ରାହୁଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଭାରତ ଧର୍ମ ଜନସେନା ମୁଖ୍ୟ ଭେଲ୍ଲାପଲ୍ଲୀ

Published: Apr 1, 2019, 4:33 pm IST
Thushar-vs-Rahul in wayanad

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡ୍‌ରୁ ଲଢିବା ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ବିଜେପି ରାହୁଲଙ୍କ ବିପକ୍ଷରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାରତ ଧର୍ମ ଜନସେନା ଦଳର ମୁଖ୍ୟ ଥୁସାର ଭେଲ୍ଲାପଲ୍ଲୀ ରାହୁଲଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି। ବିଜେପି ସଭାପତି ଅମିତ ଶାହ ଏହି ଘୋଷଣା କରିବା ସହିତ ଶ୍ରୀ ଭେଲ୍ଲାପଲ୍ଲୀଙ୍କ ଓ୍ବାୟାନାଡ୍‌ରେ ଏନ୍‌ଡିଏର ପ୍ରାର୍ଥୀ ଭାବେ ଛିଡା କରାଇଛନ୍ତି। ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଶାହା ଏହି ଘୋଷଣା କରିଛନ୍ତି। ଶାହା କହିଛନ୍ତି ଥୁସାର ଜଣେ ଯୁବନେତା, ଯିଏକି ସାମାଜିକ ନ୍ୟାୟ ବ୍ୟବସ୍ଥା ଏବଂ ଉନ୍ନତି ନିମେନ୍ତ ପ୍ରତିବଦ୍ଧ। ଶ୍ରୀ ଭେଲ୍ଲାପଲ୍ଲୀଙ୍କ ସହିତ କେରଳରେ ଏନ୍‌ଡିଏ ମେଣ୍ଟ ସରକାର ଗଠନ ନିମନ୍ତେ ଏକ ବଢିଆ ବିକଳ୍ପ ବୋଲି ଶାହା କହିଛନ୍ତି। ସୂଚନାଯେଗ୍ୟ ଯେ, ଉତ୍ତର ପ୍ରଦେଶର ଆମେଥିରୁ ପ୍ରତିଦ୍ବନ୍ଦିତା କରୁଥିବା ରାହୁଲ ନିଜର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ ଭାବରେ ଓ୍ବାୟାନାଡ୍‌କୁ ଚୟନ କରିଛନ୍ତି।

Related posts