ସୁପ୍ରିମକୋର୍ଟ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ଚ୍ୟାଲେଂଜ ଦେଇ ଦାୟର ହୋଇଥିବା ଯାଚିକାକୁ ଆଜି ଖାରଜ କରିଛନ୍ତି । ନ୍ୟାୟମୂର୍ତି ଅରୁଣ ମିଶ୍ର ଏବଂ ବିନୀତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜଣେ ପୂର୍ଣ୍ଣକାଳୀନ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପରେ ବର୍ତମାନ କୌଣସି ହସ୍ତକ୍ଷେପର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ କି, ୧୯୮୩ ବ୍ୟାଚର ଆଇପିଏସ ଅଧିକାରୀ ଋଷି କୁମାର ଶୁକ୍ଳାଙ୍କୁ ପେବୃଆରୀ ୪ରେ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ଆଲୋକ ବର୍ମା ଓ ରାକେଶ ଆସ୍ଥାନଙ୍କ ବିବାଦ ପରେ କେନ୍ଦ୍ର ସରକାର ଏମ୍.ନାଗେଣଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।
Author: Samikhsya Bureau
ବାଂଲାଦେଶ ସରକାର ଦେଶର ପ୍ରାୟ ୨ହଜାର ପର୍ଣ୍ଣୋଗ୍ରାଫି ଓ ଜୁଆ ଖେଳ ସମ୍ବନ୍ଧୀୟ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବାଂଲାଦେଶ ସଂଚାର ନିୟାମକ ଆୟୋଗଙ୍କ ଅଧିକାରୀଙ୍କ ସୂଚନା ଅନୁସାରେ ଦେଶର ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସରକାର ଏହି ସବୁ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ୫୫ଟି ପର୍ଣ୍ଣୋଗ୍ରାଫି ଓ ୧୭୬ଟି ଜୁଆ ସମ୍ବନ୍ଧୀୟ ୱେବସାଇଟ୍ରେ ପ୍ରତିବନ୍ଧକ ଲଗାଯାଇଛି ।
ରାଜସ୍ଥାନର ରାଜଧାନୀ ଜୟପୁର ଠାରୁ ୪୧୭ କିଲୋମିଟର ଦୂର ଅମ୍ବାୱାଲି ଗାଁରେ ପ୍ରତାପଗଡ଼-ଜୟପୁର ରାଜପଥରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା । ରାସ୍ତାକଡ଼ରେ ରହୁଥିବା ଲୋକେ ବି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍ ଯିବା ବାଟରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ବରଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣଧୀନ ଫିଲ୍ମରେ ଯୋଡ଼ି ହୋଇଛି ଆଉ ଜଣେ ଅଭିନେତାଙ୍କ ନାଁ। ସେ ହେଉଛନ୍ତି ପ୍ରଶାନ୍ତ ନାରାୟଣ। ମୋଦିଙ୍କ ବାୟୋପିକରେ ତାଙ୍କୁ ମୁଖ୍ୟ ଖଳନାୟକ ଭୂମିକା ମିଳିଛି। ପ୍ରଶାନ୍ତ ଏହି ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ବିରୋଧୀ ଓ ଦେଶର ଜଣେ ବିଶିଷ୍ଟ ଉଦ୍ୟୋଗପତି ଆଦିତ୍ୟ ରେଡ୍ଡି ଭୂମିକାରେ ନଜର ଆସିବେ। ଫିଲ୍ମରେ ନରେନ୍ଦ୍ର ମୋଦି କ୍ୟାରେକ୍ଟର ପ୍ଲେ କରୁଛନ୍ତି ବିବେକ ଓବରାଏ। ସେହିପରି ବୋମନ୍ ଇରାନୀ ଓ ମନୋଜ ଯୋଶୀଙ୍କ ଭଳି ବରିଷ୍ଠ କଳାକାର ବି ଫିଲ୍ମରେ ଅଭିନୟ କରୁଛନ୍ତି।
