Author: Samikhsya Bureau

ଆଜି ଝାରସୁଗୁଡା ଓ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ଓପିଜିସିରେ ୧୩୨୦ ମେଗାୱାଟ କ୍ଷମତା ସମ୍ପନ୍ନ ତୃତୀୟ ଓ ଚତୁର୍ଥ ସୁନିଟର ଉଦଘାଟନ କରିବେ । ଏଥି ସହ ସେ ଓପିଜିସିର ସୁନ୍ଦରଗଡରେ ରହିଥିବା ମନୋହରପାଲି କୋଇଲା ଖଣିର ଶୁଭାରମ୍ଭ କରି ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଉରକେଲାରେ ପହଂଚି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ କାଳିଆ ଯୋଜନାର ଏକ ଚାଷୀ ସମାବେଶକୁ ସମ୍ବୋଧିତ କରିବେ । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Read More

୪୯ ନମ୍ବର ଜାତୀୟ ରାଜପଥର ବେଲପାହାଡ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଘଟଣା ସ୍ଥଳରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଛି । ଏଥି ସହ ୨୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କୁ ବ୍ରଜରାଜନଗର ଓ ବେଲପାହାଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତମାନେ ଝାରସୁଗୁଡା ଓଏସଏପି ସେକେଣ୍ଡ ବାଟାଲିଅନର ଟ୍ରେନିଂ ଯବାନ ବୋଲି ସୂଚନା ମିଳିଛି । ଏମାନେ ଝାରସୁଗୁଡାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

Read More

ଅନ୍ତିମ ଦିନିକିଆରେ  ଇଂଲଣ୍ଡ ମହିଳା ଟିମ୍ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ ମହିଳା ଟିମକୁ ୨ ୱିକେଟରେ ହରାଇ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ପ୍ରଥମ ଦିନିକିଆକୁ ୬୬ ରନରେ ଏବଂ ଦ୍ୱିତୀୟ ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ସ୍ମୃତି ମନ୍ଧାନା (୬୬) ଓ ପୁନମ ରାଉତ (୫୬)ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୪୮.୫ ଓଭରରେ ୮ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଛି । ଭାରତ ପକ୍ଷରୁ ଝୁଲନ୍ ୪୧ ରନ୍ ଦେଇ ୩ଟି, ଶିଖା ଓ ପୁନମ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

Read More

କ୍ରିସ୍ ଗେଲ୍ ନିଜର ୨୫ତମ ଶତକ ହାସଲ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗେଲ ମାତ୍ର ୫୫ ବଲରେ ଶତକ ମାରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦୦ ଛକା ମାରି ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କ ପଛକୁ ପାକିସ୍ତାନର ଶାହିଦ ଆଫ୍ରିଦି ମୋଟ ୩୫୧ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ନିଜର ୧୬୨ ରନର ମାରାଥନ ଇନିଂସ୍ ମଧ୍ୟରେ ୧୪ ଛକା ମାରିଛନ୍ତି। ଦିନିକିଆରେ ଗେଲଙ୍କ ଛକା ସଂଖ୍ୟା ୩୦୫ରେ ପହଞ୍ଚିଛି। ଏହାଛଡ଼ା ଗେଲ୍ ଟେଷ୍ଟରେ ୯୮ ଏବଂ ଟି-୨୦ରେ ୧୦୩ ଛକା ମାରିଛନ୍ତି। ଗେଲ ମଧ୍ୟ ଦିନିକିଆରେ ୧୦ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଏବଂ ବିଶ୍ୱର ୧୪ତମ ବ୍ୟାଟ୍ସମ୍ୟାନ୍ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଇଣ୍ଡିଜର କିମ୍ବଦନ୍ତୀ ବ୍ରାଏନ୍ ଲାରା ମଧ୍ୟ ଏହି  ଲିଷ୍ଟରେ ସାମିଲ୍‌ ଅଛନ୍ତି।

Read More

ବଲିଉଡ୍‌ର ଦୁଇ ସୁପରଷ୍ଟାର୍‌ ଏକାଠି ନଜର ଆସିବେ । ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଓ କିଙ୍ଗ୍‌ ଖାନ ଶାହରୁଖ୍‌ ଖାନ ଏକ ଫିଲ୍ମର ଏକାଠି ନଜର ଆସିବେ  । ମିଳିଥିବା ସୂଚନା ଅନୁସାରେ ମଲାୟଲମ୍‌ ଫିଲ୍ମ ‘କୋଡିସମକ୍ଷମ୍‌ ଓ୍ବାଲନ୍‌ ଓ୍ବକିଲ୍‌’ର ହିନ୍ଦୀ ରିମେକ୍‌ରେ ଦୁହେଁ ନଜର ଆସିବେ । ତେବେ ଦୁହେଁ ଦୁହିଁଙ୍କ ଫିଲ୍ମରେ ପ୍ରାୟ ସମୟରେ କେମିଓ କରିଛନ୍ତି । କିନ୍ତୁ ଗୋଟେ ଫିଲ୍ମର ଏଇ ଦୁଇ ବଡ଼ କଳାକାରଙ୍କ ଅଭିନୟ ପାଇଁ ଦର୍ଶକେ ବେଶ୍‌ ଆଶାବାଦୀ ଥିଲେ । ଜଲିଏଲ୍‌ଏଲ୍‌ବିର ତୃତୀୟ ସଂସ୍କରଣ ପାଇଁ ଏହି ଦୁଇ କଳାକାରଙ୍କ ଭିତରେ ଟିକେ ମତାନ୍ତର ଘଟିଥିଲା ବୋଲି ସୂଚନା ରହିଥିଲା । ତେବେ ସେ ଯାହା ବି ହେଉ ଶାହରୁଖ ଓ ଅକ୍ଷୟ ଉଭୟ ଏକ ଫିଲ୍ମରେ ଅଭିନୟ କରିବା ନେଇ ଦର୍ଶକଙ୍କୁ ଏକ ବହୁତ ବଡ ସରପ୍ରାଇଜ୍‌ ଦେଇଛନ୍ତି । ‘ଜିରୋ’ ଫିଲ୍ମର ଅସଫଳତା ପରେ…

Read More

କଂଗ୍ରେସ ପାର୍ଟି ଓ ନେସନାଲ ହେରାଲ୍‌ଡର ପ୍ରକାଶକ ଆସୋସିଏଟେଡ୍‌ ଜର୍ଣ୍ଣାଲସ ଲିମିଟେଡ (ଏଜେଏଲ୍‌)କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଝଟକା ଦେଇଛନ୍ତି। ନ୍ୟାୟାଳୟ ଏଜେଏଲର ଆବେଦନକୁ ଖାରଜ କରି କହିଛନ୍ତି ଯେ ହେରାଲ୍‌ଡ ହାଉସ୍‌ ଖାଲି କରିବାର ପୁରୁଣା ଆଦେଶ ପାଳନ କରାଯିବ। ତେବେ କେବେ ଏହି ଘର ଖାଲି କରିବାକୁ ପଡ଼ିବ, ସେ ସଂପର୍କରେ କିଛି ସ୍ପଷ୍ଟ ଭାବେ କରିନାହାନ୍ତି ନ୍ୟାୟାଳୟ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮ ଡିସେମ୍ବରରେ ଦୁଇ ସପ୍ତାହ ଭିତରେ ହେରାଲ୍‌ଡ ହାଉସ ଖାଲି କରିବାକୁ ଆଦେଶ ଦିଆଯାଇଥିଲା। ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ଓ ବିଚାରପତି ବି କେ ରାଓଙ୍କ ଖଣ୍ଡପୀଠ ଗତ ଫେବୃଆରି ୧୮ ତାରିଖରେ କେନ୍ଦ୍ର ସରକାର ଓ ଏଜେଏଲର ଆବେଦନ ଉପରେ ଶୁଣାଣିକୁ ସଂରକ୍ଷିତ ରଖିଥିଲେ।

