Categories
ଆଜିର ଖବର

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ସମୀକ୍ଷା ବ୍ୟୁରୋ, ପୁର18/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ସାଧାରଣ ଦର୍ଶନ 4 ଘଣଟା ପାଇଁ ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ 2.30ରୁ 6.30 ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ସମୀକ୍ଷା ବ୍ୟୁରୋ, ପୁରୀ,4/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Categories
ବିଶେଷ ଖବର

ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏମିତି କିଛି ମହାନ ଅନୁଷ୍ଠାନ ଅଛି ଯାହାକୁ ଭାଙ୍ଗିବାର ନିଷ୍ପତ୍ତି ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ

କେଦାର ମିଶ୍ର

ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଶ୍ରୀମନ୍ଦିର ଭିତରେ ସୀମିତ ନୁହେଁ। ମନ୍ଦିର ବାହାରେ ମେଘନାଦ ପାଚେରୀକୁ ଘେରି ରହିଥିବା ମଠ, ବିଭିନ୍ନ ସେବାୟତଙ୍କ ଘର ଓ ଖୋଦ ଗଜପତିଙ୍କ ଶ୍ରୀ ନଅର ମଧ୍ୟ ଶ୍ରୀ ଜଗନ୍ନାଥ ପରମ୍ପରାର ଅଂଶବିଶେଷ। ଦୁଇଦିନ ତଳେ ହଠାତ ଓଡିଶା ସରକାର ଯେତେବେଳେ କ୍ୟାବିନେଟ ନିଷ୍ପତ୍ତି ନେଲେ ଯେ ମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ରହିଥିବା ସବୁ କୋଠାବାଡି ଖାଲି କରାଯିବ, ତାହା ଅତ୍ୟନ୍ତ ବିଚିତ୍ର ଓ ମହମ୍ମଦ ବିନ ତୁଗଲକଙ୍କ ନିଷ୍ପତ୍ତି ଭଳି ଶୁଣାଗଲା। ମନ୍ଦିର ଚାରି ପାର୍ଶ୍ଵରେ ରହିଥିବା ମଠ ଗୁଡିକ ଭାଙ୍ଗିବା ଏକପ୍ରକାର ଧାର୍ମିକ ଉତ୍ତେଜନା ସୃଷ୍ଟି କରିବ ଓ ଏହା ଐତିହ୍ୟ ବିରୋଧୀ ବୋଲି ସରକାର ବୁଝି ପାରୁନାହାନ୍ତି କେମିତି? ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏମିତି ଏକ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ସଂସ୍କାର ଲାଗି ରାଜ୍ୟ ସରକାର ଗଠନ କରିଥିବା ଜଷ୍ଟିସ ଦାସ କମିଶନ ଏହାକୁ ସୁପାରିଶ କରିଛନ୍ତି। ଏମିତି ଏକ ସୁପାରିଶ କରିବା ପୂର୍ବରୁ ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ କଣ ସବୁ ଅନୁଷ୍ଠାନ ରହିଛି, ସେ କଥା କମିଶନ ଭଲ ଭାବରେ ଅନୁଧ୍ୟାନ କରିବା ଉଚିତ ହୋଇଥାନ୍ତା।

ପୁରୀ ମନ୍ଦିରର ଭୌଗୋଳିକ ଅବସ୍ଥିତି ବିଷୟରେ ଯେଉଁମାନେ ଅବଗତ ଅଛନ୍ତି, ସେମାନେ ଭଲ ଭାବରେ ଜାଣନ୍ତି, ସେମାନଙ୍କୁ ଏ ନିଷ୍ପତ୍ତି ଏକପ୍ରକାର ଆତଙ୍କ ଭଳି ମନେହେବ। ମନ୍ଦିରକୁ ଘେରି ପୁରୀ ସହରର ତିନୋଟି ପ୍ରମୁଖ ଜନାକୀର୍ଣ୍ଣ ସାହି ରହିଛି। ମାର୍କଣ୍ଡେଶ୍ଵର ସାହି, ବାଲି ସାହି ଓ ଦୋଳମଣ୍ଡପ ସାହି। ଏହି ସାହି ଗୁଡିକରେ ଶ୍ରୀ ମନ୍ଦିର ସେବାପୂଜା ସହ ସମ୍ପୃକ୍ତ ଅନେକ ମଠ ଓ ସେବାୟତଙ୍କ ଘରବାଡି ରହିଛି। ସାରା ଭାରତର ତୀର୍ଥସ୍ଥଳ ଗୁଡିକର ଭୌଗୋଳିକ ସଂରଚନା ପ୍ରାୟ ଏମିତି। ମୁଖ୍ୟ ମନ୍ଦିର ଓ ତାକୁ ଘେରି ଆଶ୍ରମ, ମଠ ଓ ସେବାୟତଙ୍କ ବସତି। ଏହା ବହୁ ପ୍ରାଚୀନ ବ୍ୟବସ୍ଥା। ତାକୁ ଭାଙ୍ଗିଦେବାର ଅର୍ଥ ହେଉଛି, ଐତିହ୍ୟକୁ ଧ୍ଵଂସ କରିଦେବା। ମଠ ଗୁଡିକର ନିଜସ୍ଵ ଐତିହ୍ୟ ଓ ଐତିହାସିକ ମୂଲ୍ୟ ରହିଛି। ସେସବୁକୁ ଉଚ୍ଛେଦ କରିବାର ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ।

ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଲାଗି ଏମିତି ବ୍ୟବସ୍ଥା କରିବାକୁ କମିଶନ କହିଛନ୍ତି ଓ ଏହାକୁ ସରକାର ବିନା ବିଚାରରେ ଗ୍ରହଣ କରିନେଇଛନ୍ତି। ମନ୍ଦିର ମଠ ପରିବେଷ୍ଟିତ ହୋଇ ରହିଛି ବୋଲି ସୁନ୍ଦର ଦିଶୁନାହିଁ କି? ମନ୍ଦିରର ସୌନ୍ଦର୍ଯ୍ୟକରଣ ମାନେ କଣ କେବଳ ବୁଗେନଭିଲା ଓ କ୍ରୋଟନ ଲଗାଇବା? ପୁରୀ ସହରର ଏକ ପ୍ରାଚୀନ ବାସ୍ନା ରହିଛି। ତାକୁ ଭାଙ୍ଗିରୁଜି ଦେବାର କୌଣସି ଅର୍ଥ ନାହିଁ। ପୁରୀ ମନ୍ଦିରର ପ୍ରାଥମିକ ସୌନ୍ଦର୍ଯ୍ୟ ହେଉଛି ଏହାର ପ୍ରାଚୀନତା। ଏହାର ଗଳି ରାସ୍ତା ଓ ପୁରୁଣା ମଠ ସବୁର କାରୁକାର୍ଯ୍ୟ । ତାକୁ ଭାଙ୍ଗିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ।

ଏହା ସହିତ ବିଭିନ୍ନ ସେବାୟତଙ୍କ ପୈତୃକ ଘରବାଡି ଏହି ୭୫ ମିଟର ସୀମା ଭିତରେ ରହିଛି। ମନ୍ଦିରର ସୁନ୍ଦରତା ବଢାଇବାକୁ ସେବାୟତମାନଙ୍କୁ ଉଦବାସ୍ତୁ କରିବା ନ୍ୟାୟସଙ୍ଗତ ନୁହେଁ। ଶହ ଶହ ବର୍ଷର ଭିଟାମାଟି ଛାଡିବାକୁ ସେମାନଙ୍କୁ ବାଧ୍ୟ କରାଯିବା ଉଚିତ ହେବ କି? ମନ୍ଦିର ସୁରକ୍ଷା ପ୍ରସଙ୍ଗରେ ହୁଏତ ଜବରଦଖଲ ଉଚ୍ଛେଦ କରାଯାଇପାରେ। ଏଠି କହିରଖିବା ଉଚିତ ହେବ ଯେ, ବାରମ୍ବାର ବାହ୍ୟ ଶତ୍ରୁ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଏହି ସେବାୟତମାନେ ହିଁ ସୁରକ୍ଷିତ ରଖି ଆସିଛନ୍ତି। ଆଜି ସେମାନଙ୍କ ଘର ଓ ଭୂମିକୁ ଶ୍ରୀମନ୍ଦିର ସୁରକ୍ଷା ଆଳରେ ମାଡିବସିବା ଠିକ ହେବନାହିଁ।

