍ର ମିଶ୍ର, ପଙ୍କଜ ଝା, ଅଭୟ ଶର୍ମା ଓ ଅଲିସ୍ମିତା ଗୋସ୍ବାମୀଙ୍କ ଅଭିନୀତ ବ୍ଲାକବୋର୍ଡ ଭର୍ସେସ୍‌ ଓ୍ବାଇଟ୍‌ ବୋର୍ଡ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି ତାଶକେଣ୍ଟ…

Read More

ଦିଲ୍ଲୀରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ । ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସହ ମେଣ୍ଟ କରିବାକୁ ନେଇ କଂଗ୍ରେସ ଆଜି ତା’ର ଉତ୍ତର ରଖିଛି । କଂଗ୍ରେସ ପ୍ରଭାରୀ ପିସି ଚାକୋ ଦିଲ୍ଲୀରେ କଂଗ୍ରେସ ଏକାକୀ ଲଢିବା ନେଇ ସୂଚନା ଦେଇଛନ୍ତି । ଆପ୍ ଦିଲ୍ଲୀ ସହ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି, କିନ୍ତୁ ଅନ୍ୟ ସମସ୍ତ ରାଜ୍ୟରେ ମେଣ୍ଟ କରିବା ସମ୍ଭବପର ନୁହେଁ ବୋଲି କଂଗ୍ରେସ କହିଛି । ସବୁ ରାଜ୍ୟ ଅଲଗା ଓ ସେଠାକାର ସ୍ଥିତି ଭିନ୍ନ ଥିବାର ଆପ୍‌ର ଏହି ପ୍ରସଙ୍ଗରେ ସହମତି କରିପାରିନାହିଁ କଂଗ୍ରେସ । ଏବଂ ଏହା ସହିତ ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ ସମ୍ଭାବନା ନେଇ ସମସ୍ତ କଳ୍ପନାର ଅନ୍ତ ଘଟିଛି । ଖୁବ୍‌ ଶୀଘ୍ର କଂଗ୍ରେସ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ପୂର୍ବରୁ ଆପ୍‌ ସହ ମେଣ୍ଟକୁ…

Read More

ସିଙ୍ଗାପୁର ଓପନରେ ଭାରତୀୟ ସଟଲରଙ୍କୁ ଆଜିର ଦିନରେ ମିଶ୍ରିତ ଫଳ ମିଳିଛି । ଭାରତୀୟ ସଟଲର ପିଭି ସିନ୍ଧୁ ନିଜ ମୁକାବିଲାରେ ବିଜୟୀ ହୋଇ ସେମି ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ସାଇନା ନେହ୍ବାଲ ପରାଜୟ ସହିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି । ରିଓ ଅଲମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ବିଶ୍ବ ମାନ୍ୟତାରେ 18 ନମ୍ବର ସ୍ଥାନରେ ରହିଥିବା ତଥା ବିଡବ୍ଲୁଏଫ୍‌ ଜୁନିୟର୍‌ ଚାମ୍ପିୟନ୍‌ସିପ୍‌ରେ ବ୍ରାେଞ୍ଜ ପଦକ ବିଜୟିନୀ ଚୀନ୍‌ର କାଇ ୟାନ୍‌ଜାନ୍‌ଙ୍କୁ ପରାସ୍ତ କରିଛନ୍ତି । କାଇ ୟାନ୍‌ଜାନ୍‌ଙ୍କୁ 21-13,17-21 ଏବଂ 21-14 ସେଟ୍‌ରେ ପରାସ୍ତ କରି ସେମି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ । ସେମିରେ ସିନ୍ଧୁ ପୂର୍ବତନ ବିଶ୍ବ ଚାମ୍ପିୟନ୍‌ ନୋଜୋମି ଓକୁହାରାଙ୍କୁ ଭେଟିବେ । ଅନ୍ୟତମ ଭାରତୀୟ ଖେଳାଳି ସାଇନା ନେହ୍ବାଲ ଦ୍ବିତୀୟ ସିଡ ଜାପାନର ନୋଜୋମି ଓକୁହାରାଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ସାଇନା ସିଧାସଳଖ 21-8, ଏବଂ 21-13ରେ ପରାସ୍ତ ହୋଇଥିଲେ ।