ନିଜ ପ୍ରିପେଡ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ ଆଣିଛି ସରକାରୀ ଟେଲିକମ୍ କମ୍ପାନୀ BSNL । ୨୯୮ ଟଙ୍କାର ପ୍ଲାନର ଶୁଭାରମ୍ଭ କରିଛି । ଏହି ପ୍ଲାନରେ ମୋବାଇଲ୍ ଉପଭୋକ୍ତାଙ୍କୁ ପ୍ରତିଦିନ ୧ ଜିବି ଡାଟା ସହ ଇରୋଜ ସବସ୍କ୍ରିପସନ୍ ଫ୍ରି ମିଳିବ। ଏହି ପ୍ଲାନର ଭାଲିଡିଟି ରହିଛି ୫୪ ଦିନ । ଫ୍ରି ଅନଲିମିଟେଡ୍ କଲିଂ ସୁବିଧା ସହ STD ଓ ରୋମିଂ କଲ୍ ସୁବିଧା ବି ମିଳିବ। ଏହାସହ ଗ୍ରାହକଙ୍କୁ ଶହେ ଏସଏମଏସ୍ ସୁବିଧା ଦେବ। BSNLର ସବୁ ନେଟଓ୍ୱର୍କରେ ଏହି ପ୍ଲାନ କାମ କରିବ ।
ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ଦଳମାନଙ୍କ ମଧ୍ୟରେ ସେତିକି ମେଣ୍ଟପ୍ରତି ଆଗ୍ରହ ବଢି ବଢି ଯାଉଛି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ସବୁଦଳ ନିଜ ନିଜର ମିତ୍ର ଖୋଜିବାରେ ଲାଗିପଡିଛନ୍ତି। ଦକ୍ଷିଣ ଭାରତରେ ସହଯୋଗୀ ସନ୍ଧାନରେ ଥିବା ବିଜେପିକୁ ଏଆଇଏଡିଏମକେର ସମର୍ଥନ ମିଳିପାରେ ବୋଲି ସୂଚନା ରହିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ହେବା ନେଇ ଆଜି ହୋଇପାରେ ବିଧିବଦ୍ଧ ଘୋଷଣା। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ତାମିଲନାଡୁ ବିଜେପି ପ୍ରଭାରୀ ପୀୟୁଷ ଗୋୟଲ ତାମିଲନାଡୁ ଆସୁଛନ୍ତି। ସେମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପିଲାନୀସାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ପରେ ଦୁଇ ଦଳ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଏକାକୀ ମୈଦାନକୁ ଓହ୍ଲାଇଥିଲା ଏଆଇଏଡିଏମକେ। ୩୯ଟି ଆସନରୁ ଏକାକୀ ପୋଛି ନେଇଥିଲା ୩୭ଟି ସିଟ୍। ଗତକାଲି ମହାରାଷ୍ଟ୍ରରେ…
ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲା ପିଙ୍ଗନଲରେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ୧୮ ଘଣ୍ଟା ଧରି ଚାଲିଥିଲା ଅପରେସନ୍। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ରହିଛି ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ସହଯୋଗୀ କାମରନ୍। କୁହାଯାଉଛି, ସେ ଥିଲା ଗତ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ। ତାକୁ ଖୋଜୁଥିଲା କାଶ୍ମୀର ପୋଲିସ। କାମରନ୍ ପୁଲୱାମା, ତ୍ରାଲ୍ ଓ ଅବନ୍ତିପୁରା ଅଞ୍ଚଳରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଏରିଆ କମାଣ୍ଡର ଥିଲା। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନାର ଜଣେ ମେଜରଙ୍କ ସମେତ ୫ଜଣ ସହିଦ ହୋଇଛନ୍ତି। ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। କିଛି ପୋଲିସ ଓ ସେନା ଅଧିକାରୀ ଓ କର୍ମଚାରୀ ଆହତ ବି ହୋଇଛନ୍ତି।
