ପୁଲୱାମାରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏକ ଶୋକାକୂଳ ପରିବେଶ ଭିତରେ ଦୁଇ ସହିଦଙ୍କୁ ବିଦାୟ ଦେଇଥିଲେ ପରିବାର ଓ ବନ୍ଧୁ ପରିଜନ । ଶନିବାର ମର ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ଛକସ୍ଥାନମାନଙ୍କରେ ସେମାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭାରତ ମାତା କୀ ଜୟ ଧ୍ୱନି ଦେଇ ଶୋଭାଯାତ୍ରାରେ ମରଶରୀର ନିଆଯାଇଥିଲା । ପ୍ରସନ୍ନଙ୍କର ଜଗତସିଂହପୁର ନାଉଗାଁରେ ଓ ମନୋଜଙ୍କର କଟକ ନିଆଳି ରତନପୁର ଗାଁରେ ଶେଷକୃତ୍ୟ କରାଯାଇଥିଲା ।
Author: Samikhsya Bureau
ନୂଆଦିଲ୍ଲୀର କରୋଲବାଗ୍ ଅଞ୍ଚଳରେ ଥିବା ଅର୍ପିତ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ ରବିବାର ସକାଳେ ହୋଟେଲ ମାଲିକଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସ କ୍ରାଇମ୍ବ୍ରାଞ୍ଚର ଡିସିପି ରାଜେଶ ଦେବ ଅର୍ପିତ ହୋଟେଲର ମାଲିକ ରାକେଶ ଗୋଏଲଙ୍କୁ ଗିରଫ କରିଛନ୍ତି। ରାକେଶ କତରରୁ ଫେରୁଥିବା ଖବର ପାଇ ପୁଲିସ ବିମାନବନ୍ଦରରୁ ହିଁ ତାଙ୍କୁ ଗିରଫ କରିଛି। ଅର୍ପିତ ହୋଟେଲ୍ ଅଗ୍ନିକାଣ୍ଡରେ ୧୭ ଜଣଙ୍କର ପ୍ରାଣହାନି ଘଟିଥିଲା। ଗିରଫ ହୋଇଥିବା ରାକେଶ ଗୋଏଲଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଡିସିପି ରାଜେଶ ଦେବ କହିଛନ୍ତି। ହୋଟେଲ ମାଲିକ ରାକେଶ ଗୋଏଲଙ୍କ ନାଆଁରେ ଆଗରୁ ମଧ୍ୟ ଥାନାରେ ଅଭିଯୋଗ ରହିଥିଲା।
ଫୁଲ୍ୱାମା ଆତଙ୍କୀ ହମ୍ଲାକୁ ନେଇ ବିବାଦୀୟ ହୋଇପଡ଼ିଥିବା ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘କପିଲ୍ ଶର୍ମା ଶୋ’ରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନ ନେଇଛନ୍ତି ଅର୍ଚ୍ଚନା ପୂରନ ସିଂହ । ‘ଦି କପିଲ ଶର୍ମା ଶୋ’ ସୋନି ଟିଭିରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସିଦ୍ଧୁ ନିୟମିତ ଭାବରେ ନଜର ଆସୁଥିଲେ। ତାଙ୍କୁ ବାହାର କରାଯିବା ନେଇ ଏପର୍ଯ୍ୟନ୍ତ ଅଫିସିଆଲ ନୋଟିସ୍ ଜାରି କରାଯାଇନାହିଁ। ଅନ୍ୟପକ୍ଷରେ ଅର୍ଚ୍ଚନା ପୂର୍ବରୁ ମଧ୍ୟ ଏଭଳି କମେଡି ଶୋ’ରେ ବିଚାରକ ଭାବରେ ଜଡ଼ିତ ହୋଇସାରିଛନ୍ତି। ଆସନ୍ତା ୯ ଏବଂ ୧୩ ତାରିଖରେ ପ୍ରସାରିତ ହେବାକୁ ଥିବା ଏପିସୋଡ୍ ପାଇଁ ଅର୍ଚ୍ଚନା ଶୁଟିଂ କରି ସାରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିପିଆଇ(ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କ ଟାର୍ଗେଟ । ସୀତାରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ପୁଣି କ୍ଷମତାକୁ ଫେରିବା ଭାରତୀୟ ସମ୍ବିଧାନ ପାଇଁ ଘାତକ ହେବ । କେରଳ ସଂରକ୍ଷଣ ଯାତ୍ରାରେ ଯୋଗ ଦେଇ କାସାରଗଡ଼ଠାରେ ମୋଦିଙ୍କୁ ନିଶାନା କରିଛନ୍ତି ସୀତାରାମ୍ । ଏହାସହ ସୀତାରାମ କହିଛନ୍ତି ଯେ, ଦେଶରେ ଦୀର୍ଘ ସାଢ଼େ ଚାରିବର୍ଷ ଶାସନ କରିଥିବା ମୋଦି ସରକାରଙ୍କ ସମୟରେ ଧନି-ଗରିବଙ୍କ ମଧ୍ୟରେ ଦୂରତା ବଢ଼ିଚାଲିଛି । ମୋଦି ପୁଣିଥରେ କ୍ଷମତାକୁ ଫେରିଲେ ଏହା ଅଧିକ ବୃଦ୍ଧି ପାଇବ। ସେହିପରି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ୟେଚୁରୀ କହିଛନ୍ତି ଯେ, ଏହି ଘଟଣାରେ ରାଜନୈତିକ ଅଭିସନ୍ଧି ରଖି ସାମ୍ପ୍ରଦାୟିକ ରୂପ ନ ଦେଇ ଶହୀଦ ଯବାନଙ୍କ ବଳିଦାନ ଯେପରି ବ୍ୟର୍ଥ ନହେବ, ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ । ବିଜେପିକୁ କଡା ଜବାବ ଦେବା ପାଇଁ ତଥା ମୋଦି ସରକାରକୁ ଦେଶରୁ ହଟାଇବା…
ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏକଘରିଆ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ଭାରତ। ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହାର କରାଯାଇଥିବା ବେଳେ ପଡ଼ୋଶୀ ଦେଶକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଆଉ ଏକ ପଦକ୍ଷେପ ନିଆଯାଇଛି। ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ଲାଗୁ କରିଛନ୍ତି। ତତ୍କାଳ ଏହାକୁ ଲାଗୁ କରାଯାଇଛି। ବିଶେଷ କରି ପାକିସ୍ତାନରୁ ଭାରତକୁ ବେଶୀ ଫଳ ଓ ସିମେଣ୍ଟ ଆମଦାନୀ ହୋଇଥାଏ। ଫଳରେ ବର୍ତ୍ତମାନ ସୀମା ଶୁଳ୍କ ୩୦-୫୦% ଥିବା ବେଳେ ସିମେଣ୍ଟରେ ରହିଛି ୭.୫%।
ଆଜିଠୁ କମର୍ସିଆଲ୍ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମେ ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ। ଦିଲ୍ଲୀରୁ ଏହି ଟ୍ରେନ୍ ଆଜି ବାରଣାସୀ ଅଭିମୁଖେ ଯାଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ। ଏହାସହ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି, ଆଗାମୀ ଦୁଇ ସପ୍ତାହ ପାଇଁ ଏହାର ସମସ୍ତ ଟିକେଟ ବୁକିଂ ସରିଛି। ଗତକାଲି ଯାନ୍ତ୍ରିକ ତ୍ରୁଟି ଯୋଗୁ ବାରଣାସୀରୁ ଆସିବା ବେଳେ ଉତ୍ତରପ୍ରଦେଶର ଚାମରୌଲା ଷ୍ଟେସନରେ ତିନି ଘଣ୍ଟା ପାଇଁ ଅଟକି ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏହାପରେ ବନ୍ଦେ ଭାରତକୁ ନେଇ ରାଜନୈତିକ ବାକଯୁଦ୍ଧ ବି ତେଜିଥିଲା।