Read More

ଓ୍ବିଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ଏହାର କୋଚ୍‌ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ବହିଷ୍କାର କରିଛି । ବିଶ୍ବକପ୍‌ର ଠିକ୍‌ ପୂର୍ବରୁ ଏହି ଖବର ସାମ୍ନାକୁ ଆାସିଛି । ବିଶ୍ବକପ୍‌ ଆରମ୍ଭକୁ ସାତ ସପ୍ତାହରୁ କମ୍‌ ସମୟ ଥିବା ବେଳେ କୋଚ୍‌ ଏବଂ ଚୟନକର୍ତ୍ତାଙ୍କୁ ବହିଷ୍କାର କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଦଳର ମୁଖ୍ୟ କୋଚ୍‌ ରିଚାର୍ଡ ପାଇବସ୍‌ଙ୍କୁ ବହିଷ୍କାର କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଫ୍ଲଏଡ୍‌ ରାଏଫରଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ର ଦାୟିତ୍ବ ଦିଆଯାଇଛି । ସେହିପରି ସମ୍ପୂର୍ଣ୍ଣ ଚୟନକର୍ତ୍ତାଙ୍କ ଟିମ୍‌କୁ ହଟାଇ ଦିଆଯାଇଛି । ମୁଖ୍ୟ ଚୟନକର୍ତ୍ତା କର୍ଟନୀ ବ୍ରାଉନ୍‌ଙ୍କୁ ମଧ୍ୟ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ରବର୍ଟ ହେନ୍‌ସଙ୍କୁ ଅନ୍ତରୀଣ ନିଯୁକ୍ତି ଦିଆଯାଇଛି । ଅନ୍ତରୀଣ ଦାୟିତ୍ବରେ ରହିଥିବା ଉଭୟ ଖେଳାଳି ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିପାରିବେ ବୋଲି କ୍ରିକେଟ୍‌ ଓ୍ବଣ୍ଡିଜ୍‌ର ସଭାପତି ରିକି ସ୍କେରିଟ୍ଟ ପ୍ରକାଶ କରିଛନ୍ତି । ସଦ୍ୟସମାପ୍ତ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ…

Read More

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ସର୍ବୋଚ୍ଚ କେର୍ଟରେ ମାମଲା ଦାୟର କରିଛନ୍ତି ବିଜେପି ସାଂସଦ ମୀନାକ୍ଷୀ ଲେଖି । ରାଫାଲେ ବିମାନ କିଣା ମାମଲାରେ ରାହୁଲ ମୋଦିଙ୍କୁ ‘ଚୌକିଦାର ଚୋର ହୈ’ ବୋଲି ସମ୍ବୋଧନ କରିବା ନେଇ ଲେଖି ଏହି ମାମଲା ଦାୟର କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଲେଖିଙ୍କ ପାଇଁ ମାମଲା ପରିଚାଳନା କରୁଥିବା ମୁକୁଲ ରୋହତାଗୀ କହିଥିଲେ କୋର୍ଟ ଏହି ମାମଲାର ରାୟ ପ୍ରଦାନ କରିଥିବା ବେଳେ ରାହଉଲ ଏହାକୁ ଗଣମାଧ୍ୟମ ଅଧିକାରୀଙ୍କ ସମ୍ନାରେ ଅଲଗା ଢଙ୍ଗରେ କହିଛନ୍ତି । ରୋହତାଗୀଙ୍କ ପକ୍ଷ ଶୁଣିବା ପରେ ମୁ୍ଖ୍ୟ ବିଚାରପତି ମାମଲାର ଶୁଣାଣି ପାଇଁ ଏପ୍ରିଲ୍‌ 15(ସୋମବାର) ତାରିଖ ଧାର୍ଯ୍ୟ କରିଛନ୍ତି ।

