ମଙ୍ଗଳବାର କୁଲଭୂଷଣ ଯାଦବ ମାମଲାରେ ଶୁଣାଣିକୁ ସ୍ଥଗିତ ରଖିବାପାଇଁ ପାକିସ୍ତାନର ଅନୁରୋଧକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଅଗ୍ରାହ୍ୟ କରିଦେଇଛନ୍ତି। ପାକିସ୍ତାନ ଏହି ଅବସରରେ ନୂଆ ଆଡ୍-ହକ୍ ଜଜ୍ ବା ଅସ୍ଥାୟୀ ବିଚାରପତି ନିଯୁକ୍ତି ପାଇଁ ଅନୁରୋଧ କରିଥିଲା ଏବଂ ଏହାକୁ ମଧ୍ୟ ବିଚାରପତି ମଣ୍ଡଳୀ ଖଣ୍ଡନ କରିଥିଲେ। ଜମ୍ମୁକଶ୍ମୀରର ପୁଲ୍ୱାମାଠାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇ ପଡ଼ିଥିବାବେଳେ ସୋମବାରଠାରୁ ଦି ହେଗ୍ସ୍ଥିତ ଆଇସିଜେ ମୁଖ୍ୟାଳୟଠାରେ ଯାଦବ ମାମଲାର ୪ ଦିନିଆ ଶୁଣାଣି ଚାଲୁରହିଛି। ପାକିସ୍ତାନ ଆଜି ପକ୍ଷ ରଖିବାକୁ ଥିବାବେଳେ ଏହି ରାଷ୍ଟ୍ର ପକ୍ଷରୁ ଥିବା ଅସ୍ଥାୟୀ ବିଚାରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ଦର୍ଶାଇ ପାକିସ୍ତାନ ଏହି ଶୁଣାଣି ସ୍ଥଗିତ ରଖିବାକୁ କହିଥିଲା। କିନ୍ତୁ ଆଇସିଜେ ପାକିସ୍ତାନର ଅନୁରୋଧକୁ ଖଣ୍ଡନ କରି ବିନା ଆଡ୍-ହକ୍ ଜଜ୍ରେ ଶୁଣାଣି ଚାଲୁ ରହିବ ବୋଲି କହିଥିଲେ । ଏହା ପୂର୍ବରୁ ସୋମବାର ଦିନ…
Author: Samikhsya Bureau
ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଦାବିରେ ଆସନ୍ତା ୨୧ରେ ନବ ନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିଭିନ୍ନ ଦଳ ସମର୍ଥନ କରୁଛନ୍ତି । ବିଜେପି ପରେ ଆଜି କଂଗ୍ରେସ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଗତକାଲି ବିଜେପି ସଭାପତି ବସନ୍ତ ପଣ୍ଡା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଥିଲେ । ତେବେ ଏହି ଆନ୍ଦୋଳନକୁ ନେଇ ବିଜେପିକୁ ଘେରିଛି ବିଜେଡ଼ି । ମାଟ୍ରିକ୍ ପରୀକ୍ଷା ପୂର୍ବରୁ ନବନିର୍ମାଣ କୃଷକ ସଂଗଠନର ବନ୍ଦକୁ ନିନ୍ଦା କରିଛି ବିଜେଡ଼ି । ବିଜେଡ଼ିର ପ୍ରତାପ ଦେବ ମାଟ୍ରିକ ପରୀକ୍ଷାର ଗୋଟିଏଦିନ ପୂର୍ବରୁ ଏପରି ଓଡ଼ିଶା ବନ୍ଦ ଯୁକ୍ତିଯୁକ୍ତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପିକୁ । ଗୋଟିଏ ପଟେ ମୋଦି ପରୀକ୍ଷାର୍ଥୀଙ୍କୁ ପାଠପଢାର ମନ୍ତ୍ର ଦେଉଥିବାବେଳେ ଅନ୍ୟପଟେ ବିଜେପି କିପରି ଏହି ବନ୍ଦକୁ ସମର୍ଥନ କରୁଛି ବୋଲି ବିଜେଡ଼ି…