Read More

ନିକଟରେ ବିଗବସ୍‌ ସିଜିନ୍‌ ୧୧ର ବିଜେତା ଶିଳ୍ପା ସିନ୍ଧେ କଂଗ୍ରେସରେ ଯୋଗଦେବା ପରେ ବିଗ୍‌ବସ୍‌ର ଆଉ ଜଣେ ପ୍ରତିଯୋଗୀ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି । ଅର୍ଶୀ ଖାନ ମଧ୍ୟ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଅର୍ଶୀ ନିଜେ ଏହି ଖବରକୁ ସ୍ପଷ୍ଟ କରାଇଛନ୍ତି । ସେ ମହାରାଷ୍ଟ୍ରରେ କଂଗ୍ରେସର ଉପାଧ୍ୟକ୍ଷ ରୂପରେ ପଲିଟିକାଲ ଇନିଙ୍ଗସର ଆରମ୍ଭ କରିବେ । ତେବେ ଅର୍ଶୀ ଖାନଙ୍କୁ ବିବାଦର ଅନ୍ୟ ନାମ ବୋଲି କୁହାଯାଏ । ବିଗ ବସରେ ତାଙ୍କର ଯାତ୍ରାରେ ବହୁ ହଙ୍ଗାମା ହୋଇଥିଲା । ତେବେ ଅର୍ଶୀ ଖାନ ପାକିସ୍ତାନର କ୍ରିକେଟର ସାହିଦ ଆଫ୍ରିଦଙ୍କ ସହ ସମ୍ପର୍କରେ ଥିବା ଦାବୀ କରିଥିଲେ । ସେ ଏହା ମଧ୍ୟ କହିଥିଲେ କି, ସେ ସାହିଦ ଆଫ୍ରିଦଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି । ତାଙ୍କର ଏହି ବୟାନ ପରେ ବହୁ ହଙ୍ଗାମା ସୃଷ୍ଟି ହୋଇଥିଲା ।

Read More

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରାଣୀଧନ ତଥା ପଶୁମାନଙ୍କ ପାଇଁ ହସ୍ପିଟାଲ ଓ ସେଲଟର୍‌ହୋମର ଆରମ୍ଭ କରିବାକୁ ଯାଉଛନ୍ତି । ଅନୁଷ୍କା ପଶୁପକ୍ଷୀଙ୍କୁ ବହୁତ ଭଲପାଆନ୍ତି । ସେ ଏହି ସମ୍ପର୍କିତ ବହୁ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍‌ ରହିଛନ୍ତି । ଅନୁଷ୍କା ପଶୁପକ୍ଷୀଙ୍କ ପାଇଁ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି ଓ ଏଥିପାଇଁ ଭୂମି ମଧ୍ୟ ନେଇସାରିଲେଣି । ଅନୁଷ୍କା ଶାହପୁରା ତାଲୁକାର ଦହଗାଓ୍ବଠାରେ ଏହି ହସ୍ପିଟାଲ୍‌ ନିର୍ମାଣ କରିବେ । ଏହି ଜମି ପାଇଁ କଲେକ୍ଟରଙ୍କଠାରୁ କ୍ଲିଅରାନ୍ସ ସାର୍ଟିଫିକେଟ୍‌ ମଧ୍ୟ ମିଳିସାରିଛି । ନିଜ ଜନ୍ମଦିବସ ଅବସରରେ ସେ ଏହା ଘୋଷଣା କରିଛନ୍ତି । ସେ ଏହି ସେଲ୍ଟହର ହୋମ ଓ ଭେଟେନାରୀ ହସ୍‌ପିଟାଲ୍‌ରେ ନିଜ ପିତାଙ୍କ ପାଇଁ ମଧ୍ୟ ଏକ ଘର ତିଆରିକରିବେ । ଏହି ଭେଟେନାରୀ ହସ୍ପିଟାଲ୍‌ ଓ ସେଲଟର ହୋମର ଦେଖାରେଖା ତାଙ୍କ ପିତା ହିଁ କରିବେ ବୋଲି ସୂଚନା ଦେଇଛନ୍ତି ।

