ଭୁବନେଶ୍ବର: ଉଦ୍ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା । ଓଡିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା। ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଏହି ତିନି ଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଖୁବ ଭଲ ଭଲ…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ଚଣ୍ଡିଗଡ ମେୟର ନିର୍ବାଚନ ନେଇ କ୍ଷୁବ୍ଧ ହୋଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ଏହି ନିର୍ବାଚନରେ ଗଣତନ୍ତ୍ରର ହତ୍ୟା କରାଯାଇଛି। ଚଣ୍ଡିଗଡ ମେୟର ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭୋଟ ଫିକ୍ସିଂ ଅଭିଯୋଗ ହୋଇଥିଲା। ଯାହାର ଶୁଣାଣି କରି ଆଜି କୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି। ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ ସୁନାକର ଆପ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଆପ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ବେଳେ ସେମାନେ କିପରି ହାରିଲେ ବୋଲି ତନାଘନା କରିଥିଲେ। ପରେ ଜଣାପଡିଥିଲା ଯେ, ଏହି ଭୋଟ ବେଳେ କାଉନସିଲରଙ୍କ ୮ଟି ଭୋଟ ନାକଚ ହୋଇଯାଇଛି। ଏହା ଭୋଟ ଫିକ୍ସି ବୋଲି ଆପ କାଉନସିଲର ଦାବୀ କରି ଘେରାଉ କଲେ। ପରେ ଏହି ପକ୍ରିୟାକୁ ରେକର୍ଡ ହେଉଥିବା ଭିଡିଓ ଯାଞ୍ଚ କରାଯାଇଥିଲା। ସେଥିରେ ଦେଖାଯାଇଥିଲା ଯେ, ପ୍ରିଜାଇଡିଂ…
ଭୁବନେଶ୍ୱର: ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ୱକୁ ସବୁମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିିତ ଓଡ଼ଆ ଭାଷା ଓ ସାହିତ୍ୟ ବିଶ୍ୱପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି ବକ୍ତାମାନେ ଉପରୋକ୍ତ ମର୍ମରେ ଅନୁବାଦର ଗୁରୁତ୍ୱ ନେଇ ମତ ରଖିଛନ୍ତି। ପ୍ରସିଦ୍ଧ ଅନୁବାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ସଂସ୍କୃତି ଓ ସଭ୍ୟତାର ସମୃଦ୍ଧି ନିମନ୍ତେ ଅନୁବାଦର ଆବଶ୍ୟକ ହୋଇଥାଏ। ସଭ୍ୟତାର ବିକାଶ ପର୍ଯ୍ୟଟନ, ଗମନାଗମନ ଦ୍ୱାରା ହୋଇଥାଏ । ସାହିତ୍ୟ, ଭାଷା, ସଂସ୍କୃତି ଯଦି ଗମନାଗମନ ନକରନ୍ତି ତେବେ ଆମ ସାହିତ୍ୟ ବିଲୋପ ହୋଇଯିବ। ଓଡ଼ିଆ ଭାଗବତର ଇଂରାଜୀ…
ଭୁବନେଶ୍ବର: ଭାରତୀୟ ସମ୍ବିଧାନ ର ଜନକ ତଥା ସାମାଜିକ ନ୍ୟାୟ ର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ ନା। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା ସମର୍ପିତ ସମାଜ ସଂସ୍କାରକ ଥିଲେ। ସମାଜର ଦଳିତ ନିଷ୍ପେଶିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ। ଏକ ନ୍ୟାୟ ପୂର୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି। ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡ ରେ…
ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଷୋଢଶ ବିଧାନସଭାର ବଜେଟ ଅଧିବେସନ। ବିଧାନସଭା ପରିସରରେ ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ବିଧାନସଭା ଗୃହକୁ ପାଛୋଟି ନେଇଥିଲେ। ଏହାପରେ ସେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳ ହିନ୍ଦିରେ ତାଙ୍କର ଭାଷଣ ରଖିଛନ୍ତି। ପ୍ରଥମେ ରାଜ୍ୟପାଳ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏଥିରେ ସେ ରାଜ୍ୟ ସରକାରଙ୍କ 5ଟି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବେଶ ସଶକ୍ତ ହୋଇପାରିଛି ବୋଲି କହିଛନ୍ତି। ସେହିପରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଏବଂ ଓଡିଶାର ଐତିହ୍ୟ ସୁରକ୍ଷା ନେଇ ସେ ପ୍ରଶଂସା କରିଛନ୍ତି।
