Author: Samikhsya Bureau

ସରକାରକୁ ଆସିଲେ ନିତି ଆୟୋଗକୁ ଉଚ୍ଛେଦ କରିବେ ବୋଲି ରାହୁଲ୍‌ ଗାନ୍ଧି କହିଛନ୍ତି । ସେ କହିଛନ୍ତି ଯେ, ନିତି ଆୟୋଗ କୌଣସି ଉଦ୍ଦେଶ୍ୟ ସାଧନ କରୁନାହିଁ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଚାର କାର୍ଯ୍ୟ କରୁଛି ଏବଂ ଭୁଲ ତଥ୍ୟ ପ୍ରଦାନ କରୁଛି। କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇ ଯୋଜନା ଆୟୋଗରେ ବଦଳାଇବ । ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ସଦସ୍ୟ ଭାବେ ରଖାଯିବ। ସଦସ୍ୟ ସଂଖ୍ୟା ୧୦୦ରୁ କମ୍‌ ରହିବ। ସୂଚନାଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଜନା ‘ନ୍ୟାୟ’ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଏହା କାର୍ଯ୍ୟକାରୀ ହେଲେ ରାଜକୋଷ ୩.୫ ପ୍ରତିଶତରୁ ବଢି ୬ ପ୍ରତିଶତ ହୋଇଯିବ । ଏହି ଯୋଜନା ଆକାଶ କଇଁଆ ଭଳି, ଯାହାକୁ ପୂରା କରିବା ଅସମ୍ଭବ । ତେବେ ରାଜୀବ କୁମାରଙ୍କ ଏପରି ବୟାନକୁ ନିର୍ବାଚନ ଆୟୋଗ ନୋଟିସ୍‌…

Read More

ବିଜେଡ଼ିର ଆଉ ୩ଟି ଲୋକସଭା ଆସନ ଓ ୩୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ବାକି ଥିବାବେଳେ ଏବେବି ଚାଲିଛି ଦଳ ବଦଳ ପ୍ରକ୍ରିୟା । ଟିକେଟ ନପାଇବାକୁ ନେଇ ଗୋଟିଏ ପରେ ଗୋଟିଏ ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ଆଜି ଭଦ୍ରକ ସାଂସଦ ଅର୍ଜୁନ୍‌ ସେଠୀ ଦଳ ଛାଡ଼ି ଦଳ ବିରୋଧରେ ବିଷୋଦଗାର କରି ଇସ୍ତଫା ପତ୍ର ଦେଇଛନ୍ତି ।  ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।  ପ୍ରାର୍ଥୀ ଚୟନରେ ଅନିୟମିତାତାକୁ ନେଇ ଅସନ୍ତୁଷ୍ଟ ହୋଇଥିବା ସାଂସଦ ଅର୍ଜୁନ୍‌ ୮ଥର ସାଂସଦ ରହିଛନ୍ତି ।  ଏଥର ତାଙ୍କୁ ଟିକେଟ୍‌ ଦିଆଯାଇନାହିଁ । ଅର୍ଜୁନ୍‌ ସେଠୀ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ ବିଜେଡ଼ି ଛାଡ଼ିଛନ୍ତି । ତେବେ ଦଳ ଛାଡ଼ିବା ପରେ ସେ ତାଙ୍କ…

Read More

ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ତେଜ ବାହାଦୂର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା।ତେଜବାହାଦୂର କହିଛନ୍ତି, “ ମୋତେ ନିଜ ସହ ସାମିଲ କରିବା ପାଇଁ ଏକାଧିକ ରାଜନୈତିକ ଦଳ ମୋ ନିକଟକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ଜିତିବା କିମ୍ବା ହାରିବା ନେଇ କୌଣସି ଫରକ ପଡିବ ନାହିଁ । ଅର୍ଦ୍ଧସାମରିକ…

