ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ପାକ୍ ସେନାର ଘନଘନ ମୋର୍ଟାର ଓ ଗୁଳିମାଡ଼ରେ ବିଏସ୍ଏଫ୍ର ଜଣେ ଇନ୍ସପେକ୍ଟର ସହିଦ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସେହିପରି ୫ ବିଏସ୍ଏଫ୍ ଯବାନଙ୍କ ସହ ୧୪ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାହାପୁର ସେକ୍ଟରର ୫ କିମି ପରିଧି ମଧ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ସୋମବାର ସକାଳ ପ୍ରାୟ ୭.୪୫ରୁ ପାକିସ୍ତାନ ସେନା ସ୍ୱୟଂଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ପୁଞ୍ଚ ଜିଲ୍ଲାର ଶାହାପୁର ଓ କେରିନ୍ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକ୍ ସେନା ଟାର୍ଗେଟରେ ସେନା ଆଉଟ୍ ପୋଷ୍ଟ ଓ ସୀମାନ୍ତ ଗାଁ ଗୁଡ଼ିକ ରହିଥିଲା। ପାକ୍ ସେନାର ଏଭଳି ଗୁଳିମାଡ଼ର ଜବାବ ମଧ୍ୟ ଭାରତ ପକ୍ଷରୁ…
Author: Samikhsya Bureau
‘ଜମ୍ମୁ-କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଜରୁରୀ’। ଏଭଳି ମନ୍ତବ୍ୟ ଦେଇଥିବା ଜମ୍ମୁ-କାଶ୍ମୀରର ନ୍ୟାଶନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ କଂଗ୍ରେସ ଏବଂ ମହାମେଣ୍ଟ ଗଠନ କରିଥିବା ଦଳଗୁଡ଼ିକ ଏହା ଉପରେ ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି ମୋଦି କହିଛନ୍ତି। ମୋଦି ହାଇଦ୍ରାବାଦରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ଅବସରରେ କହିଥିଲେ, ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ, ଓମାର ଅବଦୁଲ୍ଲା କହିଛନ୍ତି କି କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ହେବା ଉଚିତ। ଏହି ମନ୍ତବ୍ୟ ଉପରେ କଂଗ୍ରେସ ଏବଂ ମହାମେଣ୍ଟର ସବୁ ସହଯୋଗୀ ଦଳଗୁଡ଼ିକୁ ଜବାବ ଦେବାକୁ ହେବ। ଓମାର ଏହା କହିବାର କାରଣ କ’ଣ ଏବଂ ସେ କିପରି ଏଭଳି ସାହସ କଲେ ବୋଲି ମୋଦି ପ୍ରଶ୍ନ କରିଛନ୍ତି। ମୋଦି କହିଛନ୍ତି, କାଶ୍ମୀର ପାଇଁ ଦୁଇଜଣ ପ୍ରଧାନମନ୍ତ୍ରୀ। ଏଥିରେ କ’ଣ ଆପଣମାନେ ସହମତ ବୋଲି ପ୍ରଶ୍ନ କରିଛନ୍ତି।…
ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ସମୟରେ ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନାମାଙ୍କନ ଦାଖଲ ନିମନ୍ତେ ଏପ୍ରିଲ୍ ୯ ପର୍ଯ୍ୟନ୍ତ ଶେଷ ତାରିଖ ରହିଥିବା ବେଳେ ୧୦ ତାରିଖରେ ପ୍ରାର୍ଥୀପତ୍ର ପରୀକ୍ଷା କରାଯିବ। ଏପ୍ରିଲ୍ ୧୨ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ୍ ୨୯ ତାରିଖରେ ଭୋଟ ଗ୍ରହଣ ହେବାର ଥିବା ବେଳେ ମେ ୨୩ ତାରିଖରେ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି। ୬ଟି ଲୋକସଭା କେନ୍ଦ୍ର ମଧ୍ୟରେ ରହିଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର।
