ପାଇଲଟ୍ ଦେଶର ରକ୍ଷା କରୁଛନ୍ତି, ଆଉ ଚୌକିଦାର ତାଙ୍କ ଟଙ୍କା ଚୋରି କରି ଅମ୍ବାନୀଙ୍କୁ ଦେଉଛନ୍ତି : ରାହୁଲ୍‌ ଗାନ୍ଧି

Published: Mar 2, 2019, 7:16 pm IST
Chowikdar stole 30,000 cr from indian air force and gave it to ambani : Rahul Gandhi

ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଚୌକିଦାର ଚୋର୍‌ ହୈ କହିଥିଲେ । ତେବେ ମୋଦିଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ, ଚୌକିଦାର ଚୋର ଅଟନ୍ତି ଏହାର ଅର୍ଥ ହେଉଛି, ନରେନ୍ଦ୍ର ମୋଦି ଚୋର ଅଟନ୍ତି । ସାଢେ ୪ ବର୍ଷରେ ନରେନ୍ଦ୍ର ମୋଦି ସରକାରଙ୍କ ପତନ ଘଟିଛି । ପୂର୍ବରୁ ଲୋକମାନେ ମୋଦି ସରକାରଙ୍କ ପାଇଁ ‘ଅଚ୍ଛେଦିନ ଆୟେଙ୍ଗେ’ର ନାରା ଦେଉଥିଲେ କିନ୍ତୁ ଏବେ ସେହି ନାରା ‘ଚୌକିଦାର ଚୋର ହେ’ ରେ ପରିବର୍ତ୍ତନ ହୋଇଛି । ନିକଟରେ ପାକିସ୍ତାନରେ ହୋଇଥିବା ସେନାର ଅପରେସନର କଥା ଉଠାଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ବାୟୁସେନା ହିନ୍ଦୁସ୍ତାନର ରକ୍ଷା କରିଛି । ଏବଂ ଦେଶର ଚୌକିଦାର ସେହି ବାୟୁସେନାର ୩୦ ହଜାର କୋଟି ଟଙ୍କା ଚୋରି ଅନିଲ ଅମ୍ବାନିଙ୍କୁ ଦେଇଛନ୍ତି । ଏହା ଠାରୁ ଲଜ୍ୟାଜନକ ଘଟଣା ଆଉ କିଛି ନହୋଇପାରେ ବୋଲି ରାହୁଲ କହିଛନ୍ତି । ରାହୁଲ କହିଛନ୍ତି, ଯଦି ଆଗାମୀ ଦିନରେ ଦେଶରେ କଂଗ୍ରେସ ସରକାର ଆସେ, ତେବେ ଦେଶର ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦିଆଯିବ ।

 

Related posts