Author: Samikhsya Bureau

ଭୁବନେଶ୍ବର: ଆଜି ବିଜେଡି ଦଳରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ଏଥିରେ ସେ କୌଣସି କାରଣ ଉଲ୍ଲେଖ ନ କରିଥିଲେ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ତେବେ ଜୟଦେବ ନିର୍ବାଚନ ମଣ୍ଡଳିରେ ଅରବିନ୍ଦଙ୍କୁ ଦଳ ଆଉ ଟିକେଟ ଦେବ ନାହିଁ ବୋଲି ସେ ଅନୁଭବ କରିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପଟେ ଜୟଦେବ ନିର୍ବାଚନ ମଣ୍ଡଳିରେ ଅରବିନ୍ଦଙ୍କୁ ଦଳ ଭିତରେ ପ୍ରବଳ ବିରୋଧ ହେଉଥିବାରୁ ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା।

Read More

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଚିଲିକା ନିର୍ବାଚନ ମଣ୍ଡଳି ବଡ ଚର୍ଚ୍ଚାରେ ଅଛି। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ଏହା ଚର୍ଚ୍ଚାକୁ ଆସିଛି। ସେଠାରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ସେହି ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ହେଉଛନ୍ତି ପୃଥୀରାଜ ହରିଚନ୍ଦନ। ତାଙ୍କ ସହିତ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ମିଶିଯିବା ପରେ ବିଜେପି ପଲା ଭାରୀ ହୋଇଯାଇଛି। ସେପରି କ୍ଷେତ୍ରରେ ଏହି ପୃଥୀରାଜ ପ୍ରଶାନ୍ତଙ୍କ ମେଣ୍ଟକୁ ମୁକାବିଲା କରିବା ପାଇଁ ବିଜେଡିର ବର୍ତ୍ତମାନ ସେମିତି କେହି ପ୍ରାର୍ଥୀ ଚିଲିକାରେ ଦେଖାଯାଉ ନାହିଁନ୍ତି। ଯାହାଙ୍କ ନାମ ଶୁଣାଯାଉଛି ସେମାନେ ବର୍ତ୍ତମାନ ଏହି ଦୁଇ ମେଣ୍ଟକୁ ଟକ୍କର ଦେବାପରି ସ୍ଥିତିରେ ନାହାଁନ୍ତି। ରଘୁ ସାହୁ କିମ୍ବା ମାନସ ମଙ୍ଗରାଜଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପ୍ରଶାନ୍ତଙ୍କ ବିଜେପି ପ୍ରବେଶ ପରେ ସେମାନେ ଶହେଥର ଚିନ୍ତା କରିବାରେ ଲାଗିଛନ୍ତି। ଏପରି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ 5-T ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା ଅତ୍ୟାଧୁନିକ ବସ୍‌ ଟର୍ମିନାଲର ବିକାଶ କରାଯାଇଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡିଆନ ଅନେକ ଥର ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟର ଆଗ୍ରଗତି ସଂପର୍କରେ ସମୀକ୍ଷା କରୁଥିଲେ। ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ…

Read More

ଭୁବନେଶ୍ବର: ସବୁ ଜିଲ୍ଲାରେ ଚାଲିଛି ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କର ମନୋବଳ ସୁଦୃଢ କରିବା ଏବଂ ପାଠ୍ୟକ୍ରମ ବ୍ୟତିତ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଯାହାର ନେତୃତ୍ବ ନେଉଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଡ କଥା ହେଲା କଲେଜ ଛାତ୍ରଛାତ୍ରୀ ତଥା ଯୁବକଯୁବତୀମାନଙ୍କୁ ନେଇ ଏପରି ଏକ କାର୍ଯ୍ୟକ୍ରମ କରାଯାଇପାରିବ ତାହା କେହି କେବେ କଳ୍ପନା ମଧ୍ୟ କରି ନ ଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପାଠ ପଢା ସହ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଉନ୍ନତି ଆଣିବାରେ ପାଣ୍ଡିଆନଙ୍କ ଏପରି ଚିନ୍ତାଧାରା ବେଶ ସହାୟକ ହୋଇପାରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ଯାହା ସେମାନଙ୍କ କ୍ୟାରିୟରରେ ବେଶ ପ୍ରଭାବ ପକାଇପାରିଛି। ଛାତ୍ରଛାତ୍ରୀଙ୍କୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବା କଥା କୌଣସି ଦଳ ମଧ୍ୟ କେବେ ବି…

