ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ମହମ ମୂର୍ତ୍ତି ସିଙ୍ଗାପୁରର ମାଡାମ ତୁଷାଦ୍ ମ୍ୟୁଜିଅମ୍ରେ ଉନ୍ମୋଚିତ ହୋଇଛି । ପ୍ରଭାସଙ୍କ ପରେ ଦ୍ବିତୀୟ ତେଲୁଗୁ ଅଭିନେତା ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ମହେଶ । ହାଇଦ୍ରାବାଦର ଏଏମ୍ବି ସିନେମାରେ ମହେଶ ବାବୁଙ୍କ ଏହି ମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପତ୍ନୀ ନମ୍ରତା ଶିରୋଦକର, ଦୁଇ ସନ୍ତାନ ଗୌତମ କ୍ରିଷ୍ଣା ଏବଂ ସିତାରାଙ୍କ ସହିତ ମହେଶ ପ୍ରତିମୂର୍ତ୍ତିର ଉଦ୍ଘାଟନ କରିଥିଲେ । ଏଏମ୍ବିରେ ୭ସ୍କ୍ରିନ୍ ବିଶିଷ୍ଟ ମଲ୍ଟିପ୍ଲେକ୍ସ ସହିତ ତାଙ୍କ ମହମ ପ୍ରତିମୂର୍ତ୍ତିର ଉଦ୍ଘାଟନ କରିଥିଲେ । ନିଜର ମହମ ମୂର୍ତ୍ତିର ଫଟୋକୁ ଇନ୍ଷ୍ଟାଗ୍ରାମ ଜରିଆରେ ସେୟାର କରିଛନ୍ତି ମହେଶ ବାବୁ । ପ୍ରତିକୃତିଟି ଗାେଟିଏ ଦିନ ପାଇଁ ଏଏମ୍ବି ସିନେମାରେ ପ୍ରଦର୍ଶିତ ହେବା ପରେ ସିଙ୍ଗାପୁର ସ୍ଥିତ ମ୍ୟୁଜିୟମ୍କୁ ପଠାଯିବ । ଆସନ୍ତା ମାସରେ ମହେଶ ବାବୁଙ୍କ କ୍ୟାରିୟରର ୨୫ତମ ଫିଲ୍ମ ମହର୍ଷି ରିଲିଜ୍ ହେବାକୁ ଯାଉଛି । ବାମ୍ସୀ ପାଡିପଲ୍ଲୀଙ୍କ…
Author: Samikhsya Bureau
ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାବେଳେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିସାରିଛନ୍ତି। ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟର୍ ଭେରିଫିଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପ୍ୟାଟ୍) ବ୍ୟବହାର ନେଇ ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟବହାର ହେବାକୁ ଥିବା ଭିଭିପ୍ୟାଟ୍ ନମୁନା ସର୍ବେକ୍ଷଣ ସଂଖା ୧ରୁ ଅଧିକକୁ ବୃଦ୍ଧି କରିହେବ କି ନାହିଁ, ତାହା ସମ୍ପର୍କିତ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନମନ୍ତ୍ରୀ ବିଚାରପତି ରଂଜନ ଗୋଗେଇ, ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭିଭିପ୍ୟାଟ୍ର ସତ୍ୟତାକୁ ନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଅନ୍ୟ ୨୧ ବିରୋଧୀ ନେତା ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ଆସନ୍ତା ୨୮ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ଏ ସମ୍ପର୍କିତ ସମସ୍ତ ଜବାବ ରଖିବାକୁ ସୁପ୍ରିମ୍କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।…