Read More

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଏ. ଆର୍‌ ରହମାନ୍‌ ତାଙ୍କର ପ୍ରଥମ ଫିଲ୍ମ ’୯୯ ସଙ୍ଗସ୍‌’ର ଘୋଷଣା କରିଛନ୍ତି । ଏହି ଫିଲ୍ମ ଜରିଆରେ ସେ ପ୍ରଥମଥର ପାଇଁ ପ୍ରଯୋଜକ ଓ କାହାଣୀକାର ଭାବେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ।  ରହମାନ୍‌ ଏନେଇ ଏକ ଟୁଇଟ ମଧ୍ୟ କରିଛନ୍ତି । ଏହି ଫିଲ୍ମଟି ତାଙ୍କ ପ୍ରଡକ୍ସନ କମ୍ପାନୀ ଓ୍ବାଇ ଏମ୍‌ ମୁଭିଜ୍‌ ଏବଂ ଜିଓ ଷ୍ଟୁଡିଓଜ୍‌ର ସହ ପାର୍ଟନର ରୂପେ ଏହି ଫିଲ୍ମକୁ ପ୍ରଯୋଜିତ କରୁଛନ୍ତି । ହିନ୍ଦି, ତାମିଲ୍‌, ଓ ତେଲୁଗୁ ଆଦି ତିନୋଟି ଭାଷାରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଶେଷ କ୍ରିଷ୍ଣମୂର୍ତ୍ତି । ଏହି ଫିଲ୍ମରେ ଏହାନ୍‌ ଭଟ୍ଟ ଓ ଏଡ୍‌ଲିସ୍‌ ଭର୍ଗସ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଫିଲ୍ମଟି ଜଣେ ସଂଘର୍ଷରତ ଗାୟକ ଉପରେ ଆଧାରିତ, ଯିଏ ନିଜକୁ ଜଣେ ସଫଳ…

Read More

ୟୁଏଇ ପରେ ରୁଷ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରୁଷ ଦୂତାବାସ ପକ୍ଷରୁ ଜାରି ବୟାନରେ ଏହା କୁହାଯାଇଛି ।  ଯେ ଭାରତ-ରୁଷର ରଣନୈତିକ ଭାଗିଦାରୀରେ ଅଦ୍ଭୂତପୂର୍ବ ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ ଦ ଆପୋଷ୍ଟଲେ ସମ୍ମାନ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ ଆପୋଷ୍ଟଲେ ହେଉଛି ରୁଷ ସଂଘର ସର୍ବୋଚ୍ଚ ସମ୍ମାନ। ୧୬୯୮ରୁ ରୁଷ ସାମ୍ରାଜ୍ୟରେ ସାହାସୀ ବୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିଲା। ରୁଷରେ ରାଜତନ୍ତ୍ରର ବିଲୋପ ସହ ସୋଭିଏତ ସଂଘ ଗଠନ ହେବା ପରେ ଏହି ସମ୍ମାନ ଉଚ୍ଛେଦ କରାଯାଇଥିଲା। ତେବେ ୧୯୯୮ରୁ ପୁଣି ଥରେ ଏହି ସମ୍ମାନ ପ୍ରଦାନ କରାଯାଉଛି। ଅପ୍ରେଲ ୪ ତାରିଖରେ ୟୁଏଇ ତରଫରୁ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ…

Read More

ତେଲୁଗୁ ଷ୍ଟାର ନାନିଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ଟ୍ରେଲର ରିଲିଜ୍‌ ହୋଇଛି । ଗତକାଲି ଫିଲ୍ମର ଟ୍ରେଲର ରିଲିଜ୍‌ ନେଇ ନାନି ଘୋଷଣା କରିବା ପରେ ଦର୍ଶକ ଉତ୍ସୁକତାର ସହିତ ଟ୍ରେଲରକୁ ଅପେକ୍ଷା କରିଥିଲେ । ଆଜି ଟ୍ରେଲର ରିଲିଜ୍‌ର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଟ୍ରେଲରଟିକୁ 1 ମିଲିୟନ୍‌ ଦର୍ଶକ ଦେଖିଥିଲେ । ଫିଲ୍ମଟି କ୍ରିକେଟ୍‌ ପୃଷ୍ଠଭୂମିରେ ଆଧାରିତ । ନାନି ଏବଂ ଶ୍ରଦ୍ଧା ଶ୍ରୀନାଥ ଅଭିନୀତ ଏହି ଫିଲ୍ମରେ ନାନି ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ ଯିଏକି କ୍ରିକେଟ ଛାଡି ସାରିଛନ୍ତି । ୩୬ ବର୍ଷ ବୟସରେ ପୁନର୍ବାର କ୍ରିକେଟ୍‌ ଖେଳିବାକୁ ଚାହୁଁଥିବା ଜଣେ ଖେଳାଳିର ଏହା କାହାଣୀ । ଟ୍ରେଲରରେ ନାନିଙ୍କୁ ଦୁଇ ପ୍ରକାରର ଚରିତ୍ରରେ ଦେଖିବାକୁ ମିଳିଛି । ପ୍ରଥମଟି ଜଣେ କ୍ରିକେଟରର ଏବଂ ଦ୍ବିତୀୟ ଚରିତ୍ର ହେଉଛି ଜଣେ ପିତା ଯିଏକି ନିଜ ସନ୍ତାନ ସାମ୍ନାରେ ନିଜର ସମ୍ମାନ ଫେରି ପାଇବା ପାଇଁ…