Read More

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟୀ ନିର୍ବାଚନ ପରିଚାଳନା ସମିତି ବୈଠକ ଅଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୌଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂସଲ, ଶ୍ରୀ ତରୁଣ ଚୁଗ୍‌, ଶ୍ରୀ ଅରୁଣ ସିଂହ, ଶ୍ରୀ ବିନୋଦ ତାଓ୍‌ôଡେ ପ୍ରମୁଖ ଉପସ୍ଥିତ ରହି ସାଧାରଣ ନିର୍ବାଚନର ଗୁରୁତ୍ୱ ଏବଂ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶାରେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା କାରଣରୁ ଅଜିର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ବୈଠକରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ।

Read More

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସକାଳେ ରାଜ୍ୟ କୃଷି ଭବନ ପରିଦର୍ଶନ କରି ସେଠାରେ ପ୍ରଥମେ ନୂତନ ଭାବେ ଖୋଲାଯାଇଥିବା କ୍ରେଚ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି କ୍ରେଚ୍ ବ୍ୟବସ୍ଥା ଉଭୟ ଛୋଟ ପିଲା ଏବଂ ସେମାନଙ୍କ ମା’ଙ୍କ ସର୍ବୋତ୍ତମ ସ୍ୱାର୍ଥ ପୂରଣ କରିବାର ପ୍ରୟାସ ସହିତ ପ୍ରାରମ୍ଭିକ ଶୈଶବ ବିକାଶର ବୈଜ୍ଞାନିକ ନୀତି ଆଧାରରେ କୃଷି ଭବନ ପରିସରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ପାଇଁ ଏକ କଲ୍ୟାଣମୂଳକ ପଦକ୍ଷେପ ଭାବେ ସ୍ଥାପିତ ହୋଇଛି। କୃଷି ଭବନରେ ଥିବା କ୍ରେଚ୍ ର ନାମ “କଳିକା-କୃଷି ଭବନ”ରଖାଯାଇଛି। ୬ ମାସରୁ ୬ ବର୍ଷ ବୟସ (ସ୍ଥଳ ବିଶେଷରେ ଅଧିକ)ର ପିଲାଙ୍କ ଯତ୍ନ କ୍ରେଚ୍ ରେ ନିଆଯିବ। ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରଶିକ୍ଷିତ ‘କ୍ରେଚ୍ ସହାୟକ’ ଏବଂ କ୍ରେଚ୍ ସଂଯୋଜକମାନଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ କି ପିଲାମାନଙ୍କର ବୟସ ହିସାବରେ ଅନୁକୂଳ ବିଭିନ୍ନ  କାର୍ଯ୍ୟକଳାପ ପରିଚାଳନା କରିବେ।…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଆଜି ପୂର୍ବାହ୍ନରେ କୃଷିଭବନ ପରିଦର୍ଶନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଡ. ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଡ. ମିଶ୍ର କୃଷି ଭବନ ପରିଦର୍ଶନ ଅବସରରେ କୃଷି ସମୀକ୍ଷା କେନ୍ଦ୍ର ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ଡିଜିଟାଇଜେସନ୍‌ ମାଧ୍ୟମରେ କୃଷିରେ ରୂପାନ୍ତରଣ ଆଣିବା ନିମନ୍ତେ କୃଷି ବିଭାଗ ପକ୍ଷରୁ ଏକ କୃଷି ସମୀକ୍ଷା କେନ୍ଦ୍ର ନାମକ ଏକ ଅତ୍ୟାଧୁନିକ ଡିଜିଟାଲ ପ୍ଲାଟ୍‌ଫର୍ମ ସ୍ଥାପନ କରାଯାଇଛି। ଏହା ଦ୍ୱାରା ପ୍ରକୃତ କ୍ଷେତ୍ରସ୍ତରୀୟ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇପାରୁଛି । କୃଷି ସମୀକ୍ଷା କେନ୍ଦ୍ରରେ ଏକ…

