ରେକର୍ଡ ଛୁଇଁଲା ସେନ୍‌ସେକ୍ସ ଏବଂ ନିଫ୍‌ଟୀ

Published: Apr 1, 2019, 1:54 pm IST
share markets creats record

ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍‌ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାର ଆରମ୍ଭ ହେବା ପରେ ଏହା ୩୩୦ ପଏଣ୍ଟ ବୃଦ୍ଧି ପାଇ ୩୯୦୦୦ ପଏଣ୍ଟ ଅତିକ୍ରମ କରିବା ସହ ୩୯୦୨୮.୬୭ ପଏଣ୍ଟରେ ପହଞ୍ଚିଛି। ଏହା ସହିତ ନିଫ୍‌ଟୀ ମଧ୍ୟ ୫୦ ପଏଣ୍ଟ ବୃଦ୍ଧି ପାଇ  ୧୧୭୧୫ରେ ପହଞ୍ଚିଛି । ନିଫ୍‌ଟୀର ସର୍ବକାଳୀନ ରେକର୍ଡ ୧୧୭୬୦ ରହିଥିବା ବେଳେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତିଜ୍ଞ ମାନେ ପୂର୍ବାନୂମାନ ଲଗାଇଛନ୍ତି। ବିଶେଷକରି ମେଟାଲ, ଯାନବାହନ ଏବଂ ଅର୍ଥନୈତିକ ଷ୍ଟକ୍‌ କାରବାରରେ ବୃଦ୍ଧି ଯୋଗୁ ସେନସେକ୍ସରେ ବୃଦ୍ଧି ଘଟିଛି। ଗତବର୍ଷ ଅଗଷ୍ଟରେ ସେନସେକ୍ସ ୩୮୯୮୯ ପଏଣ୍ଟ ଛୁଇଁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୋମବାର ସେନସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ ସବୁଠାରୁ ଆଗରେ ରହିଛନ୍ତି।

Related posts