Read More

ଏକ କନ୍ନଡ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫାେରଣରେ 2 ଜଣ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଜଣେ 28 ବର୍ଷୀୟ ମହିଳା ଏବଂ ତାଙ୍କର 8 ବର୍ଷର ଝିଅ ପ୍ରାଣ ହରାଇଛନ୍ତି। କନ୍ନଡ ଫିଲ୍ମ ରଣମ୍‌ର ଏକ ବିସ୍ଫୋରଣ ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ମୃତା ମହିଳାଙ୍କ ନାମ ସୁମେରା ବାନୁ ଏବଂ ଝିଅର ନାମ ଆୟେରା ବାନୁ। ଏହି ବିସ୍ଫୋରଣରେ ସୁମେରାଙ୍କ 7 ବର୍ଷର ଝିଅ ଜୈନାବ୍‌ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ କିଛି ଦୂରରେ ଥିବା କେଆଇଏଡିବି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଏହି ଦୁର୍ଘଟଣା ପରେ ସୁଟିଂ ସେଟ୍‌ର ସଦସ୍ୟ ମାନେ ସେଟ୍‌ ଛାଡି ପଳାୟନ କରିଥିଲେ। ସୁଟିଂ ପାଇଁ ପେଲିସ୍‌ ଏବଂ ଅଗ୍ନିଶମ ବିଭାଗ ନିକଟରୁ ଅନୁମତି ନିବଯାଇନଥିଲା ବୋଲି ଉତ୍ତର ପୂର୍ବ ଡିଭିଜନ୍‌ର ଡିସିିପି କାଲା କ୍ରିଷ୍ଣସ୍ବାମୀ…

Read More

ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ବସ୍ତା ବିଧାୟକ ଓ ମନ୍ତ୍ରୀ ରଘୁନାଥ ମହାନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସରେ ନବୀନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଟିକେଟ ମିଳିବା ପ୍ରସଙ୍ଗ ଉପରେ ମତ ଦେଇ ରଘୁ ମହାନ୍ତି କହିଛନ୍ତି ଯେ, ଏହା ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ତେବେ ସେ ବିଜେଡ଼ିରେ ରହିଛନ୍ତି ଓ ଦଳ ପାଇଁ କାମ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Read More

ଆଇପିଏ୍‌ଲ୍‌ରେ ଚଳିତ ସିଜିନ୍‌ର ପ୍ରଥମ ଶତକ ଫିକା ପଡିଛି। ରାଜସ୍ଥାନ ରୟାଲ୍‌ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍‌ଠିତ ଏହି ମୁକାବିଲାରେ ସନ୍‌ରାଇଜର୍ସ ରୟାଲ୍ସକୁ 5 ଓ୍ବିକେଟ୍‌ରେ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମ୍‌ସନ୍‌ (102, 55 ବଲ୍‌) ଚଳିତ ଆଇପିଏଲ୍‌ର ପ୍ରଥମ ଶତକ ହାସଲ କରିଥିଲେ ମଧ୍ୟ ଓ୍ବାର୍ଣ୍ଣରଙ୍କ ଅର୍ଦ୍ଧଶତକ ସାମ୍ନାରେ ଫିକା ପଡିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଏହାର ସଫଳତମ ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କୁ ମାତ୍ର 15 ରନ୍‌ରେ ହରାଇଥିଲା। ବଟ୍‌ଲର ମାତ୍ର 5 ରନ୍‌ କରି ରସିିଦ୍‌ ଖାନ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍‌ଡ ହୋଇଥିଲେ। ଏହାପରେ ଅଧିନାୟକ ରାହଣେଙ୍କ ସହିତ ଯୋଗ ଦେଇଥିଲେ ସଞ୍ଜୁ ସାମ୍‌ସନ୍‌ । ଉଭୟ ପ୍ରାରମ୍ଭରୁ ଓ୍ବିକେଟ୍‌ ବଞ୍ଚାଇ ଖେଳିଥିଲେ ଏବଂ ପରେ ଆକ୍ରମଣ କରିଥିଲେ। ରାହାଣେ- ସାମସନ୍‌ 75 ବଲ୍‌ରୁ 119 ରନ୍‌ର ଭାଗିଦାରୀ କରିଥିଲେ। ରାହାଣେ 49 ବଲ୍‌ରୁ 4ଟି ଚୌକା ଏବଂ…