Read More

ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରେ ସାମିଲ ହେବେ ସୁପରଷ୍ଟାର ତଥା ବ୍ରହ୍ମପୁର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଏ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ତେବେ ଏ ନେଇ ଉଭୟ ପକ୍ଷରୁ କେହି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି। ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ସେ କେତେକ ବିଜେଡି ନେତାଙ୍କୁ ଦଳରେ ସାମିଲ କରାଇବା ପାଇଁ ଚେଷ୍ଠା କରୁଛନ୍ତି। ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ 2009 ଏବଂ 2014 ରେ ଦୁଇଥର  ବିଜେଡିର ସାଂସଦ ଥିଲେ। ଏହାପରେ 2019 ରେ ଦଳ ତାଙ୍କୁ ଆଉ ଟିକେଟ ଦେଇ ନ ଥିଲା। ଏପରିକି ସେ କୌଣସି ଦଳୀୟ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଦଳ ଏକ ପ୍ରକାରର ତାଙ୍କୁ କଣଠୋସା କରି ରଖିଥିବାର ଜଣାପଡିଛି। ଏପରି ପରିସ୍ଥିତିରେ ସେ ପଦ୍ମ ଧରିବେ ବୋଲି ଆଲୋଚନା ଚାଲିଛି।

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ। ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଦଳ ତଥା ବିଭିନ୍ନ ଅନୁଷ୍ଠାନର ଲୋକ ବିଜେପିରେ ମିଶୁଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାୟଗଡା ଜିଲ୍ଲା ବିଜେଡି ଉପସଭାପତି ତଥା ପୂର୍ବତନ ଏସଡିସି ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୁକା, ପୂର୍ବତନ ସମିତି ସଭ୍ୟ ରବି ନୁଣ୍ଡୁକା, ସୁକଦେବ ବେହେରା, ପୂର୍ବତନ ସରପଂଚ ତଥା ବିଜେଡି ନେତା ବେଣୁଧର…

Read More

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ବିକ୍ଷୋଭ କରାଯାଇଥିଲା। ଏକ ର‌୍ୟାଲିରେ ଯାଇ ସେମାନେ ଏହି ଘେରାଉ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିବାସ  ଯୋଗ ଦେଇଥିଲେ। ସେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ, ଓଡ଼ିଶା ବଂଚାଅ’ ସମାବେଶରେ ଉଦ୍‌ବୋଧନ ଦେଇ କହିଥିଲେ ଯେ କେନ୍ଦ୍ରରେ ଓ ଓଡ଼ିଶାରେ ରାଙ୍ଗାବିଲ୍ଲାର ସରକାର ଚାଲିଛି। ଶ୍ରୀନିବାସ ଓଡ଼ିଶାରେ ‘ନବୀନ-ମୋଦୀ’ଙ୍କର ସରକାର ଚାଲିଛି ବୋଲି କହିଥିଲେ। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଥିଲେ ଯେ ନବୀନ ସରକାର ଓଡ଼ିଶାର ଯୁବକମାନଙ୍କର ଶତ୍ରୁ । କାରଣ ଦୀର୍ଘ ୨୪ ବର୍ଷ ଶାସନରେ ସେ ଯୁବକମାନଙ୍କର ସ୍ୱାର୍ଥ ପ୍ରତି ନିଘା ଦେଇନାହାନ୍ତି। ୨୦୧୯-ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନ ଘୋଷଣା କଲେ ଏବେ ବିଜୁ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ  ନରେନ୍ଦ୍ର ମୋଦୀଙ୍କର ଆାଗାମୀ ମାର୍ଚ୍ଚ ୫ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଯାତ୍ରା କରି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ/ଲୋକାର୍ପଣ କରିବା ସହ ପରେ ପରେ ଏକ ସାଧାରଣ ସଭାରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ସେ ସଂଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ବିମାନ ଯୋଗେ  କୋଲକାତା ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଚଣ୍ଡିଖୋଲ ଯିବା ଓ ସେଠାରୁ କାର୍ଯ୍ୟକ୍ରମ ସାରି କୋଲକାତା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ଓ ସୁରକ୍ଷା ସଂପର୍କିତ ପ୍ରଶାସନିକ ତଦାରଖ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ। ସୂଚନାଯୋଗ୍ୟ ଯେ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ।ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ OTET ପାସ କରିଥିବା ଗଣଶିକ୍ଷକ ମାନଙ୍କୁ Med ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ। ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେଲେ। ସେହିପରି OTET ପାସ କରିନଥିବା ଗଣଶିକ୍ଷକ ମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେଲେ। ଏହାସହିତ ଯେଉଁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର)…

