ଭୁବନେଶ୍ୱର: ସମଗ୍ର ଦେଶରେ ଖେଳ ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଅଧିକରୁ ଅଧିକ ଯୁବକଯୁବତୀ କ୍ରୀଡ଼ାରେ ଅଂଶ ଗ୍ରହଣ କରୁଛନ୍ତି ଓ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ସଫଳତା ଦେଶକୁ ଗର୍ବିତ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଓ ଉନ୍ନତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟମାନ କାର୍ଯ୍ୟକାରୀ କରାଇଛନ୍ତି ଯେପରି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଯାହା ଯୁବଗୋଷ୍ଠୀଙ୍କୁ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ମଂଚ ପ୍ରଦାନ କରିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି। ଆଜି ରାଜଭବନର ଅଭିଷେକ ହଲ୍ରେ ଅଲଟିମେଟ୍ ଖୋଖୋ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବାକୁ ଆସିଥିବା ତେଲୁଗୁ ଯୋଦ୍ଧା ଟିମ୍ର ଖେଳାଳୀମାନଙ୍କୁ ଭେଟିବା ଅବସରରେ ରାଜ୍ୟପାଳ ନିଜ ଉଦ୍ବୋଧନରେ କଠିନ ସାଧନା, ଶୃଙ୍ଖଳା ଓ ପରିଶ୍ରମ ଦ୍ୱାରା ଜଣେ ସଫଳ ଖେଳାଳୀ ହୋଇପାରିବ ବୋଲି କହିଥିଲେ। ସରକାରୀସ୍ତରରେ ଦିଆଯାଉଥିବା ପ୍ରୋତ୍ସାହନ…
Author: Samikhsya Bureau
ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଶ୍ରୀ ସରୋଜ କୁମାର ପଟେଲ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତଥିଲେ ସିଡ଼ାକ୍ ର ସଦସ୍ୟସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ(ହସ୍ତଶିଳ୍ପ), ଶ୍ରୀଯୁକ୍ତ ମାନଗୋବିନ୍ଦ ଜେନା । ଏହି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସାଂସ୍କୃତିକ ସନ୍ଧ୍ୟା,ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ଭାବନୀପାଟଣାର ଧ୍ୟାନନନ୍ଦ ପଣ୍ଡା ଓ ସାଥିଙ୍କ ଦ୍ବାରା ଶିଂଗାରୀ ନୃତ୍ୟ ଏବଂ ଗଜପତିର ସୁଦାମ ବରଦୋ ଓ ସାଥିଙ୍କ ଦ୍ବାରା ଲାଞ୍ଜିଆ ସୌରା ନୃତ୍ୟ ଦର୍ଶକମାନଙ୍କ ମନ ମୋହିଲାବେଳେ କୋରାପୁଟର କୁଳମଣୀ ଜେନା ଓ ସାଥୀଙ୍କ ଦୁରୁଆ ବିରଲି ନୃତ୍ୟ…
ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀଙ୍କୁ ଏଆଇସିସି ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପଦବୀରେ ଥିଲେ ଚେଲ୍ଲାକୁମାର। ବର୍ତ୍ତମାନ ନୂଆ ନିଯୁକ୍ତି ଅନୁସାରେ ଓଡିଶା ପ୍ରଭାରୀ ହେଲେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର। ଏ ନେଇ ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ସହିତ ଏଆଇସିସି ବହୁ ରାଜ୍ୟର ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛି। ଅଜୟ କୁମାରଙ୍କୁ ଓଡିଶା ମୁଖ୍ୟ ଦାୟିତ୍ବ ଦିଆଯାଇଥିବା ବେଳେ ତାମିଲନାଡୁ ଏବଂ ପୁଡୁଚେରୀରର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଚେଲ୍ଲା କୁମାରଙ୍କୁ ଅରୁଣାଚଳ ପ୍ରଦେଶ, ପଣ୍ଡିଚେରୀ ଏବଂ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତ ଦିଆଯାଇଛି। ନିକଟରେ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଏକ ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ସେମାନେ ଦିଲ୍ଲୀରୁ ଫେରିବା ପରେ ଏଆଇସିସି ଏହି ବଡ ପରିବର୍ତ୍ତନ କରିଛି।