ଭୁବନେଶ୍ବର: ଓଡିଶାର ଭାଷା, ସାହିତ୍ଯ, କଳା, ସଂସ୍କୃତି, ହସ୍ତତନ୍ତ, ଐତିହ୍ୟ, ଭାସ୍କର୍ଯ୍ୟ ଯେତିକି ପ୍ରାଚୀନ ଓ ସମୃଦ୍ଧ ସେତିକି ଅନନ୍ୟ ଆମର ପୂଜ୍ୟପୂଜାର ପରମ୍ପରା। ପ୍ରଥମଥର ପାଇଁ ଓଡିଶାର ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆୟୋଜିତ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଓଡିଶାପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଜସ୍ର ଯଶ ଓ ଖ୍ଯାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଆଜି ସମ୍ମିଳନୀର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି। ସମ୍ମିଳନୀର ଦ୍ଵିତୀୟ ଦିବସରେ ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ବହୁଭାଷୀ ଚଳଚିତ୍ର ଅଭିନେତା ପରଲୋକଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରଯାଇଥିଲା। ପ୍ରଥମ ଅଧିବେଶନରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି, ଅବକାରୀ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ଓ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓଡିଶାର ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ -…
ଭୁବନେଶ୍ୱର : ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ…
ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକଟ ବଂଟନରେ ସ୍ୱଚ୍ଛତା ରକ୍ଷା ଏବଂ ବାସ୍ତବରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି । ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି । ଅର୍ଥାତ୍ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବ୍ୟକ୍ତି www pragaman.in ଲିଙ୍କ ରେ ଲଗ୍ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ସୂଚନା ଦେଇଛନ୍ତି । ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଅଜୟ କୁମାର କହିଲେ ଯେ ଆସନ୍ତା ସାଧାରଣ ନିର୍ବାଚନରେ ଟିକଟ ବଂଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ନିମନ୍ତେ…
ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାଷଣ। ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତା ପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।
ଭୁବନେଶ୍ବର: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନ ସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୯୪୮ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନା ଠାରୁ ଆରମ୍ଭ କରି ୧୯୫୪ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ ୨୦୧୮ ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ଯ ଏହି ପୁସ୍ତକ ରେ ସ୍ଥାନିତ ହୋଇଅଛି। ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ। ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ରେ ଏ କ୍ଷେତ୍ର ରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତର ରେ ଉଦ୍ୟମ…
ଭୁବନେଶ୍ବର: ରାଜଧାନୀରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବୃଆରୀ ୩ରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ, ଦେଶିଆ ଏବଂ ହୋ ଆଦି ଭାଷାରେ ନାଟକ ମଞ୍ଚସ୍ଥ କରାଯାଉଛି। ଏହାକୁ ଦର୍ଶକମାନେ ବେଶ୍ ଆଗ୍ରହର ସହିତ ଉପଭୋଗ କରୁଛନ୍ତି। ରବିବାର ଦିନ ଆଦିବାସୀ ମେଳାରେ ଦେଶିଆ ଭାଷାରେ ପ୍ରସ୍ତୁତ ନାଟକ ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ପରିବେଷଣ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା କୁନ୍ଦୁରାର ମା’ ମାଉଲି କଳା ପରିଷଦର କଳାକାରମାନେ ଏଥିରେ ନିଛକ ଅଭିନୟ କରିଥିଲେ। ସୁନ୍ଦରମାଲ୍ ବାରିକ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅଷ୍ଟଝରଣର ମା’ ଚିନ୍ତାମଣି ମୁଣ୍ଡାରୀ ଅପେରାର କଳାକାରମାନଙ୍କ ପକ୍ଷରୁ ମୁଣ୍ଡାରୀ ଭାଷାରେ ‘ହେମଲ ଉମ୍ବୁଲ’ ନାଟକ ପରିବେଷଣ କରାଯାଇଥିଲା। ଏଥିରେ କାହାଣୀ…
