ଦେଢବର୍ଷର ରେକର୍ଡ ଭାଙ୍ଗିଲା  ବେକାରୀ ସମସ୍ୟା

Published: Mar 6, 2019, 4:43 pm IST
unemployement problem increaces high in last 1& 1/2 years

ଭାରତରେ ବେରୋଜଗାରୀ ସଂଖ୍ୟା ଫେବୃଆରୀ ମାସରେ ଶିଖର ସ୍ଥାନରେ ପହଞ୍ଚିଛି । ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମ୍‌ଆଇଇ)ତରଫରୁ ଜାରି କରାଯାଇଥିବା ପରିସଂଖ୍ୟାନ ମୁତାବକ ଫେବୃଆରୀ ୨୦୧୯ରେ ବେରୋଜଗାରୀଙ୍କ ସଂଖ୍ୟା ୭.୨. ପ୍ରତିଶତରେ ପହଞ୍ଚିଛି । ୨୦୧୬ ଡିସେମ୍ବରରେ ୫.୯ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଫେବୃଆରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୧୬ ସେପ୍ଟେମ୍ବର ପରେ ଏହା ଦେଶର ସର୍ବୋଚ୍ଚ ବେକାରୀ ହାର । ଗତବର୍ଷ ଫେବ୍ରୁଆରିରେ ଏହି ହାର ୫.୯% ସ୍ତରରେ ଥିଲା । ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ଷକ ଭିତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା କମିଥିବା ବେଳେ ବେରୋଜଗାରଙ୍କ ସଂଖ୍ୟା ବଢ଼ିଛି । ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଭାରତରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦ କୋଟି ଥିଲା । ବର୍ଷକ ପୂର୍ବରୁ ସେମାନଙ୍କ ସଂଖ୍ୟା କିନ୍ତୁ ୪୦.୬ କୋଟି ଥିଲା । ଚଳିତ ବର୍ଷ ଲୋକସଭା ନିର୍ବାଚନ ରହିଛି । ଏବଂ ଏହି ସମୟରେ ବେରୋଜଗାରୀ ରେକର୍ଡ ଭାଙ୍ଗିଛି । ମୋଦି ସରକାରଙ୍କ ପାଇଁ ଏହା ସବୁଠୁ ବଡ଼ ଚେତାବନୀ ପାଲଟିବ ଏଥିରେ ସନ୍ଦେହ ନାହିଁ । ସତ୍ତାକୁ ଆସିବା ପୂର୍ବରୁ ମୋଦି ସରକାର ଯୁବକ ତଥା ବେକାରୀମାନଙ୍କ ପାଇଁ କର୍ମନିଯୁକ୍ତି ଦେବା ଉପରେ ବିଶେଷ ଗୁରୁତ୍ବ ଦେବା ଉପରେ ନିଜର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ । ତେବେ ଶାସନର ୫ ବର୍ଷ ଅତିକ୍ରାନ୍ତେ ନିଯୁକ୍ତି ଉପରେ ସରକାରଙ୍କ ଅବହେଳା ତାଙ୍କୁ ବେଶ୍‌ ସଂକଟରେ ପକାଇବ ବୋଲି ଅନୁମାନ କରାଯାଉଛି ।

Related posts