କେଦାର ମିଶ୍ର ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି କୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ। ଓଡିଶା ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବାକୁ ଯାଉଥିବାରୁ, ଏବେ ସାରା ଦେଶର ନଜର ଓଡିଶା ଉପରେ ଅଛି। ଗତ ଚାରୋଟି ଯାକ ସାଧାରଣ ନିର୍ବାଚନରେ ଓଡିଶାର ପ୍ରଥମ ସଫଳ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ନିଜର ପତିଆରା ବିସ୍ତାର କରିଆସିଥିଲା। ଏ ନିର୍ବାଚନରେ ସେ ସଫଳତାର ପୁନରାବୃତ୍ତି ହେବ କି? ୧୯ ବର୍ଷର ଶାସନ ପରେ ଓଡିଶାର ଜଣ ସାଧାରଣ ନବୀନ ପଟ୍ଟନାୟକଙ୍କର ନେତୃତ୍ବକୁ ପୁଣି ଥରେ ଗ୍ରହଣ କରିବେ କି? ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ତୀବ୍ର ଆକ୍ରମଣ ଫଳବତୀ ହେବ କି? ଆସନ୍ତା ମଇ ମାସରେ ନବୀନ ଓଡିଶାରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନା ଅନ୍ୟ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ? ନୂଆ ରଣନୀତିକୁ ନେଇ…
ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଂସ୍କୃତିକ ଶାନ୍ତି ପାଇଁ ଶ୍ରୀ ରାଜକୁମାର ସିଙ୍ଘାଜିତ ସିଂହ , ଛାୟାନଉତ (ବଙ୍ଗଳାଦେଶ ର ଏକ ସଂସ୍କୃତିକ ଅନୁଷ୍ଠାନ ) ଏବଂ ଶ୍ରୀ ରାମ ସୁତାର ଭଞ୍ଜୀଙ୍କୁ ଯଥାକ୍ରମେ ବର୍ଷ ୨୦୧୪, ୨୦୧୫ ଏବଂ ୨୦୧୬ ଲାଗି ଟାଗୋର ଆୱାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ପ୍ରବାସୀ ଭାରତୀୟ କେନ୍ଦ୍ର ରେ ଉପସ୍ଥିତ ଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଟାଗୋର ଆୱାର୍ଡ ଭାରତ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା କରଯାଇଥିଲା । ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ କାର୍ଯ୍ୟ ଏବଂ ପ୍ରତିଦାନକୁ ମନେ ରଖିବା ପାଇଁ ୨୦୧୨ ମସିହାରୁ ତାଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସାଂସ୍କୃତିକ ଶାନ୍ତି ମୂଲ୍ୟବୋଧକୁ ପ୍ରସାର କରିବା ପାଇଁ ଏହି ଆଓ୍ୱାର୍ଡ ପ୍ରଦାନ କରାଯାଉଛି । ଏହି ପୁରସ୍କାରରେ ଏକ କୋଟି ଟଙ୍କାର ପୁରସ୍କାର ରାଶି…
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ଗସ୍ତ କରି ୯୭୦ କୋଟି ଟଙ୍କା ମୂଲ୍ୟର ୧୩୦ଟି ବିଭିନ୍ନ ଜନମଙ୍ଗଳକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ୫୦୨ କୋଟି ଟଙ୍କାର ପ୍ରକଳ୍ପ ବୌଦ୍ଧ ନିର୍ବଚନ ପାଇଁ ଓ କଣ୍ଟାମାଳରେ ୧୧୬ କୋଟି ଟଙ୍କାର ୫୪ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ୪ଟି ହାଇଭୋଲ୍ଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ। ଏହାଛଡ଼ା ସେଠାରେ ୩୧୦ କୋଟି ୫୯ ଲକ୍ଷ ଟଙ୍କା ମୂଲ୍ୟର ୧୦ଟି ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନାରେ ରାଜ୍ୟର ସମସ୍ତ ଚାଷୀ, ଭୂମିହୀନ, ଛୋଟ ଚାଷୀ ସମସ୍ତଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି। କାଳିଆ ଯୋଜନାରେ କେହି ଜଣେ ହେଲେ ବି ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ…
