Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏପ୍ରିଲ ଦ୍ବିତୀୟ ସପ୍ତାହରେ ଓଡିଶାରେ ନିର୍ବାଚନ ହେବାର ସମ୍ଭାବନା, ମାର୍ଚ୍ଚ 8 ପରେ ଘୋଷଣା ହେବ ତାରିଖ।
ବିଶେଷ ଖବର

ଏପ୍ରିଲ ଦ୍ବିତୀୟ ସପ୍ତାହରେ ଓଡିଶାରେ ନିର୍ବାଚନ ହେବାର ସମ୍ଭାବନା, ମାର୍ଚ୍ଚ 8 ପରେ ଘୋଷଣା ହେବ ତାରିଖ।

March 4, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
General election of India will be declared on 8th March.
General election of India will be declared on 8th March.

ସମୀକ୍ଷା ବ୍ୟୁରୋ

କେବ ହେବ ନିର୍ବାଚନ, ଏହାକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଆସନ୍ତା 8 ତାରିଖରେ କିମ୍ବା ଏହା ପରେ ସ୍ପଷ୍ଟ ହେବ। ନିର୍ବାଚନ କମିଶନର ସେଥିପାଇଁ ପ୍ରସ୍ତୁତି ଶେଷ କରିଦେଇଛନ୍ତି। ଯାହା ଜଣାପଡୁଛି ଓଡିଶାରେ ପୂର୍ବପରି ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ନିଷ୍ପତି ହୋଇଛି। ରାଜ୍ୟରେ ଏହି ନିର୍ବାଚନ ଏପ୍ରିଲ ଦ୍ବିତୀୟ ଓ ତୃତୀୟ ସପ୍ତାହରେ କରାଯିବ ବୋଲି ଜଣାପଡିଛି। ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ଓଡିଶାରେ ଆସନ୍ତା ଏପ୍ରିଲ୍‌ 10 ଓ 17 ତାରିଖରେ ନିର୍ବାଚନ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାର ଜଣାପଡିଛି। କାରଣ ଏପ୍ରିଲ  13 ତାରିଖରେ ରାମନବମୀ ଏବଂ 14 ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡୁଛି। ଏହି ଦୁଇଦିନକୁ ଓଡିଶା ଜନସାଧାରଣ ମହା ଆଡମ୍ବର ସହକାରେ ପାଳନ କରୁଥିବାରୁ ଏହା ପୂର୍ବରୁ ଏବଂ ପରେ ନିର୍ବାଚନ କରାଯିବ ଉଚିତ ବୋଲି ତର୍ଯ୍ୟମା କରାଯାଇ ଏପରି ନିଷ୍ପତି ହୋଇଥିବାର ଜଣାପଡିଛି। ସାରା ଭାରତରେ ପ୍ରାୟ 12ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବା ପାଇଁ ନିଷ୍ପତି ହୋଇଥିବାର ଜଣାପଡିଛି।  ଯେଉଁଦିନ ନିର୍ବାଚନ ତାରିଖ ଘୋଷଣା କରିବେ ସେହି ଦିନ ହିଁ ଆଚରଣ ବିଧି ଲାଗୁ କରାଯାଇ ସମସ୍ତ କଟକଣା ଲାଗୁ କରାଯିବ। ଏହାପରେ ସମସ୍ତ ରାଜନୈତିକ ଦଳକୁ ଅତିକମ୍ ରେ 35 ଦିନ ନିର୍ବାଚନ ପ୍ରସ୍ତୁତି ଏବଂ ପ୍ରଚାର ପାଇଁ ସମୟ ଦିଆଯିବ।