Read More

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି । ରାହୁଲ୍‌ ଅଭିଯୋଗ କରିଛନ୍ତି ଯେ, ପିଏମ୍‌ ମୋଦି ନିଜର ୧୫ଜଣ ବନ୍ଧୁଙ୍କ ପାଇଁ ସରକାର ଚଳାଉଛନ୍ତି । ଏବଂ ବିଜୟ ମାଲ୍ୟା, ନିରବ ମୋଦିଙ୍କ ପରି  ବ୍ୟକ୍ତି ବ୍ୟାଙ୍କରୁ ଋଣ ନେଇ ଫେରାର୍‌ ହୋଇଯାଇଥିବାବେଳେ ଏପର୍ଯ୍ୟନ୍ତ ସେମାନେ ଜେଲ୍‌ ଯାଇନାହାନ୍ତି । ଏହି ଅବସରରେ ରାହୁଲ୍‌ କହିଛନ୍ତି ଯେ, ଯଦି ତାଙ୍କ ଦଳ ସତ୍ତାକୁ ଆସିବ, ସେତେବେଳ କୌଣସି ଚାଷୀ ବା କିଶାନଙ୍କୁ ଋଣ ପରିଶୋଧ ନ କରିବା ଅପରାଧରେ ଜେଲ୍‌ ଯିବାକୁ ପଡ଼ିବ ନାହିଁ । ଏଇଟା ଠିକ୍‌ ନୁହେଁ ଯେ ଋଣ ପରିଶୋଧ ନ କରି ଧନୀ ଲୋକ ଜେଲ୍‌ ଯିବେନି କିନ୍ତୁ ଗରିବ ଲୋକ ଜେଲ୍‌ ଯିବେ । ରାହୁଲ୍‌ ଗାନ୍ଧି ମୋଦିଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ନିରବ ମୋଦି ୩୫ ହଜାର କୋଟି, ମେହୁଲ୍‌ ଚୋକ୍‌ସି…

Read More

ସେନାର ରାଜନୀତିକରଣ ହେଉଥିବା ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ଖବରକୁ ଅସ୍ବୀକାର କରିଛନ୍ତି ପୁରାତନ ସେନାମୁଖ୍ୟ ଜେନେରାଲ୍‌ ସୁନିଥ୍‌ ଫ୍ରାନ୍ସିସ୍‌ ରଡ୍ରିଗ୍‌ଜ ।ରଡ୍ରିଗ୍‌ଜ କହିଛନ୍ତି ଏପରି କୌଣସି ଚିଠି ରାଷ୍ଟ୍ରପତିଙ୍କୁ ଲେଖାଯାଇନାହିଁ କିମ୍ବା ମୁଁ କୌଣସି ଚିଠିରେୂ ହସ୍ତାକ୍ଷର କରିନାହିଁ । ପୂର୍ବତନ ବିମାନ ବାହିନୀ ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏନ୍‌ସି ସୁରୀ ଏବଂ ଏମ୍‌ଏଲ୍‌ ନାଇଡୁ ମଧ୍ୟ ଏହି ଖବରରେ ନିଜ ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି । ଏହି ଖବରକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସମାଲୋଚନା କରିବା ସହିତ କହିଥିଲେ, ତିନିଜଣ ବରିଷ୍ଠ ପୂର୍ବତନ ସେନାମୁଖ୍ୟ ଏହି ଘଟଣାରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିବା ପରେ ସରକାର ଏପରି ମିଥ୍ୟା ଚିଠିକୁ ନେଇ ଚିନ୍ତିତ । ଶ୍ରମତୀ ସୀତାରମଣ କହିଥିଲେ, କଂଗ୍ରେସ ମୋଦିଙ୍କୁ ସେନାକୁ ବ୍ୟବହାର କରୁଥିବା ନେଇ ଅଭିଯୋଗ ଉଠାଉଛି ମାତ୍ର ସେନାବାହିନୀ ବିଜେପି ସହିତ ନୁହେଁ ବରଂ ଦେଶ ସହିତ ଛିଡା ହୋଇଛି । ସେହିପରି ଏପରି…

