Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କିସ୍‌ କରି ରେକର୍ଡ କଲେ କପଲ୍‌ : ଦୁଇଲକ୍ଷ ଟଙ୍କା ସହ ଜିତିଲେ ହୀରାର ମୁଦି

ନୂଆଦିଲ୍ଲୀ : କିସ୍‌ ବା ଚୁମ୍ବନ ପ୍ରେମ ପରିପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟମ । ପ୍ରେମୀ ପ୍ରେମିକାକୁ, ସ୍ବାମୀ ସ୍ତ୍ରୀଙ୍କୁ ଚୁମ୍ବନ କରିଥା’ନ୍ତି । ବନ୍ଧୁମାନେ ମଧ୍ୟ ବନ୍ଧୁତ୍ବ କିସ୍‌ ଦେଇ ନିଜର ଭାବ ପରିପ୍ରକାଶ କରିଥା’ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି ଯେ, ଜଣେ କିସ୍‌ କରି ଲକ୍ଷ ଟଙ୍କା ଓ ହୀରାର ମୁଦି ଜିତିପାରିଛନ୍ତି ବୋଲି । ଥାଇଲାଣ୍ଡରେ ରହୁଥିବା ଏକ କପଲ୍‌ ପୂରା 58 ଘଣ୍ଟା କିସ୍‌ କରି ନିଜ ନାମରେ ଏକ ଅନନ୍ୟ ରେକର୍ଡ କରିଛନ୍ତି। ଏହା ସହିତ ଆକର୍ଷଣୀୟ ଉପହାର ମଧ୍ୟ ପାଇଛନ୍ତି ।

ଥାଇଲାଣ୍ଡର ଏହି କପଲ୍‌ 10 -15 ମିନିଟ୍‌ ନୁହେଁ, ପୂରା 58 ଘଣ୍ଟା 35 ମିନିଟ୍‌ 58 ସେକେଣ୍ଡ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଇ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ଚୁମ୍ବନକୁ ଦୁନିଆର ସବୁଠୁ ଦୀର୍ଘ ଚୁମ୍ବନ ବା କିସ୍‌ ବୋଲି ଅଭିହିତ କରାଯାଇଛି । ଏପରିକି ଦୁହେଁ ଟଏଲଟ୍‌ ଯିବା ସମୟରେ ମଧ୍ୟ କିସ୍‌ କରିବା ବନ୍ଦ କରିନଥିଲେ । ଦୀର୍ଘ ସମୟ ଧରି କିସ୍‌ କରିଥିବା ଏହି କପଲ୍‌ ରେକର୍ଡର ଅଧିକାରୀ ହେବା ସହ 2 ଲକ୍ଷ ଟଙ୍କା ଓ ଦୁଇଟି ହୀରା ମୁଦି ଜିତିଛନ୍ତି । (ଏଜେନ୍ସି)

 

Categories
ଆଜିର ଖବର

ମୋର୍ଗାନଙ୍କ ରେକର୍ଡ ସଂଖ୍ୟକ ଛକ୍କା : ଆଫଗାନିସ୍ତାନକୁ ହରାଇଲା ଇଂଲଣ୍ଡ

ଇଂଲଣ୍ଡ ଅଧିନାୟକ ଇୟୋନ୍‌ ମୋର୍ଗାନ୍‌ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକ୍କା ମାରିବାର ବିଶ୍ବ ରେକର୍ଡ କରିଛନ୍ତି। ଗତକାଲି ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମୋର୍ଗାନ ୧୭ଟି ଛକ୍କା ମାରିଥିଲେ। ମୋର୍ଗାନଙ୍କ ଏହି ଇନିଂସ ବଳରେ ଇଂଲଣ୍ଡ ୩୯୭/୬ର ବିଶାଳ ସ୍କୋର ହାସଲ କରିଥିଲା। ପୂର୍ବରୁ ଗୋଟିଏ ଇନିଂସରେ ୧୬ଟି ଲେଖାଏଁ ଛକ୍କା ମାରିଥିବା ରୋହିତ ଶର୍ମା, ଏବି ଡିଭିଲିୟର୍ସ ଏବଂ କ୍ରିସ୍‌ ଗେଲଙ୍କୁ ଏହି ଇିନଂସ ବଳରେ ଅତିକ୍ରମ କରିଥିଲେ ଇୟୋନ୍‌ ମୋର୍ଗାନ। ରୋହିତ ଏବଂ ଡିଭିଲିୟର୍ସ ଦିନିକିଆ ମ୍ୟାଚ୍‌ରେ ଏହି ରେକର୍ଡ ହାସଲ କରିଥିବା ବେଳେ ଜିମ୍ବାଓ୍ବେ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଗେଲ୍‌। ଏହି ମ୍ୟାଚ୍‌ରେ ୨୫ଟି ଛକ୍କା ସହିତ ଦିନିକିଆରେ ୨୪ଟି ଛକ୍କାର ନିଜ ରେକର୍ଡକୁ ଭାଙ୍ଗିଛି ଇଂଲଣ୍ଡ।

