Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ପୁରୀରେ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ ! ନୀତିରେ ବିଳମ୍ବ
ଆଜିର ଖବର

ପୁଣି ପୁରୀରେ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ ! ନୀତିରେ ବିଳମ୍ବ

March 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
jagannath temple' s indiscipline
jagannath temple' s indiscipline

ସୁପ୍ରିମକୋର୍ଟଙ୍କ ଛାଟ ହେଉ ବା ପ୍ରଶାସନର ତାଗିଦ୍, ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା କିଛି ବ୍ୟବସ୍ଥିତ ହୋଇ ପାରୁନାହିଁ। ଶ୍ରୀମନ୍ଦିର ଗାରଦର ତ୍ରୁଟି ଯୋଗୁ ପରମ୍ପରା ଭାଙ୍ଗିବାକୁ ଯାଉଥିଲା। ପୂଜାପଣ୍ଡା ସେବକମାନେ ଅଟକାଇଲେ। ଫଳରେ ପୂଜାପଣ୍ଡା ଓ ସୁଆରମାନେ ମୁହାଁମୁହିଁ ହୋଇଥିଲେ। ଯାହାଦ୍ବାରା ଠାକୁରଙ୍କ ନୀତି ୪୦ ମିନିଟ୍ ଧରି ଅଟକିଗଲା। ଏପରିକି ଏହି ତ୍ରୁଟି ଏବଂ ପରମ୍ପରା ମଧ୍ୟରେ ସମନ୍ବୟ ରଖିବାକୁ ସମର୍ଥ ହେଲାନାହିଁ ପ୍ରଶାସନ ଦ୍ବାରା ଗଠିତ ଶୃଙ୍ଖଳା କମିଟି। ଯାହାଦ୍ବାରା ଭୋଗ ବିଳମ୍ବ ହେଲା ଓ କଲବଲ ହେଲେ ଭକ୍ତ। ଗାରଦର ତ୍ରୁଟି ଥିବାରୁ ଏହି ବିଶୃଙ୍ଖଳାକୁ ରିପୋର୍ଟ ବି କଲାନି ଗାରଦ।  ଶ୍ରୀମନ୍ଦିରରେ ଅନେକ ପରମ୍ପରା ରହିଛି। ସେଥିରୁ ଗୋଟିଏ ପରମ୍ପରା ହେଉଛି ଠାକୁରଙ୍କ ରହଣୀ ଭୋଗ। ଏହି ଭୋଗ ପାଇଁ ବାହାର ରୋଷରେ ପ୍ରସ୍ତୁତ ହୋଇଥାଏ ସାମଗ୍ରୀ। ସେଥିପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ରହିଛି। ପରମ୍ପରା ଅନୁଯାୟୀ, ଯେଉଁଦିନ ଠାକୁର ବାହାର ବିଜେ କରନ୍ତି, ଅର୍ଥାତ ରାମକୃଷ୍ଣ, ମଦନ ମୋହନ, ଶ୍ରୀଦେବୀ ଭୂଦେବୀ ବା ଶ୍ରୀ ସୁଦର୍ଶନ ବାହାରକୁ ବିଜେ କରନ୍ତି ତଥା ବାହାର ରୀତିନୀତିରେ ସାମିଲ୍ ହୁଅନ୍ତି, ସେହିଦିନ ହିଁ ବାହାର ରୋଷରେ ଭୋଗ ପ୍ରସ୍ତୁତ ହୋଇ ଲାଗିଥାଏ। ମାତ୍ର ସୁଆର ସେବକମାନେ ରହଣୀ ଭୋଗ କରିବାକୁ ଦାବି କରିଥିଲେ। ଠାକୁରଙ୍କର ବାହାର ବିଜେ ନୀତି ନଥିବା ବେଳେ ଗାରଦ ପକ୍ଷରୁ ବାହାର ରୋଷ ଚାବି ସେମାନଙ୍କୁ ଦିଆଯାଇଥିଲା। ଗାରଦ ସବୁ ଜାଣି ମଧ୍ୟ ବାହାର ରୋଷରେ ଭୋଗ ପ୍ରସ୍ତୁତ କରିବାକୁ ଦେବା ପରେ ସୁଆରମାନେ ରହଣୀ ଭୋଗ ଲାଗି କରିବାକୁ କହିଥିଲେ। ଏହାକୁ ବିରୋଧ କରିଥିଲେ ପୂଜାପଣ୍ଡା ସେବକ।  ପ୍ରାୟ ୪୦ ମିନିଟ୍‌ ଧରି ଟଣାଓଟରା ଚାଲିଲା ପରେ ବାହାର ଭୋଗ ପ୍ରସ୍ତୁତି ବନ୍ଦ ରହିଲା ।  ନିଷ୍ପତ୍ତି ହେବା ପରେ ନୀତି ଚାଲିଥିଲା କିନ୍ତୁ ଠାକୁରଙ୍କ ଭୋଗ ଅଟକି ଗଲା, ଫଳରେ ଭକ୍ତମାନେ ଭୋଗ ପାଇଲେ ନାହିଁ । ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଯଥେଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଥିବାବେଳେ ମନ୍ଦିର ଭିତରେ ପଣ୍ଡା ଓ ସୁଆରମାନଙ୍କ ଝଗଡ଼ା କିଛି ପରିବର୍ତ୍ତନ ହେଉପାରିନାହିଁ । ଏହାବ୍ୟତୀତ ନୀତି ସମନ୍ବୟ ରଖିବାକୁ ଥିବା କମିଟି ଉପରେ ମଧ୍ୟ ତା’ର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି । ଏ ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ତଦନ୍ତ କରି ନୀତି ବିଶୃଙ୍ଖଳା ପାଇଁ ଦାୟୀ ଅଧିକାରୀ, କର୍ମଚାରୀ ଓ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।

jagannathtemple thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026

ଯୁକ୍ତ ଦୁଇ ନାମଲେଖା: ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଛାତ୍ରଛାତ୍ରୀଙ୍କୁ ଚୟନ

July 24, 2026
Latest News

NEET ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: ଉତ୍ତର ରଖିଲେ କେନ୍ଦ୍ର ସରକାର

July 24, 2026

୧୦ ବର୍ଷ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା!: ପେପର ଲିକ୍ ବିରୋଧରେ ସରକାରଙ୍କ ଯୋଜନା କ’ଣ?

July 24, 2026

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆବଶ୍ୟକ,”: ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ପରେ ମଧ୍ୟ ସିଜେପି ଅଟଳ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.