Read More

ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଥିବାବେଳେ ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ । ଏଥର ୫ଟି ଲୋକସଭା ଆସନ ଓ ତତ୍‌ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନୀ ପ୍ରଚାର ପୂରା ଜୋର୍‌ସୋର୍‌ରେ ଚାଲିଛି । ଆଜି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କେନ୍ଦୁଝର ଗସ୍ତରେ ଆସି ମେଡିକାଲ କଲେଜ ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି। ଏହି ସଭାରେ ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯ ବର୍ଷ ଧରି ଶାସନ କରିବା ସତ୍ତ୍ୱେ ଏଯାବତ ସେ ଭଲ ଭାବେ ଓଡ଼ିଆ ଭାଷା ଜାଣି ନ ଥିବା ନେଇ ଶାହ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। କେନ୍ଦୁଝରରେ ଡିଏମଏଫ ଫଣ୍ଡରେ ୧୬୦୦ କୋଟି ମିଳିଛି  । ମୋଦି ସରକାର ରେଳପଥ, ଜାତୀୟ ରାଜପଥ ଆଦିର…

Read More

ବେଙ୍ଗାଲୁରୁରେ ଅବସ୍ଥାପିତ ଇ ଫାର୍ମାସୀ ଷ୍ଟାର୍ଟଅପ୍‌ମ କମ୍ପାନୀ ମେଡ୍‌ଲାଇଫ୍‌ ପାରିବାରିକ ଟ୍ରଷ୍ଟରୁ 118 କୋଟିର ନିବେଶ ହାସଲ କରିଛି । କମ୍ପାନୀର ସହ ପ୍ରତିଷ୍ଠାତା ତୁଷାର କୁମାରଙ୍କ ପରିବାରର ଟ୍ରଷ୍ଟ ‘ପ୍ରସିଦ ୟୁନୋ’ 118 କୋଟିର ପୁଞ୍ଜିନିବେଶ କରିବାର ନିଷ୍ପତ୍ତି ନେଇଛି । 2014ରେ ତୁଷାର କୁମାର ଏବଂ ପ୍ରଶାନ୍ତ ସିଂଙ୍କ କମ୍ପାନୀ ଡାକ୍ତର ମାନଙ୍କୁ ଡିଜିଟାଲ ମାଧ୍ୟମରେ ରୋଗୀଙ୍କ ତଥ୍ୟ ରଖିବାରେ ସହାୟତା କରୁଥିଲା । ଧୀରେ ଧୀରେ କମ୍ପାନୀ ବର୍ଦ୍ଧିତ ଲୋକପ୍ରିୟତା ସହିତ କମ୍ପାନୀ ଅନ୍‌ଲାଇନ୍‌ ଡାକ୍ତର ସେବା ଏବଂ ପରୀକ୍ଷଣର ସୁବିଧା ପ୍ରଦାନ କରିବା ଆରମ୍ଭ କରିଥିଲା ।   15 ମିଲିୟନ୍‌ ଡଲାର ନିବେଶରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ପରବର୍ତ୍ତୀ ସମୟରେ ଆଲ୍‌କେମ୍‌ରୁ 30 ମିଲିୟନ୍‌ ଡଲାରର ନିବେଶ ହାସଲ କରିଥିଲା । ନିକଟରେ ମେଡଲାବ୍‌ଜକୁ ଅଧିଗ୍ରହଣ କରିଥିବା ଏହି କମ୍ପାନୀ ପୂର୍ବରୁ ତୁଲିପ୍‌ ଲାବର ମାଲିକାନା ହାସଲ କରିଛନ୍ତି । ଭାରତର 29ଟି ସହରରେ…