Categories
ଆଜିର ଖବର

ରେକର୍ଡ ଛୁଇଁଲା ସେନ୍‌ସେକ୍ସ ଏବଂ ନିଫ୍‌ଟୀ

ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍‌ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାର ଆରମ୍ଭ ହେବା ପରେ ଏହା ୩୩୦ ପଏଣ୍ଟ ବୃଦ୍ଧି ପାଇ ୩୯୦୦୦ ପଏଣ୍ଟ ଅତିକ୍ରମ କରିବା ସହ ୩୯୦୨୮.୬୭ ପଏଣ୍ଟରେ ପହଞ୍ଚିଛି। ଏହା ସହିତ ନିଫ୍‌ଟୀ ମଧ୍ୟ ୫୦ ପଏଣ୍ଟ ବୃଦ୍ଧି ପାଇ  ୧୧୭୧୫ରେ ପହଞ୍ଚିଛି । ନିଫ୍‌ଟୀର ସର୍ବକାଳୀନ ରେକର୍ଡ ୧୧୭୬୦ ରହିଥିବା ବେଳେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତିଜ୍ଞ ମାନେ ପୂର୍ବାନୂମାନ ଲଗାଇଛନ୍ତି। ବିଶେଷକରି ମେଟାଲ, ଯାନବାହନ ଏବଂ ଅର୍ଥନୈତିକ ଷ୍ଟକ୍‌ କାରବାରରେ ବୃଦ୍ଧି ଯୋଗୁ ସେନସେକ୍ସରେ ବୃଦ୍ଧି ଘଟିଛି। ଗତବର୍ଷ ଅଗଷ୍ଟରେ ସେନସେକ୍ସ ୩୮୯୮୯ ପଏଣ୍ଟ ଛୁଇଁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୋମବାର ସେନସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ ସବୁଠାରୁ ଆଗରେ ରହିଛନ୍ତି।

Categories
ଆଜିର ଖବର

ଦେଢବର୍ଷର ରେକର୍ଡ ଭାଙ୍ଗିଲା  ବେକାରୀ ସମସ୍ୟା

ଭାରତରେ ବେରୋଜଗାରୀ ସଂଖ୍ୟା ଫେବୃଆରୀ ମାସରେ ଶିଖର ସ୍ଥାନରେ ପହଞ୍ଚିଛି । ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମ୍‌ଆଇଇ)ତରଫରୁ ଜାରି କରାଯାଇଥିବା ପରିସଂଖ୍ୟାନ ମୁତାବକ ଫେବୃଆରୀ ୨୦୧୯ରେ ବେରୋଜଗାରୀଙ୍କ ସଂଖ୍ୟା ୭.୨. ପ୍ରତିଶତରେ ପହଞ୍ଚିଛି । ୨୦୧୬ ଡିସେମ୍ବରରେ ୫.୯ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଫେବୃଆରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୧୬ ସେପ୍ଟେମ୍ବର ପରେ ଏହା ଦେଶର ସର୍ବୋଚ୍ଚ ବେକାରୀ ହାର । ଗତବର୍ଷ ଫେବ୍ରୁଆରିରେ ଏହି ହାର ୫.୯% ସ୍ତରରେ ଥିଲା । ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ଷକ ଭିତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା କମିଥିବା ବେଳେ ବେରୋଜଗାରଙ୍କ ସଂଖ୍ୟା ବଢ଼ିଛି । ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଭାରତରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦ କୋଟି ଥିଲା । ବର୍ଷକ ପୂର୍ବରୁ ସେମାନଙ୍କ ସଂଖ୍ୟା କିନ୍ତୁ ୪୦.୬ କୋଟି ଥିଲା । ଚଳିତ ବର୍ଷ ଲୋକସଭା ନିର୍ବାଚନ ରହିଛି । ଏବଂ ଏହି ସମୟରେ ବେରୋଜଗାରୀ ରେକର୍ଡ ଭାଙ୍ଗିଛି । ମୋଦି ସରକାରଙ୍କ ପାଇଁ ଏହା ସବୁଠୁ ବଡ଼ ଚେତାବନୀ ପାଲଟିବ ଏଥିରେ ସନ୍ଦେହ ନାହିଁ । ସତ୍ତାକୁ ଆସିବା ପୂର୍ବରୁ ମୋଦି ସରକାର ଯୁବକ ତଥା ବେକାରୀମାନଙ୍କ ପାଇଁ କର୍ମନିଯୁକ୍ତି ଦେବା ଉପରେ ବିଶେଷ ଗୁରୁତ୍ବ ଦେବା ଉପରେ ନିଜର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ । ତେବେ ଶାସନର ୫ ବର୍ଷ ଅତିକ୍ରାନ୍ତେ ନିଯୁକ୍ତି ଉପରେ ସରକାରଙ୍କ ଅବହେଳା ତାଙ୍କୁ ବେଶ୍‌ ସଂକଟରେ ପକାଇବ ବୋଲି ଅନୁମାନ କରାଯାଉଛି ।