Read More

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଜାରି ରହିଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ ୱିଙ୍ଗ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଆସନ୍ତା କାଲି ଭାରତକୁ ଫେରାଇଦେବେ ବୋଲି କହିଛନ୍ତି । ଏନେଇ ଇମ୍ରାନ୍‌ ଖାନ୍‌ ସଂସଦରେ ଘାେଷଣା କରିଛନ୍ତି । ବିଶ୍ୱ ସମୁଦାୟ ଆଗରେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାଇଁ ପାକିସ୍ତାନ ନିନ୍ଦିତ ହୋଇପଡିଛି । ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ନ ଉପୁଜାଇବା ପାଇଁ ତଥା ନିଜର ପ୍ରତିଛବି ବଦଳାଇବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ସହ ଶାନ୍ତି ରକ୍ଷା କରିବାକୁ  ଚାହିଁଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଫୋନ୍‌ରେ ବାର୍ତ୍ତାଳାପ କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ସୂଚନା ରହିଥିଲା । ସେହିପରି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନେଜିର ଭୁଟ୍ଟୋଙ୍କ ନାତୁଣୀ ତଥା ଲେଖିକା ଫାତିମା ଭୁଟ୍ଟୋ ମଧ୍ୟ…

Read More

୧୧.୮ ଲକ୍ଷ ବନବାସୀ ଏବଂ ଆଦିବାସୀଙ୍କୁ ବେଦଖଲ କରିବା ରାୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବେଦଖଲ କରିବା ପାଇଁ ୨୧ଟି ରାଜ୍ୟକୁ ଫେବୃଆରୀ ୧୩ରେ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି । ଫେବୃଆରୀ ୧୩ ତାରିଖରେ ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ନବୀନ ସିହ୍ନା ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ବେଞ୍ଚ ରାଜ୍ୟ ସରକାରଙ୍କୁ ବେଦଖଲ କରିବା ପାଇଁ ଆଦେଶ ଦେଇଥିଲେ । ଜଙ୍ଗଲ ଜମିରେ ଏହି ବନବାସୀଙ୍କ ଅଧୀକାରକୁ ସୁପ୍ରିମକୋର୍ଟ ଅସ୍ୱୀକାର କରି ଦେଇଥିଲେ । ତେବେ ଆଜିର ଶୁଣାଣିରେ  କହିଛନ୍ତି କି, ଫେବୃଆରୀ ୧୩ରେ ଦେଇଥିବା ଶୁଣାଣି ଉପରେ ପ୍ରତିବନ୍ଧକ ଲଗାଉଛୁ । ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ କାନୁନ, ୨୦୧୬ ଲାଭ ଦେବା ସମ୍ବନ୍ଧରେ କାନୁନ ରହିଛି । ସେମାନଙ୍କୁ  ଆଇନ୍‌ ପ୍ରକ୍ରିୟା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ତାଙ୍କ ସାହାଯ୍ୟ ପାଇଁ…

Read More

ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଈଶ୍କବାଜ୍‌’ ବହୁତ ଜଲ୍‌ଦି ଅଫ୍‌ଏୟାର୍‌ ହେବ । ଶୁଣିବାକୁ ମିଳୁଛି ଶାହିର୍‌ ଶେଖ୍‌ ଓ ରିହା ଶର୍ମାଙ୍କ ଅଭିନୀତ ‘ୟେ ରିସ୍ତା ହୈ ପ୍ୟାର୍‌’କା ଏହି ଧାରାବାହିକର ସ୍ଥାନ ନେବ । ନକୁଲ୍‌ ମେହେଟ୍ଟା ଓ ସୁରଭି ଚନ୍ଦନାଙ୍କ ଏହି ଶୋ’ଟି ଦର୍ଶକଙ୍କ ଦ୍ବାରା ବହୁତ ଲୋକପ୍ରିୟ ହୋଇଥିଲା । ତେବେ ବର୍ତ୍ତମାନ ପ୍ରସାରିତ ହେଉଥିଲା ଏହି ଧାରାବାହିକଟିରେ ଲିପ୍‌ କରାଯାଇ ଏହାର କାହାଣୀକୁ ଆଗକୁ ବଢାଯାଇଛି । ତେବେ ଲିପ୍‌ ନେବା ପରେ ଏହି ଧାରାବାହିକଟି ଦର୍ଶକଙ୍କ ଦ୍ବାରା ଆଉ ସେତେ ଗ୍ରହଣୀୟ ହୋଇପାରିନାହିଁ । ଲିପ୍‌ ପରେ ମୂଳ ଧାରାବାହିକରେ ଥିବା ଅନେକ କଳାକାରଙ୍କୁ ଏଥିରେ ବାଦ୍‌ ଦିଆଯାଇଛି । ବିଶେଷ କରି ଏହି ଧାରାବାହିକର ମୁଖ୍ୟ ନାୟିକା ଥିବା ସୁରଭି ଅନିକାଙ୍କ ଭୂମିକାରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ । ଲିପ୍‌ ପରବର୍ତ୍ତୀ କାହାଣୀରେ ଅନିକା ଏହି ଧାରାବାହିକରୁ ବାଦ୍‌…