କେଦାର ମିଶ୍ର ଏ ଦେଶର ନିର୍ବାଚନୀ ପ୍ରକ୍ରିୟାକୁ ସବୁଦିନ ପାଇଁ କଳୁଷିତ କରି ରଖିବାରେ ନରେନ୍ଦ୍ର ମୋଦୀ ସରକାରଙ୍କ କୁତ୍ସିତ ଯୋଗଦାନ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ସବୁଦିନ ଲାଗି ପଢାଯିବ। ରାଜନୈତିକ ଦଳ ଗୁଡିକ କେଉଁ ସୂତ୍ରରୁ ନିଜର ଅର୍ଥ ସଂଗ୍ରହ କରୁଛନ୍ତି, ତାହା ଜାଣିବାର କୌଣସି ଉପାୟ ଏବେ ଆଉ ସାଧାରଣ ନାଗରିକର ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଉର୍ବର ମସ୍ତିଷ୍କରୁ ବାହାରିଥିବା “ଇଲେକ୍ଟୋରାଲ ବଣ୍ଡ” ଯୋଜନାରେ ଏବେ କିଏ କେଉଁ ରାଜନୈତିକ ଦଳକୁ ଚାନ୍ଦା ଦେଉଛି ତାହା ଜାଣିବାର ଉପାୟ ଏବେ ଆଉ ନାହିଁ। ଅନ୍ୟ କୌଣସି ସରକାର ହୋଇଥିଲେ ଏହାକୁ ନେଇ ସାରା ଦେଶରେ ପ୍ରଚୁର ପ୍ରତିବାଦ ହୋଇଥାନ୍ତା। ହେଲେ ମୋଦୀ ସରକାରକୁ ବିରୋଧ କରିବା ଯେହେତୁ ଅଘୋଷିତ ଦେଶଦ୍ରୋହ ଭାବରେ ପରିଗଣିତ, ଏଠି କେହି ଆଉ ପ୍ରତିବାଦ କରି ନାହାନ୍ତି। ଏବେ ଠିକ ନିର୍ବାଚନ ସମୟରେ ନିର୍ବାଚନ କମିଶନ…
ବିଜେଡି ର ନୂଆ ପ୍ରାର୍ଥୀ ତାଲିକାରେ ଦଳର ଦୁଇଜଣ ବଡ ନେତା ଙ୍କୁ ଟିକଟରୁ ବଞ୍ଚିତ କରାଯାଇଛି। ନବୀନ ସରକାର ରେ ଅର୍ଥ ମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କୁ ଜୟଦେବ ଆସନରୁ ଟିକଟ ଦିଆ ଯାଇ ନାହିଁ। ତାଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ଟିକଟ ଦିଆଯାଇଛି। ସେହିପରି ବରୀ ଆସନରୁ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସ ଙ୍କୁ ସୁଯୋଗ ଦିଆଯାଇଛି। କଟକ ଲୋକସଭା ଆସନ ଲାଗି ଦଳ ପୁରୁଖା ନେତା ଭର୍ତ୍ତୃହରି ମହତାବଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି। ଲୋକସଭା ୧-କଟକ- ଭର୍ତ୍ତୃହରି ମହତାବ ବିଧାନସଭା ୧-ଚିଲିକା – ପ୍ରଶାନ୍ତ ଜଗଦ୍ଦେବ ୨-ଜୟଦେବ- ଅରବିନ୍ଦ ଢାଲି ୩-ବେଗୁନିଆ- ରାଜେନ୍ଦ୍ର ସାହୁ ୪-ଖୋର୍ଦ୍ଧା- ଜ୍ୟୋତିରିନ୍ଦ୍ର ନାଥ ମିତ୍ର ୫-ବସ୍ତା- ନିତ୍ୟାନନ୍ଦ ସାହୁ ୬-ମୋରଡ଼ା- ରାଜକିଶୋର ଦାସ ୭-ବରୀ- ସୁନନ୍ଦା ଦାସ ୮-ରାଇରଙ୍ଗପୁର- ବାସନ୍ତୀ ମାରାଣ୍ଡି ୯-ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ
ଟିକଟ ବଣ୍ଟାକୁ ନେଇ ବିଜେପିରେ ପୁଣି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ଟିକଟ ପାଇନଥିବା ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତା ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡାରୁ ଦଳର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ପାଟକୁରାରୁ ବିଜୟ ମହାପାତ୍ର ଏବଂ ମହାକାଳପଡାରୁ ବିଜୟ ପ୍ରଧାନଙ୍କୁ ଟିକଟ ଦିଆଯିବା ପ୍ରତିବାଦରେ ଏହି ଆନ୍ଦୋଳନ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନାମ ଘୋଷଣା ସମୟରେ ଅମୀୟ ଦାଶଙ୍କ ବଦଳରେ ବାବୁସିଂଙ୍କୁ ଟିକଟ ମିଳିଥିବାରୁ ଶ୍ରୀ ଦାଶଙ୍କ ସମର୍ଥକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସହିତ ମୁଖ୍ୟାଳୟରେ ତାଲା ପକାଇଥିଲେ।
ଔଷଧ କମ୍ପାନୀଙ୍କ ମନମୁଖି ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୦୦ରୁ ଊର୍ଦ୍ଧ୍ବ ନାମୀଦାମୀ ବା ବ୍ରାଣ୍ଡେଡ ଔଷଧ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଜଣାପଡିଛି। ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜର ବୋର୍ଡ (ଡିଟିଏବି) ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ମଧ୍ୟ ଭାରତ ସରକାର ୩୪୪ ଔଷଧ ଉପରେ ରୋକ୍ ଲଗାଇଥିଲେ। ପ୍ରକାଶଯୋଗ୍ୟ ଯେ ଭାରତରେ ବହୁ ବଡ଼ ବ୍ରାଣ୍ଡେଡ଼ କମ୍ପାନୀ ଆବଶ୍ୟକ ସ୍ୱୀକୃତି ବିନା ଫିକ୍ସ ଡୋଜ କମ୍ବିନେଶନ (ଏଫଡିସି) ଔଷଧ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି। ଏହାର ସିଧା ସଳଖ ପ୍ରଭାବ ରୋଗୀଙ୍କ ଉପରେ ପଡୁଛି। ଏଫଡିସି ଯୋଗୁଁ ରୋଗୀଙ୍କୁ ଅନାବଶ୍ୟକ ଔଷଧ ବି ଖାଇବାକୁ ପଡୁଛି। କେତେକ ଔଷଧର ଗୁଣାବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ସରକାର…
ସାମାଜିକ ଗଣମାଧ୍ୟମର ଅଗ୍ରଣୀ କମ୍ପାନୀ ଫେସ୍ବୁକ୍ ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଫେସ୍ବୁକ୍ ଦାବି କରିଛି ଯେ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ସମ୍ପର୍କିତ ପେଜ୍ ଏବଂ କଂଗ୍ରେସ ଦଳ ସମ୍ପର୍କିତ ପେଜ୍ଗୁଡ଼ିକୁ ଫେସ୍ବୁକ୍ରୁ ଅପସାରଣ କରିନିଆଯାଇଛି। ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରୟଟର୍ସ ଦ୍ୱାରା ଫେଜ୍ ଅପସାରଣ ନେଇ ସୂଚନା ଦିଆଯାଇଛି। ଫେସ୍ବୁକ୍ ପକ୍ଷରୁ କୁହାଯାଇଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମ୍ପର୍କିତ ୬୮୭ଟି ପେଜ୍ ଏବଂ ଆକାଉଣ୍ଟ ଅପସାରଣ କରିନିଆଯାଇଛି। ଏହାସହ ଫେସ୍ବୁକ୍ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ୧୦୩ ଆକାଉଣ୍ଟ ହଟାଇ ଦେଇଛି। ପ୍ରଥମ ଥର ଫେସ୍ବୁକ୍ ଏକ ବଡ଼ ରାଜନୈତିକ ଦଳ ସମ୍ପର୍କିତ ପେଜ୍ ଓ ଆକାଉଣ୍ଟକୁ ହଟାଇଛି। ଏହି ପେଜ ଏବଂ ଆକାଉଣ୍ଟଗୁଡ଼ିକରୁ ପ୍ରକାଶିତ ପୋଷ୍ଟ ଏବଂ ଫଟୋରେ ଭୁଲ ତଥ୍ୟ ଦିଆଯାଉଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ ହଟାଇ ଦିଆଯାଇଛି ବୋଲି ଫେସ୍ବୁକ୍ ସୂଚନା ଦେଇଛି। ଫେସ୍ବୁକ୍ ନିଜ ତଦନ୍ତରେ ଜାଣିବାକୁ…