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁଃବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ସଭାପତିତ୍ୱ କରିଥିବା ବେଳେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ କଣ୍ଟ୍ରାକ୍ଟର ଆସୋସିଏସନ ସଭାପତି ଅନିଲ ମହାଲିକ ଓ ମୁଖ୍ୟ ବକ୍ତା ଭାବେ ପୁରୀ ଆଦିତ୍ୟ ବାହିନୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଶିକ୍ଷା ପ୍ରଣାଳୀର ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ, ସୁସମ୍ପନ୍ନ ଏବଂ ସୁସଂସ୍କୃତ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ ସଭାରେ ବିଦ୍ୟାମନ୍ଦିରର ପରିଚାଳନା ସମ୍ପାଦକ ଅନନ୍ତ ପ୍ରସାଦ ସେଠି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନାଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ବାର୍ଷିକ ବିବରଣୀ…
ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ୨୩୦ ଆସନରୁ ୧୬୩ଟି ଆସନରେ ବିପୁଳ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ମାତ୍ର ୬୬ଟି ଆସନରେ ବିଜୟୀ ହୋଇଛି। ଫଳରେ ବିଜେପି ପୁଣିଥରେ ସଂଖ୍ୟାଗରିଷ୍ଠତା ସହ କ୍ଷମତା ଦଖଲ କରିଛି। ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ରାଜନୈତିକ ପଣ୍ଡିତଙ୍କୁ ଚକିତ କରିବା ବିଜେପି ପରେ ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ଯାଦବଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି କୌଣସି ପ୍ରକାରରେ ସୋସିଆଲ୍ ଇଞ୍ଜିନିୟରିଂ ଯୋଜନା କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଓବିସି ସମ୍ପ୍ରଦାୟର ମୋହନ ଯାଦବ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଏବଂ ବ୍ରାହ୍ମଣ ନେତା ରାଜେନ୍ଦ୍ର ଶୁକ୍ଳାଙ୍କୁ ଓ ଦଳିତ ନେତା ଜଗଦୀଶ ଦେଓରାଙ୍କ ସହ ଉପମୁଖ୍ୟମନ୍ତ୍ରୀ କରି ରାଜ୍ୟର ପ୍ରମୁଖ ଜାତି ଗୋଷ୍ଠୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ…
ଭୁବନେଶ୍ୱର: ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏବଂ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଆଜିର ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ସ୍ୱତନ୍ତ୍ର ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ନୃତ୍ୟ ସାଧନା ନିର୍ଦ୍ଦେଶକ ଡଃ ତାପସୀ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ…
ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ପରିସରରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ। ଉକ୍ତ ଶିବିରରେ ଶତାଧିକ ଛାତ୍ରଛାତ୍ରୀ ତଥା ବାଣପୁର ବାସୀ ମାଗଣାରେ ଚକ୍ଷୁ ପରୀକ୍ଷା କରାଇଥିଲେ। ନେତ୍ରମ୍, ଭୁବନେଶ୍ଵର ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା। ପରେ ନେତ୍ରମ୍ ଅନୁଷ୍ଠାନର ମୁଖ୍ୟ ନରୋତ୍ତମ ଦାସଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପାଲଟାସିଂହ ଉତ୍ତରୀୟ, ପୁଷ୍ପଗୁଚ୍ଛ ତଥା ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସତ୍ୟନାରାୟଣ ପ୍ରଧାନ, ରବିନାରାୟଣ ହୋତାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିବିରର ସୁପରିଚାଳନା କରିଥିଲେ। ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଏହି ମହନୀୟ ସେବା କାର୍ଯ୍ୟପାଇଁ ସ୍ଥାନୀୟ ବାଣପୁର ବାସୀ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ…