ବିଗ ବିଙ୍କ ମହାନତା। ପୁଲୱାମା ଆକ୍ରମଣରେ ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଅମିତାଭ ବଚ୍ଚନ। ପ୍ରତି ସହିଦଙ୍କ ପରିବାରକୁ ସେ ଦେବେ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା। ଶୋକ ସନ୍ତପ୍ତ ପରିବାର ପ୍ରତି ସାରା ଦେଶ ଠିଆ ହୋଇଛି ବୋଲି କହିଛନ୍ତି ବିଗ ବି। କେବଳ ବିଗ ବି ନୁହନ୍ତି ପୂରା ବଲିଉଡ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି।
ଭଦ୍ରକ ରାଣୀତଲାରେ ସାଧାରଣ ସଭାରେ ସେ ବୁଥସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ। ସମାବେଶରେ ଉତ୍ତର ଓଡ଼ିଶାର ସବୁ ବୁଥସ୍ତରୀୟ କର୍ମୀ ଯୋଗ ଦେଇଥିଲେ। ପୁର୍ନବାର ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ । କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିଲେ ଓଡ଼ିଶାର ଏମଏସପି ଦେଢ଼ଗୁଣା ବୃଦ୍ଧି କରିବା ଦାବିକୁ ପୂରଣ କରାଯିବ । ଭାଷଣ ଆରମ୍ଭରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ରାଜନାଥ । ଓଡ଼ିଶାର ବିକାଶ କାହିଁକି ହେଉନି ଏବଂ ବିକାଶରେ କାହିଁକି ବାଧା ସୃଷ୍ଟି ହେଉଛି ବୋଲି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୋଇଥିଲେ ମଧ୍ୟ ଏହାକୁ ଓଡ଼ିଶାରେ ଲାଗୁ କରାଯାଉନି । ସେପଟେ…
ସୁଶାନ୍ତ ସିଂ ରାଜପୁତ୍ଙ୍କ ହାତରେ ଏବେ ଫିଲ୍ମର ଅଫର୍ । ଚଳିତବର୍ଷ ତାଙ୍କର ଦୁଇଟି ସିନେମା ରିଲିଜ ଅପେକ୍ଷାରେ ରହିଛି। ପୁଣି ୩-୪ଟି ଅଫର ବିଷୟରେ କଥାବାର୍ତ୍ତା ଚାଲିଛି। ନିକଟରେ ସେ ଏକ ଫିଲ୍ମ ସାଇନ କରିଛନ୍ତି, ଯାହାର ଟାଇଟଲକୁ ନେଇ ଟେନ୍ସନରେ ଥିଲେ ସୁଶାନ୍ତ। ପ୍ରଥମେ ଏହାର ଟାଇଟଲ ରହିଥିଲା ‘କିଜ୍ଜି ଔର ମୈନ୍ନି’। ହେଲେ ପ୍ରଯୋଜକ ନିକଟରେ ଏହି ଟାଇଟଲକୁ ବଦଳାଇ ‘ଦିଲ୍ ବେଚାରା’ ରଖିଛନ୍ତି । ହଲିଉଡ୍ ଫିଲ୍ମ ‘ଦ ଫଲ୍ଟ ଇନ୍ ଆଓ୍ବାର ଷ୍ଟାର୍ସ’ର ଏହା ହେଉଛି ହିନ୍ଦୀ ରିମେକ୍। ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍ରେ ସଞ୍ଜନା ସାନ୍ଘି ନାମ୍ନୀ ଜଣେ ନବାଗତା ନଜର ଆସିବେ। ମୁକେଶ ଛାବ୍ରା ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପୁଛନ୍ତି । ପ୍ରେମ ଓ ଟ୍ବିଷ୍ଟ୍କୁ ନେଇ ଏକ ଭିନ୍ନଧରଣର କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ନିକଟରେ ସୁଶାନ୍ତଙ୍କ ‘ସୋନଚିରିୟା’ ଓ ‘ଛିଛୋର’ ରିଲିଜ୍ ହେବାକୁ…