ଗତ 15 ତାରିଖରେ ତିନିଦିନିଆ ଓଡିଶା ଗସ୍ତରେ ନିର୍ବାଚନ କମିଶନର ଅଶୋକ ଲାଭାସା ଆସିଥିଲେ। ଏହି ସମୟରେ ସେ ଓଡିଶାର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ସହିତ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଆଲୋଚନାକୁ ଆଧାର କରି ସେ ଓଡିଶାର ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ରିପୋର୍ଟ ଦେଇଥିବାର ଜଣାପଡିଛି। ସେତେବେଳେ ନିର୍ବାଚନ କମିଶନର ଓଡିଶାର ବରିଷ୍ଠ ଅଧିକାରୀଙ୍କୁ 20 ତାରିଖ ସୁଦ୍ଧା ବଦଳି କରିବା ପାଇଁ ମଧ୍ୟ କହିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ବଡ ଧରଣର ଅଦଳ ବଦଳ ମଧ୍ୟ କରିସାରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଆଇନି ଶୃଙ୍ଖଳା ପରିସ୍ଥିତି ସଂପର୍କରେ କମିଶନର ପୋଲିସ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ଗତ 2014 ନିର୍ବାଚନ ସମୟରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଯାହା ଥିଲା ସେଥିରେ ଅନେକ ସୁଧାର ଆସିଛି ବୋଲି କମିଶନରଙ୍କୁ ଅବଗତ କରାଯାଇଛି। ସେଥିପାଇଁ ଓଡିଶାରେ ନିର୍ବାଚନ ସୁରୁଖୁରରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଅବଗତ କରାଇଛନ୍ତି। ଏହାସତ୍ବେ ଗତ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କମିଶନରଙ୍କୁ ସୁପାରିଶ କରିଛନ୍ତି। ଏହି ସୁପାରିଶକୁ ଆଧାର କରି ମୁଖ୍ୟ କମିସନର ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ନିଷ୍ପତି କରିଥିବା ଜଣାପଡିଛି।

ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଏକ ନୂଆ ନିୟମ ଆସୁଥିବାର ଜଣାଯାଇଛି । ତାହା ହେଉଛି ପ୍ରାର୍ଥୀ ବା ପ୍ରାର୍ଥିନୀ ସେମାନଙ୍କ ସଂପତ୍ତି ତାଲିକା ଦାଖଲ କରିବା ପରେ, ତାହା ଆୟକର ବିଭାଗ ଯାଞ୍ଚ କରିବା ପାଇଁ ପଠାଯିବ। ଏଥିସହ ଏଥର ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କ ଭାରତରେ ଥିବା ସଂପତ୍ତି ସହିତ ବିଦେଶରେ ଥିବା ସଂପତ୍ତି ତାଲିକା ମଧ୍ୟ ସଂଲଗ୍ନ କରିବାକୁ ବାଧ୍ୟତା ମୂଳକ କରାଯିବ। ସେସବୁ ଆୟକର ବିଭାଗ ଯାଞ୍ଚ କରିବା ପରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହୁଏ ତେବେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି କରାଯାଇଛି। ଏପରିକି ତାଙ୍କର ସଦସ୍ୟ ପଦକୁ ରଦ୍ଦ କରିଦିଆଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଓଡିଶାର ସମସ୍ତ ବୁଥରେ ଭିଭିପିଏଟି ଲଗାଯିବ । ଫଳରେ ଭୋଟର କାହାକୁ ଭୋଟଦେଲେ ତାହା ଏହି ମେସିନରୁ ବାହାରିଥିବା ରସିଦରୁ ଅବଗତ ହୋଇପାରିବେ। ଓଡିଶାର ସମସ୍ତ ବୁଥରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ ବୋଲି ଜଣାପଡିଛି। ଆଉ ସେସବୁ ଭୁବନେଶ୍ବରର ମୁଖ୍ୟ ନିର୍ବାଚନ ଅଧିକାରୀ ତଦାରଖ କରି ପଦକ୍ଷେପ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମୁଖ୍ୟତଃ ପ୍ରାର୍ଥୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ଦଳ ଦ୍ବାରା ତଦାରଖ କରିବାକୁ ମଧ୍ୟ ଯୋଜନା କରାଯାଇଛି।