ଚିଟ୍ଫଣ୍ଡ୍ ଟଙ୍କା ଫେରସ୍ତ ଦାବିରେ ରାଜଧାନୀରେ ହଜାର ହଜାର ଜମାକାରୀ ଆଜି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜମାକାରୀମାନେ ମିଳିତ ମଞ୍ଚର ଡାକରାରେ ଏକାଠି ହୋଇଛନ୍ତି । ସେମାନେ ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ ଦେଇଛନ୍ତି । ଚିଟ୍ଫଣ୍ଡ ଜମାରୀମାନେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦାବି ପତ୍ର ଦେବେ । ଦାବି ପୂରଣ ନ ହେବା ଯାଏ ସେମାନଙ୍କର ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଧମକ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଜମାକାରୀ ଚିଟ୍ଫଣ୍ଡ ଠକେଇର ଶିକାର ହୋଇଛନ୍ତି । ସିବିଆଇ ପ୍ରାୟ ୪୪ଟି ସଂସ୍ଥା ବିରୋଧରେ ତଦନ୍ତ କରୁଛି । ଗତ ସାଧାରଣ ନିର୍ବାଚନରେ ସମସ୍ତ ଜମାକାରୀଙ୍କୁ କର୍ପସ୍ ଫଣ୍ଡରୁ ଟଙ୍କା ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଜଷ୍ଟିସ୍ ଏମ୍ ଏମ୍ ଦାସ କମିଶନକୁ ନିଯୁକ୍ତି କରାଯାଇଥିଲା । ଯେଉଁଥିରେ…
ଆଜିଠାରୁ ସିଭିଲ ସର୍ଭିସ୍ ପରୀକ୍ଷା (ସିଏସ୍ଇ) ଉଦ୍ଦିଷ୍ଟ ପଞ୍ଜିକରଣ ଲିଙ୍କ୍ ସକ୍ରିୟ ହୋଇଛି। ଏହି ପରୀକ୍ଷାର ନିୟନ୍ତ୍ରକ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ କର୍ତ୍ତୃପକ୍ଷ ଏହାକୁ ଆକ୍ଟିଭେଟ୍ କରିଥିବା ନେଇ ସୂଚନା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଯୋଗ୍ୟତା, ଆବଶ୍ୟକ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧିତ ତଥ୍ୟ upsconline.nic.in ରେ ଉପଲବ୍ଧ ହେଉଛି। ଏହି ଆବେଦନ ପାଇଁ ଶେଷ ତାରିଖ ମାର୍ଚ୍ଚ ମାସ ୧୮ ତାରିଖ । ଏବଂ ୧୮ ତାରିଖ ସନ୍ଧ୍ୟା ୬ଟା ଯାଏ ପଞ୍ଜିକରଣ ହୋଇପାରିବ। ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ବିଭିନ୍ନ ପଦବୀ ପୂରଣ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ୮୯୬ ଟି ପୋଷ୍ଟ ପୂରଣ ପାଇଁ ଏହି ପରୀକ୍ଷା ହେବାକୁ ଥିବାବେଳେ ଚଳିତବର୍ଷ ୩୯ଟି ପଦବୀ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ। ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍, ଆଇଆରଏସ୍ ଏବଂ ଆଇଆରଟିଏସ୍ ଆଦି କ୍ଷେତ୍ରରେ ପଦବୀ ପୂରଣ ପାଇଁ ପ୍ରିଲିମିନାରୀ ପରୀକ୍ଷା ପରେ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟ ଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ୪ଟି ଶିଳ୍ପର ଉଦଘାଟନ କରିଥିବା ବେଳେ ୧୪ ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପ ଗୁଡିକର ୨୧୯୬.୩୦ କୋଟି ଟଙ୍କା ବିନିଯୋଗ କରାଯିବ ଏବଂ ଏହାଦ୍ୱାରା ୩,୪୬୫ ନିଯୁକ୍ତି ସୃଷ୍ଟି ହେବ । ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଯାଜପୁର କଳିଙ୍ଗନଗର ଠାରେ ୪୦୧ କୋଟି ଟଙ୍କା ବ୍ୟୟ ଅଟକଳରେ ଇମାମି ସିମେଂଟ , କଳିଙ୍ଗନଗର ଠାରେ ୪୦ କୋଟି ଟଙ୍କା ବ୍ୟୟରେ ପେଲେଟ୍ ପ୍ଲାଂଟ ଶିଳ୍ପ , କଟକ ଜଗତପୁର ଠାରେ ୪୫ କୋଟି ଟଙ୍କା ବ୍ୟୟରେ ଜୟଭାରତ ସ୍ପାଇସେସ୍ ଏବଂ ଖୋର୍ଦ୍ଧା ଭଗବାନପୁର ଠାରେ ୭.୪୧ କୋଟି ଟଙ୍କାରେ ଉକ୍ରଳ ବ୍ରିକସ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ । ଏହି ୪ ଟି ଶିଳ୍ପରେ ମୋଟ୍ ୪୯୩.୪୧ କୋଟି ଟଙ୍କାର ପୁଂଜି ବିନିଯୋଗ କରାଯାଇଥିବା ବେଳେ ୯୨୭ ଜଣ ନିଯୁକ୍ତି…
ଆଜି ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଯାହାକୁ ‘ସ୍ନୋ ମୁନ୍’ ବା ତୁଷାର ଜହ୍ନ ବୋଲି କୁହାଯାଉଛି । ଅନ୍ୟ ଦିନଠାରୁ ଏହି ଜହ୍ନ ଅଧିକ ଉଜ୍ଜ୍ୱଳ ଓ ଆକୃତିରେ ବଡ଼ ଦେଖାଯିବ । ଆଜି ସନ୍ଧ୍ୟାରେ ଏହି ବିରଳ ଦୃଶ୍ୟକୁ ଦେଖିହେବ । ଯେହେତୁ ଆଜି ଚନ୍ଦ୍ର ପୃଥିବୀ ଆଡ଼କୁ ଢଳିବ ତେଣୁ ଆଜି ପୂର୍ଣ୍ଣ ଏବଂ ବୃହତ ଆକାରର ଚନ୍ଦ୍ରକୁ ଦେଖିପାରିବେ । ଏପରି ଦୃଶ୍ୟ ଡିସେମ୍ବର ୨୦୨୬ରେ ମଧ୍ୟ ଦେଖାଯିବ ବୋଲି ସୂଚନା ରହିଛି । ଆଜିର ଜହ୍ନ ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ । ବର୍ଷର ଏହି ସମୟରେ ଚନ୍ଦ୍ର ପୃଷ୍ଠରେ ଅଧିକ ମାତ୍ରାରେ ତୁଷାରପାତ ହେଉଥିବାରୁ ଆଜି ଚନ୍ଦ୍ର ଏମିତି ରୂପ ଧାରଣ କରିବ । ସନ୍ଧ୍ୟା ପରଠାରୁ ଭାରତରେ ଅନେକ ସ୍ଥାନରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ତେବେ ସମୟ ରାତି…
ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ସିଆରପିଏଫ ଉପରେ ହମଲା ପରେ ସମଗ୍ର ଦେଶରେ ରହିଛି ଆକ୍ରୋଶର ମାହୋଲ । ବଲିଉଡ୍ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଏହି ଘଟଣାକୁ କଠୋର ନିନ୍ଦା କରିବା ସହିତ ସହିଦଙ୍କୁ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି ଆମ କଳାକାରମାନେ । ସମସ୍ତ ତାରକା ଓ ଫିଲ୍ମ ସହିତ ଜଡ଼ିତ ସଙ୍ଗଠନ ନିଜ ସ୍ତରରେ ଏହି ହମଲାକୁ ଜୋରଦାର ବିରୋଧ କରିଛନ୍ତି । ଏହା ମଧ୍ୟରେ ପୁଲଓ୍ଵାମା ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରୁଥିବା ସଲମାନ ଖାନ ନିଜର ଆଗାମୀ ଫିଲ୍ମ “ନୋଟବୁକ” ରୁ ପାକିସ୍ତାନୀ ଗାୟକ ଆତିଫ୍ ଅସଲମଙ୍କୁ ବାହାର କରି ଦେଇଛନ୍ତି । ସଲମାନଙ୍କ ପ୍ରଡକ୍ସନ ହାଉସ୍ ଓ ଅନ୍ୟ ସହଯୋଗୀ ନିର୍ମାତା ରିଲିଜ୍ ହେବାକୁ ଥିବା ଫିଲ୍ମ ‘ନୋଟବୁକ୍’ରୁ ଆତିଫ୍ ଅସଲମଙ୍କ ଗୀତକୁ ହଟାଇ ଦେଇଛନ୍ତି । ଏହି ଫିଲ୍ମରେ ଜହୀର୍ ଇକବାଲ୍ ଓ ପ୍ରନୁତନ ବହଲ୍ ପ୍ରମୁଖ ଭୂମିକାରେ…