ପୂର୍ବ ଇରାକ ଦିୟାଲି ପ୍ରାନ୍ତର ଏକ ହସ୍ପିଟାଲରେ ଜଣେ ମହିଳା ଏକାଥରେକ ୭ଟି ଶିଶୁ ଜନ୍ମ କରି ଚର୍ଚ୍ଚାରେ ରହିଛନ୍ତି । ନବଜାତକଙ୍କ ମଧ୍ୟରେ ୬ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମା’ ଓ ଛୁଆ ବେଶ୍ ସୁସ୍ଥ ଅଛନ୍ତି । ତେବେ ଜଣେ ମହିଳା ଜଣକ ଏକାଥରକେ ୭ଟି ସନ୍ତାନ ଜନ୍ମ କରି ଇରାକ୍ରେ ରେକର୍ଡ କରିଛନ୍ତି । ଏହା ତାଙ୍କ ଇତିହାସରେ ପ୍ରଥମ । ୨୫ ବର୍ଷୀୟ ମହିଳାଙ୍କ ସ୍ବାମୀ ୟୁସିଫ୍ ଫାଦଲ ସନ୍ତାନକୁ ଜନ୍ମକୁ ନେଇ ବେଶ୍ ଖୁସି ଅଛନ୍ତି । ୧୯୯୭ରେ ଆମେରିକାର ବୋବି ମାକ୍କଫିଙ୍କ ପତ୍ନୀ କେନି ଏକାସାଙ୍ଗରେ ୭ଟି ସନ୍ତାନକୁ ଜନ୍ମ ଦେଇଥିଲେ ।
ପୁଲୱାମାରେ ଆତଙ୍କୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ଦେଶ ସ୍ତବ୍ଧ ହୋଇ ଯାଇଛି । ଏହି ଘଟଣା ପରେ ଦେଶର ସାଧାରଣ ନାଗରିକ ଏବେ ରାଗରେ ଜଳୁଛନ୍ତି । ସେହି ସମୟରେ ବଲିଉଡ ମଧ୍ୟ ଏହି ଘଟଣା ପରେ କିଛି କମ୍ ରାଗରେ ନାହିଁ । ଏହି ଘଟଣାରେ ମହରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ୍ ମ୍ୟୁଜିକ୍ କମ୍ପାନୀମାନଙ୍କୁ ଟାର୍ଗେଟ୍ କରି ପାକିସ୍ତାନୀ କଣ୍ଠଶିଳ୍ପୀମାନଙ୍କ ସହ କାମ କରିବା ବନ୍ଦ କରନ୍ତୁ ବୋଲି କହିଥିଲେ । ନିକଟରେ ଭୂଷଣ କୁମାରଙ୍କ ଟି-ସିରିଜ୍ ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନ୍ ଓ ଆତିଫ୍ ଅସଲମ୍ଙ୍କ କଣ୍ଠରେ ଦୁଇ ଗୀତ ପ୍ରସ୍ତୁତ କରିଥିଲା । ରାଜ ଠାକ୍ରେଙ୍କ ଚେତାବନୀ ପରେ ଟି-ସିରିଜ୍ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତକୁ ୟୁଟ୍ୟୁବ୍ରୁ ପ୍ରତ୍ୟାହାର କରି ନେଇଥିବା ଜଣାଯାଇଛି। ଆତିଫ୍ ଅସଲାମ୍ଙ୍କ ଏହି ଗୀତଟି ଫେବୃଆରୀ ୧୨ରେ ରିଲିଜ୍ ହୋଇଥିଲା । ୨୦୧୬ରେ…
ଭାରତୀୟ ଫୁଟବଲ୍ ଟିମ୍ର କ୍ୟାପ୍ଟେନ୍ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଭାରତ ତରଫରୁ ସର୍ବାଧିକ ଗୋଲ୍ କରିଥିବା ସୁନୀଲ୍ ଛେତ୍ରୀଙ୍କୁ ‘ଫୁଟବଲ୍ ଦିଲ୍ଲୀ’ ଦ୍ଵାରା ପ୍ରଥମ ଫୁଟବଲ୍ ରତ୍ନ ସମ୍ମାନରେ ସମ୍ମାନିତ କରିଛି । ୩୪ ବର୍ଷୀୟ ଛେତ୍ରୀ ଖେଳରେ ଉଲ୍ଳେଖନୀୟ ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ କରିସାରିଛନ୍ତି । ସେ ଏହି ଉପାଧି ପାଇଁ ବେଶ୍ ଖୁସି ରହିଛନ୍ତି । ଏହି ଅବସରରେ ଛେତ୍ରୀ କହିଛନ୍ତି ଯେ – ସେ ସର୍ବଦା ଫୁଟବଲ୍ ଖେଳର ବିକାଶ ଦିଗରେ କାର୍ଯ୍ୟ କରିବେ ।