Read More

ଭୁବନେଶ୍ବର: ବିଜେଡି ବିଜେପି ମେଣ୍ଟ ହେବା ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏ ନେଇ କୁଆଡେ ଦିଲ୍ଲୀରେ ଘନଘନ ବୈଠକ ଚାଲିଛି। ସେଥିରେ ସଭାପତି ମନମୋହନ ସାମଲଙ୍କ ସହିତ କେତେକ ନେତା ଉପସ୍ଥିତ ଅଛନ୍ତି। ଏହି ଖବର ବର୍ତ୍ତମାନ ଜାତୟ ସ୍ତରରେ ଚର୍ଚ୍ଚା ଚାଲିଛି। କାରଣ ଦିଲ୍ଲୀ ବିଜେପି ଅଫିସର ପାଣିପାଗ ଦେଖି ଏହି ମେଣ୍ଟ ହେବା ନେଇ ସ୍ପଷ୍ଟ ଅନୁମାନ କରାଯାଇଛି। ସେତିକି ନୁହେଁ ଏ ନେଇ ମୋଦିଙ୍କ ଓଡିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଘୋଷଣା କରାଯିବ ବୋଲି କୁହାଯାଇଛି। ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ମଧ୍ୟ ଅନ୍ତିମ ରୂପରେଖ ଦିଆସରିଛି। ସେହି ଅନୁଯାୟୀ.. ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ଟିରେ ପ୍ରତିଦ୍ୱନ୍ଦୀତା କରିବାକୁ ଯାଉଥିବା ବେଳେ ବିଜେଡିକୁ ୭ଟି ଆସନ ଛାଡିଦେଇଛି। ସେହିପରି…

Read More

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ ଯଦି ଆମେ ରାଜ୍ୟଗୁଡ଼ିକର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ନଜର ପକାଇବା, ତେବେ ମାଗଣା ବିଜୁଳି ପ୍ରସଙ୍ଗ ପ୍ରାଧାନ୍ୟ ବିସ୍ତାର କରିଛି। ଦେଶର ରାଜଧାନୀ ଦିଲ୍ଲୀରେ ଏହି ପ୍ରସଙ୍ଗକୁ ଆମ୍ ଆଦମୀ ପାର୍ଟି ଜୋରଦାର ଭାବରେ ଉଠାଇଛି। ଏହାକୁ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀରେ ଆରମ୍ଭ କରିଛି। ଦିଲ୍ଲୀରେ ଆପ୍ ସରକାର ଗଠନ କରିଛି। ଏହି ପ୍ରତିଶ୍ରୁତି ମଧ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଏବଂ ରେକର୍ଡ ଆସନ ସହ ବିଜୟ ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆପ୍ ଅନ୍ୟ ରାଜ୍ୟରେ ମଧ୍ୟ ଏହି ଫର୍ମୁଲା ଆପଣାଇଥିଲା ଏବଂ ପଞ୍ଜାବରେ ମଧ୍ୟ ଏହାକୁ ସଫଳତା ମିଳିଥିଲା। ତେବେ ଗତ କିଛିବର୍ଷ ମଧ୍ୟରେ କେବଳ ଆପ୍ ନୁହେଁ, ଅନ୍ୟାନ୍ୟ ଦଳ ମଧ୍ୟ ନିର୍ବାଚନ ସମୟରେ ଏହି ପ୍ରତିଶ୍ରୁତିକୁ ନିଜ ଇସ୍ତାହାରରେ ସାମିଲ କରିଥିଲେ। ଦିଲ୍ଲୀରେ କଂଗ୍ରେସ ସରକାରଙ୍କ ତରଫରୁ ଏହି ପ୍ରତିଶ୍ରୁତିକୁ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯିବ…