ଭୁବନେଶ୍ୱର: ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ…
ଭୁବନେଶ୍ବର: ନୂଆ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଆଜି ଲୋକସେବା ଭବନ ଠାରେ ଆୟୋଜିତ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଓଡିଆ ଭାଷାରେ ପ୍ରଗତିଶୀଳ ଗବେଷଣା ନିମନ୍ତେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଭାଗିତା ଓ ସହଯୋଗିତା , ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଭିତ୍ତି ନିର୍ମାଣ ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦ୍ୟେଶ୍ୟ। ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ମୁଖ୍ୟ ଶାସନ…
ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ।ଏହା ହେବ ଶେଷ ଅଧିବେସନ। ଏଥିରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଏହା ପାରିତ ହେବ। ସେହିପରି ବିଧାନସଭା କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ଆଜି ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ହେବ। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ।
ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ରାଜଧାନୀରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଏହାକୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ ଉତ୍ସବରେ ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ବାଗ୍ନୀ ପ୍ରଦୁମ୍ନ ଶତପଥୀଙ୍କୁ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଆ ଭାଷାର ଉନ୍ନତି ପାଇଁ ଦାବି କରି ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଦୀର୍ଘ 878 ଦିନ ଧରି କଳା ପତାକା ପଟୁଆର ଅନୁଷ୍ଠିତ ହୋଇଥିଲା। ସମ୍ବର୍ଦ୍ଧନା ଉତ୍ସବରେ ସଂସ୍କୃତି ଓ ସଂସ୍କୃତି ର ସଭାପତି ପ୍ରଦୋଷ ପଟ୍ଟନାୟକ , ସମ୍ପଦକ ଦିଲ୍ଲୀପ ହାଲି, ମହାବୋଧି ସୋସାଇଟି ର ସମ୍ପାଦକ ଡ଼ ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାର ଙ୍କ ପ୍ରୟାସ କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଶ୍ରୀ ଶତପଥୀଙ୍କୁ ତାଙ୍କର ଅବଦାନ ପାଇଁ…
ଭୁବନେଶ୍ବର: ମୋଦିଙ୍କ ଗସ୍ତ ପୂର୍ବରୁ ଓଡିଶା ବିଜେପିରେ ଯେପରି ଉତ୍ସାହ ଥିଲା, ସେ ଯିବା ପରେ ସେଥିରେ ପୁରା ଭଟ୍ଟା ପଡିଗଲା। ମୋଦିଙ୍କ ଗସ୍ତ ପରେ ବର୍ତ୍ତମାନ ବଡ ଚିନ୍ତାରେ ରହିଛି ଓଡିଶା ବିଜେପି। ସେମାନଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେମାନେ ନା ବାହାରେ ନା ଘର ଭିତରେ କାନ୍ଦି ପାରୁଛନ୍ତି। କର୍ମିଙ୍କୁ ଦେଖାଦେବା ପାଇଁ ଆଉ ବିଜେପି ନେତାଙ୍କ ଭିତରେ ଆଉ ଯୋଶ ନାହିଁ। ଏହାର କାରଣ ହେଲା ସମ୍ବଲପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ରାଜନୈତିକ ଭାଷଣ ଦେଲେ ସେଥିରେ ସେ ନବୀନଙ୍କ ବିରୋଧରେ କିଛି କହିଲେ ନାହିଁ। ବିଜେପି ସବୁ ନେତା ବଡ ଆଶା କରି ରହିଥିଲେ ଯେ, ଏଥର ମୋଦି ତାଙ୍କ ଭାଷଣରେ ନବୀନଙ୍କୁ ତୀବ୍ର ବିରୋଧ କରିବେ। ଆଗକୁ ନିର୍ବାଚନ ଥିବାରୁ ମୋଦି ନିଶ୍ଚିତ ନବୀନ ଏବଂ ବିଜେଡି ସରକାରଙ୍କ ବିରୋଧରେ ବିଷ ଉଦଗାର କରିବେ। ହେଲେ ପରିସ୍ଥିତି ଓଲଟା ହେବା…