୨୦୧୪ ଡିସେମ୍ବରରେ ଗିରଫ ହୋଇଥିବା ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍ଡି ଦୁର୍ଗା ପ୍ରସାଦ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି। ଦୁର୍ଗ ପ୍ରସାଦଙ୍କୁ ବେଆଇନ ଅର୍ଥ କାରବାର ନେଇ ପଚରାଉଚରା କରାଯାଉଛି। ପୂର୍ବରୁ ସିବିଆଇ ଦ୍ୱାରା ଦୁର୍ଗା ପ୍ରସାଦ ଗିରଫ ହୋଇ ଜାମିନ୍ରେ ଥିବା ନେଇ ସୂଚନା ଅଛି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାଇକ୍ରୋ ଫାଇନାନ୍ସ ଚିଟପଣ୍ଡ ଠକେଇ ମାମଲାରେ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ୩ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା। ଏଥିସହିତ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ବିଚାର କରି ମିଶ୍ରଙ୍କୁ ଜମାକାରୀଙ୍କ କ୍ଷତିପୂରଣ ଲାଗି ୨୧୫କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଇକ୍ରୋ ଫାଇନାନ୍ସ ଓଡ଼ିଶାର ଅନେକ ଜମାକାରୀଙ୍କଠାରୁ ୫ଶହ କୋଟିରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।
ସିବିଆଇ ଏବଂ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା କଲିକତା ପୁଲିସ କମିଶନର ରାଜୀବ କୁମାରଙ୍କ ବଦଳି ହୋଇଯାଇଛି । ତାଙ୍କ ସ୍ଥାନରେ ଅନୁଜ ଶର୍ମାଙ୍କୁ କଲିକତା ପୁଲିସ କମିଶନର ଦାୟିତ୍ୱ ଦିଆଯାଇଛି । ରାଜୀବଙ୍କୁ ରାଜ୍ୟ ସିଆଇଡିର ଏଡିଜି (ଅପରାଧ)ର ଦାୟିତ୍ୱ ଦିଆଯାଇଛି । କିଛିଦିନ ତଳେ ସିବିଆଇ ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚରା କରିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚିଟ୍ଫଣ୍ଡ ଦୁର୍ନୀତି ସମ୍ପର୍କିତ ପ୍ରମାଣ ନଷ୍ଟ କରିବାରେ ରାଜୀବଙ୍କ ହାତ ଥିବା ସିବିଆଇ ସନ୍ଦେହ କରୁଛି ।
ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଆଜି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଶୁଣାଣି ଆରମ୍ଭ ହୋଇଛି । ଭାରତ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏହି ମାମଲା ଲଢୁଛନ୍ତି । ଏହି ମାମଲାରେ ନିଜର ଯୁକ୍ତି ରଖି ସାଲଭେ କହିଛନ୍ତି ଯେ, ପାକିସ୍ତାନ ଭିଏନା ସନ୍ଧିର ଉଲ୍ଲଙ୍ଘନ କରିଛି ଏବଂ ୧୩ ଥର ଗୁହାରି କରିବା ପରେ ମଧ୍ୟ କୁଲଭୂଷଣ ଯାଦବଙ୍କୁ ନିଜର ଓକିଲ ରଖିବାକୁ ଦିଆଗଲା ନାହିଁ । ଯାଦବଙ୍କୁ ଗିରଫଦାରିକୁ ବେଆଇନ ଘୋଷଣା କରାଯାଉ । ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ମାନବ ଅଧିକାରର ହନନ, କାରଣ ତାଙ୍କୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇନାହିଁ । ଏପରିକି କେଉଁ ଅପରାଧରେ ତାଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦିଆଯାଇଛି ତାହା ଠିକ ଭାବେ ପାକିସ୍ତାନ ଜଣାଇପାରୁନାହିଁ ବୋଲି ସେ କହିଛନ୍ତି । ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ ଯାଦବଙ୍କୁ ପାକିସ୍ତାନର ସୈନ୍ୟ ଅଦାଲତ ଗୁପ୍ତଚର…