Read More

ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା। ପୀତାମ୍ବର ଆଚାର୍ଯ୍ୟ କାର୍ଯ୍ୟରତ ପୁଲିସ ଅଧିକାରୀ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ଆସିକା ଥାନାରେ ଏହି ମାମଲା ଦାଏର ହୋଇଛି। ଶୁକ୍ରବାର ଦିନ ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ଯାଞ୍ଚ ପାଇଁ ରାସ୍ତାରେ ତାଙ୍କ ଗାଡିକୁ ପୁଲିସ ଅଟକାଇଥିଲା। ସେ ଯାଞ୍ଚରେ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରେ ଉପସ୍ଥିତ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ସମେତ ପୁଲିସଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।

Read More

ଏକ ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ବ୍ଲକର ତଦସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୁରେଶ ନନ୍ଦ ବୋଲି ଜଣାପଡିଛି। ସେ ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ମୁତାବକ, କୋମନା ତହସିଲଦାର ସୁରେଶ ନନ୍ଦ ଆଜି ନିର୍ବାଚନ କାମରେ ନୂଆପଡାରୁ ଭୁବନେଶ୍ୱର ଆସୁଥିଲେ। ତେବେ ନୟାଗଡର ନୂଆଗାଁ-ଦଶପଲ୍ଲାର ରାସ୍ତାରେ ଥିବା ସୋରଡା ନିକଟରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଡିର ଡ୍ରାଇଭର ସନତ ପଟେଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Read More

ପ୍ରଯୋଜକ ବୋନି କପୁର ଏକ ବ୍ଲକ୍‌ବଷ୍ଟର ତେଲୁଗୁ ଫିଲ୍ମର ରିମେକ୍‌ କରିବାକୁ ଯାଉଛନ୍ତି। ‘ଏଫ୍-୨ ଫନ୍‌ ଆଣ୍ଡ ଫ୍ରଷ୍ଟ୍ରେସନ୍‌’ ଦୁଇ ମାସ ତଳେ ରିଲିଜ୍‌ ହୋଇଥିଲା ଏବଂ ଫିଲ୍ମଟି ୧୦୦ କୋଟିରୁ ଅଧିକ ବ୍ୟବସାୟ କରିବା ସହିତ ବ୍ଲକ୍‌ବଷ୍ଟର ମାନ୍ୟତା ହାସଲ କରିଥିଲେ। ଜାନୁୟାରୀ ୨୦୧୯ରେ ରିଲିଜ୍‌ ହୋଇଥିବା ଏହି ଚଳଚିତ୍ରରେ ଭେଙ୍କଟେଶ, ତମନ୍ନା ଭାଟିଆ, ବରୁଣ ତେଜ ଏବଂ ମେହରିନ୍‌ ପିରଜାଦା ନଜର ଆସିଥିଲେ। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଅନୀଲ ରବିପୁଡି ଦେଇଥିଲେ। ହିନ୍ଦୀ ରିମେକ୍‌ ନିମନ୍ତେ ବୋନି ଅନୀଶ ବାଜ୍‌ମୀଙ୍କୁ ଚୟନ କରିଥିବା ବେଳେ ଜନ୍‌ ଆବ୍ରାହାମ ପ୍ରମୁଖ ଭୂମିକାରେ ନଜର ଆସିବେ।ଏହି ଚଳଚିତ୍ର ପାଇଁ ବୋନି କପୁର ଏଫ୍‌-୨ର ପ୍ରଯୋଜକ ଦିଲ୍‌ ରାଜୁଙ୍କ ସହ ଆଲୋଚନାରତ ଅଛନ୍ତି। ପୂର୍ବରୁ ଶ୍ରୀଦେବୀ ହିନ୍ଦୀ ଫିଲ୍ମ ‘ପିଙ୍କ’ର ତାମିଲ ରିମେକ କରିବାକୁ ଚାହୁଁଥିଲା ବେଳେ ସେହି ପ୍ରକଳ୍ପ ଉପରେ କାମ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ବୋନି କପୁର।