Read More

ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଚିନ୍ତା ପ୍ରକଟ କରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଏହି କଳହ ବହୁ ଦଶକର ।  ଭିଏତନାମର ହନୋଇରେ ଆମେରିକା ରାଷ୍ଟ୍ରପତି ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାର ସମାଧାନ ହୋଇପାରେ ବୋଲି କହିଛନ୍ତି । ଉଭୟଙ୍କ ମଧ୍ୟରେ ସ୍ଥିତି ସୁଧାର ପାଇଁ ସେ ଆଶାବାଦୀ ରହିଛି । ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସୀମାରେ ପଶି ଜୈଶ୍-ଏ-ମହମ୍ମଦ ଆତଙ୍କୀ ଶିବିର ଧ୍ୱଂସ କରିଥିଲା । ପାକିସ୍ତାନ ବୁଧବାର ଦିନ ଭାରତୀୟ ବାୟୁସେନା ସୀମା ଉଲ୍ଲଙ୍ଘନ କରିଥିଲା ।

Read More

ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ କଡ଼ାକଡ଼ି ନିୟମ କରିଛନ୍ତି ସରକାର। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌କୁ ଯିବା କ୍ଷେତ୍ରରେ କଟକଣା ଜାରି କରାଯାଇଛି। ହାତଘଣ୍ଟା ଓ ମୋବାଇଲ୍‌ ଆଦି ନେବାକୁ ବାରଣ କରାଯାଇଛି। ଆଜି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ ଓ ମାର୍ଚ୍ଚ ୩୦ ତାରିଖରେ ସରିବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ହାଇସ୍କୁଲ ପରୀକ୍ଷାରେ ୩୦୪ଟି ହବ୍‌ କରାଯାଇଥିଲା। ସେହିପରି ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ। ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗାଯାଇ ସାରିଛି।” ଚଳିତ ବର୍ଷ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ସେମାନଙ୍କର ରୋଲ ନମ୍ବର…

Read More

ଜେଏନୟୁ ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୁଲିସ ଦ୍ୱାରା ଦାୟର କରାଯାଇଥିବା ମାମଲାରେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି । ଯଦି ସରକାର ଅନୁମତି ନ ଦିଅନ୍ତି ତେବେ ଭିଡିଓ ଦେଖି ମାର୍ଚ୍ଚ ୧୧ରେ ନିଷ୍ପତ୍ତି ନିଆଯିବ ବୋଲି ଅଦାଲତ କହିଛନ୍ତି । ଏହା ପୂର୍ବ ଶୁଣାଣୀରେ ପଟିଆଲା ହାଉସ କୋର୍ଟ ଦିଲ୍ଲୀ ସରକାରଙ୍କ ଦ୍ୱାରା ଯାଚିକା ନମିଳିବା ଦ୍ୱାରା କ୍ଷୁବ୍ଧ ଅଛନ୍ତି । ସରକାର ଏହାକୁ ନେଇ ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ ଫେବୃଆରୀ ୯ରେ ଜେଏନୟୁ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଲିସ ଭାରତ ବିରୋଧୀ ନାରା ଦେଇଥିବା ଜଣେ ଛାତ୍ର ଉମର ଖାଲିଦ ଏବଂ ଅନିର୍ବାଣ ଭଟାଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୁଲସ ଜେଏନୟୁ ଛାତ୍ରସଙ୍ଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଏବଂ ଅନ୍ୟ ଛାତ୍ରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲା କି,…