ସାଉଦି ଆରବ ରାଜାଙ୍କ ସହ ଏକ ପ୍ରତିନିଧି ଦଳ ସୋମବାର ଦିନ ପାକିସ୍ତାନ ଗସ୍ତରେ ଅଛନ୍ତି । ଇସଲାମବାଦଠାରେ ଇମ୍ରାନ୍ ଖାନ୍ ଏବଂ ସାଉଦି ରାଜାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ୍ କରିବା, ଆର୍ଥିକ ସହଯୋଗ ବୃଦ୍ଧି, ନିବେଶ, ବାଣିଜ୍ୟ ଆଦି ପ୍ରସଙ୍ଗ ସାମିଲ୍ ହୋଇଥିଲା । ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନରେ ୨୦୦ କୋଟି ଡଲାର ନିବେଶ କରିବାକୁ ନେଇ ସହମତି ପ୍ରକାଶ କରିଛନ୍ତି ସାଉଦି ରାଜା । ସାଉଦି ଆରବର ରାଜା ମହମ୍ମଦ ବିନ୍ ସଲମାନ ସାଉଦିର ବିଭିନ୍ନ ଜେଲରେ ଥିବା ୨୧୦୭ଜଣ ପାକିସ୍ତାନୀ ବନ୍ଦୀକୁ ମୁକ୍ତ କରିବାକୁ ନିର୍ଦ୍ଦେଶ କହିଛନ୍ତି । ପାକିସ୍ତାନ-ସାଉଦି ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ୍ କରିବା ସହ ମାନବିକ ଦୃଷ୍ଟିକୋଣରୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ କହିଛନ୍ତି । ବିଦେଶ ପୁଞ୍ଜି ସଂଚୟ ସଂକଟ ଯୋଗୁଁ ପାକିସ୍ତାନର ଅର୍ଥନୀତି…
ବିଜେପି ଓ ମୋଦି ସରକାର ବିରୋଧରେ ମୋର୍ଚ୍ଚା ଉଠାଇଥିବା ଶିବସେନା ଏବେ ୟୁ ଟର୍ଣ୍ଣ ନେଇଛି । ମିଳିଥିବା ସୂଚନା ଅନୁସାରେ ଆଗାମୀ ନିର୍ବାଚନ ପାଇଁ ଏହି ଦୁଇ ପାର୍ଟି ୪୮ ଆସନକୁ ନେଇ ବୁଝାମଣା କରିଛନ୍ତି । ବିଜେପି ୨୫ ସିଟ୍ ଓ ଶିବସେନା ୨୩ ସିଟ୍ରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । କିନ୍ତୁ ଏବେବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଟିକିଏ କେଞ୍ଚ ରହିଛି । ପୂର୍ବରୁ ଶିବସେନା ତଥା ସହଯୋଗୀ ଦଳକୁ ବିଜେପି ଟିକିଏ ଅଣଦେଖା କରୁଥିଲା । କିନ୍ତୁ ନିକଟରେ ସମାପ୍ତ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ ବିଜେପିର ପରାଜୟ ପରେ ବର୍ତ୍ତମାନ ବିଜେପି ତା’ର ସହଯୋଗୀ ଦଳଙ୍କ ପ୍ରତି ବିଶେଷ ଆଗ୍ରହ ଦେଖାଉଥିବାର ଜଣାପଡିଛି । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସମୟରେ ଦୁହିଁଙ୍କ ମେଣ୍ଟ ଭାଙ୍ଗିଯାଇଥିଲା । ବିଜେପି ଅଧିକ ସିଟ୍ ଜିତି ସରକାର ଗଢିଥିଲା । ଏହାପରଠାରୁ ଦୁଇ ଦଳଙ୍କ ଭିତରେ ଦୂରତା…
