Author: Samikhsya Bureau

ବିଜେଡିର ଅନ୍ୟତ୍ତମ ନେତା ତଥା ପୂର୍ବତ୍ତନ ସାଂସଦ ବୈଜୟନ୍ତଙ୍କ ପରେ ଅନ୍ୟତମ ନେତା ଡାକ୍ତର ଦାମୋଦର ରାଉତ ପାଳିପଡିଲା। ନବୀନ ନିବାସରେ ଜଗତସିଂହପୁର ଜିଲ୍ଲାର ବିଜେଡି ନେତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଦାମଙ୍କୁ ବହସ୍କାର ଦାବୀ କଲେ। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ ଏହାକୁ ତର୍ଜମା କରିବେ ବୋଲି କହିଲେ। ସେତେବେଳେ ଆଭାସ ମିଳିଲା ଯେ, ଦାମୋଦରଙ୍କୁ ନବୀନ ବହିସ୍କାର କରିବେ। ଶେଷରେ ତାହା ହିଁ ହେଲା। ତେବେ ବହିସ୍କାର ଖବର ପାଇବା ପରେ ଦାମ ରାଗି ଲାଲ ପଡିଯାଇଥିଲେ। ତେବେ ଧର୍ଯ୍ୟର ସହ ସେ ଗଣମାଧ୍ୟମକୁ ଗୋଟିଏ ପରେ ଗୋଟିଏ ଉତ୍ତର ଦେଉଥିଲେ। ଦାମୋଦରଙ୍କ ପ୍ରତିକ୍ରିୟା ହେଲା ସେ ଅନ୍ୟ ଦଳକୁ ଯିବି ନାହିଁ କିନ୍ତୁ ସାଧାରଣ ଜୀବନରେ ରହିବେ। ଆଗାମୀ ନିର୍ବାଚନରେ ଲଢ଼ିବି ଓ ଓଡ଼ିଶାର ଯେକୌଣସି ସ୍ଥାନରୁ ଲଢ଼ିବାର ସାମର୍ଥ୍ୟ ମୋର ଅଛି” ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ…

Read More

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର କହିଛନ୍ତି ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ନେଇ ଭାରତ ପରି ଅର୍ଥବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କ୍ୟାବିନେଟ୍ ମିଟିଂ ପରେ ମିଡିଆକୁ ସମ୍ବୋଧିତ କରି ଜେଟଲୀ ଅନେକ ମହତ୍ଵପୂର୍ଣ୍ଣ ପ୍ରଶ୍ନର ଜବାବ ଦେଇଛନ୍ତି  ଯେଉଁଥିରେ ରାଫେଲ ଡିଲ୍, ଜନଧନ ଯୋଜନା ଖାତା ପରି ପ୍ରସଙ୍ଗ ସାମିଲ। ଜେଟଲୀ କହିଛନ୍ତି ଟଙ୍କା ହ୍ରାସ ପଛର କାରଣ ଘରୋଇ ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ କାରଣ ଅଟେ। ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ ଯଦି ଆପଣ ଅନ୍ତରାଷ୍ଟ୍ରୀୟ କିମ୍ବା ଘରୋଇ ସ୍ତରରେ ଦେଖିବେ ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ପଛରେ କୌଣସି ଘରୋଇ କାରଣ ନାହିଁ। ସମସ୍ତ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ରହିଛି। ଜେଟଲୀ କହିଛନ୍ତି ଯେ ଆମକୁ ଏହା ଧ୍ୟାନ ରଖିବା ଉଚିତ୍ ଯେ କେବଳ ଭାରତ ଟଙ୍କା ନୁହେଁ ଡଲାର ତୂଳନାରେ ସବୁ କରେନ୍ସି…

Read More

ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ବିଜେଡି ତାହାକୁ ସମର୍ଥନ କରିବ। ବିଜେଡି ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନରଙ୍କ ନିକଟରେ ଏହିପରି ଲିଖତ ଜଣାଇବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତ ସରଗରମ ହୋଇପଡିଛି। ତାହାର କାରଣ ମଧ୍ୟ ରହିଛି। ତାହା ହେଉଛି ଗତ କିଛି ମାସ ଧରି ରାଜ୍ୟ ସରକାର ଯେପରି ଯୋଜନା ପରେ ଯୋଜନା ଘୋଷଣା କରିବା। ଯେପରି ବିଜ୍ଞାପନ ପ୍ରକାଶ କରି ସରକାରଙ୍କ ପ୍ରଚାର କରିବା, ସାରା ରାଜ୍ୟର ମୁଖ୍ୟ ସହରରେ ହୋଡିଂ ଲଗାଇବା ପ୍ରଭୃତି କାମକୁ ଦେଖିଲେ ଅନୁମାନ କରାଯାଉଛି ଯେ, ସରକାର ପୁରା ନିର୍ବାଚନ ମୁଡରେ ଅଛନ୍ତି। ତେବେ ସେହି ସବୁ ସନ୍ଦେହକୁ ସୁୃଦୃଢ କରିଦେଲା ପିନାକୀ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବା ଘଟଣା। ତେବେ ରାଜ୍ୟ ସରକାର ଆଗୁଆ ନିର୍ବାଚନକୁ ଆଉ ଏକ ବଳିଷ୍ଠ ପ୍ରମାଣ କରୁଛି ଆଗୁଆ ଅତିରିକ୍ତ ବଜେଟ ଉପସ୍ଥାପନା କରିବା। ସାଧାରଣତଃ ଅତିରିକ୍ତ ବଜେଟ ଶୀତ…

Read More

ଭାରତରେ 650ଟି ଶାଖାରେ ବର୍ତ୍ତମାନ ଖୋଲାଯାଇଛି ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ପୂର୍ବରୁ ସୁପ୍ତ ହୋଇପଡିଥିବା ପୋଷ୍ଟ ଅଫିସଗୁଡିକ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛି। କେବଳ ଚିଠି ଓ ମନି ଅର୍ଡର କାମରେ ନିଜକୁ ନିୟୋଜିତ ରଖିଥିବା ପୋଷ୍ଟାଲ କର୍ମଚାରୀମାନେ ବର୍ତ୍ତମାନ ନିଜକୁ ବ୍ୟାଙ୍କ ସେବାରେ ନିୟୋଜିତ ରଖିବେ। ତେବେ ଏହି ବ୍ୟାଙ୍କରେ ଯେଉଁମାନେ ଆକାଉଣ୍ଟ ଖୋଲିବେ ସେମାନେ କେତେକ କଥା ଜାଣିବାର ଆବଶ୍ୟକତା ରହିଛି। 1-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ। ଏହାର ପୁରା 100 ପ୍ରତିଶତ ଇକ୍ୟୁଟ ଭାରତ ସରକାରଙ୍କ ଅଧିନରେ ରହିବ। 2-ଏହି ବ୍ୟାଙ୍କର ପାଇଲଟ ପ୍ରକଳ୍ପ 2017 ମସିହା ଜାନୁୟାରୀ 30 ତାରିଖରେ ଆରମ୍ଭ କରାଯାଇଥିଲା। ପ୍ରଥମେ ରାଞ୍ଚି ଏବଂ ରାୟପୁରରେ ପାଇଲଟ ପ୍ରକଳ୍ପ ଭାବେ ପୋଷ୍ଟ ଅଫିସ ଗୁଡିକୁ ବ୍ୟାଙ୍କରେ ପରିଣତ କରାଯାଇଥିଲା। ସେହି ପ୍ରକଳ୍ପ ସଫଳତା ହାସଲ କରିବା ପରେ…

Read More