ଭୁବେନେଶ୍ବର: ପ୍ରାଚୀନ ଐତିହ୍ୟସମ୍ପନ୍ନ ଓ ସାହିତ୍ୟିକ ପରମ୍ପରାରେ ସମୃଦ୍ଧ ହୋଇଥିବା ଭାଷାକୁ ଶାସ୍ତ୍ରୀୟ ଭାଷା କୁହାଯାଏ । ଭାରତରେ ୧୬୩୫ଟି ମାତୃଭାଷା ରହିଥିବାବେଳେ କେବଳ ୨୨ ଟି ଭାଷା ସମ୍ବିଧାନ ଦ୍ୱାରା ସ୍ୱୀକୃତ ଓ ଅନ୍ତର୍ଭୁକ୍ତ। ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଥିଲା। ଓଡିଆ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରର ପ୍ରଥମ ପୂର୍ବ ଓ ଉତ୍ତର ଭାରତର ପ୍ରଥମ ଭାଷା । ଜନତା ମଇଦାନରେ ଆୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବ୍ୟାସକବି ଫକିରମୋହ[ ସେନାପତି କକ୍ଷରେ ଆୟୋଜିତ ହୋଇଥିବା ‘ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଆମ ଦାୟିତ୍ୱ’ ସମ୍ପର୍କରେ ଆଲୋଚନା କରାଯାଇଛି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ପ୍ରଥମ ଦିବସରେ ଅନୁଷ୍ଠିତ ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ନେଇ ମତାମତ ଉପସ୍ଥାପନା କରିଥିଲେ। ବ୍ୟାସକବି ଫକୀର ମୋହନ କକ୍ଷରେ…
ଭୁବନେଶ୍ବର: ଓଡ଼ିଶାର ସମ୍ବଲପୁର ଠାରେ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ବହୁମୁଖୀ ପ୍ରକଳ୍ପ ଗୁଡିକ ଯଥା ସଡକ, ରେଳ, ଉଚ୍ଚଶିକ୍ଷା ଏବଂ ଶକ୍ତି କ୍ଷେତ୍ରକୁ ବୃଦ୍ଧି କରିବା ଲକ୍ଷ୍ୟରେ ବିଦ୍ୟୁତ୍ ଉତ୍ପାଦନ ସହିତ ଜଡିତ ପ୍ରାକୃତିକ ଗ୍ୟାସ, କୋଇଲା କ୍ଷେତ୍ର ଗୁଡିକର ଉଦ୍ଘାଟନ କରିବା ସହିତ ଦେଶକୁ ସମ୍ୱର୍ପ୍ତ କରିଛନ୍ତି ଏବଂ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଆଇଆଇଏମ୍ ସମ୍ବଲପୁର ମଡେଲର ସମ୍ପର୍କରେ ଅବଗତ ହେବ ସହିତ ପ୍ରଦର୍ଶିତ ଏକ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ଏକ ମହତ୍ୱପୂର୍ଣ୍ଣ ଦିବସ ହୋଇଥିବାରୁ ଶିକ୍ଷା, ରେଳ, ସଡକ, ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ପ୍ରାୟ ୭୦,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଆଜି ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଓଡ଼ିଶାର ଲୋକମାନେ ବିଶେଷତ୍ୱ ଗରିବ…
ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଯାଇଛି ଅକ୍ଷର ଭୂମି। ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ। ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ। କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି ଅକ୍ଷର ଭୂମିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡିଆ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ ଯେପରି କଳାତ୍ମକ ଭାବେ ସେଠାରେ ସଜ୍ଜିତ କରି ରଖାଯାଇଛି ତାହା ଓଡିଆ ଭାଷାର ସୌନ୍ଦର୍ଯ୍ୟକୁ ସଫଳ ଭାବେ ଉପସ୍ଥାପିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେବା ସହ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି। ଅକ୍ଷର ଭୂମିର ନିର୍ମାଣ ଦାୟିତ୍ୱ ନେଇଥିବା ଏବଂ ତାକୁ ସଫଳ ଭାବେ ସମ୍ପନ୍ନ…
ଭୁବନେଶ୍ବର: ରାଜନୈତିକ ସମୀକ୍ଷକମାନେ ଯାହା ଭାବୁଥିଲେ ତାହା ହିଁ ହେଲା। ସମ୍ବଲପୁରରେ ଆୟୋଜିତ ମୋଦି ଗ୍ୟାରେଣ୍ଟି ସମାବେଶରେ ନବୀନଙ୍କୁ ସମାଲୋଚନା କଲେ ନାହିଁ ପ୍ରଧାନମନ୍ତ୍ରୀ। ସେତିକି ନୁହେଁ ସେ ଆଦୌ ନବୀନଙ୍କ ନାମ ମଧ୍ୟ ତାଙ୍କର ଦୀର୍ଘ ଅଭିଭାଷଣରେ ନେଲେ ନାହିଁ। ଯାହାକୁ ନେଇ ରାଜ୍ୟ ବିଜେପି ନେତାମାନେ ପୁରା ହତାଶ ହୋଇପଡିଛନ୍ତି। ସମ୍ବଲପୁର ଆଇଆଇଏମ ନୂଆ କ୍ୟାମ୍ପସ ଉଦଘାଟନ ବେଳେ ମୋଦି କହିଥିଲେ ଯେ, ଏକ ଖୋଲା ମଇଦାନରେ ବହୁତ କିଛି କହିବାର ଅଛି। ସେଥିପାଇଁ ମୁଁ ଏଠାରେ ବିଶେଷ କିଛି କହୁ ନାହିଁ। ଏହାକୁ ନେଇ ବିଜେପି ନେତା ବେଶ ଉତ୍ସାହିତ ହୋଇପଡିଥିଲେ। ଭାବିଲେ ଯେ, ମୋଦି ଏଥର ବାଣ ଫୁଟାଇବେ। ହେଲେ ରାଜନୈତିକ ସଭାରେ ସେମିତି କିଛି ନ କହିବାରୁ ସେମାନଙ୍କର ଏବେ ଚିନ୍ତା ବଢିଯାଇଛି। ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ବିଜେପି ନେତା ମୋଦିଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ। ଏଥର ମୋଦି ଦଳିୟ…
ଭୁବନେଶ୍ବର: ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ। ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ…