କୋରାପୁଟ: ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଜିଲ୍ଲା ପରିଦର୍ଶନ କରିଛନ୍ତି। ସେଠାରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ସହ ମତ ବିନିମୟ କରିଥିଲେ। ପ୍ରଥମେ ସେ କୋରାପୁଟର ସରକାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ କୋରାପୁଟର ସମସ୍ତ କଲେଜର ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ। ନିଜ ଆଗ୍ରହର ବୃତ୍ତିରେ କଠିନ ପରିଶ୍ରମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କ ଏକାଡେମିକ୍ ସଫଳତା ବ୍ୟତୀତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଶ୍ରୀ ପାଣ୍ଡିଆନ ବୈପାରୀଗୁଡାର ଗୁପ୍ତେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ। ଏହା ୨୦ କୋଟି ଟଙ୍କା ବ୍ୟୟରେ…
ବାଣପୁର( ସୀତାରାମ ଅଗ୍ରୱାଲ): ଓଡିଶା ସରକାରଙ୍କ ନୂତନ ଓଡିଶା ଓ ଉନ୍ନତ ଓଡିଶା କାର୍ଯ୍ୟକ୍ରମ ଓଡିଶାର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ପାଳିତ ହେଉଛି । ଆଜି ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଓ ଏଥିସହ ସଲଗ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହାର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ପୁର୍ବତନ ଓଡ଼ିଆ ଅଧ୍ୟାପକ ,ଓଡ଼ିଶାର ଲବ୍ଧପ୍ରତିଷ୍ଠ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଓଡ଼ିଶା ସଚିବାଳୟର ଅବସରପ୍ରାପ୍ତ ଅଧିକାରୀ ସୁବାଷ ଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ବାଣପୁରର କଳା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ବୁଝାଇ ସେଗୁଡ଼ିକର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବା ନିମନ୍ତେ ଉପଦେଶ ଦେଇଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ…
ଭୁବନେଶ୍ବର: ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ। ଆଜି ଲୋକ ସେବା ଭବନ ପ୍ରେକ୍ଷାଳୟଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲା ମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗୁଫୁଲ ଏକ ବହୁତ୍ ଭଲ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ପିଲା ମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ୍। ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଲା ମାନଙ୍କୁ ମୋର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପିଲାମାନେ ସର୍ଗିଫଲ୍ ପାଇଁ…
ବାଣପୁର( ସୀତାରାମ ଅଗ୍ରୱାଲ): ନାବାଳିକାଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା। ଉତ୍ତମ ମଧ୍ୟମ ଦେଇ ଥାନା ଜିମା ଦେଲେ ଜନସାଧାରଣ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ଆଜି ସକାଳେ ନାଚୁଣୀ ଥାନା ଓଡଗାଁ ଗ୍ରାମର ବିଜୟ ସେଠୀ(୩୦) ନାମକ ଯୁବକ ବାଣପୁର ପଲଟନ ପଡିଆ ନିକଟରେ ଟ୍ୟୁସନ ପାଇଁ ସାଇକେଲରେ ଯାଉଥିବା ଜନୈକ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ପ୍ରେମ ନିବେଦନ କରିଥିଲେ। ନାବାଳିକା ଏହାକୁ ବିରୋଧ କରି ପାଟି କରିବାରୁ ସ୍ଥାନୀୟ ଅଞ୍ଚଳବାସି ଘଟଣାସ୍ଥଳରେ ଜମା ହେବା ସହ ଅଭିଯୁକ୍ତଙ୍କୁ ମାଡ଼ ମାରି ବାଣପୁର ଥାନା ଜିମା ଦେଇଥିଲେ। ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା ଯେ,ଅଭିଯୁକ୍ତ ବିଜୟ ବରାବର ଜନୈକ ନାବାଳିକାଙ୍କୁ ଟ୍ୟୁସନ ଯିବା ସମୟରେ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ। ଫଳରେ ନାବାଳିକାଙ୍କ ପରିବାରବର୍ଗ ଙ୍କ ଅଭିଯୋଗ କ୍ରମେ ପୋଲିସ ପୋକସୋ ଅଧିନିୟମ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ଇସ୍ତାହାର କମିଟି ଗଠନ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି। ଛତିଶଗଡ଼ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଏହି କମିଟିର ଆବାହକ ରହିବେ। ଏହି ୧୬ ଜଣିଆ କମିଟିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଜୟରାମ ରମେଶ ଏବଂ ଶଶି ଥରୁରଙ୍କୁ ମଧ୍ୟ ସାମିଲ କରାଯାଇଛି। ସେପଟେ କଂଗ୍ରେସ ଏକ ସଂକଳ୍ପ ପାରିତ କରିଛି। ଏହା ଅନୁଯାୟୀ ମୋଦି ସରକାରଙ୍କ କଥା ଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କୁହାଯିବ। ଇସ୍ତାହାର କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ମଣିପୁରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗାଇଖାଙ୍ଗମ, ଲୋକସଭାରେ ଦଳର ଉପନେତା ଗୌରବ ଗୋଗୋଇ, ଅଲ୍ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ, ଇମ୍ରାନ୍ ପ୍ରତାପଗଡ଼ୀ, କେ ରାଜୁ, ଓଁକାର ସିଂହ ମାର୍କମ୍, ରଞ୍ଜିତ ରଞ୍ଜନ, ଜିଗ୍ନେଶ ମେୱାନୀ ଏବଂ ଗୁରୁଦୀପ…
ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାର ସମସ୍ତ ୬ ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ, ଲଳିତ ଝା, ବିଶାଲ ଓ ଅମୋଲ ସିନ୍ଦେଙ୍କ ସାଇକୋ ଆନାଲିସିସ୍ ଟେଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସାଇକୋ ଆନାଲିସିସ୍ ଟେଷ୍ଟ ସହିତ ଅଭିଯୁକ୍ତଙ୍କ ଏଲଭିଏ (ଲେୟରଡ ଭଏସ୍ ଆନାଲିସିସ୍) ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏନ୍ଏଫ୍ଏସ୍ୟୁ (ନ୍ୟାସନାଲ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି)ରେ ଏହି ପରୀକ୍ଷା କରାଯାଉଛି। ଫରେନସିକ୍ ତଦନ୍ତକାରୀ ଦଳ ସହ ଜଡ଼ିତ ସୂତ୍ରରୁ ଏହା ଜଣାପଡ଼ିଛି। ସେ କହିଛନ୍ତି ଯେ ଏଲଭିଏ ହେଉଛି ଏକ ପରୀକ୍ଷା ଯାହା ସାଧାରଣତଃ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏବଂ ଏଫବିଆଇ ଭଳି ଏଜେନ୍ସି ଦ୍ୱାରା ବ୍ୟବହୃତ ହୁଏ। ଏହି ପରୀକ୍ଷଣରେ ପଚରାଉଚରା ସମୟରେ ସ୍ୱରର ଫ୍ରିକ୍ୱେନ୍ସିକୁ ବିଶ୍ଳେଷଣ କରାଯାଏ। ଏଲଭିଏ ପରୀକ୍ଷାର ଟେକ୍ନୋଲୋଜି ମଧ୍ୟ ଦିଲ୍ଲୀ ଫରେନ୍ସିକ୍ ଲ୍ୟାବ୍ ପାଖରେ ରହିଛି। ସାଇକୋ ଆନାଲିସିସ୍ ଟେଷ୍ଟ କ’ଣ ? ଏଥିସହିତ ଅଭିଯୁକ୍ତଙ୍କ…
ନୂଆଦିଲ୍ଲୀ: ବିଶ୍ୱରେ କରୋନା ପୁଣିଥରେ ନିଜର ଗୋଡ଼ ବିସ୍ତାର କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୦ରୁ ଅଧିକ ଦେଶରେ ଏହି ନୂଆ ଭାରିଆଣ୍ଟ ପ୍ରବେଶ କରିସାରିଲାଣି । ଯେଉଁଥିରେ ଭାରତର ନାମ ମଧ୍ୟ ରହିଛି। ଦେଶରେ ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ର ରୋଗୀଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୫୨ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି। ୨୧ ମେ, ୨୦୨୩ ପରଠାରୁ ଦେଶରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ରା େଳୟ ପକ୍ଷରୁ ଶନିବାର (ସକାଳ ୮ଟା) ପର୍ଯ୍ୟନ୍ତ ଅପଡେଟ୍ କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ୍-୧୯ ମାମଲା ୪.୫୦ କୋଟି (୪,୫୦,୦୭,୯୬୪) ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଜଣଙ୍କର ମୃତ୍ୟୁକୁ ମିଶାଇ ଏହି ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୫,୩୩,୩୩୨କୁ ବୃଦ୍ଧି ପାଇଛି।…
ଭୁବନେଶ୍ବର: ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ଆଜି ପରଲୋକ ହୋଇଯାଇଛି। ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ସେ ଓଡିଶାର ରାଜ୍ୟପାଳ ଭାବେ ୧୯୯୯ ମସିହାରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ।। ସେ ଅମଲାତନ୍ତ୍ର ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ପ୍ରଶାସକ ଭାବରେ ନିଜ ପାଇଁ ଏକ ସ୍ଥାନ ତିଆରି କରିପାରିଥିଲା। ଲୋକମାନଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ତାଙ୍କ ପରିବାର ପ୍ରତି ମୋର ସମବେଦନା।’ ନିକଟରେ ରାଜେନ୍ଦ୍ରନ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।…
ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସି ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପରେ ଭାରତ କେବଳ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉନାହିଁ ବରଂ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ମଧ୍ୟ ବିଶ୍ୱର ଏକ ପ୍ରମୁଖ ଖେଳାଳି ଭାବେ ଉଭା ହେଉଛି। ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ମନ୍ରାକ୍ଳୟ କହିଛି ଯେ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆର ସମ୍ପ୍ରସାରଣ କରି ଭାରତର ପ୍ରତିରକ୍ଷା ରପ୍ତାନି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତିରକ୍ଷା ରପ୍ତାନି ପରିମାଣ ୧୬,୦ କୋଟି ଟଙ୍କାଛୁଇଁଛି, ଯାହାକି ୨୦୧୪ ତୁଳନାରେ ପ୍ରାୟ ୨୩ ଗୁଣ ଅଧିକ। ସେହିପରି ଭାରତରେ ନିର୍ମିତ ବ୍ରହ୍ମୋସ୍, ଆକାଶ କ୍ଷେପଣାସ୍ତ୍ର, ତେଜସ୍ ର ଚାହିଦା ସବୁଠାରୁ ଅଧିକ ରହିଛି। ୨୦୧୪ ତୁଳନାରେ ରପ୍ତାନି ୨୩ ଗୁଣ ବଢ଼ିଛି ପ୍ରତିରକ୍ଷା ମନ୍ରାାନଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତର ପ୍ରତିରକ୍ଷା ରପ୍ତାନିରେ ୨୩ ଗୁଣ ବୃଦ୍ଧି ଘଟିଛି ।…
ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଡିଏଭି କଳିଙ୍ଗନଗରରେ ତୃତୀୟ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପ୍ରକଳ୍ପ ‘ଇଭେଣ୍ଟିଲା’ ପ୍ରଦର୍ଶିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଆଇ.ଏମ୍.ଏମ୍.ଟି, ସିଏସଆଇଆରର ବିଶିଷ୍ଟ ବୈଜ୍ଞାନିକ ଡ. ବିଭୁରଞ୍ଜନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ୬୧୦ ଜଣ ପିଲାଙ୍କ ଦ୍ୱାରା ପ୍ତସ୍ତୁତ ହୋଇଥିବା ୨୩୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପକୁ ପ୍ରଦର୍ଶନ କରି ଆନନ୍ଦିତ ହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ପ୍ରାଥମିକ ସ୍ତରରୁ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରି ବିଜ୍ଞାନମନସ୍କ ହେବା ପାଇଁ ଆର୍ଶୀବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ସହ ସଂଯୋଜକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମନ୍ତ୍ରୀ ପିଲାମାନଙ୍କର ବୈଜ୍ଞାନିକ କଳାକୁଶଳତାର ପ୍ରଶଂସା କରିବା ସହିତ ସେମାନକଙ୍କର ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ। ବିଦ୍ୟାଳୟର…