ଜମ୍ମୁକାଶ୍ମୀରରେ ଫୁଲ୍ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସଫେଇ ଦେଇଛନ୍ତି । ଆତଙ୍କୀ ଆକ୍ରମଣର ୬ ଦିନପରେ ଇମ୍ରାନ୍ ଏହି ଘଟଣାରେ ମୁହଁ ଖୋଲିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନ୍ କହିଛନ୍ତି ଯେ ଭାରତ ପାକିସ୍ତାନ ବିରୋଧରେ ମିଥ୍ୟା ଆରୋପ ଲଗାଉଛି । କୌଣସି ପ୍ରମାଣ ନଥାଇ ଭାରତ ଏଭଳି ଅଭିଯୋଗ କରୁଛି ବୋଲି ଇମ୍ରାନ୍ କହିଛନ୍ତି । କିଛି ଆତଙ୍କୀ କାର୍ଯ୍ୟକଳାପ ହେଲେ ଭାରତ ଦୋଷ ପାକିସ୍ତାନ ଉପରେ ଦୋଷ ଲଦିଦେଉଛି । ଭାରତ ଆକ୍ରମଣ କଲେ ପାକିସ୍ତାନ ମଧ୍ୟ ଏହାର ଦୃଢ ଜବାବ ଦେବ ବୋଲି ଇମ୍ରାନ୍ କହିଛନ୍ତି । କାଶ୍ମୀର ଯୁବକମାନେ ଉଗ୍ର କାହିଁକି ହେଉଛନ୍ତି, ସେହି କାରଣ ଖୋଜିବା ଦରକାର ବୋଲି କହିଛନ୍ତି । ଭାରତରେ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ପାକିସ୍ତାନ ପ୍ରସ୍ତୁତ ବୋଲି କହିବା…
ଅଭିନେତା ଅନୀଲ୍ କୁପର୍ଙ୍କ ଲୋକପ୍ରିୟ ଫିଲ୍ମ ‘ନାୟକ- ଦି ରିୟଲ ହିରୋ’ର ଦ୍ବିତୀୟ ଭାଗ ନିର୍ମାଣ ହେବ ବୋଲି ଶୁଣାଯାଉଛି । ୨୦୦୧ରେ ରିଲିଜ୍ ହୋଇଥିବା ଏସ୍. ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୀଲ୍ କପୁର୍, ରାଣୀ ମୁର୍ଖାଜୀ, ବରିଷ୍ଠ ଦିବଙ୍ଗତ ଅଭିନେତା ଅମରେଶ ପୁରୀ, ପରେଶ ରାଓ୍ବଲ୍, ଜନି ଲିଭର୍ ପ୍ରମୁଖ ଅଭିନୟ କରିଥିଲେ । ରାଜନୈତିକ ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମଟି ସେ ସମୟରେ ଲୋକଙ୍କ ମନରେ ବେଶ୍ ଆଲୋଡନ ସୃଷ୍ଟି କରିଥିଲା । ତାମିଲ୍ ଫିଲ୍ମ ‘ମୁଧଲଭନ୍’ର ଏହା ହିନ୍ଦୀ ରିମେକ୍ ଥିଲା । ଏହି ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ ହେବାକୁ ନେଇ ଅନୀଲ୍ କହିଛନ୍ତି ଯେ ଏହି ଫିଲ୍ମର ପାର୍ଟ ଟୁ ହେବା ନିଶ୍ଚିତ ଭାବେ ଏକ ଉତ୍ତମ ବିଚାର । ତେବେ ଫିଲ୍ମର ଶୁଟିଂ ଓ ଏହାର କାଷ୍ଟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ଅନୀଲ୍ ବର୍ତ୍ତମାନ ‘ଟୋଟାଲ୍ ଧମାଲ୍’ର ପ୍ରମୋଶନ୍କୁ…
ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ତା’ପରେ ହୋଇଥିବା ଏନକାଉଣ୍ଟରକୁ ନେଇ ଆଜି ସୁରକ୍ଷାବଳଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କୁ କଡା ସନ୍ଦେଶ ଦେଇଛି ଭାରତୀୟ ସେନା । କୋର୍ କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ କେଜିଏସ୍ ଢ଼ିଲ୍ଲୋଁନ ସୂଚନା ଦେଇଛନ୍ତି କି, ସୁରକ୍ଷାବଳ ୧୦୦ ଘଣ୍ଟା ଭିତରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ କାମରାନକୁ ମାରିଛି । ସେ ପଥର