Read More

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(ସପା)ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମହାମେଣ୍ଟରେ ଗୋଟିଏ ଦିନ ପୂର୍ବରୁ ସାମିଲ ହୋଇଥିବା ନିଶାଦ ପାର୍ଟି ଏବେ ୟୁ-ଟର୍ଣ୍ଣ ନେଇଛି। ନିଶାଦ ପାର୍ଟି କୌଣସି ପ୍ରକାରରେ ସପା-ବିଏସ୍‌ପି ମହାମେଣ୍ଟରେ ରହିବ ନାହିଁ ଏବଂ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁବାର ନିଶାଦ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପା- ବିଏସ୍‌ପି ମହାମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଥିଲା। ତେବେ ମେଣ୍ଟରେ ଯୋଗଦେବା ପରେ ଆସନ ଭାଗବଣ୍ଟାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ନିଶାଦ ପାର୍ଟି ମୁଖ୍ୟ ମହାରାଜଗଞ୍ଜ ଆସନରୁ ଦଳୀୟ ଚିହ୍ନରେ ଲଢ଼ିବାକୁ ମହାମେଣ୍ଟ ଆଗରେ ପ୍ରସ୍ତାବ ରଖିଥିଲେ। ହେଲେ ଏହି ଅଙ୍କ ଛିଡ଼ି ନଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନିଶାଦ ପାର୍ଟି ମହାମେଣ୍ଟକୁ ବାଏ ବାଏ କହିଛି। ମହାମେଣ୍ଟରୁ ଓହରିବା ପରେ ନିଶାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦ…

Read More

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ ତରଫରୁ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆମେରିକା ଏହି ପ୍ରବେଶ ପଥ ବନ୍ଦ କରିବ। ଆମେରିକାର ଦକ୍ଷିଣରେ ଅବସ୍ଥାପିତ ଏହି ସୀମାକୁ ବନ୍ଦ କରିବା ପାଇଁ ନିକଟରେ ପେଣ୍ଟାଗନ ଆମେରିକୀୟ କଂଗ୍ରେସକୁ ୧ ବିଲିୟନ୍‌ ଡଲାରର ଅର୍ଥରାଶି ପ୍ରଦାନ କରିଥିଲା। ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଏହି ସୀମାକୁ ଆମେରିକା ବନ୍ଦ କରିଦେବ ଏବଂ ଆବଶ୍ୟକ ପଡିଲେ ଦୀର୍ଘ ଦିନ ପାଇଁ ଏହି ସୀମାକୁ ବନ୍ଦ କରି ଦିଆଯିବ ଏବଂ ମେକ୍ସିକୋ ଆମେରିକା ସହିତ ଖେଳିବା ବନ୍ଦ କରୁ। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ନିଜର ମନୋଭାବ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଏହି ଧମକ ପରେ ମେକ୍ସିକୋ ପକ୍ଷରୁ ମଧ୍ୟ ସମାନ ଧମକ…

Read More

କେଦାର ମିଶ୍ର   ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ। ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ………. ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ। ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ ଓକିଲ ଥିଲି ବୋଲି ତମେ ଜାଣିନ କି? ମାଜିଷ୍ଟ୍ରେଟ? କି ଚାକିରି ଆପଣଙ୍କର? କଣ୍ଟାକ୍ଚୁଆଲ ପଦରେ ଅଛ କି? ମୁଁ କଟକ ଲୋକସଭା ଲାଗି ପ୍ରାର୍ଥୀ ଥିଲି, ଜିତି ବି ସାରିଥିଲି। ମୋତେ ହିଂଜିଳି ଖାସ କରି ପଠାଯାଇଛି। ତମ ନବୀନ ଗୋଟେ ଆଞ୍ଚଳିକ ଦଳର ପ୍ରାର୍ଥୀ, ମନେରଖ, ମୁଁ ଗୋଟେ ଜାତୀୟ ଦଳର ପ୍ରାର୍ଥୀ। , ନବୀନ ପଟ୍ଟନାୟକ ହାରିସାରିଲେଣି। ମୋତେ ଅଟକାଇବାର ସାହସ କଲ କେମିତି? ଏମିତି ଗୋଟେ ଲମ୍ବା ଉଚ୍ଚବାଚ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଉପରୋକ୍ତ ସଂଳାପ ସବୁ ଯେ କହିଛନ୍ତି ସେ ହେଉଛନ୍ତି ଓଡିଶା ବିଜେପିର ଜଣେ…