ତାମିଲନାଡୁର ତାଞ୍ଜାଭୋର ଠାରେ ସୋମବାର ଦିନ ଏକ ନିର୍ବାଚନୀ ପ୍ରଚାର ରାଲି ବେଳେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ମାଡ଼ କରାଯାଇଛି। ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ ଅପ୍ରେଲ ୧୮ରେ ତାମିଲନାଡୁର ୩୯ ଲୋକସଭା ଆସନ ପାଇଁ ମତଦାନ ହେବ। ମଇ ୨୩ରେ ନିର୍ବାଚନୀ ଫଳ ପ୍ରକାଶ ପାଇବ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି। ଏ କ୍ରମରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ତାଞ୍ଜାଭୋର ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ମାଡ଼ କରାଯାଇଥିଲା। ଚପଲଟି ଯାଇ ତାଙ୍କ କାର ଉପରେ ପଡିଥିଲା। ଏହାର ଏକ ଭିଡିଓ ଟ୍ୱିଟ୍ରରେ ଶେୟାର କରାଯାଇଛି। ପ୍ରକାଶଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ…
ପଟିଦାର ନେତା ହାର୍ଦ୍ଦିକ ପଟେଲ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଇଛନ୍ତି ହାର୍ଦ୍ଦିକ୍। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ନିର୍ବାଚନ ଲଢ଼ିବା ପାଇଁ ହାର୍ଦ୍ଦିକ ନିଜର ଦଣ୍ଡାଦେଶକୁ କମ୍ କରିବା ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସୂଚନା ଅନୁଯାୟୀ ଦଙ୍ଗା ଉସୁକାଇବା ମାମଲାରେ ହାର୍ଦ୍ଦିକଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଥିଲା। ତାଙ୍କ ବିରୋଧରେ ରହିଥିବା ଦଣ୍ଡାଦେଶକୁ ହଟାଇବା ନିମନ୍ତେ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ହାର୍ଦ୍ଦିକ୍। ହାର୍ଦ୍ଦିକ ନିଜ ପିଟିସନ୍ରେ ଉଲ୍ଲେଖ କରିଛନ୍ତି କି ଦଣ୍ଡାଦେଶର ଏକ ମାସ ପରେ ଏହା ଉପରେ ରୋକ୍ ଲଗାଯାଇଥିଲା।
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡ୍ରୁ ଲଢିବା ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ବିଜେପି ରାହୁଲଙ୍କ ବିପକ୍ଷରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାରତ ଧର୍ମ ଜନସେନା ଦଳର ମୁଖ୍ୟ ଥୁସାର ଭେଲ୍ଲାପଲ୍ଲୀ ରାହୁଲଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି। ବିଜେପି ସଭାପତି ଅମିତ ଶାହ ଏହି ଘୋଷଣା କରିବା ସହିତ ଶ୍ରୀ ଭେଲ୍ଲାପଲ୍ଲୀଙ୍କ ଓ୍ବାୟାନାଡ୍ରେ ଏନ୍ଡିଏର ପ୍ରାର୍ଥୀ ଭାବେ ଛିଡା କରାଇଛନ୍ତି। ସୋସିଆଲ୍ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଶାହା ଏହି ଘୋଷଣା କରିଛନ୍ତି। ଶାହା କହିଛନ୍ତି ଥୁସାର ଜଣେ ଯୁବନେତା, ଯିଏକି ସାମାଜିକ ନ୍ୟାୟ ବ୍ୟବସ୍ଥା ଏବଂ ଉନ୍ନତି ନିମେନ୍ତ ପ୍ରତିବଦ୍ଧ। ଶ୍ରୀ ଭେଲ୍ଲାପଲ୍ଲୀଙ୍କ ସହିତ କେରଳରେ ଏନ୍ଡିଏ ମେଣ୍ଟ ସରକାର ଗଠନ ନିମନ୍ତେ ଏକ ବଢିଆ ବିକଳ୍ପ ବୋଲି ଶାହା କହିଛନ୍ତି। ସୂଚନାଯେଗ୍ୟ ଯେ, ଉତ୍ତର ପ୍ରଦେଶର ଆମେଥିରୁ ପ୍ରତିଦ୍ବନ୍ଦିତା କରୁଥିବା ରାହୁଲ ନିଜର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ ଭାବରେ ଓ୍ବାୟାନାଡ୍କୁ ଚୟନ…
ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଶ୍ରୀ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ସହିତ ଜିଲ୍ଲା ସଭାପତି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ନିଜର ଇସ୍ତଫାପତ୍ର ଶ୍ରୀ ଭଞ୍ଜଦେଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯିବାକୁ ବିରାେଧ କରି ନିଜର ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। ଦଳରେ ବିଶୃଙ୍ଖଳା ଅନେକ ଦିନରୁ ରହିଛି ଏବଂ ପୁରାତନ ନେତାଙ୍କୁ ଅଣଦେଖା କରାଯିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ତିନିତିନି ଥର ନିର୍ବାଚନ ହାରିଥିବା ନେତାଙ୍କୁ ଟିକଟ ଦିଆଯିବା ନେଇ ନିଜର ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ପ୍ରଦାନ କରିଛନ୍ତି।
ଜୈସ୍ ଏ ମୁଜାହିଦ୍ଦିନ (ଜେଇଏମ୍)ର ଜନୈକ ଆତଙ୍କବାଦୀକୁ ଶ୍ରୀନଗରରୁ ଗିରଫ କରାଯାଇଛି। ଫୟାଜ୍ ଅହମ୍ମଦ୍ ଲୋନ୍ ନାମକ ଏହି ଆତଙ୍କୀ ଉପରେ ୨ ଲକ୍ଷର ପୁୂରସ୍କାର ରାଶି ରହିଥିଲା। ଜମ୍ମୁ ଏବଂ କାଶ୍ମୀରର କୁପଓ୍ବାରା ଜିଲ୍ଲାର ବାସିନ୍ଦା ଲୋନ୍ଙ୍କୁ ଦିଲ୍ଲୀ ପୋଲିସ୍ ଏବଂ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ସେଲ୍ର ଅଧିକାରୀ ମାନେ ଗିରଫ କରିଛନ୍ତି। ୨୦୧୫ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଲୋନ୍ଙ୍କ ନାମରେ ଜାମିନୀ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ୨୦୧୫ରୁ ଫେରାର ରହିଥିବା ଲୋନ୍ ନାମରେ ୨ଲକ୍ଷର ପୁରସ୍କାର ରାଶି ୨୦୧୭ରେ ଘୋଷଣା କରାଯାଇଥିଲା।