ବ୍ରିଟିସ୍ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍ଙ୍କୁ କାର୍ କମ୍ପାନି ଏମ୍ଜି (ମୋରିସ୍ ଗ୍ୟାରେଜ୍ସ) ଇଣ୍ଡିଆ ଏହାର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଘୋଷଣା କରିଛି। ଏହି ଖ୍ୟାତନାମା ଅଭିନେତା ଜଣକ ବିଭିନ୍ନ ଲୋକପ୍ରିୟ ଟିଭି ସୋ ଏବଂ ସିନେମାରେ ଅଭିନୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ବରବ୍ୟାଚ୍ କହିଛନ୍ତି, ଏମ୍ଜି ଏକ କ୍ଲାସିକ୍ ଓ ପ୍ରତିଷ୍ଠିତ ବ୍ରାଣ୍ଡ୍ ଭାବେ ସ୍ବୀକୃତି ମିଳିଛି । ଭାରତରେ ନୂଆ ଏମ୍ଜି ସହିତ ନିଜକୁ ସାମିଲ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ସେ କହିଛନ୍ତି। ଏମ୍ଜି ଇଣ୍ଡିଆର ଏମଡି ତଥା ସିଇଓ ରାଜୀବ ଚାବା କହିଛନ୍ତି, ମୋରିସ୍ ଗ୍ୟାରେଜ୍ସ ସହିତ ବେନେଡିକ୍ଟଙ୍କର ଅନେକ କିଛି ସାମଞ୍ଜସ୍ୟ ରହିଛି। ଏଥିଯୋଗୁ ବେନେଡିକ୍ଟଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଶ୍ରୀ ଚାବା କହିଛନ୍ତି। ସୂଚନାଯୋଗ୍ୟ ଯେ, ନିକଟରେ ମୋରିସ ଗ୍ୟାରେଜ୍ ଭାରତରେ ବୈଦୁ୍ୟତିକ କାର ନିର୍ମାଣ ପାଇଁ ଓଲା ଏବଂ ହ୍ୟୁଣ୍ଡାଇ ମୋଟର୍ସ ସହିତ ୩୦୦…
ଜେଟ ଏୟାରଓ୍ବେଜ୍ର ଚେୟାରମ୍ୟାନ୍ ପଦବୀରୁ ଅବସର ଗ୍ରହଣ କରିଛନ୍ତି ଏହାର ପ୍ରତିଷ୍ଠାତା ନରେଶ ଗୋୟଲ। ନିଜ ଦ୍ବାରା ୨୫ ବର୍ଷ ତଳେ ଏହି କମ୍ପାନୀକୁ ନିଜ ପତ୍ନୀ ଅନୀତା ଗୋୟଲଙ୍କ ସହ ମିଶି ପ୍ରତିଷ୍ଠା କରିଥିଲେ। ନରେଶଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କମ୍ପାନୀର ବୋର୍ଡରୁ ଓହରି ଯାଇଛନ୍ତି। ନିକଟ କିଛି ମାସ ଧରି ଏହି ବିମାନ ଚଳାଚଳ କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ନିକଟରେ ମାର୍ଚ୍ଚ ୩୧ ପରଠାରୁ ପାଉଣା ନମିଳିଲେ ଶାନ୍ତିପୂର୍ଣ୍ଣ ଆନ୍ଦାେଳନରେ ବସିବେ ବୋଲି ପାଇଲଟ୍ ମାନେ ଧମକ ଦେଇଥିଲେ। ନିକଟରେ ୧୩ଟି ରୁଟ୍ରେ ନିଜର ବିମାନ ଚଳାଚଳ ସେବା ବନ୍ଦ କରିଥିଲା ଏହି ବିମାନ ଚଳାଚଳ କମ୍ପାନୀ। ଏଟିହାଡ ଏୟାରଲାଇନ୍ସ ଏହି କମ୍ପାନୀରେ ନିବେଶ କରିବାକୁ ମନା କରିଦେବା ପରେ ଗାେୟଲଙ୍କ ଉପରେ ଚାପ ବଢିଥିଲା। ଏହା ମଧ୍ୟରେ ଅନ୍ୟ କୌଣସି ନିବେଶକ ସାମ୍ନାକୁ ନ ଆସିବାରୁ ଗୋୟଲ ବାଧ୍ୟ ହୋଇ ନିଜ ପଦବୀରୁ ଓହରିଛନ୍ତି।
କେନ୍ଦ୍ରରେ ମହାମେଣ୍ଟ ସରକାର ଗଠନ କରିବ ବୋଲି କହିଛନ୍ତି ଶରଦ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ବିହାରରେ ମହାମେଣ୍ଟର ନିର୍ବାଚନୀ ପ୍ରଚାରର ଦାୟିତ୍ବ ନେଇଥିବା ଯାଦବ ଏହା କହିଛନ୍ତି। ନିଜର ନୂତନ ରାଜନୈତିକ ଦଳ ଲୋକତାନ୍ତ୍ରିକ ଜନତା ଦଳ ଗଠନ କରି ବିହାରରେ ଏନ୍ଡିଏ ବିପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୪ରେ ବିହାରର ୪୦ ଲୋକସଭା ଆସନରୁ ବିଜେପି ୨୨ଟି ଆସନରେ ବିଜୟ ହାସଲ କରିଥିଲା। ଏହି ମହାଗଠବନ୍ଧନ କେବଳ ବିହାର ନୁହେଁ ବରଂ ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଅନୁଷ୍ଠିତ ହେବ ଏବଂ ବିଜେପିକୁ କ୍ଷମତାରୁ ଦୂରେଇ ରଖାଯିବ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି କିଛି ଆସନ ହରାଇବାକୁ ଯାଉଥିବା ବେଳେ ଦକ୍ଷିଣ ଭାରତରେ କର୍ଣ୍ଣାଟକକୁ ଛାଡିଲେ ଅନ୍ୟ କୌଣସି ରାଜ୍ୟରେ ବିଜେପିର ସତ୍ତା ନାହିଁ। ଆସନ୍ତା ନିର୍ବାଚନରେ ଶ୍ରୀ ଯାଦବ ମାଧେପୁରରୁ ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ବେଳେ ଏହା ଆରଜେଡି ଚିହ୍ନରେ…
ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ମୁଖତାର ଆବାସ ନକ୍ଭୀ କହିଛନ୍ତି। ସୋମବାର ଦିନ ନକ୍ଭୀ କହିଛନ୍ତି, ରିମୋଟ କଣ୍ଟ୍ରୋଲ ଦ୍ବାରା ପରିଚାଳିତ ହେଉଥିବା ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଆବଶ୍ୟକ ମାତ୍ର ଦେଶବାସୀଙ୍କୁ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ। ୬ମାସ ପାଇଁ ଜଣେ ପ୍ରଧାନମନ୍ତ୍ରୀ ରହିବେ ଏବଂ ପୁନର୍ବାର ସେହି ସ୍ଥାନରେ ଆଉଜଣେ କାର୍ଯ୍ୟ କରିବା ଦେଶବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ନରେନ୍ଦ୍ର ମୋଦି ଦେଶ ପାଇଁ ଜଣେ ଅତ୍ୟନ୍ତ ଉତ୍ତମ ପ୍ରଧାନମନ୍ତ୍ରୀ ବୋଲି ସମଗ୍ର ଦେଶ ଜାଣିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଏବେ ରାଜନୈତିକ ପିକ୍ନିକ୍ରେ ଅଛନ୍ତି ବୋଲି କହିଛନ୍ତି ନକ୍ଭୀ। ପ୍ରତ୍ୟକ ଦିନ ମୋଦିଙ୍କୁ ସମାଲୋଚନା କରୁଥିବା କଂଗ୍ରେସୀ ନେତାଙ୍କୁ ‘ଗାଳି ଗ୍ୟାଙ୍ଗ’ବେଲି କହିବା ସହ ବିଗତ ୫ ବର୍ଷମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଏମାନେ ହଜମ କରି ପାରୁନାହାନ୍ତି।…
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ ୩୭ ରନ୍ରେ ମୁ୍ମ୍ବାଇକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଭାରତୀୟ ଯୁବ ଓ୍ବିକେଟ ରକ୍ଷକ ଋଷଭ ପନ୍ତ ୨୭ ବଲ୍ରୁ ଅପରାଜିତ ୭୮ରନ୍ କସଂଗ୍ରହ କରିଥିଲେ। ପନ୍ତଙ୍କ ଏହି ଇନିଂସକୁ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ପ୍ରଶଂସା କରିଛନ୍ତି ଭାରତୀୟ ଭେଟେରାନ ଖେଳାଳି ତଥା ୨୦୧୧ ବିଶ୍ବକପ୍ ହିରୋ ଯୁବରାଜ ସିଂ। ଏହି ମ୍ୟାଚ୍ରେ ଯୁବରାଜ ପ୍ରତ୍ୟାବତ୍ତର୍ନ କରିଥିବା ବେଳେ ୩୫ ବଲ୍ରୁ ୫୩ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ଭାରତୀୟ ଦଳରେ ପନ୍ତଙ୍କ ମନୋନୟନ କଷ୍ଟ ମାତ୍ର ଆଜିର ମ୍ୟାଚ୍ରେ ପନ୍ତ ଚମତ୍କାର ବ୍ୟାଟିଂ କରିଛନ୍ତି ବୋଲି ଯୁବରାଜ କହିଛନ୍ତି। ଦିନିକିଆ ଏବଂ ଟେଷ୍ଟରେ ମଧ୍ୟ ପନ୍ତ ବଢିଆ ପ୍ରଦର୍ଶନ କରିଛନ୍ତି ଯାହା ତାଙ୍କୁ ବର୍ତ୍ତମାନ ଦଳରେ୪ ନମ୍ବର ସ୍ଥାନ ନିମନ୍ତେ ପ୍ରମୁଖ ଦାବିଦାର ଭାବରେ ଛିଡା କରିଛି। ସେହିପରି ନିଜର ଅବସର ସମ୍ପର୍କରେ ଯୁବରାଜ କହିଥିଲେ,…
କଂଗ୍ରେସ ନିର୍ବାଚନରେ ପୁଣି ଥରେ ଗରିବୀ ହଟାଓକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ଆଜି ଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦% ଗରିବଙ୍କୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ମିଳିବ। ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ ଉପରେ ଗୁରୁତ୍ବ ଦେଇ ଶ୍ରୀ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଦେଶରେ ମୋଦି ସରକାର ପୁଞ୍ଜିପତିମାନଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିବାବେଳେ ଗରିବଙ୍କ ପ୍ରତି ଅଣଦେଖା କରୁଛନ୍ତି। ବିଗତ ପାଞ୍ଚ ବର୍ଷ ଭିତରେ ଜନସାଧାରଣ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ରାହୁଲ୍ କହିଛନ୍ତି। ମାସିକ ୧୨,୦୦୦ଟଙ୍କା ଆୟ କରୁଥିବା ପରିବାରକୁ ସର୍ବନିମ୍ନ ରୋଜଗାର ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ। ଦେଶର ୨୦ ପ୍ରତିଶତ ଅତି ଗରିବ ପରିବରକୁ ପ୍ରତ୍ୟେକ ବର୍ଷ…
ସୁପ୍ରିମକୋର୍ଟ ଏସପି ନେତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବ ବିରୋଧରେ ଆୟବର୍ହିଭୂତ ସଂପତ୍ତି ଠୁଳ କରିବା ମାମଲାରେ ସିବିଆଇକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ କରିବା ନେଇ ଦାବି କରିଥିବା ଏକ ଆବେଦନର ଶୁଣାଣି କରି ସୋମବାର ଦିନ ତଦନ୍ତକାରୀ ସଂସ୍ଥାଙ୍କୁ ନୋଟିସ କରିଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସିବିଆଇକୁ ଏହି ମାମଲାରେ ଚାଲିଥିବା ତଦନ୍ତର ସ୍ଥିତି ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ନିଜର ଜବାବ ଦାଖଲ କରିବାକୁ କହିଛନ୍ତି। ବରିଷ୍ଠ ଓକିଲ ବିଶ୍ୱନାଥ ଚର୍ତୁବେଦୀ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ। ସେ ଏହି ଆବେଦନରେ ସିବିଆଇକୁ ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ସିଂହ ଯାଦବଙ୍କ ସମ୍ପତ୍ତିର ତଦନ୍ତ ରିପୋର୍ଟ କୋର୍ଟରେ ରଖିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ।
ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ। ନବୀନ ପଟ୍ଟନାୟକଙ୍କ ପାରମ୍ପରିକ ଆସନ ହିଞ୍ଜିଳିରେ ପୀତାମ୍ବର ତାଙ୍କୁ ଟକ୍କର ଦେବେ ବୋଲି ସୂଚନା ରହିଛି। ବିଜେଡ଼ିର ଦୁର୍ଗ ତଥା ନବୀନଙ୍କ ଆସନ ପାଇଁ ପୀତାମ୍ବରକୁ ହିଞ୍ଜିଳି ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରାଇଛି। ନିଜ ଜୀବନରେ କେବେ ନିର୍ବାଚନ ହାରିନଥିବା ଅପ୍ରତିଦ୍ବନ୍ଦ୍ବୀ ନବୀନଙ୍କ ବିପକ୍ଷରେ ପୀତାମ୍ବରଙ୍କୁ ପ୍ରାର୍ଥୀତ୍ବକୁ ନେଇ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇ ପଡିଛି। ହିଞ୍ଜିଳରୁ ନବୀନ ପଟ୍ଟନାୟକ ଚାରି ଚାରି ଥର ଜିତି ଥିବାବେଳେ ଚଳିତ ଥର ପିତାମ୍ବର କ’ଣ ତାଙ୍କୁ ପରାଜୟର ସ୍ବାଦ ଚଖାଇବେ, ନା ନବୀନ ପୁଣି ଥରେ ନିଜକୁ ଅପରାଜୟେ ଘୋଷଣା କରାଇବେ, ତାହା ଆଗାମୀ ସମୟ କହିବ।