ବେଆଇନ ଜମି ଦଖଲଠାରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ ପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଥିବା ସୁରବାବାଙ୍କ ପାଇଁ ପୁଣି ଅଡୁଆ ବଢିଛି । ଗତ ବର୍ଷ ଝାରପଡା ଜେଲରୁ ଝିଂଟିରେ ଥିବା ଆଶ୍ରମ ଫେରିଥିବା ସୁରବାବାଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି ହୋଇଛି । ଜଣେ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ କରିଥିବାର ଆଣିଛନ୍ତି । ପୂର୍ବରୁ ସୁରଙ୍କ ବିରୋଧରେ ଯୌନ କେଳେଙ୍କାରୀ ନେଇ ଅଭିଯୋଗ ଆସିଛି । ବାବା ତାଙ୍କୁ ଗତ ଜାନୁଆରୀ ୨୪ରେ ଆଶ୍ରମରେ ନିର୍ଯ୍ୟାତନା ଦେଇଥିବା ଯୁବତୀ କହିଛନ୍ତି । ପୋଲିସ ଆଇପିସି ଧାରା ୩୪୧, ୩୨୩, ୩୫୪, ୫୦୬, ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ କି, ସୁରଙ୍କୁ ବିଭିନ୍ନ ଅଭିଯୋଗରେ ୨୦୧୫ ଅଗଷ୍ଟରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା, ସରକାରୀ ଜମି ଜବରଦଖଲ, ଆଶ୍ରମରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରିବା ଅଭିଯୋଗ…
ବିଗତ ଦିନର ନାୟିକା ଜୟା ପ୍ରଦା ଓ ନାୟକ ଜିତେନ୍ଦ୍ର ଆଜିବି ଦର୍ଶକଙ୍କ ହୃଦୟରେ ଅଭୁଲା ହୋଇ ରହିଛନ୍ତି। ୮୦-୯୦ ଦଶକରେ ଏମାନେ ଏକାଠି ପାଖାପାଖି ୨୪ଟି ଚଳଚ୍ଚିତ୍ରରେ କାମ କରିଥିଲେ। ଶେଷଥର ପାଇଁ ଏମାନଙ୍କୁ ‘ପାପି ଦେବତା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ପୁଣିଥରେ ଦର୍ଶକେ ତାଙ୍କୁ ଏକାଠି ଦେଖିବାକୁ ପାଇବେ । ତେବେ ଦୁହେଁ କୌଣସି ଫିଲ୍ମରେ ନୁହଁନ୍ତି ଛୋଟପରଦାରେ ନଜର ଆସିବେ। ପାଖାପାଖି ୨୪ ବର୍ଷ ପରେ ପୁଣିଥରେ ଦୁହେଁ ଏକାଠି ନଜର ଆସିବେ । ଡ୍ୟାନ୍ସ ରିଅଲିଟି ଶୋ’ ‘ସୁପର୍ ଡ୍ୟାନ୍ସର୩’ରେ ଅତିଥି ବିଚାରକ ଭାବେ ନଜର ଆସିବେ । ଏହି ଅଧ୍ୟାୟରେ ସୁପର୍ ଡ୍ୟାନ୍ସରମାନେ ୮୦-୯୦ ଦଶକର ସୁପରହିଟ୍ ଜିତେନ୍ଦ୍ର ଓ ଜୟପ୍ରଦାଙ୍କ ଗୀତରେ ନୃତ୍ୟ କରିବେ । ତେବେ ବିଚାରକ ରୂପେ ଜିତେନ୍ଦ୍ର ଓ ଜୟା ଛୋଟପରଦାକୁ ଆସୁଥିବାରୁ ବେଶ୍ ଖୁସି ଅଛନ୍ତି । ଜିତେନ୍ଦ୍ର-ଜୟପ୍ରଦାଙ୍କ ଯୋଡ଼ିର ଚର୍ଚ୍ଚିତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି –…
ଭୁବନେଶ୍ୱର ଉପକଣ୍ଠ ବାରଙ୍ଗର ରତାଗଡ଼ଠାରେ ପ୍ରତିଷ୍ଠା ହେବ ‘ଓଡ଼ିଶା କ୍ୟାନ୍ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର’। ଆଜି ଏହି ହସ୍ପିଟାଲ୍ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟାଟା ଟ୍ରଷ୍ଟ ସହାୟତାରେ ଏହି କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ହେବ। ମୁମ୍ବାଇର ଟାଟା ମେମୋରିଅଲ୍ ହସ୍ପିଟାଲ୍ ଢାଞ୍ଚାରେ ଏହାର ନିର୍ମାଣ ହେବ। ଉଦ୍ଘାଟନୀ ଉତ୍ସବରେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ ଟାଟା ମଧ୍ୟ ଉପସ୍ଥିତ ରହିଥିଲେ। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦିଆଯାଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ହସ୍ପିଟାଲରେ ୫୦୦ ବେଡ୍ ରହିବ । ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍ ଥେରାପି ଓ କେମୋ ଥେରାପି ଭଳି ସବୁ ସୁବିଧା ଏଠାରେ ଉପଲବ୍ଧ ହେବ। ଏହା ପୂରା ପୂର୍ବ ଭାରତରେ କ୍ୟାନସର ଚିକିତ୍ସାର ପେଣ୍ଠସ୍ଥଳୀ ପାଲଟିବ।
ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ହେବ ମହାମେଣ୍ଟ। ବିଜେଡି ଓ ବିଜେପି ବିରୋଧରେ ଏହି ମହାମେଣ୍ଟ ହେବ। ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା ଆଜି ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସିପିଆଇ, ସିପିଏମ୍, ଜେଏମ୍ଏମ୍ ଓ କଂଗ୍ରେସକୁ ନେଇ ଏହି ମହାମେଣ୍ଟ ହେବ ବୋଲି ସୂଚନା ଦେଇଛନ୍ତି । ବିଜେପି ଓ ବିଜେଡିକୁ ଶାସନ ଗାଦିଠାରୁ ଦୂରେଇ ରଖିବା ପାଇଁ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସମଭାବାପନ୍ନ ରାଜନୀତିକ ଦଳ ଓ ନେତାଙ୍କ ସହ ମିଶି ରଣାଙ୍ଗନକୁ ଓହ୍ଲାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ଇଙ୍ଗିତ ଦେଇଥିଲେ। ଓଡ଼ିଶାରେ ଏଭଳି ମେଣ୍ଟ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମ୍ମତି ଦେବା ପରେ ପିସିସି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ସେ କହିଥିଲେ। ତେବେ ଏ ସଂକ୍ରାନ୍ତୀୟ ଔପଚାରିକ ଘୋଷଣା ହୋଇନାହିଁ । ଓଡ଼ିଶାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି…
ସୋମବାର ଓଡିଶାରେ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ! ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି । ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଜଣାଇଛନ୍ତି ଯେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରସ୍ତାବକୁ ସମର୍ଥନ କରି ଓଡ଼ିଶାର ବ୍ୟବସାୟୀମାନେ ୧୮ ତାରିଖ ଦିନ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ନିଜ ଅନୁଷ୍ଠାନକୁ ବନ୍ଦ ରଖିବେ।