ସ୍ବିସ୍ ଟେନିସ୍ ଷ୍ଟାର ରୋଜର ଫେଡେରର ନିଜ କ୍ୟାରିୟରର ୧୦୧ ତମ ଟାଇଟଲ ହାସଲ କରିଛନ୍ତି। ମିଆମି ମାଷ୍ଟର୍ସ ଓପନ୍ରେ ଫେଡେରର ଡିଫେଣ୍ଡିଂ ଚାମ୍ପିୟନ୍ ଜନ୍ ଇସ୍ନରଙ୍କୁ ପରାସ୍ତ କରି ଏହି ମାଇଲଖୁଣ୍ଟ ହାସଲରେ ସଫଳ ହୋଇଛନ୍ତି। ୩୭ ବର୍ଷୀୟ ଫେଡେରର ୬-୧, ୬-୪ର ସିଧାସଳଖ ସେଟ୍ରେ ଇସ୍ନରଙ୍କୁ ପରାସ୍ତ କରିଛନ୍ତି। ବିଶ୍ବ ମାନ୍ୟତାରେ ୫ ନମ୍ବର ସ୍ଥାନରେ ରହିଥିବା ଫେଡେରର ପ୍ରଥମ ସେଟ୍କୁ ମାତ୍ର ୨୪ ମିନିଟ୍ରେ ଜିତି ନେଇଥିଲେ। ଏହା ଫେଡେରରଙ୍କ କ୍ୟାରିୟରର ୫୦ ତମ ମାଷ୍ଟର୍ସ ଫାଇନାଲ୍ ତଥା ୨୮ ତମ ମାଷ୍ଟର୍ସ ବିଜୟ। ଅନ୍ୟୁନ ୨୦ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ଖେଳାଳିଙ୍କ ମଧ୍ୟରେ ଫେଡେରର ପ୍ରଥମ ଖେଳାଳି ଭାବରେ ୧୦୧ ତମ ଟାଇଟଲ ଜିତିଛନ୍ତି। ଏହି ସପ୍ତାହ ମୋ ପାଇଁ ଅତ୍ୟନ୍ତ ଚମତ୍କାର ରହିଥିଲା ବୋଲି ବିଜୟ ପରେ କହିଛନ୍ତି ଫେଡେରର। ଫେଡେରର କହିଛନ୍ତି, ୧୯୯୯ମସିହାରେ ମିଆମି ମାଷ୍ଟର୍ସରୁ କ୍ୟାରିୟର ଆରମ୍ଭ କରିଥିଲି, ୨୦୧୯ ରେ ସମାନ…
ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି। ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ଅମିତ ଶାହା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଚାର କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି। ସ୍ଥାନୀୟ କାଶୀନଗରରେ ସେ ଦଳୀୟ କର୍ମୀଙ୍କୁ ବିଜୟର ମନ୍ତ୍ର ଦେବା ସହ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଭାଷଣ ଆରମ୍ଭରୁ ଶାହା ଉତ୍କଳ ଦିବସ ଉପଲକ୍ଷେ ଓଡିଶା ମାଟିର ବୀର ସନ୍ତାନ ମଧୁସୁଦନ ଦାଶ, ଗଙ୍ଗାଧର ମେହେର ଆଦିଙ୍କୁ ମନେ ପକାଇଥିଲେ। ଏହାପରେ ସେ କହିଥିଲେ ଯେ, ଏହା ମୋ ପାଇଁ ସୌଭାଗ୍ୟର ଦିନ ଉତ୍କଳ ଦିବସରେ ମୁଁ ଓଡିଶା ଆସିଛି। ଆଜିର ଦିନରେ ଭାଷାଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ନିର୍ମାଣ ହୋଇଥିଲା। କିନ୍ତୁ ୧୯ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡିଆ କହି…
‘ନ୍ୟାୟ’ ଯୋଜନା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ବର୍ଷକ ଭିତରେ ୨୨ ଲକ୍ଷ ସରକାରୀ ଚାକିରି ଦେବ ବୋଲି ରାହୁଲ ଘୋଷଣା କରିଛନ୍ତି। ନିକଟରେ ସେ ଘୋଷଣା କରିଥିଲେ ଯେ, ଦଳ କ୍ଷମତାକୁ ଆସିଲେ ‘ନ୍ୟାୟ’ ଯୋଜନାରେ ଦେଶର ୨୦ ପ୍ରତିଶତ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ରୋଜଗାର ସ୍ବରୂପ ବର୍ଷକୁ ୭୨ ହଜାର ଟଙ୍କା ପ୍ରଦାନ କରାଯିବ।ରାହୁଲ ରବିବାର ରାତିରେ ଟ୍ବିଟ୍ କରି କହିଛନ୍ତି, ବର୍ତ୍ତମାନ ଦେଶରେ ପାଖାପାଖି ୨୨ ଲକ୍ଷ ପଦବୀ ଖାଲି ପଡ଼ିଛି। ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢ଼ିବ ତା’ହେଲେ ଗୋଟିଏ ବର୍ଷରେ ଅର୍ଥାତ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ସେସବୁ ପଦବୀ ପୂରଣ କରିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲ ଏଭଳି ଘୋଷଣା କରିଛନ୍ତି। ରାଜନୈତିକ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ନ୍ୟାୟ ଯୋଜନା ପରେ ରାହୁଲଙ୍କର ଏହା ଆଉ ଏକ ବଡ଼…
ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ସୋମବାର ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଖୁବ ଶୀଘ୍ର ବଳକା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ମଧ୍ୟ କହିଛନ୍ତି ବିଜେଡି ସୁପ୍ରିମୋ । ସୂଚନା ଯୋଗ୍ୟ, ଓଡ଼ିଶା ନିର୍ବାଚନ ଫଳାଫଳ ତ୍ରିପୁରା ଭଳି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି। ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ତ୍ରିପୁରା ଫର୍ମୁଲା ଓଡିଶାରେ କାମ ଦେବନି ।
ବାଲାଟ ପେପର ନୁହେଁ ଇଭିଏମ୍ରେ ନିଜାମାବାଦରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ନିଜାମାବାଦ ଲୋକସଭା ଆସନରେ ବ୍ୟାଲଟ ପେପରରେ ମତଦାନ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଦୁଇଟି ଇଭିଏମ ଲଗାଇ ୧୮୫ ପ୍ରାର୍ଥୀଙ୍କୁ ନିଜମାବାଦ ସଂସଦୀୟ କ୍ଷେତ୍ରର ଭୋଟର ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଜାତୀୟ ନିର୍ବାଚନ କମିଶନ ଏ ନେଇ ତେଲେଙ୍ଗାନା ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ତେଲେଙ୍ଗାନା ନିର୍ବାଚନ ଅଧିକାରୀ ରଜତ କୁମାର ମଧ୍ୟ ଏହି ପ୍ରସ୍ତାବ ଦେଇଥିଲେ।ନିଜାମାବାଦ ଲୋକସଭା ଆସନରେ ମତଦାନ ପାଇଁ ଏମ-୩ ଇଭିଏମ ଲାଗିବ। ଇସିଆଇଏଲକୁ ଏଥିପାଇଁ ୨୬ ହଜାର ୮୨୦ ବ୍ୟାଲଟ ୟୁନିଟ, ୨୨୪୦ କଣ୍ଟ୍ରୋଲ ୟୁନିଟ ଏବଂ ଏମ ୩ କ୍ୟାଟୋଗରୀର ୨୬ଶହ ଭିଭିପ୍ୟାଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ସୂଚନାଯୋଗ୍ୟ ନିଜାମାବାଦରେ ୧୮୫ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି। ଇଭିଏମରେ ୬୩ ଜଣ ପ୍ରାର୍ଥୀଙ୍କ ତାଲିକା ରଖିବାର କ୍ଷମତା…
ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାର ଆରମ୍ଭ ହେବା ପରେ ଏହା ୩୩୦ ପଏଣ୍ଟ ବୃଦ୍ଧି ପାଇ ୩୯୦୦୦ ପଏଣ୍ଟ ଅତିକ୍ରମ କରିବା ସହ ୩୯୦୨୮.୬୭ ପଏଣ୍ଟରେ ପହଞ୍ଚିଛି। ଏହା ସହିତ ନିଫ୍ଟୀ ମଧ୍ୟ ୫୦ ପଏଣ୍ଟ ବୃଦ୍ଧି ପାଇ ୧୧୭୧୫ରେ ପହଞ୍ଚିଛି । ନିଫ୍ଟୀର ସର୍ବକାଳୀନ ରେକର୍ଡ ୧୧୭୬୦ ରହିଥିବା ବେଳେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତିଜ୍ଞ ମାନେ ପୂର୍ବାନୂମାନ ଲଗାଇଛନ୍ତି। ବିଶେଷକରି ମେଟାଲ, ଯାନବାହନ ଏବଂ ଅର୍ଥନୈତିକ ଷ୍ଟକ୍ କାରବାରରେ ବୃଦ୍ଧି ଯୋଗୁ ସେନସେକ୍ସରେ ବୃଦ୍ଧି ଘଟିଛି। ଗତବର୍ଷ ଅଗଷ୍ଟରେ ସେନସେକ୍ସ ୩୮୯୮୯ ପଏଣ୍ଟ ଛୁଇଁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୋମବାର ସେନସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ ସବୁଠାରୁ…
୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ବାଗୀର ତୃତୀୟ ସିରିଜ୍ ନିମନ୍ତେ ପୁଣି ଥରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଟାଇଗର ଶ୍ରଫ୍ ଏବଂ ଶ୍ରଦ୍ଧା କପୁର୍। ଫିଲ୍ମର ପ୍ରଥମ ଭାଗରେ ଉଭୟ ରହିଥିବା ବେଳେ ଦ୍ବିତୀୟ ଭାଗରେ ଟାଇଗରଙ୍କ ବିପକ୍ଷରେ ଦିଶା ପଟାନୀ ନଜର ଆସିଥିଲେ। ଫିଲ୍ମଟିର ସୁଟିଂ ଆସନ୍ତା ମେ ୨୦୧୯ରୁ ଆରମ୍ଭ ହେବ ବୋଲି ଫିଲ୍ମର ପ୍ରଯୋଜକ ସାଜିଦ୍ ନାଦିଓ୍ବାଦଓ୍ବାଲା ସୂଚନା ଦେଇଛନ୍ତି। ଫିଲ୍ମଟିକୁ ୪ଟି ବିଦେଶୀ ଲୋକେସନ୍ରେ ସୁଟିଂ କରାଯିବ ବୋଲି ଜଣାପଡିଛି। ମରକ୍କୋ, ଇଜିପ୍ଟ, ସର୍ବିଆ ଏବଂ ତୁର୍କୀରେ ଫିଲ୍ମଟିର ସୁଟିଂ ହେବ ବୋଲି ପ୍ରଯୋଜକ କହିଛନ୍ତି। ଏହା ସହିତ ପ୍ରଥମ ଭାଗର ନିର୍ଦ୍ଦେଶକ ଅହମଦ୍ ଖାନ୍ ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଫକ୍ସ ଷ୍ଟାର ସହିତ ସହ ପ୍ରଯୋଜନାରେ ଚଳଚିତ୍ରର ନିର୍ମାଣ କରୁଥିବା ସାଜିଦ୍ ଫିଲ୍ମଟି ମାର୍ଚ୍ଚ୬, ୨୦୨୦ରେ ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି।
ବଲିଉଡ୍ର ଭର୍ସାଟାଇଲ୍ ଆକ୍ଟର ଆୟୁସ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ଆର୍ଟିକିଲ୍ ୧୫ ନିମନ୍ତେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ଚଳଚିତ୍ରରେୋ ଜଣେ ପେଲିସ ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଆୟୁସ୍ମାନ। ଫିଲ୍ମଟି ଉତ୍ତର ପ୍ରଦେଶ ପୃଷ୍ଠଭୂମି ଉପରେ ଆଧାରିତ ରହିଥିବାରୁ ଉର୍ଦ୍ଦୁ ଶିଖିବା ନିମନ୍ତେ ଆୟୁସ୍ମାନ ଜଣେ ଉତ୍ତରପ୍ରଦେଶ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଉର୍ଦ୍ଦୁ ଶିଖିବା ମୋର କବିତା ପାଇଁ ମଧ୍ୟ ଉପକୃତ ସାବ୍ୟସ୍ତ ହେବ ବୋଲି ଆୟୁସ୍ମାନ କହିଛନ୍ତି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ଇଶା ତଲଓ୍ବାର, ମନୋଜ ପାହ୍ବା, ସାୟାନୀ ଗୁପ୍ତା, କୁମୁଦ ମିଶ୍ରା ଏବଂ ମହମ୍ମଦ ଜୀଶାନ ଆୟୁବ୍ ନଜର ଆସିବେ। ପୂର୍ବରୁ ସିହ୍ନା ମୁଲ୍କର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ଉଭୟ ଦର୍ଶକ ଏବଂ ସମାଲୋଚକ ପସନ୍ଦ କରିଥିଲେ। ଫିଲ୍ମଟି ୨୦୧୯ ଶେଷ ଭାଗରେ ରିଲିଜ ୍ ହେବାକୁ ଯାଉଛି।