Read More

ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିବାର ଖବର ମିଳିଛି। ପ୍ରାୟ 10 ଜଣ ଲୋକ ଆସି ତାଙ୍କୁ ଅଫିସ ଭିତରୁ ଟେକି ନେଇଯାଇଥିଲେ। ତାଙ୍କୁ ଜବରଦସ୍ତ ଏକ ଗାଡିରେ ଦୁର୍ବତମାନେ ଅପହରଣ କରି ନେଉଥିବାର ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖିଥିଲେ। ଏହାର କିଛି ସମୟ ପରେ ଦୁର୍ବତମାନେ ଛାଡିଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅପହରଣ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଇଁତଳା ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଠିକା କାମକୁ ନେଇ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି।   ଏନେଇ ମାମଲା ରୁଜ୍ଜୁ ପରେ ପୁଇଁତଳା ପୋଲିସ ତନାଘନା ଅରମ୍ଭ କରିଛି। ଉଦ୍ଧାର ପରେ ସରୋଜଙ୍କୁ ଜିଲ୍ଲାପାଳ ଏବଂ ଏସପି ପଚାରାଉଚୁରା କରୁଛନ୍ତି।

Read More

ସୁଲତାନ ଆଜଲାନ ଶାହ କପ୍‌ ହକିରେ ନିଜର ଶେଷ ମ୍ୟାଚ୍‌ରେ ଭାରତ ୧୦-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି। ଏହିତ ମ୍ୟାଚ୍‌ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ୍‌ ପାଇଁ ଦୁଇ ପରିବର୍ତ୍ତନ କରିଥିଲା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା।  ସୁରେନ୍ଦ୍ର କୁମାର ଦଳର ନେତୃତ୍ବ ନେଇଥିଲେ। ଭାରତ ପକ୍ଷରୁ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଫିଲ୍‌ଡ ଗୋଲ୍‌ ଜରିଆରେ ଦେଇଥିଲେ ବିବେକ ପ୍ରସାଦ। ଭାରତ ଆଜିର ମ୍ୟାଚ୍‌ରେ ତିନୋଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲା। ଭାରତ ପକ୍ଷରୁ ସୁମିତ କୁମାର(୭), ବରୁଣ କୁମାର (୧୮,୨୫), ସୁରେନ୍ଦ୍ର କୁମାର (୧୯), ସିମରନ୍‌ଜିତ୍‌  ସିଂ(୨୯), ନୀଳକଣ୍ଠ (୩୬), ମନ୍‌ଦୀପ୍‌(୫୦,୫୧) ଏବଂ ଅମିତ ରୋହିଦାସ (୫୫) ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ଫାଇନାଲ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି। ମନ୍‌ଦୀପ୍‌ ସିଂ ବର୍ତ୍ତମାନ ସୁଦ୍ଧା ୭ଟି ଗୋଲ୍‌ ସ୍କୋର…

Read More

ବିଜେଡ଼ି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘାେଷଣା କରିଛି । ସେମାନେ ହେଲେ.. ୧. ପାରାଦୀପ – ସମ୍ବିତ ରାଉତରାୟ ୨. ବଡ଼ଚଣା  – ଅମର ଶତପଥୀ ୩. ପୁରୀ  – ମହେଶ୍ବର ମହାନ୍ତି ୪. ତିର୍ତ୍ତୋଲ୍‌ – ବିଷ୍ଣୁଦାସ ୫. ସୋର – ପର୍ଶୁରାମ ଧଡ଼ା ୬. ଜଟଣୀ – ବିଭୂତି ବଳବନ୍ତରାୟ ୭. ବାରବାଟୀ କଟକ – ଦେବାଶିଷ ସାମନ୍ତରାୟ ୮. କଟକ ସଦର – ଚନ୍ଦ୍ରସାରଥୀ ବେହେରା ୯.  ଜଳେଶ୍ବର – ଅଶ୍ବିନୀ କୁମାର ପାତ୍ର ୧୦. ଯଶୀପୁର –  ଗୋଲକ ନାଏକ ୧୧. ରେଙ୍ଗାଲୀ – ରୀନା ତନ୍ତୀ ୧୨. ବାଙ୍ଗିରିପୋଷି – ସୁଦାମା ମାରାଣ୍ଡି ୧୩. ବାଲେଶ୍ବର – ଜୀବନ ପ୍ରଦୀପ ଦାସ ୧୪. ଭଦ୍ରକ – ସଂଜୀବ ମଲ୍ଲିକ ୧୫. ରାଜନଗର – ଧ୍ରୁବ ଚରଣ ସାହୁ ୧୬. ସାରସକଣା – ଅମର ସିଂହ ଟୁଡୁ ୧୭. ଉଦଳା…