ତାମିଲନାଡୁର ତୁତିକୋରିନ୍ଠାରେ ଥିବା ଷ୍ଟେରାଇଲ୍ କାରଖାନା ବନ୍ଦ ରହିବ ବୋଲି ସୁପ୍ରିମ୍ କୋର୍ଟ ସୋମବାର ଦିନ କହିଛନ୍ତି । ଗ୍ରିନ୍ ଟ୍ରିବ୍ୟୁନାଲ୍ ଆଦେଶକୁ ଅଗ୍ରାହ୍ୟ କରି ଶୀର୍ଷ ଅଦାଲତ କହିଛନ୍ତି ଯେ କାରଖାନା ଖୋଲିବା ନିମନ୍ତେ ଆଦେଶ ଦେବା ଟ୍ରିବ୍ୟୁନାଲ୍ର ସୀମା ବାହାରର କଥା । ଷ୍ଟେର୍ଲାଇଟ୍ ୟୁନିଟ୍ ବନ୍ଦ ହେବା ବିପକ୍ଷରେ ଗତ ବର୍ଷ ମେ ମାସରେ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ପୁଲିସ ଗୁଳି ଚଳାଇବାରୁ ୧୩ ଜଣ ପ୍ରତିବାଦକାରୀ ମୃତ୍ୟୁବରଣ କରିଥିଲେ । ଏହାର ଛଅ ଦିନ ପରେ ସେ କାରଖାନାକୁ ସବୁଦିନ ଲାଗି ବନ୍ଦ କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ତାମିଲନାଡୁ ସରକାର ଆଦେଶ ଦେଇଥିଲେ । ଗତ ନଭେମ୍ବରରେ ଏନଜିଟି ଏହାକୁ ପୁନଃଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଯାହା ବିରୁଦ୍ଧରେ ରାଜ୍ୟ ସରକାର ଶୀର୍ଷ ଅଦାଲତରେ ଅପିଲ୍ କରିଥିଲେ ।
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦେଶବାସୀ ଆତଙ୍କବାଦ ଏବଂ ପାକିସ୍ତାନକୁ ବିରୋଧ କରିବା ସହ ନାରାବାଜି ମଧ୍ୟ କରୁଛନ୍ତି । ଏହି ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ଥିବାରୁ ଭାରତ ଗତ ୧୫ ତାରିଖରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ଦୂତାବାସଙ୍କୁ ସମନ ଜାରି କରିଥିଲା । ଏପରିକି କୁଟନୈତିକ ସ୍ତରରେ ଭାରତ ପାକ୍ ବିରୋଧରେ ଅଭିଯାନ ଜାରୀ ରଖିଛି । ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ୍ ମୋହମ୍ମଦଙ୍କୁ ଆଲୋଚନା ପାଇଁ ପାକିସ୍ତାନ ନିଜ ଦେଶକୁ ଡକାଇଛନ୍ତି । ଏହା ପୂର୍ବରୁ ଗତ ୧୫ ତାରିଖରେ ଭାରତ ସରକାର ପାକିସ୍ତାନରେ ଅବସ୍ଥାପିତ ଉଚ୍ଚାୟୁକ୍ତ ଅଜୟ ବିସେରିଆଙ୍କୁ ଫେରାଇ ଆଣିଥିଲା । ପାକିସ୍ତାନ ତାହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ କହିଛି ।
ଫୁଲ୍ୱାମା ଆତଙ୍କୀ ଆକ୍ରମଣ ଘଟଣା ପରେ ପୂରା ଦେଶ ସରକାରଙ୍କୁ ୪୦ ଯବାନ୍ଙ୍କ ମୃତ୍ୟୁର ପ୍ରତିଶୋଧ ମାଗୁଛି । ଏହି ସମୟରେ ଆମ ବଲିଉଡ୍ ମଧ୍ୟ ଯବାନଙ୍କ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଫେବୃଆରୀ ୨୪ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ଟୋଟାଲ୍ ଧମାଲ୍’ର ପାକିସ୍ତାନ ରିଲିଜ୍ ହେବ ନାହିଁ ବୋଲି ସୋସିଆଲ୍ ମିଡ଼ିଆରେ ଏ ସମ୍ପର୍କିତ ଏକ ଘୋଷଣା ଜାରି କରିଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ, ଅନିଲ୍ କପୁର୍, ଅର୍ଶଦ ୱାର୍ସି ଓ ରିତେଶ ଦେଶମୁଖ, ସଂଜୟ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି । ଧମାଲ୍ ସିରିଜ୍ର ଏହି ତୃତୀୟ ସଂସ୍କରଣଟିରେ ଈଶା ଗୁପ୍ତା ଓ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନିର୍ମାତା ଓ ପୂରା ଟିମ୍ ମେମ୍ବର ଶହୀଦ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର…