Read More

ଭୁବନେଶ୍ବର: ରାଜନୀତି ନିଶା କେତେ ଜୋର ତାହାର ପ୍ରମାଣ  ରାଜ୍ୟର ବରିଷ୍ଠ ନେତା ଦାମୋଦର ରାଉତଙ୍କ୍ କ୍ଷେତ୍ରରେ ମିଳିଛି। କାରଣ ତାଙ୍କର ଦେହ ଅସୁସ୍ଥ କାରଣରୁ ସେ ଦୀର୍ଘଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏବେ ଡାକ୍ତରଖାନାରୁ ବାହାରିବା ପରେ ହୁଇଲ ଚ୍ୟାୟରରେ ବିଜେଡି ସଭାକୁ ଆସି ଯୋଗଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଗତ ବୁଧବାର ଦିନ ଜଗତସିଂହପୁର କୁଜଙ୍ଗରେ ବିଜେଡି ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଯାହାର ଆୟୋଜକ ଥିଲେ ଖୋଦ ଦାମୋଦର ରାଉତଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ। ଦାମ ରାଉତ ଏକ କାରର ସଭା ମଞ୍ଚ ନିକଟକୁ ଆସିଥିଲେ। ଏହାପରେ କାରରୁ ସେ ଏକ ହୁଇଲ ଚ୍ୟାୟରରେ ବସି ମଞ୍ଚକୁ ଆସିଥିଲେ। ମଞ୍ଚରେ ସେ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଥିଲେ। ସେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବା ପାଇଁ ସେ…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏଥର ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ଦେଇପାରେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଏଥର ପ୍ରାୟ ୧୦୦ କିମ୍ବା ତା’ଠାରୁ ଅଧିକ ସାଂସଦଙ୍କ ଟିକେଟ କାଟିପାରେ। ଗତକାଲି ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନିଷ୍ପତି ହୋଇଥିବାର ଜଣାପଡିଛି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗତବର୍ଷ ଅନୁଷ୍ଠିତ ବିଭିନ୍ନ ବିଧାନସଭା ନିର୍ବାଚନରେ ବିଜେପି ଅନେକ ବିଧାୟକଙ୍କ ଟିକେଟ କାଟିଥିଲା ଏବଂ ଏଥିରେ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ଥିଲେ। ଏଥର ଲୋକସଭା ନିର୍ବାଚନରେ ବହୁ ସଂଖ୍ୟକ ଟିକେଟ କଟାଯିବ ଏବଂ ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ଫାଇଦା ମଧ୍ୟ ବିଜେପିକୁ ମିଳିଛି। ବିଜେପି ମଧ୍ୟ…

Read More

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି। ଓଡିଶାର ୬,୭୯୮ଟି ଗ୍ରାମ ପଞ୍ଚାୟତଟି ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନ ଥିଲା। ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦ ଟି ‘ଆମ ବ୍ୟାଙ୍କ’ ଖୋଲିଥିଲା। ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ମିଳିବ। ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ବ୍ୟାଙ୍କ ଜନସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି। ସମସ୍ତ ସରକାରୀ ସୁବିଧା ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି। ସେଥିପାଇଁ ମୋ ରାଜ୍ୟର ସବୁ ହିତାଧିକାରୀ ସୁବିଧାରେ ଓ ଠିକ୍‌ ସମୟରେ ତାଙ୍କ ପ୍ରାପ୍ୟ ପାଆନ୍ତୁ। କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ଯେପରି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ଏହି ବ୍ୟାଙ୍କ ଗୁଡିକ ଖୋଲାଗଲା। ଏ…

Read More

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ନବୀନ ନନ୍ଦ, ପୂର୍ବତନ ଗଁଦିଆ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ନାରାୟଣ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଆର୍ତବନ୍ଧୁ ସାହୁ, ଢେଙ୍କାନାଳ ମ୍ୟୁନିସିପାଲିଟିର ପୂର୍ବତନ ଉପାଧ୍ୟକ୍ଷା ସୁମିତ୍ରା ଭୋଇ, ସଦର ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଅନ୍ନପୂର୍ଣ୍ଣା ନନ୍ଦଙ୍କ ସମେତ ଗଁଦିଆ ବ୍ଲକର ଅନେକ ବିଜେଡି ନେତା ଓ କର୍ମୀ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଅନ୍ତର୍ଗତ ସାରସକଣାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଭାଦୋବ ହାଁସଦା, ବିଜେଡିର ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ସମୀର କୁମାର ରାଜ, ଜିଲ୍ଲା ପରିଷଦ ଉପସଭାପତି ଭାଗବତ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପରମେଶ୍ୱର ବେହେରା, ପୂର୍ବତନ ସମିତି ସଭ୍ୟ ସଂଜୟ ସାହୁ, ସଂଜୟ ମହାନ୍ତି,…