Read More

ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରାର୍ଥୀ ନିଜ ବିରୋଧରେ ଚାଲିଥିବା ତଥା ରହିଥିବା ଅପରାଧୀକ ମାମଲାର ପୃଷ୍ଠଭୂମି ଉପରେ ସୂଚନା ଦେବେ ବୋଲି  ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।  ଏହି ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାରୁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।  ଜଷ୍ଟିସ୍ ଆର ଏଫ ନରୀମନ ଏବଂ ଜଷ୍ଟିସ୍ ବିନୀତ ସରନଙ୍କ ଖଣ୍ଡପୀଠ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଯାଚିକା ଉପରେ ଶୁଣାଣୀ କରିବା ସମୟରେ   କେନ୍ଦ୍ର ଓ ଇସିଙ୍କୁ  ଜବାବ ମାଗିଛନ୍ତି  କୋର୍ଟ । ଏକ ଜନହିତ ଯାଚିକାରେ ଶୁଣାଣୀ କରିବା ସମୟରେ ସୁପ୍ରିମକୋର୍ଟ ଗତବର୍ଷ କହିଥିଲେ କି, ସମସ୍ତ ପ୍ରତ୍ୟାଶୀ ନିର୍ବାଚନ ଲଢିବା ପୂର୍ବରୁ ଆୟୋଗ ସମକ୍ଷରେ ନିଜର ଅପରାଧୀକ ପୃଷ୍ଠଭୂମି ଘୋଷଣା କରିବାକୁ ପଡିବ ଏବଂ ପ୍ରତ୍ୟାଶୀମାନେ ଖବରକାଗଜ ଓ ଟେଲିଭିଜନ  ମାଧ୍ୟମରେ ଏ ବିଷୟରେ ପ୍ରଚାର ପ୍ରସାର କରିବେ । ଯାହା ଫଳରେ ମତଦାତାମାନେ ସେମାନଙ୍କ ବିଷୟରେ ଜାଣି…

Read More

ଅମ୍ପାୟାରଙ୍କ ଖାମଖିଆଲ୍ ଗୁଣ ଯୋଗୁଁ କୋହଲି ରାଗିଯାଇ କହିଥିଲେ ଯେ ଆମେ ଆଇପିଏଲ୍ ଖେଳୁଛୁ କୌଣସି କ୍ଲବ୍ କ୍ରିକେଟ୍ ଖେଳୁନାହୁଁ। ମାଲିଙ୍ଗା ବୋଲିଂ କରିଥିବା ଶେଷ ବଲ୍‌ଟି ନୋ ବଲ୍‌ ଥିଲେ ମଧ୍ୟ ଏହା ମ୍ୟାଚ୍‌ ପରେ ରିପ୍ଲେରୁ ଜଣାପଡିଥିଲା। ଶେଷ ବଲରେ ଯାହା ହେଲା ତାହା ଅତ୍ୟନ୍ତ ନୈରାଶ୍ୟଜନକ। ଅମ୍ପାୟାର୍ ଖେଳ ସମୟରେ ଆଖି ଖୋଲା ରଖନ୍ତୁ ବୋଲି କହିଛନ୍ତି ଆରସିବି ଅଧିନାୟକ କୋହଲି। ଅନ୍ୟପକ୍ଷରେ ମୁ୍ମ୍ବାଇ ଅଧିନାୟକ ରୋହିତ୍ ଶର୍ମାଙ୍କ କହିବାନୁସାରେ ବୁମରାହଙ୍କ ଗୋଟିଏ ବଲ୍ ଯାହାକୁ ଅମ୍ପାୟାର୍ ଓ୍ବାଇଡ୍‌ ଦେଇଥିଲେ ତାହା ଓ୍ବାଇଡ୍‌ ନଥିଲା। ଯଦି ଏହାକୁ ଅମ୍ପାୟାର ନୋ ବଲ୍ ଘୋଷଣା କରିଥାନ୍ତେ ତେବେ ନା କେବଳ ଏକ ଏକ୍ସଟ୍ରା ରନ୍ ବରଂ ଏକ ବଲ୍ ଏବଂ ଫ୍ରି ହିଟ୍ ମଧ୍ୟ ମିଳିଥାନ୍ତା। ଏଭଳି ସ୍ଥିତିରେ ମ୍ୟାଚର ଫଳାଫଳ ଭିନ୍ନ ହାେଇଥାନ୍ତା। ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍…