ନ୍ୟାଶନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲା ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୁଲୱାମାରେ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବୟାନ ଦେଇ ଫାରୁକ୍ କହିଛନ୍ତି ଯେପର୍ଯ୍ୟନ୍ତ କଶ୍ମୀର ସମସ୍ୟାର ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ପୁଲୱାମା ଭଳି ଆତଙ୍କବାଦୀ ଆକ୍ରମଣ ଜାରି ରହିବ। କାଶ୍ମୀରରେ ଉପୁଜିଥିବା ସମସ୍ୟା ବନ୍ଧୁକ ମୁନରେ ସମାଧାନ ହେବନାହିଁ କହିବା ସହିତ ଏହାପାଇଁ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଫାରୁକ୍ କହିଥିଲେ । ସୂଚନାଯୋଗ୍ୟ, ଗତ ଗୁରୁବାର ଅର୍ଥାତ୍ ୧୪ ଫେବୃୟାରୀରେ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଥିବା ବେଳେ ଏହା ଦେଶର ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା।
ବୋଧାୟନ ଏ ଯାଏଁ ଶୁଖିନି ଆଖିର ଲୁହ, ଏଯାଏଁ ବି କଣ ଘରୁ ଶୁଭୁଛି ଗୁମୁରିଗୁମୁରି କାନ୍ଦୁଥିବା ସେହି ସ୍ତ୍ରୀର ସ୍ୱର।ବାପା କାହିଁ ବାପା କାହିଁ କହି ଭାଙ୍ଗିଯାଉଛି ଝିଅର ନିଦ।କାନ୍ଧ ଉପରୁ ଉଠିଯାଇଛି ବାପାର ହାତ।ଆତଙ୍କୀଙ୍କ ଆକ୍ରମଣରେ ସହିଦ ହୋଇଥିବା ପ୍ରତିଟି ଭାରତୀୟଙ୍କ ଘରେ ଏବେ ଏହି ଦୃଶ୍ୟ।କ୍ଷତିପୂରଣ, ସମବେଦନାର ସୁଅ ଛୁଟିଛି । ହେଲେ ଏହାରି ଭିତରେ କିଛି ଲୋକ ନିଜର କ୍ରେଡିଟ ନେବାକୁ ଚାହିଁଛନ୍ତି। ସୋସିଆଲ ମିଡ଼ିଆ ଓ ନ୍ୟୁଜରେ ସହାୟତା ରାଶି ଦେଇ ଦେଖାଇଛନ୍ତି ସେମାନେ ବି ଦେଇପାରନ୍ତି। ମନେଥିବ କିଛିଦିନ ତଳେ ରିଲିଜ ହୋଇଥିଲା ଫିଲ୍ମ ‘ଉରୀ’। ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ବେଶ ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିଲା। ଆକର୍ଷଣୀୟ ଗ୍ରାଫିକ୍ସ ସାଙ୍ଗକୁ ଦମଦାର ଷ୍ଟାରକାଷ୍ଟ ଏହି ଫିଲ୍ମକୁ ଦେଇଥିଲା ପାଖାପାଖି ୨୨୨ କୋଟିରୁ ଅଧିକ ବେପାର।ଆଉ ଏଭଳି ପରିମାଣକୁ ଦେଖି ଖୋଦ ପ୍ରଯୋଜକ ବି ତଟକା ହୋଇଯାଇଥିଲେ। କାରଣ ମାତ୍ର ୪୫…
କ୍ରିକେଟରରୁ ରାଜନେତା ପାଲଟି ଥିବା କୀର୍ତ୍ତି ଆଜାଦ୍ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ କୀର୍ତ୍ତି ବିଜେପିରୁ ନିଲମ୍ବିତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ବିହାରର ଦରଭଙ୍ଗାରୁ ଜିତି ଲୋକସଭାକୁ ଯାଇଥିଲେ। ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଆଜି ସକାଳେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଏନେଇ କିଛି ଫଟୋ ମଧ୍ୟ ନିଜ ଟ୍ୱିଟର ପେଜ୍ରେ ପୋଷ୍ଟ୍ କରିଛନ୍ତି ଓ ମିଥିଲା ପରମ୍ପରା ଅନୁଯାୟୀ ରାହୁଲ ଗାନ୍ଧିଙ୍କୁ ସମ୍ମାନିତ କରିଥିବା କହିଛନ୍ତି। ଗତ ସପ୍ତାହରେ କୀର୍ତ୍ତି ଆଜାଦ କଂଗ୍ରେସରେ ଯୋଗ ଦେବାର ଥିଲା। ହେଲେ ପୁଲ୍ୱାମାରେ ଆତଙ୍କବାଦୀ ହମ୍ଲା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ସେ ୧୮ ତାରିଖରେ କଂଗ୍ରେସରେ ଯୋଗଦେବେ ବୋଲି ଟ୍ଵିଟ୍ କରିଥିଲେ ।