ଉତ୍ତରପ୍ରଦେଶରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ଦେବା ନେଇ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସମଗ୍ର ରାଜ୍ୟରେ ସରକାରଙ୍କ ବିରୋଧରେ ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ ବିରାେଧାଭାସ ରହିଥିବା ବେଳେ ଏହି କର୍ମୀଙ୍କୁ ମାନ୍ୟତା ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରିୟଙ୍କା କହିଛନ୍ତି। ଅଙ୍ଗନଓ୍ବାଡ଼ି ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିଲେ ମଧ୍ୟ ସର୍ବଦା ଅବହେଳିତ ଅବସ୍ଥାରେ ରହିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା। ନିର୍ବାଚନକୁ ମାତ୍ର ଅଳ୍ପ କିଛି ଦିନ ବାକିଥିବାରୁ ପ୍ରିୟଙ୍କାଙ୍କ ଏହି ଘୋଷଣା ସମଗ୍ର ଦେଶରେ କଂଗ୍ରେସର ମହିଳା ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବାରେ ସକ୍ଷମ ହେବ ବୋଲି ଅନୁମାନ ଲଗାଯାଇଛି। ଏଆଇସିସିର ସାଧାରଣ ସମ୍ପାଦକ ଭାବରେ ଉତ୍ତର ପ୍ରଦେଶ ଦାୟିତ୍ବରେ ରହିଥିବା ପ୍ରିୟଙ୍କା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତାକୁ ସମର୍ଥନ ଜଣାଇବା ସହିତ ରବିବାର ହାେଇଥିବା ଲାଠିଚାର୍ଜକୁ କଡା ସମାଲୋଚନା କରିଛନ୍ତି। ଅଙ୍ଗନଓ୍ବାଡ଼ିକୁ ସରକାରୀ ଚାକିରିଆର ମାନ୍ୟତା ବଦଳରେ ଆନ୍ଦୋଳନ କରିବାରୁ ଲାଠିଚାର୍ଜ…
ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ସୁବାସ ଚୌହାନ ଗତଥର ବିଜେପି ଟିକେଟ୍ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନସମର୍ଥନ ପାଇଥିଲେ। କିନ୍ତୁ ଦଳ ଏଥର ଟିକେଟ୍ କାଟିଦେବା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ସଂଗଠନରେ ରହି ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି। ତେବେ ବିଜେପୁରରୁ ଲଢିବାକୁ ସୁବାସ ଚୌହାନଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହି ଆସନରୁ ଲଢିବାକୁ ମନା କରିଛନ୍ତି। ଚଳିତ ଥର ବିଜେପୁରର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି। ତେଣୁ ଏହି ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଢିବାକୁ ସେ କହିଛନ୍ତି।
ଚଳିତ ସାଧାରଣ ନିର୍ବାଚନରେ ମେଣ୍ଟ ରାଜନୀତି ଜୋର୍ ଧରିଛି। ଉତ୍ତରପ୍ରଦେଶରେ ବିଏସ୍ପି-ଏସ୍ପି ମେଣ୍ଟ କରିଥିବାବେଳେ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ମେଣ୍ଟ ହେବା ନେଇ ଚର୍ଚ୍ଚା ବହୁଦିନରୁ ଲାଗି ରହିଛି । ତେବେ ଏହାକୁ ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ସୂଚନା ରହିଛି। ଏ ସମ୍ପର୍କରେ ଶେଷ ନିଷ୍ପତ୍ତି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ନେବେ। ଆଜି ଦିଲ୍ଲୀରେ ରାହୁଲ କଂଗ୍ରେସର ୪ କାର୍ଯ୍ୟକାରୀ ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ବୈଠକରେ ଆପ୍ ସହିତ ମେଣ୍ଟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କଂଗ୍ରେସର ଏହି କାର୍ଯ୍ୟକାରୀ ସଭାପତି ଦଳରେ ହାରୁନ୍ ୟୁସୁଫ, ରାଜେଶ ଲିଲୋଥିଆ, ଧୀରେନ୍ଦ୍ର ଯାଦବ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ଥିଲେ। ଦିଲ୍ଲୀରେ ୭ ଲୋକସଭା ଆସନରେ ଉଭୟ ଦଳ ବୁଝାମଣା କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଉଭୟ ଦଳର ନେତା ମାନେ ବାରମ୍ବାର ଏହାକୁ ଖଣ୍ଡନ କରି ଚାଲିଛନ୍ତି।…