Read More

ପଟିଦାର ସମ୍ପ୍ରଦାୟର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍‌ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ହାର୍ଦ୍ଦିକ ନିଜର ଦଣ୍ଡାଦେଶକୁ କମ୍‌ କରିବା ପାଇଁ ଗୁଜୁରାଟ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଅପରପକ୍ଷରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ନିର୍ବାଚନ ଲଢ଼ିବା ନେଇ ହାର୍ଦ୍ଦିକଙ୍କ ଉପରେ ଏବେ ରୋକ ଲଗାଯାଇଛି। କିଛି ଦିନ ତଳେ ପାଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ସାମିଲ ହୋଇଥିବା ବେଳେ ସେ ଗୁଜୁରାଟର ଜାମନଗରରୁ ନିର୍ବାଚନ ଲଢ଼ିଥାନ୍ତେ।   ଭାରତୀୟ ସମ୍ବିଧାନର ଧାରା ୧୯୫୧ ଅନୁଯାୟୀ ହାର୍ଦ୍ଦିକ ଚଳିତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ । ୨୦୧୫ ମେହସାଣାର ବିସନଗରରେ ଦଙ୍ଗା ଉସକାଇବା ମାମଲାରେ ହାଇକୋର୍ଟ ତାଙ୍କୁ ୨ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ…

Read More

ୟୁରୋ କପ୍‌ ୨୦୧୯ ନିମେନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ସ୍ପେନ୍‌, ରୋମାନିଆ ଏବଂ ଇଟାଲୀ ବିଜୟ ହାସଲ କରିଛନ୍ତି। ମାଲ୍‌ଟା ବିପକ୍ଷ ମ୍ୟାଚ୍‌ରେ ସ୍ପେନ୍‌ ୨-୦ରେ ବିଜୟ ହାସଲ କରିଥିବା ବେଳେ ରୋମାନିଆ ଫେରାେସ୍‌ ଆଇଲ୍ୟାଣ୍ଡକୁ ୪-୧ରେ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ଆଜି ସବୁଠୁ ବଡ ବ୍ୟବଧାନର ବିଜୟ ହାସଲ କରିଥିବା ଇଟାଲୀ ୬-୦ରେ ଲିଚେନ୍‌ଷ୍ଟେନ୍‌କୁ ପରାସ୍ତ କରିଥିଲା। ଅନ୍ୟ ୩ଟି ମୁକାବିଲା ଅମୀମାଂସିତ ଭାବରେ ଶେଷ ହୋଇଥିଲା। ବୋସନିଆ ଏବଂ ଗ୍ରୀସ୍‌ ମଧ୍ୟରେ ହୋଇଥିବା ମୁକାବିଲା ୨-୨ରେ ଅମୀମାଂସିତ ରହିଥିବା ବେଳେ, ସ୍ବିଜରଲ୍ୟାଣ୍ଡ ଏବଂ ଡେନ୍‌ମାର୍କ ମଧ୍ୟରେ ମୁକାବିଲା ୩-୩ରେ ଅମୀମାଂସିତ ରହିଥିଲା। ସେହିପରି ନରଓ୍ବ ଏବଂ ସ୍ବିଡେନ୍‌ ମଧ୍ୟରେ ଦିନର ଶେଷ ମ୍ୟାଚ୍‌ ମଧ୍ୟ ଅମୀମାଂସିତ ଭାବରେ ଶେଷ ହୋଇଥିଲା। ଗ୍ରୁପ୍‌ ଏରେ ଇଂଲଣ୍ଡ ୨ ଟି ମ୍ୟାଚ୍‌ରୁ ୬ ପଏଣ୍ଟ ସହିତ ପଏଣ୍ଟ ତାଲିକାରେ ଉପରେ ରହିଥିବା ବେଳେ ଗ୍ରୁପ୍‌ ବିରେ ୟୁକ୍ରେନ୍‌, ଗ୍ରୁପ୍‌ ସିତ୍ତର…