Read More

ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । କୋରାପୁଟ, ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଲୋକସଭା ଆସନ ପାଇଁ ଭୋଟ୍‌ଗ୍ରହଣ କରାଯାଇଛି ।  ପ୍ରଥମ ପର୍ଯ୍ୟାୟରେ ୭୩.୭୬% ପ୍ରତିଶତ ଭୋଟର ମତଦାନ କରିଛନ୍ତି । ଚଳିତ ଥର ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଭୋଟ୍‌ ଦେଇଛନ୍ତି ।  ତେବେ ଆହୁରି ୧୦୦ଟି ବୁଥ୍‌ରେ ଭୋଟ୍‌ ଗଣନା ଚାଲିଛି । ସୂଚନାଯୋଗ୍ୟ ଯେ,  ମାଲକାନଗିରି ଓ ବ୍ରହ୍ମପୁରର ଗୋଟିଏ ଲେଖାଏଁ ବୁଥ୍‌ରେ ସାନି ମତଦାନ ପାଇଁ ଇସିଆଇଙ୍କୁ ସୁପାରିସ କରାଯାଇଛି । ଗୋଟିଏ ବୁଥ୍‌ରେ ଇଭିଏମ୍‌ ମେସିନ ଫୋପାଡି ଦିଆଯାଇବା ଅଭିଯୋଗ ଆସିଥିବାବେଳେ ଅନ୍ୟ ଏକ ବୁଥ୍‌ରେ ପ୍ରିଜାଇଡି ଅଫିସରଙ୍କ ତ୍ରୁଟି ଥିବା ଅଭିଯୋଗ ଆସିଛି । ୨୦୧୯ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୭୩.୦୯% ପୁରୁଷ ଭୋଟର ଥିବାବେଳେ ୭୪.୪୩% ମହିଳା ଭୋଟର ନିଜର ନାଗରିକତ୍ୱ…

Read More

ନିର୍ମାତା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ସୁପରହିଟ୍‌ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌’ର ସ୍ବିକେଲ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌-୨’ର ଆଜି ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ଦୁଇ ନବାଗତାଙ୍କ ବଲିଉଡ୍‌ ଏଣ୍ଟ୍ରି କରୁଛନ୍ତି । ଏହି ଫିଲ୍ମ ଜରିଆରେ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ବଲିଉଡ ଡେବ୍ୟୁ କରୁଛନ୍ତି । ଟ୍ରେଲର୍‌ରେ ଦୁହେଁ ବହୁତ ଗ୍ଲାମର୍ସ ଲୁକ୍‌ରେ ନଜର ଆସିଛନ୍ତି । ସେହିପରି ଏହି ଫିଲ୍ମର ଅଭିନେତା ଟାଇଗର ଶ୍ରଫ୍‌ ଏହି ଟ୍ରେଲର୍‌ରେ ଏକଦମ୍‌ ସେ ରଫ୍‌ ଟଫ୍‌ ଲୁକ୍‌ରେ ନଜର ଆସିଛନ୍ତି । ଟାଇଗର୍‌ଙ୍କ ଷ୍ଟଣ୍ଟ୍‌ ମଧ୍ୟ ଏହି ଫିଲ୍ମର ଟ୍ରେଲର୍‌ରେ ଦେଖିବାକୁ ମିଳିଥିବାବେଳେ ଦୁଇ ନବାଗତାଙ୍କ ସୌନ୍ଦର୍ଯ୍ୟର ଯାଦୁ ଦେଖାଇଛନ୍ତି । ଟ୍ରେଲର୍‌ରେ ପୂରାପରି କଲେଜ ମସ୍ତି, କମ୍ପିଟିସନ୍‌ ଓ ବନ୍ଧୁତା ପ୍ରେମ, ବୁଦ୍ଧିମତାର ପ୍ରଦର୍ଶନ କରାଯାଇଛି । ଟ୍ରେଲର୍‌ ଆସିବା ପୂର୍ବରୁ ଦୁଇ ଅଭିନେତ୍ରୀଙ୍କର ପୋଷ୍ଟର ରିଲିଜ୍‌ କରାଯାଇଥିଲା । ଏହି…