ଗତ 2014 ସାଧାରଣ ନିର୍ବାଚନ ପାଇଁ ମାର୍ଚ୍ଚ 5ରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ସେତେବେଳେ ଏହି ନିର୍ବାଚନ ଏପ୍ରିଲ 7 ତାରିଖରୁ ଆରମ୍ଭ ହୋଇ ମେ 12 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ଓଡିଶାର ଭୋଟ ଗ୍ରହଣ ଏପ୍ରିଲ 10 ଓ 17 ତାରିଖରେ କରାଯାଇଥିଲା। ମେ 16 ତାରିଖରେ ଭୋଟ ଗଣତି କରାଯାଇ,ଫଳାଫଳ ପ୍ରକାଶ କରାଯାଇଥିଲା। ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଯେଉଁ ଭୋଟ ଗ୍ରହଣ ତାରିଖ ଥିଲା, ତାହା ହେଲା..

ବିହାର- ଏପ୍ରିଲ୍ 10,17,24,30 ଏବଂ ମେ 7 ଓ 12 ତାରିଖ

ଓଡିଶା- ଏପ୍ରିଲ୍‌ 10 ଓ 17 ତାରିଖ

ପଶ୍ଚିମ ବଂଗ- ଏପ୍ରିଲ୍‌ 17, 24,30 ଏବଂ ମେ 7 ଓ 12 ତାରିଖ

ଝାଡଖଣ୍ଡ- ଏପ୍ରିଲ 10,17 ଓ 24 ତାରିଖ ଥିଲା।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ 7 ତାରିଖରେ ଦୁଇଟି ରାଜ୍ୟର 6 ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍‌ 9 ତାରିଖରେ 5ଟି ରାଜ୍ୟର 7ଟି ନିର୍ବାଚନ ମଣ୍ଡଳୀ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୍‌ 10 ତାରିଖରେ 14ଟି ରାଜ୍ୟର 92ଟି ନିର୍ବାଚନ ମଣ୍ଡଳୀ, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ 12 ତାରିଖରେ 3ଟି ରାଜ୍ୟର 5ଟି ନିର୍ବାଚନ ମଣ୍ଡଳୀ, ପଞ୍ଚମ ପର୍ଯ୍ୟାୟ ଏପ୍ରିଲ 17 ତାରିଖରେ 13 ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର 122ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରାଯାଇଥିଲା। ସେହିପରି ଏପ୍ରିଲ 24 ତାରିଖ ଷଷ୍ଠ ପର୍ଯ୍ୟାୟରେ 12 ଟି ରାଜ୍ୟର 117ଟି ନିର୍ବାଚନ ମଣ୍ଡଳୀ, ଏପ୍ରିଲ 30 ତାରିଖ ସପ୍ତମ ପର୍ଯ୍ୟାୟରେ 9ଟି ରାଜ୍ୟର 89 ନିର୍ବାଚନ ମଣ୍ଡଳୀ,ମେ 7 ତାରିଖ ଅଷ୍ଟମ ପର୍ଯ୍ୟାୟରେ 7ଟି ରାଜ୍ୟର 64 ନିର୍ବାଚନ ମଣ୍ଡଳୀ, ନବମ ପର୍ଯ୍ୟାୟ ମେ 12 ତାରିଖରେ 3ଟି ରାଜ୍ୟର 41ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଡିଜିଟାଲ ମିଡିଆର ବହୁଳ ବ୍ୟବହାର କରିବେ। ସେଥିପାଇଁ ନିର୍ବାଚନ କମିଶନର ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଆଇଟି ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦେବେ ବୋଲି ଜଣାପଡିଛି। ଏହି ଆଇଟି ଦଳ ସବୁ ରାଜ୍ୟରେ ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବେ ବୋଲି ନିଷ୍ପତି ହୋଇଛି।

 

assemblyelection election electioncommission odishaelection
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.