ଏ ସମ୍ପର୍କରେ ନିଷ୍ପତ୍ତି ନେବା ଆଗରୁ ପୁରୀର ନାଗରିକ, ରାଜନେତା, ଐତିହାସିକ, ସେବାୟତ ଓ ମଠାଧୀଶମାନଙ୍କ ସହ ବ୍ୟାପକ ଆଲୋଚନା ହେବା ଉଚିତ ହୋଇଥାନ୍ତା। ୭୫ ମିଟର ପରିଧିରେ କଣ କଣ ସବୁ ଅନୁଷ୍ଠାନ ରହିଛି ଓ ଐତିହ୍ୟ ଦୃଷ୍ଟିରୁ ସେଥିରୁ କିଏ କିଏ ସବୁ ଗୁରୁତ୍ୱପୂର୍ଣ୍ଣ ତାହାର ମଧ୍ୟ ଏକ ତାଲିକା ହେବା ଜରୁରୀ ଥିଲା। କେବଳ ହୁଙ୍କାପିଟା ନ୍ୟାୟରେ ଏ ପ୍ରକାର ଉଚ୍ଛେଦ ନିଷ୍ପତ୍ତି ପୁରୀ ସହରରେ ଏକ ବଡ ଧରଣର ଅଶାନ୍ତି ସୃଷ୍ଟି କରିପାରେ। ଆଇନ ଶ୍ରୁଙ୍ଖଳା ପରିସ୍ଥିତିର ସମ୍ଭାବନା ସହିତ ଇତିହାସ ପ୍ରତି ଏହା ଏକ ଆକ୍ରମଣ ବୋଲି ବାର୍ତ୍ତା ମଧ୍ୟ ଯାଇପାରେ। ଯେ କୌଣସି ଐତିହ୍ୟ ସଚେତନ ନାଗରିକ ରାଜ୍ୟ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିକୁ ସମର୍ଥନ କରିବ ନାହିଁ।

ଓଡିଶାରେ ବିଜେଡି ବିଧାୟକଙ୍କୁ କିଣିବା ଲାଗି ଆରମ୍ଭ ହୋଇଛି ବିଜେପିର ଗୋପନ ଅଭିଯାନ; ୫୨ବିଜେଡି ବିଧାୟକଙ୍କ ସହ ବିଜେପିର ଯୋଗାଯୋଗ ରହିଛି !!