Read More

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ଜେଫ୍‌ ବେଜୋସ୍‌ ପ୍ରତିପକ୍ଷ କମ୍ପାନୀ ମାନଙ୍କୁ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ପତ୍ର ଲେଖିଛନ୍ତି । ବେଜୋସଙ୍କ ପତ୍ର ମୁତାବକ ନିଜର ପ୍ରତିଦ୍ବନ୍ଦୀ ମାନେ କର୍ମଚାରୀଙ୍କ କମ୍‌ ବେତନ ପ୍ରଦାନ କରୁଛନ୍ତି । ନିକଟରେ ଆମାଜନ୍‌ ଆମେରିକାରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ଘଣ୍ଟାପ୍ରତି ୧୫ ଡଲାରକୁ ବୃଦ୍ଧି କରିଥିଲା । ଏହି ଅନ୍‌ଲାଇନ୍‌ ରିଟେଲର ପକ୍ଷରୁ ଚିଠିରେ ଲେଖାଯାଇଛି ଆପଣମାନେ କମର୍ଚାରୀଙ୍କ ବେତନ ଘଣ୍ଟାପ୍ରତି ୧୫ ଡଲାର କରନ୍ତୁ କିମ୍ବା ଅଧିକ ବଢାଇ ଆମ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରନ୍ତୁ । ସୂଚନାଯୋଗ୍ୟ ଯେ, ବିଗତ ନଭେମ୍ବରରୁ ଆମାଜନ୍‌ ଏହାର କର୍ମଚାରୀଙ୍କ ପାଉଣା ବୃଦ୍ଧି କରିଛି । ବେଜୋସ୍‌ଙ୍କ ମନ୍ତବ୍ୟ ପରେ ଓ୍ବାଲମାର୍ଟ ପକ୍ଷରୁ ମନ୍ତବ୍ୟ ପ୍ରକାଶ ପାଇଛି ଯେ, ଆମାଜନ୍‌ ପ୍ରଥମେ ସରକାରଙ୍କୁ କର ଦେଉ ଏହାପରେ ଆମେ ପାଉଣା ବଢାଇବୁ । ଉଲ୍ଲେଖଯୋଗ୍ୟ ଯେ, ଆମାଜନ୍‌ ୨୦୧୮ ଆର୍ଥିକ ବର୍ଷରେ ଏକ…

Read More

ସମୀକ୍ଷା ବ୍ୟୁରୋ ଗତକାଲି ଓଡିଶାରେ ଅନୁଷ୍ଠିତ ପ୍ରଥମ ପର୍ୟାୟ ସାଧାରଣ ନିର୍ବାଚନରେ ୭୦% ରୁ ଅଧିକ ମତଦାନ ହୋଇଛି। କୋରାପୁଟ, ବ୍ରହ୍ମପୁର,ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ଏହା ଅଧୀନରେ ଥିବା ୨୮ ଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଶାସକ ବିଜୁ ଜନତା ଦଳ ପୁଣିଥରେ ଭଲ ଫଳାଫଳ କରିବ ବୋଲି ବିଭିନ୍ନ ସୂତ୍ର କହୁଛି। ନିର୍ବାଚନ ପ୍ରକ୍ରିୟା ଚାଲୁଥିବାରୁ ଏବେ ଫଳାଫଳ ବିଷୟରେ କୌଣସି ରିପୋର୍ଟ ଦେବା ସଠିକ ହେବ ନାହିଁ। ତେବେ ବିଭିନ୍ନ ସୂତ୍ରରୁ ଯାହା ଜଣା ପଡୁଛି, ବିଜେଡ଼ିକୁ ପଞ୍ଚମଥର ଲାଗି ସଫଳତା ମିଳିବାରେ ବିଶେଷ ଅସୁବିଧା ହେବାର ନାହିଁ।

Read More

କେଦାର ମିଶ୍ର ଆଜି ମାନ୍ୟବର ସୁପ୍ରିମକୋର୍ଟ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଯେତିକି ଅର୍ଥ ସଂଗ୍ରହ କରିଛନ୍ତି, ତାହାର ସବିଶେଷ ବିବରଣୀ ଜଉମୁଦ ଦିଆ ଲଫାପାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରନ୍ତୁ। ତେବେ ରାଜନୈତିକ ଦଳ ଗୁଡିକ ବୈଧାନିକ ଭାବରେ ଗ୍ରହଣ କରୁଥିବା ଚାନ୍ଦାକୁ ଗୋପନ ରଖିବାର ଅର୍ଥ କଣ? ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣୀ ଜେନେରାଲ କେ.କେ.ବେଣୁଗୋପାଳ ଯାହା କହିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ରାଜନୈତିକ ଦଳଙ୍କର ଅର୍ଥ ଓ ଚାନ୍ଦା ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। ଦେଶର ସର୍ବବୃହତ ଗଣତନ୍ତ୍ରର ସବୁଠୁ ବଡ ସରକାରୀ ଓକିଲ ଯେତେବେଳେ ଏ ପ୍ରକାର ଯୁକ୍ତି ରଖନ୍ତି, ସେଠି ଆମକୁ ଭାବି ନେବାକୁ ପଡିବ ଯେ ଦେଶର ଗଣତନ୍ତ୍ର ଏବେ ବିପନ୍ନ। ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ କର୍ପୋରେଟ…