ଭୁବନେଶ୍ୱର: ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ। ଏହି ଉଦ୍ଦେଶ୍ୟରେ ଆଜି ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି। ସୂଚନାନୁସାରେ, ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ, ତାଙ୍କ ବାମ ହାତର ପାପୁଲି ନାହିଁ। କିନ୍ତୁ ମନରେ ଚିତ୍ରାକୃତି, ନୃତ୍ୟ ଓ ଟାଇକୋଣ୍ଡୋ ପ୍ରତି ଉତ୍ସାହ ଭରି ରହିଛି। ସେ ଏହି ସବୁକୁ ଶିଖିବା ପାଇଁ ତାଲିମ ମଧ୍ୟ ନେଉଛନ୍ତି। ଦୁଇଥର ବିଭିନ୍ନ ଶିବିରରୁ କୃତ୍ରିମ ହାତ ଲଗାଇଥିଲେ ସୁଦ୍ଧା ସମୟକ୍ରମେ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା। ତାଙ୍କ ଘର ପାଖରେ ଏକ ସଚେତନତା ଶିବିରରୁ ସେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ…
ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନଙ୍କ ଆଜି ପରଲୋକ ହୋଇଯାଇଛି। ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ସ୍ୱର୍ଗତଃ ରାଜେନ୍ଦ୍ରନ ଓଡ଼ିଶାର ବିପର୍ଯ୍ୟସ୍ତ ମୁକାବିଲା ପାଇଁ ଦକ୍ଷ ଯୋଜନା ପ୍ରସ୍ତୁତ କରିଥିଲେ ଯାହାର ଲାଭ ଓଡ଼ିଶାବାସୀ ପାଇଛନ୍ତି। ସ୍ୱର୍ଗତଃ ରାଜେନ୍ଦ୍ରନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ରାଜେନ୍ଦ୍ରନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।
ଭୁବନେଶ୍ଵର: ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ମୁକ୍ତା ପ୍ରଫେସନାଲମାନଙ୍କ ଦିନିକିଆ ଓରିଏଣ୍ଟେସନ କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକଳାପଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଉପରେ ସ୍ପଷ୍ଟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା। ପ୍ରାରମ୍ଭରେ ଗୃହ ନିର୍ମୋଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ସାରଦା ପଣ୍ଡା ଏହି ଦିବସର କାର୍ଯ୍ୟସୂଚୀ ସ୍ଥିର କରି ଲକ୍ଷ୍ୟ, ପ୍ରଗତି ଓ ସମ୍ଭାବ୍ୟ ପ୍ରତିବନ୍ଧକଗୁଡ଼ିକର ଆକଳନ ପାଇଁ ବିଚାର ବିମର୍ଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟଦକ୍ଷତା ଭିତ୍ତିକ କାର୍ଯ୍ୟ ପଦ୍ଧତି ଆଡକୁ ପରିବର୍ତ୍ତନ କରିବାକୁ ସେ ଆହ୍ୱାନ ଦେଇଥିଲେ ଏବଂ ମୁକ୍ତା ପ୍ରଫେସନାଲମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା କୌଣସି ସମସ୍ୟାକୁ ଚିହ୍ନଟ କରିବା ଏବଂ ସମାଧାନ କରିବାକୁ ଅନୁରୋଧ କରିଥିଲେ। ସେ କହିଲେ ଯେ ଆମେ ଶାସନର…
ଭୁବନେଶ୍ବର: ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ପାଇଁ ଖାଇବା ଭତ୍ତା ବୃଦ୍ଧି କରିଛନ୍ତି। ଏଥିରେ କନେଷ୍ଟବଲ, ହାବିଳିଦାର ଏବଂ ସିପାହୀଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ଏମାନଙ୍କୁ ଦୈନିକ 50 ଟଙ୍କା ଦିଆଯାଉଥିଲା। ହେଲେ ଏତିକି ଟଙ୍କାରେ ଖାଇବା ସମ୍ଭବ ହେଉ ନାହିଁ ବୋଲି ପୂର୍ବରୁ ଦାବୀ ହୋଇ ଆସୁଥିଲା। ଫଳରେ ରାଜ୍ୟ ଗୃହ ବିଭାଗ ଏ ନେଇ ସେମାନଙ୍କର ଦାବୀ ଶୁଣିବା ସହିତ ଏହି ଖର୍ଚ୍ଚରେ ବୃଦ୍ଧି କରିଛନ୍ତି। ସେହି ଅନୁସାରେ କନେଷ୍ଟବଳ, ହାବିଳିଦାର ଏବଂ ସିପାହୀଙ୍କ ଖାଇବା ଖର୍ଚ୍ଚ ଦୈନିକ 50 ଟଙ୍କାରୁ 75 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ସେମାନେ ଦୈନିକ ଆଠଘଣ୍ଟା ସୁବିଧାରେ କାର୍ଯ୍ୟ କରିପାରିବେ ବୋଲି ପୋଲିସ ବିଭାଗ କହିଛି।