Read More

ଭାରତ ଓ ପାକିସ୍ତାନର ଭିତରେ ଚାଲିଥିବା ଉତ୍ତେଜନାମୟ ପରିସ୍ଥିତି ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଆଡକୁ ଗତି କରୁଛି । ନେବୋଲ୍‌ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଭାରତ ଓ ପାକିସ୍ତାନ ଭିତରେ ଚାଲିଥିବା ଦ୍ବନ୍ଦ୍ବ ତଥା ସମ୍ବେଦନଶୀଳ ପରିସ୍ଥିତିକୁ ଦେଖି ନିଜର ମନ୍ତବ୍ୟ ଦେଇଛନ୍ତି – ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଏହି କଠିନ ସମୟରେ ନିଜର କୁଶଳ ଦକ୍ଷତା ପ୍ରଦର୍ଶନ କରିବାକୁ ଅପିଲ୍‌ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯୁଦ୍ଧ ଦ୍ବାରା ଆଜି ବି ବହୁତ ପୀଡ଼ିତ ରହିଛନ୍ତି । ଆମେ ଆଉ ଯୁଦ୍ଧ ଚାହୁଁନାହିଁ । ଶାନ୍ତିର କଥାବାର୍ତ୍ତା ପୂର୍ବକ ଏହି ସମସ୍ୟାର ସମାଧାନ କରିବାକୁ ସେ ଅପିଲ୍‌ କରିଛନ୍ତି ।

Read More

ସଲମାନ୍‌ ଖାନ୍‌ ବ୍ୟାନର୍‌ରେ ପ୍ରସ୍ତୁତ ତଥା ନବାଗତ ଜହୀର୍‌ ଇକବାଲ୍‌ ଓ ନବାଗତା ପ୍ରନୁତନ ବହଲ୍‌ଙ୍କ ଫିଲ୍ମ ‘ନୋଟବୁକ୍‌’ର ପ୍ରଥମ ଗୀତ ରିଲିଜ୍‌ ହୋଇଛି । ନହୀ ଲଗ୍‌ଦା … ଗୀତଟିକୁ ବିଶାଲ୍‌ ମିଶ୍ର ସଙ୍ଗୀତର ସଂଯୋଜନା କରିଥିବାବେଳେ ଏହି ଗୀତରେ ବିଶାଲ ମିଶ୍ର ଓ ଆଶୀଷ୍‌ କୌର୍‌ କଣ୍ଠଦାନ କରିଛନ୍ତି । ବଲିଉଡ୍‌ରେ ଭାଇଜାନ୍‌ ପ୍ରାୟ ନବାଗତଙ୍କୁ ବଲିଉଡ୍‌କୁ ଆଣିଥା’ନ୍ତି । ଏହି କ୍ରମରେ ନବାଗତା ପ୍ରନୂତନ ଓ ଇକବାଲ୍‌ଙ୍କୁ ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଏଣ୍ଟ୍ରି କରାଇଛନ୍ତି । ଏହି ଫିଲ୍ମର ପାକିସ୍ତାନୀ ଗାୟକ ଅତିଫ୍‌ ଅସଲମ୍‌ ଗୀତ ଗାଇବାର ରହିଥିଲା । କିନ୍ତୁ ଭାରତ ଉପରେ ଫୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ବଲିଉଡ୍‌ରେ ବାରଣ କରାଯିବାରୁ ଭାଇଜାନ୍‌ ଅତିଫ୍‌ଙ୍କୁ ଏହି ଫିଲ୍ମରୁ ବାଦ୍‌ ଦେଇଛନ୍ତି ।