Read More

ରାଜନୈତିକ ଦଳମାନେ ନିର୍ବାଚନ ମଇଦାନରେ ବଳ କଷାକଷି କରିବା ବେଳକୁ ଦଳର ପ୍ରାର୍ଥୀମାନେ ଦଳ ବଦଳ ପ୍ରକ୍ରିୟା ଚାଲୁ ରଖିଛନ୍ତି । ଟିକେଟ ଅସନ୍ତୁଷ୍ଟ ନେଇ ପ୍ରାର୍ଥୀମାନେ ଏହି ପ୍ରକ୍ରିୟା ଚାଲୁ ରଖୁଛନ୍ତି ।  ବରଗଡ଼ ଜିଲ୍ଲାର ୯ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଗତକାଲି ଦଳ ଛାଡ଼ିଛନ୍ତି ।  ସେମାନଙ୍କ ସହ ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ କୁମାର ମାଝୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହି ନେତା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟମାନେ ହେଲେ ସଞ୍ଜୁକ୍ତା ମାଝୀ, ଅଞ୍ଜନ ଭୋଇ, ସୁଜାତା ବାରିକ, ବିଳାସିନୀ ମେହେର, ବିଶ୍ୱକାନ୍ତି ଭୋଇ, ସୁଷମା ଭୁଏ, ପଞ୍ଚାନନ ମିର୍‌ଧା, ପାର୍ବତୀ ଭୋଇ ଏବଂ ଉମେଶ ଚନ୍ଦ୍ର ବଢ଼େଇ। ଏ ସମସ୍ତ ସଭ୍ୟ ଆଜି ବିଜେଡିରେ…

Read More

ବିଜେପିର ଆନନ୍ଦପୁର ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପିରେ ମିଶିବା ପରେ ଏହାକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍‌ ଗରମ ହୋଇଛି। ଭାଗିରଥୀ ବିଜେପିର ଅନ୍ତଃକନ୍ଦଳ ପାଇଁ ଦଳ ଛାଡ଼ି ବିଜେଡ଼ିରେ ମିଶିଛନ୍ତି ବୋଲି କହିବା ସହିତ ଏଇଟା ତାଙ୍କର ଘରବାହୁଡ଼ା ବୋଲି କହିଛନ୍ତି। ତେବେ ଏ ପ୍ରସଙ୍ଗରେ ବିଜେପିର ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ଭାଗିରଥୀଙ୍କୁ ବିଜେଡ଼ି କେଉଁ ଯୋଗ୍ୟତା ଭିତ୍ତିରେ ନେଲା ବୋଲି ପ୍ରଶ୍ନ କରିବା ସହିତ ଏଠାରେ ତିନୋଟି ପି କାମ କରୁଛି ବୋଲି ସମୀର ମହାନ୍ତି କହିଛନ୍ତି। ତେବେ ପ୍ରତ୍ୟାଖ୍ୟାତ ପ୍ରାର୍ଥୀଙ୍କ ମିଶ୍ରଣରୁ ଜଣାପଡୁଛି ବିଜେଡି ହତାଶ ହୋଇପଡ଼ିଛି, ଆନନ୍ଦପୁରର ବୁଦ୍ଧିମାନ ଭୋଟର ଏହାର ଠିକ୍‌ ଜବାବ ଦେବେ ବୋଲି ସମୀର କହିଛନ୍ତି।

Read More