ଫିଙ୍ଗାଳୀଙ୍କୁ ବି ଚେତାବନୀ ଦେଇଛନ୍ତି । ଜାମ୍ମୁ-କାଶ୍ମୀରର ମହିଳାଙ୍କୁ ଅପିଲ କରି କହିଛନ୍ତି କି, ସେ ନିଜ ପିଲାଙ୍କୁ ବୁଝାନ୍ତୁ ଓ ଆତଙ୍କବାଦର ରାସ୍ତା ଛାଡ଼ି ଆତ୍ମସମର୍ପଣ କରିବାକୁ କୁହନ୍ତୁ । ଏବେ ଯିଏ ବି ସେନା ବିରୁଦ୍ଧରେ ବନ୍ଧୁକ ଉଠାଇବ, ତାକୁ ମାରିଦିଆଯିବ । ସେନା କୌଣସି ନାଗରିକଙ୍କୁ ଆହତ କରିବାକୁ ଚାହୁଁନାହାନ୍ତି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଛରେ ଆଇଏସଆଇର ହାତ ଥିଲା, ତା ସାହାଯ୍ୟରେ ଜୈଶ ଆକ୍ରମଣ କରିଥିଲା ବୋଲି…
ସୁପ୍ରିମକୋର୍ଟ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ଚ୍ୟାଲେଂଜ ଦେଇ ଦାୟର ହୋଇଥିବା ଯାଚିକାକୁ ଆଜି ଖାରଜ କରିଛନ୍ତି । ନ୍ୟାୟମୂର୍ତି ଅରୁଣ ମିଶ୍ର ଏବଂ ବିନୀତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜଣେ ପୂର୍ଣ୍ଣକାଳୀନ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପରେ ବର୍ତମାନ କୌଣସି ହସ୍ତକ୍ଷେପର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ କି, ୧୯୮୩ ବ୍ୟାଚର ଆଇପିଏସ ଅଧିକାରୀ ଋଷି କୁମାର ଶୁକ୍ଳାଙ୍କୁ ପେବୃଆରୀ ୪ରେ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ଆଲୋକ ବର୍ମା ଓ ରାକେଶ ଆସ୍ଥାନଙ୍କ ବିବାଦ ପରେ କେନ୍ଦ୍ର ସରକାର ଏମ୍.ନାଗେଣଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।
ବାଂଲାଦେଶ ସରକାର ଦେଶର ପ୍ରାୟ ୨ହଜାର ପର୍ଣ୍ଣୋଗ୍ରାଫି ଓ ଜୁଆ ଖେଳ ସମ୍ବନ୍ଧୀୟ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବାଂଲାଦେଶ ସଂଚାର ନିୟାମକ ଆୟୋଗଙ୍କ ଅଧିକାରୀଙ୍କ ସୂଚନା ଅନୁସାରେ ଦେଶର ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସରକାର ଏହି ସବୁ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ୫୫ଟି ପର୍ଣ୍ଣୋଗ୍ରାଫି ଓ ୧୭୬ଟି ଜୁଆ ସମ୍ବନ୍ଧୀୟ ୱେବସାଇଟ୍ରେ ପ୍ରତିବନ୍ଧକ ଲଗାଯାଇଛି ।
ରାଜସ୍ଥାନର ରାଜଧାନୀ ଜୟପୁର ଠାରୁ ୪୧୭ କିଲୋମିଟର ଦୂର ଅମ୍ବାୱାଲି ଗାଁରେ ପ୍ରତାପଗଡ଼-ଜୟପୁର ରାଜପଥରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା । ରାସ୍ତାକଡ଼ରେ ରହୁଥିବା ଲୋକେ ବି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍ ଯିବା ବାଟରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ବରଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣଧୀନ ଫିଲ୍ମରେ ଯୋଡ଼ି ହୋଇଛି