Read More

ପାକ୍ ସେନା କବ୍ଜାରେ ଥିବା ଭାରତର ମିଗ-୨୧ ପାଇଲଟ ଅଭିନନ୍ଦନଙ୍କୁ ସୁରକ୍ଷିତ ଛାଡ଼ିଦେବା ପାଇଁ ଭାରତବାସୀ ସ୍ଵର ଉଠାଇଛନ୍ତି।  ଭାରତବାସୀଙ୍କ ସହ ସ୍ଵର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ନାତୁଣୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନୋଜିର ଭୁଟ୍ଟୋଙ୍କ ଝିଆରୀ ଲେଖିକା ଫାତିମା ଭୁଟ୍ଟୋ । ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ି ଦେବାପାଇଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ  ନିବେଦନ କରିଛନ୍ତି। ଭୁଟ୍ଟୋ କହିଛନ୍ତି, ସେ ଏବଂ ପାକିସ୍ତାନର ଯୁବ ସମାଜ ପାକିସ୍ତାନକୁ ଭଲପା’ନ୍ତି, ଦେଶରେ ଶାନ୍ତି, ମୈତ୍ରୀ ଓ ମାନବତାର ପ୍ରତିଷ୍ଠା ପ୍ରତି ପ୍ରତିବଦ୍ଧତା ଏବଂ ସଂକେତ ପାଇଁ ପାକିସ୍ତାନ ଭାରତୀୟ ପାଇଲଟ୍‌ଙ୍କୁ ଛାଡ଼ି ଦେବା ଉଚିତ୍।

Read More

ଜ୍ୟୋତି ନନ୍ଦ ଏବେ ପାକିସ୍ତାନ କର୍ତ୍ତୃକ ମିଛ ସଂବାଦ ପରିବେଷଣର ଖବର ଦେଖିବାକୁ ମିଳିଲା।ଭାରତର ଦୁଇଟି ମିଗ୍ ବିମାନକୁ ସେମାନେ ଧ୍ବଂସ କରି ଦେଇଛନ୍ତି ବୋଲି କହୁଛନ୍ତି।ଏହା ସହିତ ସେମାନେ ଦୁଇଜଣ ପାଇଲଟ୍ ଙ୍କୁ ଗିରଫ କରିଛନ୍ତି ବୋଲି ବି କହୁଛନ୍ତି। କଥାଟି ସଂପୂର୍ଣ୍ଣ ମିଛ ହୋଇ ପାରେ। କିନ୍ତୁ ସେମାନେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବୋଲି ଜଣକୁ ଗିରଫ କରି ନେଇଥିବାର କ୍ଲିପ୍ ଟିଏ ଦେଖିବାକୁ ମିଳୁଛି। ସେହି କ୍ଲିପ୍ ର ସତକୁ ଏବେ ଭାରତ ସରକାର ସ୍ଵୀକାର କରିଛନ୍ତି। କିନ୍ତୁ ସେହି କ୍ଲିପ୍ ରେ କଥିତ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବୋଲି ଯାହାକୁ କୁହାଯାଇଛି  ତାଙ୍କୁ ଯେପରି ଯନ୍ତ୍ରଣା ଦିଆଯାଉଥିଲା ସେତକ ଦେଖିବା ପରେ ମୋର ସାରା ଶରୀରର ରକ୍ତ ହିମଶୀତଳ । ଆଜି ଆମର ପୋଷାକପ୍ରିୟ ପ୍ରଧାନ ସେବକ ଯୁଦ୍ଧର ଘୋଡାରେ ଚଢ଼ି ନିର୍ବାଚନ କୁ ବାହାରି ଆସୁଛନ୍ତି ।ସବୁଆଡେ ଖାଲି ପ୍ରତିଶୋଧ ପ୍ରତିଶୋଧ ର ରଣ…

Read More

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ଏହି ଭିଜିଓ କନ୍‌ଫରେନ୍ସିକୁ ବିରୋଧୀଙ୍କ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଆଜି କଂଗ୍ରେସ ତରଫରୁ ଥିବା ରାଲିକୁ ସ୍ଥଗିତ ରଖାଯାଇଥିବାବେଳେ ମୋଦି ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଭାରତର ଜଣେ ବୀର ପାଇଲ୍‌ଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ଥିବାବେଳେ ସାରାଦେଶବାସୀ ତାଙ୍କ ମୁକ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ଏହି ସମୟରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହି ସତ୍ତାକୁ ଆସିବାର ଯୋଜନା ଚଳାଇଛନ୍ତି ବୋଲି କଂଗ୍ରେସ ଆକ୍ଷେପ କରିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିଲେ । ଆମ ଆଦମି ପାର୍ଟିର ମୁଖିଆ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି…