Read More

ଭୁବନେଶ୍ବର: ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, Drink from Tap, Pavered Road, Sewerage System ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର…

Read More

ଭୁବନେଶ୍ୱର : ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ପାଇଁ ବିଜେଡି ଦଳର ଚିହ୍ନ ‘ଶଙ୍ଖ’ ଓଡ଼ିଶାର ପରିବର୍ତନ, ପ୍ରଗତି ଓ ବିକାଶର ପ୍ରତିନିଧିତ୍ୱ କରୁଛି । ରାଜ୍ୟବାସୀ ବିଜେଡିର ଚିହ୍ନ ‘ଶଙ୍ଖ’କୁ ନିଜର ପ୍ରତୀକ ଭାବେ ଚିହ୍ନିଥାନ୍ତି, ଯାହା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣର ପ୍ରତୀକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଶ୍ରୀ ପଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଶଙ୍ଖ ଚିହ୍ନ ଉପରେ କୋଟି କୋଟି ଲୋକଙ୍କ ଭଲପାଇବା, ବିଶ୍ୱାସ ଓ ଭରସା ଥିବାରୁ ଏହାର ବ୍ୟବହାର ପ୍ରତି ବିଜେଡି ସଚେତନ ରହିଛି । ଆମ ଦଳର ଚିହ୍ନ ଶଙ୍ଖ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହୃତ ହୋଇଥିବା ଆମ ନଜରକୁ ଆସିନାହିଁ । ଯଦି ଏହା ହୋଇଥାନ୍ତା, ତେବେ ଆମେ ପ୍ରଥମେ ଏହାର ପ୍ରତିବାଦ କରିଥାନ୍ତୁ । ଓଡ଼ିଶା ବିଜେପି କ’ଣ କହିବାକୁ ଚାହୁଁଛି ଯେ ଜି-୨୦ ଲୋଗୋରେ,…

Read More

ଯାଜପୁର: କୋରେଇର ବିଭିନ୍ନ ସମସ୍ୟା ନେଇ ଆଜି ଏଡିଏମ୍ ଅଫିସ୍ ଘେରାଉ କରିଛି ବିଜେପି। ଗତ ଡ଼ିସେମ୍ବର ମାସରେ ବିଜେପି ଯୁବନେତା ଇଂ ଆଲେକଜାଣ୍ଡାର ଦାସ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଜନ ଜାଗରଣ ଯାତ୍ରା। ଏହି ଯାତ୍ରାରେ ଆଲେକ୍ସ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଗାଁ ଗାଁ କୁ ଯାଇ ଲୋକ ମାନଙ୍କ ସହ ରହି, ଖାଇ, ଗାଁ ଗୁଡିକରେ ରାତ୍ରିଯାପନ ମଧ୍ୟ କରିଥିଲେ। ଏହି ଦିନ ମାନଙ୍କରେ ସେ ହୃଦୟଙ୍ଗମ କରିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ସେ ଆଜି ୫୦୦୦ ରୁ ଉର୍ଦ୍ଧ୍ବ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହ ମିଶି କଳିଙ୍ଗନଗର ADM ଅଫିସ୍ ଘେରାଉ କରିଥିଲେ ଏବଂ ନିଜର ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋଜ କୁମାର ଦାସ, ନିତ୍ୟାନନ୍ଦ ମହାଳିକ, ପ୍ରମୋଦ ସାହୁ, ଶତ୍ରୁଘ୍ନ ସାହୁ, ବଳରାମ ମହାନ୍ତି, ନୀଳମଣି ବେହେରା, ମଦନ ମୋହନ ପଲେଇ,…

Read More