ପୁଲୱାମା ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ସୁରକ୍ଷାକୁ କାଢି ନିଆଯାଇଛି। ଏଥିରେ ମୀରଜାବାଇ ଉମର ଫାରୁକ, ସବିର ଶାହ, ହାସିମ କ୍ୟୁରେସି, ବିଲାଲ ଲୋନ ଓ ଅବଦୁଲ ଗନି ଭଟ୍ଟ ସାମିଲ ଅଛନ୍ତି । ଏହି ପାଞ୍ଚ ନେତା ଏବଂ ଅନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କୁ କୌଣସି ପ୍ରକାରର ସୁରକ୍ଷା ଦିଆଯିବ ନାହିଁ ବୋଲି ଅଧିକାରୀ କହିଛନ୍ତି । ଜାମ୍ମୁ ଓ କାଶ୍ମୀର ସରକାରର ଗୃହ ସଚିବ ବିଚ୍ଛିନ୍ନତାବାଦୀଙ୍କୁ ମିଳିଥିବା ସୁରକ୍ଷାର ସମୀକ୍ଷା କରିବା ପରେ ଏହି ନିର୍ଣ୍ଣୟ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଅଧିକାଂଶ ବିଚ୍ଛିନ୍ନତାବାଦୀଙ୍କୁ ଜମ୍ମୁ ଓ କାଶ୍ମୀର ପୋଲିସ ସୁରକ୍ଷା ଦିଆଯାଇଥାଏ ।
ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଜାରି କରିଥିବା ଏକ ବୟାନରେ ରଜନୀକାନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କ ଦଳ କୌଣସି ଦଳକୁ ସମର୍ଥନ କରୁନାହିଁ, କୌଣସି ଦଳ ତାଙ୍କ ଫଟୋ ଅବା ସଂଗଠନର ଚିହ୍ନ ବ୍ୟବହାର କରିବା ଉଚିତ୍ ନୁହେଁ । ରଜନୀକାନ୍ତ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଯେଉଁ ଦଳ ପାଣି ସମସ୍ୟାର ସମାଧାନ କରିପାରିବ, ସେହି ଦଳକୁ କେନ୍ଦ୍ରରେ କ୍ଷମତାକୁ ଆଣିବାକୁ ଆହ୍ଵାନ ଦେଇଛନ୍ତି ।
କେଦାର ମିଶ୍ର ଚାଳିଶ ଟି ଅମୂଲ୍ୟ ଜୀବନର ଭରଣା କେବେ ବି ହୋଇପାରିନ ନାହିଁ। ଗତ ୧୪ ତାରିଖ ଦିନ ସାରା ଦେଶ ଯେତେବେଳେ ପ୍ରେମର ଦିବସ ପାଳୁଥିଲା, ସେତେବେଳେ ଚରମ ସନ୍ତ୍ରାସର ଶୀକାର ହୋଇ ଆମର କେନ୍ଦ୍ରୀୟ ସ୍ଵତନ୍ତ୍ର ସୁରକ୍ଷା ବଳର ଚାଳିଶ ଜଣ ଜବାନ ଶହୀଦ ହେଲେ। ଯେ କୌଣସି ଦେଶ ଲାଗି ନିଜ ଶହୀଦର ରକ୍ତ ସବୁଠୁ ବଡ ଭାବ ପ୍ରବଣତା ର ବିଷୟ। ଏଇ ଘଟଣାକୁ ନେଇ ସାରା ଦେଶ ମର୍ମାହତ ଓ ସମସ୍ତଙ୍କ ମନରେ ଏହାକୁ ନେଇ କ୍ଷୋଭ, କ୍ରୋଧ ଓ ପ୍ରତିଶୋଧର ଭାବନା ରହିଛି। ତେବେ ଏହି ଘଟଣାକୁ ନେଇ କିଛି ଏମିତି ପ୍ରତିକ୍ରିୟା ବି ଆସୁଛି, ଯାହା ଶହୀଦଙ୍କର ବଳିଦାନକୁ ବ୍ୟର୍ଥ କରିଦେବାର ସମ୍ଭାବନା ରହିଛି। ଶହୀଦଙ୍କର ରକ୍ତ ନ ଶୁଖୁଣୁ ତାକୁ ନେଇ ଆମର ପ୍ରତିକ୍ରିୟା ବେଳେ ବେଳେ ନାଟକୀୟ ସ୍ତର କୁ ଅତିକ୍ରମ କରି ଅତି ନାଟକୀୟ ହୋଇ…
The Chief Minister of Odisha Naveen Patnaik announced an ex-gratia of Rs.25 lakh each to the bereaved families of the two CRPF jawans martyred in the Pulwama terror attack. The chief minister while condoling the deaths of the two jawans paid homage to the remains after their arrival in Bhubaneswar.

