Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୋସିଆଲ ମିଡିଆରେ ଘୂରିବୁଲିଲା ବିଜେପିର ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା, ବିଜେପି ଶିବିରରେ ଜୋରଦାର ଚର୍ଚ୍ଚା
ବିଶେଷ ଖବର

ସୋସିଆଲ ମିଡିଆରେ ଘୂରିବୁଲିଲା ବିଜେପିର ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା, ବିଜେପି ଶିବିରରେ ଜୋରଦାର ଚର୍ଚ୍ଚା

March 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
odisha bjp candidate name in social media
odisha bjp candidate name in social media

ସମୀକ୍ଷା ବ୍ୟୁରୋ

ବିଜେପି ତରଫରୁ ପୁରୀ ଲୋକସଭା ଆସନ ପାଇଁ ଲଢେଇ କରିବେ ଦିଲ୍ଲୀ ଦରବାରରେ ଦବଦବା ଥିବା ଓଡିଶାର ଯୁବ ନେତା ସମ୍ବିତ ପାତ୍ର। ସେହିପରି ସମ୍ବଲପୁରରୁ ପ୍ରାର୍ଥୀ ହେବେ ସୁରେଶ ପୂଜାରୀ, ଆଉ ଭୁବନେଶ୍ଵରରୁ ଲଢିବେ ଅପରାଜିତା ଷଡଙ୍ଗୀ। ଏହିପରି ବିଜେପିର ପୁରା ୨୧ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଆଉ ଏହାକୁ ନେଇ ରାଜ୍ୟ ରାଜନିତିରେ ଆରମ୍ଭ ହୋଇଯାଇଛି ବଡ ଚର୍ଚ୍ଚା। ବର୍ତ୍ତମାନ  ରାଜନୈତିକ ଦଳଗୁଡିକ କାହାକୁ ପ୍ରାର୍ଥୀ କରିବେ ସେ ନେଇ କୌଣସି ନିଷ୍ପତି ନେଇ ନାହାଁନ୍ତି। ଏପରିକି ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ବିଜେପିର ୨୧ଟି ଆସନର ପ୍ରାର୍ଥୀ ତାଲିକା ସୋସିଆଲ ମିଡିଆରେ ଘୁରି ବୁଲିବା ରାଜ୍ୟ ରାଜନୀତିକୁ ଗରମ କରିଦେଇଛି। ପ୍ରକୃତରେ ଏହି ତାଲିକାର କୌଣସି ସତ୍ୟତା ନାହିଁ ସତ। ହେଲେ ବିଜେପି ଶିବିରରେ ଏହାକୁ ନେଇ ଚର୍ଚ୍ଚା ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୋସିଆଲ ମିଡିଆରେ ବିଜେପିର ଯେଉଁ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୁରିବୁଲୁଛି ସେମାନେ ହେଲେ..

୧-କଳାହାଣ୍ଡି- ବସନ୍ତ ପଣ୍ଡା

୨-କୋରାପୁଟ-ଜୟରାମ ପାଙ୍ଗୀ

୩-ନବରଙ୍ଗପୁର-ପର୍ଶୁରାମ ମାଝୀ

୪-ବ୍ରହ୍ମପୁର-ଭ୍ରୁଗୁ ବକ୍ସିପାତ୍ର

୫-ଆସ୍କା-ମହେଶ ସାହୁ

୬-ବାଲେଶ୍ଵର- ଲେଖାଶ୍ରୀ ସାମନ୍ତସିଂହାର

୭-ମୟୁରଭଂଜ-ଗିରିଶ ମୁର୍ମୁ

୮-ଭୁବନେଶ୍ଵର-ଅପରାଜିତା ଷଡଙ୍ଗୀ

୯-କଟକ-ପିତାମ୍ବର ଆଚାର୍ଯ୍ୟ

୧୦-ଜଗତସିଂହପୁର-ବାଇଧର ମଲ୍ଲିକ

୧୧-ଯାଜପୁର-ବବିତା ମଲ୍ଲିକ

୧୨-କେନ୍ଦ୍ରାପଡା-ଜ୍ଞାନ ବେଉରା

୧୩-କେଉଁଝର-ଅନନ୍ତ ନାୟକ

୧୪-ସୁନ୍ଦରଗଡ-ଜୁଏଲ ଓରାମ

୧୫-ପୁରୀ-ସମ୍ବିତ ପାତ୍ର

୧୬-କନ୍ଧମାଳ-ସୁକାନ୍ତ ପାଣିଗ୍ରାହୀ

୧୭-ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

୧୮-ବରଗଡ-ଅଶ୍ୱିନୀ ଷଡଙ୍ଗୀ

୧୯-ସମ୍ବଲପୁର-ସୁରେଶ ପୂଜାରୀ

୨୦-ବଲାଙ୍ଗିର-ସଂଗୀତା ସିଂଦେଓ

୨୧-ଭଦ୍ରକ-ଶରତ ଚନ୍ଦ୍ର ଦାସ

 ରାଜନୈତିକ ଦୃଷ୍ଟିରୁ ଏହି ତାଲିକାକୁ ନିରେଖି ଦେଖିଲେ ଜଣାପଡେ କେତେକ ପ୍ରାର୍ଥୀଙ୍କ ନାମ ସତ ପରି ଲାଗୁଛି। କାରଣ ଅପରାଜିତା ଷଡଙ୍ଗୀ ବର୍ତ୍ତମାନ ଯେପରି ଭୁବନେଶ୍ଵର ଲୋକସଭା ଆସନ ପାଇଁ ପ୍ରଚାର ଚଲାଇଛନ୍ତି, ସେ ସେଠାରୁ ଛିଡା ହେବା ନିଶ୍ଚିତ। ସେହିପରି ସଂଗୀତା ସିଂଦେଓ, ରୁଦ୍ର ନାରାୟଣ ପାଣି, ଜୁଏଲ ଓରାମ ଏଥର ପ୍ରାର୍ଥୀ ହେବାର ବହୁ ସମ୍ଭାବନା ରହିଛି। ସେଥିପାଇଁ ଏହି ତାଲିକା ଉପରେ ଆଲୋଚନା ଚାଲିଛି। ତେବେ ବିଜେପିର ଚୁଡାନ୍ତ ତାଲିକା ପ୍ରକାଶ ପାଇଲେ ଏଥିରେ କେତେ ସତ୍ୟତା ଅଛି ତାହା ପରେ ଜଣାପଡିବ।

candidate odishabjp sambitpatra thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026
Latest News

ଆଜି ଅକ୍ଟୋବର ୧୫ ତାରିଖରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ

October 15, 2026

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.