ରାଜ୍ୟ ସରକାରଙ୍କ କୃଷି ଓ କୃଷକମାନଙ୍କ ପାଇଁ ‘କାଳିଆ ଯୋଜନା’ର ଟଙ୍କାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ବିଜେଡ଼ିକୁ ଟାର୍ଗେଟ କରୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ ବିଜେପି ଚାପଗ୍ରସ୍ତ ହୋଇ ‘କାଳିଆ’ ସହାୟତାକୁ ବିରୋଧ କରୁଛି। ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ପିଏମ୍ କିଷାନର ଯଥେଷ୍ଟ ଆଗରୁ କାଳିଆ ଯୋଜନା ଆସିଛି ବୋଲି କହିଛନ୍ତି ସସ୍ମିତ। ବିଜେପି ଏବେ ଚାଷୀ ମାରଣ ନୀତିକୁ ଆପଣାଇଛି। ବିଜେପିର ଚାପରେ ସିଇଓ କାଳିଆ ଟଙ୍କାକୁ ଅଟକାଉଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରୁଛି। ତେବେ ନିର୍ବାଚନ ପୂର୍ବରୁ ପ୍ରଶାସନିକ ସ୍ତରରେ ଏନେଇ ଅନୁମତି ନିଆଯାଇଥିବା ସତ୍ତ୍ବେ କାଳିଆ ଟଙ୍କାକୁ ଅବରୋଧ କରାଯିବାକୁ ନେଇ ବିଜେପି…
‘ଚୌକିଦାର’କୁ ନେଇ ଜାତୀୟ ରାଜନୀତି ଏବେ ବେଶ୍ ସରଗରମ୍। କଂଗ୍ରେସ ‘ଚୌକିଦାର ଚୋର୍ ହୈ’ ନାରା ଲଗାଉଥିବାବେଳେ ଏହି ନାରାକୁ ବିଜେପି ତା’ର ନିର୍ବାଚନୀ ଆୟୁଧ କରିଛି। ‘ମେ ଭି ଚୌକିଦାର’ର ଅଭିଯାନ ଆରମ୍ଭ କରି ନିର୍ବାଚନ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ପ୍ରାୟ ସମସ୍ତେ ବରିଷ୍ଠ ଟୁଇଟର୍ ଆକାଉଣ୍ଟରେ ନିଜ ନାମ ଆଗରୁ ଚୌକିଦାରକୁ ଯୋଡ଼ିଛନ୍ତି। ତେବେ ଏହି ଚୌକିଦାରକୁ ନିଜ ନାମରେ ଯୋଡ଼ିବା ପ୍ରସଙ୍ଗରେ ବୟାନ ଦେଇ ସୁବ୍ରମଣ୍ୟମ୍ ସ୍ବାମୀ ପୁଣି ଥରେ ବିବାଦରେ ପଶିଛନ୍ତି। ନିକଟରେ ସେ ସାକ୍ଷାତକାରରେ ଏହି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଜଣେ ବ୍ରାହ୍ମଣ। ସେ କଦାପି ଚୌକିଦାର ହୋଇପାରିବେ ନାହିଁ। ସେ କେବଳ ଆଦେଶ ଦେବେ, ଚୌକିଦାରମାନେ ତାକୁ ପାଳନ କରିବେ। ଏହି ସାକ୍ଷାତକାରଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସ୍ବାମୀଙ୍କ ଜାତିବାଦ ଚିନ୍ତାଧାରା ପାଇଁ ତାଙ୍କୁ ଓ ଦଳକୁ ସମାଲୋଚନା କରାଯାଇଛି। ଡିଏମ୍କେର…
କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବିଶ୍ବକପ୍ ଏବଂ ଆସେସ୍ ସିରିଜ୍ ନିମନ୍ତେ ଦୁଇ ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି। ଆଡାମ୍ ଗ୍ରିଫିଥ୍ ଏବଂ ଟ୍ରୟ କୁଲିଙ୍କୁ ସହକାରୀ କୋଚ୍ ଭାବରେ ଦଳରେ ସାମିଲ କରାଯାଇଥିବା ଜଣାପଡିଛି। ଆସନ୍ତା ମେ ୩୦ରୁ ଇଂଲଣ୍ଡ ଏବଂ ଓ୍ବେଲ୍ସରେ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି। ଏହି ଘୋଷଣା କରିଛନ୍ତି ସିଏର ଅନ୍ତରୀଣ କାର୍ଯ୍ୟକାରୀ ଜେନରାଲ ମ୍ୟାନଜର ବେଲିଣ୍ଡା କ୍ଲାର୍କ। ସୋମବାର ଏହି ଦୁଇ କୋଚ୍ଙ୍କ ନିଯୁକ୍ତି ପକ୍କା ହୋଇଥିବା ସୂଚନା ଦେଇଛନ୍ତି କ୍ଲାର୍କ। ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡର ୨୦୨୫ ଆସେସ୍ ବିଜୟ ସମୟରେ ଟ୍ରୟ କୁଲି ଦଳର ସହକାରୀ କୋଚ୍ ରହିଥିଲେ। ଉଭୟ ଖେଳାଳିଙ୍କ ଚୁକ୍ତି ଆସନ୍ତା ଆସେସ ସିରିଜ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସିଏ ପକ୍ଷରୁ କୁହାଯାଇଛି।