Read More

ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁଙ୍କ ଦ୍ଵାରା ନିର୍ମିତ ତଥା ଶଶୀକିରଣ ଟିକ୍କାଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ‘ମେଜର୍‌’ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ ତେଲୁଗୁ ଅଭିନେତା ଆଦିଭି ଶେଷ । ଏହି ଫିଲ୍ମଟି ୨୬/୧୧ ଆକ୍ରମଣ ଘଟଣାକୁ ନେଇ ପର୍ଯ୍ୟବସିତ ହୋଇଥିବାବେଳେ ଏଥିରେ ମେଜର୍‌ ସନ୍ଦୀପ୍‌ ଉନ୍ନିକ୍ରିଷ୍ଣନ୍‌ଙ୍କ ଚରିତ୍ର ନିଭାଇବେ ଆଦିବି । ଏହି ଫିଲ୍ମର ଫାଷ୍ଟ ପୋଷ୍ଟରକୁ ମହେଶ ବାବୁ ସେୟାର୍‌ କରିଛନ୍ତି । ୨୬/୧୧ ଘଟଣାରେ ନିଜର ପରାକ୍ରମ ତଥା ଦେଶପ୍ରେମର ପ୍ରମାଣ ଦେଖାଇଥିବା ମେଜର୍‌ ସନ୍ଦୀପ ଉନ୍ନିକ୍ରିଷ୍ଣନ୍‌ଙ୍କୁ ୨୦୦୯ରେ ଅଶୋକ ଚକ୍ରରେ ସମ୍ମାନ କରାଯାଇଥିଲା । ଏଭଳି ଜଣେ ବୀର ବାହାଦୂରଙ୍କ ଚରିତ୍ର ନିଭାଇବାକୁ ନେଇ ଆଦିଭି ବହୁତ ଉତ୍ସାହିତ ରହିଛନ୍ତି । ଆଦିଭି ‘କର୍ମ – ଡୁ ୟୁ ବିଲିଭି’ରୁ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ଲେଡିଜ୍‌ ଆଣ୍ଡ୍‌ ଜେଣ୍ଟିଲ୍‌ମ୍ୟାନ୍‌, ବାହୁବଲି- ଦ ବିଙ୍ଗିନିଙ୍ଗ୍‌, ଦୋଙ୍ଗାଟା, ଖସନମ୍‌, ଆମିତୁମି, ଗୁଡାଚାରୀ ଆଦି ଫିଲ୍ମରେ ନଜର…

Read More

ଭାରତ-ପାକିସ୍ତାନ ମଧ୍ୟରେ ପରିସ୍ଥିତି ବେଶ୍‌ ଉତ୍ତେଜନାମୟ ରହିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ ହୋଇଥିବା ଏହି ପରିସ୍ଥିତି ସମୟକ୍ରମେ ଉଗ୍ର ରୂପ ଧାରଣ କଲାଣି। ବୁଧବାର ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ପଣ୍ଡ କରିଛି ଭାରତୀୟ ସେନା। ଏପଟେ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ରଖିବା ଘଟଣାରେ ପାକିସ୍ତାନକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛି। ଏହି ପରିସ୍ଥିତିରେ ଭାରତ-ପାକିସ୍ତାନ ଦେଇ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ପଟରୁ ଏବେ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ଦୁଇ ଦେଶର ସମ୍ପର୍କ ସୁଦୃଢ ହେବା ପାଇଁ ‘ସମଝୋତା ଏକ୍ସପ୍ରେସ୍‌’ର ଚାଲୁଥିଲା । କାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶାନ୍ତିର ପ୍ରସ୍ତାବ ଦେଇଥିବାବେଳେ ଆଜି ସମ୍‌ଝୋତା ଏକ୍ସପ୍ରେସକୁ ରଦ୍ଦ କରି ତାଙ୍କର ଦୋମୁହାଁ ନୀତିର ପ୍ରମାଣ ଦେଉଛନ୍ତି ।

Read More