Categories
ଆଜିର ଖବର

ପୁଣି ପୁରୀରେ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ ! ନୀତିରେ ବିଳମ୍ବ

ସୁପ୍ରିମକୋର୍ଟଙ୍କ ଛାଟ ହେଉ ବା ପ୍ରଶାସନର ତାଗିଦ୍, ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା କିଛି ବ୍ୟବସ୍ଥିତ ହୋଇ ପାରୁନାହିଁ। ଶ୍ରୀମନ୍ଦିର ଗାରଦର ତ୍ରୁଟି ଯୋଗୁ ପରମ୍ପରା ଭାଙ୍ଗିବାକୁ ଯାଉଥିଲା। ପୂଜାପଣ୍ଡା ସେବକମାନେ ଅଟକାଇଲେ। ଫଳରେ ପୂଜାପଣ୍ଡା ଓ ସୁଆରମାନେ ମୁହାଁମୁହିଁ ହୋଇଥିଲେ। ଯାହାଦ୍ବାରା ଠାକୁରଙ୍କ ନୀତି ୪୦ ମିନିଟ୍ ଧରି ଅଟକିଗଲା। ଏପରିକି ଏହି ତ୍ରୁଟି ଏବଂ ପରମ୍ପରା ମଧ୍ୟରେ ସମନ୍ବୟ ରଖିବାକୁ ସମର୍ଥ ହେଲାନାହିଁ ପ୍ରଶାସନ ଦ୍ବାରା ଗଠିତ ଶୃଙ୍ଖଳା କମିଟି। ଯାହାଦ୍ବାରା ଭୋଗ ବିଳମ୍ବ ହେଲା ଓ କଲବଲ ହେଲେ ଭକ୍ତ। ଗାରଦର ତ୍ରୁଟି ଥିବାରୁ ଏହି ବିଶୃଙ୍ଖଳାକୁ ରିପୋର୍ଟ ବି କଲାନି ଗାରଦ।  ଶ୍ରୀମନ୍ଦିରରେ ଅନେକ ପରମ୍ପରା ରହିଛି। ସେଥିରୁ ଗୋଟିଏ ପରମ୍ପରା ହେଉଛି ଠାକୁରଙ୍କ ରହଣୀ ଭୋଗ। ଏହି ଭୋଗ ପାଇଁ ବାହାର ରୋଷରେ ପ୍ରସ୍ତୁତ ହୋଇଥାଏ ସାମଗ୍ରୀ। ସେଥିପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ରହିଛି। ପରମ୍ପରା ଅନୁଯାୟୀ, ଯେଉଁଦିନ ଠାକୁର ବାହାର ବିଜେ କରନ୍ତି, ଅର୍ଥାତ ରାମକୃଷ୍ଣ, ମଦନ ମୋହନ, ଶ୍ରୀଦେବୀ ଭୂଦେବୀ ବା ଶ୍ରୀ ସୁଦର୍ଶନ ବାହାରକୁ ବିଜେ କରନ୍ତି ତଥା ବାହାର ରୀତିନୀତିରେ ସାମିଲ୍ ହୁଅନ୍ତି, ସେହିଦିନ ହିଁ ବାହାର ରୋଷରେ ଭୋଗ ପ୍ରସ୍ତୁତ ହୋଇ ଲାଗିଥାଏ। ମାତ୍ର ସୁଆର ସେବକମାନେ ରହଣୀ ଭୋଗ କରିବାକୁ ଦାବି କରିଥିଲେ। ଠାକୁରଙ୍କର ବାହାର ବିଜେ ନୀତି ନଥିବା ବେଳେ ଗାରଦ ପକ୍ଷରୁ ବାହାର ରୋଷ ଚାବି ସେମାନଙ୍କୁ ଦିଆଯାଇଥିଲା। ଗାରଦ ସବୁ ଜାଣି ମଧ୍ୟ ବାହାର ରୋଷରେ ଭୋଗ ପ୍ରସ୍ତୁତ କରିବାକୁ ଦେବା ପରେ ସୁଆରମାନେ ରହଣୀ ଭୋଗ ଲାଗି କରିବାକୁ କହିଥିଲେ। ଏହାକୁ ବିରୋଧ କରିଥିଲେ ପୂଜାପଣ୍ଡା ସେବକ।  ପ୍ରାୟ ୪୦ ମିନିଟ୍‌ ଧରି ଟଣାଓଟରା ଚାଲିଲା ପରେ ବାହାର ଭୋଗ ପ୍ରସ୍ତୁତି ବନ୍ଦ ରହିଲା ।  ନିଷ୍ପତ୍ତି ହେବା ପରେ ନୀତି ଚାଲିଥିଲା କିନ୍ତୁ ଠାକୁରଙ୍କ ଭୋଗ ଅଟକି ଗଲା, ଫଳରେ ଭକ୍ତମାନେ ଭୋଗ ପାଇଲେ ନାହିଁ । ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଯଥେଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଥିବାବେଳେ ମନ୍ଦିର ଭିତରେ ପଣ୍ଡା ଓ ସୁଆରମାନଙ୍କ ଝଗଡ଼ା କିଛି ପରିବର୍ତ୍ତନ ହେଉପାରିନାହିଁ । ଏହାବ୍ୟତୀତ ନୀତି ସମନ୍ବୟ ରଖିବାକୁ ଥିବା କମିଟି ଉପରେ ମଧ୍ୟ ତା’ର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି । ଏ ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ତଦନ୍ତ କରି ନୀତି ବିଶୃଙ୍ଖଳା ପାଇଁ ଦାୟୀ ଅଧିକାରୀ, କର୍ମଚାରୀ ଓ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।