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଅଭିନୀତ ଚଳଚିତ୍ର ‘ଛପାକ୍’ର ଫାଷ୍ଟଲୁକ୍ ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚିତ୍ରରେ ଦୀପିକା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ। ମେଘନା ଗୁଲଜାର ଏହି ଚଳଚିତ୍ରର ନିର୍ଦ୍ଦଶନା ଦେଉଥିବା ବେଳେ ପ୍ରଯୋଜକ ଭାବରେ ପଦାର୍ପଣ କରୁଛନ୍ତି ଦୀପିକା। ଫାଷ୍ଟଲୁକ୍ ପୋଷ୍ଟରକୁ ଦୀପିକା ନିଜର ସୋସିଆଲ ମିଡିଆ ସାଇଟ୍ରେ ସେୟାର କରିଛନ୍ତି। ଫଟୋ ସହିତ ଦୀପିକା ଲେଖିଛନ୍ତି ଏହି ଚରିତ୍ରଟି ସଦାସର୍ବଦା ମୋ ସହିତ ରହିବ। ୧୦ ଜାନୁୟାରୀ ୨୦୨୦ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମଟି ଅଜୟ ଦେବଗନଙ୍କ ତାନାଜୀ ସହିତ ରିଲିଜ୍ ହେବ ବୋଲି ଜଣାପଡିଛି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥବାରୁ ଫ୍ୟାନ୍ ମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ରାଜିର ସଫଳତା ପରେ ମେଘନା ପ୍ରଥମ ଥର ପାଇଁ ଦୀପିକାଙ୍କ ସହିତ କାମ କରୁଥିବାରୁ ଏହାକୁ ନେଇ ମଧ୍ୟ ଚଳଚିତ୍ରପ୍ରେମୀ ଅଧିକ…
ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା ୧୫ଟି ଚିନୁକ୍ ହେଲିକପ୍ଟର୍ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ସାଲ୍ ବିଏସ୍ ଧନୋଆ ଏହି ହେଲିକପ୍ଟର୍ଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନଗୁଡ଼ିକରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ନିମନ୍ତେ ଏହି ବିମାନ ବ୍ୟବହାର କରାଯିବ। ୧୫ ଚିନୁକ ହେଲିକପ୍ଟର୍ ସକାଶେ ଭାରତ ସେପ୍ଟେମ୍ବର ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୧. ୫ ବିଲିୟନ୍ ଡଲାର୍ ରାଜିନାମା ସ୍ୱାକ୍ଷର କରିଥିଲା। ଗତ ମାସରେ ସେଥିରୁ ପ୍ରଥମ ୪ଟ ହେଲିକପ୍ଟର୍ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା। ସେଠାରୁ ସେସବୁକୁ ଚଣ୍ଡିଗଡ଼ ନିଆଯାଇଥିଲା। ଏହି ହେଲିକପ୍ଟର୍ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ୱର ୧୯ତମ ଦେଶ। ୨୩, ୦୦୦ କିଲୋଗ୍ରାମ୍ ଓଜନ ଉଠାଇ ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର୍ ବେଗରେ ଗତି କରିବ। ଏହାଛଡ଼ା ଚିନୁକ ହେଲିକପ୍ଟର୍କୁ…
ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ୨ ଲେକସଭା ଏବଂ ୯ ବିମଧାନସଭା ଆସନ ନିମନ୍ତେ ପ୍ରର୍ଥୀପତ୍ର ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ଘୋଷଣାରେ ଦଳରେ ନୂତନ ଭାବେ ଯାେଗଦେଇଥିବା ତଥା ଅନ୍ୟ ରାଜନୈତିକ ଦଳରୁ ଆସିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଆଜି ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁନିର୍ବାଚନ ଲଢ଼ିବେ। ସେହିପରି ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁପ୍ରତିଦ୍ୱନ୍ଦ୍ୱିତା କରିବେ। ଲାେକସଭା ପ୍ରାର୍ଥୀ ୧-ପ୍ରକାଶ ମିଶ୍ର : କଟକ ୨-ଖାରବେଳ ସ୍ବାଇଁ : କନ୍ଧମାଳ ବିଧାନସଭା ପ୍ରର୍ଥୀ ୧-ଝାରସୁଗୁଡା: ଦୀନେଶ ଜୈନ୍ ୨-ଭଣ୍ଡାରୀପୋଖରୀ : ବଦ୍ରି ନାରାୟଣ ଧଳ ୩-ଫୁଲବାଣୀ : ଦେବ ନାରାୟଣ ପ୍ରଧାନ ୪-ପାରଦ୍ବୀପ : ସମ୍ପଦ ସ୍ବାଇଁ ୫-ଜୟେଦବ : ନରେନ୍ଦ୍ର ନାୟକ ୬-ଜଟଣୀ : ବିଶ୍ବ ରଞ୍ଜନ ବଡଜେନା ୭-ବେଗୁନିଆ : ଋଷଭ ନନ୍ଦ ୮-ରେଢାଖୋଲ : ଦେବେନ୍ଦ୍ର ମହାପାତ୍ର ୯-ଭଦ୍ରକ : ଡକ୍ଟର…
ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଆଜି ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ପାଇଁ ମନୋନୀତ ହେଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟରେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇ ଉତ୍କଳ ଭାରତ ଦଳ ଗଠନ କରିଥିଲେ।ବିଜେପିରେ ସାମିଲ ହେବାପରେ ଖାରବେଳ ସ୍ୱାଇଁ କହିଛନ୍ତି,“ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ସାହିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ” ସେ ଆହୁରି କହିଛନ୍ତି,“ ରାଜ୍ୟରେ ବିଜେଡି ସରକାର ଅପାରଗ, ଭ୍ରଷ୍ଟାଚାର। ନବୀନଙ୍କୁ ହଟାଇବା ଲକ୍ଷ୍ୟରେ ନିଜ ଇଛାରେ ବିଜେପିକୁ ଫେରିଛି। ଆସନ୍ତା ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିବ। ସୂଚନା…
ଆଇପିଏଲ୍ର ଦ୍ବିତୀୟ ଦିବସରେ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ ସହିତ ଅଭିଯାନ ଆରମ୍ଭ କରିଛନ୍ତି। କେକେଆର ସନରାଇଜର୍ସ ହାଇଦ୍ରାବାଦକୁ ୬ଓ୍ବିକେଟ୍ରେ ପରାସ୍ତ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନ୍ରେ ପରାସ୍ତ କରିଥିଲା। କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୧୯ ବଲ୍ରୁ ୪୯ ରନ୍ ସଂଗ୍ରହ କରିଥିବା ବେଳେ ଦିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଋଷଭ ପନ୍ତ ୨୭ ବଲ୍ରୁ ୭୮ରନ୍ର ବିସ୍ଫୋରକ ପାଳି ଖେଳିଥିଲେ। ଏଥି ସହିତ କେକେଆର ୬ ୱିକେଟ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ବଲ୍ ଟ୍ୟାମ୍ପରିଂ ନିଲମ୍ବନରୁ ଫେରିଥିବା ଡେଭିଡ୍ ୱାର୍ନର (୮୫, ୫୩ ବଲ,୯ ଚୌକା, ୩ ଛକା) ଚମତ୍କାର ପାଳି ଖେଳିଥିଲେ ମଧ୍ୟ ଏହା ସନ୍ରାଇଜର୍ସ ପାଇଁ ଯଥେଷ୍ଟ ନଥିଲା। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ହାରି ହାଇଦ୍ରାବାଦ ବ୍ୟାଟିଂ ପାଇଥିଲା। ଦଳର ପ୍ରାରମ୍ଭିକ ଯୋଡ଼ି…