ଆଉ ଜଣେ ଅଭିନେତାଙ୍କ ନାଁ। ସେ ହେଉଛନ୍ତି ପ୍ରଶାନ୍ତ ନାରାୟଣ। ମୋଦିଙ୍କ ବାୟୋପିକରେ ତାଙ୍କୁ ମୁଖ୍ୟ ଖଳନାୟକ ଭୂମିକା ମିଳିଛି। ପ୍ରଶାନ୍ତ ଏହି ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ବିରୋଧୀ ଓ ଦେଶର ଜଣେ ବିଶିଷ୍ଟ ଉଦ୍ୟୋଗପତି ଆଦିତ୍ୟ ରେଡ୍ଡି ଭୂମିକାରେ ନଜର ଆସିବେ। ଫିଲ୍ମରେ ନରେନ୍ଦ୍ର ମୋଦି କ୍ୟାରେକ୍ଟର ପ୍ଲେ କରୁଛନ୍ତି ବିବେକ ଓବରାଏ। ସେହିପରି ବୋମନ୍ ଇରାନୀ ଓ ମନୋଜ ଯୋଶୀଙ୍କ ଭଳି ବରିଷ୍ଠ କଳାକାର ବି ଫିଲ୍ମରେ ଅଭିନୟ କରୁଛନ୍ତି।
ନିଜ ପ୍ରିପେଡ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ ଆଣିଛି ସରକାରୀ ଟେଲିକମ୍ କମ୍ପାନୀ BSNL । ୨୯୮ ଟଙ୍କାର ପ୍ଲାନର ଶୁଭାରମ୍ଭ କରିଛି । ଏହି ପ୍ଲାନରେ ମୋବାଇଲ୍ ଉପଭୋକ୍ତାଙ୍କୁ ପ୍ରତିଦିନ ୧ ଜିବି ଡାଟା ସହ ଇରୋଜ ସବସ୍କ୍ରିପସନ୍ ଫ୍ରି ମିଳିବ। ଏହି ପ୍ଲାନର ଭାଲିଡିଟି ରହିଛି ୫୪ ଦିନ । ଫ୍ରି ଅନଲିମିଟେଡ୍ କଲିଂ ସୁବିଧା ସହ STD ଓ ରୋମିଂ କଲ୍ ସୁବିଧା ବି ମିଳିବ। ଏହାସହ ଗ୍ରାହକଙ୍କୁ ଶହେ ଏସଏମଏସ୍ ସୁବିଧା ଦେବ। BSNLର ସବୁ ନେଟଓ୍ୱର୍କରେ ଏହି ପ୍ଲାନ କାମ କରିବ ।
ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ଦଳମାନଙ୍କ ମଧ୍ୟରେ ସେତିକି ମେଣ୍ଟପ୍ରତି ଆଗ୍ରହ ବଢି ବଢି ଯାଉଛି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ସବୁଦଳ ନିଜ ନିଜର ମିତ୍ର ଖୋଜିବାରେ ଲାଗିପଡିଛନ୍ତି। ଦକ୍ଷିଣ ଭାରତରେ ସହଯୋଗୀ ସନ୍ଧାନରେ ଥିବା ବିଜେପିକୁ ଏଆଇଏଡିଏମକେର ସମର୍ଥନ ମିଳିପାରେ ବୋଲି ସୂଚନା ରହିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ହେବା ନେଇ ଆଜି ହୋଇପାରେ ବିଧିବଦ୍ଧ ଘୋଷଣା। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ତାମିଲନାଡୁ ବିଜେପି ପ୍ରଭାରୀ ପୀୟୁଷ ଗୋୟଲ ତାମିଲନାଡୁ ଆସୁଛନ୍ତି। ସେମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପିଲାନୀସାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ପରେ ଦୁଇ ଦଳ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଏକାକୀ ମୈଦାନକୁ ଓହ୍ଲାଇଥିଲା ଏଆଇଏଡିଏମକେ। ୩୯ଟି ଆସନରୁ ଏକାକୀ ପୋଛି ନେଇଥିଲା ୩୭ଟି ସିଟ୍। ଗତକାଲି ମହାରାଷ୍ଟ୍ରରେ…
ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲା ପିଙ୍ଗନଲରେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ୧୮ ଘଣ୍ଟା ଧରି ଚାଲିଥିଲା ଅପରେସନ୍। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ରହିଛି ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ସହଯୋଗୀ କାମରନ୍। କୁହାଯାଉଛି, ସେ ଥିଲା ଗତ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ। ତାକୁ ଖୋଜୁଥିଲା କାଶ୍ମୀର ପୋଲିସ। କାମରନ୍ ପୁଲୱାମା, ତ୍ରାଲ୍ ଓ ଅବନ୍ତିପୁରା ଅଞ୍ଚଳରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଏରିଆ କମାଣ୍ଡର ଥିଲା। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନାର ଜଣେ ମେଜରଙ୍କ ସମେତ ୫ଜଣ ସହିଦ ହୋଇଛନ୍ତି। ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। କିଛି ପୋଲିସ ଓ ସେନା ଅଧିକାରୀ ଓ କର୍ମଚାରୀ ଆହତ ବି ହୋଇଛନ୍ତି।
କେଦାର ମିଶ୍ର ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି କୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ। ଓଡିଶା ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବାକୁ ଯାଉଥିବାରୁ, ଏବେ ସାରା ଦେଶର ନଜର ଓଡିଶା ଉପରେ ଅଛି। ଗତ ଚାରୋଟି ଯାକ ସାଧାରଣ ନିର୍ବାଚନରେ ଓଡିଶାର ପ୍ରଥମ ସଫଳ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ନିଜର ପତିଆରା ବିସ୍ତାର କରିଆସିଥିଲା। ଏ ନିର୍ବାଚନରେ ସେ ସଫଳତାର ପୁନରାବୃତ୍ତି ହେବ କି? ୧୯ ବର୍ଷର ଶାସନ ପରେ ଓଡିଶାର ଜଣ ସାଧାରଣ ନବୀନ ପଟ୍ଟନାୟକଙ୍କର ନେତୃତ୍ବକୁ ପୁଣି ଥରେ ଗ୍ରହଣ କରିବେ କି? ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ତୀବ୍ର ଆକ୍ରମଣ ଫଳବତୀ ହେବ କି? ଆସନ୍ତା ମଇ ମାସରେ ନବୀନ ଓଡିଶାରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନା ଅନ୍ୟ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ? ନୂଆ ରଣନୀତିକୁ ନେଇ…
ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଂସ୍କୃତିକ ଶାନ୍ତି ପାଇଁ ଶ୍ରୀ ରାଜକୁମାର ସିଙ୍ଘାଜିତ ସିଂହ , ଛାୟାନଉତ (ବଙ୍ଗଳାଦେଶ ର ଏକ ସଂସ୍କୃତିକ ଅନୁଷ୍ଠାନ ) ଏବଂ ଶ୍ରୀ ରାମ ସୁତାର ଭଞ୍ଜୀଙ୍କୁ ଯଥାକ୍ରମେ ବର୍ଷ ୨୦୧୪, ୨୦୧୫ ଏବଂ ୨୦୧୬ ଲାଗି ଟାଗୋର ଆୱାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ପ୍ରବାସୀ ଭାରତୀୟ କେନ୍ଦ୍ର ରେ ଉପସ୍ଥିତ ଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଟାଗୋର ଆୱାର୍ଡ ଭାରତ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା କରଯାଇଥିଲା । ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ କାର୍ଯ୍ୟ ଏବଂ ପ୍ରତିଦାନକୁ ମନେ ରଖିବା ପାଇଁ ୨୦୧୨ ମସିହାରୁ ତାଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସାଂସ୍କୃତିକ ଶାନ୍ତି ମୂଲ୍ୟବୋଧକୁ ପ୍ରସାର କରିବା ପାଇଁ ଏହି ଆଓ୍ୱାର୍ଡ ପ୍ରଦାନ କରାଯାଉଛି । ଏହି ପୁରସ୍କାରରେ ଏକ କୋଟି ଟଙ୍କାର ପୁରସ୍କାର ରାଶି…
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ଗସ୍ତ କରି ୯୭୦ କୋଟି ଟଙ୍କା ମୂଲ୍ୟର ୧୩୦ଟି ବିଭିନ୍ନ ଜନମଙ୍ଗଳକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ୫୦୨ କୋଟି ଟଙ୍କାର ପ୍ରକଳ୍ପ ବୌଦ୍ଧ ନିର୍ବଚନ ପାଇଁ ଓ କଣ୍ଟାମାଳରେ ୧୧୬ କୋଟି ଟଙ୍କାର ୫୪ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ୪ଟି ହାଇଭୋଲ୍ଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ। ଏହାଛଡ଼ା ସେଠାରେ ୩୧୦ କୋଟି ୫୯ ଲକ୍ଷ ଟଙ୍କା ମୂଲ୍ୟର ୧୦ଟି ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନାରେ ରାଜ୍ୟର ସମସ୍ତ ଚାଷୀ, ଭୂମିହୀନ, ଛୋଟ ଚାଷୀ ସମସ୍ତଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି। କାଳିଆ ଯୋଜନାରେ କେହି ଜଣେ ହେଲେ ବି ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ…
୨୦୧୪ ଡିସେମ୍ବରରେ ଗିରଫ ହୋଇଥିବା ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍ଡି ଦୁର୍ଗା ପ୍ରସାଦ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି। ଦୁର୍ଗ ପ୍ରସାଦଙ୍କୁ ବେଆଇନ ଅର୍ଥ କାରବାର ନେଇ ପଚରାଉଚରା କରାଯାଉଛି। ପୂର୍ବରୁ ସିବିଆଇ ଦ୍ୱାରା ଦୁର୍ଗା ପ୍ରସାଦ ଗିରଫ ହୋଇ ଜାମିନ୍ରେ ଥିବା ନେଇ ସୂଚନା ଅଛି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାଇକ୍ରୋ ଫାଇନାନ୍ସ ଚିଟପଣ୍ଡ ଠକେଇ ମାମଲାରେ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ୩ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା। ଏଥିସହିତ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ବିଚାର କରି ମିଶ୍ରଙ୍କୁ ଜମାକାରୀଙ୍କ କ୍ଷତିପୂରଣ ଲାଗି ୨୧୫କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଇକ୍ରୋ ଫାଇନାନ୍ସ ଓଡ଼ିଶାର ଅନେକ ଜମାକାରୀଙ୍କଠାରୁ ୫ଶହ କୋଟିରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