Read More

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଗୋପବନ୍ଧୁନଗରରେ ଜଣେ ନାବାଳିକା(୬)ଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପରେ ଗାଁ ଲୋକେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ଅନୁପ୍‌ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଡିସିପି କହିଛନ୍ତି ଯେ,ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଉକ୍ତ ଘଟଣାର ତଦନ୍ତ କରାଯିବ। ପୀଡ଼ିତାଙ୍କ ବାପାଙ୍କୁ ଥାନା ଭିତରେ ମାଡ଼ମରା ଘଟଣାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା ବେଳେ କୁଆଡ଼େ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ପରେ ପରିବାର ଲୋକେ…

Read More

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ନାମାଙ୍କନକୁ ନେଇ ପୁଣି ବିବାଦ ଦେଖାଯାଇଛି । ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତ ଗୁରୁବାର ସ୍ମୃତିଙ୍କ ନାମାଙ୍କନ ପତ୍ର ଦାଖଲରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ​‌ ହୋଇଛି । ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିରୋଧୀମାନଙ୍କ ମଧ୍ୟରେ ଅନେକ ସମୟରେ ବିତର୍କ ଦେଖିବାକୁ ମିଳେ । ଚଳିତ ନିର୍ବାଚନରେ ସେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ସେ ସ୍ନାତକ ଶେଷ କରିନାହାନ୍ତି । ସେ ଦର୍ଶାଇଛନ୍ତି,୧୯୯୧ରେ ସେ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ପାସ୍‌ କରିଥିଲାବେଳେ ୧୯୯୩ରେ ଉଚ୍ଚ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୪ ନିର୍ବାଚନ ସମୟରେ ଦେଇଥିବା ସତ୍ୟପାଠରେ ସ୍ମୃତି ଇରାନୀ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ୧୯୯୪ରେ ସ୍ନାତକ ପାସ୍‌ କରିଥିବା…

Read More

ସେନାର ରାଜନୀତିକରଣ ହେଉଥିବା ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ସେନାର ବରିଷ୍ଠ ଏବଂ ଅବସରପ୍ରାପ୍ତ କର୍ମଚାରୀ। ରାମନାଥ କୋବିନ୍ଦଙ୍କୁ ଲେଖାଯାଇଥିବା ଏହି ପତ୍ରରେ ୮ ଜଣ ପୂର୍ବତନ ସେନାମୁଖ୍ୟଙ୍କ ଦସ୍ତଖତ ମଧ୍ୟ ରହିଛି। ଚଳିତ ଲୋକସଭା ନିର୍ବାଚନରେ ସେନାକୁ ରାଜନୈତିକ ଦଳମାନେ କରୁଥିବା ରାଜନୀତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ଚିଠିରେ କୁହାଯାଇଛି। ସେନାର ଏହି ଅଧିକାରୀ ମାନେ କୌଣସି ରାଜନୈତିକ ଦଳର ନାମ ନେଇ ନଥିଲେ ମଧ୍ୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ମୋଦିଜୀଙ୍କ ସେନା’କୁ ଦୃଷ୍ଟିରେ ରଖିଥିବା ଅନୁମାନ ଲଗାଯାଉଛି। ଏହି ପତ୍ରରେ ୮ ଜଣ ପୂର୍ବତନ ସେନାମୁଖ୍ୟ ରହିଛନ୍ତି। ଜେନେରାଲ୍‌ ସୁନିଥ୍‌ ଫ୍ରାନ୍ସିସ୍‌ ରଡ୍ରିଗ୍‌ଜ, ଜେନରାଲ୍‌ ଶଙ୍କର ରାୟ ଚୌଧୁରୀ, ଜେନରାଲ୍‌ ଦୀପକ କପୁର, ପୂର୍ବତନ ନୌସେନା ମୁ୍ଖ୍ୟ ଏଲ୍‌ ରାମଦୋସ, ଆଡମିରାଲ୍‌ ବିଷ୍ଣୁ ଭାଗବତ, ଆଡମିରାଲ ଅରୁଣ ପ୍ରକାଶ, ଆଡମିରାଲ ସୁରେଶ ମେହେଟ୍ଟା ଏବଂ ବିମାନ ବାହିନୀ ମୁଖ୍ୟ ଏନ୍‌ସି ସୁରୀ ପ୍ରମୁଖ ଏହି ପତ୍ରରେ…

Read More